text
stringlengths
17
85.6k
ମାନସ ରଞ୍ଜନ ମଲ୍ଲିକ (୧୮ ଅପ୍ରେଲ ୧୯୫୫ - ୯ ଅକ୍ଟୋବର ୨୦୧୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ଉପ-ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସ୍ୱାଧୀନ ପାର୍ଥୀ ଭାବରେ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ଶିକ୍ଷା ଓ ପରିବାର ମାନସ ରଞ୍ଜନ ମଲ୍ଲିକ ୧୯୫୫ ମସିହାର ଅପ୍ରେଲ ମାସ ୧୮ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ହୃଦାନନ୍ଦ ମଲ୍ଲିକ । ମାନସଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ସେ ନିରୂପମା ମଲ୍ଲିକଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ମାନସଙ୍କର ବାପା ହୃଦାନନ୍ଦ ମଲ୍ଲିକ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ, ୬ଷ୍ଠ, ୭ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ଭାଇ ସଞ୍ଜୀବ ମଲ୍ଲିକ ମଧ୍ୟ ଜଣେ ରାଜନୀତିଜ୍ଞ, ଯିଏକି ୧୬ଶ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ମାନସ ରଞ୍ଜନ ସକାଳ ନାମକ ଏକ ଓଡ଼ିଆ ଦୈନିକ ଓଡ଼ିଆ ଖବରକାଗଜ ଏବଂ ମାସିକ ପତ୍ରିକାର ପ୍ରକାଶନ କରୁଥିଲେ । ରାଜନୈତିକ ଜୀବନ ମାନସ ରଞ୍ଜନ ତାଙ୍କ ପିତା ହୃଦାନନ୍ଦ ମଲ୍ଲିକଙ୍କର ମୃତ୍ୟୁ ପରେ ୧୯୯୦ ମସିହାରେ ହୋଇଥିବା ଉପ-ନିର୍ବାଚନରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୦ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୯ ଅପ୍ରେଲ ୧୯୯୦ରୁ ୧୯୯୫ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ । ଏହାପରେ ସେ ୨୦୦୦ ମସିହା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପୁଣିଥରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ମୃତ୍ୟୁ ମାନସ ରଞ୍ଜନ ୨୦୧୨ ମସିହାର ଅକ୍ଟୋବର ୯ ତାରିଖରେ ବୃକ୍‌କ ବିଫଳତା ଯୋଗୁଁ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୫୭ବର୍ଷ ବୟସ ହୋଇଥିଲା । ୨୭ ନଭେମ୍ବର ୨୦୧୨ରେ ତାଙ୍କ ପାଇଁ ଓଡ଼ିଶା ବିଧାନ ସଭା ଗୃହରେ ଶୋକ ପାଳନ କରାଯାଇଥିଲା ।
ଶ୍ରେୟା ଘୋଷାଲ (ଜନ୍ମ ୧୨ ମାର୍ଚ ୧୯୮୪) ଜଣେ ଭାରତୀୟ ଗାୟିକା । ସେ ଅନେକ ଅସିମୀୟା, ଓଡ଼ିଆ, ବଙ୍ଗଳା, କନ୍ନଡ, ମାଲୟାଲମ, ମରାଠୀ, ପଞ୍ଜାବୀ, ତାମିଲ,ତେଲଗୁ ଭାଷା ପାଇଁ କଣ୍ଠଦାନ କରିଛନ୍ତି । ସେ ମଧ୍ୟ ଅନେକ ପପ ଆଲବମରେ କଣ୍ଠଦାନ କରିଛନ୍ତି । ଶ୍ରେୟା ସାରେ ଗା ମା ପା ପ୍ରତିଯୋଗିତା ପରେ ହିନ୍ଦୀ ଚଳଚ୍ଚିତ୍ରଦେବଦାସରୁ ତାଙ୍କ କ୍ୟାରିୟର ଆରମ୍ଭ ହେଲା, ଯାହାପାଇଁ ସେ ଫିଲ୍ମଫେୟାର ଆବାଡ ଶ୍ରେଷ୍ଠ ନାରୀ ପ୍ରଚ୍ଛଦପଟ ଗାୟକ ପାଇଁ ଫିଲ୍ମଫେୟାର ପୁରସ୍କାର ଓ ନୂଆ ସଙ୍ଗୀତ ପ୍ରତିଭା ପାଇଁ ଆର.ଡ଼ି. ବର୍ମନ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ତାହା ପରଠାରୁ ସେ ୨୦୦ରୁ ଅଧିକ ସିନେମାରେ ଗାଇ ସାରିଛନ୍ତି ଏବଂ ୪ଟି ଜାତୀୟ ଓ ୪ଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି । ଜୀବନକାଳ ପ୍ରାରମ୍ଭିକ ଜୀବନ ଶ୍ରେୟା ଏକ ବଙ୍ଗାଳୀ ହିନ୍ଦୁ, ବ୍ରାହ୍ମଣ ପରିବାରରେ ଦୁର୍ଗାପୁର,ପଶ୍ଚିମବଙ୍ଗରେ ଜନ୍ମ ନେଇଥିଲେ । ତାଙ୍କ ପୁର୍ବପୁରୁଷମାନେ ବଙ୍ଗଳାଦେଶର ଢାକାରୁ ଆସିଥିଲେ । ସେ ଏକ ଛୋଟ ସହର ରାଓତଭାଟା,କୋଟା, ରାଜସ୍ଥାନରେ ପିଲାଦିନ କାଟିଛନ୍ତି ।
ଆଉରୁନ ଏକ ମାଂସାଶୀ ଥ୍ରୀଓପଡ ଡାଇନୋସର ଥିଲା । ଏହାର ଜୀବାଶ୍ମ ୨୦୦୬ରେ ମିଳିଥିଲା । ଏହା ପ୍ରାୟ ୧୬.୧୫ କୋଟି ବର୍ଷ ପୂର୍ବେ ଜୁରାସିକ ଯୁଗର ଶେଷ ଆଡେ ବସବାସ କରୁଥିଲା । ଆବିଷ୍କାର ଆଉରୁନର ଜୀବାଶ୍ମ ଜୀବ ବିଜ୍ଞାନ ପ୍ରଫେସର ଜେମ୍ସ କ୍ଲାର୍କ, ତାଙ୍କ ଛାତ୍ର ଜୋନାହ କୋ‍ଇନିଏର ଓ ଅନ୍ୟାନ୍ୟ ଗବେଷକଙ୍କଦ୍ୱାରା ଚାଇନାର ଜିନ୍‍ଜିଆଙ୍ଗ ଅଞ୍ଚଳରୁ ୨୦୦୬ରେ ମିଳିଥିଲା । ସେମାନେ ଉପରୁ ଦେଖାଯାଉଥିବା ଗୋଟେ ଗୋଡର ହାଡ ପାଖରେ ଖୋଳିବାରୁ ମାଟି ତଳୁ ଦାନ୍ତ ସହ ଖପୁରୀ, କିଛି ମେରୁହାଡ ଓ କିଛି ଗୋଡର ହାଡ ପାଇଥିଲେ । କୋ‍ଇନିଏର, କ୍ଲାର୍କ ଓ ଅନ୍ୟମାନେ ୨୦୧୩ରେ ଏହାର ନାମକରଣ ଓ ବର୍ଣ୍ଣନା ଦେଇଥିଲେ । ଆଉରୁନ ଏକ ଚୀନା ଭାଷାର ଶବ୍ଦ ଯାହାକି ଗୋଟେ କିମ୍ବଦନ୍ତୀର ଜୀବ । ଜାତିର ନାଁ ଝାଓ‍ଇ, ଜୀବାଶ୍ମ ବିଜ୍ଞାନୀ ପ୍ରଫେସର ଝାଓ ଜିଜିନଙ୍କ ନାମରୁ ଆସିଛି । ବର୍ଣ୍ଣନା ମିଳିଥିବା ଜୀବାଶ୍ମ ହୋଲୋଟାଇପରେ ଗୋଟେ ଖପୁରୀ, ମାଢି, ଗୋଟେ ବେକର ମେରୁହାଡ, ଗୋଟେ ପଶ୍ଚାତ ମେରୁହାଡ, ତିନିଟି ଲାଙ୍ଗୁଡ ମେରୁହାଡ, ବାଁ ପାଖ ଅଲ୍ନା ଓ ହାତ, ଦୁଇଟିଯାକ ଜଘନାସ୍ଥି ଓ ଦୁଇଟିଯାକ ଗୋଡ ରହିଛି । ଜୀବଟି ଆନୁମାନିକ ଭାବେ ୧ ମିଟର ଲମ୍ବା ଓ ୨ କି.ଗ୍ରା ଭାରି ଥିଲା । ତୃତୀୟ ଓ ଚତୁର୍ଥ କରଭିକାସ୍ଥି ବେଶ ପତଳା ଓ କୋଏଲୁରୋସର ଗୋଷ୍ଠୀ ପରି ଲାଗେ । ଦାନ୍ତ ସଂଖ୍ୟା ୪୧ରୁ ୪୬ ପାଖାପାଖି । ଊର୍ଦ୍ଧ୍ୱ ହନୁହାଡରେ ୧୨ଟି ଦାନ୍ତ ଥିବାରୁ କଙ୍କାଳଟି ଛୁଆ ଡାଇନୋସରର ବୋଲି ବିଶେଷଜ୍ଞଙ୍କ ମତ ପ୍ରାପ୍ତବୟସ୍କ କୋଏଲୁରୋସରର ଊର୍ଦ୍ଧ୍ୱ ହନୁହାଡରେ ୧୫ଟି ଦାନ୍ତ ଥାଏ । ଆକାର କଙ୍କାଳ ସଂରଚନାରୁ ଅନୁମାନ ଏହା ଗୋଟେ ଦୁଇଗୋଡିଆ ମାଂଶାସୀ ପ୍ରାଣୀ ଥିଲା । ଆକାର ପ୍ରାୟ ୧ମିଟର ଲମ୍ବା ଓ ୧.୫ କି.ଗ୍ରା ଓଜନ । କୋ‍ଇନିଏରଙ୍କ ଅଣୁବୀକ୍ଷଣ ପରୀକ୍ଷା ଅନୁସାରେ ନମୁନାଟିର ବୟସ ୧ ବର୍ଷ । ବିତରଣ ଚାଇନାର ଜିନ୍‍ଜିଆଙ୍ଗ ରାଜ୍ୟର ଉକାଇୱାନ ଅଞ୍ଚଳର ଜୁଙ୍ଗାର ନଦୀ ଉପତ୍ୟକାର ଶିଶୁଗୋ‍ଉ ସଂରଚନାରୁ କଙ୍କାଳ ଆବିଷ୍କୃତ ହୋ‍ଇଥିଲା । ରେଡିଓମେଟ୍ରିକ ଡେଟିଂ ବିଧି ଅନୁସାରେ ଏହା ୧୬.୧୨ କୋଟି ବର୍ଷ ପୂର୍ବ ଜୁରାସିକ ଯୁଗର । କଙ୍କାଳଟି ବର୍ତ୍ତମାନ ଚାଇନାର ବେଜିଙ୍ଗସ୍ଥିତ ରେ ରହିଛି । ୧୬ କୋଟି ବର୍ଷ ପୂର୍ବେ ତତ୍କାଳୀନ ପରିବେଶ ଉଷ୍ମ ଓ ଶୁଷ୍କ ଥିଲା । ଉକାଇୱାନ ଅଞ୍ଚଳରୁ ଆହୁରି ଅନେକ ଡାଇନୋସର କଙ୍କାଳ ମିଳିଛି ଯେଉଁଥିରୁ କିଛି ଥ୍ରୀଓପଡ ମଧ୍ୟ ଅଛନ୍ତି । ସେମାନେ କିନ୍ତୁ ଆଉରୁନର ସମସାମୟିକ ନୁହନ୍ତି । ଏହା ଛୋଟ ଝିଟିପିଟି ଓ ସ୍ତନପାୟୀମାନଙ୍କ ଶିକାର କରୁଥିଲା ।
କୁଲୁବାନ ମଧ୍ୟ ଜାଭାର ଏକ ପାରମ୍ପରିକ ଖାଦ୍ୟ ଅଟେ । 'କୁଲୁବାନ "କୁ ଶାକାହାରୀ ଭୋଜନ ପାଇଁ କିମ୍ବା ପାର୍ଶ୍ୱ ଖାଦ୍ୟରେ ସାଲଡ ରୂପେ ଖିଆଯାଏ । "କୁଲୁବାନ" ପ୍ରାଚୀନ ଜାଭାନିଜ୍ ବ୍ୟଞ୍ଜନରୁ ଏକ ଅଟେ, କାରଣ ଏହାର ଉଲ୍ଲେଖ ୯ [୧୯ ଶତାବ୍ଦୀ ସି.ଇ] ପାଖାପାଖି ମେଦାଙ୍ଗ ସାମ୍ରାଜ୍ୟର ଶିଳାଲେଖରେ ।
କଳିଙ୍ଗ ଷ୍ଟାଡିୟମ ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅବସ୍ଥିତ ଏକ ବହୁମୂଖୀ ଷ୍ଟାଡିୟମ । 2010ରେ ନିର୍ମାଣ ସମାପ୍ତ ହେଇଥିବା ଏହି ଷ୍ଟାଡିୟମରେ ଫିଲ୍ଡ ହକି , ବାସ୍କେଟବଲ, ଟେବଳ ଟେନିସ , ଆଥଲେଟିକ , ଫୁଟବଲ ଇତ୍ୟାଦି ପାଇଁ ବ୍ୟବସ୍ଥା ରହିଛି । . ଏହି ପଡିଆର ବିଶେଷତ୍ୱ ଭାବରେ ଏଠାରେ 8-ଲେନ ବିଶିଷ୍ଟ ସିନ୍ଥେଟିକଟ୍ରାକ , ଆନ୍ତର୍ଜାତୀୟ ମାନର ହକି ଟର୍ଫ , ସ୍ପୋର୍ଟ୍ସ ହଷ୍ଟେଲ ରହିଛି ଏଠାରେ 204 ଚମ୍ପିୟାନ ଟ୍ରଫି ପୁରୁଷ ହକି ଓ 2015 ବିଶ୍ୱ କପ ହକି 5ହେଇଥିଲା ।
ହେମେନ୍ଦ୍ର ମହାପାତ୍ର ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର, ଯିଏକି ୨୦୦୨ ମସିହାରେ ତାଙ୍କ ରଚିତ ପୁସ୍ତକ ଯୁଗଚରିତ ବୃତ୍ତାନ୍ତ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
୨୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ପ୍ରାଜିକ୍ୱାଣ୍ଟେଲ (ଇଂରାଜୀ ଭାଷାରେ , ବିକ୍ରୟ ନାମ ବିଲଟ୍ରିସାଇଡ/ ) ଏକ ଔଷଧ ଯାହା ଅନେକ ଗୁଡ଼ିଏ ପରଜୀବୀ ସଂକ୍ରମଣର ଚିକିତ୍ସା ନିମନ୍ତେ ଦିଆଯାଏ । ନିର୍ଦ୍ଦିଷ୍ଟ ଭାବରେ ଏହା ସିସ୍ଟୋସୋମିଆସିସ, କ୍ଲୋନୋର୍କିଆସିସ , ଓପିସ୍ଥୋକିଆସିସ , ଫିତାକୃମି ସଂକ୍ରମଣ , ସିସ୍ଟିସର୍କୋସିସ, ହାଇଡାଟିଡ ଡିଜିଜ ଓ ଅନ୍ୟାନ୍ୟ ଟ୍ରେମାଟୋଡା ସଂକ୍ରମଣରେ ଦିଆଯାଏ । ଆଖିରେ ହେଉଥିବା ସିସ୍ଟିସର୍କୋସିସ ରୋଗରେ ଏହା ଦିଆଯାଏନାହିଁ । ଏହି ଔଷଧକୁ ପାଟିରେ ଦିଆଯାଏ । ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ନିୟନ୍ତ୍ରଣ ଅଭାବ, ପେଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡବଥା ଓ ଆଲର୍ଜି ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗର୍ଭାବସ୍ଥାରେ ଏହା ଦେଲେ ମଧ୍ୟ ସ୍ତନ୍ୟପାନ ସମୟରେ ଦିଆଯାଏନାହିଁ । ଏହା ଆନ୍ଥେଲମିଣ୍ଟିକ ଶ୍ରେଣୀର ଏକ ଔଷଧ । ଆଂଶିକ ଭାବରେ ପରଜୀବୀର ସକର କାମକୁ ପ୍ରଭାବିତ କରି ଏହା କାର୍ଯ୍ୟକାରୀ ହୁଏ । ସନ ୧୯୮୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ପ୍ରାଜିକ୍ୱାଣ୍ଟେଲ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକାଶଶୀଳ ଦେଶମାନଙ୍କରେ ଏହାର ଏକ ଦିନର ହୋଲସେଲ ମୂଲ୍ୟ ୦.୪ରୁ ୧୮.୧୫ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।
ଦାମିନୀ ହେଉଛି ୧୯୯୩ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ରାଜକୁମାର ସନ୍ତୋଷୀ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ମୀନାକ୍ଷି ଶେଷାଦ୍ରୀ, ସନ୍ନି ଦେଓଲ, ଋଷି କପୁର, ରୋହିଣୀ ହତଙ୍ଗଡି, କୁଳଭୂଷଣ ଖରବନ୍ଦା, ଅମରୀଶ ପୁରୀ ଇତ୍ୟାଦି । ଏଲି ମୋରାନୀ, କରିମ ମୋରାନୀ ଓ ବଣ୍ଟି ସୁରମା ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ତତ୍‌କାଳୀନ ସମୟର ଏକ ଜଣାଶୁଣା ନାରିକୈନ୍ଦ୍ରିକ ହିନ୍ଦୀ ଚଳଚ୍ଚିତ । ସାମାଜିକ କୁସଂସ୍କାର ବିରୁଦ୍ଧରେ ଏକାକୀ ଲଢୁଥିବା ଜଣେ ନାରୀର ସଂଘର୍ଷ ଉପରେ କାହାଣିଟି ରଚିତ । କାହାଣୀ ଶେଖର ଗୁପ୍ତା (ଋଷି କପୁର ଅଭିନୀତ), ଯିଏକି ଜଣେ ଧନୀ ବ୍ୟବସାୟୀ, ଦାମିନୀ (ମୀନାକ୍ଷି ଶେଷାଦ୍ରୀ ଅଭିନୀତ) ସହ ପ୍ରଥମ ଦେଖାରେ ହିଁ ପ୍ରେମରେ ପଡିଯାଆନ୍ତି । ବିବାହ ପରେ ଦିହେଁ ଏକ ଆଲିଶାନ ବଙ୍ଗଳାକୁ ଚାଲିଆସନ୍ତି । ହୋଲି ବେଳର କଥା । ଘରେ କେହି ନ ଥିବା ବେଳେ ଶେଖରର ଛୋଟ ଭାଇ ରାକେଶ (ଅଶ୍ୱିନୀ କୌଶାଲ ଅଭିନିତ) ଏବଂ ତାର କିଛି ଖଳ ପ୍ରକୃତିର ସାଙ୍ଗ ମାନଙ୍କଦ୍ୱାରା ଘରର ଚାକରାଣୀ ଉର୍ମୀକୁ ଧର୍ଷଣର ଶିକାର ହୁଏ । ତେବେ ଏ କଥା ଦାମିନୀ ଦେଖିପାରି ଶେଖରକୁ କହିବାକୁ ଦୌଡିଯାଏ । ହେଲେ ଶେଖର ଆସିବାରେ ଡେରି ହୋଇଯାଏ ଏବଂ ଇତିମଧ୍ୟରେ ଘଟଣା ପ୍ରଘଟ ହୋଇଯିବା ଭୟରେ ଧର୍ଷିତା ଉର୍ମୀକୁ ହତ୍ୟା କରିଦିଆଯାଏ । ଶେଖର ପରିବାର ଏକଥା ଜାଣିବା ପରେ ଲୋକ ଲଜ୍ଜ୍ୟା ତଥା ଆଇନ ଗତ କାର୍ଯ୍ୟାନୁଷ୍ଠାନ ଭୟରେ ଘଟଣାକୁ ଲୁଚାଇବାପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କରନ୍ତି । ବାପା ଓ ମାଆ ସାନ ପୁଅ ରାକେଶର କୁକର୍ମ ଘୋଡାଇବାପାଇଁ ଚେଷ୍ଟା କରୁଥିବାବେଳେ ଦାମିନୀ କିନ୍ତୁ ଉର୍ମୀର ଧର୍ଷଣ ତଥା ହତ୍ୟା କରିଥିବା ଦୋଷୀକୁ ଦଣ୍ଡ ଦିଆଇ ଉର୍ମୀକୁ ନ୍ୟାୟ ଦେବାକୁ ଅଡିବସେ । ଶେଖର ଗୋଟିଏ ପକ୍ଷରେ ବାପ, ମାଅଙ୍କ କଥା ରଖିବା ସହିତ ସାମାଜିକ ସମ୍ମାନ ହାନିକୁ ଭୟ କରୁଥିବା ବେଳେ ସ୍ତ୍ରୀ ଦାମିନୀର ଅପ୍ରିୟ ସତ୍ୟକୁ ସାମନା କରିବାକୁ ସାହସ ଜୁଟାଇପାରେ ନି । ହେଲେ ଦାମିନୀ କିନ୍ତୁ ଶତ ବାଧା ବିଧ୍ନ ସତ୍ତ୍ୱେ ବି ଉର୍ମୀକୁ ନ୍ୟାୟ ଦେବାକୁ ଅଣ୍ଟା ଭିଡେ । ଦାମିନୀର ସଂଘର୍ଷ, ଶେଖର ଗୁପ୍ତାର ମାନସିକ ଦ୍ୱନ୍ଦ ତଥା ଅଦାଲତରେ ଦାମିନୀକୁ ମିଥ୍ୟା ପ୍ରମାଣିତ କରିବା ପାଇଁ ଓକିଲଙ୍କ ପେଞ୍ଚ ମଧ୍ୟରେ କାହାଣୀ ବହୁ ରୋମାଞ୍ଚକର ପରିସ୍ଥିତି ମଧ୍ୟରେ ଗତି କରିଛି । ପରିଶେଷରେ ସତ୍ୟର ଜୟ ହୋଇଛି । ଶେଖର ମଧ୍ୟ ନିଜର କର୍ତ୍ତବ୍ୟ ବୁଝିପାରି ଦାମିନୀର ପକ୍ଷ ନେଇଛି ଏବଂ ଉର୍ମୀର ଦୋଷୀକୁ ଦଣ୍ଡ ଦିଆଇବାରେ ସକ୍ଷମ ହୋଇଛି । ଚରିତ୍ର ମୀନାକ୍ଷି ଶେଷାଦ୍ରୀ -- ଦାମିନୀ ଗୁପ୍ତା ଭୁମିକାରେ ସନ୍ନି ଦେଓଲ ---ଗୋବିନ୍ଦ ଭୁମିକାରେ ଋଷି କପୁର ---ଶେଖର ଗୁପ୍ତା ଭୁମିକାରେ ରୋହିଣୀ ହତଙ୍ଗଡି ---ଶେଖର ଗୁପ୍ତାଙ୍କ ମା ଭୁମିକାରେ କୁଳଭୂଷଣ ଖରବନ୍ଦା ---ଶେଖର ଗୁପ୍ତାଙ୍କ ବାପା ଭୁମିକାରେ ଅମରୀଶ ପୁରୀ --- ବାରିଷ୍ଟର ଇନ୍ଦ୍ରଜୀତ ଚଢା ଭୁମିକାରେ ଏହା ଛଡା ଅନ୍ୟାନ୍ୟ ଗୌଣ ଚରିତ୍ରରେ ଅମିର ଖାଁ, ଟିନୁ ଆନନ୍ଦ ଇତ୍ୟାଦି ମଧ୍ୟ ଚଳଚ୍ଚିତ୍ରଟିରେ ଅଭିନୟ କରିଛନ୍ତି ।
ଚୈତନ୍ୟ ପ୍ରଧାନ (୧୨ ଜୁଲାଇ ୧୯୫୪ - ୧୪ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଣ୍ଟାବାଞ୍ଝି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବା ଓ ଶିକ୍ଷା ଚୈତନ୍ୟ ପ୍ରଧାନ ୧୯୫୪ ମସିହାର ଜୁଲାଇ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରୁଷଭ ପ୍ରଧାନ ଏବଂ ପତ୍ନୀଙ୍କ ନାମ ସାବିତ୍ରୀ ପ୍ରଧାନ। ରାଜନୈତିକ ଜୀବନ ଚୈତନ୍ୟ ପ୍ରଧାନ ଓଡ଼ିଶା ରାଜନୀତିରେ ନିର୍ଦ୍ଦଳୀୟ ରାଜନେତା ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ଚୈତନ୍ୟ ପ୍ରଧାନ ୨୦୦୪ ମସିହାର ଅଗଷ୍ଟ ୧୪ ତାରିଖରେ ୪୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଶିରିଝୋଲି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ କ୍ଷୁଦ୍ର ଗ୍ରାମ । ଗାଆଁରେ ଏକ ପୁରାତନ ରାଧାକୃଷ୍ଣ ମନ୍ଦିର ରହିଛି । ଭୂଗୋଳ ଶିରିଝୋଲିର ଭୌଗୋଳିକ ଅବସ୍ଥାନ ହେଉଛି 19.09 83.78 / 19.09; 83.78। ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ୯୧ ମିଟର ୨୯୮ଫୁଟ । ଏହି ଗ୍ରାମ ଜିଲ୍ଲା ସଦର ମହକୁମାଠାରୁ ୮୧ କି.ମି ଉତ୍ତରକୁ ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୨୫୨ କି.ମି ଦୂରରେ ଅବସ୍ଥିତ । ଏହାର ନିକଟତମ ରେଳ ଷ୍ଟେସନ ହେଉଛି ଗୁଣୁପୁର ଏବଂ ନିକଟତମ ବିମାନବନ୍ଦର ଭୁବନେଶ୍ୱର । ଜନସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ଏଠାକାର ମୋଟ ଲୋକସଂଖ୍ୟା ହେଉଛି ୧୪୯୯ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୭୩୦ ଏବଂ ମହିଳା ସଂଖ୍ୟା ୭୬୯। ଶିକ୍ଷାନୁଷ୍ଠାନ ଏଠାକାର ଶିକ୍ଷାନୁଷ୍ଠାନଗୁଡ଼ିକ ହେଲା: ସରକାରୀ ମଧ୍ୟ ଇଂରାଜି ବିଦ୍ୟାଳୟ ସରକାରୀ ଉନ୍ନିତ ଉଚ୍ଚବିଦ୍ୟାଳୟ ଏତଦ୍ ବ୍ୟତୀତ ଗାଆଁ ମୁହଁରେ ଏକ ପାଠାଗାର ରହିଛି ।
୮୬୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ବାରେଟ ଏସୋଫେଗସ ରୋଗରେ ଗ୍ରାସନଳୀର ନିମ୍ମ ଭାଗରେ ଥିବା ସ୍କ୍ୱାମସ ଏପିଥେଲିଅମ ଗୁଡ଼ିକ ଅସ୍ୱାଭାବିକ ଭାବରେ କଲମନାର ଏପିଥେଲିଅମକୁ ପରିବର୍ତ୍ତିତ ହୋଇଥାଏ । ଯଦିଓ ଏହା ନିଜେ ଲକ୍ଷଣ ସୃଷ୍ଟି କରେ ନାହିଁ, କିନ୍ତୁ କେତେକ ଆନୁସଙ୍ଗିକ ଲକ୍ଷଣଗୁଡ଼ିକ ଦେଖାଯାଏ ଯେପରିକି ବୁକୁଜ୍ୱାଳା, ଏସିଡ୍ ରିଫ୍ଲକ୍ସ ଏବଂ ଗିଳିବାଅରେ ଅସୁବିଧା ହୋଇପାରେ ଏହା ଏକ କର୍କଟ-ପୂର୍ବ ଅବସ୍ଥା ଯେଉଁଥିରେ ୫%ରୁ କମ କ୍ଷେତ୍ରରେ ଏସୋଫେଜ୍ ଆଡେନୋକାର୍କିନୋମା ବିକଶିତ ହୁଏ ଦୀର୍ଘକାଳୀନ ଗ୍ୟାଷ୍ଟ୍ରୋଏସୋଫେଜ୍ ରିଫ୍ଲକ୍ସ ରୋଗ ସଂପ୍ରୁକ୍ତି ହେତୁ ରୋଗ ସହିତ ଖାପ ଖୁଆଇବାକୁ ଗ୍ରାସନଳୀରେ ଅନ୍ତର୍ନିହିତ ପରିବର୍ତ୍ତନ ହୋଇ ଏହି ପରିବର୍ତ୍ତନ ହେଉଥିବା ସନ୍ଦେହ କରାଯାଏ କେତେକ ମାମଲା ପରିବାରରେ ମଧ୍ୟ ଚାଲିପାରେ ବିପଦ କାରଣଗୁଡିକ ମଧ୍ୟରେ ହିଆଟାଲ୍ ହର୍ନିଆ, ଗର୍ଭଧାରଣ, ମୋଟାପଣ, ଆଜମା, ଡାଇବେଟିସ୍ ଏବଂ ପେପ୍ଟିକ୍ ଅଲସର୍ ରୋଗ ଅନ୍ତର୍ଭୁକ୍ତ ଏହାକୁ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି: ନନ୍-ଡିସପ୍ଲାଷ୍ଟିକ୍, ଲୋ-ଗ୍ରେଡ୍ ଡିସପ୍ଲାସିଆ, ହାଇ-ଗ୍ରେଡ୍ ଡିସପ୍ଲାସିଆ ଏବଂ ଆକ୍ରମଣକାରୀ ଆଡେନୋକାର୍ସିନୋମା ପୁରୁଷମାନଙ୍କଠାରେ ଏହି ଅବସ୍ଥା ପାଇଁ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଏ ଯେଉଁମାନଙ୍କର ଅନ୍ୟ ବିପଦ କାରଣଗୁଡ଼ିକ ସହିତ ପାଞ୍ଚ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଲକ୍ଷଣ ଥାଏ । ଏଣ୍ଡୋସ୍କୋପି ଓ ତନ୍ତୁ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ ଚିକିତ୍ସା ସାଧାରଣତଃ ପ୍ରୋଟୋନ ପମ୍ପ ଇନହିବିଟର ସାହାଯ୍ୟରେ କରାଯାଏ ଓ ଏହାର ପ୍ରକାର ଉପରେ ପରବର୍ତ୍ତୀ ଚିକିତ୍ସା ନିର୍ଭର କରେ । କୌଣସି ଡିସପ୍ଲେସିଆ ଉପସ୍ଥିତ ନଥିଲେ ପ୍ରତି ୩ରୁ ୫ ବର୍ଷରେ ନିରୀକ୍ଷଣ ପାଇଁ ପରାମର୍ଶ ଦିଆଯାଏ ଲୋ-ଗ୍ରେଡ୍ ଡିସପ୍ଲାସିଆ ନିରୀକ୍ଷଣ ପାଇଁ ପ୍ରତି ୬ରୁ ୧୨ ମାସ କିମ୍ବା ଏଣ୍ଡୋସ୍କୋପିକ୍ ଆବ୍ଲାସନ ସୁପାରିଶ କରାଯାଏ ଉଚ୍ଚ-ଗ୍ରେଡ୍ ଡିସପ୍ଲାସିଆ ଚିକିତ୍ସା ପାଇଁ ପ୍ରଭାବିତ ମ୍ୟୁକୋସାର ରିସେକସନ ପରେ ଆବ୍ଲାସନ ଚିକିତ୍ସା କରାଯାଏ ଯଦି ମକୋସା ସ୍ୱାଭାବିକ ଦେଖାଯାଏ କିନ୍ତୁ ବାୟୋପସି ଚିନ୍ତାଜନ‌କ ଥାଏ ତେବେ ରେଡିଓଫ୍ରିକ୍ୱେନ୍ସି ଆବ୍ଲାସନ କରିବାକୁ ପରାମର୍ଶ ଦିଆଯାଏ ଯଦି କର୍କଟ ଉପସ୍ଥିତ ଥାଏ ତେବେ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇପାରେ ସାଧାରଣ ଜନସଂଖ୍ୟାର ପ୍ରାୟ ୧.୫ % ଏବଂ ଜିଇଆରଡି/ ଥିବା ଲୋକଙ୍କ ମଧ୍ୟରୁ ୧୦% ଲୋକ ଏହି ରୋଗରେ ପ୍ରଭାବିତ ହୁଅନ୍ତି ରୋଗ ନିର୍ଣ୍ଣୟ ସମୟରେ ହାରାହାରି ବୟସ ୫୫ ଥାଏ । ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ଏହି ଅବସ୍ଥା ପ୍ରଥମେ ୧୮୭୯ ମସିହାରେ ହେନ୍ରିଚ୍ କ୍ୱିଙ୍କେ ଏବଂ ୧୯୦୬ ମସିହାରେ ୱାଇଲ୍ଡର୍ ଟିଲେସନ‌ଙ୍କଦ୍ୱାରା ବର୍ଣ୍ଣନା କରାଯାଇ ଥିଲା ୧୯୫୦ ମସିହାରେ ସର୍ଜନ ନର୍ମାନ ବାରେଟ ଏହା ବିଷୟରେ ଅଧିକ ବର୍ଣ୍ଣନା କରିଥିଲେ ଓ ତାଙ୍କ ନାମାନୁସାରେ ଏହାର ନାମକରଣ ହୋଇଥିଲା
୨୯୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ପାଟଲୋଲା ସବିଥା ଇନ୍ଦ୍ର ରେଡ୍ଡୀ ଜଣେ ଭାରତୀୟ ରେଜନୀତିଜ୍ଞ । ସେ ଆନ୍ଧ୍ଋପ୍ରଦେଶର ପ୍ରଥମ ମହିଳା ଗୃହମନ୍ତ୍ରୀ । ପୂର୍ବରୁ ସେ ୱାଇ ଏସ୍ ରାଜଶେଖର ରେଡ୍ଡୀଙ୍କ ମନ୍ତ୍ରୀ ମଣ୍ଡଳରେ ଥିଲେ । ରାଜନୈତିକ ଜୀବନ ସବିଥା ଇନ୍ଦ୍ର ରେଡ୍ଡୀ ପୂର୍ବରୁ ସରକାରରେ ଖଣି ଓ ଭୂତ‌ତ୍ତ୍ୱ ବିଭାଗରେ ଥିଲେ । ସେ ଆନ୍ଧ୍ରପ୍ରଦେଶର ପ୍ରଥମ ମହିଳା ଗୃହମନ୍ତ୍ରୀ ।
ଖ୍ରୀଷ୍ଟମାସ୍ ଦ୍ୱୀପ ଏକ ଅଷ୍ଟ୍ରେଲିଲୀୟ ଦ୍ୱୀପ ଅଟେ । ଏହା ଭରତ ମହାସାଗରରେ ଅବସ୍ଥିତ ଓ ଏହାର ଜନସଂଖ୍ୟା ୨୦୭୨ ଅଟେ । ଏହା ବଡଦିନ (ଖ୍ରୀଷ୍ଟମାସ ଡେ)ରେ ଅବିଷ୍କୃତ ହୋଇଥିବାରୁ ଏହାର ନାମ ଖ୍ରୀଷ୍ଟମାସ୍ ଦ୍ୱୀପ ହୋଇଛି । ଇତିହାସ ଭୂଗୋଳ ଆଧାର ଅଧିକ ପଢନ୍ତୁ , ; , (1993). 1888 1958. 0-646-14894- { }: 1 : . 96 , & . , .; , . (1998). (1 .). 0-9591210-1-3{ }: 1 : . 197 . , .; , .; , (2007). (2 .). 978-0-9591210-8-7{ }: 1 : , . (1899). " " . 13 (1): 17 35. :10.2307/1774789{ }: 1 : , . (1900). " " . { }: 1 : , 1984, . 60 . , (1993). . 0-646-15483-4{ }: 1 : . 263 . ,. (1993). 1958 1983. { }: 1 : . 112 . " " . 2002 { }: 1 : , . (1981). 0-9594105-0-3{ }: 1 : . 133 . , ; , ; , (1984). 0-9591210-0-5{ }: 1 : . 76 . , (2011). : . 9780646550114{ }: 1 : : . 1979. 0-642-99150-2{ }: 1 : , (1988). 0-7316-4158-2{ }: 1 : . 207 & . , (2012). 9780646576428{ }: 1 : 288 . , (2012). , ' : 1940 , 50 60 , , . 9780646575643{ }: 1 : . 238 . , . (1888). " , " . 10 (10): 613 624. :10.2307/1800848{ }: 1 : , (1992). " " (2 .). , { }:
ସାପ ତାର ବିଷ ଦାନ୍ତଦ୍ୱାରା କ୍ଷତ କଲେ ତାହାକୁ ସର୍ପ ଦଂଶ କୁହାଯାଏ । ପୃଥିବୀରେ ଦେଖାଯାଉଥିବା ସାପମାନଙ୍କ ମଧ୍ୟରୁ ସମସ୍ତେ ବିଷଧର ନୁହନ୍ତି ମାତ୍ର ବିଷଧର ସାପ କେବଳ ଆଣ୍ଟର୍କଟିକାକୁ ଛାଡିଦେଲେ ଅନ୍ୟ ସବୁ ଦେଶରେ ଦେଖାଯାଇଥାନ୍ତି । ସାପ ସାଧାରଣତଃ ଶିକାର ଓ ନିଜର ରକ୍ଷା ନିମନ୍ତେ ଆକ୍ରମଣ କରିଥାଏ । ସାପ ଦଂଶନ କେତେ ଗୁରୁତର ତାହା ସାପ କେଉଁ ପ୍ରଜାତିର, ଶରୀରର କେଉଁ ଅଂଶରେ କ୍ଷତ ହୋଇଛି, ଶରୀର ମଧ୍ୟକୁ କେତେ ପରିମାଣର ବିଷ ପ୍ରବେଶ କରିଛି ଓ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନିର୍ଭର କରେ । ସାପ ଦଂଶନ କରିଥିଲେ ମଣିଷର ଆତଙ୍କିତ ହେବା, ହୃଦୟର ସ୍ପନ୍ଦନ ବଢିବା ଓ ବାନ୍ତି ଲାଗିବା ଭଳି ଲକ୍ଷଣ ଦେଖାଯାଏ । ବିଷ ନଥିବା ସାପଦ୍ୱାରା ମଧ୍ୟ ଆନେକ ପ୍ରକାର ପାର୍ଶ୍ୱପ୍ରତିକ୍ରିୟା ଜନିତ ରୋଗ ହୋଇଥାଏ । ସାପ ଦଂଶନଦ୍ୱାରା ମୃତ୍ୟୁ ଅଷ୍ଟ୍ରେଲିଆ, ଇଉରୋପ ଓ ଉତ୍ତର -ଆମେରିକାରେ ବହୁତ କମ ଦେଖାଯାଇଥାଏ ମାତ୍ର ସ୍ୱାସ୍ଥ୍ୟ ସେବାରେ ପଛରେ ଥିବା ଦକ୍ଷିଣ ଏସିଆ, ଦକ୍ଷିଣ-ପୂର୍ବ ଏସିଆ ଓ ଆଫ୍ରିକାର କେତେକ ସ୍ଥାନରେ ସାପ ଦଂଶନଦ୍ୱାରା ମୃତ୍ୟୁର ହାର ଅଧିକ ଦେଖାଯାଏ । ପ୍ରତି ବର୍ଷ ସାପ ଦଂଶନ ଦ୍ୱାର ବହୁ ପ୍ରାଣହାନୀ ହେଉଥିଲେ ମଧ୍ୟ କିଛି ପ୍ରତିଷେଧକ ନେଲେ ଏହାକୁ ଅନେକ ପରିମାଣରେ ଅଟକାଯାଇପାରିବ ଯେପରିକି ଜୋତା ପିନ୍ଧିବା ଓ ବିଷଧର ସାପ ବସବାସ କରୁଥିବା ସ୍ଥାନକୁ ନ ଯିବାଦ୍ୱାରା ।
କୃଷ୍ଣ ଚନ୍ଦ୍ର ଭୂୟାଁ, କଲିକତାରେ ଅବସ୍ଥାପିତ ଜଣେ ଓଡ଼ିଆ ଅଧ୍ୟାପକ, ଗବେଷକ ଏବଂ ସମାଲୋଚକ । "କଳିଙ୍ଗ ଯୁଦ୍ଧ" ସମ୍ପର୍କରେ ସେ ଗବେଷଣା କରି, ବହୁ ତଥ୍ୟକୁ ଆଗକୁ ଆଣି ପାରିଛନ୍ତି । କୃଷ୍ଣ ଚନ୍ଦ୍ର, ୧୯୪୧ ମସିହା ଫେବୃୟାରୀ ୩ତାରିଖରେ ଯାଜପୁର ଜିଲ୍ଲାର ରାଉତସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ତାଙ୍କ ଛାତ୍ର ଜୀବନ ଓ ଅଧ୍ୟାପକ ଜୀବନ ଅତିବାହିତ ହୋଇଛି । ଛାତ୍ରଜୀବନରୁ ସେ ପଶ୍ଚିମବଙ୍ଗର ଓଡ଼ିଆ ଶ୍ରମିକମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ଓ ସେମାନଙ୍କ ସହ ସାଂସ୍କୃତିକ ତଥା ସାଙ୍ଗଠନିକ ସ୍ଥରରେ ଜଡ଼ିତ ରହିଛନ୍ତି । କଲିକତାର ଉତ୍କଳ ଭବନ ନିକଟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା ତଥା ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା କରାଇବରେ ତାଙ୍କର ଭୂମିକା ରହିଛି । ଏହା ବ୍ୟତିତ, କଲିକତାର ବହୁ ଓଡ଼ିଆ ଅନୁଷ୍ଠାନ ସହ ସେ ଜଡ଼ିତ । ସାହିତ୍ୟ ସର୍ଜନା ଓଡ଼ିଆ ଭାଷା ଅଧ୍ୟାପନା ସାଙ୍ଗକୁ ସାହିତ୍ୟ ସର୍ଜନାରେ ମନୋନିବେଷ କରିଛନ୍ତି । ୧୯୬୦ ମସିହାରେ ଦୈନିକ "କଳିଙ୍ଗ" ପତ୍ରିକାର ରବିବାର ସାହିତ୍ୟ ପୃଷ୍ଠାରେ ତାଙ୍କର ପ୍ରଥମ ପ୍ରବନ୍ଧ ସ୍ଥାନ ପାଇଥିଲା । ପ୍ରବନ୍ଧର ଶିର୍ଷକ ଥିଲା "ଭାରତରେ ଜନ୍ମ ବୃଦ୍ଧି ସମସ୍ୟା" । ପରବର୍ତ୍ତୀ ସମୟରେ ତାଙ୍କର ବହୁ ଗବେଷଣା ଓ ସମାଲୋଚନାଧର୍ମୀ ପୁସ୍ତକ ପ୍ରକାଶ ପାଇଛି ।
ମଙ୍ଗଳେଶ୍ୱର ଶିବ ମନ୍ଦିର, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅବସ୍ଥିତ ଏକ ମନ୍ଦିର । ଏହାର ଅବସ୍ଥିତି - 20 14 38 " ., - 85 50 38 " .,ଠାରେ ଓ ଏହାର ଉଚ୍ଚତା ୪୫ ଫୁଟ । ଦେଉଳଟି ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମିତ ହୋଇଥିବାର ନିର୍ମାଣ ଶୈଳୀରୁ ଅନୁମିତ । ବର୍ତ୍ତମାନ ଏହା ପୂଜକଙ୍କ ନିଜସ୍ୱ ମାଲିକାନାରେ ରହିଛି । ରେଖ ଓ ପୀଢ଼ ଶୈଳୀରେ ଏହାର ଗର୍ଭଗୃହ ବିମାନ ଓ ଜଗମୋହନ ନିର୍ମିତ । ଏହି ମନ୍ଦିର ପାପନାଶିନୀ କୁଣ୍ଡର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ । ଏହା ପୂର୍ବମୁହାଁ ଓ ଏଠାରେ କେବଳ ଯୋନିପୀଠ ରହିଛି । ଏହା ଭୂମିସ୍ତରରୁ ୧.୬୦ ମିଟର ତଳକୁ ରହିଛି । ଏଠାରେ ଶିବରାତ୍ରି, ସଂକ୍ରାନ୍ତି, ଜଳାଭିଷେକ ଆଦି ପାରମ୍ପରିକ ସେବା ଅନୁଷ୍ଠିତ ହେଇଥାଏ ।
