text
stringlengths
17
85.6k
ଅମୃତେଶ୍ୱର ମନ୍ଦିର କନ୍ନଡ଼: ଭାରତୀୟ ରାଜ୍ୟ କର୍ଣାଟକ ଚିକମାଗାଲୁର ଜିଲ୍ଲାର ଚିକମାଗଲୁର ସହରଠାରୁ 67 କିଲୋମିଟର ଦୁରବର୍ତୀ ଅମୃତପୁରା ଗ୍ରାମରେ ଅବସ୍ଥିତ । ଏହି ମନ୍ଦିର ୧୧୯୬ ମସିହାରେ ହୋୟଶାଳା ରାଜା ବୀର ବଲ୍ଲଳ ଙ୍କ ସେନାପତି ଅମୃତେଶ୍ୱର ଦଣ୍ଡନାୟକଙ୍କଦ୍ୱାରା ନିର୍ମିତ ହେଇଥିଲା । ଅମୃତେଶ୍ୱର ମନ୍ଦିର ଏହି ମନ୍ଦିର ପ୍ରାଚୀନ ହୋୟଶାଳା ସ୍ଥାପତ୍ୟ କଳା ଅନୁସାରେ ନିର୍ମିତ ହେଇଥିଲା । ଏହା ମଧ୍ୟରେ ଏକ ବିଶାଳ ମନ୍ତପ ବା ହଲ ରହିଛି । ଏହି ହଲ ମଧ୍ୟରେ ସମଦୂରତାରେ ଗୋଲାକାର ଖୋଦନ ଚିତ୍ର ସହ ସ୍ତମ୍ଭ ମାନ ରହିଛି ।
ଧରଣୀଧର ପ୍ରଧାନ (୨୬ ଅକ୍ଟୋବର ୧୯୩୪ - ୩୦ ଜାନୁଆରୀ ୨୦୦୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ପାଲଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଧରଣୀଧର ପ୍ରଧାନ ୧୯୩୪ ମସିହାର ଅକ୍ଟୋବର ମାସ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମାଗୁଣି ଚରଣ ପ୍ରଧାନ ଓ ପତ୍ନୀଙ୍କ ନାମ ସରସ୍ୱତୀ ପ୍ରଧାନ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ । ରାଜନୈତିକ ଜୀବନ ଧରଣୀଧର ଓଡ଼ିଶା ରାଜନୀତିରେ ନିର୍ଦ୍ଦଳୀୟର ନେତା ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ଧରଣୀଧର ୨୦୦୬ ମସିହାର ଜାନୁଆରୀ ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।
ଜାବାଳି ସଂସ୍କୃତ: ପ୍ରାଚୀନ ଭାରତୀୟ ମହାପୁରାଣ ରାମାୟଣର ଏକ ଚରିତ୍ର । ଜାବାଳି ଥିଲେ ଜଣେ ଶିକ୍ଷିତ ବ୍ରାହ୍ମଣ ପୁରୋହିତ ଏବଂ ରାଜା ଦଶରଥଙ୍କ ଜଣେ ପରାମର୍ଶଦାତା । ସେ ତାଙ୍କ ଯୁକ୍ତି ବ୍ୟବହାର କରି ରାମଙ୍କୁ ନିର୍ବାସନରୁ ବିରତ ରହିବାକୁ ପ୍ରବର୍ତ୍ତାଇଥିଲେ । ରାମାୟଣରେ ରାମ ରାଜ ସିଂହାସନ ପାଇବା ଦାବୀକୁ ପରିତ୍ୟାଗ କରି ପିତାଙ୍କ ପ୍ରତିଜ୍ଞା ପୂରଣ କରିବା ପାଇଁ ୧୪ ବର୍ଷ ନିର୍ବାସନରେ ଯାଇଥିଲେ । ପିତାଙ୍କ ସମ୍ମାନ ପାଇଁ ରାମ ତାଙ୍କ ନିଷ୍ପତ୍ତିକୁ ତାଙ୍କର ଧର୍ମ (ଧାର୍ମିକ କର୍ତ୍ତବ୍ୟ) ଭାବରେ ବିବେଚନା କରନ୍ତି । ରାମ-ଜାବାଳି ସଂବାଦ ଅଯୋଧ୍ୟା ଖଣ୍ଡରେ ବର୍ଣ୍ଣିତ ପୌରାଣିକ ଉପାଖ୍ୟାନ ଅନୁସାରେ ଜାବାଳି ଭରତଙ୍କ ସହ ବନ ଗମନ କରି ରାମଙ୍କୁ ନିର୍ବାସନରୁ ବିରତ ରହିବାକୁ ମନାଇବା ପାଇଁ ଚେଷ୍ଟା କରନ୍ତି । ଏ ପ୍ରସଙ୍ଗରେ ରାମ-ଜାବାଳି ସଂବାଦ ପ୍ରସଙ୍ଗ ରାମାୟଣରେ ବର୍ଣ୍ନିତ । ରାମଙ୍କୁ ନିର୍ବାସନରୁ ଫେରେଇ ଆଣିବାକୁ ଜାବାଳି ନାସ୍ତିକ ଯୁକ୍ତି ବ୍ୟବହାର କରନ୍ତି । ତାଙ୍କ ଯୁକ୍ତିରେ ଧର୍ମ ପାଇଁ ଯେଉଁମାନେ ଅର୍ଥ (ବସ୍ତୁ ଭୋଗ) ତ୍ୟାଗ କରନ୍ତି, ସେମାନେ ଏହି ଜୀବନରେ ଯନ୍ତ୍ରଣା ଭୋଗନ୍ତି ଏବଂ ସେମାନଙ୍କ ମୃତ୍ୟୁ ପରେ ବିଲୁପ୍ତ ହୋଇଯାଆନ୍ତି । ପୁନର୍ଜନ୍ମ ବା ମୃତ୍ୟୁପରେ ଜୀବନକୁ ଅଧିକ ଅବିଶ୍ୱାସ ଦେଖାଇ ସେ ଶ୍ରାଦ୍ଧ ରୀତିନୀତିକୁ ସମାଲୋଚନା କରନ୍ତି । ତାଙ୍କ ମତରେ ଶ୍ରାଦ୍ଧରେ ପୂର୍ବ ପୁରୁଷଙ୍କୁ ଅର୍ପଣ କରାଯାଉଥିବା ଖାଦ୍ୟ କେବଳ ଖାଦ୍ୟର ଅପଚୟ । ସେ ବ୍ୟଙ୍ଗାତ୍ମକ ଭାବରେ ଏଭଳି ମତ ଦେଇଛନ୍ତି ଯେ ଯଦି ନିର୍ଦ୍ଦିଷ୍ଟ ସ୍ଥାନରେ ଜଣେ ବ୍ୟକ୍ତି ଖାଉଥିବା ଖାଦ୍ୟ ଅନ୍ୟ ଜଣକୁ ଅନ୍ୟ ସ୍ଥାନରେ ପ୍ରାପ୍ତ ହୋଇପାରେ, ତେବେ ଦୀର୍ଘ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଶ୍ରାଦ୍ଧ କରାଯିବା ଉଚିତ, ଯଦ୍ୱାରା ସେମାନଙ୍କୁ ଆଉ ଖାଇବାକୁ ପଡିବ ନାହିଁ । ଅବଶ୍ୟ, ଜାବାଳି ଏବଂ ଅନ୍ୟମାନଙ୍କ ଯୁକ୍ତି ଶୁଣିବା ପରେ ମଧ୍ୟ ରାମ ତାଙ୍କ ନିର୍ବାସନ ନିଷ୍ପତ୍ତି ବଦଳାଇବାକୁ ମନା କରି ଧର୍ମ ଅନୁସରଣ କରିବାକୁ ଶ୍ରେୟ ମଣିଥିଲେ ।
ତୀବ୍ର ପ୍ରୋଷ୍ଟେଟ ପ୍ରଦାହ ବା ଆକ୍ୟୁଟ୍ ପ୍ରୋଷ୍ଟାଟାଇଟିସ୍ ହେଉଛି ଏକ ପ୍ରକାର ପ୍ରୋଷ୍ଟାଟାଇଟିସ୍ ଯାହା ହଠାତ୍ ଆରମ୍ଭ ହୁଏ ଲକ୍ଷଣଗୁଡ଼ିକରେ ଶ୍ରୋଣୀ ବା ପେଲଭିସରେ ଯନ୍ତ୍ରଣା କିମ୍ବା ତଳ ପିଠି ଯନ୍ତ୍ରଣା, ଜ୍ୱର ଏବଂ ପରିସ୍ରା କରିବା ସମୟରେ ଯନ୍ତ୍ରଣା ହୋଇଥାଏ ରୋଗ ଜଟିଳ ହେଲେ ମୂତ୍ର ଅବଧାରଣ, ପ୍ରୋଷ୍ଟ ଆବସେସ ଓ କ୍ରନିକ ପ୍ରୋଷ୍ଟେଟ ପ୍ରଦାହ ହୋଇପାରେ । ତୀବ୍ର ପ୍ରୋଷ୍ଟେଟ ପ୍ରଦାହ ସାଧାରଣତଃ ପ୍ରୋଷ୍ଟେଟ ଗ୍ରନ୍ଥିରେ ଜୀବାଣୁ ସଂକ୍ରମଣ ଯୋଗୁ ହୋଇଥାଏ । ବିଭିନ୍ନ ପ୍ରକାରର ଜୀବାଣୁ ଯୋଗୁ ସଂକ୍ରମଣ ହେଉଥିଲେ ମଧ୍ୟ ମୁଖ୍ୟତଃ ଏସ୍କରିସିଆ କୋଲାଇ ଯୋଗୁ ହୁଏ । ମୂତ୍ରାଶୟ ସଂକ୍ରମଣ, ମୂତ୍ରାଶୟ କାଥେଟର, ପ୍ରୋଷ୍ଟେଟ ବାୟୋପ୍ସି, ଯୌନ ସଞ୍ଚାରିତ ସଂକ୍ରମଣ ଓ ମଳଦ୍ୱାର ଯୌନ ସଂମ୍ଭୋଗ ଇତ୍ୟାଦି ଏହି ରୋଗର ସଙ୍କଟ କାରକ ଅଟନ୍ତି । ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ, ପରୀକ୍ଷା ଏବଂ ପରିସ୍ତା ପରୀକ୍ଷା ଉପରେ ଆଧାରିତ ହୋଇଥାଏ । ପ୍ରୋଷ୍ଟେଟ ପରୀକ୍ଷା କରିବା ସମୟରେ ତାହାକୁ ମାଲିସ କରିବାକୁ ସୁପାରିଶ କରାଯାଏ ନାହିଁ ଚିକିତ୍ସାରେ ସାଧାରଣତଃ ଦୁଇରୁ ଚାରି ସପ୍ତାହ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ ଦିଆଯାଏ । ଯନ୍ତ୍ରଣା ଲାଘବ ନିମନ୍ତେ ଔଷଧ ମଧ୍ୟ ଆବଶ୍ୟକ ହୋଇପାରେ। ମୂତ୍ର ଅବରୋଧ ହେଉଥିଲେ ମୂତ୍ର କାଥେଟର ଆବଶ୍ୟକ ହୁଏ । ଫୁଲା କମେଇବା ପାଇଁ ଆଲଫା ବ୍ଲକର ଏବଂ ନ‌ନଷ୍ଟିରଏଡାଲ ଆଣ୍ଟ-ଇନ୍‌ଫ୍ଲାମେଟୋରୀ ଔଷଧ ଉପଯୋଗୀ ହୋଇପାରେ। ଚିକିତ୍ସାର ଫଳାଫଳ ସାଧାରଣତଃ ଭଲ ଅଟେ। ତୀବ୍ର ପ୍ରୋଷ୍ଟେଟ ପ୍ରଦାହ ଏକ ବିରଳ ରୋଗ ଅଟେ ସମସ୍ତ ପ୍ରୋଷ୍ଟାଟାଇଟିସ୍ ରୋଗର ଏହା ୫ରୁ ୧୦% ମାତ୍ର ହୋଇଥାଏ ୨୦ରୁ ୩୦ ଦଶକରେ ସାଧାରଣତଃ ଏହି ରୋଗ ହୁଏ । ଏହି ରୋଗ ବିଷୟ ପ୍ରଥମେ ୧୮୩୮ମସିହାରେ ଭର୍ଡିଜ ବର୍ଣ୍ଣନା କରିଥିଲେ ।
୧୩୬୮ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଆଣ୍ଡ୍ରଏଡ ଅଥବା ଆନ୍ଦ୍ରଏଡ ( :/ /)ଲିନକ୍ସ ଉପରେ ଆଧାରିତ ଏକ ମୋବାଇଲ ସଫ୍ଟୱେର । ଏହାକୁ ମୂଖ୍ୟତଃ ସ୍ମାର୍ଟଫୋନ ଏବଂ ଟାବଲେଟ କମ୍ପ୍ୟୁଟର ଇତ୍ୟାଦିକୁ ସଂଚାଳନ କରିବାରେ ଉପଯୋଗ କରାଯାଇଥାଏ । ଏହାର ବିକାଶ ମୂଳରୁପରେ ୨୦୦୫ ମସିହାରେ ଗୁଗୁଲ କରିଥିଲା ଏବଂ ତା ପରେ ୨୦୦୭ରେ ଓପନ ହାଣ୍ଡସେଟ ଆଲାଏନ୍ସ ଏହାକୁ ଆଗକୁ ବଢାଇଥିଲା । ଇତିହାସ ଆଧୁନିକ ଆଣ୍ଡ୍ରଏଡ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଥିବା ପାଲୋ ଅଲ୍ଟୋଠାରେ ଆଣ୍ଡ୍ରଏଡ, .ର ଉତ୍ପତ୍ତି ହେଇଥିଲା । ଏହା ପ୍ରଥମେ 1.3 ସଂସ୍କରଣରେ ବାହାରିଥିଲା ଜାହାକି ଲୋକଙ୍କ ମନକୁ ପସନ୍ଦ ଆସିଥିଲା । ପରେ ଏହାର ବିଭିନ୍ନ ସଂସ୍କରଣ ବାହାରିଲା ।
ମୁନିବା ମଜାରୀ ବାଲୋଚ (ଉର୍ଦ୍ଧ : ; ଜନ୍ମ ୩ ମାର୍ଚ୍ଚ ୧୯୮୭, ଯିଏ ଆଇରନ ଲେଡି ଅଫ ପାକିସ୍ତାନ ଭାବରେ ମଧ୍ୟ ଜଣାଶୁଣା) ଜଣେ ପାକିସ୍ତାନୀ କାର୍ଯ୍ୟକର୍ତ୍ତା, ଆଙ୍କର କଳାକାର, ମଡେଲ, ଗାୟକ ଏବଂ ପ୍ରେରଣା ଦାୟକ ବକ୍ତା ଅଟନ୍ତି । ସେ ବିବିସିଦ୍ୱାରା ୨୦୧୫ ମସିହାର ୧୦୦ ପ୍ରେରଣା ଦାୟକ ମହିଳା ତାଲିକାରେ ତାଲିକାଭୁକ୍ତ ହେବାପରେ ସେ ଜାତିସଂଘ ମହିଳା ପାକିସ୍ତାନ ପାଇଁ ଜାତୀୟ ରାଷ୍ଟ୍ରଦୂତ ହୋଇଥିଲେ । ମୁନିବା ବାଲୋଚ ମଧ୍ୟ ପାକିସ୍ଥାନର ପ୍ରଥମ ମଡେଲ ଏବଂ ଆଙ୍କର ଅଟନ୍ତି । ସେ ହ୍ବିଲ ଚେୟାର ସାହାଯ୍ୟରେ ଯାତାୟତ କରନ୍ତି । ୨୧ ବର୍ଷ ବୟସରେ ଏକ କାର ଦୁର୍ଘଟଣାରେ ଆହତ ହେତୁ ସେ ଏହି ହ୍ବିଲ ଚେୟାରର ବ୍ୟବହାର କରନ୍ତି । ସେ ହମ ନ୍ୟୁଜର ସୋସିଆଲ ସୋ ମେନ ନାହି ହମରେ ହୋଷ୍ଟ ଭାବରେ ଦେଖାଦେଇଥିଲେ । ବ୍ୟକ୍ତିଗତ ଜୀବନ ମୁନିବା ମଜାରୀ ଜଣେ ବାଲୁଚ ପୃଷ୍ଠଭୂମିରୁ, ମଜାରୀ ଜନଜାତିର ଅଟନ୍ତି । ସେ ୩ ମାର୍ଚ୍ଚ ୧୯୮୭ ମସିହାରେ ଦକ୍ଷିଣ ପଞ୍ଜାବରେ ଥିବା ରହିମ ୟାର ଖାନରେ ଜନ୍ମଗ୍ରହଣ କରିଥିଲେ । ମୁନିବା ଆର୍ମୀ ପବ୍ଲିକ ସ୍କୁଲରେ ପଢୁଥିଲେ ଏବଂ ପରେ ପାଇଁ ତାଙ୍କ ଜନ୍ମ ସହରରେ ଥିବା କଲେଜରେ ପଢ଼ିଲେ । ୧୮ ବର୍ଷ ବୟସରେ ସେ ସେ ଅଧ୍ୟୟନ ସମାପ୍ତ କରିବା ପୂର୍ବରୁ ସେ ବିବାହିତ ଥିଲେ । ୨୦୦୮ ମସିହାରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । 18 ବର୍ଷ ବୟସରେ, ସେ ଅଧ୍ୟୟନ ସମାପ୍ତ କରିବା ପୂର୍ବରୁ ସେ ବିବାହିତ ଥିଲେ ସମ୍ମାନ ଓ ପୁରସ୍କାର ୨୦୧୫ ମସିହାରେ ୧୦୦ ପ୍ରେରଣା ଦାୟକ ମହିଳା ସମ୍ମାନରେ ସମ୍ମାନିତ । ଦୁନିଆର ୫୦୦ ସବୁଠାରୁ ପ୍ରଭାବଶାଳୀ ମୁସଲମାନ ଅଟନ୍ତି । ଜାତିସଂଘ ମହିଳାମାନଙ୍କ ମଧ୍ୟରେ ପ୍ରଥମ ପାକିସ୍ଥାନୀ ଜାତିସଂଘର ଶୁଭେଚ୍ଛୁ ରାଷ୍ଟ୍ରଦୂତ । ଦି କାରିକ ଫାଉଣ୍ଡେସନଦ୍ୱାରା ସର୍ବିଆରେ କାରିକ ବ୍ରଦର୍ସ ୨୦୧୭ । ସେ ମାନବ ସେବା ବର୍ଗରେ ସର୍ବିଆର ବେଲାଗଡ଼ରେ କାରୀକ ବ୍ରଦର୍ସ ପୁରସ୍କାର ଗ୍ରହଣ କରିଥିଲେ ।