ଭିଟାମିନ ବି୧୨ ଅଭାବ, ଅନ୍ୟ ନାମ ହାଇପୋକୋବାଲାମିନେମିଆ (ଇଂରାଜୀ ଭାଷାରେ ), ନାମ ଦିଆଯାଏ ଯେତେବେଳେ ରକ୍ତରେ ଭିଟାମିନ ବି12 ସ୍ତର କମିଯାଏ । ଏହି ରୋଗରେ ବିବିଧ ପ୍ରକାରର ଲକ୍ଷଣ ଦେଖାଯାଏ, ତା ମଧ୍ୟରୁ ଭାବନା ଶକ୍ତି ହ୍ରାସ, ବ୍ୟକ୍ତିତ୍ୱ ପରିବର୍ତ୍ତନ ଯଥା ଅବସାଦ, ଚିଡ଼ଚିଡ଼ା ପ୍ରକୃତି, ଓ ସାଇକୋସିସ ମୁଖ୍ୟ ଅଟେ ଅସାଧାରଣ ସ୍ନାୟବିକ ଅନୁଭୂତି, ରିଫ୍ଲେକ୍ସ ପରିବର୍ତ୍ତନ, ମାଂସପେଶୀ ଅକର୍ମଣ୍ୟତା, ଜିଭ ପ୍ରଦାହ, କମ ସ୍ୱାଦାନୁଭୂତି, କମ ଲୋହିତ ରକ୍ତ କଣିକା, କମ ହୃତପିଣ୍ଡ କାମ ଓ ପ୍ରଜନନ କ୍ଷମତା ହ୍ରାସ ଇତ୍ୟାଦି ଅସୁବିଧା ହୁଏ । ଅଳ୍ପ ବୟସ୍କ ପିଲାଙ୍କର ଶାରୀରିକ ବୃଦ୍ଧି ହ୍ରାସ, ଗଠନ ବିଳମ୍ବ ଓ ଚଳପ୍ରଚଳ ଅସୁବିଧା ହୁଏ । ଅତିଶୀଘ୍ର ଚିକିତ୍ସା ନ ମିଳିଲେ ଶାରୀରିକ ପରିବର୍ତ୍ତନ ଚିରସ୍ଥାୟୀ ହୋଇଯାଏ । ଅଭାବ ହେବାର କାରଣ ତ୍ରିବିଧ: ଅଳ୍ପ ଭିଟାମିନ ଖାଇବା, ପାକସ୍ଥଳୀରୁ ଶୋଷିତ ହୋଇନପାରିବା ଓ ଅଧିକ ଆବଶ୍ୟକତା । ପର୍ନିସିୟସ ଆନିମିଆ, ଅପରେସନ କରି ପାକସ୍ଥଳୀର ଆଂଶିକ ବହିସ୍କାର କରିବା, କ୍ରନିକ ଅଗ୍ନାଶୟ ପ୍ରଦାହ, ଅନ୍ତନଳୀ ପରଜୀବୀ, କେତେକ ଔଷଧ ଓ ଜେନେଟିକ ଅସୁବିଧା ଯୋଗୁ ପାକସ୍ଥଳୀରୁ ଭିଟାମିନ ଶୋଷିତ ହୋଇ ପାରେନାହିଁ । ଶାକାହାରୀ ଓ ଅପପୁଷ୍ଟି ଯୋଗୁ ଅଳ୍ପ ଭିଟାମିନ ଖାଦ୍ୟରେ ଦେହକୁ ଯାଏ । ଏଡସ ଥିଲେ ଓ ଦେହରେ ଦ୍ରୁତ ଭଙ୍ଗୁର ଲୋହିତ ରକ୍ତ କଣିକା ଥିଲେ ଭିଟାମିନ ଅଧିକ ଆବଶ୍ୟକ ହୁଏ । ବୟସ୍କ ଲୋକଙ୍କର ରକ୍ତରେ ଭିଟାମିନ ବି ୧୨ ସ୍ତର ୧୨୦-୧୮୦ ପିକୋମୋଲ/ଲି ୧୭୦ ୨୫୦ ପିଗ୍ରା/ମିଲିଟର ଥିଲେ ଏହାର ଅଭାବ ନିର୍ଣ୍ଣୟ ହୁଏ । ଅଧିକ ମିଥାଇଲମାଲୋନିକ ଏସିଡ ସ୍ତର (>୦.୪ ମାଇକ୍ରୋଲ/ଲି) ମିଳିଲେ ମଧ୍ୟ ଏହି ରୋଗ ନିର୍ଣ୍ଣୟ କରାଯାଏ । ମେଗାଲୋବ୍ଳାଷ୍ଟିକ ଆନିମିଆ ଅନେକ ସମୟରେ ଏହା ସହ ମିଳେ । ଶାକାହାରୀ ଗର୍ଭିଣୀ ମହିଳାଙ୍କୁ ଏହି ଅଭାବରୁ ରକ୍ଷା କରିବା ନିମନ୍ତେ ଅଧିକ ଭିଟାମିନ ଦିଆଯାଏ । ଏହାର ଅଭାବ ଥରେ ନିର୍ଣ୍ଣୟ ହୋଇଗଲେ ସହଜରେ ଅଧିକ ଭିଟାମିନ ଖାଇବାକୁ ଦେଇ ବା ଇଂଜେକସନ ଦେଇ ଚିକିତ୍ସା କରାଯାଏ । ସାଧାରଣ ସୁସ୍ଥ ଲୋକର ଅଧିକ ଭିଟାମିନ ବି୧୨ ଥିଲେ କୌଣସି ଚିନ୍ତା କରିବା ଅନାବଶ୍ୟକ । କେତେକ କ୍ଷେତ୍ରରେ ଅନ୍ତର୍ନିହିତ ରୋଗ ଚିକିତ୍ସା କଲେ ଏହି ରୋଗ ଉପସମ ହୁଏ । ଅନ୍ତର୍ନିହିତ ଅସୁବିଧା ଆରୋଗ୍ୟସାଧ୍ୟ ନ ଥିଲେ ଅଧିକ ଭିଟାମିନ ନିୟମିତ ଭାବେ ଦିଆଯାଏ । ଏହି ଭିଟାମିନ ଅଭାବ ଅତି ସାଧାରଣ ଭାବେ ଦେଖାଯାଏ । ଏହି ରୋଗ ୬ % ଲୋକଙ୍କୁ ୬୦ ବର୍ଷ ତଳେ ଓ ୨୦ % ଲୋକଙ୍କୁ ୬୦ ବର୍ଷ ବୟସ ଉପରେ ହୁଏ । ଏସିଆ ଓ ଆଫ୍ରିକାର କେତେକ ସ୍ଥାନରେ ୮୦ % ଲୋକଙ୍କୁ ମଧ୍ୟ ଏହି ରୋଗ ହୁଏ ।
ଆଲଫୁଜୋସିନ, ଏକ ବେପାର ନାମ ୟୁରୋକ୍ସାଟ୍ରାଲ , ହେଉଛି ଏକ ଔଷଧ ଯାହା ଉତ୍ତମ ପ୍ରୋଷ୍ଟାଟିକ୍ ହାଇପରପ୍ଲାସିଆ ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହି ଶ୍ରେଣୀର ଅନ୍ୟ ଔଷଧ ଅପେକ୍ଷା ଏହା କମ୍ ପ୍ରଭାବଶାଳୀ ହୋଇପାରେ । ଏହା ୫ - ରେଡକ୍ଟେଜ୍ ଇନହିବିଟର ସହିତ ଏକତ୍ର ବ୍ୟବହୃତ ହୋଇପାରେ । ଏହାକୁ ଦିନକୁ ଥରେ ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ହାଲୁକା ଲାଗିବା, ଥକାପଣ ଏବଂ ମୁଣ୍ଡବିନ୍ଧା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ ଏବଂ କ୍ୟୁଟି ବିସ୍ତାର ହୋଇପାରେ । ଯକୃତ ଜନିତ ସମସ୍ୟା ଥିବା ଲୋକଙ୍କ ବ୍ୟବହାର ସୁପାରିଶ କରାଯାଏ ନାହିଁ। ଏହା ଏକ < " " >୧</ > ଆଡ୍ରେନେଜିକ୍ ରିସେପ୍ଟର ବ୍ଲକର୍ ଏବଂ ପ୍ରୋଷ୍ଟେଟ୍ ଏବଂ ମୂତ୍ରାଶୟ ବେକରେ ଥିବା ମାଂସପେଶୀକୁ ଆରାମ ଦେଇ କାମ କରେ । ଆଲଫୁଜୋସିନ୍ ୧୯୭୮ ମସିହାରେ ପ୍ୟାଟେଣ୍ଟ୍ ହୋଇଥିଲେ ଏବଂ ୧୯୮୮ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲ। । ୨୦୦୩ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା। ଯୁକ୍ତରାଷ୍ଟ୍ରରେ ୩ ମାସ ପାଇଁ ଏହାର ମୂଲ୍ୟ ପ୍ରାୟ ୧୮ ଡଲାର ଅଟେ। ୨୦୧୭ରେ, ଏହା ଯୁକ୍ତରାଷ୍ଟ୍ରରେ ୨୬୬ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା ।
ମହାଲକ୍ଷ୍ମୀଙ୍କର ପାର୍ବଣ । ପାଖାପାଖି ସପ୍ତହେ ବ୍ୟାପି ମହାଲକ୍ଷ୍ମୀଙ୍କର ଏଇ ପୂଜା ଢେଙ୍କାନାଳ, ଚୌଦ୍ୱାର ଓ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ବଡ଼ ଧୂମ୍ ଧାମ୍ ରେ ପାଳନ କରାଯାଏ। ଢେଙ୍କାନାଳର ଲକ୍ଷ୍ମୀ ପୂଜା ଢେଙ୍କାନାଳରେ ମହାଲକ୍ଷ୍ମୀ ପୂଜାର ପ୍ରସିଦ୍ଧି ପଛରେ ଐତିହାସିକ କାରଣ ରହିଛି । ଢେଙ୍କାନାଳ ଇତିହାସ ବର୍ଣ୍ଣନା କାରାଯାଇଛି ଯେ ଏଠାକାର ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ ବୈଷ୍ଣବ ମଠ ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ବୃନ୍ଦାବନ ମଦିର, ବୃନ୍ଦାବନଚନ୍ଦ୍ର ମନ୍ଦିର, କପିଳାସର ନାରାୟଣ ମଦିର, ନୃସିଂହ ଓ ଲକ୍ଷ୍ମୀମୁର୍ତ୍ତୀ ପ୍ରତିଷ୍ଠା, ଚୈତନ୍ୟଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାଙ୍କଦ୍ୱାରା ଆଦୃତ ହୋଇପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୂଜାର ପରମ୍ପରା ଏଠାରେ ଗଢିଉଠିଥିଲା ।
ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଚୁଡ଼ାରେ ଶୋଭିତ ନୀଳଚକ୍ର ପ୍ରକାରାନ୍ତରେ ଦେବାୟୁଧ ସୁଦର୍ଶନ, ପତିତପାବନ ବାନାର ଧାରକ । ଗଠନ ନୀଳଚକ୍ରର ଉଚ୍ଚତା ପ୍ରାୟ ୧୧ଫୁଟ ୮ଇଞ୍ଚ । ବ୍ୟାସ ୭ଫୁଟ ୬ଇଞ୍ଚ, ପରିଧି ଫଳକର ବେଧ ୨ଇଞ୍ଚ ଓ ପରିଧିର ଓସାର ୯ଇଞ୍ଚ । ନୀଳଚକ୍ରର କେନ୍ଦ୍ରସ୍ଥଳରେସ୍ଥିତ ବୃତ୍ତାକାର କ୍ଷେତ୍ରର ବ୍ୟାସ ୨ଫୁଟ ୨.୫ ଇଞ୍ଚ ଏବଂ ଏଥିରେ ୮ଟି ଅର ଅଛି । ପ୍ରତ୍ୟେକ ଅରର ଦୈର୍ଘ୍ୟ ୧ଫୁଟ ୧୦ଇଞ୍ଚ । ନୀଳଚକ୍ରର ଅର୍ଦ୍ଧେକ ଲୁହା ହୋଇଥିବା ବେଳେ ବାକି ଅର୍ଦ୍ଧେକ ମଧ୍ୟରେ ପାଏ ତମ୍ବା, ସୁନା ଓ ରୂପା ଏବଂ ରଙ୍ଗ, ଦସ୍ତା, ସୀସା ପ୍ରଭୃତି ରହିଛି । ପତିତପାବନ ବାନା ନୀଳଚକ୍ରରେ ଉଡ୍ଡିୟମାନ ଧ୍ୱଜାକୁ ପତିତପାବନ ବାନା କୁହାଯାଏ । ନୀଳଚକ୍ର ଉପରେ ଉଡୁଥିବା ବାନା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ପ୍ରତ୍ୟହ ସନ୍ଧ୍ୟା ସମୟରେ ପୂର୍ବ ବାନା ଓଲାଗି ହୋଇ ନୂତନ ଧ୍ୱଜା ଉଡ଼ାଜାଏ । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ । ମହତ୍ତ୍ୱ ନୀଳଚକ୍ରରେ ଧ୍ୱଜା ନଥିଲେ ଜଗନ୍ନାଥଙ୍କୁ କୌଣସି ଭୋଗ ଅର୍ପଣ କରାଯାଏ ନାହିଁ । କୌଣସି କାରଣରୁ ଜୀଉମାନଙ୍କୁ ଭୋଗ ସମର୍ପିତ ହୋଇ ନ ପାରିଲେ ପୂଜାପଣ୍ଡା ନୀଳଚକ୍ରଙ୍କ ଉଦ୍ଦେଶ୍ୟରେ ଭୋଗ ଅର୍ପଣ କରନ୍ତି ଓ ତାହାକୁ ଚକ୍ର ମଣୋହି କୁହାଯାଏ । ସର ଘରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ପ୍ରକାର ମିଠା ବାହାର ବେଢ଼ାରେ ନୀଳଚକ୍ର ଉଦ୍ଦେଶ୍ୟରେ ଅର୍ପିତ ହେଲାପରେ ତାହା ବିକ୍ରୀ ନିମନ୍ତେ ଆନନ୍ଦବଜାରକୁ ଆସେ । ପ୍ରତ୍ୟେକ ଏକାଦଶୀରେ ନୀଳଚକ୍ର ଉପରେ ମହାଦୀପ ଉଠେ । ସେବକ ନୀଳଚକ୍ରଙ୍କର ସେବକ ହେଉଛନ୍ତି ଗରୁଡ଼ସେବକ ମହାଦୀପ ଓ ଧ୍ୱଜାବନ୍ଧା ସେବକ । ଏମାନେ ବଢ଼େଇ ଜାତୀୟ ଶୁଦ୍ର ସେବକ । ଏହି ସେବକମାନଙ୍କ ଇଷ୍ଟଦେବ ହେଉଛନ୍ତି ବିନତାନନ୍ଦନ ଗରୁଡ଼ । ଗରୁଡ଼ଙ୍କୁ ସ୍ମରଣ କରି ନୀଳଚକ୍ରରେ ଧ୍ୱଜା ବାନ୍ଧିବା ଓ ପୂଜାର୍ଚ୍ଚନା କରିବା ନିମିତ୍ତ ସେମାନେ ଶ୍ରୀମନ୍ଦିର ଗାତ୍ର ଉପରେ ଆରୋହଣ କରିଥାନ୍ତି ୤ ଧ୍ୱଜା ବାନ୍ଧିସାରି ସେମାନେ ଶ୍ରୀମନ୍ଦିରକୁ ପଛକରି ତଳକୁ ଓହ୍ଲାନ୍ତି ।
ଅଗସ୍ତି ବେହେରା ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ଛେଣ୍ଡିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୯୩,୬୨୯ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ସୁଶାନ୍ତ କୁମାର ବେହେରାଙ୍କୁ ୧୫,୦୬୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
୧୯୦୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଫୁଲମଣି ଶାନ୍ତା (୩୧ ଡିସେମ୍ବର ୧୯୫୩ - ୩୦ ଡିସେମ୍ବର ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସ ରାଜନୈତିକ ଦଳର ଜଣେ କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଫୁଲମଣି ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଡାବୁଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୮୦ ମସିହାରୁ ୧୯୮୫ ମସିହାଯାଏଁ କାର୍ଯ୍ୟ କରିଥିଲେ । ଫୁଲମଣି ଆଦିବାସୀମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଫୁଲମଣି ଶାନ୍ତା ୧୯୫୩ ମସିହାରେ ଡିସେମ୍ବର ମାସ ୩୧ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା କନ୍ଧୁ ଶାନ୍ତା । ସେ ମ୍ୟାଟ୍ରିକ୍ ପାଶ୍ କରିନଥିଲେ । ଫୁଲମଣି ସି.ଏଚ୍. ଜାନିଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଫୁଲମଣି ଜଣେ କୃଷକ ଭାବରେ କାର୍ଯ୍ୟ କରୁଥିଲେ । ରାଜନୈତିକ ଜୀବନ ଫୁଲମଣି ଓଡ଼ିଶା ଆଦିବାସୀ ସଂଘମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ଥିଲେ ଏବଂ ବିଭିନ୍ନ ମହିଳା ସଂଘମାନଙ୍କ ସହ ମିଶି କାର୍ଯ୍ୟ କରୁଥିଲେ । ସେ ମହିଳାମାନଙ୍କୁ ବିଭିନ୍ନ ସଂଘରେ ଯୋଗ ଦେବାକୁ ପ୍ରବର୍ତ୍ତାଇବା ସହ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପାଇଁ ଲଢ଼ି ଆସୁଥିଲେ । ଆଦିବାସୀ ସମାଜରେ ବାଳିକା ଏବଂ ମହିଳାମାନଙ୍କର ଶିକ୍ଷାକୁ ପ୍ରସାର କରିବା ପାଇଁ ସେ ବିଭିନ୍ନ ସଂଘଠନ ସହ କାର୍ଯ୍ୟ କରିବା ସହିତ ନିଜେ ଶିକ୍ଷାଦାନ ବି କରୁଥିଲେ । ସେ ୧୯୭୧ ମସିହାରେ ଉତ୍କଳ ଆଦିବାସୀ ମଙ୍ଗଳ ସମିତିର ସଦସ୍ୟ ହୋଇଥିଲେ । ଆଦିବାସୀଙ୍କ ପ୍ରତି ଥିବା ଘୃଣ୍ୟ ମନଭାବକୁ ଦୂର କରିବା ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନରେ ସେ ଭାଗନେଇଥିଲେ ଏବଂ ୧୯୭୨ ମସିହାରେ ରାୟଗଡ଼ାଠାରେ ଗିରଫ ହୋଇଥିଲେ । ନବରଙ୍ଗପୁର ଉପଜିଲ୍ଲାରେ ଆଦିବାସୀ ଅନୁପ୍ରବେଶକାରୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରିବା ସହ ୧୯୭୫ ମସିହାରେ ଗିରିଫ ହୋଇଥିଲେ । ଫୁଲମଣି ଶାନ୍ତା ଓଡ଼ିଶା ବିଧାନ ସଭାର ୮ମ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଫୁଲମଣି ଡାବୁଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୮୦ ମସିହାରୁ ୧୯୮୫ ମସିହାଯାଏଁ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ ଡାବୁଗାଁ ବିଧାନ ସଭା ଆସନରୁ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ଫୁଲମଣି ଶାନ୍ତା ୨୦୦୯ ମସିହାର ଡିସେମ୍ବର ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା ।
ଅନନ୍ୟା ଅଗ୍ରୱାଲ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ଶିଶୁ କଳାକାର ଭାବରେ ଭାରତୀୟ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ କାମ କରନ୍ତି । ପେଷା ଅନନ୍ୟା ୨୦୦୮ ମସିହାରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ତୁଝ ସଙ୍ଗ ପ୍ରୀତ ଲଗାଇ ସଜନାରେ ପ୍ରେରଣା ଭୂମିକାରେ ପ୍ରଥମ କରି ଅଭିନୟ କରିଥିଲେ । ଏହାପରେ ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ ଅମ୍ରିତ ମନ୍ଥନରେ ନିମ୍ରତ ଓ ଆଗମଙ୍କ ଝିଅ ଗୁରବାନୀ ଭୂମିକାରେ ଅଭିନୟ କରିଥିଲେ । ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ବନ୍ଧନରେ ଦର୍ପଣ ଭୂମିକାରେ ଅଭିନୟ କରିଥିଲେ ।
ପଞ୍ଚରତ୍ନ ଗୋବିନ୍ଦ ମନ୍ଦିର ବଙ୍ଗଳାଦେଶରେ ଥିବ ଏକ ହିନ୍ଦୁ ମନ୍ଦିର । ଏହି ମନ୍ଦିରଟି ରାଜସାହି ଜିଲ୍ଲାର ପୁଥିଆଠାରେ ଅବସ୍ଥିତ । ୧୯ଶ ଖ୍ରୀଷ୍ଟାବ୍ଦରେ ନିର୍ମିତ ଏହି ମନ୍ଦିରଟି ସେ ସମୟର ଏକ ଉଲ୍ଲେଖନୀୟ କିର୍ତ୍ତି ଭାବରେ ପରିଗଣିତ ହୋଇଥାଏ । ଏହି ମନ୍ଦିରଟି ପଞ୍ଚ ରତ୍ନ ବା ଧାତୁରେ ନିର୍ମିତ ହୋଇଛି । ଏହି ମନ୍ଦିରଟି ପୁଥିଆ ରଜାବାଟୀ ବା ଉଆସର ଭିତର ପାର୍ଶ୍ୱରେ ଅବସ୍ଥିତ । ଅବସ୍ଥିତି ଏହି ମନ୍ଦିରଟି ବଙ୍ଗଳାଦେଶର ରାଜସାହି ଜିଲ୍ଲାର ପୁଥିଆଠାରେ ରହିଛି । ରାଜସାହି ସଦର ମହକୁମାଠାରୁ ପୁଥିଆ ସ‌ହର ୩୨ କିଲୋମିଟର ଦୂରରେ ଅବସ୍ଥିତ । ଢାକା ରାଜସାହି ଜାତୀୟ ରାଜପଥ ସ‌ହ ଏହି ସ୍ଥାନ‌କୁ ସଂଯୋଗ ରହିଛି । ଇତିହାସ ମନ୍ଦିରଟି ପୁଥିଆ ରାଜ ଉଆସ ମଧ୍ୟରେ ଅବସ୍ଥିତ । ରାଜସାହିର ପୁଥିଆରେ ଥିବା ରାଜବାଟୀଟି ୧୮୨୩ରୁ ୧୮୯୫ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମିତ ହୋଇଥିଲା । ଏହି ରାଜ ଉଆସଟି ପଞ୍ଚ ଅନି ପ୍ରାସାଦ ନାମରେ ନାମିତ । ଏହି ଉଆସର ବାମ ପାର୍ଶ୍ୱରେ ଥିବା ଗୋବିନ୍ଦ ବାଡ଼ି ବା ମନ୍ଦିରଆଙ୍ଗନର ଏହି ମନ୍ଦିରଟି ରହିଛି । ରାଜ ପ୍ରାସାଦ ପ୍ରାଙ୍ଗଣରେ ଥିବା ଏହି ମନ୍ଦିରଟି ପୁଥିଆର ରାଜ ପରିବାରର ଜଣେ ମହାରାଣୀଙ୍କଦ୍ୱାରା ନିର୍ମାଣ କରାଯାଇଥିଲା । ବିଶେଷତା ଏହି ମନ୍ଦିରଟି ଏକ ବଡ଼ ବର୍ଗାକାର ଭବନ ଆକୃତିର ହୋଇଛି । ଏହା ସ‌ହ ମନ୍ଦିରର ଉପରେ ପାଞ୍ଚୋଟି ଗମ୍ବୁଜ ଆକୃତି ଚୂଡ଼ା ରହିଛି । ଏହି ଗମ୍ବୁଜ ଗୁଡ଼ିକର ତଳ ଭାଗ ଗୋଲାକର ଏବଂ ଚଉଡ଼ା ହୋଇ ରହିଛି । ଗମ୍ବୁଜ ଗୁଡ଼ିକର ଉପର ଭାଗକୁ ଧିରେ ଧିରେ ପତଳା ଏବଂ ଅଣ ଓ‌ସାରିଆ ହୋଇ ରହିଛି । ଏହି ମନ୍ଦିରଟିର ଏକ ଚଟାଣ ଉପରେ ଇଟାରେ ନିର୍ମାଣ ହୋଇଛି । ଏହି ମନ୍ଦିରଟିର ଗର୍ଭ ଗୃହରେ ନିର୍ମାଣ ଶୈଳୀ ଅତ୍ୟନ୍ତ ଆକର୍ଷଣୀୟ ଏବଂ ପବିତ୍ରତାର ପରିପ୍ରକାଶ ହୋଇଥାଏ । ଗର୍ଭ ଗୃହର ଚାରି ପାର୍ଶ୍ୱରେ ଚାରୋଟି ଘର ରହିଛି, ଏହି ଘର ଭିତରକୁ ଗର୍ଭ ଗୃହରୁ ଗୋଟିଏ ଲେଖାଏଁ ସଂକୀର୍ଣ୍ଣ ରାସ୍ତା ରହିଛି । ଗର୍ଭ ଗୃହର ଭିତର ପାର୍ଶ୍ୱର ଛାତ ଗୁଡ଼ିକ ଗୋଲାକାର ଆକୃତିର ହୋଇଛି ଏବଂ ଅନ୍ୟ ଚାରୋଟି ଘରର ଛାତ ଘନାକାର ଗୋଲକ ହୋଇ ରହିଛି । ମନ୍ଦିରର ଉପର ପାର୍ଶ୍ୱରେ ଥିବା ଛୋଟ ଚାରୋଟି ଗମ୍ବୁଜ ଏହି ପାର୍ଶ୍ୱବର୍ତ୍ତୀ ଗୃହର ଉପରେ ରହିଛି ଏବଂ ବଡ଼ ଗମ୍ବୁଜଟି ଗର୍ଭ ଗୃହର ଉପରିଭାଗ ଅଟେ । ଏହି ମନ୍ଦିରର ନିର୍ମାଣ ଶୈଳୀ କାନ୍ତନାଗ ମନ୍ଦିର ବା କାନ୍ତନାଗ ମନ୍ଦିରର ନିର୍ମାଣ ଶୈଳୀ ପରି ହୋଇଛି । କାନ୍ତନାଗ ମନ୍ଦିରଟି ଏହି ମନ୍ଦିରର ପ୍ରତିଷ୍ଠାର ପାଖାପାଖି ୧୦୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା । ଏହି ମନ୍ଦିରଟିର ଟେରାକୋଟା ବିଭିନ୍ନ ଆକର୍ଷଣୀୟ ଦୃଶ୍ୟରେ ନିର୍ମାଣ ହୋଇଛି । ଏହି ଟେରାକୋଟା ଗୁଡ଼ିକରେ ହିନ୍ଦୁ ପୁରାଣରେ ବର୍ଣ୍ଣିତ ରାମୟାଣ ଏବଂ ମହାଭାରତର ଦୃଶ୍ୟ ଦୃଶ୍ୟାୟନ ହୋଇଛି । ରାମାୟଣରେ ରାମ ସୀତା ଏବଂ ରାବଣ ସ‌ହ ଯୁଦ୍ଧ ଦୃଶ୍ୟାୟନ ହୋଇଥିଲା ବେଳେ ମହାଭାରତରୁ ରାଧା କୃଷ୍ଣଙ୍କର କିଛି ଅନ୍ତରଙ୍ଗ ଦୃଶ୍ୟ ଦୃଶ୍ୟାୟନ ହୋଇଛି । ଏହି ମନ୍ଦିରରେ କୃଷ୍ଣଙ୍କର ମୂର୍ତ୍ତି ରଖାଯାଇଛି । ମନ୍ଦିରରେ ଥିବା ଏହି ମୂର୍ତ୍ତିଟିକୁ ସେଠାକାର ସ୍ଥାନୀୟ ଲୋକମାନେ ପୂଜା କରିଥାନ୍ତି ।
ଉନ୍ନତ ପ୍ରଯୁକ୍ତିବିଦ୍ୟା ପ୍ରତିରକ୍ଷା ସଂସ୍ଥାନ (ଇଂରାଜୀ: ) ଭାରତର ଏକ ଉନ୍ନତ ପ୍ରତିରକ୍ଷା ସମ୍ବନ୍ଧୀୟ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ଅଟେ । ଏହି ସଂସ୍ଥା ଭାରତ ସରକାରଙ୍କର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା, ରକ୍ଷା ମନ୍ତ୍ରଣାଳୟ ଅଧିନରେ ଅଛି । ଏହି ବିଶ୍ୱବିଦ୍ୟାଳୟ ଭାରତର ପୁନେ ଜିଲ୍ଲା ଏବଂ ମହାରାଷ୍ଟ୍ରର ଗିରିନଗରରେ ଖଡ଼କୱାସଲା ଡ୍ୟାମ ପାଖରେ ଅବସ୍ଥିତ । ବିଭାଗ ବିଶ୍ୱବିଦ୍ୟାଳୟଦ୍ୱାରା ୧୦ଟି ଶିକ୍ଷା ବିଭାଗ ଉପଲବ୍ଧ କରାଯାଇଛି : ମହାକାଶ ବୈଷୟିକ ଶିକ୍ଷା କମ୍ପ୍ୟୁଟର ବୈଷୟିକ ଶିକ୍ଷା ଇଲେକଟ୍ରୋନିକସ୍‌ ବୈଷୟିକ ଶିକ୍ଷା ପଦାର୍ଥଭିତ୍ତିକ ବୈଷୟିକ ଶିକ୍ଷା ଯାନ୍ତ୍ରିକ ବୈଷୟିକ ଶିକ୍ଷା ଜୀବବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରଯୁକ୍ତିବିଦ୍ୟା ପରିଚାଳନା ବ୍ୟବହାରିକ ରାସାୟନିକ ବିଜ୍ଞାନ ବ୍ୟବହାରିକ ଗଣିତ ବ୍ୟବହାରିକ ପଦାର୍ଥ ବିଜ୍ଞାନ ରହିବା ସୁବିଧା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପଏଣ୍ଟସ୍‌ ନାମକ ଛାତ୍ରାବାସ ଦେୟଯୁକ୍ତ ରହିବାର ସୁବିଧା ରହିଛି । ଏଥିରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୦ରୁ ଅଧିକ କୋଠରୀର ବ୍ୟବସ୍ଥା ଅଛି । ପ୍ରତ୍ୟେକ କୋଠରୀ ସହ ସଂଯୁକ୍ତ ଶୌଚାଳୟ ମଧ୍ୟ ଅଛି । ଗୋଟିଏ କୋଠରୀରେ ୪ ଜଣ ରହିବାର ସୁବିଧା ଅଛି, ଯେଉଁଠି ପ୍ରତି ଛାତ୍ରଙ୍କୁ ଦିନପିଛା ମାତ୍ର ୧୭୫ ଟଙ୍କା ଦେୟ ଦେବାକୁ ପଡିଥାଏ ।
ମାରୁଦୁରୁ ଗୋପାଲନ ରାମଚନ୍ଦ୍ରନ 17 1917 24 1987 , ( ଏମ. ଜି. ରାମଚନ୍ଦ୍ରନ ବା ନାମରେ ଲୋକପ୍ରିୟ) ହେଉଛନ୍ତି ଜଣେ ଭାରତୀୟ କଥାଚିତ୍ର ତାରକା, କଥାଚିତ୍ର ନିର୍ମାତା ତଥା ରାଜନିତୀଜ୍ଞ ଯିଏ କି ୧୯୭୭ରୁ ୧୯୮୭ ଯାଏଁ ତାମିଲନାଡୁର ମୁଖ୍ୟମନ୍ତୀ ଥିଲେ । ତାମିଲ କଥାଚିତ୍ର ଜଗତର ଜଣେ ଅପ୍ରତିଦ୍ୱନ୍ଦୀ ଅଭିନେତା ସହ ସେ ତାମିଲନାଡୁ ସଂସ୍କୃତିର ପ୍ରତିମା ଭାବେ ଗଣ୍ୟ ହୁଅନ୍ତି । ତାମିଲ ଜଗତର ଏହି ଅଭିନେତା ତଥା ମାନବବାଦୀ ନେତା " " (ଲୋକଙ୍କ ରାଜା), " " (କ୍ରାନ୍ତିକାରୀ ନେତା) & " " (ଗୁରୁ) ନାଆଁରେ ମଧ୍ୟ ସେ ସୁପରିଚିତ । ଯୁବାବସ୍ଥାରେ ରନଚନ୍ଦ୍ରନ ଓ ତାଙ୍କ ବଡ଼ ଭାଇ ଏମ. ଜି. ଚକ୍ରପାଣି ଏକ ନାଟକ ଦଳରେ ଯୋଗ ଦେଇ ପରିବାର ପ୍ରତିପୋଷନ କରୁଥିଲେ । ସେହି ସମୟରେ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଲେ । କିଛିବର୍ଷ ନାଟକରେ ଅଭିନୟ କରିବା ପରେ ସେ ୧୯୩୬ରେ ତାଙ୍କର ପ୍ରଥମ କଥାଚିତ୍ର ସାଥୀ ଲୀଳାବତୀରେ ଏକ ସହ ଅଭିନେତା ଭାବେ ଅଭିନୟ କଲେ । ୧୯୪୦ର ଶେଷ ଭାଗ ବେଳକୁ ସେ ତାମିଲ କଥାଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ ପରବର୍ତ୍ତୀ ତିନି ଦଶକ ଧରି ତାମିଲ କଥାଚିତ୍ର ଜଗତର ଅପ୍ରତିଦ୍ୱନ୍ଦୀ ତାରକା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ସେ ସି ଏନ୍ ଆନ୍ନାଦୁରାଇଙ୍କ ପରିଚାଳିତ ରାଜନୈତିକ ଦଳରେ ଯୋଗ ହେଲେ ଏବଂ ଚିତ୍ରତାରକା ଭାବେ ତାଙ୍କର ଲୋକପ୍ରିୟତା ବଳରେ ଦଳରେ ତାଙ୍କ ପ୍ରତିଷ୍ଠା ବୃଦ୍ଧି ପାଇଲା । ୧୯୭୨ ମସିହାରେ, ଆନ୍ନାଦୁରାଇଙ୍କ ମୃତ୍ୟୁର ତିନି ବର୍ଷ ପରେ ସେ କରୁଣାନିଧିଙ୍କ ନେତୃତ୍ୱରେ ପରିଚାଳିତ ଦଳ ତ୍ୟାଗ କରି ନାମରେ ନିଜର ଏକ ଆଞ୍ଚଳିକ ରାଜନୈତିକ ଦଳ ଗଠନ କଲେ । ଏହାର ପାଞ୍ଚ ବର୍ଷ ପରେ ୧୯୭୭ରେ କୁ କ୍ଷମତାଚ୍ୟୁତ କରି ର ନେତୃତ୍ୱରେ ଏକ ଗଠବନ୍ଧନ ସରକାର ତାମିଲନାଡୁରେ ସରକାର ଗଠନ କଲା । ଏହି କ୍ରମରେ ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେଲେ । ତାମିଲନାଡୁର ରାଜନୈତିକ ଇତିହାସରେ ଚିତ୍ରତାରକାରୁ ମୁଖ୍ୟମନ୍ତ୍ରୀ ହେବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି । ୧୯୮୦ର ଏକ ମଧ୍ୟବର୍ତ୍ତୀ ଛଅମାସ ସମୟକୁ ବାଦଦେଲେ, ଯେତେବେଳେ କି କେନ୍ଦ୍ର ବ୍ୟାବିନେଟଦ୍ୱାରା ତାଙ୍କ ସରକାର ଗାଦିଚ୍ୟୁତ ହୋଇଥିଲା, ୧୯୮୦ ତଥା ୧୯୮୪ର ଦୁଇଟିଯାକ ନିର୍ବାଚନରେ ଜୟଲାଭ କରି ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ (୧୯୮୭) ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଆସନ ଅଳଂକୃତ କରିଥିଲେ । ପ୍ରରମ୍ଭିକ ଜୀବନ ଶ୍ରୀଲଙ୍କାସ୍ଥିତ କାଣ୍ଡିର ଏକ ମାଲୟାଲାମୀ ପରିବାରରେ .ଙ୍କ ଜନ୍ମ । ବାପା ଥିଲେ ମେଲାକାଥ ଗୋପାଳ ମେନନ ଏବଂ ମାଆ ଥିଲେ ମାରୁଥୁରୁ ସତ୍ୟଭାମା । ଜୀବନର ପ୍ରାରମ୍ଭିକ ଅବସ୍ଥାରେ . ଜଣେ ଧାର୍ମିକ ହିନ୍ଦୁ ତଥା ଭଗବାନ ମୁରୁଗାନଙ୍କ ଭକ୍ତ ଥିଲେ । , ଦଳରେ ଯୋଗଦେବା ପରେ ସେ ଏକ ତର୍କବାଦୀ ବନିଗଲେ । . ଙ୍କ ପ୍ରଥମ ବିବାହିତା ପତ୍ନୀ ଚିତାରୀକୁଲାମ କମ ବୟସରେ ଅସୁସ୍ଥ ରହି ମୃତ୍ୟୁବରଣ କଲେ । . ଙ୍କ ଦ୍ୱିତୀୟ ବିବାହ ହୋଇଥିଲା ସତ୍ୟାନନ୍ଦବତୀଙ୍କ ସହ । କିନ୍ତୁ ସେ ମଧ୍ୟ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ । ୧୯୬୫ରେ . ତୃତୀୟ ପାତ୍ନୀଭାବେ ତାମିଲ ଚଳଚ୍ଚିତ୍ର ଜଗତର ଏକ ପୂର୍ବତନ ତାରକା ଭି ଏନ୍ ଜାନକୀଙ୍କୁ ବିବାହ କଲେ । ତେବେ ଜାନକୀ .ଙ୍କୁ ବିବାହ କରିବା ନିମିତ୍ତ ନିଜର ପ୍ରଥମ ସ୍ୱାମୀ ଗଣପତୀଙ୍କୁ ଛାଡପତ୍ର ଦେଇଥିଲେ ।
ଅଖିଳ ଚନ୍ଦ୍ର ନାଏକ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୯୭,୦୪୧ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ଜଗନ୍ନାଥ ନାଏକଙ୍କୁ ୩୭,୯୭୯ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
କପା ବା କାର୍ପାସ ହେଉଛି ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ। ଏହାର ଉତ୍ପତ୍ତି ଆଫ୍ରିକା ଓ ଆରବ ଦେଶ ବୋଲି ଅନୁମାନ କରାଯାଏ। ଏହା ପ୍ରଥମେ ପଶ୍ଚିମ ସୁଦାନରେ ଚାଷ କରାଯାଇଥିଲା। ପରେ ଏହା ଭାରତକୁ ଆସିଥିଲା। ଚୀନ ଦେଶରେ ୭୦୦ ଖ୍ରୀଷ୍ଟାବ୍ଦରେ ଏହା ପହଂଚିଥିଲା ଓ ସେବେଠାରୁ ସେଠାରେ ଏହାକୁ ଚାଷ କରା ଯାଉଛି। ବିଭିନ୍ନ ଭାଷାରେ ନାମ ଇଉରୋପ ଫ୍ରେଞ୍ଚ - ଜର୍ମାନ - ଏସିଆ ବ୍ରହ୍ମଦେଶ (ବର୍ମିଜ) - - ସିଂହଳ - ପୁଲୁଂଗ ଭାରତ ପ୍ରୟୋଗ ସାମାନ୍ୟ ଏହି ଗଛର ଫଳ ଭିତରେ ତନ୍ତୁମୟ ଏକ ପଦାର୍ଥ ରହିଥାଏ ଯାହା ଭିତରୁ କଳା ରଙ୍ଗର ମଞ୍ଜି ବାହାରେ । ଏହି ତନ୍ତୁଜାତୀୟ ପଦାର୍ଥକୁ ହିଁ କପା କୁହାଯାଇଥାଏ। ଏହି ତନ୍ତୁରୁ ପୋଷାକ ପତ୍ର ପ୍ରସ୍ତୁତ ହୁଏ ଓ ମଞ୍ଜିରୁ ଖାଦ୍ୟୋପଯୋଗୀ ତେଲ ବାହାରିଥାଏ ।
୬୬୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଡୁଭେଲିସିବ (ଇଂରାଜୀ ଭାଷାରେ ), କୋପିକଟ୍ରା ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କ୍ରନିକ୍ ଲିମ୍ଫୋସାଇଟିକ ଲିଉକେମିଆ , ଛୋଟ ଲିମ୍ଫୋସାଇଟିକ ଲିମ୍ଫୋମା ଏବଂ ଫୋଲିକୁଲାର ଲିମ୍ଫୋମା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଯେତେବେଳେ ଅନ୍ୟ ଚିକିତ୍ସା ବିଫଳ ହୁଏ ସେତେବେଳେ ଏହା ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ସ୍ୱଳ୍ପ ରକ୍ତ କଣିକା, ରାସ, ଥକାପଣ, ଜ୍ୱର, ଯକୃତ ସମସ୍ୟା ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ । ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସର ପ୍ରଦାହ, ଅନୁର୍ବରତା ଏବଂ ସଂକ୍ରମଣ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ପିଆଇ୩କେଓ ଏବଂ ପିଆଇ୩କେୱାଇର ( 3 ଏବଂ 3 ) ଏକ ଦ୍ୱୈତ ପ୍ରତିବନ୍ଧକ । ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡୁଭେଲିସିବ୍ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୪ ସପ୍ତାହର ଚିକିତ୍ସା ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୧୭,୨୦୦ ଡଲାର ଥିଲା ।
ବଳବିନ୍ଦର ସିଂହ ସାନ୍ଧୁ , ଭାରତୀୟ କ୍ରିକେଟ ଦଳର ଜଣେ ପୂର୍ବତନ ଟେଷ୍ଟ ଓ ଏକଦିବାସୀୟ ଖେଳାଳି । ସେ ଜଣେ ମିଡିଉମ ଫାଷ୍ଟ ବୋଲର ହିସାବରେ ଭାରତ ପାଇଁ ୮ଟି ଟେଷ୍ଟ ଖେଳିବା ସହ ଭାରତ ଜିତି ଥିବା ୧୯୮୩ ବିଶ୍ୱ କପ ଦଳର ଜଣେ ଖେଳାଳି ସଦସ୍ୟ ଥିଲେ । ତାଙ୍କର ପ୍ରତିଭାକୁ ପ୍ରଥମେ ବିଶିଷ୍ଟ କୋଚ ରାମାକାନ୍ତ ଅଚରେକର ( ପରେ ସେ କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ପ୍ରଶିକ୍ଷଣ ଦେଇଥିଲେ ) ଓ ରଣଜୀ ଖେଳାଳି ହେମୁ ଡାଲଭି ଆବିଷ୍କାର କରିଥିଲେ । ୧୯୮୦-୮୧ ସିଜନରେ ମୁମ୍ବାଇ ପାଇଁ କର୍ଷଣ ଘବରୀଙ୍କ ଅନୁପସ୍ଥିତିରେ ପ୍ରାରମ୍ଭିକ ବୋଲର ହିସାବରେ ବଲବିନ୍ଦର ଖେଳ ଜୀବନ ଆରମ୍ଭ କରିଥିଲେ । ସେ ସେହି ସିଜନରେ ଗୁଜରାଟ ସହ ମେଚରେ ୯ ତି ୱିକେଟ ନେବା ସହ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ସିଜନରେ ୨୫ଟି ୱିକେଟ ମାତ୍ର ୧୮.୭୨ ହାରରେ ନେଇଥିଲେ । ୧୯୮୨/୮୩ ସିଜନର ପ୍ରାରମ୍ଭରେ ଦୁଲିପ ଟ୍ରଫିରେ ସେ ୮ଟି ୱିକେଟ ନେବା ସହ ୧୧ ନମ୍ବର ସ୍ଥାନରେ ବ୍ୟାଟିଂ କରି ୫୬ ରନ କରି ଜାତୀୟ ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରି ଜାତୀୟ ଦଳରେ ସ୍ଥାନ ପାଇଲେ ।ଭାରତୀୟ ଦଳର ପାକିସ୍ତାନ ଗସ୍ତରେ ସେ ଖେଳିଥିଲେ । ପାକିସ୍ତାନରେ ନିୟମିତ ବୋଲର ମଦନଲାଳଙ୍କ ଆହତ ହେବା କାରଣରୁ ସେ ଚତୁର୍ଥ ଟେଷ୍ଟରେ ଖେଳି କ୍ରମାଗତ ବଲରେ ମୋହସିନ ଖାନ ଓ ହାରୁନ ରଶିଦଙ୍କୁ ଔତ କରିବା ସହ ୯ ନମ୍ବରରେ ବ୍ୟାଟିଂ କରି ୭୧ ରନ କରିଥିଲେ । ୱେଷ୍ଟ ଇଣ୍ଡିଜ ସହ ସିରିଜରେ ସେ ୬୮ ରନ କରିଥିଲେ ଯେତେବେଳେ ଭାରତୀୟ ବେତସମେନମାନେ ବିଫଳ ହେଇଥିଲ । ୧୯୮୩ରେ ଭରତ ଜିତି ଥିବା ବିଶ୍ୱ କପ ବିଜଯରେ ସାନ୍ଧୁଙ୍କ ଅବଦାନ ବଳିଷ୍ଠ ଥିଲା । ସେ ଫାଇନାଲରେ ଶେଷ ୱିକେଟ ଯୋଡି ପାଇଁ ଶୟଦ କିରିମାନିଙ୍କ ସହ ୨୨ ରନ ଯୋଡିଥିଲେ ଯାହା କି ପରିସ୍ଥିତି ଅନୁସାରେ ବହୁ ମୁଲ୍ୟବାନ ଥିଲା । ତା ପରେ ସେ ବୋଲିଂ କରି ଦୁର୍ଦ୍ଧର୍ଷ ୱେଷ୍ଟ ଇଣ୍ଡିଜ ଓପନିଂ ବେତସମେନ ଗ୍ରିନିଜଙ୍କ ୱିକେଟ ଏକ ଇନସ୍ୱିଙ୍ଗର ଜରିଆରେ ନେଇ ଭାରତୀୟ ଦଳକୁ ବିଜଯ ପଥରେ ଆଗେଇ ନେବାରେ ସାହାଯ୍ୟ କଲେ । ସାନ୍ଧୁ ସେହି ୧୯୮୩ରେ ତାଙ୍କର ସେଶ ଟେଷ୍ଟ ଖେଳିଥିଲେ । ୧୯୮୪ ରଣଜୀ ଟ୍ରଫିରେ ସାନ୍ଧୁ ଉଭୟ ବେତ ଓ ବଲରେ ଭଲ ପ୍ରଦର୍ଶନ କରିଥିଲେ । ସେ ମୁମ୍ବାଇ ଦଳର କୋଚ ହିସାବରେ ଓ ଜାତୀୟ କ୍ରିକେଟ ଏକାଡେମିରେ କାମ କରିଥିଲେ । ୧୯୯୦ ଦଶକରେ ସେ କେନିୟାରେ ଘରେଇ କ୍ରିକେଟ ଖେଳିବା ସହ କୋଚିଙ୍ଗ ମଧ୍ୟ ଦେଇଥିଲେ । ସେ ପରେ ବନ୍ଦ ହେଇଯାଇଥିବା ଌଗରେ ମଧ୍ୟ ଖେଳିଥିଲେ ଓ ବର୍ତ୍ତମାନ ମୁମ୍ବାଇରେ ତାଙ୍କ ଦୁଇ ଝିଅଙ୍କ ସହ ବସ ବାସ କରନ୍ତି ।