ଇରାବତୀ କର୍ବେ , : ; ଡିସେମ୍ବର ୧୫, ୧୯୦୫ - ଅଗଷ୍ଟ ୧୧-୧୯୭୦ ଜଣେ ଭାରତୀୟ ନୃତତ୍ତ୍ୱବିଜ୍ଞାନୀ, ଶିକ୍ଷାବିତ୍ ଓ ଲେଖିକା ଥିଲେ । ତାଙ୍କ ଘର ଭାରତର ମହାରାଷ୍ଟ୍ରରେ ଓ ସେ ପ୍ରଥମ ମହିଳା ନୃତତ୍ତ୍ୱବିତ୍ ଥିଲେ । ସେତେବେଳେ ନୃତତ୍ତ୍ୱବିଜ୍ଞାନ ଓ ସମାଜ ବିଜ୍ଞାନ ଭଳି ବିଷୟ ବିଶ୍ୱବିଦ୍ୟାଳୟରେ ତୃଣମୂଳ ସ୍ତରରେ ଥିଲେ । ପ୍ରାକ ଜୀବନ ଇରାବତୀ କର୍ବେ ବାପା ବର୍ମାର କଟନ କମ୍ପାନୀରେ କାମ କରୁଥିଲେ । ସେଠାରେ ଥିବା ଇରାୱତୀ ନ‌ଦୀ ଅନୁସାରେ ୧୯୦୫ ମସିହାରେ ଜନ୍ମ ଲାଭ କରିଥିବା ଝିଅର ନାମ ଇରାବତୀ ରଖାଯାଇ ଥିଲା । ତାଙ୍କୁ ୭ ବର୍ଷ ହୋଇଥିବା ବେଳେ ପୁଣେର ହୁଜୁର ପଗା ବୋର୍ଡିଙ୍ଗ ସ୍କୁଲକୁ ପଢ଼ିବା ନିମନ୍ତେ ପଠେଇ ଦିଆଯାଇଥିଲା । ଫର୍ଗୁସନ କଲେଜର ପ୍ରିନ୍ସିପାଲ ଆର .ପି.ପରଞ୍ଜପେଙ୍କ ଝିଅ ଶକୁନ୍ତଳା ପରଞ୍ଜପେ ତାଙ୍କର ସହପାଠିନୀ ଥିଲେ । ପାରିବାରିକ କାହାଣୀ ଅନୁସାରେ ଶକୁନ୍ତଳାଙ୍କ ମାତା ଦିନେ ଇରାବତୀଙ୍କୁ ସ୍କୁଲରେ ଦେଖି ତାଙ୍କୁ ଦ୍ୱିତୀୟ ଝିଅ କରି ଘରକୁ ନେଇ ଆସିଥିଲେ ଓ ପରିବାରରେ ରଖି ଥିଲେ । ସେଠାରେ ବିଚାରପତି ବାଳକ୍ରମ ତାଙ୍କୁ ନୃତତ୍ତ୍ୱବିଜ୍ଞାନ ସହ ପରିଚିତ କରେଇ ଥିଲେ । ଶିକ୍ଷା ଓ ବୃତ୍ତି ଇରାବତୀ ସମାଜ ବିଜ୍ଞାନରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ୧୯୨୮ ମସିହାରେ ମାଷ୍ଟର ଡିଗ୍ରୀ ଓ ଜର୍ମାନୀର ବର୍ଲିନ ବିଶ୍ୱବିଦ୍ୟାଳୟରୁ ନୃତତ୍ତ୍ୱବିଜ୍ଞାନରେ ଡକ୍ଟରେଟ ହାସଲ କରିଥିଲେ । ପୁଣେର ଡେକାନ କଲେଜରେ (ପୁଣେ ବିଶ୍ୱବିଦ୍ୟାଳୟ) ସେ ଅନେକ ବର୍ଷ ଧରି ସମାଜ ଓ ନୃତତ୍ତ୍ୱ ବିଜ୍ଞାନ ଡିପାର୍ଟମେଣ୍ଟର ମୂଖ୍ୟ ହୋଇ ରହିଥିଲେ । ନୂଆ ଦିଲ୍ଲୀରେ ୧୯୪୭ ମସିହାରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ କଂଗ୍ରେସର ନୃତତ୍ତ୍ୱ ବିଜ୍ଞାନ ବିଭାଗର ସଭାପତି ପଦରେ ଅଧିଷ୍ଠିତ ହୋଇଥିଲେ । ସେ ବିଜ୍ଞାନ ଓ ଅନ୍ୟାନ୍ୟ ବିଷୟରେ ଅନେକ ପ୍ରସଙ୍ଗ ଲେଖିଯାଇଛନ୍ତି । କାର୍ଯ୍ୟ ଇରାୱତୀଙ୍କ ଲିଖିତ ବ‌ହି: ହିନ୍ଦୁ ସମାଜ ‌- ଏକ ଅନୁବାଦ (୧୯୬୧) ଏହି ବହିରେ ସେ ହିନ୍ଦୀ, ମରାଠୀ, ସଂସ୍କୃତ, ପାଲି, ପ୍ରାକୃତ ଭାଷାରୁ ଓ ନିଜେ ତାଙ୍କର ଗସ୍ତ ସମୟରେ ତଥ୍ୟ ସଂଗ୍ରହ କରି ହିନ୍ଦୁ ସମାଜ ବିଷୟରେ ଲେଖିଥିଲେ । ଜାତି ପ୍ରଥା ବିଷୟରେ ଆର୍ଯ୍ୟ ସଭ୍ୟତା ପୂର୍ବରୁ ଆରମ୍ଭ କରି ତତ୍କାଳ ପର୍ଯ୍ୟନ୍ତ ତଥ୍ୟ ଦେଇ ଆଲୋଚନା କରିଥିଲେ । ଭାରତରେ ସମ୍ପର୍କ ସଂସ୍ଥା ( -1953) ଏହି ବହିରେ ବିଭିନ୍ନ ସାମାଜିକ ଅନୁସ୍ଠାନ ଓ ବିଧି ବିଧାନ ସମ୍ପର୍କରେ ଆଲୋଚନା କରିଥିଲେ । ମହାରାଷ୍ଟ୍ର ଭୂମି ଓ ଲୋକ (୧୯୬୮) ଏଥିରେ ମହାରାଷ୍ଟ୍ରର ସାମାଜିକ ସଂସ୍ଥା ଓ ବିଧି ବିଧାନ ସମ୍ପର୍କରେ ଲେଖିଥିଲେ । ଯୁଗାନ୍ତ ଏହି ବହି ପ୍ରଥମେ ସେ ମରାଠୀ ଭାଷାରେ ଲେଖିଥିଲେ ଓ ପରେ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ । ଏହି ବହିରେ ସେ ଚରିତ୍ର ଗୁଡ଼ିକୁ ପୁରାଣ ଯୁଗର ନ ଲେଖି ଐତିହାସିକ ପୃଷ୍ଠଭୂମିରେ ଲେଖିଥିଲେ । ପରିପୂର୍ତ୍ତୀ (ମରାଠୀ) ଭୋବାରା (ମରାଠୀ) ଆମଚି ସଂସ୍କୃତି (ମରାଠୀ) ସଂସ୍କୃତି (ମରାଠୀ) ଗଙ୍ଗାଜଳ (ମରାଠୀ) ପରିବାର ମହର୍ଷି ଢୋନ୍ଡୋଙ୍କର ସେ ବୋହୁ ହୋଇଥିଲେ । ତାଙ୍କ ସ୍ୱାମୀ ଦିନାକର ଫର୍ଗୁସନ କଲେଜର ଅଧ୍ୟକ୍ଷ ଓ ଶିକ୍ଷାବିତ୍ ଥିଲେ । ତାଙ୍କର ପୁଅ ଆନନ୍ଦ ପୁଣେରେ ଆରତୀ ନାମରେ ଗୋଟିଏ ଏନ୍.ଜି.ଓ. ସଂସ୍ଥା ଖୋଲିଛନ୍ତି । ତାଙ୍କର ସାନ ଝିଅ ଗୌରୀ ଦେଶପାଣ୍ଡେ ମରାଠୀରେ କ୍ଷୁଦ୍ର ଗଳ୍ପ ଓ କବିତା ଲେଖିକା ହିସାବରେ ସୁବିଦିତା । ତାଙ୍କର ବଡ଼ ଝିଅ ଜୟ ନିମ୍ବକାର ମଧ୍ୟ ନଭେଲ ଓ କ୍ଷୁଦ୍ର ଗଳ୍ପ ଲେଖନ୍ତି । ଜୟଙ୍କର ଝିଅ ନନ୍ଦିନୀ ଆମେରିକାର ଫୋରିଡା ବିଶ୍ୱବିଦ୍ୟାଳୟର ଜଣେ ପୁର୍ବତନ ଛାତ୍ରୀ ।
ତିଗିରିଆ ରାଜ୍ୟ ଆଧୁନିକ ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ଏକ ପୁରାତନ ରାଜ୍ୟ ଥିଲା । ଏହା ବ୍ରିଟିଶ ଶାସନାଧୀନ ଭାରତର ଏକ ଛୋଟ ରାଜ୍ୟ ରୂପେ ତିଗିରିଆ ରାଜବଂଶଦ୍ୱାରା ଶାସନାଧୀନ ହେଉଥିଲା । ଏହି ବଂଶ ଶେଷ ରାଜା ବ୍ରଜରାଜ ମହାପାତ୍ରଙ୍କର ୨୦୧୫ ମସିହା ନଭେମ୍ବର ୩୦ ତାରିଖରେ ଦେହାନ୍ତ ହୋଇଥିଲା । ରାଜ୍ୟଟି ତିଗିରିଆର ଆଖପାଖରେ ମାତ୍ର ୯ ବର୍ଗ କିମି ଅଞ୍ଚଳରେ ବ୍ୟାପୀଥିଲା । ଏହି ରାଜ୍ୟରେ ଦୋଷୀଙ୍କୁ ଦଣ୍ଡ ଦେଇ ରଖିବା ପାଇଁ କାରାଗାରଟିଏ ମଧ୍ୟ ନଥିଲା । ତେଣୁ ମହାପାତ୍ରେଙ୍କ ସମୟରେ କେବଳ ସନ୍ତକସ୍ୱରୂପ ଏକ ଛାତ ଓ ଚାରୋଟି ଖମ୍ବ ଥାଇ କୋଠରୀଟିଏ ତୋଳାଯାଇଥିଲା । ରାଜ ଆଇନ ଅମାନ୍ୟ କଲେ ରାଜା ମହାପାତ୍ରେ ବିଚାର ପରେ ଦଣ୍ଡ ରୂପରେ ଦୋଷୀ ସଙ୍ଗେ ଆଉ କଥା ହେଉନଥିଲେ । ଇଂରେଜ ଅଫିସର କୋବଡେନ ରାମସେଙ୍କ ରଚିତ ଫିଉଡାରି ଷ୍ଟେଟ୍ସ ଅଫ ଓଡ଼ିଶା ବହିରେ ଉଲ୍ଲେଖ ଅଛି ଯେ ତିଗିରିଆର ରାଜବଂଶର ସୁଶାସନ ଫଳରେ ଏହି ଛୋଟ ରାଜ୍ୟର ଜନସଂଖ୍ୟା ଘନତା ଅଧିକ ଥିଲା । ଏହା ସେତେବେଳର ବଡମ୍ବା ରାଜ୍ୟର ପଶ୍ଚିମରେ ଅବସ୍ଥିତ ଥିଲା । ଇତିହାସ ତିଗିରିଆ ରାଜବଂଶର ପ୍ରତିଷ୍ଠା ଏହି ବଂଶର ପ୍ରଥମ ରାଜା ୧୨୪୬ ମସିହାରେ ରାଜସ୍ଥାନରୁ ଆସି ଘଞ୍ଚ ବଣଜଙ୍ଗଲ ଘେରା ତିଗିରିଆରେ ଶାସନ ଆରମ୍ଭ କରିବାରୁ ହୋଇଥିଲା । ରାଜ୍ୟଟି ୯ ବର୍ଗମାଇଲ ଅଞ୍ଚଳରେ ବ୍ୟାପୀରହିଥିଲା । ଓଡ଼ିଶା ଇତିହାସରେ ଏହି ରାଜବଂଶର ଏକ ଉଲ୍ଲେଖନୀୟ ଅବଦାନ ଥିଲା ଜଗନ୍ନାଥ ଓ ସମସ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାହାର ଶତ୍ରୁଙ୍କ ଆକ୍ରମଣରୁ ବଞ୍ଚାଇବା । ଗଜପତିଙ୍କ ନିର୍ଦ୍ଦେଶ ଓ ସହଯୋଗରେ ଦାରୁମାନଙ୍କୁ ତିଗିରିଆ ରାଜ୍ୟ ଅଧୀନରେ ଥିବା ଏକ ନଈକୂଳିଆ ଗାଁରେ ୧୨ ବର୍ଷ ଧରି ରଖାଯାଇଥିଲା । ପରେ ସେମାନଙ୍କୁ ତିଗିରିଆର ପ୍ରସନ୍ନମଣି ଦେଉଳରେ ପୁନସ୍ଥାପନ କରାଯାଇଥିଲା । "ତିଗିରିଆର ରାଜବଂଶକୁ ସାଧୁବାଦ ଯେ ସେମାନଙ୍କ ସୁଶାସନ ସକାଶେ ସେଠାର ଜନସଂଖ୍ୟା ଘନତା ଅଧିକ ଥିଲା । ରାଜବଂଶ ଓଡ଼ିଶୀ ନାଚ ଉପରେ ରଚିତ ବ୍ୟାକରଣ ବହି ଅଭିନୟ ଦର୍ପଣ ପ୍ରକାଶ ତଥା ସମରକଳା ଉପରେ ଆଉ ଏକ ବହି ବୀର ସର୍ବସ୍ୱର ଲିଖନ ଓ ପ୍ରକାଶନର ଭାର ନେଇଥିଲେ।
ମଣିଷକୁ ଚତୁଃପାର୍ଶ୍ୱରୁ ଘେରି ରହି ତାର ଜୀବନ ତ‌ଥା କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ପରିବୃତ୍ତିକୁ ପରିବେଶ କୁହାଯାଏ । ପୃଥିବୀର ସ୍ଥଳ, ଜଳ, ବାୟୁ, ଉଦ୍ଭିଦ ଓ ପ୍ରାଣୀ ଜଗତ ଏହି ପରିବୃତ୍ତିର ଅଂଶବିଶେଷ । ଶ୍ରେଣୀ ବିଭାଗ ପରିବେଶକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଏ । ଯଥା: ପ୍ରାକୃତିକ ପରିବେଶ ସାଂସ୍କୃତିକ ପରିବେଶ ( କିମ୍ବା ) ପ୍ରାକୃତିକ ପରିବେଶ ପ୍ରାକୃତିକ ପରିବେଶ ଜଳ, ସ୍ଥଳ, ବାୟୁ, ଉଦ୍ଭିଦ ଓ ପ୍ରାଣୀମାନ‌ଙ୍କୁ ନେଇ ଗଠିତ । ପୃଥିବୀ ସ‌ହିତ ମନୁଷ୍ୟର ନିବିଡ଼ ସମ୍ପର୍କ‌କୁ ଦୃଷ୍ଟିରେ ରଖି ଭୌଗୋଳିକମାନେ ପୃଥିବୀକୁ ଚାରୋଟି ମଣ୍ଡଳରେ ବିଭାଜନ କରି ଆଲୋଚନା କରିଥାନ୍ତି । ଏହି ଚାରୋଟି ମଣ୍ଡଳ ହିଁ ପ୍ରାକୃତିକ ପରିବେଶର ଭିତ୍ତି । ଏହି ମଣ୍ଡଳଗୁଡ଼ିକ ହେଉଛି: ଅଶ୍ମମଣ୍ଡଳ ବାୟୁମଣ୍ଡଳ ବାରିମଣ୍ଡଳ ଜୈବମଣ୍ଡଳ ଏଥିମଧ୍ୟରୁ ପ୍ରଥମ ତିନୋଟି ଅଜୈବିକ ଓ ଶେଷଟି ଜୈବିକ । ତେଣୁ ପ୍ରାକୃତିକ ପରିବେଶକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଏ । ଯଥା: ଅଜୈବିକ ପରିବେଶ ଜୈବିକ ପରିବେଶ ( କିମ୍ବା ) ଅଜୈବିକ ପରିବେଶ ଜଳ, ସ୍ଥଳ ଓ ବାୟୁ ଭଳି ନିର୍ଜୀବ ବା ଭୌତିକ ଉପାଦାନ‌କୁ ନେଇ ଏହି ପରିବେଶ ସୃଷ୍ଟି ହୋଇଥାଏ । ତେଣୁ ଏହାକୁ ଅଜୈବିକ ବା ଭୌତିକ ପରିବେଶ କୁହାଯାଏ । ଜୈବିକ ପରିବେଶ ( କିମ୍ବା ) ଜୈବମଣ୍ଡଳର ଉଦ୍ଭିଦ ଓ ପ୍ରାଣୀମାନ‌ଙ୍କଦ୍ୱାରା ଏହି ପରିବେଶ ସୃଷ୍ଟି ହୋଇଥାଏ । ତେଣୁ ଏହାକୁ ଜୈବିକ ପରିବେଶ ( କିମ୍ବା ) କୁହାଯାଏ । ପ୍ରାକୃତିକ ପରିବେଶରେ ପରିବର୍ତ୍ତନ ଅନେକଗୁଡ଼ିଏ ଶକ୍ତି ଓ ପ୍ରକ୍ରିୟା ଯୋଗୁଁ ପ୍ରାକୃତିକ ପରିବେଶରେ ଅନବରତ ପରିବର୍ତ୍ତନ ହେଉଛି । ମାଧ୍ୟାକର୍ଷଣ ଶକ୍ତି, ମହାକର୍ଷଣ ଶକ୍ତି, ଆଗ୍ନେୟଗିରି ଉଦ୍‌ଗୀରଣ, ସୌରତାପ, ଭୂ-ଅଲୋଡ଼ନ‌କାରୀ ଶକ୍ତି ଇତ୍ୟାଦି ଏହି ଶକ୍ତିଗୁଡ଼ିକର ଅନ୍ତର୍ଗତ । ଏହି ଶକ୍ତିଗୁଡ଼ିକ ହିଁ ବିଭିନ୍ନ ଭୌତିକ ତ‌ଥା ଜୈବିକ ପ୍ରକ୍ରିୟା ସୃଷ୍ଟିର ମୂଳ କାରଣ । ବାୟୁପ୍ରବାହ, ଭୂବିକିରଣ, ନଗ୍ନୀଭବନ, ପରିବ‌ହନ, ଅବକ୍ଷେପଣ, ଭୂ-ଗଠନ, ମୃତ୍ତିକା-ଗଠନ ଆଦି ପ୍ରାକୃତିକ ପରିବେଶରେ ଚାଲିଥିବା ବିଭିନ୍ନ ପ୍ରକ୍ରିୟାଗୁଡ଼ିକର କେତେକ ଉଦାହରଣ । ସାଂସ୍କୃତିକ ପରିବେଶ ବା ମାନବୀୟ ପରିବେଶ ପ୍ରାକୃତିକ ପରିବେଶରେ ମଣିଷ କରିଥିବା ସମସ୍ତ ନିର୍ମାଣ ତ‌ଥା ପରିବର୍ତ୍ତନରୁ ସାଂସ୍କୃତିକ ପରିବେଶ ସୃଷ୍ଟି ହୋଇଥାଏ । ପ୍ରାଥମିକ ସ୍ତରରେ ପ୍ରାକୃତିକ ପରିବେଶ ହିଁ ସାଂସ୍କୃତିକ ପରିବେଶର ମୂଳପିଣ୍ଡ । ପ୍ରାକୃତିକ ପରିବେଶ ଭଳି ଭୂପୃଷ୍ଠରେ ସାଂସ୍କୃତିକ ପରିବେଶରେ ମଧ୍ୟ ବିଭିନ୍ନତା ପରିଲକ୍ଷିତ ହୁଏ । ସ୍ଥାନେ ସ୍ଥାନେ ଘନ ଜନବସତି ସାଙ୍ଗକୁ ଉନ୍ନତ ସାମାଜିକ ତ‌ଥା ରାଜନୈତିକ ସଙ୍ଗଠନ ଦୃଷ୍ଟିଗୋଚର ହୁଏ । ଅନ୍ୟ ସ୍ଥାନରେ ବିରଳ ଜନବସତି ସାଙ୍ଗକୁ ସାମାଜିକ ତ‌ଥା ରାଜନୈତିକ ସଙ୍ଗଠଙ୍ଗୁଡ଼ିକ ଦୁର୍ବଳ ତ‌ଥା ନିମ୍ନମାନର ହୋଇଥାଏ । ସାଧାରଣତଃ ସାଂସ୍କୃତିକ ପରିବେଶ କ‌ହିଲେ ନିମ୍ନୋକ୍ତ ଦୁଇଟିକୁ ବୁଝାଇ ଥାଏ: ଜନସଂଖ୍ୟା ଓ ଜନବସତି ରାଜନୈତିକ ତ‌ଥା ସାମାଜିକ ଅନୁଷ୍ଠାନ ଜନସଂଖ୍ୟା ଓ ଜନବସତି ଭୂପୃଷ୍ଠରେ ଜନସଂଖ୍ୟାର ସାମୟିକ ପରିବର୍ତ୍ତନ ସ‌ହ ସ୍ଥାନିକ ବିତରଣରେ ମଧ୍ୟ ବିଶେଷ ପାର୍ଥକ୍ୟ ଲକ୍ଷ୍ୟ କରାଯାଏ । କେତେକ ଅଞ୍ଚଳରେ ଏକ ବର୍ଗ କିଲୋମିଟର ପିଛା ଏକ ବା ତ‌ହିଁରୁ କମ୍ ଲୋକ ବାସ କରୁଥିବା ବେଳେ (ଉଦାହରଣ: କ୍ରାନ୍ତୀୟ ମରୁଭୂମି ଅଞ୍ଚଳ) ଅନ୍ୟ କେତେକ ଅଞ୍ଚଳରେ ଏକ ବର୍ଗକିଲୋମିଟରରେ ପ୍ରାୟ ୧୦୦୦ ବା ତା 'ଠାରୁ ବେଶୀ ଲୋକ (ଉଦାହରଣ: ଗାଙ୍ଗେୟ ସମତଳଭୂମି, ପଶ୍ଚିମ ୟୁରୋପ, ଦକ୍ଷିଣ-ପୂର୍ବ ଏସିଆର କେତେକ ଅଞ୍ଚଳ) ବାସ କରନ୍ତି । ତେଣୁ କୌଣସି ଅଞ୍ଚଳର ମୋଟ ଜନସଂଖ୍ୟା ଓ ତା 'ର ବଣ୍ଟନ ସାଧାରଣତଃ ପ୍ରାକୃତିକ ପରିବେଶ ଉପରେ ପ୍ରଭାବ ପକାଇଥାଏ । ଦକ୍ଷିଣ ତ‌ଥା ଦକ୍ଷିଣ-ପୂର୍ବ ଏସିଆର ଘନ ଜନବସତି ଅଞ୍ଚଳରେ ଅତି କମ୍ ମଜୁରିରେ ଶ୍ରମିକ ମିଳୁଥିବାରୁ ଏଠାରେ ଅଧିକ ଶ୍ରମ‌ଭିତ୍ତିକ କୃଷି ତ‌ଥା କଳକାରଖାନାମାନ ଗଢ଼ି ଉଠିଛି । ଏହି ଅଞ୍ଚଳରେ ଚାହା, ରବର, କଫି ଆଦି ବ‌ହୁ ଶ୍ରମ‌ଭିତ୍ତିକ ରୋପଣ କୃଷି ହୋଇଥାଏ । ଅନ୍ୟାନ୍ୟ ଶ୍ରମ‌ଭିତ୍ତିକ ଶିଳ୍ପ, ଯଥା: ଝୋଟ ଓ ଲୁଗାକଳ ଆଦି ଏହି ଅଞ୍ଚଳର ପ୍ରଧାନ ଶିଳ୍ପ ରୂପେ ଗଢ଼ିଉଠିଛି । ତେବେ ଅତି ଘନ ଜନବସତି ଅଞ୍ଚଳରେ ମୁଣ୍ଡପିଛା ଚାଷ ଜମି ଭୁତ କମ୍ ହୋଇଥିବାରୁ କୃଷିଦ୍ୱାରା ଜୀବିକା ନିର୍ବାହ କଷ୍ଟକର ହୋଇଥାଏ । ତେଣୁ ଶିଳ୍ପ ତ‌ଥା ବାଣିଜ୍ୟ ବ୍ୟବସାୟ ଆଦି ଲାଭଜନ‌କ ଅଣକୃଷିଭିତ୍ତିକ କାର୍ଯ୍ୟ ଏହି ଅଞ୍ଚଳର ଅଧିବାସୀମାନ‌ଙ୍କ ମୁଖ୍ୟ ଜୀବିକା ହୋଇଥାଏ । ଜାପାନ ଏବଂ ଗ୍ରେଟ୍ ବ୍ରିଟେନ୍ ଏହାର ଜ୍ୱଳନ୍ତ ଉଦାହରଣ । ଜନସଂଖ୍ୟା ବ୍ୟତୀତ ଜନବସତିର ଘନତା ଓ ଶିକ୍ଷା ଏବଂ ସାମାଜିକ ଚେତନା ଭଳି ସାଂସ୍କୃତିକ ମୂଲ୍ୟବୋଧ ଉପରେ ନିର୍ଭର କରି ପରିବେଶର ବିଭିନ୍ନତା ପରିଲକ୍ଷିତ ହୁଏ । ମାନବ ସଭ୍ୟତାର ପ୍ରଥମ ପର୍ଯ୍ୟାୟରେ ମଣିଷ କୌଣସି ସ୍ଥାୟୀ ବସବାସ କରିପାରି ନ ଥିଲା । କିଛି କାଳ ପରେ ସେ କୃଷି କାର୍ଯ୍ୟ କରି ସ୍ଥାୟୀ ଭାବରେ ବସବାସ କଲା । ତେଣୁ ଧିରେ ଧିରେ ଛୋଟ ବଡ଼ ଗ୍ରାମମାନ ଗଢ଼ିଉଠିଲା । ବଡ଼ ବଡ଼ ଗ୍ରାମଗୁଡ଼ିକ କାଳକ୍ରମେ ବାଣିଜ୍ୟ ବ୍ୟବସାୟର କେନ୍ଦ୍ର ଭାବେ ବୃଦ୍ଧି ପାଇ ସ‌ହରରେ ପରିଣତ ହେଲା । ଗ୍ରାମ ତ‌ଥା ସ‌ହରଗୁଡ଼ିକ ମଧ୍ୟରେ ବାଣିଜ୍ୟ ବ୍ୟବସାୟ ତ‌ଥା ସାମାଜିକ ସମ୍ପର୍କ ସ୍ଥାପନ ନିମନ୍ତେ ରାସ୍ତାଘାଟର ପ୍ରସାର ଘଟିଲା । ଆଜିକାଲି ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜନବସତି କ୍ରମେ ଅଧିକ ଘନ ହେବାରେ ଲାଗିଛି ଏବଂ ପ୍ରାକୃତିକ ପରିବେଶକୁ କ୍ରମାଗତଭାବେ ପ୍ରଭାବିତ କରୁଛି । ରାଜନୈତିକ ତ‌ଥା ସାମାଜିକ ଅନୁଷ୍ଠାନ କୌଣସି ଦେଶର ରାଜନୈତିକ ତ‌ଥା ସାମାଜିକ ଅନୁଷ୍ଠାନଗୁଡ଼ିକ ଉପରେ ତାହାର ଅର୍ଥନୈତିକ ପ୍ରଗତି ତ‌ଥା ଅଭିବୃଦ୍ଧି ନିର୍ଭର କରେ । ଦୃଢ଼ ରାଜନୈତିକ ସଙ୍ଗଠନ ତ‌ଥା ପ୍ରଶାସନିକ ସ୍ଥିରତା ଅର୍ଥନୈତିକ ପ୍ରଗତିରେ ବିଶେଷ ସ‌ହାୟକ ହୋଇଥାଏ । ରାଜନୈତିକ ସଙ୍ଗଠନ ଦୁର୍ବଳ ହେଲେ ଅସ୍ଥିରତା ଲାଗିରହେ । ଫଳରେ ବାଣିଜ୍ୟ କାରବାର ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଅର୍ଥନୈତିକ ବ୍ୟବସ୍ଥା ଦୁର୍ବଳ ହୁଏ । କୌଣସି ଦେଶର ସାମାଜିକ ସଙ୍ଗଠନ‌ଗୁଡ଼ିକ ଉପରେ ମଧ୍ୟ ତାହାର ଅର୍ଥନୈତିକ ପ୍ରଗତି ନିର୍ଭର କରେ । ସମାଜରେ ଚୋରି, ଡକାୟତି, ଠକାମି ତ‌ଥା ଗୋଷ୍ଠୀ ବିବାଦ ଆଦି ଲାଗି ରହିଲେ ପୁଞ୍ଜି ବିନିଯୋଗ କରିବାକୁ କେହି ଅଗ୍ରହ ପ୍ରକାଶ କରନ୍ତି ନାହିଁ । ଫଳରେ ସେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରେ ନାହିଁ । କୌଣସି ଅଞ୍ଚଳ ବା ଦେଶର ଶାସନ ବ୍ୟବସ୍ଥା, ଜାତି ତ‌ଥା ସମ୍ପ୍ରଦାୟ, ଧାର୍ମିକ ଓ ସାମାଜିକ କଟକଣା, ଶିକ୍ଷା ତ‌ଥା ସଂସ୍କୃତି ଓ ସାଂସ୍କୃତିକ ପରମ୍ପରା ଆଦି ତାହାର ସାଂସ୍କୃତିକ ପରିବେଶକୁ ପ୍ରଭାବିତ କରିଥାନ୍ତି । ସମ୍ପୂର୍ଣ୍ଣ ପରିବେଶ ପ୍ରାକୃତିକ ପରିବେଶ ଓ ସାଂସ୍କୃତିକ ପରିବେଶ ପରସ୍ପରକୁ ପ୍ରଭାବିତ କରିଥାନ୍ତି । ଏହାର ଫଳସ୍ୱରୂପ ସମ୍ପୂର୍ଣ୍ଣ ପରିବେଶ ସୃଷ୍ଟି ହୁଏ । ଏହା ତିନୋଟି ମୁଖ୍ୟ ମଣ୍ଡଳ, ଯଥା- ଭୌତିକ ମଣ୍ଡଳ (ଅଶ୍ମମଣ୍ଡଳ , ବାୟୁମଣ୍ଡଳ , ବାରିମଣ୍ଡଳ ), ଜୈବିକ ମଣ୍ଡଳ (ଉଦ୍ଭିଦ ଓ ପ୍ରାଣୀ) ଏବଂ ମାନବୀୟ ମଣ୍ଡଳର (ବାସଗୃହ, ଜନବସତି, ଗମନାଗମନ, କୃଷି, ଶିଳ୍ପ, ବାଣିଜ୍ୟ, ସାମାଜିକ ଓ ରାଜନୈତିକ କାର୍ଯ୍ୟକଳାପ) ପାରସ୍ପରିକ ସମ୍ବନ୍ଧର ସମାହାର ଯୋଗୁଁ ହୋଇଥାଏ ।
ବନବାସୀ ପଟ୍ଟନାୟକ ଓଡ଼ିଶା କ୍ରିକେଟ ଦଳର ପ୍ରାକ୍ତନ ଅଧିନୟକ ଥିଲେ । ଓଡ଼ିଶା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ପ୍ରଥମ ଦଳର (୧୯୪୯-୧୯୫୦) ଜଣେ ଖେଳାଳୀ ଥିଲେ । ଓଡ଼ିଶା ପାଇଁ ଖେଳିବା ପୂର୍ବରୁ ସେ ବିହାର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିଥିଲେ । କୌଣସି ବିଦେଶୀ ଭ୍ରମଣକାରୀ ଦେଶ ବିପକ୍ଷରେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାରେ ସେ ପ୍ରଥମ ଓଡ଼ିଆ । ସେ ମଧ୍ୟ ଓଡ଼ିଶା କ୍ରିକେଟ ଦଳର ପ୍ରଥମ ବିଜୟୀ ଅଧିନାୟକ ଥିଲେ । ପ୍ରାରମ୍ଭିକ କ୍ୟାରିଅର ୧୯୪୫-୪୬ ମସିହାରେ ସେ ବିହାର କ୍ରିକେଟ ଦଳ ତରଫରୁ ତାଙ୍କର ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ । ସେତେବେଳେ ବିହାର କ୍ରିକେଟ ଦଳ ଏହାର ଘରୋଇ ମ୍ୟାଚ ମୁଖ୍ୟତଃ ଜାମସେଦପୁର (ଟାଟାନଗର)ଠାରେ ଖେଳୁଥିଲା । ବନବାସୀ ପଟ୍ଟନାୟକ ତାଙ୍କର ପ୍ରଥମ ପ୍ରଥମ-ଶ୍ରେଣୀ ମ୍ୟାଚ ରଣଜୀ ଟ୍ରଫିରେ ୧୫-୧୨-୧୯୪୫ ଦିନ ଇନ୍ଦୋରଠାରେ ଶକ୍ତିଶାଳୀ ଘରୋଇ ହୋଲକାର ଦଳ ବିପକ୍ଷରେ ବିହାର ପାଇଁ ଖେଳିଥିଲେ । ସେ ପ୍ରଥମ ଇନିଂସରେ ୧୫ ରନ ତଥା ଦ୍ୱିତୀୟ ଇନିଂସରେ ଶୂନ ରନ କରିଥିଲେ । ବିହାର ଏକ ଇନିଂସ ଓ ୧୮୭ ରନରେ ପରାଜିତ ହୋଇଥିଲା । ହୋଲକାର ଦଳ ସେହି ବର୍ଷ ଋଣଜୀ ଟ୍ରଫି ଚମ୍ପିୟନ ହୋଇଥିଲା । ବିହାର ପାଇଁ ବନବାସୀ ପଟ୍ଟନାୟକ ଆଉ ଦୁଇଟି ସିଜନ ପାଇଁ ଖେଳିଥିଲେ ୧୯୪୭-୪୮ ଏବଂ ୧୯୪୮-୪୯ । ଏତିକି ବେଳେ ଭରମଣକାରୀ ୱେଷ୍ଟ-ଇଣ୍ଡିଜ୍ ଦଳ ବିପକ୍ଷରେ ବିହାର ରାଜ୍ୟପାଳଂକ ଏକାଦଶ ଜାମସେଦପୁରଠାରେ ୧୯୪୯ ଜାନୁୟାରୀ ୭ରୁ ୯ ଯାଏଁ ଏକ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲା । ଏଥିରେ ବନବାସୀ ପଟ୍ଟନାୟକ ବିହାର ରାଜ୍ୟପାଳଂକ ଏକାଦଶରେ ଖେଳିଥିଲେ । ତାଙ୍କର ସ୍କୋର ଥିଲା ପ୍ରଥମ ଇନିଂସରେ ୧୮ ଓ ଦ୍ୱିତୀୟ ଇନିଂସରେ ୩୫ । ସେହି ଦ୍ୱିତୀୟ ଇନିଂସରେ ତାଙ୍କ ସ୍କୋର ଘରୋଇ ଦଳର ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା । ଏହିପରି ସେ କୌଣସି ବିଦେଶୀ ଭ୍ରମଣକାରୀ ଦଳ ବିରୋଧରେ ପ୍ରଥମ ଶ୍ରେଣୀ ଖେଳିବାରେ ପ୍ରଥମ ଓଡ଼ିଆ କ୍ରିକେଟର ବନିଥିଲେ । ଓଡ଼ିଶା ପାଇଁ ପ୍ରଥମ ଶ୍ରେଣୀ କ୍ୟାରିଅର ଓଡ଼ିଶା କ୍ରିକେଟ ଦଳ ୧୯୪୯-୫୦ ମସିହାଠାରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କରିଥିଲା । ଏହି ଶ୍ରେଣୀରେ ପ୍ରଥମ ମ୍ୟାଚ ରଣଜୀ ଟ୍ରଫିରେ ଓଡ଼ିଶା ବିହାର ବିପକ୍ଷରେ ଜାମସେଦପୁରଠାରେ ୧୯୪୯ ଡିସେମ୍ବର ୧୦ରୁ ୧୨ ତାରିଖରେ ଖେଳିଥିଲା । ଏଥିରେ ବନବାସୀ ପଟ୍ଟନାୟକ ଓଡ଼ିଶା ଦଳରେ ଖେଳିଥିଲେ । ତା ପରବର୍ଷ ଅର୍ଥାତ ୧୯୫୦-୫୧ରେ ଓଡ଼ିଶା କ୍ରିକେଟ ଦଳ ନିଜ ଘରୋଇ ମାଟିରେ କଟକଠାରେ ପ୍ରଥମ କରି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ । ଏହି ମ୍ୟାଚ ବିହାର ବିପକ୍ଷରେ ଖେଳା ହୋଇଥିଲା ଓ ଏଥିରେ ବନବାସୀ ପଟ୍ଟନାୟକ ଓଡ଼ିଶା ଅଧିନାୟକ ହୋଇଥିଲେ । ଏଥିରେ ଓଡ଼ିଶା ହାରିଯାଇଥିଲା । ୧୯୫୧-୫୨ ରଣଜୀ ସିଜନରେ ଓଡ଼ିଶା ଘରୋଇ ଆସାମ ବିରୋଧରେ ନୌଗଂଗଠାରେ ବନବାସୀ ପଟ୍ଟନାୟକଙ୍କ ଅଧିନାଯକତ୍ୱରେ ଖେଳି ପରାସ୍ତ ହୋଇଥିଲା । ମାତ୍ର ଏଥିରେ ବନବାସୀ ପଟ୍ଟନାୟକ ତାଙ୍କର ପ୍ରଥମ ବ୍ୟାଟିଂ ଅର୍ଦ୍ଧଶତକ ସ୍କୋର କରିଥିଲେ ତଥା ଓଡ଼ିଶା ତରଫରୁ ମ୍ୟାଚରେ ସର୍ବାଧିକ ରନ ସ୍କୋର କରିଥିଲେ । ୧୯୫୨-୫୩ କ୍ରିକେଟ ସିଜନରେ ଓଡ଼ିଶା କ୍ରିକେଟ ଦଳ ତାର ପ୍ରଥମ ମ୍ୟାଚ ଆସାମ ରାଜ୍ୟ କ୍ରିକେଟ ଦଳ ବିରୋଧରେ ଖେଳିଥିଲା । ଏଥିରେ ଓଡ଼ିଶା ବିଜୟୀ ହୋଇ ପ୍ରଥମ ଥର ପାଇଁ ପ୍ରଥମ ଶ୍ରେଣୀ ବିଜୟ ଲାଭ କରିଥିଲା । ଏଥିରେ ବନବାସୀ ପଟ୍ଟନାୟକ ଓଡ଼ିଶା ଅଧିନାୟକ ହୋଇଥିଲେ । ଆସାମ ଦ୍ୱିତୀୟ ଇନିଂସରେ ସେ ୨୧ ରନ ଦେ‍ଇ ପାଂଚଟି ଉଇକେଟ ନେ‍ଇଥିଲେ ଓ ନିଜ ଜୀବନର ସର୍ବୋତ୍କୃଷ୍ଟ ବୋଲିଂ ସଫଳତା ହାସଲ କରିଥିଲେ । ଏହିପରି ସେ ଓଡ଼ିଶାର ପ୍ରଥମ ବିଜୟୀ ଅଧିନାୟକ ଥିଲେ । ସେହି ବର୍ଷ (୧୯୫୨ ଡିସେମ୍ବର) ସେ ମଧ୍ୟ ଭାରତୀୟ ପୂର୍ବାଂଚଳ ଦଳରେ ସାମିଲ ହୋଇ ଭ୍ରମଣକାରୀ ପାକିସ୍ତାନ କ୍ରିକେଟ ଦଳ ବିରୋଧରେ ଜାମସେଦପୁରରେ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ । ବନବାସୀ ପଟ୍ଟନାୟକ ତାଙ୍କର ଶେଷ ଋଣଜୀ ଟ୍ରଫି ମ୍ୟାଚ ୧୯୬୪-୬୫ ସିଜନରେ ଜାମସେଦପୁରରେ ବିହାର ବିପକ୍ଷରେ ଖେଳିଥିଲେ ଓ ଦୁଇଟି ଯାକ ଇନିଂସରେ ୧୩ ରନ ଲେଖାଏଁ ସ୍କୋର କରିଥିଲେ ।
ଶ୍ରୀ ଜଗନ୍ନାଥ - ୧୯୫୦ରେ ମୁକ୍ତିଲାଭ କରିଥିବା ଏକ ପୌରାଣିକ ଓଡ଼ିଆ କଥାଚିତ୍ର । ଓଡ଼ିଆ ଭାଷାରେ ଏହା ହେଉଛି ତୃତୀୟ କଥାଚିତ୍ର ମୁକ୍ତିଲାଭ ଅନୁସାରେ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ଉପରେ ଏହି କଥାଚିତ୍ରଟି ଆଧାରିତ ହୋଇଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ଶ୍ରୀ ଜଗନ୍ନାଥ ରେ ଅଭିନୟ କରିଥିବା କଳାକାର ହେଲେ: ଗୋପାଳ ଚନ୍ଦ୍ର ଘୋଷ ଗ୍ଳୋରିଆ ମହାନ୍ତି ଚପଳା ନାୟକ ରାମଚନ୍ଦ୍ର ମାଣିଆ ଖଗେନ୍ଦ୍ର ନାଥ ମିତ୍ର ସାମୁଏଲ ସାହୁ (ବାବି) ଭୀମ ସିଂହ ଏଥିରେ ଚପଳା ନାୟକ (ପାର୍ବତୀ ଘୋଷ) ଶିଶୁ କଳାକାର ଭାବେ ପ୍ରଥମେ ଅଭିନୟ କରିଥିଲେ ।
ଆକଣ୍ଡ୍ରୋପ୍ଲାସିଆ (ଇଂରାଜୀ ଭାଷାରେ ) ଏକ ଜେନେଟିକ ରୋଗ ଯାହାଦ୍ୱାରା ରୋଗୀ ବାମନ ହୋଇଯାଏ । ଏହି ରୋଗରେ ବାହୁ ଓ ଗୋଡ଼ ଛୋଟ ହୋଇଯାଏ କିନ୍ତୁ ମୁଣ୍ଡ ଓ ଅବୟବ ବ୍ୟତୀତ ଅନ୍ୟ ଅଂଶର ଦୈର୍ଘ୍ୟ ସଠିକ ଥାଏ । ଆକଣ୍ଡ୍ରୋପ୍ଲାସିଆ ପୁରୁଷ ରୋଗୀଙ୍କର ଉଚ୍ଚତା ପ୍ରାୟ ୧୩୧ ସେମି ଓ ମହିଳାଙ୍କର ୧୨୩ ସେମି ହୁଏ । ଏମାନଙ୍କର ମୁଣ୍ଡ ବଡ଼ ଓ ଉନ୍ନତ କପାଳ ଥାଏ । ଅନ୍ୟମାନଙ୍କ ଭଳି ସାଧାରଣ ବୁଦ୍ଧି ଥାଏ । ଫାଇବ୍ରୋବ୍ଲାସ୍ଟ ଗ୍ରୋଥ ଫ୍ୟାକ୍ଟର ରିସେପ୍ଟର ୩ ବା ଏଫଜିଏଫଆର୩ ( 3) ଜିନର ମ୍ୟୁଟେସନ ଯୋଗୁ ଏହି ରୋଗ ହୁଏ । ଶତକଡ଼ା ୮୦ ଭାଗ ରୋଗୀଙ୍କର ପ୍ରାକ୍ ବିକାଶ ସମୟରେ ନୂତନ ମ୍ୟୁଟେସନ ଫଳରେ ଏ ରୋଗ ହୁଏ । ବାକି ଅନ୍ୟ କେଶ୍‌ରେ ପିତାମାତାଙ୍କ ମଧ୍ୟରୁ ଜଣକଠାରୁ ବଂଶାନୁକ୍ରମ ' ଭାବରେ ଅଟୋସୋମାଲ ଡୋମିନାଣ୍ଟ ଜିନ ଯୋଗୁ ବିସ୍ତାର ହୁଏ । ଦୁଇଟି ପ୍ରଭାବିତ ଜିନ ଥିଲେ ରୋଗୀ ବଞ୍ଚିପାରେନାହିଁ । ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ ସ‌ହଜରେ କରିହୁଏ କିନ୍ତୁ ସନ୍ଦେହ ହେଲେ ଜେନେଟିକ ଟେଷ୍ଟିଙ୍ଗ କରାଯାଏ । ରୋଗୀ ଚିକିତ୍ସାରେ ସାହାଯ୍ୟକାରୀ ଦଳ ଓ ଗ୍ରୋଥ ହରମୋନ ଥେରାପି ଆବଶ୍ୟକ ହୁଏ । ରପଗ ଜଟିଳ ହୋଇ କାନ ସଂକ୍ରମଣ , ଲର୍ଡ଼ୋସିସ , କଟି ଯନ୍ତ୍ରଣା, ସ୍ପାଇନାଲ ସ୍ଟେନୋସିସ ( : ), ମୋଟାପଣ, ହାଇଡ୍ରୋସେଫଲସ ଓ ଅବସ୍ଟ୍ରକ୍ଟିଭ ସ୍ଲିପ ଆପନିଆ ହେବା ପୂର୍ବରୁ ପ୍ରତିଷେଧ ବ୍ୟବସ୍ଥା କରିବା ଆବଶ୍ୟକ । ସାଧାରଣ ବ୍ୟକ୍ତିଙ୍କ ଆୟୁଷଠାରୁ ଏମାନଙ୍କ ଆୟୁଷ ୧୦ ବର୍ଷ କମ୍ ରହେ । ୨୭,୫୦୦ ଲୋକରେ ଜଣକୁ ଏହି ରୋଗ ହୁଏ । ଡେନମାର୍କ ଓ ଲାଟିନ ଆମେରିକାରେ ଏହି ହାର ଅଧିକ ଅଛି । ସବୁଠୁ ଛୋଟ ବୟପ୍ରାପ୍ତ ମଣିଷ ଜ୍ୟୋତି ଆମଗେ ର ଉଚ୍ଚତା ୬୨.୮ ସେ:ମି: ଥିବା ରେକର୍ଡ଼ ହୋଇଛି ।