ପୁଞ୍ଜିକୃତପୂଯ ପୁଞ୍ଜିତ ପୂଯ ବା ଆବସେସ (ଇଂରାଜୀରେ ) ଏକ ରୋଗ ଯେଉଁଥିରେ ଦେହର କୌଣସି ସ୍ଥାନର ତନ୍ତୁରେ ପୂଯ ଜମାହୋଇ ରହେ । ଏହାର ଲକ୍ଷଣ ଓ ଚିହ୍ନ ସମୂହ: ଲାଲ ଦେଖାଯିବା, ଯନ୍ତ୍ରଣା ହେବା ଓ ଫୁଲା ଯାହାକୁ ଚିପିଲେ ତରଳ ପଦାର୍ଥ ଥିବା ଥଳି ଭଳି ହାତକୁ ଲାଗେ । ଫୁଲିବା ସ୍ଥାନଠାରୁ ଅଧିକ ସ୍ଥାନ ଲାଲ ଦେଖାଯାଏ । କାର୍ବଙ୍କଲ (ଇଂରାଜୀରେ ) ଓ ଫରଙ୍କଲ (ଇଂରାଜୀରେ ) ରୋଗଦ୍ୱୟ ଏହି ଆବସେସ ପ୍ରଜାତିର ରୋଗ ଯେଉଁଥିରେ ଲୋମ ଫଲିକ୍ଲର ଖୋଲିବା ପଥ ବନ୍ଦ ହୋଇଯାଏ, କାର୍ବଙ୍କଲ ଆକାରରେ ବଡ଼ । ଏହି ରୋଗ ଜୀବାଣୁ ସଂକ୍ରମଣଦ୍ୱାରା ହୁଏ । ଅଧିକାଂଶ ସମୟରେ ଗୋଟିଏ ସଂକ୍ରମଣରେ ଏକାଧିକ ବିଭିନ୍ନ ଜୀବାଣୁ ଜଡ଼ିତ ଥାଆନ୍ତି । ଆମେରିକାଅ ଓ ପୃଥିବୀର ଅନେକ ସ୍ଥାନରେ ସାଧାରଣତଃ ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକସ ଅରିଅସ ଜୀବାଣୁ ଏହି ରୋଗ କରାଏ । ଚମ ଆବସେସ ଦେଖିକରି ଚିହ୍ନିହୁଏ ଓ ଏହାକୁ କାଟି ଖୋଲିଦେଲେ ନିଧାର୍ଯ ଭାବେ ନିର୍ଣ୍ଣିତ ହୁଏ । ସନ୍ଦେହ ଜନ‌କ ରୋଗ ଥିଲେ ଅଲ୍ଟ୍ରାସାଉଣ୍ଡ ଇମେଜିଙ୍ଗ କରାଯାଏ । ମଳଦ୍ୱାର ଆବସେସ ହୋଇଥିଲେ କମ୍ପ୍ୟୁଟର ଟୋମୋଗ୍ରାଫି କରି ଅଭ୍ୟନ୍ତର ସଂକ୍ରମଣ ନିର୍ଣ୍ଣୟ କରାଯାଏ । ଦେହରେ ପୂଯ ଥିଲେ ସେ ସ୍ଥାନଟି କାଟି ପୂଯ ବାହାର କରିଦେବା ହିଁ ମାନ‌କ ଚିକିତ୍ସା । ଅନ୍ୟ କୌଣସି ରୋଗ ନ ଥାଇ ଲୋକର ପୂଯ ଥିଲେ କେବଳ ତାହା ବାହାର କରିଦେବା ଯଥେଷ୍ଟ, କୌଣସି ଆଣ୍ଟିବାୟୋଟିକର ଉପକାରୀତା ଥିବା ଜଣାଯାଏ ନାହିଁ । ପୂଯ କଢ଼ିଦେବା ପରେ ଗଜ ପ୍ୟାକିଙ୍ଗ ନ ଦେବା ସପକ୍ଷରେ ପ୍ରମାଣ ମିଳୁଛି । କଟା ମୁହଁ ବନ୍ଦ ନ କରି ଖୋଲା ଛାଡ଼ିଲେ ଆଉଥାରେ ପୂଯ ନ ହୋଇ ଶୀଘ୍ର ଶୁଖିବ । ସିରିଞ୍ଜ ଛୁଞ୍ଚି ସାହାଯ୍ୟରେ ପୂଯ ସମ୍ପୁର୍ଣ୍ଣ ବାହାର କରିହୁଏ ନାହିଁ । ଚର୍ମରେ ପୂଯ ହେବା ଅତି ସାଧାରଣ ରୋଗ । ଶୀରାରେ ଇଞ୍ଜେକସନ ଦେଲେ ଏହି ସଙ୍କଟ ଉପୁଜେ ଓ ଏହା ପ୍ରାୟ ୬୫ % ଲୋକଙ୍କର ହୁଏ । ଆମେରିକାରେ ସନ ୨୦୦୫ରେ ୩.୨ ନିୟୁତ ଲୋକ ଏହି ରୋଗ ନିମନ୍ତେ ଏମରଜେନ୍ସି ଓ.ପି.ଡି.କୁ ଯାଇଥିଲେ । ସନ ୨୦୦୮ରେ ଅଷ୍ଟ୍ରେଲିଆରେ ୧୩୦୦୦ ଲୋକ ଏହି ରୋଗରେ ପୀଡ଼ିତ ହୋଇ ଆଡମିସନ ହୋଇଥିଲେ ।
ଅଫସାନା ଆରା ବିନ୍ଦୁ ଜନ୍ମ: (1988-01-14)ଜାନୁଆରୀ ୧୪, ୧୯୮୮ ଜନ୍ମସ୍ଥାନ ଢାକା, ବଙ୍ଗଳାଦେଶ ଜଣେ ବଙ୍ଗଳାଦେଶୀ ମଡେଲ ଏବଂ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଏବଂ ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଭିନୟ କରନ୍ତି । ୨୦୦୬ ମସିହାରେ ଅଫସାନା ଲକ୍ସ ଚେନାଲ ଆଇ ସୁପରଷ୍ଟାର କାର୍ଯ୍ୟକ୍ରମ ଜରିଆରେ ଜଣେ ମଡେଲ ଭାବରେ ତାଙ୍କର ପେଶା ଆରମ୍ଭ କରିଥିଲେ । ସେତେବେଳେ ସେ ଜାହାଙ୍ଗୀରନଗର ବିଶ୍ୱବିଦ୍ୟାଳୟରେ ବ୍ୟବସାୟ ପ୍ରବନ୍ଧ ଶାସ୍ତ୍ର ଅଧ୍ୟୟନ କରୁଥିଲେ । ବିନ୍ଦୁ ମଡେଲିଂରେ ଏହିଭଳି ଛୋଟ ଛୋଟ କାମ କରିବାପରେ ବିଭିନ୍ନ ପ୍ରତିଯୋଗୀତାମୂଳକ କାର୍ଯ୍ୟରେ କାମ କରିବା ଆରମ୍ଭ କରିଥିଲେ । ସେହି ବର୍ଷ ସେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ନିର୍ଦ୍ଦେଶକ ତାଉକୀର ଅହମ୍ମଦଙ୍କ ନିର୍ଦ୍ଦେଶିତ କଥାଚିତ୍ର ଦାରୁଚିନି ଦୀପ ଜରିଆରେ ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ମାତ୍ର ତାଙ୍କର ସେହି ଛୋଟ ଭୂମିକାଟିକୁ ସମୀକ୍ଷକମାନେ ଯୁକ୍ତାତ୍ମକ ଭାବରେ ଗ୍ରହଣ କରିଥିଲେ ଏବଂ ତାଙ୍କର ଅଭିନୟକୁ ଦର୍ଶନ ଅଧିକ ପସନ୍ଦ କରିଥିଲେ, ଯାହାକି ତାଙ୍କ ଆତ୍ମବିଶ୍ୱାସକୁ ଅଧିକ ଦୃଢ଼ କରିଥିଲା । ଏହାପରେ ସେ ଜାଗୋ ଓ ପିରିତେର୍ ଅଗୁନ୍ ଜୋଲେ ଦିଗୁନ କଥାଚିତ୍ରରେ ତାଙ୍କର ଅଭିନୟର ପାରଦର୍ଶିତା ଦେଖାଇଥିଲେ । ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଶୋହେଲ ଅର୍‌ମାନଙ୍କର ନିର୍ଦ୍ଦେଶିତ ଚଳଚ୍ଚିତ୍ର ଏଇତ ପ୍ରେମରେ ଅଫସାନା ଅଭିନୟ କରିଥିଲେ । ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ଅଫସାନା ଆରା ବିନ୍ଦୁ ୧୯୮୮ ମସିହାର ଜାନୁଆରୀ ମାସ ୧୪ ତାରିଖରେ ବଙ୍ଗଳାଦେଶର ଢାକାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜାହାଙ୍ଗୀରନଗର ବିଶ୍ୱବିଦ୍ୟାଳୟରେ ବ୍ୟବସାୟ ପ୍ରବନ୍ଧ ଶାସ୍ତ୍ର ଅଧ୍ୟୟନ କରୁଥିବା ସମୟରେ ମଡେଲିଂ କରିବା ଆରମ୍ଭ କରିଥିଲେ । ମଡେଲିଂ ଏବଂ ଅଭିନୟ ଜୀବନ ଅଫସାନା ଆରା ବିନ୍ଦୁ ୨୦୦୬ ମସିହାରେ ଲକ୍ସ ଚେନାଲ ଆଇ ସୁପରଷ୍ଟାର ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ଏବଂ ୨ୟ ସ୍ଥାନରେ ରହି ମଡେଲିଂରେ ତାଙ୍କର ପେଶା ଆରମ୍ଭ କରିଥିଲେ । ଏହାପରେ ସେ ସେହି ବର୍ଷ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଦାରୁଚିନି ଦୀପ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାଉକୀର ଅହମ୍ମଦ । ଏହାପରେ ୨୦୧୦ ମସିହାରେ ଜାଗୋ, ୨୦୧୧ ମସିହାରେ ପିରିତେର୍ ଅଗୁନ୍ ଜୋଲେ ଦିଗୁନ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ଏଇତ ପ୍ରେମ ମୁକ୍ତିଲାଭ କରିଥିଲା । ବିନ୍ଦୁ ଜଣେ ମଡେଲ ଭାବରେ କାମ କରିବା ଏବଂ କଥାଚିତ୍ରରେ ଅଭିନୟ କରିବା ବ୍ୟତୀତ କିଛି କାର୍ଯ୍ୟକ୍ରମର ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ବିଭିନ୍ନ ବଙ୍ଗଳାଦେଶୀ ଦୂରଦର୍ଶନ ଧାରାବାହିକ ଓ ନାଟକରେ ଅଭିନୟ କରିଛନ୍ତି । ଚୟନିକା ଚୌଧୁରୀଙ୍କ ନିର୍ଦ୍ଦେଶନାରେ ମୁଗ୍ଧ ନିଳୀମାର ପ୍ରାନ୍ତୟେ, ଓନାକାଙ୍ଖିତ, ଲାଲ ଗୋଲାପ ସଦା ମନ ଆଦି ଧାରାବାହିକରେ ଅଭିନୟ କରିଥିଲେ । ସେ ଅଭିନେତା ସଜଳ ନୂର୍‌ଙ୍କ ସ‌ହ ତମୟ ଚେରେ କଥାଏ ଜାବୋ, ଏଖାନଏ ଶେଷ ନୟ, ଦୁଲ୍‌ଚେ ଦୋଲ୍‌ନା, ସରି, ଏକ ଆକାଶ ନୀଲ୍, ଛୋଟବେଳ, ଚେନା ଚେନା ଲାଗେ ଆଦି ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ବୈବାହିକ ଜୀବନ ଅଫସାନା ଆରା ବିନ୍ଦୁ ଆସିଫ ସଲାଉଦ୍ଦିନ ମାଲେକଙ୍କୁ ବିବାହ କରିଥିଲେ ।
ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଜିତ ଦାସ ଓ କୁକୁସ୍ ସ୍ୱାଇଁ । ଏହି କଥାଚିତ୍ରଟି ୨୦୨୩ ମସିହାର ଜାନୁଆରୀ ୮ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । ଅଭିନୟ ଅଭିଜିତ ଦାସ କୁକିଜ୍ ସ୍ୱାଇଁ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ସୁବାସ ଦାସ, ଅରୁଣ ମନ୍ତ୍ରୀ, ନିହାର ପ୍ରିୟାଂଶ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦେବାଂଶୀ, ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଯଦୁନାଥ ଦାସ ମହାପାତ୍ର (୦୧ ମାର୍ଚ୍ଚ ୧୯୨୯-୨୧ ଅଗଷ୍ଟ ୨୦୧୮) ଜଣେ ଓଡ଼ିଆ ସାହିତ୍ୟିକ ଓ ରାଜନେତା ଥିଲେ । ସୋରରୁ ସେ ୩ଥର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଓ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସାହିତ୍ୟରେ ଅବଦାନ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଅନେକ ପୁରସ୍କାରପ୍ରାପ୍ତ ହୋଇଥିଲା । ବାଲ୍ୟଜୀବନ ଯଦୁନାଥ , ୧୯୨୯ମସିହାରେ ବାଲେଶ୍ୱର ଜିଲ୍ଲାର କୋଡେଇଠାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ରାଜନାରାୟଣ ଦାସ ମହାପାତ୍ର । ରାଜନୈତିକ ଜୀବନ ଛାତ୍ରଜୀବନରୁ ଯଦୁନାଥ ରାଜନୀତିରେ ସକ୍ରିୟ ଥିଲେ । କଲିକତାରେ ପଢୁଥିବା ସମୟରେ ସେ "କଲିକତା ଉତ୍କଳ ଛାତ୍ରସଂଘ" ର ଅଧ୍ୟକ୍ଷ ଥିଲେ । ୧୯୬୨ମସିହାରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ୧୯୬୪-୬୭ ପର୍ଯ୍ୟନ୍ତ ସେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ଓ ୧୯୬୭ରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪ ଓ ୧୯୮୫ ନିର୍ବାଚନରେ ସେ ସୋର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାଥୀଭାବରେ ବିଭାନସଭାକୁ ନିର୍ବାଚିତ ହୋଇଥିଲେ । ବିଭିନ୍ନ ସମୟରେ ସେ ଓଡ଼ିଶାର ଅର୍ଥ, ସଂସ୍କୃତି, ପର୍ଯ୍ୟଟନ, ଶିକ୍ଷା ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ । ସାହିତ୍ୟ ସର୍ଜନା ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଯଦୁନାଥ ଲେଖନୀ ଚାଳନା କରିଥିଲେ । ତାଙ୍କର ୬୦ରୁ ଅଧିକ ବହି ଛପାଯାଇଛି । ସେଥିମଧ୍ୟରେ ୧୨ଟି ନାଟକ, ୭ଟି ଗଳ୍ପ ସଂକଳନ, ୧୦ଟି କବିତା, ୮ଟି ଶିଶୁ ସାହିତ୍ୟ, ୧୫ଟି ଉପନ୍ୟାସ, ୬ଟି ଏକାଙ୍କିକା, ୨ଟି ପ୍ରବନ୍ଧ ଓ ୨ଟି ଅନୁବାଦ ଅନ୍ତର୍ଭୁକ୍ତ । ତାଙ୍କ ନାଟକ "ଭୁଲି ହୁଏନା" କୁ ନେଇ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି । ସମ୍ମାନ ଓ ପୁରସ୍କାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୭୬ (ଅଥବା ଅନ୍ଧାର ପାଇଁ) ଝଙ୍କାର କବିତା ପୁରସ୍କାର - ୧୯୭୪ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୨୦୦୨ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ) ଭୁବନେଶ୍ୱର ପୁସ୍ତକମେଳା ସମ୍ମାନ - ୨୦୦୪ କୋଣାର୍କ ଜାତୀୟ ନାଟ୍ୟ ସମ୍ମାନ - ୨୦୦୬ ମୃତ୍ୟୁ ୨୦୧୮ ଅଗଷ୍ଟ ୨୧ତାରିଖରେ ଯଦୁନାଥ, ମୃତ୍ୟୁବରଣ କରିଥିଲେ ।
ଗର୍ବ କରିବାର କଥା ହୃଷୀକେଶ ପଣ୍ଡାଙ୍କଦ୍ୱାରା ରଚିତ ଏକ ଉପନ୍ୟାସ ଅଟେ । ଏହି ରଚନା ପାଇଁ ତାଙ୍କୁ ୨୦୧୨ ମସିହା ପାଇଁ ଶାରଳା ପୁରସ୍କାର ପ୍ରଦାନ କରାଯାଇଥିଲା । ପୁସ୍ତକ ସମୀକ୍ଷା 'ଗର୍ବ କରିବାର କଥା' ଗତ ପାଞ୍ଚଶହ ବର୍ଷର ଉତ୍କଳର ଗୌରବ ଓ ସେ ଗୌରବର ଅବକ୍ଷୟର କଥା । ଏହା ରାଜାରାଜୁଡ଼ାଙ୍କ କଥା ନୁହେଁ; ସାଧାରଣ ଚାଷୀ, କାରିଗର, ଲୁଗା ବୁଣାଳି, ନାବିକ, ବଣିକ ଓ ସାଧବଙ୍କ କଥା । ଉତ୍ତର ଓଡ଼ିଶାର ଗୋଟିଏ ପରିବାରର କାହାଣୀ ମାଧ୍ୟମରେ ଏ ଉପନ୍ୟାସ ସମଗ୍ର ଓଡ଼ିଶାର ପାଞ୍ଚଶହ ବର୍ଷର ଅର୍ଥନୈତିକ ଉତ୍‌ଥାନ ପତନର କଥା ଆବିଷ୍କାର କରିବାକୁ ପ୍ରୟାସ କରେ । ଏହା ଇତିହାସ ନୁହେଁ ସତ, କିନ୍ତୁ ବହୁଦେଶର ଐତିହାସିକ ତଥ୍ୟ ଓ ଲୋକକଥା ଉପରେ ଆଧାରିତ । ଏହା ଅଳସ ଇତିହାସର ଅଲେଖ୍ୟ ନୁହେଁ; ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଭାରତର ସବୁଠାରୁ ବିଭବଶାଳୀ ଅଞ୍ଚଳ ଥାଇ,କୌଣସି ବେଦେଶୀ ଶାସକର ପରାଧୀନ ନ ହୋଇ, ଓଡ଼ିଶା କେବେ କାହିଁକି ଦରିଦ୍ର ହୋଇଗଲା, ସେ ପ୍ରଶ୍ନର ଉତ୍ତର ଏ ଉପନ୍ୟାସ ସାହିତ୍ୟିକ ମାଧ୍ୟମଦ୍ୱାରା ଅନ୍ୱେଷ କରେ । ବିଜେତା ଇତିହାସ ଲେଖେ, ସେ ଇତିହାସର ବିଜେତାକୁ ବଡ଼ କରି ଦେଖାଏ, ପରାଜିତକୁ ଉପହାସ କରେ, ସେ ବିଜେତା ଅଶୋକ ହୁଅନ୍ତୁ କି ଇଂରେଜ ହୁଅନ୍ତୁ । ଲିଖିତ ଇତିହାସ ମିଛ ହୋଇପାରେ, ଲୋକକଥା ଓ ଉପନ୍ୟାସ ଅଧିକ ସତ୍ୟାଶ୍ରୟୀ ହୋଇପାରେ । ବଂଶାବଳୀ ଏହା ଉପନ୍ୟାସରେ ବର୍ଣ୍ଣିତ ଚରିତ୍ରମାନଙ୍କର ବଂଶାବଳୀ ।
ମୋ ମମି ପାପାଙ୍କ ବାହାଘର, ୨୦୨୦ ମସିହାରେ ଦୂରଦର୍ଶନ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗତ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ସନ୍ତୋଷ ନାରାୟଣ ଦାଶ । ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ନିର୍ଦ୍ଦେଶକ ରାଜେଶ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସାଇ ଯଶୋବନ୍ତ, କୁକିସ୍ ସ୍ୱାଇଁ, ଅନନ୍ତ ମିଶ୍ର, ଐଶ୍ୱର୍ଯ୍ୟା ବେହେରା ଆଦି କଳାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୨୦ ମସିହାର ସେପ୍ଟେମ୍ବର ୬ ତାରିଖରେ ଏହି କଥାଚିତ୍ରଟି ଉଭୟ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁ୍କ୍ତିଲାଭ କରିଥିଲା । ଅଭିନୟ ସାଇ ଯଶୋବନ୍ତ କୁକିସ୍ ସ୍ୱାଇଁ ଅନନ୍ତ ମିଶ୍ର ଐଶ୍ୱର୍ଯ୍ୟା ବେହେରା କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱସ୍ୱରୂପ ।
୧୯୯୭ ଗ୍ରେଗୋରି ପାଞ୍ଜି ଅନୁସାରେ ବୁଧବାର ଦିନ ଆରମ୍ଭ ହେଇଥିବା ଏକ ସାଧାରଣ ବର୍ଷ, ମସିହା ଓ ଖ୍ରୀଷ୍ଟାବ୍ଦ ମାନ୍ୟତା ଅନୁସାରେ 1997 ବର୍ଷ, 2 ଶହସ୍ରାବ୍ଦର 997 ବର୍ଷ, 20 ଶତାବ୍ଦୀର 97 ବର୍ଷ, ଏବଂ ୧୯୯୦ ଦଶକର 8 ବର୍ଷ ଥିଲା ।
ରାମ ଆୱାନା (ଜନ୍ମ: ୧ ମାର୍ଚ୍ଚ ୧୯୭୧) ଜଣେ ଭାରତୀୟ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ସେ ଦ୍ୱାରକାଧୀଶର - ଭଗବାନ୍ ଶ୍ରୀକୃଷ୍ଣ ଧାରାବାହିକରେ ରାଜା ପୌଣ୍ଡ୍ରକ ଭୂମିକାରେ ଅଭିନୟ ପାଇଁ ଜଣାଶୁଣ । ଏହା ବ୍ୟତୀତ ସେ ଜୟ ଶ୍ରୀ କୃଷ୍ଣରେ ଚାଣୁର, ଡିଡିର ଧାରାବାହିକ ଶିକୱାରେ ଫାରୁକ୍, ଶ୍ରୀ ପ୍ରାଣନାଥଜୀରେ ଛତ୍ରସାଲ ଭୂମିକା ପାଇଁ ମଧ୍ୟ ପରିଚିତ । ସେ ଇଟିସ୍ କମ୍ପ୍ଲିକେଟେଡ୍: ରିଲେସନସିପ୍ କା ନୟା ଷ୍ଟାଟସ୍, ସରୋଜୀନି - ଏକ୍ ନୟି ପେହଲା, କ୍ରାଇମ୍ ପେଟ୍ରୋଲ୍, ବାଳିକା ବଧୂ, ଗୁଟୁର ଗୁ, ଅଦାଲତ, ସିଆଇଡି, ଦୁର୍ଗା ଭଳି ଧାରାବାହିକରେ ଅଭିନୟ କରିଛନ୍ତି । ଅଭିନୟ ଜୀବନ ରାମ ୨୦୦ରୁ ଅଧିକ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିଛନ୍ତି । ସେ ୨୦୧୪ରେ ମାର୍କସ୍ ଏଚ୍. ରୋସେନମୁଲରଙ୍କ ଏକ ଜର୍ମାନ ଫିଚର ଚଳଚ୍ଚିତ୍ର ବେଷ୍ଟ ଚାନ୍ସରେ ଅଭିନୟ କରିଥିଲେ । ଦଙ୍ଗଲ ଟିଭିରେ ପ୍ରସାରିତ ପୌରାଣିକ ଧାରାବାହିକ ଦ୍ୱାରକାଧୀଶ ଭଗବାନ ଶ୍ରୀକୃଷ୍ଣ ସିଜିନ୍ ୨ରେ ସେ ଶକୁନି ଭୂମିକାରେ ଅଭିନୟ କରିଥିଲେ ।
ମୋକ୍ସିଫ୍ଲୋକ୍ସାସିନକୁ (ଇଂରାଜୀ ଭାଷାରେ , ଏକ ବିକ୍ରୟ ନାମ ଆଭେଲକ୍ସ) ଏକ ଆଣ୍ଟିବାୟୋଟିକ ଯାହା ଅନେକ ଜୀବାଣୁ ସଂକ୍ରମଣରେ ଦିଆଯାଏ । ନିମୋନିଆ, ନେତ୍ରାବରଣ ପ୍ରଦାହ, ଏଣ୍ଡୋକାର୍ଡ଼ାଇଟିସ, ଯକ୍ଷ୍ମା, ଓ ସାଇନୁସାଇଟିସ ଇତ୍ୟାଦି ରୋଗରେ ଏହି ଔଷଧ ଦିଆଯାଏ । ଏହା ପାଟିରେ, ଶିରାଭ୍ୟନ୍ତର ଇଞ୍ଜେକସନ ଓ ଆଖି ଟୋପା ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ମୁଣ୍ଦବୁଲା ଓ ମୁଣ୍ଡ ବିନ୍ଧା ହୁଏ । ସାଂଘାତିକ ପ୍ରତିକ୍ରିୟା ହେଲେ ପେରିଫେରାଲ ନିଉରୋପାଥି , ସଙ୍କଟ ଜନ‌କ ମାୟୋପାଥି ଓ ପେଶୀ ରାଜ୍ଜୁ ଛିଣ୍ଡିଯାଏ : । ଗର୍ଭାବସ୍ଥା ବା ସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ଅସ୍ପଷ୍ଟ ଅଛି । ଫ୍ଲୋରୋକୁଇନୋଲିନ ଶ୍ରେଣୀର ଏହା ଏକ ଔଷଧ । ଜୀବାଣୁର ଡିଏନଏ ଦ୍ୱିଭାଗ ନ ହୋଇପାରିବାରୁ ବାକ୍ଟେରିସାଇଡାଲ ମୃତ୍ୟୁ ହୁଏ । ଆମେରିକାରେ ସନ ୧୯୯୯ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଏହ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକାଶଶୀଳ ଦେଶମାନଙ୍କରେ ସନ ୨୦୧୫ରେ ଏହାର ଏକ ଦିନର ଖର୍ଚ୍ଚ ୦.୪୫ ଆମେରିକୀୟ ଡଲାର ଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଦିନର ଖର୍ଚ୍ଚ ୪ଡଲାର ।
ମନୋଜ ମିଶ୍ର ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତା । ସେ ଓଡ଼ିଆ କଥାଚିତ୍ର ସୁନା ସଙ୍ଖାଳୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଖଳନାୟକ ଭାବରେ ପ୍ରବେଶ କରିଥିଲେ । ମନୋଜ ଓଡ଼ିଆ କଥାଚିତ୍ର ଜଗତ ବ୍ୟତୀତ ତାମିଲ କଥାଚିତ୍ର ଜଗତର କିଛି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ରାଜନୈତିକ ଜୀବନ ମନୋଜ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୨,୩୦,୮୭୪ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ଥିଲେ ଏବଂ ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ଠାରୁ ୩,୮୬,୮୭୦ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।
ପ୍ଲୁଟୋ (ପ୍ରତୀକ: ଏବଂ ) ସୌରଜଗତର ଏକ ଅଂଶବିଶେଷ । 'ପ୍ଲୁଟୋ, ୧୩୪୩୪୦ପ୍ଲୁଟୋ, ଏରିଶ ପରେ ସୌରଜଗତର ଦ୍ୱିତୀୟ ବୃହତ୍ତମ ବିଶାଳ ବାମନ ଗ୍ରହ ଓ ଦଶମ ସୂର୍ଯ୍ୟ ଚାରିପଟେ ବୁଲୁଥିବା ଦଶମ ବୃହତ୍ତମ ମହାପିଣ୍ଡ । ଏହା ମୂଳତ ନବମ ଗ୍ରହ ଭାବରେ ନାମିତ ହୋଇଥିଲା, ପରେ ପ୍ଲୁଟୋ ଅନେକ ବିଶାଳ ପିଣ୍ଡ ନବଗଠିତ କୁଇପର ପଟି ଭିତରେ ଥିବା ଥିବା ଏକ ବାମନ ଗ୍ରହ ଓ ପ୍ଲୁଟୋଏଡ଼ ଭାବରେ ନାମିତ ହେଲା । ଅନେକ ବୈଜ୍ଞାନିକ ମତ ଦେଇଥିଲେ ଯେ ପ୍ଲୁଟୋକୁ ଏକ ଗ୍ରହର ଶ୍ରେଣୀରେ ନରଖି ଅନ୍ୟାନ୍ୟ ବାମନ ଗ୍ରହପୁଞ୍ଜ ଭିତରେ ରଖିବା ଉଚିତ । ୧୮ ଫେବୃଆରୀ ୧୯୩୦ରେ କ୍ଲାଏଡ଼ ଟମବଗଙ୍କଦ୍ୱାରା ପ୍ଳୁଟୋ ଆବିଷ୍କୃତ ହୋଇଥିଲା । ୨୪ ଅଗଷ୍ଟ ୨୦୦୬ରେ ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନୋମିକାଲ ୟୁନିଅନ (ଆଇ. ଏ. ୟୁ)ର ପ୍ରେଗଠାରେ ଅନୁଷ୍ଠିତ ସାଧାରଣ ବୈଠକରେ ସଦସ୍ୟମାନଙ୍କ ମତଦାନ ଆଧାରରେ ପ୍ଳୁଟୋକୁ ଗ୍ରହ ବଦଳରେ 'ବାମନ ଗ୍ରହ' ଭାବେ ନାମିତ କରାଗଲା ।
ସାଧାରଣତନ୍ତ୍ର ଭାରତର ରାସ୍ତା ଚିହ୍ନ ଇଂଲଣ୍ଡର ରାସ୍ତା ଚିହ୍ନର ଅନୁରୂପ, କେବଳ ଗୋଟିଏ ପାର୍ଥକ୍ୟ, ଭାରତରେ ଦୁଇ ବା ଅଧିକ ଭାଷାରେ ଲେଖାଥାଏ । ଅଧିକାଂଶ ସ‌ହରର ରାସ୍ତାଚିହ୍ନରେ ପ୍ରାଦେଶିକ ଭାଷା ଓ ଇଂଲିଶ ଭାଷା ପ୍ରୟୋଗ କରାଯାଇ ଥାଏ । ଜାତୀୟ ରାଜପଥରେ ପ୍ରାଦେଶିକ ଭାଷା, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖା ଥାଏ । ସନ ୨୦୧୨ରେ କେରଳର ପର୍ଯ୍ୟଟନ ବିଭାଗ ଏକ ପ୍ଲାନ ଘୋଷଣା କଲେ ଯେଉଁଥିରେ ରାସ୍ତାଚିହ୍ନ ସ‌ହିତ ପାର୍ଶ୍ୱବର୍ତ୍ତି ଡାକ୍ତରଖାନା ମାନ‌ଚିତ୍ର ରହିବ । ପୁରୁଣା ସାଇନବୋର୍ଡ଼କୁ ବଦଳେଇ ନୂଆ ଫ୍ଲୋରିସେଣ୍ଟ ବୋର୍ଡ଼ ଲଗେଇବାକୁ ନୋଇଡ଼ା ଅଥରିଟି ଘୋଷଣା କଲେ । ଗ୍ୟାଲେରି ଗ୍ୟାଲେରି ଅନିବାର୍ଯ୍ୟ ଚିହ୍ନ ଲାଲ ବୃତ୍ତ ମଧ୍ୟରେ ଅନିବାର୍ଯ୍ୟ ଚିହ୍ନ ଥାଏ ।
କୈଲାଶ ସହର ବିମାନ ବନ୍ଦର ( : , : ) ଭାରତୀୟ ରାଜ୍ୟ ତ୍ରିପୁରାର କୈଲାଶ ସହରଠାରେ ଅବସ୍ଥିତ । ଏଠାରେ 1990 ମସିହା ଯାଏ ଏକ ବିମାନ ବନ୍ଦର ଥିଲା । ତେବେ ସ୍ଥାନ ଅଭାବରୁ ଏହାକୁ ବନ୍ଦ କରିଦିଆଯାଇଥିଲା । ବର୍ତ୍ତମାନ ଯାଏ ସେଠାରେ ଔ ବିକଳ୍ପ ବିମାନ ବନ୍ଦରର ବ୍ୟବସ୍ଥା କରାଯାଇ ନାହି । ପ୍ରଚଳିତ ବିମାନ ବର୍ତ୍ତମାନ ସେଠାରୁ କଉଣଶି ନିୟମିତ ଉଡାଣ ନାହି ।
ଡ଼ିଭାଇନ୍ ପବ୍ଳିକ ସ୍କୁଲ, ରାୟଗଡ଼ା ଏକ ସହଶିକ୍ଷା ଭିତ୍ତିକ ଇଂରାଜୀ ମାଧ୍ୟମ ଉଚ୍ଚ ବିଦ୍ୟାଳୟ । ରାୟଗଡ଼ା ସହରର ବାଇପାସ୍‌ ରାସ୍ତାରେ ଥିବା ୟୁଜିଏମ୍ଆଇଟି ( : , ) ସାମନାରେ ଏହା ଅବସ୍ଥିତ । ଇତିହାସ ୧୯୯୩ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗଦ୍ୱାରା ସ୍ୱୀକୃତିପ୍ରାପ୍ତ । ଏହି ବିଦ୍ୟାଳୟରେ ହିନ୍ଦୀ ଦ୍ୱିତୀୟ୍ ସ୍ୱୀକୃତ ଭାଷା । ବିଦ୍ୟାଳୟଟି ଆଇସିଏସ୍ଇ ସହ ଅନୁବନ୍ଧିତ । ବିଦ୍ୟାଳୟରେ ଏକ ପାଠାଗାର ରହିଛି । ଡ଼ିଭାଇନ୍ ଗ୍ରୁପ ଶୈକ୍ଷିକ ଅନୁଷ୍ଠାନ ସାଧାରଣତଃ ଛାତ୍ର/ଛାତ୍ରୀଙ୍କ ପାଠ୍ୟୋତ୍ତର ଉତ୍କୃଷ୍ଟତା ପ୍ରକାଶ ନିମନ୍ତେ ଉଦ୍ଦିଷ୍ଟ । ପ୍ରତି ପିଲାର ସାମଗ୍ରିକ ବିକାଶ ଏହି ଅନୁଷ୍ଠାନର ଲକ୍ଷ୍ୟ ।
ମନିକା ବାତ୍ରା (ଜନ୍ମ : ୧୫ ଜୁନ ୧୯୯୫ ) ଜଣେ ଭାରତୀୟ ମହିଳା ଟେବୁଲ ଟେନିସ ଖେଳାଳି । ୨୦୧୮ ଅପ୍ରେଲ ମାସରେ ସେ ଭାରତର ଏକ ନମ୍ବର ଓ ବିଶ୍ୱର ୫୮ ର‍୍ୟାଙ୍କ ବିଶିଷ୍ଟ ମହିଳା ଟେବୁଲ ଟେନିସ ଖେଳାଳି ଥିଲେ । ପ୍ରାରମ୍ଭିକ ଜୀବନୀ ମନିକା ନୂଆ ଦିଲ୍ଲୀର ନାରାୟଣା ବିହାର ଅଞ୍ଚଳରେ ପରିବାରର ସର୍ବ କନିଷ୍ଠ କନ୍ୟା ହିସାବରେ ୧୫ ଜୁନ ୧୯୯୫ରେ ଜନ୍ମ ଗ୍ରହଣ କରିଥିଲେ । ସେ ମାତ୍ର ୪ ବର୍ଷ ବୟସରୁ ଟେବୁଲ ଟେନିସ ଖେଳିବା ଆରମ୍ଭ କରିଥିଲେ । ତାଙ୍କର ବଡ଼ ଭଉଣୀ ଆଞ୍ଚଳ ଓ ଭାଇ ସାହିଲ ଉଭୟ ଟେବୁଲ ଟେନିସ ଖେଳୁଥିଲେ । ଭଉଣୀ ଆଞ୍ଚଳଙ୍କ ପ୍ରେରଣାରେ ସେ ଟେନିସ ପ୍ରତି ଆଗ୍ରହ ପ୍ରଦର୍ଶନ କରିଥିଲେ । ସେ ପ୍ରଥମେ ରାଜ୍ୟସ୍ତରୀୟ ୮ ବର୍ଷରୁ କମ ବର୍ଗରେ ବିଜୟୀ ହେବା ପରେ ସେ ସନ୍ଦିପ ଗୁପ୍ତାଙ୍କ ଅଧୀନରେ ପ୍ରଶିକ୍ଷିତ ହୋଇଥିଲେ । ଗୁପ୍ତାଙ୍କର ପରାମର୍ଶକ୍ରମେ ସେ ନିଜ ସ୍କୁଲ ବଦଳେଇ ଦିଲ୍ଲୀର ହଂଶରାଜ ମଡେଲ ସ୍କୁଲରେ ପଢ଼ିଥିଲେ, ଯେଉଁଠାରେ ଗୁପ୍ତାଙ୍କର ଟେବୁଲ ଟେନିସ ଏକାଡେମୀ ରହିଥିଲା । . ମନିକା ନିଜ ସୁନ୍ଦର ଚେହେରା ପାଇଁ ଅନେକ ମଡେଲିଙ୍ଗ ପ୍ରସ୍ତାବ ପାଇଥିଲେ ମଧ୍ୟ ଟେବୁଲ ଟେନିସ ଖେଳିବାର ଅଭିଳାଷ ଯୋଗୁ ସେ ତାହା ପ୍ରତ୍ୟାଖ୍ୟାନ କରିଥିଲେ । ୧୬ ବର୍ଷ ବୟସ ହେଇଥିବା ସମୟରେ ସେ ସ୍ୱିଡେନର ପିଟର କାର୍ଲେସନ ଏକାଡେମିରେ ପ୍ରଶିକ୍ଷଣ ପାଇବାର ସୁଯୋଗ ପାଇଥିଲେ ମଧ୍ୟ ତାହା ପ୍ରତ୍ୟାଖ୍ୟାନ କରି ଦେଶ ଭିତରେ କୋଚିଙ୍ଗ ନେଇଥିଲେ । ପରେ ସେ ଜେସସ ଓ ମେରି କଲେଜରେ ସ୍ଥାନ ପାଇଥିଲେ ମଧ୍ୟ ଟେବୁଲ ଟେନିସ ପାଇଁ ଅଧିକ ସମୟ ଦେବାପାଇଁ ପାଠପଢ଼ା ଛାଡି ଦେଇଥିଲେ । ଖେଳ ଜୀବନୀ ୨୦୧୧ ମସିହାରେ ସେ ୨୧ ବର୍ଷରୁ କମ ବର୍ଗରେ ଚିଲି ଓପନ ଟୁର୍ଣ୍ଣାମେଣ୍ଟ ଖେଳି ରୌପ୍ୟ ପଦକ ଜିତି ଥିଲେ । ୨୦୧୪ ରାଷ୍ଟ୍ରମଣ୍ଡଳ ଖେଳରେ ଭାଗ ନେଇ ସେଥିରେ କ୍ୱାର୍ଟରଫାଇନାଲରେ ପହଞ୍ଚିଥିଲେ । ୨୦୧୫ ରାଷ୍ଟ୍ରମଣ୍ଡଳ ଖେଳରେ ସେ ଭାରତ ପାଇଁ ୩ଟି ପଦକ ଜିତିଥିଲେ । ସେଥିରେ ସେ ଦଳଗତ ବିଭାଗରେ ରୌପ୍ୟ ଏବଂ ଏକକ ଓ ଯୁଗଳ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିଲେ । ୨୦୧୬ ଦକ୍ଷିଣ ଏସିୟା କ୍ରୀଡ଼ା ପ୍ରତିଯୋଗୀତାରେରେ ୩ଟି ସ୍ୱର୍ଣ୍ଣ ପଦକ ପାଇଥିଲେ । ସେ ଏଥିରେ ମହିଳା ଡବଲସ , ମିକ୍ସଡ ଡବଲ ଓ ଦଳଗତ ପ୍ରତିଯୋଗୀତାରେ ଭାଗନେଇଥିଲେ । ଏହି ପ୍ରତିଯୋଗୀତାରେ ସେ ଏକକ ବିଭାଗରେ ମଧ୍ୟ ରୌପ୍ୟ ପାଇଥିଲେ । ସେ ୨୦୧୫ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ , ତେବେ ସେଥିରେ ସେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ । ମନିକା ପ୍ରଥମ ଭାରତୀୟ ମହିଳା ଭାବରେ ୨୦୧୮ ରାଷ୍ଟ୍ରମଣ୍ଡଳ ପ୍ରତିଯୋଗିତାର ମହିଳା ସିଙ୍ଗଲସ ପ୍ରତିଯୋଗିତାରେ ସିଙ୍ଗାପୁରର ୟୁ ମେଙ୍ଗ୍ୟୁଙ୍କୁ ହରେଇ ସ୍ୱର୍ଣ୍ଣ୍ଣ ପଦକ ହାସଲ କରିଥିଲେ । ମୌମା ଦାସଙ୍କ ସହ ମିଶି ସେ ଏହି ପ୍ରତିଯୋଗିତାର ମହିଳା ଡବଲସରେ ରୌପ୍ୟ ପଦକ ଓ ସାଥିୟାନଙ୍କ ସହ ମିଶି ମିକ୍ସଡ ଡବଲସ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଦଳଗତ ପ୍ରତିଯୋଗିତାରେ ମନିକାଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ସେମାନେ ୪ଥର ସ୍ୱର୍ଣ୍ଣପଦକ ବିଜେତା ସିଙ୍ଗାପୁର ଦଳକୁ ହରେଇଥିଲେ । ଏହି କୃତିତ୍ୱ ଯୋଗୁ ମନିକା ଏଯାବତ ରାଷ୍ଟ୍ରମଣ୍ଡଳ ଖେଳର ସବୁଠାରୁ ସଫଳ ଭାରତୀୟ ପ୍ରତିଯୋଗୀ ହୋଇପାରିଥିଲେ ।
ପ୍ରକାଶ ଚନ୍ଦ୍ର ମାଝି (ଜନ୍ମ: ୧୫ ଜୁଲାଇ ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଝରିଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ପ୍ରକାଶ ଚନ୍ଦ୍ର ମାଝି ୧୯୮୪ ମସିହାର ଜୁଲାଇ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜାବେଦ ମାଝି ଓ ପତ୍ନୀଙ୍କ ନାମ ମୁକ୍ତା ମାଝି । ରାଜନୈତିକ ଜୀବନ ପ୍ରକାଶ ଚନ୍ଦ୍ର ମାଝି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।
ଇଥିଓପିଆ, ଆଫ୍ରିକାରେ ଥିବା ଏକ ଦେଶ । ଇତିହାସ ଭୂଗୋଳ ଧର୍ମ ପ୍ରଶାସନିକ ବିଭାଗ ଭାଷା ଆଧାର ବାହାର ତଥ୍ୟ 2008-10-16 . 2011-11-10 .