ଟ୍ରାନେକ୍ସାମିକ ଏସିଡ (ଇଂରାଜୀ ଭାଷାରେ ବା ) ଏକ ଔଷଧ ଯାହା ରକ୍ତସ୍ରାବର ଚିକିତ୍ସା ଓ ପ୍ରତିଷେଧ ଭାବରେ ବିଭିନ୍ନ ଅବସ୍ଥା ଯେପରିକି ବଡ଼ ଆଘାତ , ଅପରେଶନ, ଦାନ୍ତ ବାହାର କରିବା ସମୟରେ, ନାକରୁ ରକ୍ତସ୍ରାବ ଓ ମେନୋରେଜିଆ ବା ଅତ୍ୟଧିକ ପରିମାଣର ଊତୁସ୍ରାବ ଇତ୍ୟାଦି ହେଲେ ଦିଆଯାଏ । ଆଉ ମଧ୍ୟ ଏହା ହେରେଡିଟାରି ଅଞ୍ଜିଓଇଡିମା ରୋଗରେ ଦିଆଯାଏ । ଏହି ଔଷଧ ପାଟିରେ ବା ଶିରାଭ୍ୟନ୍ତରରେ ଦିଆଯାଏ । ଏହି ଔଷଧର କ୍ୱଚିତ କୌଣସି ପ୍ରତିକ୍ରିୟା ଦେଖାଯାଏ । ଅଳ୍ପ କେତେକ କ୍ଷେତ୍ରରେ ବର୍ଣ୍ଣ ଦୃଷ୍ଟି ପରିବର୍ତ୍ତନ, ରକ୍ତ ଜମାଟ ଓ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ବୃକ୍‌କ ରୋଗ ଥିଲେ ଏହି ଔଷଧ ଦେବାବେଳେ ସତର୍କ ରହିବାକୁ ସୁପାରିସ କରାଯାଏ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ଦେବା ନିରାପଦ ଜଣାଯାଏ । ଆଣ୍ଟିଫିବ୍ରିନୋଲାଇଟିକ ଶ୍ରେଣୀର ଟ୍ରାନେକ୍ସାମିକ ଏସିଡ ଏକ ଔଷଧ । ସନ ୧୯୬୨ରେ ଉଟାକୋ ଓକୋମାଟା ପ୍ରଥମେ ଟ୍ରାନେକ୍ସାମିକ ଏସିଡ ଆବିଷ୍କାର କରିଥିଲେ । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ନାମରେ ବିକ୍ରୟ ହୁଏ । ବିକାଶଶୀଳ ଦେଶମାନଙ୍କରେ ଏହି ଔଷଧର ଏକ କୋର୍ଷର କ୍ରୟ ମୂଲ୍ୟ ୪.୩୮ରୁ ୪.୮୯ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ହୋଲସେଲ ମୂଲ୍ୟ ପ୍ରାୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।
ତୁଳସୀ ଡେମ, ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ସହର ନିକଟସ୍ଥ ମୁଳୁଣ୍ଡଠାରେ ଅବସ୍ଥିତ ଏକ ମାଟି ବନ୍ଧ । ଏହା ତୁଳସୀ ନଦୀ ଉପରେ ନିର୍ମିତ । ବୈଶିଷ୍ୟ ଏହି ବନ୍ଧର ଗଭୀରତା 26 ମିଟର । ଏହାର ଲମ୍ବ 186 ମିଟର ହେଇଥିବା ବେଳେ ଏଠାରେ ସର୍ବମୋଟ ଜଳଧାରଣ କ୍ଷ୍ୟମତା 10,429.00 3 (2,502.05 ). ମୁମ୍ବାଇ ସହର ଓ ସହରତଳି ଅଞ୍ଚଳକୁ ଜଳଯୋଗାଣ ପାଇଁ ଏହି ପ୍ରକଳ୍ପ ସହାୟତା ଦେଇଥାଏ ।
୧୯୨୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଜଗନ୍ନାଥ ରାଉତ (୧୩ ନଭେମ୍ବର ୧୯୪୨ - ୨୪ ଜାନୁଆରୀ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ଶିକ୍ଷା ଓ ପରିବାର ଜଗନ୍ନାଥ ରାଉତ ୧୯୪୨ ମସିହାର ନଭେମ୍ବର ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ରାଧାକୃଷ୍ଣ ରାଉତ । ତାଙ୍କ ଶିକ୍ଷାଗତ ଯୋଗ୍ୟ ହେଉଛି କଳାରେ ସ୍ନାତକୋତ୍ତର ଏବଂ ଶିକ୍ଷାରେ ସ୍ନାତକ । ସେ ବାସନ୍ତୀ ରାଉତଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଜଗନ୍ନାଥ ୧୯୭୦ ଦଶକରେ ଧୂଷୁରୀର ମୂରଲୀଧର ହାଇସ୍କୁଲ୍‌ରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ରାଜନୈତିକ ଜୀବନ ଜଗନ୍ନାଥ ରାଉତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଜଗନ୍ନାଥ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାର ପରବର୍ତ୍ତୀ ନିର୍ବାଚନରେ ୧୯୮୫ ମସିହାରେ ପୁଣିଥରେ ଧାମନଗରରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୯ମ ଓଡ଼ିଶା ବିଧାନ ସଭାରେ ହେମାନନ୍ଦ ବିଶ୍ୱାଳଙ୍କ ସରକାରର ମନ୍ତ୍ରୀମଣ୍ଡଳରେ ଶିଳ୍ପ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ସେ । ଏହାପରେ ୧୯୯୫ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରୁ ସେ ୧୬ ମାର୍ଚ୍ଚ ୧୯୯୯ରେ ଇସ୍ତଫା ଦେଇଥିଲେ । ୧୯୯୫ରେ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କ୍ୟାବିନେଟ୍‌ରେ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରୁ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ ସଂରକ୍ଷିତ ହୋଇଯିବାପରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ । ମୃତ୍ୟୁ ଜଗନ୍ନାଥ ରଉତ ୨୦୨୦ ମସିହାର ଜାନୁଆରୀ ମାସ ୨୪ ତାରିଖରେ ହୃଦ୍‌ଘାତ ଯୋଗୁଁ ମୃତ୍ୟବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲେ । ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ପ୍ରାୟ ଦିନ ୧୨ଟା ବେଳେ ସେ ମୃତ୍ୟୁବରଣ କରିଥିଲେ ।
ରାଜେନ ଏକ୍କା (ଜନ୍ମ: ୬ ଅପ୍ରେଲ ୧୯୭୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜଗାଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ରାଜେନ ଏକ୍କା ୧୯୭୨ ମସିହାର ଅପ୍ରେଲ ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଖ୍ରୀଷ୍ଟୋଫର ଏକ୍କା ଓ ମାଆଙ୍କ ନାମ ସେବସ୍ତିଆନା ଏକ୍କା ତାଙ୍କ ପତ୍ନୀଙ୍କ ନାମ ସରିତା କୁଜୁର୍ । ତାଙ୍କ ବାପା ଜଣେ ରାଜନୀତିଜ୍ଞ ଭାବରେ ଓଡ଼ିଶା ବିଧାନ ସଭାକୁ ଏବଂ ଲୋକ ସଭାକୁ ପୂର୍ବରୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ରାଜେନ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।
କପିଳାସ ଶିବ ମନ୍ଦିର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର । ଏହି ମନ୍ଦିରରେ ଚନ୍ଦ୍ରଶେଖର ମହାଦେବ ପୂଜା ପାଆନ୍ତି । କପିଳାସ ପର୍ବତ ଓଡ଼ିଶା ରାଜ୍ୟର ଢେଙ୍କାନାଳ ସହରର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ । ଏହା ଢେଙ୍କାନାଳ ସହରଠାରୁ ୨୬ କି.ମି. ଏବଂ ରାଜଧାନୀ ଭୁବନେଶ୍ୱରଠାରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ । ଅବସ୍ଥିତି ଓ ସ୍ଥାପତ୍ୟ ଏହା ସମୁଦ୍ର ପତ୍ତନଠାରୁ ୨୨୩୯ ଫୁଟ ଉଚ୍ଚରେ ଅବସ୍ଥିତ । ଏହାର ମୁଖ୍ୟ ମନ୍ଦିରର ଉଚ୍ଚତା ୬୦ ଫୁଟ । ମନ୍ଦିରକୁ ଦୁଇଟି ରାସ୍ତା ଦେଇକି ଯାଇହୁଏ । ୧୩୫୨ ପାହାଚ ଚଢ଼ି ଅଥବା ବାରବାଙ୍କି ଘାଟି ରାସ୍ତାଦ୍ୱାରା ୮ କିଲୋମିଟର ରାସ୍ତା ଦେଇ ଅନାୟାସରେ ମନ୍ଦିର ଉପରକୁ ଯାଇହୁଏ । ଗଙ୍ଗ ବଂଶର ରାଜା ପ୍ରଥମ ପୁରୁଷୋତ୍ତମ ଦେବ ଏହି ମନ୍ଦିରକୁ ୧୨୪୬ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଇଥିଲେ । ଏହାର ବାମ ପାର୍ଶ୍ୱରେ ପୟମାର୍ତ କୁଣ୍ଡ ଓ ଡାହାଣ ପାର୍ଶ୍ୱରେ ମରୀଚି କୁଣ୍ଡ ଅବସ୍ଥିତ । ଏହାର ଜଗନମୋହନ କାଠରେ ତିଆରି । ମହାଦେବଙ୍କ ବ୍ୟତୀତ ଦେବୀ ପାର୍ବତୀ,ଗଣେଶ, କାର୍ତ୍ତିକେୟ, ବିଷ୍ଣୁ, ଶ୍ରୀରାମ ଓ ଗଙ୍ଗା ମାତାଙ୍କ ମନ୍ଦିର ମଧ୍ୟ ଅବସ୍ଥିତ । ଶ୍ରୀଜଗନ୍ନାଥଙ୍କୁ ପାର୍ଶ୍ୱଦେବତା ଭାବେ ଅବସ୍ଥାପିତ । ଚନ୍ଦ୍ରଶେଖରଙ୍କ ବ୍ୟତୀତ ଏଠାରେ ବିଶ୍ୱନାଥଙ୍କ ମନ୍ଦିର ମଧ୍ୟ ଅବସ୍ଥିତ । ସ୍ଥାନୀୟ ଲୋକମାନଙ୍କ ଅନୁସାରେ ବିଶ୍ୱନାଥ ମନ୍ଦିର ଚନ୍ଦ୍ରଶେଖରଙ୍କ ମନ୍ଦିରଠାରୁ ଆହୁରି ପୁରୁଣା ସେଥିପାଇଁ ଏହାକୁ ବୁଢ଼ା ଲିଙ୍ଗ ମଧ୍ୟ କୁହାଯାଏ । ଏହି ମନ୍ଦିରକୁ ଓଡ଼ିଶାର କୈଳାଶ ମଧ୍ୟ କୁହାଯାଏ । ଇତିହାସ କପିଳାସ ବାବଦରେ ଅନେକ କିମ୍ବଦନ୍ତୀ ରହିଛି । ଏହାକୁ ଶିବଙ୍କର ଦ୍ୱିତୀୟ କୈଳାସ କୁହାଯାଉଥିଲା ବେଳେ ମର୍ତ୍ତ୍ୟରେ ଦେବତାମାନେ ଏଠାରେ ସଭା କରୁଥିବାର ମଧ୍ୟ ପୁରାଣରୁ ଜଣାଯାଏ । ଏଠାରେ କପିଳ ମୁନିଙ୍କ ଆଶ୍ରମ ଥିଲା ବୋଲି ଏହାକୁ (କପିଳଙ୍କ ଉଆସ) କପିଳାସ ବୋଲି କୁହାଯାଏ । ଆହୁରି ମଧ୍ୟ ତ୍ରେତୟା ଯୁଗ ବେଳେ ଶ୍ରୀରାମଚନ୍ଦ୍ର ସୀତାଙ୍କୁ ତ୍ୟାଗ କରିବା ପରେ ବାଲ୍ମୀକି ଆଶ୍ରମରେ ଲବ ଓ କୁଶଙ୍କ ସହ ରହୁଥିବା ସ୍ଥାନ ମଧ୍ୟ ଏଠାରେ ରହିଛି ବୋଲି ବିଶ୍ୱାସ କରାଯାଉଛି। କିମ୍ବଦନ୍ତୀ କୁହେ ମୟୁରଭଞ୍ଜର ରାଜା ପ୍ରତାପଦେବ ଥରେ ଅଜାଣତରେ ବ୍ରହ୍ମହତ୍ୟା ପାପକଲେ, ଏଥିରୁ ମୁକ୍ତି ପାଇବା ପାଇଁ କପିଲାସ ପର୍ବତ ଉପରେ ତପସ୍ୟା କଲେ । ସେଥିପାଇଁ ଏକ ମଣ୍ଡପ ତିଆରି ହୋଇଥିଲା । ଶିବଙ୍କୁ ସନ୍ତୁଷ୍ଟ କରିବାକୁ ଶିଖରେଶ୍ୱରଙ୍କ ଶରଣାଗତ ହୋଇଥିଲେ । ତପସ୍ୟା ପୀଠ ନିକଟରେ ପର୍ବତର ଶିଖରଦେଶରେ ଏକ ପଥର ଅଛି, ଯାହା ଉପରେ ଆଘାତକଲେ ଭିତରଟି ଫମ୍ପା ଥିବା ପରି ଶବ୍ଦ ଶୁଣାଯାଏ । ଭ୍ରମଣ ସମୟ ଏଠାକୁ ଯେକୌଣସି ସମୟରେ ଯିବାର ଅସୁବିଧା ନଥିଲେ ମଧ୍ୟ କାର୍ତ୍ତିକ ମାସ ଓ ଶ୍ରାବଣ ମାସ ବୁଲିବାର ପ୍ରକୃଷ୍ଟ ସମୟ । ମେଘୁଆ ପାଗ ତଥା ଶୀତ ଦିନେ କପିଳାସ ହିମାଳୟ ପାର୍ବତ୍ୟାଞ୍ଚଳର ଭ୍ରମ ସୃଷ୍ଟି କରେ।
କାର୍ବାଜିଟାକ୍ସେଲ, ବେପାର ନାମ ଜେଭଟାନା, ହେଉଛି ପ୍ରୋଷ୍ଟେଟ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ନିର୍ଦ୍ଦିଷ୍ଟ ଭାବରେ ଏହା ମେଟାଷ୍ଟାଟିକ୍ କାଷ୍ଟ୍ରେସନ୍-ପ୍ରତିରୋଧୀ ପ୍ରୋଷ୍ଟେଟ୍ କର୍କଟ ପାଇଁ ବ୍ୟବହୃତ ହୁଏ ଯେଉଁମାନେ ଅନ୍ୟ ଚିକିତ୍ସାରେ ବିଫଳ ହୋଇଥିଲେ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଲୋହିତ ରକ୍ତ କଣିକା, ସ୍ୱଳ୍ପ ଶ୍ୱେତରକ୍ତ କଣିକା, କମ୍ ପ୍ଲାଲେଟ୍ ଏବଂ ତରଳ ଝାଡ଼ା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ କିଡନୀ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ। ଏହା ଏକ ଟ୍ୟାକ୍ସାନେ ଯାହା ମାଇକ୍ରୋଟ୍ୟୁବୁଲରେ ବାଧା ସୃଷ୍ଟି କରେ । ୨୦୧୦ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୧ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ କାବାଜାଇଟାକ୍ସେଲ୍ ଅନୁମୋଦିତ ହୋଇଥିଲା ଯୁକ୍ତରାଜ୍ୟରେ ୨୦୨୧ରେ ଏହାର ୬୦ ମିଗ୍ରାର ମୂଲ୍ୟ ୩୭୦୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୧୨,୭୦୦ ଡଲାର ଅଟେ ।