ମାଲକାନଗିରି ଜିଲ୍ଲା, ଓଡ଼ିଶାର ଦକ୍ଷିଣରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ମାଲକାନଗିରି ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର । ଇତିହାସ ୧୯୯୨ମସିହା ଅକ୍ଟୋବର ୨ତାରିଖ ଦିନ ମାଲକାନଗିରି କୋରାପୁଟ ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାର ପରିଚୟ ପାଇଥିଲା୤ ଭୂଗୋଳ ଓଡ଼ିଶାର ଦକ୍ଷିଣଭାଗରେ ଅବସ୍ଥିତ ମାଲକାନଗିରି ଜିଲ୍ଲାର ଆୟତନ ୫,୭୯୧ ବର୍ଗ କିମି୤ ଅବସ୍ଥିତି ପୂର୍ବରେ : କୋରାପୁଟ ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶ ରାଜ୍ୟ ପଶ୍ଚିମରେ: ଛତିଶଗଡ଼ ରାଜ୍ୟ ଉତ୍ତରରେ : କୋରାପୁଟ ଜିଲ୍ଲା ଦକ୍ଷିଣରେ: ଆନ୍ଧ୍ର ପ୍ରଦେଶ ରାଜ୍ୟ ଅଛି୤ ଜନସଂଖ୍ୟା ୨୦୧୧ ଜନଗଣନା ଅନୁସାରେ, ମାଲକାନଗିରି ଜିଲ୍ଲାର ଲୋକସଂଖ୍ୟା ୬,୧୨,୭୨୭
ଓଲିସେରିଡାଇନ ( ଇଂରାଜୀ ଭାଷାରେ ), ଓଲିନଭିକ୍ ଏକ ବେପାର ନାମ, ହେଉଛି ଏକ ଓପିଓଏଡ୍ ବ ଅଫିମ ସମ୍ପର୍କୀୟ ଔଷଧ ଯାହା ମଧ୍ୟମରୁ ତୀବ୍ର ଯନ୍ତ୍ରଣାର ଉପଶମ ପାଇଁ ବ୍ୟବହୃତ ହୁଏ । ପାର୍ଶ୍ୱ ପ୍ରତିକ୍ରିୟାର ବିପଦ ହେତୁ, ଯେତେବେଳେ ଅନ୍ୟ ବିକଳ୍ପ ସମ୍ଭବ ନୁହେଁ ସେତେବବେଳେ ଏହା କେବଳ ବ୍ୟବହାର କରାଯିବା ଉଚିତ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ, ଗଲୁ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବହାର, କ୍ୟୁଟି ବିସ୍ତାର, ଶ୍ୱାସକ୍ରିୟା ଅବସାଦ, ନିମ୍ନ ରକ୍ତଚାପ, ସେରୋଟୋନିନ୍ ସିଣ୍ଡ୍ରୋମ ଏବଂ ଶାନ୍ତକରଣ ହୋଇପାରେ । ଏହା ବେଞ୍ଜୋଡାଏଜେପିନ ଏବଂ ମଦ୍ୟପାନ ସହିତ ପାରସ୍ପରିକ ପ୍ରତିକ୍ରିୟା କରିଥାଏ ଗର୍ଭାବସ୍ଥାରେ ବ୍ୟବହାର କରିବା ଫଳରେ ନବଜାତକ ଓପିଅଏଡ ପ୍ରତ୍ୟାହାର ସିଣ୍ଡ୍ରୋମ ହୋଇପାରେ । ୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓଲିସେରିଡାଇନ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୨ ମିଗ୍ରା ଔଷଧର ମୂଲ୍ୟ ୨୮ ଡଲାର ଥିଲା । ଯୁକ୍ତରାଷ୍ଟ୍ରରେ ଏହା ଏକ ଅନୁସୂଚୀତ ନିୟନ୍ତ୍ରିତ ପଦାର୍ଥ ।
୬୨୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ମୁକୁନ୍ଦ ପ୍ରସାଦ ଦାସ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଓଡ଼ିଶାର ଜଣେ ସମାଜସେବୀ, ସ୍ୱାଧୀନତ ସଂଗ୍ରାମୀ, ରାଜନୀତିଜ୍ଞ ତଥା ପ୍ରଥମ ଓଡ଼ିଶା ବିଧାନ ସଭାର ବାଚସ୍ପତି ଥିଲେ । ଏହି ବିଧାନ ସଭାର ପ୍ରଥମ ଅଧିବେଶନ ୨୮-୭-୧୯୩୭ ତାରିଖ ଦିନ କଟକର ରେଭେନ୍ସା କଲେଜର ହଲରେ ବସିଥିଲା ଓ ସେହିଦିନ ହିଁ ଶ୍ରୀ ମୁକୁନ୍ଦ ପ୍ରସାଦ ଦାସ ବାଚସ୍ପତି ଭାବରେ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ସେତେବେଳେ ଓଡ଼ିଶା ବିଧାନ ସଭାର ସଦସ୍ୟ ସଂଖ୍ୟା ଥିଲା ୬୦ । ଏହି ପ୍ରଥମ ବିଧାନ ସଭାର ମୋଟ ୧୦ଟି ଅଧିବେଶନ (୧୮୮ ଦିନ) ହୋଇଥିଲା ଓ ଏହା ୧୪ ସେପ୍ଟଟେମ୍ବର ୧୯୪୫ ଦିନ ଭଂଗ ହୋଇଥିଲା । ସେ ବାଲେଶ୍ୱର ଜିଲ୍ଲାରୁ ଆସିଥିଲେ।
ଆକ୍ୟୁଟ ଫ୍ଲାକସିଡ ମାୟେଲାଇଟିସ ବା ଏଏଫଏମ (ଇଂରାଜୀ ଭାଷାରେ / ) ଏକ ସାଂଘାତିକ ମେରୁଦଣ୍ଡ ରୋଗ । ଏଥିରେ ଗୋଡ଼ ଓ ହାତ ସବୁ ଦୁର୍ବଳ ହୁଅନ୍ତି ଓ ରିଫ୍ଲେକ୍ସ କମିଯାଏ । ଆଖି ଡୋଲା ବୁଲେଇବାରେ, କଥା କ‌ହିବାରେ ଓ ଗିଳିବାରେ ଅସୁବିଧା ହୁଏ । ବେଳେବେଳେ ଯନ୍ତ୍ରଣା ଓ କାଲୁଆ ଲାଗେ । ସାଂଘାତିକ ହେଲେ ଶ୍ୱାସକ୍ରିୟା ଅସୁବିଧା ହୁଏ । ଅଧିକାଂଶ କ୍ଷେତ୍ରରେ ଏହି ରୋଗର କାରଣ ସ୍ପଷ୍ଟ ହେଉନାହିଁ । ପ୍ରାୟ ୯୦% କ୍ଷେତ୍ରରେ ଏଣ୍ଟେରୋଭୁତାଣୁ ଭଳି ସାମାନ୍ୟ ଭୁତାଣୁ ସଂକ୍ରମଣ ପରେ ମଧ୍ୟ ଏହି ରୋଗ ଆରମ୍ଭ ହୋଇଯାଏ । ପୋଲିଓମାୟେଲାଇଟିସ ଏହି ରୋଗ ସୃଷ୍ଟି କରିପାରୁଥିଲେ ମଧ୍ୟ ସନ ୨୦୨୪ରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଏକ କାରଣ ହୋଇନାହିଁ । ମେରୁଦଣ୍ଡ ମଧ୍ୟରେ ଥିବା ଗ୍ରେ ମ୍ୟାଟର ନଷ୍ଟ ହୋଇଯିବା କାରଣରୁ ଏହି ରୋଗ ହୁଏ । ମେଡିକାଲ ଇମେଜିଙ୍ଗ , ନର୍ଭ କଣ୍ଡକସନ ଟେଷ୍ଟ , ସିଏସଏଫ ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ପୋଲିଓ ଟିକା ନେଇ ଓ ମଶା କାମୁଡ଼ା ଏଡ଼େଇ ଏହି ରୋଗର ପ୍ରତିଷେଧ କରାଯାଇପାରିବା । ସ‌ହାୟକ ଯତ୍ନ ସାହାଯ୍ୟରେ ଏହାରି ଚିକିତ୍ସା ଆରମ୍ଭ କରାଯାଏ । ଫିଜିକାଲ ଥେରାପି ସୁପାରିସ ମଧ୍ୟ କରାଯାଏ । ବେଳେବେଳେ ଶ୍ୱାସକ୍ରିୟା ସ‌ହଜ କରିବା ନିମନ୍ତେ ମେକାନିକାଲ ଭେଣ୍ଟିଲେସନ ଆବଶ୍ୟକ ହୁଏ । ରୋଗର ଫଳାଫଳ ଅନିଶ୍ଚିତ । କ୍ୱଚିତ ଏହି ରୋଗ ହୁଏ ଓ ସାଧାରଣତଃ ପିଲାଙ୍କୁ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ୨ ନିୟୁତରେ ଜଣକୁ ଏ ରୋଗ ହୁଏ । ଏହା ଏକ ନୂଆ ରୋଗ ନହେଲେ ମଧ୍ୟ ସନ ୨୦୧୪ ପରଠାରୁ ଏହାର ସଂଖ୍ୟା ବଢ଼ୁଛି ।
କଥା ରହିଗଲା କାଳ କାଳକୁ, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅସୀତ ପତି ଓ ଅଞ୍ଜନା ପତି । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଅସୀତ ପତି । ପ୍ରମୋଦ ତ୍ରିପାଠୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । କୁମାର ଆନନ୍ଦ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ । ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ପୁଷ୍ପା ପଣ୍ଡା, ଅଜିତ ଦାସ, ଅସୀତ ପତି, ସୁଜାତା ଅନନ୍ଦ, ଅନିନ୍ଦିତା, ଗୀତ ଦତ୍ତ, ଅର୍ପିତା ପାଲ, ସମାଜ ପତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ବିଜୟ ମହାନ୍ତି ଉତ୍ତମ ମହାନ୍ତି ପୁଷ୍ପା ପଣ୍ଡା ଅଜିତ ଦାସ ଅସୀତ ପତି ସୁଜାତା ଅନନ୍ଦ ଅନିନ୍ଦିତା ଗୀତ ଦତ୍ତ ଅର୍ପିତା ପାଲ ସମାଜ ପତି ଜୟୀରାମ ସାମଲ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବଚୁ ମୁଖାର୍ଜୀ । ନିମାଇଁ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଞ୍ଜଳୀ, ସୁବାସ ଦାସ, ଦେବାଶିଷ ମହାପାତ୍ର, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଏସ. କେ. ମୁରଲିଧରନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ନେଇଯା 'ରେ ମେଘ ମତେ ୨୦୦୮ ମସିହାରେ ମୁକ୍ତିଲାଭ କରିଥିଲା ।
୨୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଭୁଜ ଏକ ଭାରତୀୟ ପୌରପାଳିକା ଅଟେ । ଏହା ଗୁଜରାଟର କଚ୍ଛ୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଭୁଜ ୨୩.୨୫୪୦ ଉତ୍ତର ଅକ୍ଷାଂଶ ଓ ୬୯.୬୬୯୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୮୭ ଫୁଟ ଉଚ୍ଚତାରେ ରହିଛି । ଭାଷା ଗୁଜରାଟୀ ଭୁଜର ସରକାରୀ ଭାଷା ଅଟେ । ପାଣିପାଗ ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଭୁଜରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୧୯.୩ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୩୪.୨ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୨୭୬.୪ / ହୋଇଥାଏ ।
ଚଉଷଠି ଯୋଗିନୀ ମନ୍ଦିର ଓଡ଼ିଶାର ଭୁବନେଶ୍ୱରସ୍ଥିତ ହୀରାପୁର ଗାଆଁରେ ଥିବା ଏକ ପୁରାତନ ଯୋଗିନୀ ପୀଠ ତନ୍ତ୍ରପୀଠ । ସ୍ଥାନୀୟ ଅଞ୍ଚଳରେ ଏହା ମହାମାୟା ମନ୍ଦିର ନାମରେ ମଧ୍ୟ ଜଣା । ତନ୍ତ୍ର ସଂସ୍କୃତିରେ ଯୋଗିନୀମାନଙ୍କ ସମ୍ପର୍କରେ ବିଶେଷ ଭୂମିକା ଅନ୍ତର୍ନିହିତ ଅଛି । ତେଣୁ ହୀରାପୁରର ଚଉଷଠୀ ଯୋଗିନୀ ପୀଠକୁ ତନ୍ତ୍ରପୀଠ କୁହାଯାଏ । ଏହି ମନ୍ଦିର ୧୯୫୩ ମସିହାରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ମୁଖ୍ୟ ଓ ପ୍ରତ୍ନତତ୍ତ୍ୱବିଦ କେଦାରନାଥ ମହାପାତ୍ରଙ୍କଦ୍ୱାରା ଲୋକଲୋଚନକୁ ଆସିଥିଲା । ଏହି ଦେଉଳର ଉପରିଭାଗ ଖୋଲା । ମନ୍ଦିରର କେନ୍ଦ୍ରସ୍ଥଳରେ ଅଷ୍ଟକୋଣୀ ବିଶାଳ ଲିଙ୍ଗ ରହିଛି । ଦେଉଳ ମଧ୍ୟଭାଗରେ ପରବର୍ତ୍ତୀ ସମୟରେ ଏକ ଚଣ୍ଡୀମଣ୍ଡପ ସ୍ଥାପିତ । ଏଥିରେ ଚାରୋଟି ଶିବ ଓ ଯୋଗିନୀଙ୍କ ପ୍ରତିମା ସ୍ଥାପିତ । ଦେବୀ ମହାମାୟା ଏହି ପୀଠ ଓ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜିତା । ଏହି ପୀଠଟି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୧୦ କି.ମି ଦୂରରେ ବାଲିଅନ୍ତା ଥାନା ଓ ପଞ୍ଚାୟତ ସମିତି ଅନ୍ତର୍ଗତ ବାଳକାଟିଠାରୁ ୨/୩ କି.ମି ଦୂରରେ ପୁଣ୍ୟତୋୟା ଭାର୍ଗବୀ ନଦୀ ତଟ ଦେଶରେ ହୀରାପୁର ଗ୍ରାମର ଦକ୍ଷିଣ ଓ ପୂର୍ବ ଦିଗରେ ରହିଛି । ଏହି ପୀଠର ସମ୍ମୁଖରେ ଗୋଟିଏ ପୁଷ୍କରିଣୀ ଅବସ୍ଥିତ । ପୁଷ୍କରିଣୀର ମଧ୍ୟଭାଗରେ ଏକ ଦୀପଦାଣ୍ଡି ରହିଛି । ଜୈନ, ବୌଦ୍ଧ ଓ ହିନ୍ଦୁ ଧର୍ମ ପରେ ପଞ୍ଚୋପାସନା ପଦ୍ଧତି ପ୍ରସାର ଲାଭ କରିଥିଲା । ଏହି ପଞ୍ଚୋପାସନା ପଦ୍ଧତି ହେଲା ଶୈବ, ବୈଷ୍ଣବ, ଶାକ୍ତ, ସୌର ଓ ଗାଣପତ୍ୟ । ଶଙ୍କରାଚାର୍ଯ୍ୟଙ୍କ ସମୟରୁ ଶୈବ ଓ ବୈଷ୍ଣବ ଧର୍ମର ମତବାଦରୁ ବହୁଳ ଭାବରେ ଶାକ୍ତ ଉପାସନା ପଦ୍ଧତି ସୃଷ୍ଟି ହୋଇଥିଲା । ସେହି ଶୈବ ମତବାଦର ଏକ ମୁଖ୍ୟ ଶାଖା ରୂପେ ଶାକ୍ତ ଉପାସନା ପ୍ରଭାବିତ ହୋଇ କ୍ରମବିକାଶ ଲାଭ କରିଥିଲା । ଖ୍ରୀଷ୍ଟୀୟ ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ତନ୍ତ୍ର ଓ ଯୋଗମାର୍ଗକୁ ପାଥେୟ କରି ଶକ୍ତି ଉପାସନାର ମାତୃକା, ବିଦ୍ୟା ଓ ମହାବିଦ୍ୟାର ମିଶ୍ରଣରେ ଚତୁଃଷଷ୍ଠୀ ଯୋଗିନୀଙ୍କ ଆରମ୍ଭ ହୋଇଥିଲା । କାଳିକା ପୁରାଣକୁ ଆଲୋଚନା କଲେ ଜଣାଯାଏ ଭାରତରେ ସର୍ବପ୍ରଥମ ତନ୍ତ୍ରପୀଠ ରୂପେ ହୀରାପୁରର ଚଉଷଠି ଯୋଗିନୀ ପୀଠ ରହିଛି । ନାମକରଣ ହୀରପୁର ଶବ୍ଦକୁ ବାଖ୍ୟା କଲେ ଜଣାଯାଏ ହୀରାରେ ପୂର୍ଣ୍ଣ ତଥା ହୀରାପୁର । ଦେବଦେବୀ ଚଉଷଠି ଯୋଗିନୀ ପୀଠରେ ଦଶଭୁଜା ମହାମାୟାଙ୍କ ପ୍ରତିମା ଇଷ୍ଟଦେବୀ ଭାବେ ପୂଜିତ । ପୀଠର ବୃତ୍ତାକାର ଶକ୍ତିକେନ୍ଦ୍ରରେ ଅଷ୍ଟଭୁଜା ମହାମାୟାଙ୍କ ପ୍ରତିମା ପୂଜା ପାଉଥିବା ବେଳେ ତାଙ୍କ ସହିତ ୬୪ଯୋଗିନୀ ମୂର୍ତ୍ତି ଲାଗି ରହିଛନ୍ତି। ଏହି ଯୋଗିନୀଗଣ ଦେଉଳ କାନ୍ଥରେ ଥିବା ୬୪ଠାଣିରେ ସେମାନଙ୍କ ବାହନ ଉପରେ ବିରାଜମାନ । ସେମାନେ ସୁନ୍ଦର ବେଶଭୂଷା ସହିତ ନାନାଦି ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି । ୬୪ ଯୋଗିନୀଙ୍କ କେଶ ବିନ୍ୟାସ ଭିନ୍ନ ଭିନ୍ନ । ଏଠାରେ ପୂଜିତ ୬୪ ଯୋଗିନୀ ମୂର୍ତ୍ତିମାନଙ୍କର ଉଚ୍ଚତା ୨ଫୁଟରୁ ୨.୫ଫୁଟ ଏବଂ ଏଗୁଡ଼ିକ କଳା ମୁଗୁନି ପଥରରେ ନିର୍ମିତ । ଦେଉଳ ପରିସରରେ ସଙ୍କଟେଶ୍ୱର ଶିବ ମନ୍ଦିର ରହିଛି । ଏଠାରେ ପୂଜିତ ହେଉଥିବା ଶିବଲିଙ୍ଗଟି ପାତାଳଫୁଟ । ଇତିହାସ ଖ୍ରୀଷ୍ଟୀୟ ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ଭୌମ୍ୟ ବଂଶୀୟ ଶାନ୍ତା ନାମକ ଜଣେ ରାଜା ଏଠାରେ ରାଜୁତି କରୁଥିଲେ । ତାଙ୍କର ହୀରାବତୀ ନାମକ ଜଣେ ପାଟରାଣୀ ଥିଲେ । ରାଣୀଙ୍କ ନାମାନୁସାରେ ଏହି ଗ୍ରାମର ନାମ ହୀରାପୁର ହୋଇଛି ବୋଲି କିମ୍ବଦନ୍ତୀ କୁହେ । ରାଣୀ ହୀରାବତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଉଷଠି ଯୋଗିନୀ ପୀଠ ହୋଇଥିଲା । ସ୍ଥାପତ୍ୟ ଓ ଭାସ୍କର୍ଯ୍ୟଶୈଳୀରୁ ମଧ୍ୟ ଚଉଷଠି ଯୋଗିନୀ ମନ୍ଦିରଟି ନବମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଅନୁମିତ । ଏହା ଭୌମ ଓ ସୋମ ରାଜବଂଶୀଙ୍କ ସମୟରେ ପ୍ରତିଷ୍ଠିତ ହୋଇଥିବାର ଜଣାଯାଏ । ଏହା ଏକ ଶକ୍ତିପୀଠ ହୋଇଥିବାରୁ ତନ୍ତ୍ର ସାଧନା ପାଇଁ ଏଠାକୁ ବହୁ ତନ୍ତ୍ର ସାଧକଙ୍କ ଆଗମନ ହେଉଥିଲା । ମଧ୍ୟପ୍ରଦେଶର ଖଜୁରାହୋ ଓ ଜବଲପୁର ଏବଂ ଓଡ଼ିଶାର ହୀରାପୁର ଓ ରାଣୀପୁର- ଝରିଆଲର ୬୪ଯୋଗିନୀ ମନ୍ଦିର ଢାଞ୍ଚାରେ ଭାରତୀୟ ସଂସଦ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ସଂସଦ ଭବନର ଗୋଲାକାର ନକ୍ସା ଚଉଷଠି ଯୋଗିନୀ ମନ୍ଦିରରୁ ପ୍ରସ୍ତୁତ କରାଯାଇଛି ବୋଲି ବିଶେଷଜ୍ଞ ମତ ଦିଅନ୍ତି । ନିଜ ରାଜତ୍ୱ କାଳରେ କଳାପାହାଡ଼ ଏହି ମନ୍ଦିର ଭାଙ୍ଗିଛି ଓ ବର୍ତ୍ତମାନ ତାହାର ଭଗ୍ନାବଶେଷ ପ୍ରତୀୟମାନ ବୋଲି ଗ୍ରାମବାସୀ କହନ୍ତି । ଦୀର୍ଘବର୍ଷ ପରେ ମନ୍ଦିରଟି ସାଧାରଣ ଲୋକଙ୍କ ପାଇଁ ଉନ୍ମୁକ୍ତ କରାଯାଇଥିଲା ବୋଲି ସେମାନେ କୁହନ୍ତି । ଉପାସନା ଚଉଷଠି ଯୋଗିନୀ ମନ୍ଦିର ଏକ ବଜ୍ରଯାନ ବା ତନ୍ତ୍ରପୂଜାର ଦେଉଳ। ଏଠାରେ ଭୂମଣ୍ଡଳର ୫ଟି ଉପାଦାନ (ନିଆଁ, ଜଳ, ବସୁଧା, ଆକାଶ ଓ ପବନ)କୁ ପୂଜା କରାଯାଇଥାଏ । ଯୋଗିନୀମାନଙ୍କ ମୂର୍ତ୍ତି ସାଧାରଣତଃ ଏକ ଉଲଙ୍ଗ ନାରୀ ମୂର୍ତ୍ତୀ ଯାହା ପଶୁ, ମଣିଷ କିମ୍ବା ଅସୁର ଉପରେ ବିଜେ କରିଥିବାର ଦେଖିବାକୁ ମିଳିଥାଏ ଓ ନାରୀ ଶକ୍ତିକୁ ସୂଚାଇଥାଏ । ମୂର୍ତ୍ତିସବୁ ରାଗ, ଅନୁରାଗ, ସୁଖ, ଦୁଃଖକୁ ପ୍ରକାଶ କରିଥାନ୍ତି । କିମ୍ବଦନ୍ତୀ ଲୋକକଥା ଅନୁସାରେ ଏହି ଦୀପଦଣ୍ଡିରେ ୨୧/୨ ଦଣ୍ଡ ସୁବର୍ଣ୍ଣ ବୃଷ୍ଟି ହୋଇଥିଲା । ଚଣ୍ଡୀ ପୁରାଣ ଓ ଦେବୀ ପୁରାଣରେ ଚଉଷଠି ଯୋଗିନୀମାନଙ୍କର ଆବିର୍ଭାବ ସମ୍ପର୍କରେ ଉଲ୍ଲେଖ ଅଛି । ମହିଷାସୁରର ଅତ୍ୟାଚାରରେ ତ୍ରିଭୁବନ ପ୍ରକମ୍ପିତ ହେବା ସଙ୍ଗେ ସଙ୍ଗେ ଦେବତାମାନଙ୍କର ଆସନ ଟଳମଳ ହୋଇଥିଲା । ସର୍ବଦେବଙ୍କର ଶକ୍ତି ବଳରେ ଦୁର୍ଗା ଆବିର୍ଭୂତା ହୋଇଥିଲେ । ଦୁର୍ଗା ଦେବୀ ମହିଁଷାସୁର ଅସୁର ସହିତ ଯୁଦ୍ଧ କରିବା ଅବସରରେ ରକ୍ତବୀର୍ଯ୍ୟ ନାମକ ଏକ ପ୍ରତାପୀ ଦାନବର ରକ୍ତବିନ୍ଦୁମାନ ତଳେ (ମାଟିରେ) ପଡ଼ି ସେଥିରୁ ସହସ୍ର ସହସ୍ର ଦାନବ ସୃଷ୍ଟି ହୋଇ ଦୁର୍ଗାଙ୍କ ସହିତ ଯୁଦ୍ଧ କରିଥିଲେ । ଏହିସବୁ ଦାନବଙ୍କୁ ନିହତ କରିବା ପାଇଁ ଦୁର୍ଗା ତାଙ୍କ ପ୍ରଖର ବିଶ୍ୱାସରୁ ଯୋଗିନୀମାନ ସୃଷ୍ଟି କରିଥିଲେ । ସେହି ଯୋଗିନୀମାନେ ରକ୍ତବୀର୍ଯ୍ୟ ଅସୁରର ଶରୀରରୁ ନିର୍ଗତ ହେଉଥିବା ରକ୍ତବିନ୍ଦୁକୁ ତଳେ ପକାଇ ନଦେଇ ପିଇଦେଲେ । ଫଳରେ ଆଉ ଦାନବଗଣ ସୃଷ୍ଟି ହେଲେନାହିଁ । ତେଣୁ ଦୁର୍ଗା ରକ୍ତବୀର୍ଯ୍ୟ ସହିତ ସମସ୍ତ ଅସୁରଙ୍କୁ ନିହତ କରିଥିଲେ । ଏହା ଫଳରେ ଧରାପୃଷ୍ଠରେ ଶାନ୍ତି ପ୍ରତିଷ୍ଠା ହୋଇଥିଲା । କାଳକ୍ରମେ ସେହି ଯୋଗିନୀମାନେ ବିଭିନ୍ନ ପୀଠରେ ପୂଜା ପାଉଛନ୍ତି । ସେହି ଯୋଗିନୀମାନଙ୍କ ମଧ୍ୟରୁ ହୀରାପୁରଠାରେ ଚଉଷଠି ଯୋଗିନୀ ରୂପେ ପୂଜା ପାଉଛନ୍ତି, ଯାହାକି ଆଜି ସେହି ଯୋଗିନୀ ପୀଠ ହୀରାପୁର ରୂପେ ବିଦ୍ୟମାନ । ହିନ୍ଦୁ ତନ୍ତ୍ରରେ ଚଉଷଠି ଯୋଗିନୀମାନଙ୍କର ଉତ୍ପତ୍ତି ସମ୍ପର୍କରେ ସ୍କନ୍ଧ ପୁରାଣ ଓ କାଳିକା ପୁରାଣରେ ଉଲ୍ଲେଖ ଅଛି । ସେହି ଆଠଟି ଆଦିଶକ୍ତି ହେଲେ - ଉଗ୍ରଚଣ୍ଡୀ, ଭଦ୍ରକାଳୀ, ଦୁର୍ଗା, ଉଗ୍ରତାରା, କୌଶିକା, କାଳୀ, ଶିବଦୂତୀ ଓ ଚଣ୍ଡିକା । ହୀରାପୁର ଚଉଷଠି ଯୋଗିନୀ ପୀଠର ଅନତି ଦୂରରେ ପୁରାତନ ଉତ୍କଳର ରାଜଧାନୀ ଶିଶୁପାଳଗଡ଼ ଅବସ୍ଥିତ । ସେହିପରି ମହା ଭାଗବତ ପୁରାଣରେ ଉଲ୍ଲେଖ ଅଛି ଯେ, କାଳୀ ରହୁଥିବା ଏକ ପ୍ରଶସ୍ତ ସ୍ଥାନକୁ ବେଳେବେଳେ ଶିବ ବୁଲି ଆସୁଥିଲେ । ସେହି ପ୍ରଶସ୍ତସ୍ଥଳୀର ୪ଦିଗରେ ୪ଟି ଦ୍ୱାର ଥିଲା ଓ ଏହାକୁ ୬୪ ଯୋଗିନୀ ଓ ଭୈରବୀମାନେ ଜଗୁଥିଲେ । କିମ୍ବଦନ୍ତୀ ଅନୁସାରେ ଦୁର୍ଗା ଦାନବ ସଂହାର ନିମନ୍ତେ ୬୪ଟି ରୂପ ନେଇଥାନ୍ତି । ଯୁଦ୍ଧ ପରେ ଯୋଗିନୀମାନେ ଦୁର୍ଗାଙ୍କୁ ଏହି ମନ୍ଦିର ତିଆରି କରିବା ପାଇଁ ଅନୁରୋଧ କରିଥିଲେ । ମନ୍ଦିର ମନ୍ଦିରଟିର ଗଠନଶୈଳୀ ବୈଚିତ୍ର୍ୟମୟ, ଯାହାକି ନଦେଖିଲେ ବର୍ଣ୍ଣନା କରିବା ଅସମ୍ଭବ । ଅଧିଷ୍ଠାତ୍ରୀ ଦେବୀ ମହାମାୟା ଓ ଯୋଗିନୀମାନେ ଏକ ପୁରାତନ ପଥରରେ ନିର୍ମିତ ମନ୍ଦିରରେ ପୂଜା ପାଉଛନ୍ତି । ମନ୍ଦିରର ଆକାର ଗୋଲାକାର କିନ୍ତୁ ଛାତ ଶୂନ୍ୟ । ମନ୍ଦିରର ପ୍ରବେଶ ପଥର ଦ୍ୱାରଦେଶଟି ଏକ ତୋରଣ ପରି ପଥରରେ ନିର୍ମିତ । ଏହାର ଦୁଇ ପାଶ୍ୱର୍ରେ ଦୁଇଟି ଭୈରବ ମୂର୍ତ୍ତି ବିଦ୍ୟମାନ । ସେହି ଦୁଇଟି ମୂର୍ତ୍ତିର ନାମ କାଳ ଓ ବିକାଳ । ଏହି ତୋରଣର ଉପର ଅଂଶରେ ଦୁଇଟି ଦ୍ୱାରପାଳ ମୂର୍ତ୍ତି ବିଦ୍ୟମାନ । ମନ୍ଦିରର ବାହାର କାନ୍ଥରେ ନଅଟି କାତାୟନୀ ମୂର୍ତ୍ତି ବିଦ୍ୟମାନ । ସେମାନେ ହସ୍ତରେ ପାନପତ୍ର ଆୟୁଧ ଧରି ଦଣ୍ଡାୟମାନ । ପୀଠର ମଧ୍ୟଭାଗରେ ଚତୁଃଷ୍କୋଣ ବିଶିଷ୍ଟ କୃତି । ଚାରି କୋଣରେ ଚାରୋଟି ପ୍ରତିମା ଦଣ୍ଡାୟମାନ । ସେଥିମଧ୍ୟରୁ ଗୋଟିଏ ସ୍ଥାନରେ ମୂର୍ତ୍ତି ଶୂନ୍ୟ । ବର୍ତ୍ତମାନ ତିନୋଟି ପ୍ରତିମାର ମଧ୍ୟଭାଗରେ ଅଦୈକ ପାଦ ଭୈରବ । କ୍ରୋଟର ଚକ୍ଷୁ, ନୃମୁଣ୍ଡମାଳୀ ଓ ଖଡ଼୍ଗଧାରୀ ଅଟନ୍ତି । ଅଧିଷ୍ଠାତ୍ରୀ ମହାମାୟାଙ୍କ ଦୁଇ ପାଶ୍ୱର୍ରେ ଅନ୍ୟ ସମସ୍ତ ମା ' ଯୋଗିନୀ ଦେବୀ ସେମାନଙ୍କର ବାହନମାନଙ୍କ ଉପରେ ଆସ୍ଥାନ ବିମଣ୍ଡିତ । ଏହି ପ୍ରତିମାଗୁଡିକ କଳା ମୁଗୁନି ପଥରରେ ନିର୍ମିତ । ଏହି ଗୋଲାକାର ମନ୍ଦିରର ପରିଧି ୨୭.୪ମିଟର ଓ ଉଚ୍ଚତା ୨.୪ମିଟର । ଏହିମନ୍ଦିର ସମ୍ମୁଖଭାଗ ଉଦ୍‌ଗତଯୁକ୍ତ, ଯାହାକି ଏକ ଗୌରୀପଟ୍ଟ ସଦୃଶ ପ୍ରତୀୟମାନ । ମନ୍ଦିରର କାନ୍ଥସବୁ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ବାଲି ପଥରରେ ତିଆରି । ଚଉଷଠି ଯୋଗିନୀ ପୀଠର ଚାରିପଟେ ସାଧକଙ୍କ ସୁରକ୍ଷା ନିମନ୍ତେ ୯ଟି ଯକ୍ଷିଣୀ ଥିବାବେଳେ ଦୁଇଟି କ୍ଷେତ୍ରୀୟ ଓ ଯକ୍ଷ ଦ୍ୱାରପାଳ ରହିଛନ୍ତି । ଏହାବ୍ୟତୀତ ପୀଠ ଭିତରକୁ ଯିବା ପାଇଁ ଥିବା ପ୍ରବେଶପଥ ପାର୍ଶ୍ୱରେ ଦୁଇଟି ବେତାଳ ରହିଛନ୍ତି । ପ୍ରତିମାଗୁଡିକ କଳାମୁଗୁନି ପଥରରେ ଖୋଦିତ ଓ ବାଲୁକା ପ୍ରସ୍ତରରେ ନିର୍ମିତ । ନବକାତ୍ୟାୟିନୀଙ୍କ ପ୍ରତିମାମାନ ଦେଉଳ ବାହାରେରେ ମଣ୍ଡିତ । ଦେଉଳ କାନ୍ଥର ଭିତର ଭାଗରେ ଯୋଗିନୀମାନଙ୍କ କଳାମୁଗୁନି ପଥରରେ ତିଆରି ୫୬ ଗୋଟି ମୂର୍ତ୍ତି ରହିଛି । ମନ୍ଦିର ମଝି ଭାଗରେ ଏକ ଛୋଟ ଘରେ ୮ଗୋଟି ମୂର୍ତ୍ତି ଚାରି ଦିଗକୁ ମୁହଁ କରିଛନ୍ତି । ଏଠାରେ ଥିବା ସଙ୍କଟେଶ୍ୱର ଶିବ ମନ୍ଦିରରେ ପୂଜିତ ଶିବଲିଙ୍ଗର ଉଚ୍ଚତା ବୃଦ୍ଧିପାଉଥିବା ଗ୍ରାମବାସୀ ମତ ଦିଅନ୍ତି । ୨୦୧୩ ମସିହାରେ ପୂଜକ ସନ୍ତୋଷ ତ୍ରିପାଠୀ ଲିଙ୍ଗର ଉଚ୍ଚତା ୧.୫ ଫୁଟ ବଢ଼ିବା ଉଲ୍ଲେଖ କରିଥିଲେ । ପୂଜା ପଦ୍ଧତି ଓ ପର୍ବପର୍ବାଣି ମନ୍ଦିରର ଦୈନନ୍ଦିନ ପୂଜା ପଦ୍ଧତି ପାଇଁ ଗ୍ରାମର ଦୁଇଟି ବ୍ରାହ୍ମଣପରିବାର ବହୁ କାଳରୁ ସେବାୟତ ରୂପେ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ମାଳି, ବାରିକ ଇତ୍ୟାଦି ଗ୍ରାମର ସେବାୟତମାନେ ସେମାନଙ୍କର କାର୍ଯ୍ୟ ଯଥା ସମୟରେ କରିବାର ସୁବନ୍ଦୋବସ୍ତ ହୋଇଛି । କିନ୍ତୁ ବଡ଼ ବଡ଼ ମେଳା ମହୋତ୍ସବ, ହୋମ ଯଜ୍ଞ ଇତ୍ୟାଦି ସମୟରେ ଅନ୍ୟ ପୂଜକଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନ ହୋଇଥାଏ । ଅତୀତରେ ପୁଷ୍କରିଣୀର ଜଳ ଠାକୁରାଣୀଙ୍କର ନୀତି କାର୍ଯ୍ୟରେ ବ୍ୟବହାର ହେଉଥିଲା । କିନ୍ତୁ ଜଳ ଦୁଷିତ ହୋଇଯିବାରୁ କୂଅ ଓ ନଳକୂଅର ଜଳ ବ୍ୟବହାର ହେଉଅଛି । ବଡ଼ ବଡ଼ ହୋମ ଓ ମେଳା ମହୋତ୍ସବରେ ଏଠାରେ ରନ୍ଧନ ବ୍ୟବସ୍ଥାମାନ ମଧ୍ୟ ଅଛି । ଏହି ପୀଠରେ ବିବାହ, ବ୍ରତ ଇତ୍ୟାଦି ପବିତ୍ର କାର୍ଯ୍ୟମାନ ମଧ୍ୟ ହୋଇଥାଏ । ମନ୍ଦିରର ପ୍ରାଙ୍ଗଣରେ ଥିବା ଫୁଲ ଠାକୁରାଣୀଙ୍କ ନିକଟରେ ଲାଗି ହୋଇଥାଏ । ବଡ଼ ବଡ଼ ପର୍ବପର୍ବାଣି ତଥା ଦଶହରା, କାର୍ତ୍ତିକ ପୂର୍ଣ୍ଣିମା ଇତ୍ୟାଦି କାର୍ଯ୍ୟଗୁଡିକ ଗ୍ରାମବାସୀମାନଙ୍କ ତତ୍ତ୍ୱାବଧାନରେ ସୁରୁଖୁରୁରେ ସମ୍ପାଦନା ହୋଇଥାଏ । ପ୍ରତିଦିନ ଦେବୀମାନଙ୍କୁ ସ୍ନାନ କରାଯାଇ ଧୂପ, ଦୀପ ସହିତ ନୈବେଦ୍ୟ ଅର୍ପଣ ହୋଇଥାଏ । ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ଓ ସନ୍ଧ୍ୟା ସମୟରେ ଆଳତୀ ସହ ଶୁଖିଲା ଭୋଗ ଲାଗି ହୋଇ ପହୁଡ଼ ପଡିଥାଏ । ଏଠାରେ ବର୍ଷକ ବାର ମାସ ଗ୍ରାମବାସୀଙ୍କର ଶୁଭକାର୍ଯ୍ୟଗୁଡିକର ଅନୁକୂଳ ହୋଇଥାଏ । ସନ୍ଧ୍ୟା ସମୟରେ ଏଠାରେ ଭାଗବତ, ଗୀତା, ପୁରାଣ ଇତ୍ୟାଦି ପାଠ ହୋଇଥାଏ । ନିତ୍ୟ ପୂଜା ବ୍ୟତୀତ ଏହି ପୀଠରେ ବଡ଼ ବଡ଼ ପର୍ବ ପର୍ବାଣିରେ ଦେବୀମାନଙ୍କ ଗହଣା, ହାର, ମାଳ, ମୁକୁଟ ସମେତ ନୂତନ ବସ୍ତ୍ର ବା ପାଟ ଇତ୍ୟାଦି ପରିଧାନ କରାଯାଇଥାଏ । ଦଶହରା ପର୍ବରେ ଦୀର୍ଘ ଷୋହଳ ଦିନ ଗ୍ରାମବାସୀଙ୍କ ତରଫରୁ ମାର୍ଜନା ହୋଇଥାଏ । ଦେବୀଙ୍କୁ ବିଭିନ୍ନ ବେଶରେ ଭୂଷିତ କରାଯାଇ ହୋମ, ଯଜ୍ଞ ସହିତ ଚଣ୍ଡୀପାଠ କରାଯାଇଥାଏ । ଦୋଳ ପୂର୍ଣ୍ଣିମାରେ ଦୋଳ ଯାତ୍ରା ହେଲା ଦେବୀଙ୍କର ପ୍ରଧାନ ପର୍ବ । ଶ୍ରୀପଞ୍ଚମୀ ସମୟରେ ଦୀର୍ଘ ୩ଦିନ ଧରି ଏଠାରେ ମହାଯଜ୍ଞ ହୋଇଥାଏ । ଚୈତ୍ରପର୍ବ ଅବସରରେ ଦେବୀଙ୍କ ପାଖରେ ଘୃତ ଅନ୍ନ ସହ ଗୋଟା ମାଛ ପୋଡ଼ା ହୋଇ ଭୋଗ ହେବାର ବ୍ୟବସ୍ଥା ଅଛି । ଏହାକୁ ଅମୁହାଁ ଭୋଗ କୁହାଯାଇଥାଏ । ଏହି ଭୋଗ ତା 'ପରଦିନ ଗ୍ରାମର ପ୍ରତ୍ୟେକ ଘରେ ବିତରଣ ହୋଇଥାଏ । ଏହିସବୁ ପ୍ରଧାନ ବାର୍ଷିକ ପର୍ବଗୁଡିକରେ ଗ୍ରାମ ଓ ପଡୋଶୀ ଗ୍ରାମର ଶହ ଶହ ଭକ୍ତ ସମବେତ ହୋଇ ଯେ ଯାହାର କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଶୁଦ୍ଧପୂତ ମନରେ ଦେବୀଙ୍କୁ ଆଶୀର୍ବାଦ ଭିକ୍ଷା ମାଗିଥାନ୍ତି । ଏହିସବୁ ପ୍ରଧାନ ପର୍ବ ବ୍ୟତୀତ ଅନ୍ୟସବୁ ପର୍ବମାନ ମଧ୍ୟ ପାଳନ ହୋଇଥାଏ । ସେଗୁଡିକ ହେଲା ରଜ ପର୍ବ, ସାବିତ୍ରୀ ଅମାବାସ୍ୟା, ଚିତାଲାଗି ଅମାବାସ୍ୟା, ରାକ୍ଷୀ ପୂର୍ଣ୍ଣିମା, ରାଧାଷ୍ଟମୀ, ଜନ୍ମାଷ୍ଟମୀ, ଦୀପାବଳୀ, ଅକ୍ଷୟ ତୃତୀୟା, ମାନସା ପଞ୍ଚମୀ, ସୁଦଶା ବ୍ରତ ଇତ୍ୟାଦି । ଆଉ ମଧ୍ୟ ମା ' ଯୋଗିନୀଙ୍କ ମଙ୍ଗଳା, କାଳିକା ଓ ଲକ୍ଷ୍ମୀ ଠାକୁରାଣୀଙ୍କ ଉେଦ୍ଦେଶ୍ୟରେ ବହୁ ପ୍ରକାର ଓଷା, ପର୍ବପର୍ବାଣି ପାଳିତ ହୋଇଥାଏ । ଅତୀତରେ ଏହି ପୀଠର ପରିବେଶ ଭଲ ନଥିଲା । କାରଣ ଗମନାଗମନ, ଯୋଗାଯୋଗ, ପ୍ରସାର ଓ ପ୍ରଚାରର ଓ ପରିଚାଳନା ବ୍ୟବସ୍ଥା ଇତ୍ୟାଦି ଅତ୍ୟନ୍ତ ଅବହେଳିତ ହୋଇଥିଲା । ସର୍ବୋପରି ଅସ୍ୱାସ୍ଥ୍ୟକର ତଥା ଅପରିଷ୍କାର ପରିବେଶ ଘେରି ରହିଥିବାରୁ ଏହା ଶ୍ରୀହୀନ ଦେଖାଯାଉଥିଲା । ଦେଶ ସ୍ୱାଧୀନତା ପ୍ରାପ୍ତ ପରେ କ୍ରମଶଃ ଏହି ପୀଠର ଅବସ୍ଥା ଉନ୍ନତି ସାଧନ ହୋଇପାରିଛି । ବର୍ତ୍ତମାନ ଏହି ପୀଠକୁ ଭାରତ ସରକାରଙ୍କର ପ୍ରତ୍ନତତ୍ତ୍ୱ ବିଭାଗ ହାତକୁ ନେଇ ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସରକାରୀ ସ୍ତରରେ ଏହି ପୀଠକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛି । ଏହି ପୀଠଟି ପୁରୀ, କୋଣାର୍କ ଓ ଭୁବନେଶ୍ୱର ସ୍ୱର୍ଣ୍ଣ ତ୍ରିଭୁଜ ଶକ୍ତି ମଣ୍ଡଳ ମଧ୍ୟରେ ଅବସ୍ଥିତ । ଏହି ସ୍ୱର୍ଣ୍ଣ ତ୍ରିଭୂଜ ମଣ୍ଡଳୀ ପୀଠକୁ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ବାର୍ଷିକ ହଜାର ହଜାର ପର୍ଯ୍ୟଟକ ଓ ଭକ୍ତମାନେ ଭ୍ରମଣରେ ଆସିଥାନ୍ତି । ଏହି ପୀଠରେ ଲୁକ୍କାୟିତ ହୋଇ ରହିଥିବା ସୌନ୍ଦର୍ଯ୍ୟ ମାଧୁରୀ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ଇତ୍ୟାଦିକୁ ଆଧୁନିକ ପ୍ରଣାଳୀର ରୂପ ଦେଲେ ନିଶ୍ଚୟ ଏହି ପୀଠ ପ୍ରତି ପର୍ଯ୍ୟଟକ ଆକୃଷ୍ଟ ହେବେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଏହି ପୀଠର ସର୍ବାଙ୍ଗୀନ ଉନ୍ନତି କରିବା ଓ ଏହି ପୀଠର ନାମକୁ ସୁବିସ୍ତୃତ କରିବା ପାଇଁ ୨୦୦୭ ମସିହାରୁ ନୃତ୍ୟ ପ୍ରତିଭା ନାମକ ଭୁବନେଶ୍ୱରର ଏକ ଅନୁଷ୍ଠାନ ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ବିଭାଗ, ଜିଲ୍ଲାସ୍ତରୀୟ ବାଲିଅନ୍ତା ପଞ୍ଚାୟତ ସମିତି ଓ ସ୍ଥାନୀୟ ଯୁବକମାନଙ୍କ ଉଦ୍ୟମରେ ଚଉଷଠି ଯୋଗିନୀ ମହୋତ୍ସବ ପାଳିତ ହୋଇ ଆସୁଅଛି । ସେହି ବର୍ଷଠାରୁ ପ୍ରତିବର୍ଷ ଡିସେମ୍ବର ମାସରେ ଏହି ମହୋତ୍ସବ ପାଳନ ହୋଇ ଆଜି ସପ୍ତମ ମହୋତ୍ସବରେ ଉପନୀତ ହୋଇ ପାରିଛି । ଏହି ଉତ୍ସବ ମା ' ଯୋଗିନୀଙ୍କ ପୀଠରେ ଦୀର୍ଘ ତିନି ଦିନ ଧରି ମହାସମାରୋହରେ ଓ ଆଲୋକ ସଜାସଜି ହୋଇ ନୃତ୍ୟ ଓ ନାଚ ପରିବେଷଣ ହୋଇଥାଏ । ଓଡ଼ିଶାର ସୁନାମଧନ୍ୟ ନୃତ୍ୟଶିଳ୍ପୀମାନଙ୍କର ନିପୁଣ ନୃତ୍ୟ କଳା ପରିବେଷଣ ମାଧ୍ୟମରେ ପୁରସ୍କାର ପ୍ରଦାନ କରାଯାଇଥାଏ । ପ୍ରତିଦିନ ଓଡ଼ିଶାର ମନ୍ତ୍ରୀ, ବିଧାୟକ ଓ ଶିକ୍ଷାବିତ୍ ଓ କଳାଶିଳ୍ପୀରେ ନିପୁଣତା ଥିବା ଭଦ୍ରବ୍ୟକ୍ତିମାନେ ଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥାନ୍ତି । ଆଉ ମଧ୍ୟ ପ୍ରତିବର୍ଷ ଏକ ସ୍ମରଣିକା ଉନ୍ମୋଚନ ହୋଇଥାଏ । ଏହାଫଳରେ ଦୈନିକ ପତ୍ର ପତ୍ରିକା ଓ ଗଣମାଧ୍ୟମ ମାଧ୍ୟମରେ ଏହି ପୀଠର ପ୍ରସାର ଓ ପ୍ରଚାର ହୋଇ ପାରୁଛି । ସର୍ବୋପରି ଏହି ଉତ୍ସବର ଶେଷ ଦିବସରେ ନିପୁଣ ପାରଦର୍ଶିତା ଲାଭ କରିଥିବା ନୃତ୍ୟଶିଳ୍ପୀମାନଙ୍କୁ ଚଉଷଠି ଯୋଗିନୀ ନୃତ୍ୟକଳା ମହୋତ୍ସବ ଉପାଧିରେ ସମ୍ମାନିତ କରାଯାଇଥାଏ । ପ୍ରତ୍ନତତ୍ତ୍ୱ ବିଭାଗ ଏହାକୁ ନବୀକରଣ କରାଇବା ପାଇଁ ଗମନାଗମନଠାରୁ ନୂତନ ଗୃହ ନିର୍ମାଣ କାମ ଜାରି ରଖିଛନ୍ତି । ଏହି ପୀଠର ପବିତ୍ରତା ଅତୀବ ମହାନ ଓ ଗରିୟସୀ । କାରଣ ଏହି ପୀଠ ସର୍ବଧର୍ମର ଯୋଗ, ତନ୍ତ୍ର ଓ ସଂସ୍କୃତିର କେନ୍ଦ୍ରସ୍ଥଳୀ ରୂପେ ଶାସ୍ତ୍ରାନୁମୋଦିତ । ତେଣୁ ଏହି ପୀଠଶ୍ରୀଜଗନ୍ନାଥଙ୍କ ସଂସ୍କୃତିର କର୍ମଶାଳା ଅର୍ଥାତ୍ ମୂଳ ସାଧନା ପୀଠ ।
୧୨୪୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଫକୀର ଚନ୍ଦ୍ର ପରିଡା, କଟକ ଜିଲ୍ଲାର କୁମ୍ଭାରସାହିର ଜନ୍ମିତ ଜଣେ ମୂର୍ତ୍ତିକାର । ହରିଦ୍ୱାରରେ ରହୁଥିବା ଏହି ମୂର୍ତ୍ତିକାର ଭାରତବର୍ଷର ବିଭିନ୍ନ ପ୍ରାନ୍ତରେ ବହୁ କଳାକୃତି ପ୍ରସ୍ତୁତ କରିସାରିଛନ୍ତି । ଫକୀର ଚନ୍ଦ୍ର, ୧୯୪୨ମସିହା ନଭେମ୍ବର ୧୫ତାରିଖରେ କଟକ ଜିଲ୍ଲା କୁମ୍ଭାରସାହିର ଏକ ମୂର୍ତ୍ତିକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନେ ପାଠପଢ଼ାରେ ମନ ଲାଗୁନଥିଲା ଓ ତୃତୀୟଶ୍ରେଣୀରୁ ପାଠପଢ଼ା ଛାଡିଥିଲେ । ଆଠ ବର୍ଷ ବୟସରୁ ମୂର୍ତ୍ତି ପ୍ରତି ମନ ବଳାଇଥଲେ । ପିତା ଓ ପରିବାରରେ ଅନ୍ୟମାନଙ୍କଠାରୁ ମୂର୍ତ୍ତିକଳା ଶିକ୍ଷା କରିଥିଲେ । ଛୋଟବଡ଼ ମୂର୍ତ୍ତି ନିର୍ମାଣକରି କିଛି ବର୍ଷ ମଧ୍ୟରେ ଶିଳ୍ପୀ କୁମ୍ଭାରସାହିର ଜଣାଶୁଣା ଶିଳ୍ପୀ ଭାବେ ପରିଚିତି ପାଇଥିଲେ । ୧୬ବର୍ଷ ଧରି କୁମ୍ଭାରସାହିରରେ ରହି ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ଓ ପ୍ରତିମୂର୍ତ୍ତି ନିର୍ମାଣ କରିଥଲେ । ପରବର୍ତ୍ତୀ ସମୟରେ ସେ ହରିଦ୍ୱାର ଯାଇ ସେଠାରେ ରହିଲେ । ୧୯୯୨ମସିହାରେ ହରିଦ୍ୱାରଠାରେ ଥିବା ଜୟରାମ ଆଶ୍ରମରେ ୫୦ ୧୫ଫୁଟ 'ସମୁଦ୍ର ମନ୍ଥନ' କଳାକୃତି ନିର୍ମାଣ କରି ଲୋକଲୋଚନକୁ ଆସିଥିଲେ । କ୍ରମେ ତାଙ୍କ ଲୋକପ୍ରିୟତା ବଢିଲା ଓ ଦେଶର ଅନ୍ୟ ପ୍ରାନ୍ତରୁ ତାଙ୍କୁ କାମ ମିଳିଲା । ବର୍ତ୍ତମାନ ଫକୀର ଚନ୍ଦ୍ର ହରିଦ୍ୱାରର ଭୂପତବାଲାଠାରେ ପରିଡା ମୂର୍ତ୍ତି କଳା କେନ୍ଦ୍ର ସ୍ଥାପନା କରି, ଷ୍ଟିଲ, ବ୍ରାସ ଓ ବ୍ରୋଞ୍ଜ ଭଳି ବିଭିନ୍ନ ସାମଗ୍ରୀରେ କଳାକୃତି ତିଆରି କରୁଛନ୍ତି । ଏହି କାମରେ ତାଙ୍କ ଚାରି ପୁଅ ମଧ୍ୟ ସହଯୋଗ କରନ୍ତି ।
ୟୁରୋଥେଲିଆଲ କର୍କଟ, ପୂର୍ବ ନାମ ଟ୍ରାନ୍ସସିସନାଲ ସେଲ୍ କାରସିନୋମା, ଏକ ପ୍ରକାର କର୍କଟ ଯାହା ମୂତ୍ରନଳୀ ଶୈଳୀର ଯେ କୌଣସି ସ୍ଥାନରେ ହୋଇପାରେ ଏହି ରୋଗ ବୃକ୍‌କ, ୟୁରେଟର, ମୂତ୍ରାଶୟ, ପ୍ରୋଷ୍ଟେତ ବା ମୂତ୍ରନଳୀରେ ହୋଇପାରେ । ଏହାର ଲକ୍ଷଣ: ରକ୍ତମେହ, ପିଠି ଯନ୍ତ୍ରଣା, ଓଜନ ହ୍ରାସ ବା ପରିସ୍ରା କରିବା ସମୟରେ ଯନ୍ତ୍ରଣା ହୋଇପାରେ । ବିପଦ କାରକଗୁଡ଼ିକ ମଧ୍ୟରେ ଧୂମପାନ, ସୁଗନ୍ଧିତ ଆମିନ, ଆର୍ସେନିକ୍, ଆରିଷ୍ଟୋଲୋଚିକ ଏସିଡ, ସିଷ୍ଟୋସୋମା ହେମାଟୋବିଅମ ଓ ଜେନେଟିକ ରୋଗ ଲିଞ୍ଚ ସିଣ୍ଡ୍ରୋମ ହୋଇପାରେ । ଏଗୁଡ଼ିକ ଟ୍ରାଞ୍ଜିସନାଲ ଏପିଥେଲିଅମରୁ ବିକଶିତ ହୁଅନ୍ତି ରୋଗ ନିର୍ଣ୍ଣୟ ସାଧାରଣତଃ ସିଷ୍ଟୋସ୍କୋପି ଏବଂ ବାୟୋପ୍ସି କରି ନିଶ୍ଚିତ କରାଯାଏ । ଚିକିତ୍ସାରେ ପ୍ରାୟ ଅସ୍ତ୍ରୋପଚାର କରାଯାଏ ଅନ୍ୟ ବିକଳ୍ପଗୁଡ଼ିକରେ କେମୋଥେରାପି ବା ଲେଜର ଅସ୍ତ୍ରୋପଚାର କରାଯାଏ ଯଦି ସ୍ଥାନୀୟ କର୍କଟ ହୋଇଥାଏ ତେବେ ଆରୋଗ୍ୟ ସମ୍ଭବ ହୁଏ ମୂତ୍ରନଳୀ ଶୈଳୀର ଏକାଧିକ କ୍ଷେତ୍ରରେ ରୋଗ ହୋଇପାରେ ଓ ପୁନର୍ବାର ଘଟିବାର ଆଶଙ୍କା ରହେ । ଲସିକା ଗ୍ରନ୍ତି, ଫୁସଫୁସ, ଯକୃତ କିମ୍ବା ହାଡ଼କୁ ଏହା ବିସ୍ତାର ଲାଭ କରିପାରେ। ସମସ୍ତ କର୍କଟ ରୋଗର ୧୨.୫% ୟୁରୋଥେଲିଆଲ କର୍କଟ ହୁଏ ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ମୂତ୍ରାଶୟର ସବୁଠାରୁ ସାଧାରଣ କର୍କଟ, ପ୍ରାୟ ୯୦%ରୁ ଅଧିକ ମୂତ୍ରାଶୟ କର୍କଟ ଏବଂ ପ୍ରାୟ ୭% ବୃକ୍‌କ କର୍କଟ ପ୍ରତିନିଧିତ୍ୱ କରେ। ଜେନିଟୋରିନାରୀ କର୍କଟ ରୋଗରୁ ମୃତ୍ୟୁର ଏହା ହେଉଛି ଦ୍ୱିତୀୟ ସାଧାରଣ କାରଣ।
ପଣା ସଂକ୍ରାନ୍ତି (ମହାବିଷୁବ ସଂକ୍ରାନ୍ତି) ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ । ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ପାଳନ ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ । ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ । ବିଶେଷତ୍ୱ ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି । ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ । ପଣାସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ଖୋଲାଯାଏ । ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ । ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ । ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି । ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି । ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି ।
ଫକୀର ଚରଣ ଦାସ (୨୨ ଜୁନ ୧୯୨୨ - ୧୯ ମଇ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଫକୀର ଚରଣ ଦାସ ୧୯୨୨ ମସିହାର ଜୁନ ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ରାଜନୈତିକ ଜୀବନ ଫକୀର ଓଡ଼ିଶା ରାଜନୀତିରେ ପ୍ରଜା ସମାଜବାଦୀ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ଫକୀର ୨୦୦୦ ମସିହାର ମଇ ୧୯ ତାରିଖରେ ୭୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଗୋଧ୍ରା ଏକ ଭାରତୀୟ ପୌରପାଳିକା ଅଟେ । ଏହା ଗୁଜରାଟର ପଞ୍ଚ୍ ମହଲ୍ସ୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଗୋଧ୍ରା ୨୨.୭୭୫୫ ଉତ୍ତର ଅକ୍ଷାଂଶ ଓ ୭୩.୬୧୪୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୋଧ୍ରା ସହରର ମୋଟ ଜନସଂଖ୍ୟା ୧୨୧୮୫୨ ଅଟେ । ସେଥି ମଧ୍ୟରୁ ୫୧.୮୨% ଜଣ ପରୁଷ ହୋଇଥିବା ବେଳେ ୪୮.୧୮% ଜଣ ନାରୀ ଅଟନ୍ତି । ଗୋଧ୍ରାର ସାକ୍ଷରତା ହାର ୭୨.୫୭% ଅଟେ । ଏହା ଜାତୀୟ ହାରଠାରୁ -୭.୭୩% ପ୍ରତିଶତ କମ ଅଟେ । ସେଥିରୁ ୪୦.୬୬% ପ୍ରତିଶତ ପୁରୁଷ ଓ ୩୧.୯୦% ନାରୀ ଅଟନ୍ତି । ୧୩.୯୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ଗୁଜରାଟୀ ଗୋଧ୍ରାର ସରକାରୀ ଭାଷା ଅଟେ ।
ହାତୀ (ଈଂରାଜୀରେ ) ଏକ ବୃହତାକାର ସ୍ତନ୍ୟପାୟୀ ପ୍ରାଣୀ ଓ ଏହା ସର୍ବବୃହତ୍ ସ୍ଥଳଚର ସ୍ଥନ୍ୟପାୟୀ ଜୀବ । ଜୀବବିଜ୍ଞାନ ଅନୁଯାୟୀ ହାତୀକୁ ଏଲିଫେଣ୍ଟିଡାଏ ପରିବାରରେ ସ୍ଥାନିତ କରାଯାଇଛି । ହାତୀଙ୍କର ତିନୋଟି ଉପ-ପ୍ରଜାତି ଚିହ୍ନଟ କରାଯାଇଛି । ସେଗୁଡ଼ିକ ହେଲେ ଆଫ୍ରିକୀୟ ବୁଦା ହାତୀ ( , ଜୀବବିଜ୍ଞାନ ନାମ ), ଆଫ୍ରିକୀୟ ଜଙ୍ଗଲ ହାତୀ ( , ଜୀବବିଜ୍ଞାନ ନାମ ) ଏବଂ ଏସୀୟ ହାତୀ , ଜୀବବିଜ୍ଞାନ ନାମ । ଭୌଗୋଳିକ ବିତରଣ ଦୃଷ୍ଟିରୁ ଉପ-ସାହାରା ଆଫ୍ରିକା, ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ହାତୀମାନେ ବ୍ୟାପ୍ତ । ପ୍ରାଚୀନ କାଳର ପ୍ରୋବୋଶିଡିଆ ( -ପ୍ରୋବୋଶିସ୍ ଶବ୍ଦର ଅର୍ଥ ଶୁଣ୍ଢ) ପରିବାରରୁ କେବଳ ଏଲିଫେଣ୍ଟିଡାଏ ପରିବାର ବର୍ତ୍ତମାନ ଜୀବିତ ରହିଛି; କିନ୍ତୁ ଅନ୍ୟ ପରିବାର ଯଥା ଡାଏନୋଥେରିସ୍, ଗୋମ୍ଫୋଥିଅର୍, ମାମ୍ମଥ୍ ଓ ମାଷ୍ଟୋଡନ୍ ଇତ୍ୟାଦିର ଜୀବସମୂହ ଲୋପ ପାଇଗଲେଣି । ହାତୀମାନଙ୍କର ଶରୀରର ଏକ ସ୍ୱତନ୍ତ୍ର ଅଙ୍ଗ ହେଲା ଏମାନଙ୍କ ଶୁଣ୍ଢ । ଗାଧୋଇବା, ପାଣି ଉଠାଇ ପିଇବା, କୌଣସି ବସ୍ତୁକୁ ଧରିବା ଇତ୍ୟାଦି ପାଇଁ ହାତୀମାନେ ନିଜ ଶୁଣ୍ଢର ଉପଯୋଗ କରିଥାନ୍ତି । ହାତୀର ଛାମୁ ଦାନ୍ତ ଗୋଜିଆ ହୋଇ ସାମନା ପଟକୁ ବଢ଼ିଯାଏ । ଏହା ଜିନିଷ ଉଠାଇବାରେ, ମାଟି ଖୋଳିବାରେ ଏବଂ ଅସ୍ତ୍ର ଭାବରେ ହାତୀ ବ୍ୟବହାର କରିଥାଏ । ହାତୀର ବଡ଼ ବଡ଼ କାନ ତାକୁ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାରେ ସହଯୋଗ କରେ। ସେମାନଙ୍କର ସ୍ତମ୍ଭ ସଦୃଶ ଗୋଡ଼ ହାତୀର ଓଜନ ଉଠାଇ ରଖିବା ପାଇଁ ସମର୍ଥ ହୋଇଥାଏ । ଆଫ୍ରିକୀୟ ହାତୀଙ୍କର କାନ ବୃହତ୍ତର ଏବଂ ପୃଷ୍ଠଟି ଉତ୍ତଳ ହୋଇଥିବାବେଳେ ଏସୀୟ ହାତୀଙ୍କର କାନ ଛୋଟ ଏବଂ ପିଠିଟି ଅବତଳ ହୋଇଥାଏ । ହାତୀମାନେ ତୃଣଭୋଜୀ ଜୀବ । ସାଭାନ୍ନା ତୃଣଭୂମି, ଜଙ୍ଗଲ, ମରୁଭୂମି, ସନ୍ତସନ୍ତିଆ ଏପରି ବିଭିନ୍ନ ପରିବାସରେ ହାତୀମାନଙ୍କୁ ଦେଖାଯାଇପାରିବ । ହାତୀମାନେ କୌଣସି ଜଳାଶୟ ବା ନଦୀ ଆଖପାଖରେ ରହିବାକୁ ପସନ୍ଦ କରନ୍ତି । ହାତୀମାନଙ୍କ ସଂଖ୍ୟା ଉପରେ ସେମାନେ ରହୁଥିବା ପରିବେଶର ସନ୍ତୁଳନ ନିର୍ଭର କରେ । ପ୍ରାୟ ସମସ୍ତ ଜୀବ ହାତୀଙ୍କଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ସିଂହ, ମହାବଳ ବାଘ, ହେଟାବାଘ ଓ ବଳିଆ କୁକୁରଙ୍କ ପରି ମାଂସାସୀ ଶିକାରୀ ପ୍ରାଣୀମାନେ ହାତୀଛୁଆଙ୍କୁ ଶିକାର କରି ଖାଇବାକୁ ଚେଷ୍ଟା କରିଥାନ୍ତି । ହାତୀମାନଙ୍କ ପରିବାର ସର୍ବଦା ଭଙ୍ଗା-ଯୋଡ଼ା ହେଉଥାଏ । ବିଭିନ୍ନ ପରିବାର ଏକତ୍ରିତ ହୋଇ ଏକାଠି ରହନ୍ତି । ବହୁ ମାଈ ହାତୀ ନିଜ ଛୁଆ, ସମ୍ପର୍କୀୟ ମାଈ ହାତୀ ଓ ସେମାନଙ୍କ ଛୁଆମାନଙ୍କ ସହିତ ମିଶି ରହନ୍ତି । ସବୁଠାରୁ ବୟସ୍କା ମାଈ ହାତୀ (ମାତୃକା) ଏହି ମିଳିତ ଦଳ ବା ପରିବାରର ନେତୃତ୍ୱ ନିଏ । ବଡ଼ ହେବା ପରେ ଅଣ୍ଡିରା ହାତୀମାନେ ପରିବାର ଛାଡ଼ି ଚାଲିଯାଆନ୍ତି । ସେମାନେ ଏକାକୀ ବା ଅନ୍ୟ ଅଣ୍ଡିରା ହାତୀଙ୍କ ସହିତ ମିଶି ରହନ୍ତି । ଅଣ୍ଡିରା ହାତୀମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍ ପ୍ରବାହ ବଢ଼ିଗଲେ ସେମାନେ ଅତ୍ୟନ୍ତ ଆକ୍ରାମକ ହୋଇ ଉଠନ୍ତି ଓ ପ୍ରଜନନ ବା ମିଳନ ପାଇଁ ମାଈ ହାତୀଙ୍କୁ ଖୋଜି ବୁଲନ୍ତି । ଅଣ୍ଡିରା ହାତୀର ଏହି ଉନ୍ମାଦିତ ବା ଉତ୍ତେଜିତ ଅବସ୍ଥାକୁ ମସ୍ତ ଅବସ୍ଥା ବୋଲି ମଧ୍ୟ କୁହାଯାଏ । ଏହି ସମୟରେ ଅଣ୍ଡିରା ହାତୀମାନେ ମାଈମାନଙ୍କ ପରିବାର ପାଖକୁ ଯାଇପାରନ୍ତି । ସବୁ ହାତୀ ପରିବାରରେ ଛୁଆଙ୍କ ପ୍ରତି ଅଧିକ ଧ୍ୟାନ ଦିଆଯାଏ ଓ ପ୍ରାୟ ୩ ବର୍ଷର ହେବା ପର୍ଯ୍ୟନ୍ତ ଏମାନେ ମା ହାତୀ ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ଥାଆନ୍ତି । ପ୍ରାକୃତିକ ପରିବାସରେ ରହୁଥିବା ହାତୀମାନେ ପ୍ରାୟ ୭୦ ବର୍ଷ ବଞ୍ଚନ୍ତି । ସ୍ପର୍ଶ, ଦୃଷ୍ଟି, ଘ୍ରାଣ ଓ ଶବ୍ଦ ସହାୟତାରେ ଏମାନେ ପରସ୍ପର ସହ ବାର୍ତ୍ତାଳାପ କରିଥାନ୍ତି । ହାତୀମାନେ ଦୂରକୁ ବାର୍ତ୍ତା ପଠାଇବା ପାଇଁ ଇନ୍‍ଫ୍ରାସାଉଣ୍ଡ ଓ କମ୍ପନ ମାଧ୍ୟମ ବ୍ୟବହାର କରନ୍ତି । ହାତୀର ବୁଦ୍ଧିମତାକୁ ବଣମଣିଷମାନଙ୍କ ସହ ତୁଳନୀୟ । ହାତୀମାନଙ୍କ ସ୍ମରଣ ଶକ୍ତି ମଧ୍ୟ ଅତ୍ୟନ୍ତ ପ୍ରଖର । ମୃତ ବା ମୃତ୍ୟୁ ଅପେକ୍ଷାରେ ରହିଥିବା ଅନ୍ୟ ଏକ ହାତୀ ପ୍ରତି ଏମାନେ ସମ୍ବେଦନଶୀଳତା ପ୍ରଦର୍ଶନ କରିଥାନ୍ତି । ସଂସ୍ଥା ଆଫ୍ରିକୀୟ ହାତୀଙ୍କୁ ଓ ଏସୀୟ ହାତୀଙ୍କୁ ତାଲିକାଭୁକ୍ତ କରିଛି । ହାତୀଦାନ୍ତର ଚୋରା ବ୍ୟବସାୟ ସମଗ୍ର ବିଶ୍ୱର ହାତୀଙ୍କ ପ୍ରତି ବିପଦ ସୃଷ୍ଟି କରିଛି । ହାତୀଦାନ୍ତ ପାଇଁ ହାତୀଙ୍କର ଅବୈଧ ଶିକାର କରାଯାଏ । ଅଧିବାସ କ୍ଷୟ, ମନୁଷ୍ୟଙ୍କ ସହତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ମଧ୍ୟ ହାତୀଙ୍କ ପାଇଁ ବିପଦ ସୃଷ୍ଟି କରେ । ଏସିଆରେ ହାତୀଙ୍କୁ ବିଭିନ୍ନ କାମରେ ନିୟୋଜିତ କରାଯାଇଥାଏ । ପ୍ରାଚୀନ କାଳରେ ହାତୀଙ୍କୁ ଯୁଦ୍ଧରେ ବ୍ୟବହାର କରାଯାଉଥିଲା । ବର୍ତ୍ତମାନ ସମୟରେ ଚିଡ଼ିଆଖାନାରେ ପ୍ରଦର୍ଶନ, ସର୍କସ୍, ମନୋରଞ୍ଜନ, ପର୍ଯ୍ୟଟନ, ବନ ନିରୀକ୍ଷଣ ଓ ପର୍ବପର୍ବାଣି ଇତ୍ୟାଦି ପାଇଁ ହାତୀ ବ୍ୟବହୃତ ହେଉଛନ୍ତି । କଳା, ଲୋକକଥା, ଧର୍ମ, ସାହିତ୍ୟ ଓ ଲୋକପ୍ରିୟ ସଂସ୍କୃତିରେ ହାତୀଙ୍କ ଉପସ୍ଥିତି ଦେଖିବାକୁ ମିଳେ । ଭୁବନେଶ୍ୱରର ନନ୍ଦନ କାନନ ଏବଂ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ହାତୀ ଦେଖିବାକୁ ମିଳନ୍ତି । ଚନ୍ଦକା ଜଙ୍ଗଲ ଏକ ହାତୀ ଅଭୟାରଣ୍ୟ ରୂପେ ମଧ୍ୟ ମାନ୍ୟତା ପାଇଛି । ଶରୀରତତ୍ତ୍ୱ ଗୋଟିଏ ବୟସ୍କ ଏସୀୟ ହାତୀର ଓଜନ ୫୦୦୦ କେଜି ପର୍ଯ୍ୟନ୍ତ ଓ ଆଫ୍ରିକୀୟ ହାତୀର ଓଜନ ୬୦୦୦ କେଜି ପର୍ଯ୍ୟନ୍ତ ହୋଇଥାଏ। ଆକାରରେ ଆଫ୍ରିକୀୟ ହାତୀ ଏସୀୟ ହାତୀଙ୍କଠାରୁ ବଡ଼ ହୋଇଥାନ୍ତି। ଏସୀୟ ହାତୀର କାନ ଆଫ୍ରିକୀୟ ହାତୀଠାରୁ ଛୋଟ। ଆଫ୍ରିକୀୟ ହାତୀଙ୍କର ଦୁଇଟି କାନକୁ ଯୋଡ଼ିଲେ ଆଫ୍ରିକା ମହାଦେଶର ମାନଚିତ୍ର ପରି ଦେଖାଯାଏ। ଏସୀୟ ଅଣ୍ଡିରା ହାତୀଙ୍କର ଦୁଇଟି ବଡ଼ ଛାମୁ ଦାନ୍ତ ଥାଏ, ସେଥିପାଇଁ ଏମାନଙ୍କୁ ଦନ୍ତା ହାତୀ କୁହାଯାଏ। ଦନ୍ତହୀନ ଅଣ୍ଡିରା ହାତୀଙ୍କୁ ମାଖନା କୁହାଯାଏ। ଏମାନଙ୍କ ସଂଖ୍ୟା କମ। ଏସୀୟ ମାଈ ହାତୀଙ୍କର ପରିଣତ ବୟସରେ ଛୋଟ ଛୋଟ ଦାନ୍ତ ବାହାରେ। ଆଫ୍ରିକୀୟ ହାତୀମାନଙ୍କ କ୍ଷେତ୍ରରେ ଉଭୟ ଅଣ୍ଡିରା ଓ ମାଈଙ୍କର ବଡ଼ ଛାମୁ ଦାନ୍ତ ଥାଏ। ନାମକରଣର ଇତିହାସ ଈଂରାଜୀ ଶବ୍ଦ " " ଲାଟିନ୍ ଶବ୍ଦ ରୁ ଗୃହୀତ ହୋଇଛି ଏବଂ ଏହି ଲାଟିନ୍ ଶବ୍ଦଟି ଗ୍ରୀକ୍ ଶବ୍ଦ (ଏଲିଫାସ୍)ରୁ ଗୃହୀତ । ଏହି ଶବ୍ଦଟି ଫିନିସିୟାନ୍ ପରି କୌଣସି ଏକ ଅଣ ଇଣ୍ଡୋ-ୟୁରୋପୀୟ ଭାଷାରୁ ଆସି ଥାଇପାରେ । ମାଇକିନିଆନ୍ ଗ୍ରୀକ୍ ଭାଷାରେ ହାତୀକୁ ଏରିପା କୁହାଯାଏ । ମାଇକିନିଆନ୍ ଗ୍ରୀକ୍ ଭାଷାର କବି ହୋମର୍ ହାତୀଦାନ୍ତ ପାଇଁ ଏହି ଶବ୍ଦକୁ ବ୍ୟବହାର କରିଥିବା ବେଳେ ହେରୋଡଟ୍ସ ଜୀବ ପାଇଁ ଏଲିଫାସ୍ ବା ଏରିପା ଶବ୍ଦକୁ ବ୍ୟବହାର କରିଥିଲେ । ୧୩୦୦ ଖ୍ରୀଷ୍ଟାବ୍ଦ ବେଳକୁ ମଧ୍ୟଯୁଗୀୟ ଈଂରାଜୀ ଭାଷାରେ ଏଲିଫ୍ୟାଣ୍ଟ୍ ଶବ୍ଦଟି ରୂପେ ଲେଖା ଯାଉଥିଲା ଯାହା ବୋଧହୁଏ ଦ୍ୱାଦଶ ଶତାବ୍ଦୀର ପୁରୁଣା ଫରାସୀ ଶବ୍ଦ ରୁ ଗୃହୀତ ହୋଇଥିଲା । ଗ୍ରୀକ୍ ଶବ୍ଦ ଆଫ୍ରିକୀୟ ହାତୀମାନଙ୍କ ପାଇଁ ବ୍ୟବହୃତ ହୁଏ ଓ ଏହାର ଅର୍ଥ ହେଲା ପାର୍ଶ୍ୱସ୍ଥ ତେର୍‍ଛା ଦାନ୍ତ " ।
ଓଡ଼ିଶା ଟିଭି ବା ଓଟିଭି ଓଡ଼ିଶାର ଏକ ବେସରକାରୀ ଟିଭି ଚ୍ୟାନେଲ । ଏହା ୧୯୯୭ରେ ଭୁବନେଶ୍ୱରରେ ଆରମ୍ଭ ହୋଇଥିଲା । ଏହା ଓଡ଼ିଶାର ପ୍ରଥମ ବେସରକାରୀ ଟିଭି ଚ୍ୟାନେଲ । ୧୯୯୭ ମସିହାରେ ଏହା ପ୍ରଥମେ ଭୁବନେଶ୍ୱର ଓ କଟକ ସହରରେ ନିଜ କାର୍ଯ୍ୟକ୍ରମ ପ୍ରସାରଣ କରୁଥିଲା । ପରେ ଏହା ଓଡ଼ିଶାର ସମସ୍ତ ଅଞ୍ଚଳରେ ନିଜର କାର୍ଯ୍ୟକ୍ରମ ପ୍ରସାରଣ କରିଥିଲେ । ୨୦୧୬ ମସିହା ଡିସେମ୍ବର ମାସରେ ଏହା ଏକ ସାଟେଲାଇଟ ଚ୍ୟାନେଲରେ ପରିବର୍ତ୍ତିତ ହୋଇଥିଲା ।
ଗଣେଶ ରାମ ବରିହା (ମୃତ୍ୟୁ: ୧୯୫୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ଭାରତ ସ୍ୱାଧୀନ ହେବା ପରେ ଓଡ଼ିଶାରେ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ଗଣେଶ ରାମ ବରିହା ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ଗଣେଶ ରାମ ବରିହା ୧୯୫୮ ମସିହାରେ ମୃତ୍ୟୁବରଣ କରିଥିଲେ । ୨୫ ଅଗଷ୍ଟ ୧୯୫୮ରେ ତାଙ୍କୁ ଓଡ଼ିଶା ବିଧାନ ସଭା ଗୃହରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।
ସନ୍ତୋଷ କୁମାର ପ୍ରଧାନ (ଜନ୍ମ: ୧୫ ଜାନୁଆରୀ ୧୯୪୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସନ୍ତୋଷ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଅନୁଗୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ସନ୍ତୋଷ କୁମାର ପ୍ରଧାନ ୧୯୪୫ ମସିହାର ଜାନୁଆରୀ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦିବାକର ପ୍ରଧାନ ଓ ପତ୍ନୀଙ୍କ ନାମ ଶେଫାଳି ପ୍ରଧାନ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ । ରାଜନୈତିକ ଜୀବନ ସନ୍ତୋଷ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।
କେରଳର ପଥାନାମଥିଟ୍ଟା ଜିଲ୍ଲାର ପଶ୍ଚିମଘାଟ ପର୍ବତମାଳା ନିକଟସ୍ଥ ଘନ ଜଙ୍ଗଲ ଭିତରେ ପାହାଡ଼ଘେରା ନିଭୃତ ଅଞ୍ଚଳରେ ଭଗବାନ ଅୟପ୍ପାଙ୍କ ମନ୍ଦିର ରହିଛି । ଏହାର ଚାରିପାଖରେ ୧୮ଟି ସୁଉଚ୍ଚ ପର୍ବତ ରହିଛି । ସମୁଦ୍ରପତ୍ତନଠାରୁ ମନ୍ଦିର ୪୮୦ମିଟର (୧୫୭୪ଫୁଟ) ଉଚ୍ଚତାରେ ଅବସ୍ଥିତ । ବିଷ୍ଣୁଙ୍କର ଅନ୍ୟତମ ଅବତାର ପ୍ରଭୁ ପର୍ଶୁରାମ ଏହି ମନ୍ଦିର ଓ ଅୟପ୍ପାଙ୍କ ମୂର୍ତ୍ତି ପ୍ରତିଷ୍ଠା କରିଥିବାର ବିଶ୍ୱାସ କରାଯାଏ । ଏଠାରେ ଶୈବ, ବୈଷ୍ଣବ ଓ ଶାକ୍ତ ପରମ୍ପରାର ପ୍ରଭାବ ଦେଖିବାକୁ ମିଳେ । ପ୍ରଭୁଙ୍କ ଦର୍ଶନ ପାଇଁ ୩ରୁ ୪କୋଟି ଭକ୍ତ ଏହି ପୀଠକୁ ଆସନ୍ତି । କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ସବୁଠାରୁ ବେଶୀ ଭକ୍ତ ଆସନ୍ତି । ଅନ୍ୟ ମନ୍ଦିରଗୁଡ଼ିକ ପରି ଏହି ମନ୍ଦିର ବର୍ଷସାରା ଖୋଲାଯାଏ ନାହିଁ । ମଣ୍ଡଳ ପୂଜା, କିଛି ବିଶେଷ ପୂଜା ଓ ପର୍ବ ଅବସରରେ ଏହାର ଫାଟକ ଭକ୍ତଙ୍କ ପାଇଁ ଖୋଲାଯାଏ । ମଣ୍ଡଳ ପୂଜା ମକର ସଂକ୍ରାନ୍ତିରୁ ଆରମ୍ଭ ହୁଏ । ଏହି ଦିନ ରାତିରେ ପ୍ରଭୁ ଅୟପ୍ପା ଜ୍ୟୋତି ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ବୋଲି ଭକ୍ତ ମହଲରେ ବିଶ୍ୱାସ ରହିଛି । ତେଣୁ ଏହିଦିନ ପୀଠଟି ସ୍ଥାନୀୟ ଓ ଦୂରଦୂରାନ୍ତରୁ ଆସିଥିବା ଭକ୍ତଙ୍କ ଭିଡ ଜମେ । ନଭେମ୍ବରରୁ ଜାନୁଆରୀ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ଧରି ଏଠାରେ ଧାର୍ମିକ ମେଳା ଅନୁଷ୍ଠିତ ହୁଏ । ଠାକୁର ଦର୍ଶନ ପାଇଁ ଭକ୍ତମାନଙ୍କୁ ତୀଖ ପାହାଡି ରାସ୍ତାରେ ପାଞ୍ଚକିଲୋମିଟର ଚାଲି ଚାଲି ଯିବାକୁ ହୁଏ । ଆରବର ମକ୍କାକୁ ପୃଥିବୀର ସବୁଠାରୁ ବେଶୀ ମୁସଲିମ୍ ତୀର୍ଥଯାତ୍ରୀ ଆସନ୍ତି । ତା 'ତଳକୁ ସବରିମାଳା ଦ୍ୱିତୀୟ ସ୍ଥାନ । କିମ୍ବଦନ୍ତୀ ପାଣ୍ଡାଲମ୍‌ର ରାଜା ମଣିକନ୍ଦନ ନିଃସନ୍ତାନ ଥିଲେ । ଥରେ ଜଙ୍ଗଲରେ ଶୀକାର କରୁଥିବା ବେଳେ ଏକ ପରିତ୍ୟକ୍ତ ଶିଶୁ ତଳେ ପଡ଼ିଥିବାର ଦେଖିଲେ ଓ ତାକୁ ଉଠାଇ ରାଜପ୍ରାସାଦ ନେଇଗଲେ । ପିଲାଟି ରାଜାଙ୍କ ଅନାବିଳ ସ୍ନେହ ପାଇ ରାଜପୁତ୍ରଭାବରେ ବଢ଼ିଲା । ନାଁ ଦିଆଯାଇଥିଲା ଅୟାପ୍ପା । ସେ ବାଲ୍ୟକାଳରୁ ସଂସାର ପ୍ରତି ବିମୁଖ ଥିଲେ, ବ୍ରହ୍ମଚାରୀ ହୋଇ ରହିଲେ ଓ ସବରିମାଳା ପାହାଡ଼ ଉପରେ ଧ୍ୟାନରେ ବସି ରହିଲେ । ଜଣେ ଅପୂର୍ବ ସୁନ୍ଦରୀ ଦେବୀ ମଲିକାପୁରଥାମା ତାଙ୍କୁ ବିବାହ ପାଇଁ ନିବେଦନ କରିବାରୁ ଅୟାପ୍ପା ମନା କରିଦେଲା । ଭଙ୍ଗାମନ ନେଇ ମଲିକାପୁରଥାମା ଅବିବାହିତ ରହି, ପାହାଡ଼ ତଳେ ଏକ ମନ୍ଦିରରେ ରହିଲେ । ଧ୍ୟାନରତ ଅୟାପ୍ପା ଶେଷରେ ବିଷ୍ଣୁ ଲୀନ ହେଲେ ଓ ସେଇଦିନଠାରୁ ତାଙ୍କୁ ବିଷ୍ଣୁଙ୍କ ଅବତାର ଭାବେ ପୂଜା କରାଯାଉଅଛି । ଅୟପ୍ପା ମହାଦେବ ଓ ବିଷ୍ଣୁଙ୍କର ମୋହିନୀ ରୂପର ମିଳନରୁ ଉତ୍ପନ୍ନ ପୁତ୍ର ଓ ବ୍ରହ୍ମଚାରୀ । ଅୟପ୍ପାଙ୍କ ଦର୍ଶନ ନିମିତ୍ତ ନୀତି ନିୟମ ପ୍ରଭୁ ଅୟପ୍ପାଙ୍କ ଦର୍ଶନ ଯିବା ପୂର୍ବରୁ ପ୍ରତ୍ୟେକ ଭକ୍ତଙ୍କୁ ୪୧ଦିନ ଉପବାସ ରହିବାକୁ ପଡ଼େ/ ଏକ ମାସ ପୂର୍ବରୁ ତାହା ସହିତ ଆମିଷ ଖାଦ୍ୟ ଓ ମୈଥୁନ ତ୍ୟାଗ କରି ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବାକୁ ପଡ଼େ । ଯେଉଁ ଭକ୍ତ ଶାରୀରିକ ଓ ମାନସିକ ପବିତ୍ରତା ସହ ଦର୍ଶନ ବେଳେ ତୁଳସୀକଣ୍ଠୀ ବା ରୁଦ୍ରାକ୍ଷମାଳ ଧାରଣ କରନ୍ତି ସେମାନଙ୍କ ସମସ୍ତ କାମନା ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ପ୍ରଭୁ ଅୟପ୍ପାଙ୍କ ଦର୍ଶନ ଯିବା ପୂର୍ବରୁ ଭକ୍ତମାନେ ପ୍ରଥମେ ଚିରକୁମାରୀ ମାଲିକାପୁରଥାମ୍ମାଙ୍କ ଦର୍ଶନ କରନ୍ତି ଓ ତା 'ପରେ ପ୍ରଭୁ ଅୟପ୍ପାଙ୍କ ଦର୍ଶନ ପାଇଁ ଯାଆନ୍ତି । ଯେଉଁ ମୁସଲମାନ ପ୍ରଭୁ ଅୟପ୍ପାଙ୍କ ଦର୍ଶନ ପାଇଁ ଯାଆନ୍ତି । ପ୍ରଥମେ ପାହାଡ ତଳେ ଥିବା ଏକ ମସ୍‌ଜିଦ୍‌ରେ ପ୍ରଥମେ ନମାଜ ପଢ଼ି ସାରି ଅୟପ୍ପାଙ୍କ ଦର୍ଶନକରିବାକୁ ଯାଆନ୍ତି । ୧୦ରୁ ୫୦ବର୍ଷ ବୟସ୍କା ମହିଳାମାନଙ୍କୁ ପ୍ରଭୁଙ୍କ ଦର୍ଶନ ମନା ।କିନ୍ତୁ, ୧୦ବର୍ଷରୁ କମ୍ ଓ ୫୦ବର୍ଷରୁ ଉର୍ଦ୍ଧ୍ୱ ମହିଳାମାନଙ୍କୁ ପ୍ରଭୁଙ୍କ ଦର୍ଶନ ପାଇଁ କଟକଣା ନାହିଁ ।