ୟୁକ୍ଲିଡ୍ (; ପ୍ରାଚୀନ ଗ୍ରୀକ: ; ପ୍ରାୟ ଖ୍ରୀ.ପୂ ୩୨୫-ଖ୍ରୀ.ପୂ.୨୬୫) ଜଣେ ଗ୍ରୀକ୍ ଗଣିତଜ୍ଞ ଥିଲେ । ସେ ମିଶରର ଆଲେକ୍‌ଜାଣ୍ଡ୍ରିଆରେ ଥିଲେ ଓ ଆଲେକ୍‌ଜାଣ୍ଡ୍ରିଆ ପାଠାଗାରରେ କାମ କରୁଥିଲେ । ତାଙ୍କ ବିଷୟରେ କମ୍ ଜଣାଅଛି, କିନ୍ତୁ ବିଶ୍ୱାସ କରାଯାଏ ଯେ ସେ ଟଲେମି ୧ମ ଙ୍କର ସମସାମୟିକ । ତାଙ୍କର ଜନ୍ମସ୍ଥାନ ଓ ସମୟ ଜଣା ନାହିଁ । ଦି ଏଲିମେଣ୍ଟ୍‌ସ୍ ୟୁକ୍ଲିଡ୍ ଜ୍ୟାମିତିର ସମସ୍ତ ଜଣା ତଥ୍ୟକୁ ଏକାଠି କରିଥିଲେ । ତାଙ୍କ ପୁସ୍ତକଏଲିମେଣ୍ଟ୍‌ସ୍ ପ୍ରାଚୀନ ଜ୍ୟାମିତିର ଏକ ମୁଖ୍ୟ ଉତ୍ସ । ତାଙ୍କ ବିଷୟରେ ଏବେ ମଧ୍ୟ ପାଠ୍ୟପୁସ୍ତକରେ ପଢ଼ାଯାଉଛି । ଏହି ପୁସ୍ତକରେ ସେ କେତେକ ଅନୁସିଦ୍ଧାନ୍ତରୁ (ଯାହା ସମସ୍ତେ ସତ୍ୟ ବୋଲି ଭାବନ୍ତି) ଆରମ୍ଭ କରିଛନ୍ତି । ୟୁକ୍ଲିଡ୍ ପ୍ରମାଣ କରିଛନ୍ତି ଯେ ଜ୍ୟାମିତିକ ବସ୍ତୁ ଏବଂ ପୂର୍ଣ୍ଣ ସଂଖ୍ୟା ଏହି ଅନୁସିଦ୍ଧାନ୍ତ ଉପରେ ପର୍ଯ୍ୟବେଷିତ । ଏଲିମେଣ୍ଟ୍‌ସ୍‌ରେ ବିଭିନ୍ନ ଜ୍ୟାମିତିକ ଆକୃତି ବିଷୟରେ ଆଲୋଚନା କରାଯାଇଛି । ଜ୍ୟାମିତି ଛଡ଼ା ସେ ସଂଖ୍ୟା ତତ୍ତ୍ୱ ଉପରେ ମଧ୍ୟ କାମ କରିଛନ୍ତି । ଗରିଷ୍ଟ ସାଧାରଣ ଗୁଣନୀୟକ (ଗ.ସା.ଗୁ.) ବିଷୟରେ ୟୁକ୍ଲିଡ୍ କହିଥିଲେ । ଏ କଥା ଏଲିମେଣ୍ଟସ୍‌ରେ ଲିଖିତ । ଦୁଇଟି ସଂଖ୍ୟାର ଗ.ସା.ଗୁ. ହେଉଛି ସବୁଠୁ ବଡ଼ ସଂଖ୍ୟା ଯାହା ଉଭୟ ସଂଖ୍ୟାକୁ ବିଭକ୍ତ କରେ । ଏଲିମେଣ୍ଟ୍‌ସ୍‌ରେ ବର୍ଣ୍ଣିତ ଜ୍ୟାମିତି ଅନେକ ଦିନ ପର୍ଯ୍ୟନ୍ତ ଏକ ମାତ୍ର ଜ୍ୟାମିତି ବୋଲି ଧରା ଯାଉଥିଲା । ୧୯ଶ ଶତାବ୍ଦୀରେ ଆବିଷ୍କୃତ ଅଣ-ୟୁକ୍ଲିଡୀୟ ଜ୍ୟାମିତିରୁ ଅଲଗା କରିବା ପାଇଁ ଏବେ ତାକୁ ୟୁକ୍ଲିଡୀୟ ଜ୍ୟାମିତି କୁହାଯାଉଛି । ଅନ୍ୟାନ୍ୟ କାମ ଏଲିମେଣ୍ଟ୍‌ସ୍ ଛଡ଼ା ୟୁକ୍ଲିଡ୍‌ଙ୍କର ଅନ୍ତତଃ ୫ଟି କାମ ଏବେ ପର୍ଯ୍ୟନ୍ତ ଅଛି । ଏଗୁଡ଼ିକ ମଧ୍ୟ ସଂଜ୍ଞା ଓ ପ୍ରସ୍ତାବନାକୁ ଭିତ୍ତି କରିଥାଆନ୍ତି ।
୧୩୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଜାମୁଡୋଲି ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଗମନାଗମନ ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୯୨ କି.ମି. ଦୂରରେ ଅବସ୍ଥିତ । ଶିକ୍ଷା ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। ସଂସ୍କୃତି ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।
ପ୍ରେମ ଏକ ଭାବନାକୁ ବୁଝାଇଥାଏ । ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ । ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ, ପ୍ରଣୟ ଇତ୍ୟାଦି ପ୍ରେମର ଏକ ରୂପ । ପ୍ରେମ ଶବ୍ଦଟି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ବ୍ୟବହାର ହୋଇଥାଏ । ବିଭିନ୍ନ ଭାଷାରେ ଏହାର ସଜ୍ଞା ଭିନ୍ନ ଭିନ୍ନ । ପ୍ରେମ ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ହୋଇପାରେ । ବୈଜ୍ଞାନିକ ଚିନ୍ତାଧାରା ଗବେଷଣା ଅନୁଯାୟୀ ବିପରୀତ ଲିଙ୍ଗର ପ୍ରାଣୀମାନଙ୍କ ମଧ୍ୟରେ ଥିବା ଆକର୍ଷଣ ଯୋଗୁ ସେମାନେ ପରସ୍ପରର ନିକଟବର୍ତ୍ତୀ ହୋଇଥାନ୍ତି, ଏହାକୁ ପ୍ରେମ କୁହାଯାଏ । ଭାରତୀୟ/ଓଡ଼ିଆ ଚିନ୍ତାଧାରା ଭାରତୀୟମାନେ ସାଧାରଣତଃ ପ୍ରେମକୁ ଏକ ଶାଶ୍ୱତ ଭାବନା ବା ଭକ୍ତ ଭଗବାନଙ୍କ ସମ୍ପର୍କକୁ ବୁଝିଥାନ୍ତି । ଏହା ଛଡା କିଶୋର କିଶୋରୀମାନଙ୍କ ମଧ୍ୟରେ ଅଧିକ ଭାବେ ଏହି ପ୍ରେମ ଦେଖାଯାଏ । ହିନ୍ଦୁତ୍ୱ ହିନ୍ଦୁ ଧର୍ମରେ କାମଦେବଙ୍କ ସୂଚୀତ ସୁଖଦ, ଯୌନ ସମ୍ବଳିତ ପ୍ରେମ ହେଉଛି କାମ ।ବେଦରେ କାମକୁ ତୃତୀୟ ପୁରୁଷାର୍ଥ ଭାବେ ବର୍ଣ୍ଣନା କରାଯାଇଛି ।କାମଦେବ ଆଖୁର ଧନୁ ଓ ପୁଷ୍ପଶର ଧରି ଶୁକ ବାହନରେ ଭ୍ରମଣ କରନ୍ତି ।ପତ୍ନୀ ରତି ଓ ଋତୁରାଜ ବସନ୍ତ ତାଙ୍କର ସଦା ସହଚର ଥାଆନ୍ତି ।କର୍ଣାଟକର ବେଲୁର୍‌ ଚେନ୍ନାକେଶବ ମନ୍ଦିର କବାଟରେ କାମଦେବ ଓ ରତିଙ୍କର ଯୁଗଳମୂର୍ତ୍ତୀ ଦଣ୍ଡାୟମାନ ।କାମ ହେଉଛି ପ୍ରେମର ଅନ୍ୟ ଏକ ନାମ । ଏହା ବ୍ୟତୀତ ଭାରତରେ ଅନେକ ହିନ୍ଦୁ ମନ୍ଦିରରେ କାମ ତଥା ପ୍ରେମର ମୂର୍ତ୍ତି ଦେଖିବାକୁ ମିଳିଥାଏ ପ୍ରକ୍ରିୟା ପ୍ରେମ ପ୍ରଦର୍ଶନର ବିଭିନ୍ନ ପ୍ରକ୍ରିୟା ଅଛି । ସ୍ମିତହାସ୍ୟ, ଚୁମ୍ବନ, କୋଳାକୋଳି, ଆଲିଙ୍ଗନ ଇତ୍ୟାଦି । ଭର୍ତ୍ତୃହରିଙ୍କ ରଚିତ ଶୃଙ୍ଗାର ଶତକ, ଶ୍ରୀ ଜୟଦେବଙ୍କ ଗୀତ ଗୋବିନ୍ଦ ଓ ବ୍ୟାସଦେବଙ୍କ ରଚିତ ଭାଗବତ ଆଦି ଗ୍ରନ୍ଥରେ ଏହି ବିଷୟରେ ବର୍ଣ୍ଣନା କରାଯାଇଅଛି ।
ଚଉତିଶା ପୁରାତନ ଭାରତରେ ରଚିତ ଏକ ବିଶେଷ ପ୍ରକାର ଗୀତି କବିତା ସାହିତ୍ୟକୁ ବୁଝାଇଥାଏ । ଏହା ଓଡ଼ିଆ, ଅସିମୀୟା, ମୈଥିଳି ଓ ବଙ୍ଗଳା ଭାଷାରେ ଅଞ୍ଚଳଭେଦରେ ରଚିତ ହୋଇଥିଲା । ଚଉତିଶା ଶୈଳୀରେ ଗୋଟିଏ ଗୀତରେ ବର୍ଣ୍ଣମାଳାର ୩୪ଟି ଅକ୍ଷରକୁ ୨୪ଟି ପଦ ରଚନା କରାଯାଇଥାଏ । ପ୍ରତ୍ୟେକ ପଦର ସମସ୍ତ ଧାଡ଼ି ଗୋଟିଏ ଅକ୍ଷରରେ ଆରମ୍ଭ ହୋଇଥାଏ । ରଚନା ଶୈଳୀ କଠାରୁ କ୍ଷ ଯାଏଁ ବ୍ୟଞ୍ଜନ ବର୍ଣ୍ଣରେ ଚଉତିଶା ରଚିତ ହୋଇଥାଏ । ଚଉତିଶାର ଗୋଟିଏ ପଦ ବା ଗୋଟିଏ ପାଦରେ ଆଦି ବର୍ଣ୍ଣ ଗୋଟିଏ କ୍ରମରେ କଠାରୁ କ୍ଷ ପର୍ଯ୍ୟନ୍ତ ବର୍ଣ୍ଣମାଳାରେ ଆବଦ୍ଧ ହୋଇଥାଏ । ତେବେ କେତେକ ଜାଗାରେ ବ୍ୟତିକ୍ରମ ମଧ୍ୟ ଦେଖିବାକୁ ମିଳିଥାଏ । ବେଳେ ବେଳେ ଖ ବଦଳରେ କ୍ଷ ବ୍ୟବହାର ହୋଇଥିବାର ନଜିର ମିଳିଥାଏ । ସେହିପରି ଙ ଓ ଣ ବଦଳରେ ନ, ଛ ବଦଳରେ କ୍ଷ, ଖ, ଞ ବଦଳରେ ଛ ବ୍ୟବହାର ହୋଇଥାଏ । ପୁରାତନ ଓଡ଼ିଆ ଚଉତିଶାରେଜ, ଯ ପୁଣି ସ, ଶ, ଷ ବ୍ୟବହାରରେ କିଛି ନିର୍ଦ୍ଦିଷ୍ଟତା ନଥାଏ । କବିମାନେ ନିଜ ମନ ମୁତାବକ ତିନିଗୋଟି ସ ଓ ଦୁଇଗୋଟି ଜର ବ୍ୟବହାର କରିଥାନ୍ତି । ଯେପରି- -କୃଷ୍ଣକଳା ଚଉତିଶା ଇତିହାସ ପୁରାତନ ଓଡ଼ିଆ ଭାଷା ଓ ସାହିତ୍ୟରେ ଅନେକ ଚଉତିଶା ରଚିତ ହୋଇଥିଲା । ଏଯାବତ ଏହାର ସମ୍ଭାର କଳନା କରାଯାଇପାରିନାହିଁ । ଏଥିରୁ ଓଡ଼ିଆ ଗୀତିସାହିତ୍ୟ ଓ ଛାନ୍ଦ ସାହିତ୍ୟର ଉଦ୍ଭବ ହୋଇଛି । ଚଉତିଶା ରଚନା ଏକ ଆଳଙ୍କରିକ ରଚନା । କଠାରୁ କ୍ଷ ପର୍ଯ୍ୟନ୍ତ ୩୪ଟି ବ୍ୟଞ୍ଜନ ବର୍ଣ୍ଣର ଆଦିକ୍ରମରେ ରଚିତ ହୋଇଥିବା କବିତା ଚଉତିଶା ନାମରେ ନାମିତ । କେହି କେହି ଓଡ଼ିଆ କବି ଓଲଟ ଚଉତିଶା ମଧ୍ୟ ରଚନା କରିଥିବାର ଦେଖିବାକୁ ମିଳିଥାଏ । ଏହା 'କ୍ଷ' ରୁ ଆରମ୍ଭ ହୋଇ 'କ' ରେ ଶେଷ ହୋଇଥାଏ । ଅନ୍ଧକବି ଭୀମ ଭୋଇ ଏହି ପରି କେତେକଚଉତିଶ ରଚନା କରିଥିଲେ । ପ୍ରାଚୀ ସମିତି ପ୍ରକାଶିତ 'ଚଉତିଶା ମଧୁଚକ୍ର' ରେ ଏହି ପରି କେତେ ଗୋଟି ଚଉତିଶା ଦେଖିବାକୁ ମିଳିଥାଏ । ବହୁ ଚଉତିଶା ଏଯାବତ ପ୍ରକାଶ ଲାଭ କରିନଥିବାରୁ ଏସବୁ କାଳ ନିରୂପଣ କରାଯାଇପାରିନାହିଁ । ପୁରାତନ ଓଡ଼ିଆ ସାହିତ୍ୟରେ ଅନେକ ଚଉତିଶା ଲୋକପ୍ରିୟତା ହାସଲ କରିଥିଲା । ଏମାନଙ୍କ ମଧ୍ୟରେ କଳସା ଚଉତିଶା, କୋଇଲି ଚଉତିଶା ଆଦି ପ୍ରଧାନ । ପ୍ରାଚୀ ଓଡ଼ିଆ କାବ୍ୟମାନଙ୍କରେ ବିଭିନ୍ନ କବିତାର ବାଣୀ ବା ବୃତ୍ତର ବର୍ଣ୍ଣନା ରହିଛି । ଯେପରି ଆଷାଢ଼ ଶୁକ୍ଳ, ମୁନିବର ବାଣୀ ଆଦି, କିନ୍ତୁ ଏହି ସବୁ ରଚନା ଆଜି ଯାଏଁ ମିଳିନାହିଁ । ଏହି ଚଉତିଶାମାନଙ୍କର ସଂଖ୍ୟା ୧୦୦୦ରୁ ଅଧିକ ହେବ । ପ୍ରକାର ସନ୍ଦେଶମୂଳକ ଚଉତିଶା ଓଡ଼ିଆରେ ଅନେକ ଦୂତ ବା ସନ୍ଦେଶମୂଳକ ସାହିତ୍ୟ ରଚିତ ହୋଇଥିଲା । କୋଇଲି ଚଉତିଶା, କାଦମ୍ବିନୀ ଚଉତିଶା ଓ ଚିଟାଉ ଚଉତିଶା (ଉପେନ୍ଦ୍ର ଭଞ୍ଜ) ଆଦି ଏଥିମଧ୍ୟରୁ ପ୍ରଧାନ । ଜଣାଣ ବା ସ୍ତୁତିମୂଳକ ଚଉତିଶା ଓଡ଼ିଆରେ ବହୁ ପୁରୁଣା ଜଣାଣ ରହିଛି ଯାହା ଆଧାରରେ ଏବେ ମଧ୍ୟ କବିମାନେ ଜଣାଣ ରଚୁଆଛନ୍ତି । ଏହି ଜଣାଣ ଏବଂ ଚଉତିଶା ମଧ୍ୟରେ ଜଗବନ୍ଧୁ ଜଣାଣ (ସାଧୁ), ରାମଚନ୍ଦ୍ର ଜଣାଣ (ଭୋବନି), ସର୍ପ ଜଣାଣ (କବିସୂର୍ଯ୍ୟ ବଳଦେବ ରଥ) ଓ ଆର୍ତ୍ତତ୍ରାଣ ଚଉତିଶା (ଭକ୍ତକବି ଦୀନକୃଷ୍ଣ) ଆଦି ପ୍ରହନ ଅଟେ । ଉଲ୍ଲେଖଯୋଗ୍ୟ ଯେ ଜଣାଣ ଓ ଚଉତିଶା ଉଭୟରେ ଯଥେଷ୍ଟ ପାର୍ଥକ୍ୟ ରହିଛି । ଶୃଙ୍ଗାର ମିଳନ ଓ ବିରହମୂଳକ ଚଉତିଶା ପୁରାତନ ଓଡ଼ିଆ ସାହିତ୍ୟରେ ମିଳନ ଓ ବିରହମୂଳକ ଅନେକ ଚଉତିଶା ଦେଖିବାକୁ ମିଳିଥାଏ । ଏଥିରେ ସମ୍ଭୋଗ ଓ ବିପ୍ରଲମ୍ଭ ଶୃଙ୍ଗାରର ବର୍ଣ୍ଣନା ଦେଖାଯାଇଥାଏ । କାବ୍ୟଯୁଗରେ ଏହି ପରି ଅନେକ ଚଉତିଶା ଲେଖାଯାଇଥିଲା । ରାଧାକୃଷ୍ଣ ମିଲନ ଚଉତିଶା (ସୁଦର୍ଶନ ପଟ୍ଟନାଏକ), ରାଧାବିରହ ଚଉତିଶା (କେଶବ), ଶୀତବିଚ୍ଛେଦ ଚଉତିଶା (ପରମାନନ୍ଦ), ଅନୁରାଗ ରତ୍ନାକର ଚଉତିଶା (ଦୀନକୃଷ୍ଣ ଦାସ), ପ୍ରେମଚିନ୍ତାମଣି (ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା), ମଥୁରା ବିଜେ ଚଉତିଶା (ଗୋପୀନାଥ), କୃଷ୍ଣବିରହ ଚଉତିଶା (ଗୋପଜୀବନ) ଓ ଗୋକୁଳ ନରେନ୍ଦ୍ରଙ୍କର କୃଷ୍ଣବିରହ ଚଉତିଶା ଏହି ଶ୍ରେଣୀର । ବର୍ଣ୍ଣନାମୂଳକ ଚଉତିଶା ଏହୀ ପୌରଣିକ ଚଉତିଶା ଗୁଡ଼ିକରେ ନାନାଦି ପୌରାଣିକ ଓ ବାସ୍ତବ ଘଟଣାର ବର୍ଣ୍ଣନା କରାଯାଇଥାଏ । ପୁରାତନ ଓଡ଼ିଆ ସାହିତ୍ୟରେ ଶିଶୁ ଶ୍ୟାମଙ୍କର କୁସୁମିତ ଚୂତ କୁଞ୍ଜ ଚଉତିଶା, ନରସିଂହ ସେଣଙ୍କର କୁସୁମ ସମୟ କାଳେ (ଇନ୍ଦୁମତୀ ସ୍ୱୟମ୍ବର ବର୍ଣ୍ଣନା), ଦନାଇ ଦାସ (ଜନାର୍ଦନ ଦାସ)ଙ୍କର କାଳୀୟ ଦଳନ ଚଉତିଶା ଓ ଦ୍ୱିଜ ଶ୍ରୀଧରଙ୍କର ଗୁଣ୍ଡିଚାବିଜେ ଚଉତିଶା ଆଦି ପ୍ରଧାନ । ଆଳଙ୍କାରିକ ଚଉତିଶା ପୁରାତନ ଓଡ଼ିଆ ସାହିତ୍ୟରେ ଅନେକ ଅଳଙ୍କାରିକ ତଥା କାବ୍ୟତତ୍ତ୍ୱ ନାନାଦି ବିଷୟକୁ ନେଇ ଚଉତିଶା ଲେଖାଯାଇଅଛି । ନାରାୟଣଙ୍କ ଲିଖିତ ଚଉତିଶାମାଳାରେ ନାରୀମାନଙ୍କର ନାନା ବିଭାଗରେ ସ୍ୱାଧିନଭର୍ତ୍ତୃକା, ବାସକସଜ୍ଜା, କଳହାନ୍ତରିତା ଓ ଅଭିସାରିକା ଆଦି ନାୟିକାମାନଙ୍କ କଥା ବଖଣାଯାଇଅଛି । ଲୋକନାଥ ଦାସଙ୍କ ଛନ୍ଦ ଶ୍ଲେଷ ଯମକ ଚିନ୍ତାମଣି ଓ ଉପେନ୍ଦ୍ର ଭଞ୍ଜଙ୍କ ଯମକରାଜ ଚଉତିଶା ଏହି ଶ୍ରେଣୀର । ଶ୍ଳୋକ ବା ବିଳାପମୂଳକ ଚଉତିଶା ଏହି ପ୍ରକାରର ଚଉତିଶାର ସଂଖ୍ୟା ଅନେକ । ଏହି ସବୁ କରୁଣ ରସ ପ୍ରଧାନ ଓ ଓଡ଼ିଶାର ଗାଉଁଲି ଜୀବନ ଓ ସାହିତ୍ୟରେ ପ୍ରଧାନ ସାହିତ୍ୟରେ ପ୍ରଧାନ ସ୍ଥାନ ଅଧିକାର କରିଅଛି । କବି ରଘୁନାଥଙ୍କର କୌଶଲ୍ୟା ବିଳାପ ଚଉତିଶା, ହଋମାତଙ୍କର କାନ୍ଦି କହେ ନନ୍ଦରାଣୀ ଓ ମୁକୁନ୍ଦ ରଚିତ କରେ କୋଦଣ୍ଡ ଚଉତିଶା ଏହି ଶ୍ରେଣୀର ରଚନା ଅଟେ । ବ୍ରହ୍ମଜ୍ଞାନମୂଳକ ଚଉତିଶା ଓଡ଼ିଶାରେ ଜ୍ଞାନମିଶ୍ର ସନ୍ଥକବିମାନେ ଅନେକ ବ୍ରହ୍ମଜ୍ଞାନ ମୂଳକ ଚଉତିଶା ଲେଖିଯାଇଅଛନ୍ତି । ଗାଁ ଗହଳିରେ ଅତି ସାଧାରଣ ସ୍ତରରେ ଶରୀର ଭେଦ ବା ବ୍ରହ୍ମଜ୍ଞାନମୂଳକ ଚଉତିଶାଗୁଡ଼ିକ ଭଜନ ମାଧ୍ୟମରେ ଗୀତ ଓ ଆଲୋଚିତ ହୋଇଥାଏ । ଏହି ସବୁ ଚଉତିଶା ଶରୀର ଭେଦ ଚଉତିଶା ନାମରେ କଥିତ । ଶିଶୁବେଦ ଚଉତିଶା (ଅଜଣା କବି), ଦ୍ୱରିକ ଦାସଙ୍କ ବାଳବୋଲି ଚଉତିଶା ଓ ମରୁଆ ଫୁଲ ଚଉତିଶା, ଜଗନ୍ନାଥ ଦାସଙ୍କ କମଳ କେଶର ଚଉତିଶା, ହଋଦାସଙ୍କର ଗୋପୀଜ୍ଞାନ ଚଉତିଶା, ନନ୍ଦା ଅରକ୍ଷିତଙ୍କର ରସବ୍ରହ୍ମ ଚଉତିଶା, ପରସୁରମ ଦାସଙ୍କର କହୁଅଛି ମୁଁ ଯେ ମନକୁ ଆଦି ଚଉତିଶା ଏହି ଶ୍ରେଣୀର । ବୈରାଗମୂଳକ ଚଉତିଶା ନଶ୍ୱରତା ଓ ବୈରାଗ ପରାୟଣତାକୁ ନେଇ ପ୍ରାଚୀନ ସାହିତ୍ୟରେ ଅନେକ ଛୋଟ ବଡ଼ କବିତା ରଚିତ ହୋଇଥିଲା । ଏହିପ୍ରକାର ଚଉତିଶା ଭିତରୁ ଭକ୍ତଚରଣ ଦାସଙ୍କ ମନବୋଧ ଚଉତିଶା ପ୍ରଧାନ । ହରିଦାସଙ୍କର କହିଲି ମତେ ନ ବୁଝିଲୁ ମାନଦୀ ଏହି ଶ୍ରେଣୀର । ଏହି ସବୁ ପ୍ରଧାନ ବିଭାଗକୁ ଛାଡ଼ି ଆହୁରି ଅନେକ ବିଷୟରେ ଅନେକ ବିଷୟରେ ଚଉତିଶା ଲେଖାଯାଇଛି । ପୁରାତନ ଓଡ଼ିଆ ଗଣିତଶାସ୍ତ୍ରରେ ଅନେକ ଗଣିତସୂତ୍ର, ଜ୍ୟୋତିଷ ଶାସ୍ତ୍ରରେ ଅନେକ ଗଣନା ସମ୍ବନ୍ଧୀୟ ବର୍ଣ୍ଣନା, କାମଶାସ୍ତ୍ର, ବୈଦ୍ୟଶାସ୍ତ୍ରରେ ଅନେକ ବିଷୟ ଚଉତିଶା ଭାବରେ ଲେଖାଯାଇଥିଲା । ଏହା ଛଡ଼ା ଶାଶୁବୋହୁ ଛଟା ଓ ଉପଦେଶମୂଳକ ଅନେକ ଚଉତିଶା ରଚିତ ହୋଇଥିଲା । ପୁରାତନ ଓଡ଼ିଆ ସାହିତ୍ୟରେ ଚଉତିଶାକୁ ପୁରୋଭାଗରେ ରଖାଯାଇଥାଏ । ଏହା ଏକ ବିଶାଳ ଗୀତିସାହିତ୍ୟ ଅଟେ । ଚଉତିଶାର ସମକକ୍ଷ ସାହିତ୍ୟ ହେଉଛି ଚଉପଦୀ ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୩ ଜୁନ ବର୍ଷର ୧୬୪ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୬୫ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୦୧ ଦିନ ବାକି ଅଛି ।
କେକ ଲୋକ ସି ବୌଦ୍ଧ ମନ୍ଦିର ଏୟାର ଇଟାମରେସ୍ଥିତ ରହିଛି । ପେନାଙ୍ଗରେ ସମୁଦ୍ରର ସାମ୍ନା କରିବାକୁ ପଡିଥାଏ ଏବଂ ଏକ ପ୍ରଭାବଶାଳୀ ଉଦେଶ୍ୟର ଆଦେଶ ଦେଇଥାଏ ଓ ଏହାର ଏକ ଦ୍ୱୀପରେ ପ୍ରସିଦ୍ଧ ମନ୍ଦିର ରହିଛି । ଏହି ମନ୍ଦିରକୁ ମାଲେସିଆର ସବୁଠାରୁ ବଡ଼ ମନ୍ଦିର ରୂପେ ମାନିନିଆଯାଏ । ଏହା ହଙ୍କକଙ୍ଗ, ଫିଲିପାଇନ୍ସ, ସିଙ୍ଗାପୁର ଏବଂ ଦକ୍ଷୀଣ-ପୂର୍ବ ଏସିଆର ଅନ୍ୟ ଦେଶର ବୌଦ୍ଧ ପାଇଁ ମହତ୍ୱପୁର୍ଣ ତୀର୍ଥ ସ୍ଥଳ ରହିଛି । ୧୯୮୦ ମସିହାରୁ ୧୯୩୦ ଅବଧୀରେ ମନ୍ଦିରର ଏହି ସମଗ୍ର ପରିସରର ନିର୍ମାଣ କରାଯାଇଥିଲା । ପରିସରର ମୁଖ୍ୟ ଆକର୍ଷଣ, ରାମ (ପୋଗୋଡ ଅଫ ଦଶ ହଜାର ବୁଦ୍ଧ)ଙ୍କ ହଡତାଳି ସାତ-ମଞ୍ଜିଳି ଶିବାଳୟ ରହିଛି, ଯେଉଁଥିରେ ୧୦୦୦୦ ଅଲବାଷ୍ଟର ଏବଂ ବୁଦ୍ଧଙ୍କ କଂସା ପ୍ରତିମା ରହିଛି ଓ 36.57 (120.0 ) ଲମ୍ବା ଦୟା ଦେବୀଙ୍କ କଂସା ପ୍ରତିମା ରହିଛି । ମହାୟାନ ବୌଦ୍ଧ ଧର୍ମ, ତୀବତ୍ତ ବୌଦ୍ଧ ଧର୍ମ ଏବଂ ପରମ୍ପରାଗତ ଚୀନୀ ଅନୁଷ୍ଠାନ ଏକ ସାମଞ୍ଜସ୍ୟ ପୂର୍ଣ ପୂରେରେ ଦୁଇ ମନ୍ଦିର ବାସ୍ତୁକଳା ଓ କଳାକୃତି ଷିତ ଉପାସକମାନଙ୍କ ଦୈନିକ ଗତିବିଧିରେ ମଧ୍ୟ ସାମିଲ ରହିଛି । ମନ୍ଦିରକୁ ସବୁ ସ୍ତରରେ ଏବଂ ସମସ୍ତ ଧାର୍ମିକ ଜିନିଷ ବିକ୍ରିର ମୁଖ୍ୟ ମନ୍ଦିର ପରିସର ଭିତରେ ଦୋକାନ ଷିତ ଓଜନ ମାତ୍ରାରେ ବ୍ୟାପାର କରାଯାଏ । ଇତିହାସ ମନ୍ଦିରର ନିର୍ମାଣ ୧୮୯୦ ମସିହାରେ ଆରମ୍ଭ ହୋଇଥିଲା ଏବଂ ୧୯୦୫ ମସିହାରେ ପୂରଣ କରାଗଲା । ପେନାଙ୍ଗରେ ଚୀନର କାଉନସିଲର ପ୍ରତିନିଧି କିଙ୍ଗ ସରକାରଙ୍କୁ ମନ୍ଦିର ଭବ୍ୟତାର ସୂଚନା ଦେଇଥିଲେ, ଏହାପରେ ଗୁଆଙ୍ଗୁକ୍ସୁ ସମ୍ରାଟ ବିଜିଙ୍ଗରେ ବୀଓନ ନେବାପାଇଁ ୧୯୦୪ ମସିହାରେ ଆମନ୍ତ୍ରିତ କରିଥିଲେ ଏବଂ ତାଙ୍କୁ ଦେଇଥିଲେ । ଭଜନ ଏବଂ ବୌଦ୍ଧ ଧର୍ମର ଅନ୍ୟ ପବିତ୍ର କାମର ୭୦,୦୦୦ ଖଣ୍ଡ (୭୦୦୦ର ମଧ୍ୟ ଉଲ୍ଲେଖ କରାଯାଇଛି) ଆହୁରି ମଧ୍ୟ ତାକୁ ପ୍ରସ୍ତୁତ କରୁଥିବା ଆଦେଶକୁ ପେନାଙ୍ଗର ମୁଖ୍ୟ ପୂଜାରୀର ଗରିମା ରୂପେ ଅଭିଷେକ କରିଥିଲେ ଓ ପେନାଙ୍ଗରେ ସମସ୍ତ ଚୀନ ମନ୍ଦିରର ପ୍ରମୁଖ ରୂପେ ଏୟାର ଇଟାମରେ ଚୀନ ମନ୍ଦିର ଘୋଶିତ କରିଥିଲା । ପେନାଙ୍ଗର ଫେରିବାରେ ଏକ ଶାହି ଜୁଲୁସ, ଏକ ରତନ ଚୌକିରେ ଆକ୍ଷେପକୁ ନେଇ ଏବଂ ଟଟୁତ ଚାଳିତ ଗାଡ଼ିରେ ଧର୍ମ ଗ୍ରନ୍ଥର ଆୟୋଜନ କରାଯାଇଥିଲା ଯାହା ମନ୍ଦିର ପରିସରରେ ଅଗ୍ରଣିଥିଲା । ୧୯୩୦ ମସିହାରେ , ମନ୍ଦିରର ୭ତମ ମଞ୍ଜିଳା ମୁଖ୍ୟ ଶିବାଳୟ କିମ୍ବା "ବାନ ପୋ ଥାର" ର ପୌଗୋଡା, ଦଶ ହଜାର ବୁଦ୍ଧ, ଏକ 30 (98 ) ଉଚ୍ଚ ସରଞ୍ଚନା ପୂରଣ କରାଯାଇଥିଲା । ଏହି ଶିବାଳୟ ଥାଇଲ୍ୟାଣ୍ଡ ଡିଜାଇନର ମଧ୍ୟ ସ୍ତର ଓ ଏକ ବର୍ମା ମୁକୁଟ ମହ୍ଯାନ ଏବଂ ଥିବାର ବୌଦ୍ଧ ଧର୍ମ ଦ୍ୱୟର ମନ୍ଦିରକୁ ମିଶ୍ରଣକୁ ଦର୍ଶାଇ ଏକ ଚୀନୀ ଅଷ୍ଟକୋଣୀୟ ଆଧାରକୁ ଯୋଡିଥାଏ । ଏହି ଯାତୀୟ ଏବଂ ଧାର୍ମିକ ବିବିଧତାର ସମନ୍ୱିତ ବାଦ ପ୍ରସ୍ତୁତ କରିଥାଏ । ଏଠାରେ ଥାଇଲ୍ୟାଣ୍ଡର "ରାଜା ଭୂମୀବୋଲ" ଦ୍ୱାରା ଦାନ କରାଯାଇଥିବା ବୁଦ୍ଧଙ୍କ ଏକ ବଡ଼ ମୂର୍ତ୍ତି ରହିଛି । ମନ୍ଦିର ପରିଷରରେ ଏକ ବଡ଼ ହାଇଡ୍ରାଇକଲି ସଞ୍ଚାଳୟ ଘଟିଛି, ଯାହା ପ୍ରାୟତଃ ଅନ୍ତରାଳରେ ଉଚ୍ଚ ପିଚ ଷିତ ଟୋଲ କରିଥାଏ । ମନ୍ଦିରରେ କାଠ ଏବଂ ପଥରର ନକ୍କାଶିଦାର ରୂପରେ ଦେଖାଯାଇଥାଏ , ପ୍ରତ୍ୟେକ ଦେବତାଙ୍କ ସାମ୍ନାରେ ବହୁ ଆକର୍ଷକ ନିଳମ୍ବିତ ଲ୍ୟାମ୍ପ ସହିତ ବହୁସାରା ମହମ୍ବତୀ ରହିଥାଏ ଏବଂ ଉପସ୍ଥିତିରେ ବଡ଼ ସଂଖ୍ୟାରେ ପୂଜାରୀ ମାନଙ୍କ ସହିତ ପ୍ରାର୍ଥନା କରାଯାଏ । ବାର୍ଷିକ କାର୍ଯ୍ୟକ୍ରମ ଏହି ମନ୍ଦିର ପେଗାଙ୍ଗରେ ଚୀନୀ ସମୁଦାୟର ପର୍ବର କେନ୍ଦ୍ରବିନ୍ଦୁ ଅଟେ । ଚୀନୀ ନବବର୍ଷ ସମାରୋହ ବିଷେଶକରି ପ୍ରଭାବଶାଳୀ ହୋଇଥାଏ । ଚୀନୀ ନବବର୍ଷର ୩୦ ଦିନପରେ ମନ୍ଦିର ଡେରି ରାତି ପର୍ଯ୍ୟନ୍ତ ଖୋଲାଥାଏ । ପର୍ବଦିନ ଜଟିଳ ହଜାର ଲଣ୍ଠନରେ ସଜାଯାଏ ଯାହା ଭକ୍ତମାନଙ୍କଦ୍ୱାରା ପ୍ରସ୍ତୁତ ଦାନର ପ୍ରତିନିଧିତ୍ୱ କରିଥାଏ ।
ପ୍ରସନ୍ନ କୁମାର ପଣ୍ଡା (୧୬ ଜୁନ ୧୯୨୨ - ୧୬ ଡିସେମ୍ବର ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛ ' ଥର କାର୍ଯ୍ୟ କରିଥିଲେ । ୧୯୬୧, ୧୯୬୭ ୧୯୭୪, ୧୯୮୫, ୧୯୯୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରଜରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ, ୪ର୍ଥ, ୬ଷ୍ଠ, ୯ମ, ୧୦ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ପ୍ରସନ୍ନ କୁମାର ପଣ୍ଡା ୧୯୨୨ ମସିହାର ଜୁନ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସଚ୍ଚିଦାନନ୍ଦ ପଣ୍ଡା । ରାଜନୈତିକ ଜୀବନ ପ୍ରସନ୍ନ କୁମାର ପଣ୍ଡା ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛ ' ଥର କାର୍ଯ୍ୟ କରିଥିଲେ । ବିଧାନ ସଭା ଓ ଲୋକ ସଭା ସଭ୍ୟ ବିବରଣୀ ମୃତ୍ୟୁ ପ୍ରସନ୍ନ କୁମାର ପଣ୍ଡା ୧୯୯୭ ମସିହାର ଡିସେମ୍ବର ୧୬ ତାରିଖରେ ୭୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଆଘାତୋତ୍ତର ଚାପ ବେମାରୀ ଏକ ମାନସିକ ବେମାରୀ ଯାହା ଜଣେ ମଣିଷ ଯୌନ ଆକ୍ରମଣ, ଯୁଦ୍ଧ, ଗାଡ଼ି ଧକ୍କା ବା ଅନ୍ୟାନ୍ୟ ଜୀବନ ଆଶଙ୍କା ଥିବା ଘଟଣା ପରେ ବାହାରେ । ଏହି ରୋଗର ଲକ୍ଷଣ - ବ୍ୟାକୁଳ ଭାବନା, ଅନୁଭବ ବା ଆଘାତ ସମ୍ପର୍କୀୟ ଘଟଣାର ସ୍ୱପ୍ନ, ଆଘାତ ସମ୍ପର୍କୀୟ ସଂକେତ ମିଳିବାରେ ବ୍ୟାକୁଳତା, ମଣିଷର ଭାବନା ଓ ଅନୁଭବରେ ପରିବର୍ତ୍ତନ ଓ ଯୁଦ୍ଧ ବା ପଳାୟନ ପ୍ରତିକ୍ରିୟା । ଘଟଣାର ଏକ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ଲକ୍ଷଣ ରହେ । ଅଳ୍ପ ବୟସ୍କ ପିଲା ସଙ୍କଟ ଅଭିବ୍ୟକ୍ତି କମ୍ କରନ୍ତି କିନ୍ତୁ ଖେଳ ମାଧ୍ୟମରେ ଏହା ପ୍ରକାଶ ପାଏ । ଏହି ରୋଗୀମାନଙ୍କର ଆତ୍ମହତ୍ୟା ସଙ୍କଟ ରହେ । ଆଘାତଗ୍ରସ୍ତ ଅଧିକାଂଶ ଲୋକଙ୍କର ଏହି ରୋଗ ହୁଏ ନାହିଁ । ବାଳ ଶୋଷଣ ଓ ଧର୍ଷଣ ଭଳି ପାରଷ୍ପରିକ ଆଘାତ ପାଇଥିବା ଲୋକର ଦୁର୍ଘଟଣା ବା ପ୍ରାକୃତିକ ଆପଦ ପୀଡ଼ିତ ଲୋକଙ୍କ ଅପେକ୍ଷା ଏହି ରୋଗ ହେବା ସମ୍ଭାବନା ଅଧିକ ରହେ । ଧର୍ଷଣ ପରେ ପ୍ରାୟ ଅର୍ଦ୍ଧେକ ଲୋକଙ୍କୁ ଏହି ରୋଗ ହୁଏ । ଦଶ ବର୍ଷରୁ କମ୍ ବୟସର ପିଲାଙ୍କୁ ଏହି ରୋଗ ହେବା ସମ୍ଭାବନା କମ୍ । ଆଘାତ ଘଟଣା ସ‌ହିତ ନିର୍ଦ୍ଦିଷ୍ଟ ଲକ୍ଷଣ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଆଘାତପ୍ରାପ୍ତ ଲୋକର ଲକ୍ଷଣ ବାହାରିବା ସଙ୍ଗେ ସଙ୍ଗେ ବ୍ୟବ‌ହାରିକ ପରାମର୍ଶ ବା କାଉନସେଲିଙ୍ଗଦ୍ୱାରା ରୋଗ ପ୍ରତିଷେଧ କରାଯାଇ ପାରେ କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୁଏ ନାହିଁ । ଏହି ରୋଗୀଙ୍କର ଔଷଧ ଓ ପରାମର୍ଶଦ୍ୱାରା ଚିକିତ୍ସା କରାଯାଏ । ଭିନ୍ନ ଭିନ୍ନ ପ୍ରକାରର ପରାମର୍ଶ ଉପକାରୀ ହୁଏ । ବ୍ୟକ୍ତିଗତ ଓ ଦଳଗତ ଭାବରେ ଚିକିତ୍ସା କରାଯାଇ ପାରେ । ସିଲେକ୍ଟିଭ ସେରୋଟୋନିନ୍ ରିଅପଟେକ ଇନହିବିଟର ଟାଇପର ଅବସାଦରୋଧୀ ଔଷଧ ପ୍ରଥମ ଧାଡ଼ି ଔଷଧ ରୂପେ ଦିଆଯାଏ ଓ ଏହାଦ୍ୱାରା ଅଧା ଲୋକଙ୍କର ଉପକାର ହୁଏ । ପରାମର୍ଶ ଅପେକ୍ଷା ଏହା କମ୍ ଉପକାରୀ । ଓଷଧ ଓ ପରାମର୍ଶର ମିଶ୍ରିତ ଉପକାର ବିଷୟରେ ସ୍ପଷ୍ଟ ସୂଚନା ନାହିଁ । ଦିଆଯାଉଥିବା ଅନ୍ୟ କେତେକ ଔଷଧର ଉପକାରୀତା ବିଷୟରେ ପ୍ରମାଣ ନାହିଁ; ବେଞ୍ଜଡାୟାଜେପିନ ଦେଲେ ଓଲଟା ଖରାପ ଦିଗକୁ ରୋଗି ଗତି କରେ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗର ଶିକାର ବର୍ଷକୁ ପ୍ରାୟ ୩.୫% ବ‌ୟଃପ୍ରାପ୍ତ ଲୋକ ହୁଅନ୍ତି ଓ ୯% ଲୋକ ଜୀବନର କୌଣସି ସମୟରେ ରୋଗ ଭୋଗନ୍ତି । ପୃଥିବୀର ଅନ୍ୟ ସମସ୍ତ ସ୍ଥାନରେ ବର୍ଷକୁ ପ୍ରାୟ ୦.୫%ରୁ ୧% ଲୋକ ଏହାର ଶିକାର ହୁଅନ୍ତି । ସଶସ୍ତ୍ର ଲଢ଼େଇରେ ଏହି ରୋଗ ହାର ଅଧିକ ହୋଇପାରେ । ମହିଳାଙ୍କ କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ଅଧିକ ହୁଏ । ପୁରାତନ ଗ୍ରୀକ ଅମଳରୁ ଏହି ରୋଗର ଲକ୍ଷଣମାନଙ୍କ ବିଷୟରେ ଲିଖିତ ଅଛି । ବିଶ୍ୱ ଯୁଦ୍ଧ ସମୟରେ ଏହାର ଅନୁଶୀଳନ ଅଧିକ ଥିଲା ଓ ଏହାକୁ ସେଲ ସକ୍ ବା କୋମ୍ବାଟ ନିଉରୋସିସ୍ ଇତ୍ୟାଦି ଭିନ୍ନ ବିନ୍ନ ନାମ ଦିଆଯାଇଥିଲା । ସନ ୧୯୭୦ଠାରୁ ଆଘାତୋତ୍ତର ଚାପ ବେମାରୀ ନାମକରଣ କରାଗଲା ଓ ଭିଏତନାମ ଯୁଦ୍ଧରେ ଅଧିକାଂଶ ମିଲିଟାରୀ ବିଶାରଦମାନେ ଏହି ନାମ ଦେଇଥିଲେ । ସନ ୧୯୮୦ରେ ଆମେରିକାନ ସାଇକିଆଟ୍ରିସ୍ଟ ଆସୋସିଏନ ଏହି ନାମକୁ ତାଙ୍କର ଏକ ପତ୍ରିକା ( ବା - )ର ତୃତୀୟ ସଂସ୍କରଣରେ ଔପଚାରିକ ମାନ୍ୟତା ଦେଇଥିଲେ ।