ରସ୍କିନ ବଣ୍ଡ (ଜନ୍ମ : ୧୯ ମଇ ୧୯୩୪) ଜଣେ ବ୍ରିଟିଶ-ଭାରତୀୟ ଲେଖକ । ସେ ୫୦୦ରୁ ଅଧିକ ଗଳ୍ପ, ପ୍ରବନ୍ଧ ଓ ଉପନ୍ୟାସିକା ଆଦି ଲେଖିଛନ୍ତି । ତାଙ୍କ ପ୍ରଥମ ଉପନ୍ୟାସ ଦ ରୁମ ଅନ ଦ ରୁଫକୁ ୧୯୫୭ ମସିହାରେ ଯୁକ୍ତରାଜ୍ୟର ପ୍ରତିଷ୍ଠିତ ଜନ ଲେୱେଲିନ ରାଏସ ପୁରସ୍କାର ଲାଭ କରିଥିଲା । ରସ୍କିନ ନିଜ ଗୃହିତ ପରିବାର ସହିତ ମଶୋରୀର ଲଣ୍ଡୋରଠାରେ ରୁହନ୍ତି । ୧୯୯୨ ମସିହାରେ ରସ୍କିନ ନିଜ ଲିଖିତ ପୁସ୍ତକ ଆୱାର ଟ୍ରିଜ ଷ୍ଟିଲ ଗ୍ରୋ ଇନ ଡେହେରା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ । ୧୯୯୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୧୪ ମସିହାରେ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ୨୦୨୪ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ତରଫରୁ ତାଙ୍କୁ ସର୍ବୋଚ୍ଚ ସାହିତ୍ୟ ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ପ୍ରଦାନ କରାଯାଇଥିଲା । ଜୀବନୀ ରସ୍କିନ ବଣ୍ଡ ୧୯୩୪ ମସିହା ମଇ ମାସ ୧୯ ତାରିଖରେ ହିମାଚଳ ପ୍ରଦେଶର କସୌଲୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅବ୍ରେ ଆଲେକ୍ସାଣ୍ଡର ବଣ୍ଡ ଓ ମାତାଙ୍କ ନାମ ଏଡ଼ିଥ କ୍ଲାର୍କ । ତାଙ୍କର ଏକମାତ୍ର ଭଉଣୀଙ୍କର ନାମ ଏଲେନ । ତାଙ୍କ ପିତା ଜାମନଗରର ରାଜକୁମାରୀଙ୍କୁ ଇଂରାଜୀ ପଢ଼ାଉଥିଲେ । ସେଥିନିମନ୍ତେ ରସ୍କିନଙ୍କୁ ୬ ବର୍ଷ ହେବା ପର୍ଯ୍ୟନ୍ତ ସେମାନେ ଗୁଜରାଟର ଜାମନଗରଠାରେ ରହୁଥିଲେ । ୧୯୩୯ ମସିହାରେ ରସ୍କିନଙ୍କ ପିତା ରୟାଲ ଏୟାର ଫୋର୍ସରେ ଯୋଗ ଦେଇଥିଲେ ଓ ଦିଲ୍ଲୀରେ ତାଙ୍କର ପୋଷ୍ଟିଂ ହୋଇଥିଲେ । ରସ୍କିନ ତାଙ୍କ ମା ଓ ଭଉଣୀଙ୍କୁ ତାଙ୍କ ମାମୁଘର ଡେରାଡୁନ ଯିବାକୁ ପଡ଼ିଥିଲା । କିଛିଦିନ ପରେ ରସ୍କିନ ମସୁରୀରେ ଏକ ବୋଡିଂ ସ୍କୁଲରେ ପାଠ ପଢ଼ିବାକୁ ଚାଲିଯାଇଥିଲେ । ତାଙ୍କୁ ଆଠ ବର୍ଷ ହୋଇଥିବା ବେଳେ ତାଙ୍କ ପିତାମାତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ଓ ମାତା ଜଣେ ପଞ୍ଜାବୀ ହିନ୍ଦୁ ବ୍ୟକ୍ତିଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କ ପିତା ରସ୍କିନକୁ ନିଜ ପାଖକୁ ଦିଲ୍ଲୀ ନେଇ ଆସିଥିଲେ ଓ ସେଠାରେ ରସ୍କିନ ଦୁଇ ବର୍ଷ ରହିଥିଲେ । ଏହି ଦୁଇବର୍ଷ ରସ୍କିନ ନିଜ ପିତାଙ୍କର ଖୁବ ନିକଟତ୍ତର ହୋଇଥିଲେ ଓ ସେହି ସମୟ ତାଙ୍କ ଜୀବନର ସବୁଠାରୁ ଖୁସିର ସମୟ ବୋଲି ସେ କହିଛନ୍ତି । ରସ୍କିନଙ୍କୁ ଦଶ ବର୍ଷ ବୟସ ହୋଇଥିବା ସମୟରେ ତାଙ୍କ ପିତା ଯୁଦ୍ଧକ୍ଷେତ୍ରରେ ମୃତ୍ୟୁବରଣ କରିଥିଲେ । ସେତେବେଳେ ରସ୍କିନ ସିମଳାର ଏକ ବୋଡିଂ ସ୍କୁଲରେ ପଢ଼ୁଥିଲେ । ପିତାଙ୍କ ମୃତ୍ୟୁପରେ ତାଙ୍କ ମା ତାଙ୍କୁ ଡେରାଡୁନ ନେଇ ଆସିଥିଲେ । ରସ୍କିନ, ସିମଳାର ବିଶପ କଟନ ସ୍କୁଲରେ ପଢ଼ୁଥିଲେ ଓ ୧୯୫୦ ମସିହାରେ ଏହି ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇଥିଲେ । ସ୍କୁଲରେ ପଢ଼ିବା ସମୟରେ ସେ ଅନେକ ପ୍ରତିଯୋଗୀତାରେ ପୁରସ୍କୃତ ହୋଇଥିଲେ । ଈରୱିନ ଡିଭିନିଟି ପୁରସ୍କାର ଓ ହେଲି ଲିଟରେଚର ପୁରସ୍କାର ସେଥିମଧ୍ୟରୁ ଅନ୍ୟତମ । ୧୯୫୧ରେ, ୧୬ ବର୍ଷ ବୟସରେ ସେ କ୍ଷୁଦ୍ରଗଳ୍ପ ଅନଟଚେବୁଲ ଲେଖିଥିଲେ । ସ୍କୁଲରୁ ଉତ୍ତୀର୍ଣ୍ଣ ହେବା ପରେ ୧୯୫୧ ମସିହାରେ ରସ୍କିନ ଯୁକ୍ତରାଜ୍ୟର ଚ୍ୟାନେଲ ଆଇସଲାଣ୍ଡରେ ଥିବା ନିଜ ମାଉସୀ ଘରକୁ ଚାଲିଯାଇଥିଲେ । ସେଠାରେ ସେ ଦୁଇବର୍ଷ ରହିଥିଲେ ଓ ନିଜ ପ୍ରଥମ ଉପନ୍ୟାସ ଦ ରୁମ ଅନ ଦ ରୁଫ ଲେଖିଥିଲେ । ଏହି ଉପନ୍ୟାସର ମୁଖ୍ୟ ଚରିତ୍ର ରୁଷ୍ଟି ଏକ ବ୍ରିଟିଶ-ଭାରତୀୟ ଅନାଥ ପିଲା ଥିଲା । ଏହି ପୁସ୍ତକଟିକୁ ୧୯୫୭ ମସିହାରେ ଜନ ଲେୱେଲିନ ରାଏସ ପୁରସ୍କାର ମିଳିଥିଲା । ଏହି ପୁସ୍ତକଟି ଛପେଇବା ପାଇଁ ପ୍ରକାଶକ ଖୋଜିବା ପାଇଁ ସେ ଲଣ୍ଡନ ଚାଲିଯାଇଥିଲେ । ପୁସ୍ତକ ପ୍ରକାଶନ ପୂର୍ବରୁ ମିଳିଥିବା ଅଗ୍ରିମ ରାଶିରୁ ସେ ଡେରାଡୁନ ଫେରିବା ପାଇଁ ବମ୍ବେକୁ ଜଳପଥରେ ଟିକେଟ କିଣିଥିଲେ । ଲଣ୍ଡନରୁ ଫେରି ସେ କିଛି ବର୍ଷ ଦିଲ୍ଲୀ ଓ ଡେରାଡୁନରେ କାର୍ଯ୍ୟ କରିଥିଲେ । ୧୯୬୩ ମସିହାରେ ସେ ମଶୋରୀରେ ରହିବା ଆରମ୍ଭ କରିଥିଲେ । ମଶୋରୀ ସହର ଦିଲ୍ଲୀର ନିକଟତ୍ତର ହୋଇଥିବାରୁ, ଦିଲ୍ଲୀର ପ୍ରକାଶକ ଓ ସମ୍ପାଦକମାନଙ୍କ ସହିତ ସମ୍ପର୍କରେ ରହିବାକୁ ସୁବିଧା ହୋଇଥିଲା । ୧୯୮୦ ମସିହାରେ ପେଙ୍ଗୁଇନ ପ୍ରକାଶନା ସଂସ୍ଥା ଭାରତରେ ନିଜର ପ୍ରକାଶନ କାର୍ଯ୍ୟ ଆରମ୍ଭ କରିଥିଲା । ୧୯୯୩ ମସିହାରେ ପେଙ୍ଗୁଇନ ରସ୍କିନଙ୍କର ଦ ରୁମ ଅନ ଦ ରୁଫ ଓ ତାହାର ଦ୍ୱିତୀୟ ଭାଗ ଭାଗ୍ରାଣ୍ଟସ ଇନ ଦ ଭ୍ୟାଲି (୧୯୫୬)କୁ ଏକତ୍ର ଛାପିଥିଲେ । ଅତିଭୌତିକ କଥାକୁ ନେଇ ସେ ଘୋଷ୍ଟ ଷ୍ଟୋରୀସ ଫ୍ରମ ଦ ରାଜ, ଏ ସିଜିନ ଅଫ ଘୋଷ୍ଟସ, ଏ ଫେସ ଇନ ଦ ଡାର୍କ ଓ ଅଦର ହଣ୍ଟିଙ୍ଗଜ ଆଦି ପୁସ୍ତକ ଲେଖିଛନ୍ତି । ତାଙ୍କ ଆତ୍ମଜୀବନୀ ସିନସ ଫ୍ରମ ଏ ରାଇଟରସ ଲାଇଫ ଓ ଲୋନ ଫକ୍ସ ଡାନସିଂ ନାମରେ ପ୍ରକାଶିତ । ୧୯୬୩ ମସିହାରୁ ସେ ଫ୍ରିଲାନ୍ସ ଲେଖକ ଭାବରେ ଲଣ୍ଡୌରଠାରେ ନିଜ ଆଶ୍ରିତ ପରିବାର ସହ ରହି ଆସୁଛନ୍ତି । ୧୯୮୦ ମସିହାରୁ ସେ ଲଣ୍ଡୌରର ଆଭି କଟେଜଠାରେ ରହୁଛନ୍ତି । ତାଙ୍କ ଭଉଣୀ ଏଲେନ ଲୁଧିଆନାରେ ରହୁଥିଲେ ଓ ୨୦୧୪ ମସିହାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ଅନ୍ୟ ଜଣେ ଭାଇ ଉଇଲିୟମ, କାନାଡ଼ାରେ ରୁହନ୍ତି । ଲିଖନ ଶୈଳୀ ରସ୍କିନଙ୍କର ପିଲାଦିନ ହିମାଳୟର ପାଦଦେଶରେ ବିତିଥିଲା । ତାଙ୍କ ଲେଖାରେ ହିମାଳୟର ପାଦଦେଶ ଅଞ୍ଚଳର କଥା ବର୍ଣ୍ଣିତ ହୋଇଛି । ତାଙ୍କ ପ୍ରଥମ ଉପନ୍ୟାସ ଦ ରୁମ ଅନ ଦ ରୁଫ ଲେଖାଯିବା ବେଳକୁ ତାଙ୍କର ବୟସ ଥିଲା ୧୬ ଓ ଏହି ବହି ପ୍ରକାଶିତ ହେଲାବେଳକୁ ତାଙ୍କୁ ୨୧ ବର୍ଷ ହୋଇଥିଲା । ଏହି ପୁସ୍ତକରେ ଡେରାଡୁନରେ ଥିବା ତାଙ୍କ ଭଡ଼ାଘର ଓ ତାଙ୍କ ସାଙ୍ଗସାଥିଙ୍କ କଥା ଲେଖାଯାଇଛି । ୭୦ ଦଶକରେ ପ୍ରକାଶ ପାଇଥିବା ତାଙ୍କ ପୁସ୍ତକ ଆଙ୍ଗ୍ରି ରିଭର ପିଲାମାନଙ୍କ ପାଇଁ ଲେଖାଯାଇଥିବା ତାଙ୍କର ପ୍ରଥମ ପୁସ୍ତକ । ବଣ୍ଡଙ୍କ ଲେଖାରେ ତାଙ୍କ ବ୍ରିଟିଶ-ଭାରତୀୟ ପରିବାର, ଚଳଣି, ଭାରତର ସାମାଜିକ, ରାଜନୈତିକ, ବ୍ରିଟିଶ ମାନଙ୍କର ଭାରତ ଉପରେ ପ୍ରଭାବ, ଭାରତ ସ୍ୱାଧିନତା ପୂର୍ବ ଓ ପର କଥା ଲେଖାଯାଇଛି । ବଣ୍ଡଙ୍କ ଲେଖାର ଚଳଚ୍ଚିତ୍ର ରୂପାନ୍ତରଣ ବଣ୍ଡଙ୍କ ଐତିହାସିକ ଉପନ୍ୟାସ ଏ ଫ୍ଲାଇଟ ଅଫ ପିଜିୟନସକୁ ନେଇ ୧୯୭୮ ମସିହାରେ ହିନ୍ଦୀ ଜୁନୁନ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା । ଶଶି କପୁର ଏହି ଚଳଚ୍ଚିତ୍ରର ପ୍ରଯୋଜକ ଓ ଶ୍ୟାମ ବେନେଗଲ ନିର୍ଦ୍ଦେଶକ ଥିଲେ । ତାଙ୍କର ଲୋକପ୍ରିୟ ରୁଷ୍ଟି କାହାଣୀକୁ ନେଇ ଦୂରଦର୍ଶନରେ ଏକ ଥା ରୁଷ୍ଟି ନାମରେ ଧାରାବାହିକ ନିର୍ମାଣ କରାଯାଇଥିଲା । ୨୦୦୫ ମସିହାରେ ବିଶାଳ ଭାରଦ୍ୱାଜ, ବଣ୍ଡଙ୍କ ପୁସ୍ତକ ଦ ବ୍ଲୁ ଅମ୍ବ୍ରେଲାକୁ ନେଇ ସମାନ ନାମରେ ଏକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ୨୦୧୧ ମସିହାରେ ବିଶାଳ ଭାରଦ୍ୱାଜ ବଣ୍ଡଙ୍କ ଗପ ସୁଜାନାସ ସେଭେନ ହଜବ୍ୟାଣ୍ଡକୁ ନେଇ ୭ ଖୁନ ମାଫ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏଥିରେ ପ୍ରିୟଙ୍କା ଚୋପ୍ରା ମୁଖ୍ୟ ଭୂମିକାରେ ଥିଲେ । ରୁଷ୍ଟି ବଣ୍ଡ, ରୁଷ୍ଟି ନାମକ ଏକ କାଳ୍ପନିକ ଚରିତ୍ର ତିଆରି କରି, ଅନେକ କାହାଣୀ ରଚନା କରିଛନ୍ତି । ରୁଷ୍ଟି ଡେରାଡୁନରେ ରହୁଥିବା ଏକ ୧୬/୧୭ ବର୍ଷ ବୟସ୍କ ଅନାଥ ବ୍ରିଟିଶ-ଭାରତୀୟ ପିଲା । ସେ ନିଜ ପରିଚାୟକ ଜନ ହାରିସନଙ୍କ ସହିତ ରହେ । ଜନ ଜଣେ କଠୋର ଓ ନିର୍ଦ୍ଦୟ ବ୍ୟକ୍ତି ଥିଲେ । ରୁଷ୍ଟି ବାଧ୍ୟ ହେଇ ଜନଙ୍କର ସବୁ କଥା ମାନୁଥିଲେ, ନହେଲେ ତାଙ୍କୁ ବେତ୍ରାଘାତର ଭୟ ଥିଲା । ରୁଷ୍ଟିର କେହି ବନ୍ଧୁ ନଥିଲେ ଓ ସେ ଜନଙ୍କ ଘରେ ଏକୁଟିଆ ଅନୁଭବ କରୁଥିଲା । ସେ ଡେରାଡୁନରେ ୟୁରୋପିୟ ଲୋକଙ୍କ ଅଞ୍ଚଳରେ ରହୁଥିଲା କିନ୍ତୁ ତାକୁ ଭାରତୀୟମାନଙ୍କ ସହିତ ମିଶିବାକୁ ବହୁତ ଇଚ୍ଛା ଥିଲା । ସେ ଲୁଚି ଲୁଚି କିଛି ଭାରତୀୟ ପିଲାଙ୍କ ସହିତ ସାଙ୍ଗ ହେଲା । କ୍ରମେ ସେ ଜନଙ୍କଠାରୁ ଲୁଚି ଇଂଲାଣ୍ଡ ପଳେଇଯାଇଥିଲା । ରୁଷ୍ଟି ଚରିତ୍ର ମାଧ୍ୟମରେ, ବଣ୍ଡ ଏକ କିଶୋରର ଜୀବନକୁ ନେଇ ସଂଗ୍ରାମ, ତାର ସମ୍ପର୍କ, ଖୁସି ଓ ପ୍ରେମ ଦର୍ଶାଇଛନ୍ତି । ରୁଷ୍ଟି ମାଧ୍ୟମରେ, ବଣ୍ଡ ନିଜର ପିଲାଦିନ କଥା ଲେଖିବାକୁ ଚେଷ୍ଟା କରିଛନ୍ତି । ୧୭ ବର୍ଷ ବୟସରେ ଲେଖିଥିବା ତାଙ୍କ ପ୍ରଥମ ଆତ୍ମଜୀବନୀମୂଳକ ଉପନ୍ୟାସ ଦ ରୁମ ଅନ ଦ ରୁଫର ମୁଖ୍ୟ ଚରିତ୍ର ଥିଲା ରୁଷ୍ଟି । ଏହି ଉପନ୍ୟାସରେ ରୁଷ୍ଟିର ଡେରାଡୁନର ରହଣୀ ଓ ସାଙ୍ଘସାଥିଙ୍କ କଥା ଲେଖାଯାଇଛି ।
ଏହି ଭାରତୀୟ ଟଙ୍କା ଚିହ୍ନ , ଭାରତରେ ପ୍ରଚଳିତ ସରକାରୀ ମୁଦ୍ରାର ଚିହ୍ନ ଅଟେ । ୧୫ ଜୁଲାଇ ୨୦୧୦ରେ ଏହି ନୂତନ ଢାଞ୍ଚା ଭାରତ ସରକାରଙ୍କଦ୍ୱାରା ସାର୍ବଜନୀକ ରୂପେ ପ୍ରକାଶ କରାଯାଇଥିଲା ।
୫୫୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଏକାଧିକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ପାଉଡର ହେଉଛି ଅତି କମରେ ଲୌହ, ଜିଙ୍କ, ଏବଂ ଭିଟାମିନ୍ ଏର ମିଶ୍ରଣ । ପିଲାମାନଙ୍କର ପୁଷ୍ଟିହୀନତାକୁ ରୋକିବା ପାଇଁ ଏବଂ ଜରୁରୀ କାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିରେ ଏହା ବ୍ୟବହୃତ ହୁଏ । ବୟସ ଶ୍ରେଣୀ ସାଧାରଣତଃ 6 ମାସରୁ 5 ବର୍ଷ ବୟସ ମଧ୍ୟରେ ଦିଆଯାଏ । ଗୋଟିଏ କିମ୍ବା ଅଧିକ ମାସ ପାଇଁ ଦିନକୁ ଥରେ ଖାଦ୍ୟ ସହିତ ମିଶାଇ ଏହା ଦିଆଯାଏ । କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦଲିଲ ହୋଇନଥିବାବେଳେ ପେଟରେ ଅସ୍ୱାଭାବିକତା ଦେଖାଦେଇପାରେ । ଉତ୍ପାଦର କିଛି ସଂସ୍କରଣରେ ଭିଟାମିନ୍ ସି ଏବଂ ଫୋଲିକ ଏସିଡ୍ ପରି ଅତିରିକ୍ତ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଥାଏ । ଏହା ୨୦୧୯ ମସିହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି । ୨୦୧୫ ମସିହାରେ ୟୁନିସେଫ ମାଧ୍ୟମରେ ୨୪ ନିୟୁତରୁ ଅଧିକ ଚିକିତ୍ସା କୋର୍ଷ ବଣ୍ଟନ କରାଯାଇଥିଲା। ୨୦୧୬ ମସିହା ସୁଦ୍ଧା ଏହାର ପ୍ରତି ୩୦ ମାତ୍ରା ପ୍ରତି ମୂଲ୍ୟ ୦.୬୦ ଡଲାର ଅଟେ ।
କାର୍ତ୍ତିକ ମହାପାତ୍ର (୨ ଜୁନ ୧୯୫୨ - ୧୨ ଜୁଲାଇ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । କାର୍ତ୍ତିକ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦, ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ, ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ଶିକ୍ଷା ଓ ପରିବାର କାର୍ତ୍ତିକ ମହାପାତ୍ର ୧୯୫୨ ମସିହାର ଜୁନ ମାସ ୨ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜଗମୋହନ ମହାପାତ୍ର । ସେ କଳାରେ ସ୍ନାତକ କରିଥିଲେ । କାର୍ତ୍ତିକ ଇନ୍ଦୁରାଣୀ ମହାପାତ୍ରଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ତିନୋଟି ଝିଅ ଅଛନ୍ତି । ତାଙ୍କ ପତ୍ନୀ ଇନ୍ଦୁମଣି ୧୯୯୬ ମସିହାରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ କାର୍ତ୍ତିକ ସୋରର ଉପେନ୍ଦ୍ର ନାରାୟଣ କଲେଜରେ ପଢ଼ୁଥିବାବେଳେ ୧୯୭୧ ମସିହାରେ ସଭାପତି ଥିଲେ । ୧୯୭୨ ମସିହାରେ ସେ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ ଏବଂ ପରେ ୧୯୮୦ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ୧୯୮୩ ମସିହାରୁ ୧୯୮୪ ଯାଏଁ ସେ ସରପଞ୍ଚ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ୧୯୮୪ ମସିହାରୁ ୧୯୯୦ ମସିହାଯାଏଁ ସେ ସୋର ପଞ୍ଚାୟତ ସମିତିର ଅଧକ୍ଷ ଥିଲେ । ୧୯୯୦, ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନଗୁଡ଼ିକରେ ସେ ବିଜୟୀ ହୋଇ ଯଥାକ୍ରମେ ୧୦ମ, ୧୧ଶ, ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ କାର୍ତ୍ତିକ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ । ୧୪ ଜାନୁଆରୀ ୧୯୯୬ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ସରକାରରେ ସେ ରାଜସ୍ୱ ମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୧୦ ଜୁନ ୧୯୯୬ ଯାଏଁ ସେ ଏହି ପଦରେ ରହି କାର୍ଯ୍ୟ କରିଥିଲେ । ୧୯୯୬ ମସିହାରେ ସେ ବିଧାୟକ ପଦରୁ ଇସ୍ତଫା ଦେଇ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୧ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ମୃତ୍ୟୁ କାର୍ତ୍ତିକ ୨୦୧୫ ମସିହାର ଜୁଲାଇ ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ୧୮ ଅଗଷ୍ଟ ୨୦୧୫ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ସଭାର ଆୟୋଜନ କରାଯାଇଥିଲା ।
‌ଅକ୍କିନେନି ନାଗା ଚୈତନ୍ୟ‌ (ଜନ୍ମ ୨୩ ନଭେମ୍ବର ୧୯୮୬) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା । ସେ ମୁଖ୍ୟତଃ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ‌ଯୋସ୍‌ ଚଳଚ୍ଚିତ୍ର ଜରିଆରେ ୨୦୦୯ରେ ନାଗା ଚୈତନ୍ୟ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ନିର୍ଦ୍ଦେଶକ ଗୌତମ ମେନନ୍‌ଙ୍କ ନିର୍ଦ୍ଦେଶତି ଚଳଚ୍ଚିତ୍ର ‌ୟେ ମାୟା ଚେସଭେ‌ରେ ଚୈତନ୍ୟ ନାୟକ ରୂପେ ଅଭିନୟ କରିଥିଲେ । ୨୦୧୦ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଚୈତନ୍ୟଙ୍କର ପିତା ନାଗାର୍ଜୁନଙ୍କର ଅଭିନୀତ ୧୯୮୯ର ଚଳଚ୍ଚିତ୍ର ‌ଗୀତାଞ୍ଜଳୀ‌କୁ ଲକ୍ଷ୍ୟ କରି ନିର୍ମାଣ କରାଯାଇଥିଲା । ଏହି ଚଳଚ୍ଚିତ୍ରରେ ଚୈତନ୍ୟଙ୍କ ସ‌ହ ତାଙ୍କର ପିଉସୀ ଝିଅ ସାମନ୍ତା ମଧ୍ୟ ଚଳଚ୍ଚିତ୍ର ଜଗତରେ ନାୟିକା ରୂପେ ପ୍ରବେଶ କରିଥିଲେ । ଏହା ପରେ ୨୦୧୧ ମସିହାରେ ନିର୍ଦ୍ଦେଶକ ସୁକୁମାରଙ୍କ ନିର୍ଦ୍ଦେଶନାର ଅଭିନେତ୍ରୀ ‌ତମନ୍ନା ଭାଟିଆ‌ଙ୍କ ସ‌ହ ଚୈତନ୍ୟଙ୍କ ‌100% ଲଭ୍‌ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏହା ପରେ ପରେ ଚୈତନ୍ୟଙ୍କର ‌ଧଡ଼ା‌, ‌ବେଜ‌‌ୱାଡ଼ା‌, ‌ଅଟୋନ‌ଗର ସୁର୍ଯ୍ୟ‌, ‌ତଡ଼କା‌ ଆଦି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ୨୦୧୩ରେ ଅକ୍କିନେନି ପରିବାରଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‌ମନମ୍‌ରେ ପିତା ନାଗାର୍ଜୁନ, ଜେଜେ ନାଗେଶ୍ୱର ରାଓଙ୍କ ସ‌ହ ନାଗା ଚୈତନ୍ୟ ମଧ୍ୟ ଅଭିନୟ କରିଥିଲେ । ଏହା ପରେ ପିତା ନାଗାର୍ଜୁନଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‌ଓକ୍କା ଲୈଲା କୋସମ୍‌ ୨୦୧୪ରେ ଚୈତନ୍ୟ ନାୟକ ଭୂମିକାରେ ଅଭିନୟ କରିଥିଲେ । ପ୍ରାରମ୍ଭିକ ଜୀବନ ଏବଂ ପରିବାର ଚୈତନ୍ୟ ଚେନ୍ନାଇରେ ୧୯୮୬ ମସିହା ନଭେମ୍ବର ୨୩ରେ ଜନ୍ମଗ୍ରହଣ କରିଥିଲେ । ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଅକ୍କେନେନି ନାଗାର୍ଜୁନ ତାଙ୍କର ପିତା ଏବଂ ଲକ୍ଷ୍ମୀ ଦଗୁପତି ତାଙ୍କର ମାତା ଥିଲେ । ତାଙ୍କର ଜେଜେ ଅକ୍କିନେନି ନାଗେଶ୍ୱର ରାଓ, ମାମୁଁ ଭେଙ୍କଟେଶ ଦଗୁପତି, ସୁରେଶ ଦଗୁପତି, ମାମୁଁ ପୁଅ ଭାଇ ରାଣା ଦଗୁପତି ଏବଂ ପୀଉସୀର ପିଲା, ସୁମନ୍ତ, ସୁଶାନ୍ତ ଏବଂ ସାମନ୍ତା ସଭିଏଁ ତେଲୁଗୁ କଥାଚିତ୍ର ଜଗତର ଅଭିନେତା । ତାଙ୍କର ଅଜା ରାମନାଇଡ଼ୁ ଦଗପତି ଜଣେ ପ୍ରଯୋଜକ । ଏହା ପରେ ନାଗାର୍ଜୁନ ଏବଂ ଲକ୍ଷ୍ମୀଙ୍କର ବିବାହ ବିଚ୍ଛେଦ ଘଟିଲା । ନାଗାର୍ଜୁନ ଲକ୍ଷ୍ମୀଙ୍କୁ ଛାଡ଼ପତ୍ର ଦେବା ପରେ ଅଭିନେତ୍ରୀ ଅମଲା ମୁଖାର୍ଜୀଙ୍କୁ ବିବାହ କରିଥିଲେ । ନାଗାର୍ଜୁନ ଏବଂ ଅମଲାଙ୍କର ପୁଅ ହେଉଛି ଅଖିଳ ଅକ୍କିନେନି । ଚୈତନ୍ୟଙ୍କର ମାତା-ପିତାଙ୍କର ବିବାହ ବିଚ୍ଛେଦ ପରେ ସେ ତାଙ୍କର ମାଆ ଲକ୍ଷ୍ମୀଙ୍କ ସ‌ହ ଚେନ୍ନାଇ ଚାଲିଗଲେ । ଚୈତନ୍ୟ ସ୍କୁଲରେ ପଢ଼ୁଥିବା ବେଳେ କି 'ବୋର୍ଡ଼ ବଜାଇବାକୁ ବଜାଇବାକୁ ପସନ୍ଦ କରୁଥିଲେ ଏବଂ ସ୍କୁଲ ବ୍ୟାଣ୍ଡରେ ସେ ଗୀଟାର ବାଜାଉଥିଲେ । ପରବର୍ତ୍ତୀ ସମୟରେ ସେ ଲଣ୍ଡନର ତ୍ରିନିଟୀ ମହାବିଦ୍ୟଳୟରୁ କି 'ବୋର୍ଡ଼ର ଶିକ୍ଷା ମଧ୍ୟ ନେଇଛନ୍ତି । ଚେନ୍ନାଇରେ ୧୮ ବର୍ଷ ର‌ହିବା ଭିତରେ ଚୈତନ୍ୟ ତାଙ୍କର ବିଦ୍ୟାଳୟ ପାଠ୍ୟକ୍ରମ ଶେଷ କରି ହାଇଦ୍ରାବାଦ ଫେରିଥିଲେ ବାଣିଜ୍ୟରେ ସ୍ନାତକ ହାସଲ କରିବା ପାଇଁ । ସେ ତାଙ୍କର ସ୍ନାତକର ୨ୟ ବର୍ଷରେ ନାଗାର୍ଜୁନଙ୍କୁ ତାଙ୍କର ଅଭିନୟ ଦୁନିଆର ଇଚ୍ଛା ବିଷୟରେ ଜଣାଇଥିଲେ । ଏହା ପରେ ସେ ମୁମ୍ବାଇରେ ତିନିମାସ ପାଇଁ ଅଭିନୟ ଶିକ୍ଷାଗ୍ରହଣ କରିଥିଲେ ଏବଂ ତା ' ପରେ ଲସ୍ ଆଞ୍ଜେଲ୍ ‌ସ୍‌ରେ ଅଭିନୟ ଏବଂ ସାମରୀକ ଶିକ୍ଷା କରିଥିଲେ । ଏସବୁ ବ୍ୟତୀତ ସେ ତାଙ୍କର ଅଭିନୟ ଆରମ୍ଭ କରିବା ପୂର୍ବରୁ ଦେଢ଼ ବର୍ଷ ତେଲୁଗୁ ଭାଷା ଶିକ୍ଷା କରିଥିଲେ । ଏଥିରେ ସେ କଥାଚିତ୍ରରର ଶବ୍ଦଗ୍ରହଣ କରିବା ପଦ୍ଧତି ସ‌ହ ଶୁଦ୍ଧ ତେଲୁଗୁ ଭାଷା ଶିଖୁଥିଲେ । ନାଗା ଚୈତନ୍ୟ ଏବଂ ସାମନ୍ତା ପରସ୍ପରଙ୍କୁ ପୂର୍ବରୁ ଭଲ ପାଉଥିଲେ । ମାତ୍ର ସେମାନେ ଏହି କଥାକୁ ଖୋଲି ଖୋଲି ସ୍ୱୀକାର କରିବା ପରିବର୍ତ୍ତେ କେବଳ ଉତ୍ତମ ବନ୍ଧୁ ବୋଲି କ‌ହୁଥିଲେ । ନାଗା ଚୈତନ୍ୟ ସାମନ୍ତା ତାଙ୍କ ପ୍ରେମ ବିଷୟରେ କ‌ହିବାକୁ ତାଙ୍କର ପିତା ନାଗାର୍ଜୁନଙ୍କର ସୀକୃତି ଚାହୁଁଥିଲେ । କାରଣ ନାଗାର୍ଜୁନ ମଧ୍ୟ ଅମଲାଙ୍କୁ ବିବାହ କରିବା ବେଳେ ତାଙ୍କର ସ୍ୱର୍ଗୀୟ ପିତା ନାଗେଶ୍ୱର ରାଓଙ୍କର ଅନୁମତି ନେଇଥିଲେ । ସେଥିପାଇଁ ନାଗାର୍ଜୁନ ସେମାନଙ୍କର ପ୍ରେମକୁ ସୀକୃତି ଦେବା ପରେ ହିଁ ସେମାନଙ୍କର ନିର୍ବନ୍ଧ ଜାନୁଆରୀ ୨୯ରେ ହୋଇଥିଲା । ଏହି ନିର୍ବନ୍ଧ ବିଷୟରେ ନାଗାର୍ଜୁନ ନିଜେ ସଭିଙ୍କୁ ସାମାଜିକ ଗଣମାଧ୍ୟମରେ ଲେଖି ଜଣାଇଥିଲେ । ନାଗାର୍ଜୁନ ଏହି ଖୁସି ଖବର ଦେବା ପାଇଁ ଟୁଇଟ୍ କରି ଲେଖିଥିଲେ# ' . ' " । ନାଗାର୍ଜୁନ ମନମ୍ ଚଳଚ୍ଚିତ୍ର ସ‌ହ ତାଙ୍କ ପାରିବାରିକ ସମ୍ପର୍କ ଅନୁସାରେ ସାମନ୍ତାଙ୍କୁ ତାଙ୍କ ମାଆ ବୋଲି ସମ୍ବୋଧନ କରିଥିଲେ । ଅଭିନୟ ଜୀବନ ୨୦୧୧ ୨୦୧୧ ଚୈତନ୍ୟ ୨୦୦୯ରେ ନିର୍ଦ୍ଦେଶକ ବସୁ ବର୍ମା ତାଙ୍କର ଚଳଚ୍ଚିତ୍ରରେ ‌ଯୋସ୍‌ରେ ଚୈତନ୍ୟଙ୍କୁ ନାୟକ ରୂପେ ପ୍ରଥମ ସୁଯୋଗ ଦେଇଥିଲେ, ଯେଉଁଥିରେ ସେ ଜଣେ କଲେଜ ଛାତ୍ର ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ . ରେ ଲେଖାଯାଇଥିଲା " , . ' . " ଚୈତନ୍ୟ ତାଙ୍କର ପ୍ରଥମ ଅଭିନୟ ପାଇଁ ଦକ୍ଷୀଣ ଭାରତୀୟ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନବାଗତ ନାୟକ ପୁରସ୍କାର ପାଇଥିଲେ । ଏହା ପରେ ସେ ଗୌତମ ମେନନ୍‌ଙ୍କ ରୋମାଣ୍ଟିକ ଚଳଚ୍ଚିତ୍ର ‌ୟେ ମାୟା ଚେସଭେ‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସମାନ୍ତରାଳ ଭାବରେ ତେଲୁଗୁ ଏବଂ ତାମିଲ ଭାଷାରେ ନିର୍ମିତ ହୋଇଥିଲା । ମାତ୍ର ତାମିଲରେ ଏହାର କଳାକାର ଏବଂ କାହାଣୀର ଅନ୍ତ କିଛିଟା ଅଲଗା ପ୍ରକାରର ଥିଲା । ଏହି ଚଳଚ୍ଚିତ୍ରରେ ଚୈତନ୍ୟ ଜଣେ ହିନ୍ଦୁ ତେଲୁଗୁ କଥାଚିତ୍ର ସ‌ହ ନିର୍ଦ୍ଦେଶକ ଭୂମିକାରେ ଅଭିନୟ କରିଥିଲେ ଯାହାଙ୍କ ସ‌ହ ଜଣେ ଖ୍ରୀଷ୍ଟିଆନ ମଲାୟୀ ଝିଅ ସ‌ହର ପ୍ରେମ ଗଢ଼ି ଉଠିଥିବ । . ର ଜଣେ ଅଲୋଚକ ନାଗା ଚୈତନ୍ୟଙ୍କର ଏହି ଅଭିନୟ ପାଇଁ ଲେଖିଥିଲେ . " ଏଥି ସ ‌ହିତ ଚୈତନ୍ୟଙ୍କୁ ତାଙ୍କର ରୂପ ଉପରେ ବିଶେଷ ଧ୍ୟାନ ଦେବା ଦରକାର ବୋଲି ଅଲୋଚକମାନେ ମତ ଦେଇଥିଲେ, କାରଣ ସେ ଅତ୍ୟନ୍ତ ଛୋଟ ଥିଲେ ଏବଂ ତାଙ୍କୁ ଦେଖିଲେ ସମସ୍ତଙ୍କୁ ଛୋଟ ପିଲା ଭଳି ଲାଗୁଥିଲା । ଏହି ଚଳଚ୍ଚିତ୍ରଟି ଅଶ୍ଚର୍ଯ୍ୟଜନ‌କ ବ୍ୟବସାୟ କରିଥିଲା । ଏହି ଚଳଚ୍ଚିତ୍ରରେ ଚୈତନ୍ୟଙ୍କର ଅଭିନୟ ପାଇଁ ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ତାଙ୍କୁ ମଧ୍ୟ ନାମାଙ୍କିତ କରାଯାଇଥିଲା । ‌ୟେ ମାୟା ଚେସଭେ‌ ପରେ ସେ ନିର୍ଦ୍ଦେଶକ ସୁକୁମାରଙ୍କ ସ‌ହ ଅନ୍ୟ ଏକ ପ୍ରେମ କାହାଣୀ ‌100% ଲଭ୍‌ରେ ନାୟିକା ତମନ୍ନା ଭାଟିଆଙ୍କର ନାୟକ ସାଜିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜଣେ ଉତ୍ତମ ପାଠ ପଢ଼ି ସବୁବେଳେ ପ୍ରଥମ ସ୍ଥାନ ଅଧିକାର କରୁଥିବା ଗର୍ବୀ ଛାତ୍ର ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ମନ୍ତବ୍ୟରେ ଲେଖିଥିଲା ' . , . ' , ' . " ଏତଦ୍ ବ୍ୟତୀତ ସେ ତାଙ୍କର ନୃତ୍ୟ ଶୈଳୀରେ ସୁଧାର ଆଣିବା ପାଇଁ ଆଲୋଚକମାନେ ମତ ପ୍ରକାଶ କରିଥିଲେ । ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‌ଧଡ଼ା‌ର ନିର୍ଦ୍ଦେଶନା ଦେଇଥିଲେ ନବାଗତ ନିର୍ଦ୍ଦେଶକ ‌ଅଜୟ ଭୁୟାଁ‌ । ଏହି ଚଳଚ୍ଚିତ୍ରର କାହାଣୀରେ ନାୟକ ଏବଂ ତା 'ର ଭାଇ ଦୁଇଜଣ ଅନାଥ ବିଦେଶରେ ଥିଲେ । ବଡ଼ଭାଇ ଅନେକ କଷ୍ଟ କରିବା ସ‌ହ କିଛି ଖଳ ପ୍ରକୃତିର ଲୋକଙ୍କ ସ‌ହ କାର୍ଯ୍ୟ କରି ସାନ ଭାଇକୁ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରାଉଛି ଏବଂ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟ ଦେଇ ସେମାନେ ସେହି ଖଳ ପ୍ରକୃତିର ଲୋକଙ୍କୁ ହତ୍ୟା କରି ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ନାୟିକା କାଜଲ ଅଗ୍ର‌ୱାଲ ଏହି ଚଳଚ୍ଚିତ୍ରରେ ଚୈତନ୍ୟଙ୍କର ନାୟିକା ସାଜିଥିଲେ । ଏହି ଚଳଚ୍ଚିତ୍ରରେ ନାଗା ଚୈତନ୍ୟଙ୍କର ଅଭିନୟ ପାଇଁ ‌ ‌ ଲେଖିଥିଲା , ' . " ଏହା ପରେ ପରେ ନାଗା ଚୈତନ୍ୟ ନିର୍ଦ୍ଦେଶକ ବିବେକ କୃଷ୍ଣଙ୍କ ନିର୍ଦ୍ଦେଶନାରେ ‌ବେଜ‌‌ୱାଡ଼ା‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଚୈତନ୍ୟ ଜନେ କଲେଜ ପଢ଼ୁଆ ଛାତ୍ର ଭୂମିକରେ ଅଭିନୟ କରିଥିଲେ, ଯିଏ ତା 'ର ବଡ଼ଭାଇର ହତ୍ୟାର ପ୍ରତିଶୋଧ ନେବା ପାଇଁ ଗୋଟିଏ ଗୁଣ୍ଡା ପାଲଟିଯାଏ । ଏହି ଚଳଚ୍ଚିତ୍ରଟି ସମାଲୋଚକ ବିପରୀତ ମନ୍ତବ୍ୟର ଶିକାର ହୋଇଥିଲା । କେତେକ ମତ ଦେଲେ କି ଏହି ଚଳଚ୍ଚିତ୍ରଟି ନାଗା ଚୈତନ୍ୟଙ୍କର ଜୀବନର ସବୁଠାରୁ ଖରାପ ଚଳଚ୍ଚିତ୍ର । ଏହା ‌ଧଡ଼ା‌ଠାରୁ ମଧ୍ୟ ଆହୁରି ଖରାପ ହୋଇଥିଲା । ତାଙ୍କର ଏହି ଚରିତ୍ରରେ ଅଭିନୟ ପାଇଁ ସମୀକ୍ଷକମାନେ ଅନେକ କଟୁ ସମାଲୋଚନା କଲେ । ‌ ‌ରେ ତାଙ୍କର ଏହି ଅଭିନୟ ପାଇଁ ବାହାରିଥିଲା " " , ' . , . " ୨୦୧୩ ଏବେଯାଏଁ ଚୈତନ୍ୟଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଥିଲା ‌ତଡ଼କା‌ ଯେଉଁଟାକି ‌ଏନ. ଲିଙ୍ଗୁସ୍ୱାମୀ‌ଙ୍କ ତାମିଲ ଚଳଚ୍ଚିତ୍ର ‌ବେଟ୍ଟାଇ‌ର ପୁନଃନିର୍ମିତ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ପାଇଁ ଖବରକାଗଜ ‌ ‌ ଲେଖିଥିଲେ , ‌ ‌. , . " ଏହି ଚଳଚ୍ଚିତ୍ରଟି ଉତ୍ତମ ବ୍ୟବସାୟ କରିବା ସ ‌ହ ଚୈତନଙ୍କୁ ଆଗକୁ ଭଲ ଭଲ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ସୃଷ୍ଟି କଲା । ୨୦୧୪ରେ ଚୈତନ୍ୟ ଅକ୍କିନେନି ପରିବାରଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‌ମନମ୍‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଅକ୍କିନେନି ପରିବାରର ନାଗେଶ୍ୱର ରାଓ, ନାଗାର୍ଜୁନ ଏବଂ ସାମନ୍ତା ଚୈତନ୍ୟଙ୍କ ସ‌ହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏଥି ସ‌ହ ତାଙ୍କ ସାବତ ଭାଇ, ଅଖିଳ ଅକ୍କିନେନି ଏବଂ ସାବତ ମାଆ ଅମଲା ଅକ୍କିନେନି ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ନାଗା ଚୈତନ୍ୟଙ୍କର ‌100% ଲଭ୍‌ ଚଳଚ୍ଚିତ୍ରର ସଫଳତା ପରେ ନାଗେଶ୍ୱର ରାଓ ତାଙ୍କର ସମ୍ପୂର୍ଣ୍ଣ ପରିବାରକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଇଚ୍ଛା କରିଥିଲେ । ମାତ୍ର ସେହିଭଳି ମନଲାଖି କାହାଣୀଟିଏ ନ ମିଳିବାରୁ ସେମାନଙ୍କୁ ଅନେକ ସମୟ ଲାଗିଥିଲା । ମାତ୍ର ଅନେକ କାହଣୀ ଶୁଣିବା ପରେ ନିଜେ ନାଗେଶ୍ୱର ରାଓ ଏହି କାହାଣୀଟିକୁ ପସନ୍ଦ କରିବା ପରେ ଏହାର ଶୀର୍ଷକ ନିଜେ ରଖିଥିଲେ ‌ମନମ୍‌ ଯାହାର ଓଡ଼ିଆ ଅର୍ଥ ହେଉଛି ‌ଆମେ‌ । ଏହି ଚଳଚ୍ଚିତ୍ରଟି ପୁନର୍ଜନ୍ମର କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଲେଖିଥିଲେ . " . ମଧ୍ୟ ଲେଖିଥିଲେ ` ." ତାଙ୍କର ପରବର୍ତ୍ତୀ ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ହେଉଛି ଏକ ରାଜନୈତିକ ନାଟକ, ‌ଅଟୋନ‌ଗର ସୂର୍ଯ୍ୟ‌ । ଏହି ଚଳଚ୍ଚିତ୍ରଟି ଦେବ କଟ୍ଟାଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଯେଉଁଥିରେ ଚୈତନ୍ୟ ଜଣେ ଦକ୍ଷ ମେକାନିକ ରୂପେ ଅଭିନୟ କରିଥିଲେ, ଯିଏକି ଛୋଟ ବେଳୁ ଏକ ଅପରାଧରେ ଜେଲ୍ ଜାଇଥିଲେ ଏବଂ ପରେ ପରେ ରାଜନୀତିରେ ଅବତୀର୍ଣ୍ଣ ହୋଇଥିଲେ । ଏଥିରେ ସାମନ୍ତା ୩ୟ ଥର ପାଇଁ ଚୈତନ୍ୟଙ୍କର ନାୟିକା ସାଜିଥିଲେ । ଏହି ଚଳଚ୍ଚିତ୍ରଟି ଅଲୋଚକ ଏବଂ ସମୀକ୍ଷକଙ୍କଦ୍ୱାରା ମିଶ୍ରିତ ମନ୍ତବ୍ୟ ପାଇଥିଲା । ସମୀକ୍ଷକମାନେ ଏହି ଚଳଚ୍ଚିତ୍ରଟିକୁ ସମାଲୋଚନା କରିଥିବା ବେଳେ ଅଲୋଚକ ବୃନ୍ଦ ନାଗା ଚୈତନ୍ୟଙ୍କର ଅଭିନୟକୁ ଖୁବ୍ ପ୍ରସଂଶା କରିଥିଲେ ଏବଂ ଏହା ତାଙ୍କର ଶ୍ରେଷ୍ଠ ଅଭିନୟ ବୋଲି ଦର୍ଶାଇଥିଲେ । ଏହି ଚଳଚ୍ଚିତ୍ରଟି ଭଲ ବ୍ୟବସାୟ କରିଥିଲା । ଏହି ଚଳଚ୍ଚିତ୍ରର ଅଭିନୟ ପାଇଁ ‌ ‌ ଲେଖିଥିଲେ . " ଏହା ପରେ ନାଗାର୍ଜୁନଙ୍କର ପ୍ରଯୋଜନାରେ ରୋମାଣ୍ଟିକ ଚଳଚ୍ଚିତ୍ର ‌ଓକ୍କା ଲୈଲା କୋସମ୍‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଉଭୟ ନାୟକ ଏବଂ ତାଙ୍କର ଅଭିନୟ ପାଇଁ ସଭିଙ୍କୁ ଆକର୍ଷିତ କରିଥିଲା । ଏହା ପରେ ସୁଧୀର ବର୍ମାଙ୍କ ନିର୍ଦ୍ଦେଶିତ ‌ଦୋହଚାୟ‌ରେ ଚୈନତ୍ୟଙ୍କ ସ‌ହ କୀର୍ତ୍ତୀ ସନନ୍‌ଙ୍କୁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି ୨୦୧୫ର ମଧ୍ୟ ଭାଗରେ ମୁକ୍ତିଲାଭ କରିଥିଲା । ସେହି ବର୍ଷ ଗୌତମ ମେନନ୍‌ଙ୍କର ଦ୍ୱିଭାଷୀ ଚଳଚ୍ଚିତ୍ର ‌ସାହାସମ୍ ସୋସଗ ସାଗିପୋ‌ର ତାମିଲ ଭାଷାରେ ସିଲାମ୍ବରସନ୍ (ସିମ୍ବୁ) ଏବଂ ତେଲୁଗୁରେ ଚୈତନ୍ୟ ନାୟକ ସାଜିଥିଲେ । ଏହା ପରେ ଚୈତନ୍ୟ ମାଲାୟଲମ୍ ଚଳଚ୍ଚିତ୍ର ‌ପ୍ରେମମ୍‌ର ତେଲୁଗୁ ପୁନଃନିର୍ମାଣରେ ନାୟକ ସାଜିଥିଲେ । ଅକ୍ଟୋବର ୭ ୨୦୧୬ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ନାଗା ଚୈତନ୍ୟଙ୍କର ନାୟିକା ସାଜିଥିଲେ ଶ୍ରୁତି ହାସନ, ଯାହାକି ଅନେକ ସଫଳତା ସାଉଣ୍ଟିବା ସ‌ହ ସଫଳ ବ୍ୟବସାୟ ମଧ୍ୟ କରିଥିଲା । ଅକ୍ଟୋବର ୨୦୧୬ରେ କଲ୍ୟାଣ କୃଷ୍ଣଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରରେ ନାୟିକା ରକୁଲ୍ ପ୍ରୀତ୍ କୌରଙ୍କ ସ‌ହ ଚୈନତ୍ୟ ନାୟକ ରୂପେ ଅଭିନୟ କରିବା କଥା ଘୋଷଣା କରାଯାଇଥିଲା ।
ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ସହର । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୧୬୦ କି.ମି. (୯୯ ମାଇଲ୍) ଦୂରରେ ବଙ୍ଗୋପ ସାଗର କୂଳରେ ଥିବା ଗୋପାଳପୁର ବନ୍ଦର ନିକଟରେ ଅବସ୍ଥିତ । ପୁରାତନ କାଳରୁ ଏହା ଓଡ଼ିଶାର ରେଶମ ସହର ଭାବେ ପରିଚିତ । ଏହାକୁ ବର୍ତ୍ତମାନ ଓଡ଼ିଶାର ନୃତ୍ୟ ନଗରୀ ଆଖ୍ୟା ଦିଆ ଯାଇଛି, ବିଶେଷ କରି ପ୍ରିନ୍ସ ଡାନ୍ସ ଗ୍ରୁପ ଓ ହରିହର ଦାସଙ୍କର ସଫଳତା ପରେ, ଏହା ଆହୁରି ପ୍ରସିଦ୍ଧି ଲାଭ କରିଛି । ଭୁବନେଶ୍ୱର ଓ କଟକ ପରେ ଏହି ସହରଟି ଓଡ଼ିଶାର ତୃତୀୟ ବୃହତ୍ତମ ଓ ଜନବହୁଳ ନଗରୀ । ୨୦୧୧ ମସିହା ଅନୁସାରେ ଏହି ନଗରୀର ଜନସଂଖ୍ୟା ୩,୫୫,୮୨୩ ଥିଲା । ଭୁବନେଶ୍ୱର ଓ କଟକ ପରେ ବ୍ରହ୍ମପୁରକୁ ଓଡ଼ିଶାର ତୃତୀୟ ନଗର ନିଗମ ଭାବେ ୨୦୦୯ରେ ଗଠିତ ହେଇଥିଲା । ଏଠାରେ ଗୋଟିଏ ଭେଷଜ ମହାବିଦ୍ୟାଳୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ଗୋଟିଏ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଏହା ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ (ଭଞ୍ଜବିହାର) ଏବଂ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ମଧ୍ୟ ରହିଛି । ଇତିହାସ ରାଜ୍ୟର ସର୍ବପୁରାତନ ପୌର ପରିଷଦ ବ୍ରହ୍ମପୁର, ୧୮୬୭ରେ ପ୍ରତିଷ୍ଠା ହେଇଥିଲା । ୧୪୨ ବର୍ଷ ପରେ ୨୦୦୯ ପ୍ରାରମ୍ଭରେ ଏହା ଓଡ଼ିଶାର ତୃତୀୟ ମହାନଗର ନିଗମର ମାନ୍ୟତା ପାଇଥିଲା । ଜନସଂଖ୍ୟା ଓ ସାକ୍ଷରତା ୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବ୍ରହ୍ମପୁର ସହରର ମୋଟ ଜନସଂଖ୍ୟା ୩,୫୫,୮୨୩ । ସେଥି ମଧ୍ୟରୁ ୧,୮୫,୫୮୪ (୫୨.୧୫ %) ଜଣ ପୁରୁଷ ହୋଇଥିବା ବେଳେ ୧,୭୦,୨୩୯ (୪୭.୮୫%) ଜଣ ନାରୀ ଅଟନ୍ତି । ବ୍ରହ୍ମପୁରର ସାକ୍ଷରତା ହାର ୯୦.୦୪% । ଏହା ଜାତୀୟ ହାର ୭୪.୦୪%ଠାରୁ ଅଧିକ । ପୁରୁଷ ସାକ୍ଷରତା ହାର ୯୩.୮୩% ଥିବା ବେଳେ ନାରୀ ସାକ୍ଷରତା ହାର ୮୫.୯୨% ରହିଛିି । ୮.୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । କଳା ଓ ଚଳଣି ବ୍ରହ୍ମପୁର ବହୁ ପୁରୁଣା ଓ ଗୁରୁତ୍ୱପୂର୍ଣ୍ଣ ବିଶିଷ୍ଟ ସହର ଯାହାକି ଆନ୍ଧ୍ରପ୍ରଦେଶ ଓ କଟକର ମଝି ସ୍ଥାନରେ ଅବସ୍ଥିତ । ବହୁ ପୁରାତନ ଦକ୍ଷିଣ ଭାଗ ବିଶିଷ୍ଟ ଏହି ସହରଟି ଓଡ଼ିଆ ପରମ୍ପରା ବିଶିଷ୍ଟ ଓଡ଼ିଶାର ଖ୍ୟାତନାମା ସହର । ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହର ବ୍ୟବସାୟର ପେଣ୍ଠସ୍ଥଳୀ । ଅନ୍ନପୂର୍ଣ୍ଣା ମାର୍କେଟ, ବଡ଼ ବଜାର, ସାନ ବଜାର, ଭାପୁର ବଜାର, ହନୁମାନ ବଜାର, ସାଇ କମ୍ପ୍ଲେକ୍ସ୍, ଗଣେଶ ମାର୍କେଟ୍ ପ୍ରଭୃତି ସହରର ପ୍ରମୁଖ ବ୍ୟବସାୟ ସ୍ଥଳୀ । ଏଠାରେ ରେଶମ ପାଟ ଶାଢ଼ୀ ତିଆରି କରାଯାଇଥାଏ । ପାଟ ଶାଢ଼ୀର ସୁନ୍ଦର ଓ କମନୀୟ ତଥା ଚାତୁରୀ କାରିଗରୀ ପାଇଁ ଏହି ସହର ଖୁବ୍ ପ୍ରସିଦ୍ଧ ତେଣୁ ଏହାର ଅନ୍ୟ ନାମ "ରେଶମ ସହର" । ଅନୁଷ୍ଠାନ ଓଡ଼ିଆ ସାହିତ୍ୟ ଉତ୍କଳ ଆଶ୍ରମ: ଶେରଗଡ଼ ଜମିଦାରଙ୍କଠାରୁ ଦାନସୂତ୍ରରେ ମିଳିଥିବା ଜାଗାରେ ଓଡ଼ିଆ ଭାଷା ଆନ୍ଦୋଳନର ନେତାମାନଙ୍କୁ ଆଶ୍ରୟ ଦେବା ନିମନ୍ତେ ଏହା ତିଆରି କରାଯାଇଥିଲା । କଳିଙ୍ଗ ସାହିତ୍ୟ ସମାଜ ଏହା ସହରର ପୁରାତନ ଓ ସମୃଦ୍ଧ ସାହିତ୍ୟାନୁଷ୍ଠାନ। ଦୀର୍ଘ ବର୍ଷ ଧରି ଏହା ସାହିତ୍ୟର ବିକାଶପାଇଁ ଏହା ବିଭିନ୍ନ ସଭା, ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଇତ୍ୟାଦି ଆୟୋଜନ କରିଥାଏ। ଜାତୀୟ ସଙ୍ଗୀତ କଳାକେନ୍ଦ୍ର ଏହା ୧୯୫୪ ମସିହାରୁ କାର୍ଯ୍ୟରତ। ସାହିତ୍ୟସନ୍ଧ୍ୟା, କବିତା ଆସର, ପ୍ରତିଭାପୂଜା ପରି କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରିଥାଏ। ପଟେଲ ସାହିତ୍ୟ ସଂସଦ ନବୀନ ସାହିତ୍ୟ ସଂସଦ ନବୀନ ସାହିତ୍ୟ ପତ୍ରିକା ପ୍ରକାଶନ ଫଲ୍‌ଗୁ ସାହିତ୍ୟ ସଂସଦ ନେତାଜୀ ସାରସ୍ୱତ ମଞ୍ଚ ନାଟ୍ୟଧାରା ବ୍ରହ୍ମପୁର ସାହିତ୍ୟ ଘର ବ୍ରହ୍ମପୁର ସାହିତ୍ୟ ପରିଷଦ ମଞ୍ଚଜ୍ୟୋତି ଶିଳାପଦ୍ମ ଶିକ୍ଷାନୁଷ୍ଠାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ସିଟି (ଡିଗ୍ରୀ) କଲେଜ ସମ୍ରାଟ କଲେଜ ବ୍ରାହ୍ମପୁର ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଖଲ୍ଲିକୋଟ କଲେଜ ଶଶିଭୂଷଣ ରଥ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମହାମାୟୀ ମହିଳା ମହାବିଦ୍ୟାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ରୟାଲ୍ କଲେଜ ଅଫ୍ ଫାର୍ମାସି ଆଣ୍ଡ ସ୍ୱାସ୍ଥ୍ୟ ବିଜ୍ଞାନ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ବ୍ରହ୍ମପୁର ରୋଲାଣ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୁଟିକାଲ ସାଇନ୍ସ କଲେଜ ରୋଲାଣ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଉମାଚରଣ ପଟ୍ଟନାୟକ ଯାନ୍ତ୍ରିକ ବିଦ୍ୟାଳୟ ସରସ୍ୱତୀ ଜ୍ଞାନ ମନ୍ଦିର, ନୀଳକଣ୍ଠ ନଗର ଓମ ସାଇ ଫାର୍ମାସି ଏବଂ ସ୍ୱାସ୍ଥ୍ୟ ବିଜ୍ଞାନ କଲେଜ ଓମ୍ ସାଇ ଯାନ୍ତ୍ରିକ ଶିକ୍ଷା ଅନୁଷ୍ଠାନ ଜଣାଶୁଣା ବ୍ୟକ୍ତିତ୍ୱ ବ୍ରହ୍ମପୁରର ଅସିତ କୁମାର ସ୍ୱାଇଁ ଆଣ୍ଟାର୍କଟିକାସ୍ଥିତ ଦକ୍ଷିଣମେରୁରେ ପହଞ୍ଚିବାରେ ପ୍ରଥମ ଓଡ଼ିଆ ।
ଶୈଳେନ୍ଦ୍ର ଦ୍ୱିବେଦୀ (ଜନ୍ମ : ୨୪ ଅପ୍ରେଲ ୧୯୬୪) ଜଣେ ଓଡ଼ିଆ ସାହିତ୍ୟିକ । ମୁଖ୍ୟତଃ ପ୍ରବନ୍ଧ ଲେଖୁଥିବା ଶୈଳେନ୍ଦ୍ର, ଓଡ଼ିଶାର ବିଭିନ୍ନ ଖବରକାଗଜରେ ନିୟମିତ ସ୍ତମ୍ବ ମଧ୍ୟ ଲେଖନ୍ତି । ବୃତ୍ତିରେ ସେ ଜଣେ ପ୍ରଶାସନିକ ଅଧିକାରୀ । ସେ ୧୯୬୪ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବ୍ଲକର ତଳକୁସୁମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୮୫ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଶୈଳେନ୍ଦ୍ର ସ୍ନାତକୋତ୍ତର ଶିକ୍ଷା ଶେଷ କରିଛନ୍ତି । ୧୯୮୬ମସିହାରେ ସେ ଓଡ଼ିଶା ସରକାରଙ୍କ ଅଧିନରେ ସହକାରୀ ଶ୍ରମ ଅଧିକାରୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ଇତିମଧ୍ୟରେ ସେ ପଞ୍ଚାୟତିରାଜ, ମତ୍ସ ଓ ପଶୁପାଳନା, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଆଦି ବିଭାଗରେ କାମ କରିସାରିଛନ୍ତି । ପିଲାଦିନୁ କବିତା ଲେଖା ଆରମ୍ଭ କରିଥିବା ଶୈଳେନ୍ଦ୍ରଙ୍କର ଏଯାବତ ପ୍ରାୟ ୯ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି ।
ଜବାହର ନବୋଦୟ ବିଦ୍ୟାଳୟ, ରାୟଗଡ଼ା ଓଡ଼ିଶାର ରାୟଗଡ଼ା ଜିଲ୍ଲାର ଏକ କେନ୍ଦ୍ରୀୟ ସରକାରୀ ଆବାସିକ ବିଦ୍ୟାଳୟ । ଇତିହାସ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଆନୁକୁଲ୍ୟରେ ୨୦୦୨ ମସିହାରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ବିଦ୍ୟାଳୟଟି ନବୋଦୟ ବିଦ୍ୟାଳୟ ସମିତିଦ୍ୱାରା ପରିଚାଳିତ । ଅଧୁନା ବିଦ୍ୟାଳୟଟି ରାୟଗଡ଼ା ସହରଠାରୁ ୫୦ କି.ମି ଦୂର ବିଷମ କଟକରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଅଛି । ଏହି ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ିବାର ବ୍ୟବସ୍ଥା ରହିଛି । ବିଦ୍ୟାଳୟରେ ପଢ଼ିବା ପାଇଁ ଏକ ପ୍ରବେଶ ପରିକ୍ଷାରେ ଉତ୍ତିନ୍ନ ହେବାକୁ ପଡ଼େ । ଏହି ବିଦ୍ୟାଳୟରେ ସି.ବି.ଏସ୍.ଇ ପାଠ୍ୟ ଖସଡ଼ା ଅନୁସାରେ ପାଠ ପଢ଼ା ହୁଏ। ସମସ୍ତ ଉପକୃତ ଛାତ୍ରଛାତ୍ରୀଙ୍କୁ ନିଶୁଳ୍କ ପାଠ ପଢ଼ାହୁଏ । ଲକ୍ଷ୍ୟ ଜିଲ୍ଲାର ଗ୍ରାମାଞ୍ଚଳରେ ପଢୁଥିବା ମେଧାବୀ ଛାତ୍ର/ଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବା ସଙ୍ଗେ ସଙ୍ଗେ ତିନୋଟି ଭାଷାରେ ସେମାନଙ୍କ ଦକ୍ଷତା ବୃଦ୍ଧି ଲକ୍ଷରେ ଜବାହର ନବୋଦୟ ବିଦ୍ୟାଳୟଗୁଡ଼ିକ ସ୍ଥାପିତ ହୋଇଛି ।
ଇଣ୍ଡୋନେସିଆ ଦକ୍ଷିଣ ପୂର୍ବ ଏସିଆରେ ଥିବା ଏକ ଦେଶ।
ଶ୍ରୀ ମାଧୋପୁର ଏକ ଭାରତୀୟ ପୌରପାଳିକା ଅଟେ । ଏହା ରାଜସ୍ଥାନର ସିକର୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଶ୍ରୀ ମାଧୋପୁର ୨୭.୪୬୬୦ ଉତ୍ତର ଅକ୍ଷାଂଶ ଓ ୭୫.୫୯୭୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶ୍ରୀ ମାଧୋପୁର ସହରର ମୋଟ ଜନସଂଖ୍ୟା ୨୮୪୮୦ ଅଟେ । ସେଥି ମଧ୍ୟରୁ ୫୨.୬୮% ଜଣ ପରୁଷ ହୋଇଥିବା ବେଳେ ୪୭.୩୨% ଜଣ ନାରୀ ଅଟନ୍ତି । ଶ୍ରୀ ମାଧୋପୁରର ସାକ୍ଷରତା ହାର ୬୬.୧୬% ଅଟେ । ଏହା ଜାତୀୟ ହାରଠାରୁ ୧.୩୨% ପ୍ରତିଶତ କମ ଅଟେ । ସେଥିରୁ ୪୦.୩୪% ପ୍ରତିଶତ ପୁରୁଷ ଓ ୨୫.୮୧% ନାରୀ ଅଟନ୍ତି । ୧୫.୮୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ଶ୍ରୀ ମାଧୋପୁରର ସରକାରୀ ଭାଷା ଅଟେ ।
ଅମୂଲ୍ୟକୃଷ୍ଣ ମିଶ୍ର (୬ ଜୁଲାଇ ୧୯୩୨ - ୨୬ ଫେବୃଆରୀ ୨୦୦୧) ଜଣେ ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ ଥିଲେ । ସେ ଅନେକ ବିଜ୍ଞାନ ଭିତ୍ତିକ ସାହିତ୍ୟ ରଚନା କରିଥିଲେ । ବୃତ୍ତିରେ ମଧ୍ୟ ସେ ଜଣେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିଲେ । ସାହିତ୍ୟ ସର୍ଜନା ଅମୂଲ୍ୟକୃଷ୍ଣ ମିଶ୍ର, ବୃତ୍ତିରେ ଜଣେ ବିଜ୍ଞାନ ଅଧ୍ୟାପକ ହୋଇଥିଲେ ମଧ୍ୟ ସାହିତ୍ୟ ରଚନାପ୍ରତି ଆଗ୍ରହୀ ଥିଲେ । ସେ ଗଳ୍ପ, ନାଟକ ଓ ଉପନ୍ୟାସ ଆଦି ରଚନା କରିଥିଲେ । ସେ ଅନେକ ବିଜ୍ଞାନ ଭିତ୍ତିକ ସାହିତ୍ୟ ରଚନା କରିଥିଲେ । ଏତଦଭିନ୍ନ ସେ ପତ୍ନୀ ଶୈଳବାଳା ମିଶ୍ରଙ୍କ ସହ ମିଳିତ ଭାବରେ ନିଜ ପିତା ଦୟାନିଧି ମିଶ୍ରଙ୍କର ଜୀବନୀ ପୁସ୍ତକ ଗସ୍ତସୂର୍ଯ୍ୟ ରଚନା କରିଥିଲେ । ସାଲବେଗଙ୍କ ଚିରନ୍ତନ୍ତ ସାହିତ୍ୟକୃତି ଉପରେ ଗବେଷଣା କରି ସେ ପିଏଚଡ଼ି ହାସଲ କରିଥିଲେ । ରଚନାବଳୀ ଅଲିଭା ଶିଖା - ୧୯୮୨ (ଗ୍ରନ୍ଥ ମନ୍ଦିର) ସାଲବେଗ (ନାଟକ) ପଳାତକ ଓ ଅନ୍ୟମାନେ ଆମ ବାସସ୍ଥଳୀ ପୃଥିବୀ - ୧୯୬୫ (ସମ୍ବଲପୁର ବିଜ୍ଞାନ ପ୍ରଚାର ସମିତି) କଂସ ଓ କୃଷ୍ଣ - ୨୦୦୦ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ) କୁଳବଧୂ - ୧୯୯୪ (ଫ୍ରେଣ୍ଡସ ପବ୍ଲିସରସ) ଗ୍ରସ୍ତସୂର୍ଯ୍ୟ ଜୟୀ ରାଜଗୁରୁ (ନାଟକ) ଧୂମକେତୁ ନା ଧ୍ରୁବତାରା (ପ୍ରବନ୍ଧ) ଜୀବନୀ ଅମୂଲ୍ୟକୃଷ୍ଣ, ୧୯୩୨ ମସିହା ଜୁଲାଇ ୬ ତାରିଖରେ ବରଗଡ଼ ଜିଲ୍ଲାର ବରପାଲି ନିକଟସ୍ଥ ତୁଲଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦୟାନିଧି ମିଶ୍ର ଜଣେ ସାହିତ୍ୟିକ, ସମ୍ପାଦକ ଓ ସାହିତ୍ୟ ସଂଗଠକ ଥିଲେ । ସେ ଥିଲେ ପରିବାରର କନିଷ୍ଠତମ ସନ୍ତାନ । ସେ ଶୈଳବାଳା ମିଶ୍ରଙ୍କୁ ବିବାହ କରିଥିଲେ । ୨୦୦୧ ମସିହା ଫେବୃଆରୀ ୨୬ତାରିଖରେ ୬୮ ବର୍ଷ ବୟସରେ ଅମୂଲ୍ୟକୃଷ୍ଣଙ୍କର ପରଲୋକ ଘଟିଥିଲା ।
ଯୋରନ୍ଦା ପ୍ରପାତ, ଶିମିଳିପାଳ ଜାତୀୟ ଉଦ୍ୟାନର କେନ୍ଦ୍ରାଞ୍ଚଳରେ ଅବସ୍ଥିତ ଏକ ଜଳପ୍ରପାତ । ଏହା ଏକ ଭାରତୀୟ ରାଜ୍ୟ, ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତରେ ଆସୁଅଛି । ଏହି ଜଳପ୍ରପାତର ନିକଟରେ ବରେହିପାଣି ଜଳପ୍ରପାତ ମଧ୍ୟ ଅବସ୍ଥିତ । ଯୋରନ୍ଦା ପ୍ରପାତ, ଉଚ୍ଚତା ହିସାବରେ ଭାରତର ୧୯ତମ ଉଚ୍ଚତମ ଜଳପ୍ରପାତ ଅଟେ । ପ୍ରପାତ ଯୋରନ୍ଦା ପ୍ରପାତର ଉଚ୍ଚତା ୧୫୦ ମିଟର (୪୯୦ ଫୁଟ) ଗୋଟିଏ ଉଚ୍ଚା ପାହାଡ଼ରୁ ପାଣି ବାହାରି ତଳେ ଟିକିଏ ବିଛୁରିତ ହୋଇ ପଡିଥାଏ ।
ନେଲସନ ସୋରେଙ୍ଗ (୫ ଅକ୍ଟୋବର ୧୯୪୬ - ୨୨ ଜୁଲାଇ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରଘୁନାଥପାଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ନେଲସନ ସୋରେଙ୍ଗ ୧୯୪୬ ମସିହାର ଅକ୍ଟୋବର ମାସ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଷ୍ଟିଫେନ୍ ସୋରେଙ୍ଗ ଓ ପତ୍ନୀଙ୍କ ନାମ ସୁବାସିନୀ ସୋରେଙ୍ଗ । ୧୯୭୪ ମସିହାରେ ସେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କିମଶନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା ମିଲିଟାରି ପୁଲିସରେ ୬ ବର୍ଷ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବରେ କାର୍ଯ୍ୟ କରିଥିଲେ । ରାଜନୈତିକ ଜୀବନ ନେଲସନ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ଆଗାପିଲ୍ ଲାକ୍ରା ୨୦୨୦ ମସିହାର ଜୁଲାଇ ୨୨ରେ ୭୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
୧୭୬୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
୧୨୮୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଜଗବନ୍ଧୁ ସିହ୍ନା ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉତ୍ତର ପୁରୀ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ଜଗବନ୍ଧୁ ସିହ୍ନା କଂଗ୍ରେସର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ ।
ମନୋଜ କୁମାର ପଣ୍ଡା ୪ ଅକ୍ଟୋବର ୧୯୫୪ ୯ ଜୁଲାଇ ୨୦୨୦ ଜଣେ ଓଡ଼ିଆ ଲେଖକ ଓ ଇଂରାଜୀ ଶିକ୍ଷକ ଥିଲେ । ତାଙ୍କର କେତେକ ଉଲ୍ଲେଖନୀୟ ରଚନା ମଧ୍ୟରେ ହାଡ଼ ବଗିଚା, ମାୟା ବଗିଚା, ବଣ୍ଡ ବଗିଚା, ଶବ୍ଦ ଶସ୍ୟ, ଗାଲିକଙ୍କ ସହ ହୋଇଥିବା ବାର୍ତ୍ତାଳାପ ଆଦି ଗଳ୍ପ ସଂକଳନ, ଶୂନ୍ୟସ୍ଥାନ ପୂରଣ କରିବାର ଖେଳ (ପ୍ରବନ୍ଧ) ଆଦି ଓଡ଼ିଆ ପୁସ୍ତକ ଏବଂ ଦ ବୋନ ଗାର୍ଡେନ ଆଣ୍ଡ ଅଦର ଷ୍ଟୋରିଜ (ଅନୂଦିତ ଇଂରାଜୀ ଗଳ୍ପ ସଂକଳନ) ଆଦି ଅନ୍ୟତମ । ମାୟା ବଗିଚା ପୁସ୍ତକ ନିମନ୍ତେ ସେ ୨୦୧୫ ମସିହାରେ ଶାରଳା ପୁରସ୍କାର ପାଇଥିଲେ । ୨୦୧୦ରେ ଦି ବୋନ ଗାର୍ଡେନ ଆଣ୍ଡ ଅଦର ଷ୍ଟୋରିଜ ପାଇଁ ଆୟରଲ୍ୟାଣ୍ଡସ୍ଥିତ ଫ୍ରେଙ୍କ ଓ ' କନର ଆନ୍ତର୍ଜାତୀୟ ଗଳ୍ପ ପୁରସ୍କାର ପାଇଁ ଏସିଆର ଦଶ ଜଣ ଗାଳ୍ପିକଙ୍କ ମଧ୍ୟରେ ସ୍ଥାନୀତ ହୋଇଥିଲା । ୨୦୨୦ ଜୁଲାଇ ୯ ତାରିଖରେ ଛାତିରେ ଯନ୍ତ୍ରଣାଜନିତ ଅସୁସ୍ଥତାରେ ବଲାଙ୍ଗିରର ଏକ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଥିଲା । ପ୍ରାରମ୍ଭିକ ଜୀବନ ମନୋଜ କୁମାର ପଣ୍ଡା ୧୯୫୪ ଅକ୍ଟୋବର ୪ ତାରିଖ ଦିନ ପିତା ନୀଳମଣି ପଣ୍ଡା ଓ ମାତା ରାଧାରାଣୀ ପଣ୍ଡାଙ୍କ ଔରସରୁ ଜନ୍ମ ନେଇଥିଲେ । ତାଙ୍କ ଭାଇଭଉଣୀଙ୍କ ଭିତରୁ ସେ ଜ୍ୟେଷ୍ଠ ଥିଲେ । ସ୍ନାତକ ପରେ ସେ ବ୍ୟାଚେଲର ଅଫ ଏଜୁକେସନ (ବିଇଡି) ସମାପ୍ତ କରି ଶିକ୍ଷକତା ଆରମ୍ଭ କରିଥିଲେ ।
୭୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏକ ଭାରତୀୟ ସଂସ୍କୃତ ଭାଷା ଅଧ୍ୟୟନ ବିଶ୍ୱବିଦ୍ୟାଳୟ । ଏହା ଓଡ଼ିଶାର ପୁରୀସ୍ଥିତ ତାଳବଣିଆଠାରେ ଅବସ୍ଥିତ । ଏହି ବିଶ୍ୱବିଦ୍ୟାଳୟ ଓଡ଼ିଶାର ଏକମାତ୍ର ତଥା ଭାରତର ୧୫ଟି ସଂସ୍କୃତ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ଶ୍ରୀ ଜଗନ୍ନାଥଙ୍କ ନାମରେ ନାମିତ । ଏହାର ପରିସର ପୁରୀ ବେଳାଭୂମି କୂଳରେ ୧୦୦ ଏକର ଜମି ଉପରେ ସ୍ଥାପିତ ଓ ଶ୍ରୀବିହାର ନାମରେ ଜଣା । ଭାରତରେ ଉଚ୍ଚତର ସଂସ୍କୃତ ଶିକ୍ଷା ପାଇଁ ସର୍ବପ୍ରଥମ ସଂସ୍କୃତ ବିଶ୍ୱବିଦ୍ୟାଳୟ ବାରଣାସୀର ସଂପୂର୍ଣ୍ଣାନନ୍ଦ ବିଶ୍ୱବିଦ୍ୟାଳୟ ଓ ଦ୍ୱିତୀୟ ଦରଭଙ୍ଗାସ୍ଥ କାମେଶ୍ୱର ସିଂହ ବିଶ୍ୱବିଦ୍ୟାଳୟ ପରେ ଏହି ବିଶ୍ୱବିଦ୍ୟାଳୟର ଭାରତରେ ତୃତୀୟତମ । ଇତିହାସ ଓଡ଼ିଶାରେ ସଂସ୍କୃତ ସାହିତ୍ୟର ରଚୟିତା ଶ୍ରୀଧର ସ୍ୱାମୀଙ୍କ ଶ୍ରୀମଦ୍ ଭାଗବତ ଟୀକା, ଜୟଦେବଙ୍କ ଗୀତଗୋବିନ୍ଦ ତଥା ରାଜ୍ୟ ସଂଗ୍ରହାଳୟରେ ଥିବା ୫୦,୦୦୦ରୁ ଅଧିକ ତାଳପତ୍ର ପୋଥି ମଧ୍ୟରୁ ୧୦,୦୦୦ରୁ ଉର୍ଦ୍ଧ୍ୱ ସଂସ୍କୃତ ଭାଷାରେ ରଚିତ ପୋଥି ଆଦିର ପଠନ ଓ ଗବେଷଣା ନିମନ୍ତେ ଏହି ବିଶ୍ୱବିଦ୍ୟାଳୟ ଆରମ୍ଭ କରାଯାଇଥିଲା । ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଭାରତୀକୃଷ୍ଣ ତୀର୍ଥ ସ୍ୱାମୀ ପୁରୀରେ ଏକ ସଂସ୍କୃତ ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ୧୯୫୫ ମସିହାରେ ଅକ୍ଷୟ ତୃତୀୟା ତିଥିରେ ଗୋବର୍ଦ୍ଧନ ପୀଠ ପରିସରରେ ସଂସ୍କୃତ ଶିକ୍ଷାବିଦମାନଙ୍କର ଏକ ବୈଠକ ବସିଥିଲା । ସେଥିରେ ଯୋଗଦେଇ ତତ୍‌କାଳୀନ ଓଡ଼ିଶା ସରକାରଙ୍କ ଶିକ୍ଷାମନ୍ତ୍ରୀ ରାଧାନାଥ ରଥ ବିଶ୍ୱବିଦ୍ୟାଳୟ ପାଇଁ ପ୍ରସ୍ତାବ ଉଠାଯାଇଥିଲା । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଶିକ୍ଷାମନ୍ତ୍ରୀ ଏହି ପ୍ରସ୍ତାବଟି ସଂସ୍କୃତ କମିଶନଙ୍କ ନିକଟକୁ ପଠାଇଥିଲେ । ସଂସ୍କୃତ କମିଶନ ଉକ୍ତ ଶିକ୍ଷାବିଦମାନଙ୍କୁ ଡକାଇ ବିଶ୍ୱବିଦ୍ୟାଳୟ ପାଇଁ ଆଗତ ପ୍ରସ୍ତାବ ବିଷୟରେ ତର୍ଜମା କରାଇଲେ । ହରେକୃଷ୍ଣ ମହତାବ, କରୁଣାକର କର, ଆର୍ତ୍ତବଲ୍ଲଭ ମହାନ୍ତି, ନୀଳକଣ୍ଠ ଦାସ, ସଂସ୍କୃତ ବିଶ୍ୱ ପରିଷଦ ସଭାପତି ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ମହାମହୋପାଧ୍ୟାୟ ଦାମୋଦର ଶାସ୍ତ୍ରୀ ପ୍ରମୁଖ ଏହି ପ୍ରସ୍ତାବର ସପକ୍ଷରେ ମତଦାନ କରିଥିଲେ । ମାତ୍ର ଏହି ପ୍ରସ୍ତାବଟି ୧୭ ବର୍ଷ ଧରି କାର୍ଯ୍ୟକାରି ହୋଇ ନଥିଲା । ୧୯୭୨ ମସିହାରେ ଏହି ପ୍ରସ୍ତାବ ବିଷୟରେ ଶିକ୍ଷାବିଦମାନେ ଆଲୋଚନା ଆରମ୍ଭ କରି ପୁରୁଣା ପ୍ରସ୍ତାବରେ କିଛି ପରିବର୍ତ୍ତନ କରି ଏକ ନୂଆ ପ୍ରସ୍ତାବ ଆଗତ କରିଥିଲେ । ତେବେ ତାହା କାର୍ଯ୍ୟକାରୀ ହୋଇନଥିଲା । ୧୯୮୦ ମସିହା ଜୁନ ୯ ତାରିଖ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କଲାପରେ ପୂର୍ବରୁ ଅଟକି ରହିଥିବା ପ୍ରସ୍ତାବଗୁଡ଼ିକ ଅନୁଧ୍ୟାନ କରି ସେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ବନ୍ଦୋବସ୍ତ ଆରମ୍ଭ କରିଥିଲେ । ୧୯୮୦ ଜୁଲାଇ ୭ ତାରିଖ ଦିନ ପୁରୀର ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଦ୍ୟାଳୟରେ ଆୟୋଜିତ ଏକ ସମାବେଶରେ ପଟ୍ଟନାୟକ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନା ବାବଦରେ ସୂଚନା ଦେଇଥିଲେ । ୧୯୮୧ ଜୁଲାଇ ୭ ତାରିଖ ଦିନ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସଭାଗୃହରେ ଏକ ବିଶେଷ ଅଧିବେଶନ ଆୟୋଜିତ କରି ଏହି ବିଶ୍ୱବିଦ୍ୟାଳୟ ସ୍ଥାପନା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାର ଉଦ୍ଘାଟନୀ ସଭାରେ ପଟ୍ଟନାୟକ ଓ ତତ୍କାଳୀନ ରାଜ୍ୟପାଳ ସି.ଏମ୍ ପୁନ୍ନାଚା ଯୋଗଦେଇଥିଲେ । ରାଜ୍ୟପାଳ ପୁରୀ ରାଜଭବନ ମଧ୍ୟରେ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କାର୍ଯ୍ୟ ଆରମ୍ଭ କରିବାକୁ ସ୍ୱୀକୃତି ପ୍ରଦାନ କରିଥିଲେ । ଏହାପରେ ଜଗନ୍ନାଥ ମନ୍ଦିରର ପୂର୍ବ ଦିଗରେ ଢାଳୁଖଣ୍ଡ ମୌଜାର ୭୫ ଏକର ଜମି ଚିହ୍ନଟ କରାଯାଇ ମହାବିଦ୍ୟାଳୟ ଗଠନ ପାଇଁ ଶିଳାନ୍ୟାସ କରାଗଲା । ୧୯୮୧ ମସିହା ଜୁଲାଇ ୭ ତାରିଖ ହେରାପଞ୍ଚମୀ ଦିନ ଏହି ବିଶ୍ୱବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଶିକ୍ଷା ବ୍ୟବସ୍ଥା ବିଶ୍ୱବିଦ୍ୟାଳୟରେ ନିମ୍ନ ବିଭାଗ ଗୁଡିକରେ ଶିକ୍ଷାଦାନ କରାଯାଏ : ଧର୍ମଶାସ୍ତ୍ର ନ୍ୟାୟ ସାହିତ୍ୟ ସର୍ବଦର୍ଶନ ବେଦ ବ୍ୟାକରଣ ଅଦ୍ୱେତ ବେଦାନ୍ତ ଜ୍ୟୋତିର୍ବିଜ୍ଞାନ ଶାରିରିକ ଶିକ୍ଷା କମ୍ପ୍ୟୁଟର ଶିକ୍ଷା ଶିକ୍ଷା ଶାସ୍ତ୍ରୀ ସଂସ୍କୃତରେ ଅଧିକ ଶୋଧ କରିବା ପାଇଁ, ବିଶ୍ୱବିଦ୍ୟାଳୟରେ କାର୍ସ ନାମକ ଏକ ଶୋଧ ସଂସ୍ଥାନ ରହିଛି । ଏହି ସଂସ୍ଥାନ ଜଗନ୍ନାଥ ଜ୍ୟୋତିଃ ନାମକ ଏକ ଜର୍ଣ୍ଣାଲ ପ୍ରତିବର୍ଷ ପ୍ରକାଶ କରିଥାଏ । ପରିସରରେ ଥିବା ସୁବିଧା ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଲଗା ଛାତ୍ରାବାସ, ପାଠାଗାର, ସ୍ୱାସ୍ଥ୍ୟ କେନ୍ଦ୍ର, ଅତିଥି ଗୃହ ଇତ୍ୟାଦିର ସୁବିଧା ରହିଛି ।
ଜଗବନ୍ଧୁ ସିହ୍ନା ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉତ୍ତର ପୁରୀ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ଜଗବନ୍ଧୁ ସିହ୍ନା କଂଗ୍ରେସର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ ।
ଫିରୋଜ ଶାହ କୋଟଲା ଏକ କ୍ରିକେଟ ପଡ଼ିଆ ଯାହା ଭାରତୀୟ ରାଜଧାନୀ ନୂଆ ଦିଲ୍ଲୀର ବାହାଦୁର ଶାହ ଜାଫର ମାର୍ଗରେ ଅବସ୍ଥିତ । ଏହା 1883 ମସିହାରେ ନିର୍ମିତ ଓ ଏହା କଲିକତାର ଇଡେନ ଗାର୍ଡେନ ପରେ ଭାରତର ଦ୍ୱିତୀୟ ସର୍ବ ପୁରାତନ କ୍ରିକେଟ ଅନ୍ତର୍ଜାତିକ ପ୍ରାନ୍ତର । 2016 ସୁଦ୍ଧା ବିଗତ 28 ବର୍ଷ ଧରି ଭାରତୀୟ ଜାତୀୟ ଦଳ ଏହି ପଡ଼ିଆରେ ଟେଷ୍ଟ ମ୍ୟାଚରେ ପରାସ୍ତ ହେଇନାହିଁ ଓ ଗତ 10 ବର୍ଷରୁ କୌନଶୀ ଏକଦିବାସୀୟରେ ମଧ୍ୟ ହାରି ନାହିଁ । ଏହି ପଡ଼ିଆ ଦର୍ଶକଙ୍କ ପାଇଁ ଖୁବ ରୋଚକ ମୁହୂର୍ତ ସବୁ ଦେଇଛି । ଏଠାରେ ପାକିସ୍ଥାନ ସହ ଟେଷ୍ଟ ମେଚରେ ସ୍ପିନର ଅନିଲ କୁମ୍ବଲେ ଗୋଟିଏ ଇନିଂସରେ ସମସ୍ତ 10ଟି ଜକ ୱିକେଟ ନେବାର ବିଶ୍ୱ ରେକର୍ଡ ସହ, ସଚିନ ତେନ୍ଦୁଲକରଙ୍କ 35 ତମ ଶତକ ହାସଲ ତଥା ସୁନୀଲ ଗାଭାସ୍କରଙ୍କ 29 ତମ ଶତକଦ୍ୱାରା ସେ ଡନ ବ୍ରାଡମାନଙ୍କ ରେକର୍ଡର ସମକକ୍ଷ ହେବା ସ୍ମରଣୀୟ ଘଟଣା ବଳି ହେଇ ରହିଛି । ଇତିହାସ ଏଠାରେ ପ୍ରଥମ ଅନୁଷ୍ଠାନିକ ଟେଷ୍ଟ 10 ନଭେମ୍ବର , 1948ରେ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ହେଇଥିଲା । 1952ରେ ପାକିସ୍ତାନ ସହ ମ୍ୟାଚରେ ହେମୁ ଅଧିକାରୀ ଓ ଗୁଲାମ ଆଜାଦରେ ସମୟର ରେକର୍ଡ 10 ମ ୱିକେଟ ଭାଗୀଦାରୀରେ 109 ରଣ କରିଥିଲେ । 1965ରେ ନବାଗତ ସ୍ପିନର ଏସ . ଭେଙ୍କଟରାଘବନ ଏଠରେ ପଦାର୍ପଣ ମେଚରେ ନିଉଜିଲାଣ୍ଡ ବିରୁଦ୍ଧରେ 8/72 04/80 ନେଇ ସେମାନଙ୍କୁ ଦ୍ୱଷ୍ଟ କରିଥିଲେ । 1969-70 ସିରିଜରେ ବିଷାନ ସିଂହ ବେଦୀ ଓ ଏରାପଲ୍ଲୀ ପ୍ରସନ୍ନା ତାଙ୍କର ସ୍ପିନ ଆକ୍ରମଣଦ୍ୱାରା ଅଷ୍ଟ୍ରେଲିଆକୁ ପରାଜିତ କରିଥିଲେ । ସେହି ମେଚରେ ସେ ଦୁହେଁ ମିଶି 18ଟି ୱିକେଟ ନେଇଥିଲେ । ଏଠରେ ଜେଫ ବୟକଟ ଗଋ ସୋବର୍ସଙ୍କ ସର୍ବାଧିକ ଟେଷ୍ଟ ରଣର ବିଶ୍ୱ ରେକର୍ଡ ଭାଙ୍ଗି ଥିଲେ । ଅନିଲ କୁମ୍ବଲେ ପାକିସ୍ତାନ ସହ ମେଚରେ ଏକ ଇନିଂସରେ 10ଟି ୱିକେଟ ନେଇ 2005/6ରୁ ଥିବା ଜିମ ଲକରଙ୍କ ରେକର୍ଡର ସମକକ୍ଷ ହେଇଥିଲେ । ସଚିନ ତେନ୍ଦୁଲକର ତାଙ୍କ ଜୀବନର 35 ତମ ଶତକ ଏହିଠାରେ ହାସଲ କରିଥିଲେ । 27 ଡିସେମ୍ବର , 2009ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଏକଦିବସୀୟ ମ୍ୟାଚକୁ ରେଫରି ପଡ଼ିଆ ଖେଳ ପାଇଁ ଅନୁପଯୁକ୍ତ କହି ବାତିଲ କରିଦେଇଥିଲେ ଓ ଏହି ପଡ଼ିଆ12 ମାସ ପାଇଁ ବାସନ୍ଦ ହେଇଥିଲା । ତେବେ 2011 ବିଶ୍ୱ କପରେ ଏଠାରେ ପୁଣି ମ୍ୟାଚ ହେଇଥିଲା । ଏହି ପଡ଼ିଆ ଆଇପିଏଲରେ ଦିଲ୍ଲୀ ଡେୟର ଦେଭିଲ ଦଳର ଘରେଇ ପଡ଼ିଆ ଭାବେ ରହିଛି । ପରିସଙ୍ଖ୍ୟାନ ଭାରତୀୟ ଦଳ ଏଠାରେ ସର୍ବମୋଟ 10ଟି ଟେଷ୍ଟରେ ବିଜଯ ହାସଲ କରିଛି । ଏହି ପଡ଼ିଆର ରେକର୍ଡ ସମୂହ ମଧ୍ୟରୁ ମୁଖ୍ୟଗୁଡ଼ିକ ହେଲା , ସବୁଠୁ ସଫଳ ଦଳ - ଭାରତ 10ଟି ଟେଷ୍ଟ ବିଜୟ ସବୁଠୁ ସଫଳ ବିଦେଶୀ ଦଳ - ଇଂଲଣ୍ଡ 3ଟି ମେଚ ବିଜୟ ସର୍ବାଧିକ ସ୍କୋର - ୱେଷ୍ଟ ଇଣ୍ଡିଜ 644/8 , 6 ଫେବୃଆରୀ , 1959 ସର୍ବନିମ୍ମ୍ସ୍କୋର -ଭାରତ , 75 ଅଲ ଆଉଟ , 25 ନଭେମ୍ବର 1987 ପ୍ରଥମ ବ୍ୟାଟିଂ କରି ବିଜୟ-5 ପ୍ରଥମ ବୋଲିଂ କରି ବିଜୟ-5 ହାରାହାରି ସ୍କୋର -288 ସର୍ବାଧିକ ରନ - ଦିଲୀପ ଭେଙ୍ଗସରକାର -671 ସର୍ବାଧିକ ସ୍କୋର (ବ୍ୟକ୍ତିଗତ )- ବାର୍ଟ ସଟକ୍ଲିଫ-230 ନଟ ଆଉଟ ସଫଳତମ ବୋଲର - ଅନିଲ କୁମ୍ବଲେ ( 58 ୱିକେଟ ) ଏକଦିବସୀୟ ରେ ୱେଷ୍ଟ ଇଣ୍ଡିଜ ଏଠାରେ ସର୍ବାଧିକ 330/8 କରିଥିଲା , 2011 ବିଶ୍ୱ କପରେ ଯାହା ଏଠରେ ରେକର୍ଡ । କ୍ରିକେଟ ବିଶ୍ୱ କପ ଭାରତରେ ଆୟୋଜିତ ହେଇଥିବା ବିଶ୍ୱ କପ ଏକଦିବାସୀୟ ଟୁର୍ଣ୍ଣାମେଣ୍ଟ 1987, 1996 ଓ 2011ରେ କେତେକ ଗୁରୁତ୍ୱପୂର୍ଣ ମେଚ ଏହି ପଡ଼ିଆରେ ଖେଳା ଯାଇଥିଲା । 20 ଅନ୍ତର୍ଜାତିକ ମେଚ ସମୂହ ଏହି ପଡ଼ିଆରେ 2016 ବିଶ୍ୱ ଟି20ର ଗୃପ ର ମେଚ ହେବ ଅସହ ଏଠାରେ ସେମିଫାଇନାଲର ଏକ ମେଚ ମଧ୍ୟ ଅନୁଷ୍ଠିତ ହେଇଥିଲା । ଏହି ପଡ଼ିଆରେ ବିଶ୍ୱ କପର ପ୍ରଥମ ମେଚ ଇଂଲଣ୍ଡ ଓ ଅଫଗାନିସ୍ତାନ ମଧ୍ୟରେ ହେଇଥିଲା ।
ସିକନ୍ଦର ବେଗମ (ସେପ୍ଟେମ୍ବର ୧୮୧୭ - ଅକ୍ଟୋବର ୧୮୬୮) ଭୋପାଳର ଦ୍ୱିତୀୟ ମହିଳା ଶାସକ ଥିଲେ । ପ୍ରଥମ ମହିଳା ଶାସକ ତାଙ୍କ ମାତା କୁଦସିଆ ବେଗମ ଥିଲେ । ସିକନ୍ଦର ବେଗମ ୧୮୬୦ ମସିହାରୁ ୧୮୬୮ ମସିହା ପର୍ଯ୍ୟନ୍ତ ଭୋପାଳର ନବାବ ଥିଲେ । ୧୮୪୪ ମସିହାରେ ତାଙ୍କର ନଅ ବର୍ଷର ଝିଅ ଶାହା ଜାହାନ ବେଗମ ରାଜପ୍ରତିନିଧି ଭାବରେ ନିଯୁକ୍ତ ହୋଇଥିଲେ, କିନ୍ତୁ ୧୮୬୦ ମସିହାରେ ସେ ନବାବ ଭାବରେ ମାନ୍ୟତା ପାଇଲେ । ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ, ସିକନ୍ଦରଙ୍କ ବ୍ରିଟିଶ ସମର୍ଥକ ଆଭିମୁଖ୍ୟ ତାଙ୍କୁ ଜଣେ ଷ୍ଟାର ଅଫ ଇଣ୍ଡିଆ (ନାଇଟ ଗ୍ରାଣ୍ଡ କମାଣ୍ଡର) ଭାବରେ ପରିଣତ କରିଥିଲା । ୧୮୬୩ ମସିହାରେ, ସେ ହଜ କରିଥିବା ପ୍ରଥମ ଭାରତୀୟ ମହିଳା ଶାସକ ଥିଲେ । ସିକନ୍ଦର ବେଗମ ଟଙ୍କାଶାଳା, ସଚିବାଳୟ, ସାଂସଦ ଏବଂ ଏକ ଆଧୁନିକ ନ୍ୟାୟପାଳିକା ଗଠନ ସମେତ ରାଜ୍ୟରେ ଅନେକ ସଂସ୍କାର ଆଣିଥିଲେ । ପ୍ରାରମ୍ଭ ଜୀବନ ସିକନ୍ଦର ୧୦ ସେପ୍ଟେମ୍ବର ୧୮୧୭ ମସିହାରେ ବ୍ରିଟିଶ ଭାରତର ଭୋପାଳ ରାଜ୍ୟର ଗୌହର ମହଲରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ନାସିର ମହମ୍ମଦ ଖାନ ଏବଂ କୁଦସିଆ ବେଗମ ଏହି ରାଜ୍ୟର ପୂର୍ବତନ ନବାବ ଥିଲେ । ଶାସନ ୩ ଜାନୁୟାରୀ ୧୮୪୭ ମସିହାରେ, ସିକନ୍ଦର ବେଗମଙ୍କ ନଅ ବର୍ଷର ଝିଅ "ଶାହା ଜାହାନ ବେଗମ" ରାଜପ୍ରତିନିଧି ଭାବରେ ଭୋପାଳର ସିଂହାସନ ଆରୋହଣ କରିଥିଲେ । ଭାରତର ଗଭର୍ଣ୍ଣର-ଜେନେରାଲଙ୍କ ରାଜନୈତିକ ପ୍ରତିନିଧି "ଜୋସେଫ ଡେଭି କୁନିଙ୍ଘମ" ସେହି ବର୍ଷ ୨୭ ଜୁଲାଇରେ ସିକନ୍ଦରଙ୍କୁ ରାଜପ୍ରତିନିଧି ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଥିଲେ । ଗଭର୍ନର-ଜେନେରାଲ ଶାହା ଜାହାନଙ୍କୁ ରାଜ୍ୟର କାର୍ଯ୍ୟନିର୍ବାହୀ କ୍ଷମତା ପ୍ରଦାନ କରିଥିଲେ । ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ ସିକନ୍ଦର ବ୍ରିଟିଶମାନଙ୍କ ପକ୍ଷ ରଖିଥିଲେ । ଭୋପାଳରେ ହୋଇଥିବା ବିଦ୍ରୋହକୁ ଦୂର କରିବା ପାଇଁ ସେ ବ୍ରିଟିଶ ବିରୋଧୀ ପ୍ରଚାର ପତ୍ର ପ୍ରକାଶନ ତଥା ପ୍ରଚାରକୁ ବାରଣ କରିଥିଲେ । ସେ ଗୁପ୍ତଚର ନେଟୱାର୍କକୁ ମଜବୁତ କରିବା ସହିତ ବ୍ରିଟିଶ ବିରୋଧୀ ସୈନିକମାନଙ୍କୁ ପାର୍ଶ୍ୱ ପରିବର୍ତ୍ତନ କରିବାକୁ ଲାଞ୍ଚ ଦେଇଥିଲେ । ଅଗଷ୍ଟ ମାସରେ, ସିପାହୀର ଏକ ଦଳ ସିହୋର ଏବଂ ବେରାସିଆରେ ବ୍ରିଟିଶର ରକ୍ଷକସେନା ଉପରେ ଆକ୍ରମଣ କରିଥିଲେ । ବ୍ରିଟିଶ ସମର୍ଥକ ଆଭିମୁଖ୍ୟ ଯୋଗୁଁ ରାଜ୍ୟରେ ତାଙ୍କ ପ୍ରତି କ୍ରୋଧ ବୃଦ୍ଧି ପାଇଥିଲା । ସିକନ୍ଦରଙ୍କ ମାତାଙ୍କଦ୍ୱାରା ଉତ୍ସାହିତ ହୋଇ ସିପାହୀ ଦଳ ଡିସେମ୍ବରରେ ତାଙ୍କ ପ୍ରାସାଦକୁ ଘେରି ଯାଇଥିଲେ । ସେମାନଙ୍କ ସହ ବୁଝାମଣା କରିବା ପାଇଁ ସିକନ୍ଦର ତାଙ୍କ ଜ୍ୱାଇଁ ଉମ୍ରାଓ ଦୌଲାଙ୍କୁ ପଠାଇଥିଲେ । ଯେତେବେଳେ ସେ ଘୋଷଣା କଲେ ଯେ ସେମାନଙ୍କର ଦରମା ବୃଦ୍ଧି କରାଯିବ ବୋଲି, ସେତେବେଳେ ସୈନିକମାନେ ଘେରାଉ ଶେଷ କରିଥିଲେ । ୧୮୬୧ ମସିହାରେ, ସିକନ୍ଦର ବିଦ୍ରୋହ ସମୟରେ ବ୍ରିଟିଶ ସମର୍ଥକଙ୍କ ଆଭିମୁଖ୍ୟ ପାଇଁ ନାଇଟ ଗ୍ରାଣ୍ଡ କମାଣ୍ଡର ପୁରସ୍କାର ଗ୍ରହଣ କରିଥିଲେ । ବ୍ରିଟିଶମାନେ ସିକନ୍ଦରଙ୍କୁ ୩୦ ସେପ୍ଟେମ୍ବର ୧୮୬୦ ମସିହାରେ ଭୋପାଳର ନବାବ ଭାବରେ ସ୍ୱୀକୃତି ଦେଇଥିଲେ । ପରବର୍ତ୍ତୀ ବର୍ଷ ତାଙ୍କର ସାମରିକ ଅଭିବାଦନ ପାଇଁ ୧୯ଟି ବନ୍ଧୁକ ବୃଦ୍ଧି କରାଯାଇଥିଲା । ହଜ ୧୮୬୩ ମସିହାରେ, ସିକନ୍ଦର ବେଗମ ହଜ କରିଥିବା ପ୍ରଥମ ଭାରତୀୟ ମହିଳା ଶାସକ ଥିଲେ । ତାଙ୍କ ସହିତ ପ୍ରାୟ ୧,୦୦୦ ହଜାର ଲୋକ ଥିଲେ, ସେଥିମଧ୍ୟରୁ ମୁଖ୍ୟତଃ ମହିଳାମାନେ ଅଧିକ ଥିଲେ । ସିକନ୍ଦର ଉର୍ଦ୍ଦୁରେ ନିଜର ଯାତ୍ରା ବିଷୟରେ ଏକ ସ୍ମୃତି ଲେଖିଥିଲେ ଏବଂ ୧୮୭୦ ମସିହାରେ ସେହି ଲେଖାର ଏକ ଇଂରାଜୀ ଅନୁବାଦ ପ୍ରକାଶ ପାଇଥିଲା । ସୁଧାର ସିକନ୍ଦର ରାଜ୍ୟକୁ ତିନୋଟି ଜିଲ୍ଲା ଏବଂ ୨୧ଟି ଉପ-ଜିଲ୍ଲାରେ ବିଭକ୍ତ କରିଥିଲେ । ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ରାଜସ୍ୱ ଅଧିକାରୀ ଏବଂ ପ୍ରତ୍ୟେକ ଉପ-ଜିଲ୍ଲା ପାଇଁ ପ୍ରଶାସକ ନିଯୁକ୍ତ ହୋଇଥିଲେ । ସିକନ୍ଦର ଏକ ସୀମାଶୁଳ୍କ କାର୍ଯ୍ୟାଳୟ, ସଚିବାଳୟ, ଗୁପ୍ତଚର ନେଟୱାର୍କ, ଟଙ୍କାଶାଳା, ଡାକ ସେବା ଯାହାକି ରାଜ୍ୟକୁ ବାକି ଭାରତ ସହ ଯୋଡିଥିଲା ଏବଂ ଅଦାଲତ ସହିତ ଏକ ଆଧୁନିକ ନ୍ୟାୟପାଳିକା ପ୍ରତିଷ୍ଠା କରିଥିଲେ । ସେ ବାଳିକାମାନଙ୍କ ପାଇଁ ଭିକ୍ଟୋରିଆ ସ୍କୁଲ ଏବଂ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ଉର୍ଦ୍ଦୁ ଏବଂ ହିନ୍ଦୀ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ୧୮୪୭ ମସିହାରେ ସିକନ୍ଦର ଏକ "ମଜଲିସ୍-ଇ-ଶୋରା" (ସଂସଦ) ଆରମ୍ଭ କରିଥିଲେ । ସ୍ଥାପତ୍ୟ ସିକନ୍ଦର ବେଗମ‌ ନାଲି ବାଲୁକା ପଥରରେ ନିର୍ମିତ ଏକ ମୋତି ମସଜିଦ, ମୋତି ମହଲ ଏବଂ ଶୌକତ ମହଲ ନାମରେ ପ୍ରାସାଦଗୁଡିକ ନିର୍ମାଣ କରିଥିଲେ । ବ୍ୟକ୍ତିଗତ ଜୀବନ ୧୮ ଏପ୍ରିଲ ୧୮୩୫ ମସିହାରେ ସିକନ୍ଦର ବେଗମ ନବାବ ଜାହାଙ୍ଗୀର ମହମ୍ମଦ ଖାନଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ଝିଅ ଶାହା ଜାହାନ ବେଗମ ଥିଲେ । ତାଙ୍କ ମାତା କୁଦସିଆ ବେଗମଙ୍କ ପରି ସିକନ୍ଦର ମଧ୍ୟ ଜଣେ ଧର୍ମନିଷ୍ଠ ମୁସଲମାନ ଥିଲେ । ସିକନ୍ଦର ବେଗମ ୩୦ ଅକ୍ଟୋବର ୧୮୬୮ ମସିହାରେ ବୃକ୍‌କ ବିଫଳତାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କୁ ଫରହତ ଅଫଜା ବାଗରେ କବର ଦିଆଯାଇଥିଲା । ପରେ ସିକନ୍ଦରଙ୍କ ଝିଅ ଭୋପାଳର ନବାବ ଭାବରେ ଉତ୍ତରାଧିକାରୀ ହୋଇଥିଲେ ।
ଲକ୍ଷ୍ମଣ ସିଂହ ଜଙ୍ଗପାଙ୍ଗି ଜଣେ ଭାରତୀୟ ରାଜ କର୍ମଚାରୀ ଓ ଗାର୍ଟକ ଓ ୟାଟୁଙ୍ଗ ଇତ୍ୟାଦି ସ୍ଥାନମାନଙ୍କର ଜଣେ ପୁରାତନ ଟ୍ରେଡ ଏଜେଣ୍ଟ । ସେ ୨୯ ଜୁଲାଇ ୧୯୦୫ରେ ଉତ୍ତରାଖଣ୍ଡରେ ଅବସ୍ଥିତ ଜୋହର ଭାଲିର ବୁର୍ଫୁରେ ଜନ୍ମ ଗ୍ରହଣ କରିଥିଲେ ପିତା ରାଏ ସାହେବ ସୋହନ ସିଂହ ଇଂରେଜ ଶାସନର ଜଣେ ଧନୀ ଅଫିସର ଥିଲେ । ସେ ଆଲମୋରାରେ ସ୍କୁଲ ଶିକ୍ଷା ଲାଭ କରିଥିଲେ ଓ ଆଲାହାବାଦ ବିଶ୍ୱବିଦାଳୟରେ ବିଏ ପଢ଼ିଥିଲେ । ଲକ୍ଷ୍ମଣ ସିଂହ ପ୍ରଥମେ ପଶ୍ଚିମ ତିବ୍ୱତର ଗାର୍ଟକରେ ହିସାବ ରକ୍ଷକ ଭାବରେ ଯୋଗଦାନ କରିଥିଲେ ଓ ପରେ ପଦୋନ୍ନତି ପାଇ ସନ ୧୯୪୧ରେ ୱର୍କିଙ୍ଗ ଟ୍ରେଡ ଏଜେଣ୍ଟ ହୋଇଥିଲେ । ସନ ୧୯୪୬ରେ ସେ ଟ୍ରେଡ ଏଜେଣ୍ଟ ହୋଇ ସନ ୧୯୫୯ ପର୍ଯ୍ୟନ୍ତ ରହିବା ପରେ ୟାଟୁଙ୍ଗକୁ ଦବଳି ହୋଇଥିଲେ । ସନ ୧୯୬୨ରେ ସେ ଅବସର ନେଇଥିଲେ ଓ ଟ୍ରେଡ ଏଜେନସି ସେତେବେଳେ ଉଠିଗଲା । ଭାରତ ସରକାର ସନ ୧୯୫୯ରେ ତାଙ୍କର ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଥିଲେ । ଲକ୍ଷ୍ମଣ ସିଂହ ସନ ୧୯୭୬ରେ ୭୧ ବର୍ଷ ବୟସରେ ହଲଦ୍ୱାନିଠାରେ ମତ୍ୟୁ ବରଣ କରିଥିଲେ ।
ସୁଗତା କୁମାରୀ‌ (୨୨ ଜାନୁଆରୀ ୧୯୩୪-୨୩ ଡିସେମ୍ବର ୨୦୨୦) ଜଣେ ଭାରତୀୟ କବି ତଥା କାର୍ଯ୍ୟକର୍ତ୍ତା ଥିଲେ, ଯିଏ ଦକ୍ଷିଣ ଭାରତର କେରଳରେ ପରିବେଶ ତଥା ନାରୀବାଦୀ ଆନ୍ଦୋଳନର ଅଗ୍ରଭାଗରେ ଥିଲେ । ତାଙ୍କ ପିତା କେଶଭ ପିଲ୍ଲାଇ (ବୋଧେଶ୍ୱରନ ନାମରେ ଜଣାଶୁଣା), ଜଣେ ଗାନ୍ଧୀ ଚିନ୍ତକ ତଥା ଲେଖକ ଥିଲେ , ଯିଏ ଦେଶର ସ୍ୱାଧୀନତା ସଂଗ୍ରାମରେ ଜଡ଼ିତ ଥିଲେ ଏବଂ ମାତା ଭିକେ କର୍ଥିୟାଈନୀ ଆମ୍ମା ଜଣେ ସଂସ୍କୃତ ଶିକ୍ଷକ ତଥା ଜଣାଶୁଣା ପଣ୍ଡିତ ଥିଲେ । ପ୍ରକୃତିର ସୁରକ୍ଷା ପାଇଁ ଏକ ସଂଗଠନ ଏବଂ ଅଭୟ, ଗରିବ ମହିଳାଙ୍କ ପାଇଁ ଏକ ଘର ଏବଂ ମାନସିକ ରୋଗୀଙ୍କ ପାଇଁ ଏକ ଦିନ ଯତ୍ନ କେନ୍ଦ୍ର କରିଥିଲେ । ସେ କେରଳ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ଥିଲେ । ଜଣେ ପ୍ରତିବଦ୍ଧ ସଂରକ୍ଷଣବାଦୀ, ସୁଗତା କୁମାରୀ ଥିରୁବନନ୍ତପୁରମ ପ୍ରକୃତିର ସଂରକ୍ଷଣ ପାଇଁ ସଚିବ ଭାବରେ କାର୍ଯ୍ୟ କରିଥିଲେ । ୧୯୭୦ ଦଶକର ଶେଷରେ ସେ ଦେଶର ଏକ ପୁରାତନ ପ୍ରାକୃତିକ ଜଙ୍ଗଲ, କେରଳର ସାଇଲେଣ୍ଟ ଉପତ୍ୟକାକୁ ଯୋଜନାବଦ୍ଧ ଜଳ ବିଦ୍ୟୁତ ପ୍ରକଳ୍ପର ଜଳମଗ୍ନରୁ ରକ୍ଷା କରିବା ପାଇଁ ସେଭ ସାଇଲେଣ୍ଟ ଭ୍ୟାଲି ନାମରେ ଏକ ସଫଳ ଦେଶ ବ୍ୟାପୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ପୁରସ୍କାର ଏବଂ ସ୍ୱୀକୃତି ସୁଗତା କୁମାରୀଙ୍କ ଉଲ୍ଲେଖନୀୟ କାର୍ଯ୍ୟଗୁଡିକରେ ମୁଥୁଚି ପିକାଲ, ପାଥୀରାପୁକ୍କାଲ, କୃଷ୍ଣ କବିତାକାଲ, ରତ୍ରିମାଜା ଏବଂ ମନେଲୁଜୁଥୁ ଅନ୍ତର୍ଭୁକ୍ତ । ସେ କେରଳ ସାହିତ୍ୟ ଏକାଡେମୀ ପୁରସ୍କାର (୧୯୬୮), କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୮), ଓଡ଼କ୍କୁଜାଲ ପୁରସ୍କାର (୧୯୮୨), ଭାୟାଲ ପୁରସ୍କାର (୧୯୮୪), ଇନ୍ଦିରା ପ୍ରିୟଦର୍ଶିନୀ ଶ୍ରୀକୃଷ୍ଣ ମିତ୍ର ପୁରସ୍କାର (୧୯୮୬), ଆସାନ ପୁରସ୍କାର (୧୯୯୧), ସହିତ ଅନେକ ପୁରସ୍କାର ଏବଂ ସ୍ୱୀକୃତି ଲାଭ କରିଥିଲେ । ଭାଲାଥୋଲ ପୁରସ୍କାର (୨୦୦୩), କେରଳ ସାହିତ୍ୟ ଏକାଡେମୀ ଫେଲୋସିପ (୨୦୦୪), ଏଜୁଥାଚାନ ପୁରସ୍କାରମ (୨୦୦୯), ସରସ୍ବତୀ ସାମନ (୨୦୧୨), ମାଥୄଭୂମି ସାହିତ୍ୟ ପୁରସ୍କାର (୨୦୧୪) ଏବଂ ସାହିତ୍ୟ ପୁରସ୍କାର (୨୦୧୭) ପ୍ରାପ୍ତ କରିଥିଲେ । ୨୦୦୬ ମସିହାରେ ଟାଙ୍କି ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ବ୍ୟକ୍ତିଗତ ଜୀବନ ସୁଗତା କୁମାରୀଙ୍କ ସ୍ୱାମୀ କେ. ଭେଲାୟୁଧାନ ନାୟାର (୨୦୦୩ ମସିହାରେ ମୃତ୍ୟୁ ବରଣ କରିଥିଲେ) ଜଣେ ଶିକ୍ଷାବିତ ତଥା ଲେଖକ ଥିଲେ ଯିଏ ଶିକ୍ଷାଗତ ମନୋବିଜ୍ଞାନୀ ଥିଲେ । ସେମାନଙ୍କର ଗୋଟେ ଝିଅ ଲେକ୍ସମି ଦେବୀ ଥିଲେ । ସୁଗତାଙ୍କ ବଡ଼ ଭଉଣୀ ହ୍ରିଦୟା କୁମାରୀ ଜଣେ ସାହିତ୍ୟିକ ସମାଲୋଚକ ବକ୍ତା ତଥା ଶିକ୍ଷାବିତ ଥିଲେ । କେରଳ ସରକାର ସୁଗତା କୁମାରୀଙ୍କ ପୈତୃକ ଘର ଭାଜୁଭେଲିଲ ତରଭାଦୁଙ୍କୁ ତାଙ୍କର ୮୪ ତମ ଜନ୍ମଦିନରେ ସଂରକ୍ଷିତ ସ୍ମାରକୀ ଭାବରେ ଘୋଷଣା କରିଛନ୍ତି । ଭାରତରେ -19 ମହାମାରୀ ସମୟରେ -19ର ଜଟିଳତା ହେତୁ ସୁଗତା କୁମାରୀଙ୍କର ୮୭ତମ ଜନ୍ମଦିନର ତିରିଶ ଦିନ ପରେ ତିରୁଅନନ୍ତପୁରମର ସରକାରୀ ମେଡିକାଲ କଲେଜରେ ମୃତ୍ୟୁ ଘଟିଥିଲା ।
ରିକେଟ (ଇଂରାଜୀ ଭାଷାରେ ) ରୋଗ ହେଲେ ପିଲାମାନଙ୍କର ହାଡ଼ ଦୁର୍ବଳ ଓ ନରମ ହୋଇଯାଏ । ଏଥିରେ ବାୱ ବା ବଙ୍କା ଗୋଡ଼ , ସ୍ୱଳ୍ପ ଶାରୀରିକ ବିକାଶ , ଅସ୍ଥି ଯନ୍ତ୍ରଣା, ବଡ଼ କପାଳ, ନିଦ୍ରା ସମସ୍ୟା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ରୋଗ ସାଂଘାତିକ ହେଲେ ଅସ୍ଥି ଭଗ୍ନ : , ମାଂସପେଶୀ ସ୍ପାଜ୍ମ , ବକ୍ର ମେରୁଦଣ୍ଡ , ବୁଦ୍ଧି ଅକ୍ଷମତା ଆଦି ଲକ୍ଷଣ ଦେଖାଯାଏ । ସାଧରଣତଃ ଜୀବସାର ଘ ଅଭାବ ହେଲେ ଏହି ରୋଗ ହୁଏ । ଯଥେଷ୍ଟ ଜୀବସାର ଘ ନଥିବା ଖାଦ୍ୟ ଖାଇଲେ, କଳା ଚର୍ମ ଥିଲେ, ସ୍ୱଳ୍ପ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଥିଲେ, ପରିପୁରକ ଖାଦ୍ୟ ନ ଦେଇ କେବଳ ସ୍ତନ୍ୟପାନ କରେଇଲେ, ସିଲିଆକ ଡିଜିଜ , କେତେକ ଜେନେଟିକ ରୋଗ ଥିଲେ ଏହି ରୋଗ ହେବା ସମ୍ଭାବନା ଥାଏ । ଏହା ସ‌ହିତ ଯଥେଷ୍ଟ କ୍ୟାଲସିଅମ ଓ ଫସଫରସ ଅଭାବ ମଧ୍ୟ ଏ ରୋଗର କାରକ ହୁଏ । ଗ୍ରୋଥ ପ୍ଲେଟ ସ୍ଥାନରେ ଯଥେଷ୍ଟ କ୍ୟାଲସିଅମ ଜମା ନହେବାରୁ ହାଡ଼ ଶକ୍ତ ହୋଇପାରେନି । ରୋଗ ନିର୍ଣ୍ଣୟ ନିମନ୍ତେ ରକ୍ତରେ ଅଳ୍ପ କ୍ୟାସଲିଅମ, ଅଳ୍ପ ଫସଫେଟ ଓ ଅଧିକ ଆଲକାଲାଇନ ଫସଫାଟେଜ ସ‌ହିତ ସ୍ୱାଭାବିକ ଏକ୍ସ-ରେ ଚିତ୍ର ଆବଶ୍ୟକ ହୁଏ । ରିକେଟ ରୋଗ ସ୍ତନ୍ୟପାୟୀ ପ୍ରାଣୀ ତ‌ଥା ମାନବଙ୍କର ହାଡ଼ ତିଆରି ହେବାବେଳେ ଓ ଏପିଫିସିସ ବନ୍ଦ ହେବା ପୂର୍ବରୁ ତୃଟିପୁର୍ଣ୍ଣ ଭିଟାମିନ 'ଡି' ଜୀବସାର 'ଘ' , ଫସ୍‌ଫରସ୍ ଓ କ୍ୟାଲ୍‌ସିୟମ ସଂଯୋଜନା ଯୋଗୁ ଅସ୍ଥି ଦୂର୍ବଳ ହୋଇ ବକ୍ର ହୋଇଯାଏ ବା ଭାଙ୍ଗିଯାଏ । ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ବାରମ୍ବାର ପିଲାମାନଙ୍କଠାରେ ଦେଖାଯାଏ । ମୂଖ୍ୟତଃ ଭିଟାମିନ୍ ଡି ଅଭାବ ଯୋଗୁ ଏହା ହେଲେ ମଧ୍ୟ ସାଂଘାତିକ ତରଳ ଝାଡ଼ା ଓ ବାନ୍ତି ଯୋଗୁ କ୍ୟାଲ୍‌ସିୟମ ଅଭାବ ହୋଇ ଏହି ରୋଗ ହୋଇପାରେ । ବୟସ୍କ ଲୋକଙ୍କଠାରେ ଏହି ରୋଗ ହୋଇପାରେ କିନ୍ତୁ ଅଧିକାଂଶ ରୋଗ ପିଲା ବୟସରେ କୁପୋଷଣ ବା ଖାଦ୍ୟାଭାବ ତ‌ଥା ଦୁର୍ଭିକ୍ଷ ଯୋଗୁ ହୁଏ । କେବଳ ସ୍ତନ୍ୟପାନ କରୁଥିବା ପିଲାଙ୍କ ନିମନ୍ତେ ପରିପୂରକ ଜୀବସାର ଘ ଦେଲେ ଏହି ରୋଗର ପ୍ରତିଷେଧ ହୋଇପାରିବ । ରୋଗର କାରଣ ଅନୁସାରେ ଚିକିତ୍ସା କରାଯାଏ । ଜୀବସାର ଘ ଅଭାବ ଥିଲେ ଭିଟାମିନ ଡି ଓ କ୍ୟାଲସିଅମ ଦେଇ ଚିକିତ୍ସା କରାଯାଏ । ଅଳ୍ପ କିଛି ସପ୍ତାହ ମଧ୍ୟରେ ରୋଗରେ ଉନ୍ନତି ହେବା ଲକ୍ଷକରିହୁଏ । ବଙ୍କା ହାଡ଼ ମଧ୍ୟ ସମୟ କ୍ରମେ ଉନ୍ନତି କରେ । ଅଧିକ ବଙ୍କା ହୋଇଯାଇଥିଲେ ଅପରେଶନ କରି ସିଧା କରାଯାଏ । ଜେନେଟିକ କାରଣରୁ ହୋଇଥିଲେ ବିଶେଷ ଚିକିତ୍ସା କରାଯାଏ । ସାଧାରଣତଃ ମଧ୍ୟ ପ୍ରାଚ୍ୟ , ଆଫ୍ରିକା ଓ ଏସିଆରେ ଏହି ରୋଗ ଅଧିକ ହୁଏ । ଅଳ୍ପ ସଂଖ୍ୟକ କେତେକ ଦଳକୁ ଛାଡ଼ିଦେଲେ ବାକି ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପରେ ଏହି ରୋଗ ସାଧାରଣତଃ ଦେଖାଯାଏନାହିଁ । ପିଲା ବୟସରେ ବିଶେଷତଃ ୩-୧୮ ମାସ ବୟସରେ ଏହି ରୋଗ ଆରମ୍ଭ ହୁଏ । ପୁଅ ଓ ଝିଅ ସମ ପରିମାଣରେ ଆକ୍ରାନ୍ତ ହୁଅନ୍ତି । ପ୍ରଥମ ଶତାବ୍ଦୀରେ ରିକେଟର ବର୍ଣ୍ଣନା ଥିଲା ଓ ସାରା ରୋମାନ ଜଗତରେ ରୋଗ ଥିବା ଲକ୍ଷ କରାଯାଉଥିଲା । ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ଏକ ସାଧାରଣ ରୋଗ ଥିଲା । ପୂର୍ବରୁ କଡ଼ ଲିଭର ଅଏଲ ସାହାଯ୍ୟରେ ଚିକିତ୍ସା କରାଯାଉଥିଲା ।
ହରି ଓମ ହରି, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁମିତ୍ ରାଉତ ଏବଂ ସିପ୍ରା ଦାସ । ଶିବପ୍ରସାଦ ଦାସ ଏବଂ ସୁଜାତା ରାଉତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଦିଲ୍ଲୀପ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ, ମେଘା ଘୋଷ ଏବଂ ରିୟା ଦେ । ସମରେଶ ରାଉତରାୟ, ପିଣ୍ଟୁ ନନ୍ଦ, ମୀନକେତନ, ପ୍ରିୟଙ୍କା ମହାପାତ୍ର, ଜୀବନ ପଣ୍ଡା, ଚୁଙ୍ଗା, ସରୋଜ ଦାସ, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଅଭିନୟ ସିଦ୍ଧାନ୍ତ ମହାପାତ୍ର ଆକାଶ ଦାସନାୟକ ମେଘା ଘୋଷ ରିୟା ଦେ ସମରେଶ ରାଉତରାୟ ପିଣ୍ଟୁ ନନ୍ଦ ମୀନକେତନ ପ୍ରିୟଙ୍କା ମହାପାତ୍ର ଜୀବନ ପଣ୍ଡା ଚୁଙ୍ଗା ସରୋଜ ଦାସ ସଲିଲ ମିତ୍ର କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏବଂ ନିଜାମ୍ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଜାବେଦ୍ ଅଲ୍ଲୀ, ପାମେଲା ଜୈନ, ଅଭିଜିତ ମଜୁମଦାର, ଅଞ୍ଜଳି ମିଶ୍ର, ଉଦିତ ନାରାୟଣ, ସୌରଭ ନାୟକ, ଅସୀମା ପଣ୍ଡା, ରିଙ୍କି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।