ଲିଆ (ବା ଖଇ)ଧାନକୁ ଭାଜି ସେଥିରୁ ତିଆରି କରାଯାଉଥିବା ଏକ ପ୍ରକାର ଖାଦ୍ୟ । ଏହା ଓଡ଼ିଶାରେ ମୁଖ୍ୟତ ଖିଆହୁଏ । ଏହାକୁ ଖଇ ମଧ୍ୟ କୁହାଯାଇଥାଏ । ଏଥିରୁ ତିଆରି ଅନ୍ୟ ଏକ ଖାଦ୍ୟ ହେଲା ଉଖୁଡ଼ା ଯାହା "ଲିଆ" ରେ ଗୁଡ଼ ପାଗ ଦେଇ ତିଆରି କରାଯାଇଥାଏ । .ଚାଉଳକୁ ତତଲା ବାଲିରେ ଭାଜି ଏହା ତିଆରି କରାଯାଇଥାଏ । ଏଥିରେ ତରଳ ଓ ବହଳ ଗୁଡ଼ ପାଗ ଦେଇ ଉଖୁଡ଼ା ତିଆରି କରାଯାଇଥାଏ । ଲିଆରୁ ତିଆରି କୋରାଖଇ ଲିଙ୍ଗରାଜଙ୍କ ପାଖରେ ଭୋଗ ରୂପେ ଲାଗିଥାଏ । ଖଇଚଲା ମାଟି ହାଣ୍ଡିରେ ବାଲିକୁ ଗରମ କରି ସେଥିରେ ଧାନକୁ ପକାଯାଏ, ତା 'ପରେ ଧାନ ଫୁଟିଲା ପରେ ଲିଆ ବା ଖଇରେ ପରିଣତ ହୋଇଥାଏ । ସେ ଖଇରେ ଧାନ ଲାଗି ରହିଥାଏ,ସେହି ଧାନ ବା ତସୁ ଗୁଡ଼ିକୁ ଖଇରୁ ଅଲଗା କରିବା ପାଇଁ ଏକ ବାଉଁଶ ତିଆରି ପାତ୍ର ବ୍ୟବହାର କରାଯାଏ, ଯାହାର ନାମ ଖଇଚଲା ବା ଖଇଚଲା ଚାଲୁଣି । ବାଉଁଶ ପାତ ଗୁଡ଼ିକୁ ସାଇଜ କରି ବୁଣାକାରମାନେ ଏପରି ତିଆରି କରିଥାନ୍ତି ଯେପରି ତସୁଗୁଡ଼ିକ ତଲକୁ ଖସି ପଡ଼ିବ ଓ ଲିଆଗୁଡ଼ିକ ଅଲଗା ହୋଇ ରହିଯିବ । ବାଉଁଶ ପାତ ଗୁଡ଼ିକୁ ଛନ୍ଦି ବୁଣିଲା ବେଳେ ଛୋଟ ଛୋଟ ଫୋଡ଼ ରହିଥାଏ ଯେଉଁ ଛିଦ୍ର ଲିଆରୁ ତସୁ ଅଲଗା କରିବା ପାଇଁ ସାହାଯ୍ୟ କରେ ।
ମୁସ୍ତାକ କାକ ଡୋଗ୍ରି/କାଶ୍ମୀରୀ: (ଦେବନାଗରୀ), (ନାସ୍ତାଲୀକ); ଜନ୍ମ: ୧୯୬୧; ଜନ୍ମସ୍ଥାନ: ଜାମ୍ମୁ କାଶ୍ମୀର, ଭାରତ ଜଣେ ଭାରତୀୟ ଅଭିନେତା ତଥା ନିର୍ଦ୍ଦେଶକ । ସେ ୧୦୦ରୁ ଅଧିକ ମଞ୍ଚ ନାଟକର ନିର୍ଦ୍ଦେଶନା ଦେବା ସହିତ ଅନେକ ହିନ୍ଦୀ ଓ ଇଂରାଜୀ ଭାଷାର କଥାଚିତ୍ରରେ ଅଭିନୟ କରିଛନ୍ତି । ଜାମ୍ମୁ ଫିଲ୍ମ ଫେଷ୍ଟିଭାଲର ଜଣେ ଜୁରୀ ଭାବରେ ସେ କାମ କରିଛନ୍ତି । ବ୍ୟକ୍ତିଗତ ଜୀବନ କାକ ୧୯୬୧ ମସିହାରେ ଜାମ୍ମୁ କାଶ୍ମୀରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ଜାମ୍ମୁ-କାଶ୍ମୀରର ଅଧିବାସୀ, ତାଙ୍କ ପିତା କାଶ୍ମୀର କାକ ଜାତିର ହୋଇଥିବାବେଳେ ତାଙ୍କ ମାଆ ଡୋଗ୍ରା ସମ୍ପ୍ରଦାୟର । ଅଭିନୟ ଜୀବନ ଆରମ୍ଭ ସମୟରେ ସେ ନୂଆ ଦିଲ୍ଲୀର ଶ୍ରୀ ରାମ ସେଣ୍ଟର ସହିତ ଜଣେ କଳାତ୍ମକ ନିର୍ଦ୍ଦେଶକ ଭାବରେ ଜଡ଼ିତ ଥିଲେ । ସେ ଅନ୍ଧା ୟୁଗ, ମାଲିକ ଏବଂ ପ୍ରତିବିମ୍ବ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମଧ୍ୟ ପାଇଛନ୍ତି । ତାଙ୍କର ନାଟକ ମଧ୍ୟରୁ ମହା ବ୍ରାହ୍ମଣ ଏବଂ ଆଲ୍ଲାବାଦ ଯଥାକ୍ରମେ ୧୯୯୯ ଏବଂ ୨୦୦୦ ମସିହା ପାଇଁ ସର୍ବୋତ୍ତମ ନାଟକ ଭାବରେ ବିବେଚିତ ହୋଇଥିଲା । କାର୍ତ୍ତିକ ଚୌଧୁରୀଙ୍କ ସହ ତାଙ୍କର ପ୍ରଯୋଜିତ ନାଟକ ଅଣ୍ଡୋରା ଏକ ବଡ଼ ହିଟ୍ ହୋଇଥିଲା । ସେ ବିଭିନ୍ନ ଲେଖକଙ୍କ କାହାଣୀକୁ ନେଇ ୧୦୦ରୁ ଅଧିକ ନାଟକର ନିର୍ଦ୍ଦେଶନା ଦେଇଥିଲେ । ସେଥିମଧ୍ୟରୁ ସାଦତ ହାସନ ମଣ୍ଟୋସ, ଆଣ୍ଟୋନ ଚେକୋଭଙ୍କ ଚେରି କା ବାଗିଚା, ବିଜୟ ତେନ୍ଦୁଲକରଙ୍କ ଘନସୀ ରାମ କୋଟୱାଲ, କ୍ରିଷ୍ଣା ଚାନ୍ଦଙ୍କ ଗଧେ କି ୱାପସି, ଶରଦ ଯୋଶୀଙ୍କ ଆଲ୍ଲାବାଦ ଆଦି ଅନ୍ୟତମ । ସେ ହିଜାକ୍, ସିକନ୍ଦର, ଶୀକାରା, ବିଶ୍ୱରୂପମ୍, ବିଶ୍ୱରୂପମ୍ ୨, ରୋମିଓ ଆକବର ୱଲ୍ଟର, କେଶରୀ, ଢିସୁମ୍ ଭଳି ହିନ୍ଦୀ କଥାଚିତ୍ର ସହିତ ହଲିଉଡ଼ କଥାଚିତ୍ର ଅମାଲରେ ଅଭିନୟ କରିଛନ୍ତି । ଏହା ସହି ଦି ଫ୍ୟାମିଲି ମ୍ୟାନ୍ ଭଳି ୱେବ୍ ସିରିଜ୍‌ରେ ମଧ୍ୟ କାମ କରିଛନ୍ତି ।
ଲାଞ୍ଜିଗଡ ଏୟାରସ୍ତ୍ରୀପ ( : 0093) : 0093 ଭାରତୀୟ ରାଜ୍ୟ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଶିଳ୍ପାଞ୍ଚଳ ଲାଞ୍ଜିଗଡଠାରେ ବେଦାନ୍ତ ଉଦ୍ୟୋଗର ମାଲିକାନାରେ ସ୍ଥାପିତ ଏହି ଏୟାରସ୍ତ୍ରୀପ ବେଦାନ୍ତର ବ୍ୟକ୍ତିଗତ ବ୍ୟବହାର ତଥା ବିଶେଷ ପରିସ୍ଥିତିରେ ବ୍ୟବହାର ହେଇଥାଏ । ଏହାର ନିକଟସ୍ଥ ବିମାନ ବନ୍ଦର ବଲାଙ୍ଗିର ସହରର ଉତକେଲା ଏୟାରସ୍ତ୍ରୀପ । ଲାଞ୍ଜିଗଡ ଲାଞ୍ଜିଗଡ଼ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୨୫ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୧୦ କି.ମି ଦୂରତାରେ ଅବସ୍ଥିତ ।ଏଠାରେ ବେଦାନ୍ତ ବକ୍ସାଇଟ ଧାତୁ ପାଇଁ ଏକ ରିଫାଇନେରୀ ସ୍ଥାପନ କରି ବାର୍ଷିକ ୧ ମିଲିୟନ ଟନ ବକ୍ସାଇଟ ଧାତବ ବ୍ୟବହାର କରିଥାଏ । ଏହି ଧାତବ କଞ୍ଚାମାଲ ଓଡ଼ିଶା ମାଇନିଙ୍ଗ କର୍ପୋରାତିୟନ ଜରିଆରେ ନିୟମଗିରି ପର୍ବତରେ ଥିବା ଖଣିରୁ ଆସିଥାଏ । କିନ୍ତୁ ବର୍ତ୍ତମାନ ଏହାର ମୂଲ୍ୟ ବୃଦ୍ଧହୀ ଓ ଚାହିଦାର ଅଭାବ ଦର୍ଶାଇ ବେଦାନ୍ତ ଏହି ଲାଞ୍ଜିଗଡ ରିଫାଇନେରୀକୁ ବନ୍ଦ କରିଦେବାକୁ ପଦକ୍ଷେପ ନେବାକୁ ଆରମ୍ଭ କଲାଣି ।
ଏହି ପ୍ରୁଷ୍ଠାରେ ଭାରତୀୟ ଜାତୀୟ କ୍ରିକେଟ ଦଳର ରେକର୍ଡ ସବୁ ଉପଲବ୍ଧ । ଏଠାରେ ଉଲ୍ଲେଖ କରା ଯାଇପାରେ ଯେ ଭାରତ ୧୯୧୧ମସିହାରେ " " ନାମରେ ପ୍ରଥମେ ଇଂଲଣ୍ଡ ସହ ଅଣ ଅନୁସ୍ଥାନିକ ଟେଷ୍ଟ ଖେଳିଥିଲା ।ପରେ ପୁନର୍ବାର ୧୯୩୨ରେ ଆଉ ଏକ ଦଳ ସେହିପରି ଗସ୍ତ କରିଥିଲେ । ୧୦୧୧ ବେଳକୁ ଭାରତୀୟ କ୍ରିକେଟ ଅନୁଷ୍ଠାନ ସ୍ୱୀକୃତ ହେଇ ନଥିବାରୁ ତାହା ରେକର୍ଡର ଅନ୍ତର୍ଭୁକ୍ତ ନୁହେ ।୧୯୩୨ ଟେଷ୍ଟକୁ ପ୍ରଥମ ସ୍ୱୀକୃତି ପ୍ରାପ୍ତ ଟେଷ୍ଟ କୁହାଯାଏ । ସେହିପରି ୧୩/୭/୧୯୭୪ରେ ଭାରତ ତାହାର ପ୍ରଥମ ଏକଦିବାସୀୟ ଅନ୍ତର୍ରାଷ୍ଟ୍ରୀୟ ଖେଳିଥିବାର ଉଲ୍ଲେଖ ରହିଛି । ଅନନ୍ୟ ଦଳ ବିପକ୍ଷରେ ରେକର୍ଡ ସବୁ ସାମଗ୍ରିକ . 20 . . ଟେଷ୍ଟ ରେକର୍ଡ ସବୁ ଦଳଗତ ରେକର୍ଡ ମେଚରେ ସର୍ବାଧିକ ରନ 1549 2 2004. 1 705/7 474 2 211/2 157/6 : ମେଚରେ ସର୍ବନିମ୍ନ ରନ 482 ' , 27 1936. 1 147 134 2 93 108/1 : 9 ସର୍ବବୃହତ ବିଜୟ 239 25 2007. 337 7 2015. କ୍ଷ୍ଯୁଦ୍ରତମ ବିଜୟ 13 3 2004. ଦେଇଥିବା ସର୍ବାଧିକ ଅତିରିକ୍ତ ରନ 64 (12 , 25 , 0 , 27 ) 26 1987. ବ୍ୟକ୍ତିଗତ ରେକର୍ଡ ସର୍ବାଧିକ ରଣ ( ଟେଷ୍ଟ) ବିରେନ୍ଦ୍ର ସହବାଗ -୩୧୯ ଅଧିନାୟକ ଭାବେ ସର୍ବାଧିକ ମେଚ 60 ସର୍ବାଧିକ ମେଚ ସବହୀନ ତେନ୍ଦୁଲକର -୨୦୦ ( ବିଶ୍ୱ ରେକର୍ଡ ) ବ୍ୟାଟିଂ ରେକର୍ଡସବୁ ସର୍ବାଧିକ ରନ ସଚିନ ତେନ୍ଦୁଲକର -୧୫,୯୨୧ ( ବିଶ୍ୱ ରେକର୍ଡ ) ଟେଷ୍ଟରେ ସମ୍ମୁଖୀନ ହେଇଥିବା ସର୍ବାଧିକ ବଲ ରାହୁଲ ଦ୍ରାବିଡ - ୩୧,୨୫୮ (ବିଶ୍ୱ ରେକର୍ଡ ) ସର୍ବାଧିକ ବ୍ୟକ୍ତିଗତ ସ୍କୋର ବିରେନ୍ଦ୍ର ସହବାଗ - ୩୧୯ ରନ , ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାର୍ଚ ୨୦୦୮ରେ ଚେନ୍ନେଇ ଠାରେ ସର୍ବୋତ୍ତମ ପଦାର୍ପଣ ସ୍କୋର ଶିଖର ଧାବନ - ୧୮୭ ରଣ , ଅଷ୍ଟ୍ରେଲିଆ ବିରୁଦ୍ଧରେ ୧୫ ମାର୍ଚ , ୨୦୧୩ରେ ମୋହଲିଠାରେ ।
ନିକାର୍ଡିପାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ କାର୍ଡେନ, ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ ଏବଂ ଆଞ୍ଜାଇନା ସମ୍ବନ୍ଧୀୟ ଛାତି ଯନ୍ତ୍ରଣାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ରେନଡ ସିଣ୍ଡ୍ରୋମ ପାଇଁ ମଧ୍ୟ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ ଏବଂ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ମୁଣ୍ଡବିନ୍ଧା, ହୃତ୍‌କମ୍ପ ବା ପାଲପିଟେସନ ଏବଂ ନିମ୍ନ ରକ୍ତଚାପ ହୋଇପାରେ । ଗୁରୁତର ଆଓର୍ଟିକ ଷ୍ଟେନୋସିସ୍ ରୋଗୀଙ୍କ କ୍ଷେତ୍ରରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ । ଏହା ଗର୍ଭାବସ୍ଥାରେ ବ୍ୟବହୃତ ହୋଇପାରେ ଏହା ଡିହାଇଡ୍ରୋପାଇରିଡାଇନ୍ ଶ୍ରେଣୀର ଏକ କ୍ୟାଲସିୟମ୍ ଚ୍ୟାନେଲ ବ୍ଲକର । ପ୍ରାନ୍ତିୟ ଧମନୀକୁ ଏହା ବିସ୍ତାର କରି କାର୍ଯ୍ୟକ୍ଷମ ହୁଏ । ୧୯୭୩ ମସିହାରେ ନିକାର୍ଡିପାଇନ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୮୧ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରଥମେ ଅନୁମୋଦିତ ହୋଇଥିଲା । ଏହାକୁ ୧୯୮୮ରେ ଯୁକ୍ତରାଷ୍ଟ୍ରରେ ଅନୁମୋଦନ କରାଯାଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। ଯୁକ୍ତରାଜ୍ୟରେ ୪ ସପ୍ତାହ ବ୍ୟବ‌ହାର ଜନିତ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୦ ପାଉଣ୍ଡ ଅଟେ । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୩୦ ଡଲାର ଅଟେ।
ସ୍ପାଇସ ଜେଟ ଏକ ଅଳ୍ପ ଟଙ୍କା ଯୁକ୍ତ ବୀମାନ ସେବା ଅଟେ ଯାହାର ମାଲିକାନା ସୁନ ଗ୍ରୁପ ଅଫ ଇଣ୍ଡିଆ ପାଖେ ଅଛି । ଏହାର ପଞ୍ଜିକୃତ କାର୍ଯ୍ୟାଳୟ ଚେନ୍ନାଇ ତଥା ତାମିଲନାଡୁରେ ରହିଛି ଏବଂ ବ୍ୟବସାୟିକ କାର୍ଯ୍ୟାଳୟ ହରିୟାଣାର ଗୂଡ଼ଗାଁରେ ଅବସ୍ଥିତ । ସେ ନିଜ ସେବା ମଇ ମାସ 2005 ମସିହାରୁ ଆରମ୍ଭ କରିଥିଲା ତଥା 2010 ଆଡ଼କୁ ଏହା ବଜାରର ଅଂଶ ଧାରୀ ମାମଲାରେ ଏୟାର ଇଣ୍ଡିଆ, କିଙ୍ଗଫିଶର, ଏୟାରଲାଇନ ତଥା ଗୋ ଏୟାରକୁ ପଛରେ ପକେଇ, ଭାରତର ତୃତୀୟ ସବୁଠାରୁ ବଡ଼ ବୀମାନ ସେବା ଅଟେ । ସ୍ପାଇସ ଜେଟ କେବଳ ଏକ ଯାତ୍ରୀବର୍ଗ ଅନୁସାରେ ତିଆରି ବିମାନର ହିଁ ସଞ୍ଚାଳନ କରିଥାଏ । ଯାତ୍ରୀ ସେବା ସହିତ ସ୍ପାଇସ ଜେଟ ସେହି ବିମାନରୁ ଜିନିଷ ପରିବହନର ସୁବିଧା ମଧ୍ୟ ପ୍ରଦାନ କରିଥାଏ । ଲକ୍ଷ୍ୟ ସ୍ଥଳ ସ୍ପାଇସ ଜେଟ ବର୍ତ୍ତମାନ ସମୟରେ ପ୍ରତ୍ୟେକଦିନ ୩୩୦ ଉଡାଣ ସଞ୍ଚାଳନ କରୁଅଛି ଯାହା କି ୫୭ ଲକ୍ଷ ପାଇଁ ହୋଇଥାଏ । ଏଥି ମଧ୍ୟରୁ ୪୭ ସ୍ଥାନ ଭାରତୀୟ ଅଟନ୍ତି ତଥା ଶେଷ ୧୦ ସ୍ଥାନ ଅନ୍ତରାଷ୍ଟ୍ରୀୟ ଅଟନ୍ତି । ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନିଜ ସେବା ପ୍ରଦାନ କରିବା ପରେ ସ୍ପାଇସ ଜେଟକୁ "ଭାରତୀୟ ବୀମାନପତ୍ତନ ପ୍ରାଧିକରଣ" ଦ୍ୱାରା ଅନ୍ତରାଷ୍ଟ୍ରୀୟ ଉଡାଣ ଭରିବା ପାଇଁ ଅନୁମତି ଦିଆ ଯାଇଥିଲା । ସ୍ପାଇସ ଜେଟ ଆରମ୍ଭରୁ ଦିଲ୍ଲୀରୁ କାଠମାଣ୍ଡୁ ତଥା ଚେନ୍ନାଇରୁ ଫ୍ଲାଇଟ ଆରମ୍ଭ କାରିଥିଲା । ପ୍ରଥମ ଅନ୍ତରାଷ୍ଟ୍ରୀୟ ଉଡାଣ ୭ ଅକ୍ଟୋବର ୨୦୧୦ ମସିହାରେ ଦିଲ୍ଲୀ ବୀମାନ ବନ୍ଦରରେ ହୋଇଥିଲା । ସାମୂହିକ ମାମଲା ସ୍ପାଇସ ଜେଟର ମୁଖ୍ୟାଳୟ "ଗୁଡଗାଁ" ଦିଲ୍ଲୀରେସ୍ଥିତ । ଅଜୟ ସିଂ ଜାନୁଆରୀ ୨୦୧୫ରୁ ଏୟାର ଲାଇନର ପ୍ରବନ୍ଧ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି । ଏୟାରଲାଇନର ଲୋଗୋରେ ଲାଲ ପୃଷ୍ଠଭୂମୀରେ ତାହାର ଆକାରକୁ କମ କରିବା କ୍ରମରେ ପାଞ୍ଚରୁ ତିନୋଟି ପଂକ୍ତିରେ ବ୍ୟବସ୍ଥିତ ୧୫ଟି ଡଟ୍ସ ରହିଥାଏ । ଜୁନ ୨୦୧୫ ମସିହାରେ ଏୟାରଲାଇନ ଏକ ନୂତନ ଟ୍ୟାଗଲାଇନ " ." ର ବର୍ତ୍ତମାନ ଲୋଗୋକୁ ଅନାବରଣ କରିଥିଲା । ସ୍ପାଇସ ଜେଟ ନିଜର ସମସ୍ତ ବୀମାନ ନାମ ଭାରତୀୟ ମସଲା ସହିତ ରଖିଥାଏ । ବେଡା ସ୍ପାଇସ ଜେଟ ପ୍ରଥମ ଆଦେଶ ୨୦ ପର ପିଢିର ବୋଇଙ୍ଗ ୭୩୭ - ୮୦୦ ଏସ ବୀମାନ ପାଇଁ ମାର୍ଚ୍ଚ ୨୦୦୫ ମସିହାରେ ଦେଇଥିଲା ଯାହାର ଡେଲିଭରୀ କାଳ ୨୦୧୦ ପର୍ଯ୍ୟନ୍ତ ଥିଲା । ନଭେମ୍ବର ୨୦୧୦ ମସିହାରେ ପୁନଶ୍ଚ ସ୍ପାଇସ ଜେଟ ୩୦ଟି ବୋଇଙ୍ଗ ୭୩୭ - ୮୦୦ ବୀମାନ ପାଇଁ ଆଦେଶ ଦେଇଥିଲା । ଫେବୃଆରୀ ୨୦୧୪ ମସିହା ଅନୁସାରେ ଏହି ଏୟାର ଲାଇନ ପାଖେ ନିମ୍ନତମ ବୀମାନ ଥିଲା - ଐତିହାସିକ ବେଡା ଏହି ଏୟାରଲାଇନ ନିମ୍ନଲିଖିତ ବୀମାନ ବେଡାର ସଞ୍ଚାଳନ କରିଛି - ସେବା ଏହି ବୀମାନ ସେବାରେ ଯାତ୍ରୀମାନଙ୍କ ମନୋରଞ୍ଜନର ଭରପୂର ବ୍ୟବସ୍ଥା କରାଯାଇଛି । ସ୍ପାଇସ ଜେଟ ମ୍ୟାକ୍ସ ନାମକ ଏକ ଅଫର ମଧ୍ୟ ଏହି ବୀମାନ ସେବାଦ୍ୱାରା ଚଳାଯାଇଥାଏ , ଯେଉଁଥିରେ ଏହା ବୋଡିଙ୍ଗ ଅନୁଶାରେ ଖାଦ୍ୟପେୟର ସୁବିଧା , ବୁକିଙ୍ଗ ସମୟ ସିଟ ବାଛିବାର ସୁବିଧା ତଥା ଏୟାରପୋର୍ଟରେ ଚେକ ଇନର ସୁବିଧା ପ୍ରଦାନ କରିଥାଏ । ପୁରସ୍କାର ୩୧ ଡିସେମ୍ବର ୨୦୧୨ ମସିହା ଅନୁସାରେ ଏହି ବୀମାନ ସେବାର ନିମ୍ନ ଲିଖିତ ପୁରସ୍କାର ଏବଂ ଉପଲବ୍ଧି ପ୍ରାପ୍ତ ହୋଇଛି :- ଭାରତର ସର୍ବଶ୍ରେଷ୍ଠ କମ ଟଙ୍କା ଯୁକ୍ତ ବୀମାନ ସେବା ପୁରସ୍କାର, ଆଉଟଲୁକ ଟ୍ରେବଲର ଦ୍ୱାରା (୨୦୦୮, ୨୦୦୯, ୨୦୧୦ ଏବଂ ୨୦୧୨ ମସିହାରେ) ଭାରତର ସର୍ବ ଶ୍ରେଷ୍ଠ କମ ଖର୍ଚ୍ଚ ଯୁକ୍ତ ଅନ୍ତରାଷ୍ଟ୍ରୀୟ ବୀମାନ ସେବା ପୁରସ୍କାର, ଟ୍ରେବଲ ଏଜେଣ୍ଟ ଆସୋସିଏସନ ଅଫ ଇଣ୍ଡିଆଦ୍ୱାରା । ଭାରତର ସବୁଠାରୁ ଭଲ ପ୍ରତିଭାଗୀ ବୀମାନ ସେବା ଏଲ-ସି-ସି ଡୋମେଷ୍ଟିକ ଆୱାର୍ଡ , ଟ୍ରେବଲ ଆଣ୍ଡ ହସ୍ସିଟାଲିଟୀଦ୍ୱାରା ୨୦୧୨ । ହିନ୍ଦୁସ୍ତାନ ଟାଇମ୍ସ ପାଇଁ ମାର୍ଚ୍ଚ ମାସଦ୍ୱାରା କରାଯାଇଥିବା ଏକ ସର୍ଭେରେ ଭାରତର ସବୁଠାରୁ କମ ଟଙ୍କାଯୁକ୍ତ ସର୍ବଶ୍ରେଷ୍ଠ ବୀମାନ ସେବା । ଖର୍ଚ୍ଚ ବ୍ୟବସ୍ଥାରେ ପ୍ରବୀଣତା ପାଇଁ ରାଷ୍ଟ୍ରୀୟ ସମ୍ମାନ ।
ବିଦ୍ୟୁତ ଆଘାତ ବିଜୁଳି ମାରିବା ଯୋଗୁ ହୁଏ । ପ୍ରାରମ୍ଭିକ ଲକ୍ଷଣଗୁଡ଼ିକରେ ହୃଦ୍‌ରୋଧ ଓ ଶ୍ୱାସକ୍ରିୟା ବନ୍ଦ ହୋଇପାରେ । ହୃଦ୍‌ରୋଧ ସ୍ୱତଃସ୍ପୃତ ଭାବରେ ଶୀଘ୍ର ସମାଧାନ ହୋଇପାରେ କିନ୍ତୁ ଶ୍ୱାସକ୍ରିୟ ବନ୍ଦ ସମୟ ଅଧିକ ଲମ୍ବା ହୋଇଥାଏ ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପୋଡ଼ାଜଳା ଏବଂ ଧାରହୀନ ଆଘାତ ହୋଇପାରେ ବଞ୍ଚିରହୁଥିବା ଲୋକଙ୍କ ମଧ୍ୟରୁ ୭୫% ଲୋକଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହେ, ଯେପରିକି ମୋତିଆବିନ୍ଦୁ ଏବଂ ଶ୍ରବଣ ଶକ୍ତି ହ୍ରାସ ଯଦି ମୃତ୍ୟୁ ଘଟେ ତେବେ ଏହା ସାଧାରଣତଃ ଅସ୍ୱାଭାବିକ ହୃଦୟର ଗତି କିମ୍ବା ଶ୍ୱାସକ୍ରିୟ ବିଫଳତା ଯୋଗୁ ହୋଇଥାଏ ଆଲୋକ ଆଘାତକୁ ସିଧାସଳଖ ଆଘାତ ଷ୍ଟ୍ରାଇକ୍, ପାର୍ଶ୍ୱ ଆଘାତ, ସ୍ପର୍ଶ ଆଘାତ ଏବଂ ଭୂକରେଣ୍ଟ ଶ୍ରେଣୀରେ ବିଭକ୍ତ କରାଯାଇଛି ଭୂମି ବିଦ୍ୟୁତ ପ୍ରାୟ ଅର୍ଦ୍ଧେକ ମାମଲା ସୃଷ୍ଟି କରେ ଏବଂ ଯେତେବେଳେ ବଜ୍ରପାତ ସମୟରେ ଭୂମି ମାଧ୍ୟମରେ ବ୍ୟକ୍ତିଙ୍କ ନିକଟକୁ ଗତିକରେ ପାର୍ଶ୍ୱ ଆଘାତ ପ୍ରାୟ ଏକ ତୃତୀୟାଂଶ ପରିସ୍ଥିତି ସୃଷ୍ଟି କରେ ଏବଂ ବଜ୍ରପାତ ସମୟରେ ବ୍ୟକ୍ତିଙ୍କ ନିକଟକୁ ବାୟୁରୁ ଡେଇଁପଡେ ଯେତେବେଳେ ବ୍ୟକ୍ତି ଆଘାତପ୍ରାପ୍ତ ବସ୍ତୁକୁ ସ୍ପର୍ଶ କରେ ସେତେବେଳେ ସ୍ପର୍ଶ ଆଘାତ ହୁଏ ସିଧାସଳଖ ଆଘାତ ପ୍ରାୟ ୫% କ୍ଷେତ୍ରରେ ହୋଇଥାଏ । ବୈଦୁତିକ ଆଘାତ, ଉତ୍ତାପ ଆଘାତ ଏବଂ ଯାନ୍ତ୍ରିକ ଆଘାତ ଭଳି ତିନି ପ୍ରକାର ଆଘାତ ହୋଇପାରେ ଆଘାତର ଏବଂ ପରୀକ୍ଷଣର ଇତିହାସ ଉପରେ ରୋଗ ନିର୍ଣ୍ଣୟ ସାଧାରଣତଃ ଆଧାରିତ ହୋଇଥାଏ । ବିଜୁଳି ମାରିବା ବା ବଜ୍ରପାତ ସମୟରେ ଘରଠାରୁ ଦୂରରେ ରହିବାକୁ ରୋକାଯାଏ ଅନ୍ତର୍ଭୁକ୍ତ ଯଦି ବାହାରେ ରହିବାକୁ ନିହାତି ଆବଶ୍ୟକ ଥାଏ ତେବେ ଭୂସଂଲଗ୍ନ ହେବାକୁ ପରାମର୍ଶ ଦିଆଯାଏ ଘର ଭିତରେ ଥିଲେ ବୈଦ୍ୟୁତିକ ଉପକରଣ ଏବଂ ଜଳ ସ୍ପର୍ଶ କରିବାକୁ ମନା କରାଯାଏ ଯେଉଁମାନେ ହୃଦ୍‌‌ରୋଧ ହୋଇଥାଏ ଏବଂ ନାଡ଼ି ଚାଲୁନଥାଏ, ସେମାନଙ୍କର ତୁରନ୍ତ କାର୍ଡ଼ିଓପଲମୋନାରି ରିସସିଟେସନ ଆରମ୍ଭ କରାଯିବା ଉଚିତ ଯେଉଁମାନଙ୍କର କେନ୍ଦ୍ରୀୟ ନାଡ ଅଛି କିନ୍ତୁ ଶ୍ୱାସକ୍ରିୟା ନାହିଁ ସେମାନଙ୍କର ପାଟିରୁ ପାଟି କୃତ୍ରିମ ଭେଣ୍ଟିଲେସନ କରାଯାଏ ଅନୁମାନ କରାଯାଏ ଯେ ବର୍ଷକୁ ୨୪୦,୦୦୦ ଥର ବଜ୍ରପାତ ହୁଏ ଓ ସେଥିଯୋଗୁ ୨୪,୦୦୦ ସଂଖ୍ୟକ ମୃତ୍ୟୁ ସହିତ ପାର୍ବତ୍ୟ ଅଞ୍ଚଳ ଏବଂ ଭାରୀ-ଆର୍ଦ୍ରତା ବିଶିଷ୍ଟ ବାୟୁ ପ୍ରବାହ ହେଉଥିବା ମଧ୍ୟ ଆଫ୍ରିକା ଭଳି ଅଞ୍ଚଳଗୁଡିକ ସର୍ବାଧିକ ବଜ୍ରପାତର ହାର ରହିଛି ବଜ୍ରପାତରେ ପୀଡିତା ଗର୍ଭବତୀ ମହିଳାମାନଙ୍କ ମଧ୍ୟରେ ଶିଶୁ ମୃତ୍ୟୁ ପ୍ରାୟ ୫୦% ହୋଇଥାଏ ଯୁକ୍ତରାଷ୍ଟ୍ରରେ ପ୍ରାୟ ୧୦,୦୦୦ ଲୋକ ସେମାନଙ୍କ ଜୀବନ କାଳରେ ବଜ୍ରପାତରେ ଆକ୍ରାନ୍ତ ହୁଅନ୍ତି । ମହିଳାଙ୍କ ତୁଳନାରେ ପୁରୁଷମାନେ ୪ଗୁଣ ଅଧିକ ପ୍ରଭାବିତ ହୁଅନ୍ତି। ସାଧାରଣତଃ ପ୍ରଭାବିତ ବୟସ ଶ୍ରେଣୀ ୨୦ରୁ ୪୫ ବର୍ଷ ଥାଏ
ଧଣିଆ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ ଯାହା ୩୦ରୁ ୯୦ ସେ.ମି. ଯାଏ ବଢ଼ିଥାଏ। ଏହା ଏକ ଭଲ ମସଲା ଭାବେ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ନରମ, ପତ୍ର ଗୁଡ଼ିକ ଛୋଟ ଛୋଟ ଶିରାଶିରା, ଫୁଲ ଧଳା ରଙ୍ଗର। ଏହାର ଫଳ ଗୋଲ ଓ ବାଦାମୀ ରଙ୍ଗର। ଏହାର ପତ୍ର ଓ ଫଳ ଭଭୟକୁ ମସଲା ରୂପେ ବ୍ୟବହାର କରାଯାଏ। ବିବିଧ ଭାଷାରେ ନାମ ବ୍ୟବହାର ଔଷଧୀୟ ଏହାକୁ କ୍ଷୁଧା ବର୍ଦ୍ଧକ ରୂପେ ବ୍ୟବହାର କରାଯାଏ। ପେଟର ବିକୃତି, ବାୟୁ ଆଦି ଦୂର କରେ। ଆକସ୍ମିକ ପେଶୀ ସଂକୋଚନ, ମୁର୍ଚ୍ଛା ଆଦିରେ ଏହା ଗୁଣକାରୀ। ପାକସ୍ଥଳୀର କ୍ଷମତା ବଢାଏ। ଦରଜ କରୁଥିବା ଗଣ୍ଠିରେ ଲଗାଇଲେ ଏହା ବଥା କମାଏ। ଔଷଧାଦିକୁ ସୁଗନ୍ଧିତ କରିବାପାଇଁ ଏହାର ବହୁଳ ବ୍ୟବହାର ହୋଇଥାଏ। ଅନ୍ୟାନ୍ୟ ଧଣିଆ ଏକ ଭଲ ମସଲା। ଏହାର ମଞ୍ଜିକୁ ଓ ପତ୍ରକୁ ମସଲା ରୂପେ ଅନେକ ପ୍ରକାରର ଭାରତୀୟ ବ୍ୟଞ୍ଜନରେ ବ୍ୟବହାର କରାଯାଏ। ଏହାର ପତ୍ର ସହିତ ତେନ୍ତୁଳି ମିଶାଇ ସ୍ୱାଦିଷ୍ଠ ଚଟଣୀ ମଧ୍ୟ କରାଯାଏ। ଧଣିଆ ମଞ୍ଜିକୁ ପାନର ମସଲା ରୂପେ ମଧ୍ୟ ଉପଯୋଗ କରାଯାଏ।
ଦହି ବାଇଗଣ ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ ଓ ଏହା ଦହିରେ ଭଜା ବାଇଗଣ ମିଶାଇ ତିଆରି କରାଯାଇଥାଏ । ଉପାଦାନ ଦହି ବାଇଗଣ ମସଲା ରସୁଣ ତେଲ ପଞ୍ଚଫୁଟଣ ପ୍ରଣାଳୀ ପ୍ରଥମେ ବାଇଗଣକୁ ଭଲ ଭାବେ ଧୋଇ ପତଳା ପତଳା କଟାଯାଏ । କଢେଇରେ ତେଲ ଗରମ କରି ସେଥିରେ ଗୋଟା ସୋରିଷ, ଭୃଷଙ୍ଗ ପତ୍ର, ରସୁଣ ଛେଚା, ଲଙ୍କା, ସାମାନ୍ୟ ହଳଦୀ ମିଶେଇଲା ପରେ କଟାଯାଇଥିବା ବାଇଗଣକୁ ସେଥିରେ ଭଜାଯାଏ । ଶେଷରେ ସେହି ଭଜା ବାଇଗଣକୁ ଟିକେ ଥଣ୍ଡା ହୋଇ ଆସିବା ପରେ ଦହିରେ ମିଶାଇ ସ୍ୱାଦ ଅନୁସାରେ ଲୁଣ, ଜିରାଲଙ୍କା ଗୁଣ୍ଡ ମିଶାଯାଏ । ପରସା ଏହା ସାଧାରଣତଃ ଭାତ ସହିତ ଖିଆଯାଏ ।
ଆକ୍ଟିନିଅମ ହେଉଛି ଏକ ରାସାୟନିକ ମୌଳିକ ଯାହାର ପ୍ରତୀକ ଓ ପରମାଣୁ କ୍ରମାଙ୍କ ୮୯ ।
ସମୀର କୁମାର ରାଉତରାୟ (ଜନ୍ମ: ୨୬ ଜାନୁଆରୀ ୧୯୪୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିର କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସମୀର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବଡ଼ମ୍ବା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ସମୀର କୁମାର ରାଉତରାୟ ୧୯୪୮ ମସିହାର ଜାନୁଆରୀ ମାସ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବସନ୍ତ କୁମାର ରାଉତରାୟ । ସମୀରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ । ରାଜନୈତିକ ଜୀବନ ସମୀର କୁମାର ରାଉତରାୟ ଓଡ଼ିଶା ରାଜନୀତିରେ କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।
ଲେସିନୁରାଡ (ଇଂରାଜୀ ଭାଷାରେ ), ଜୁରାମ୍ପିକ ଏକ ବିକ୍ରୟ ନାମ, ହେଉଛି ଗାଉଟ ସହିତ ଜଡିତ ଉଚ୍ଚ ରକ୍ତ ୟୁରିକ ଏସିଡର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । କେବଳ ଆଲୋପୁରିନୋଲ କିମ୍ବା ଫେବକ୍ସୋଷ୍ଟାଟ ଔଷଧ ପର୍ଯ୍ୟାପ୍ତ ନ ହେଲେ ତାହା ସ‌ହିତ ଲେସିନୁରାଡ ଦେବାକୁ ପରାମର୍ଶ ଦିଆଯାଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବୃକ୍‌କ ସମସ୍ୟା ଏବଂ ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃତ୍‌‌ପିଣ୍ଡ ସମସ୍ୟା ଏବଂ ଷ୍ଟ୍ରୋକ ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ୟୁଆରଏଟି୧ ( 1) ଏବଂ ଓଏଟି୪ ( 4) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । ୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲେସିନୁରାଦ ଅନୁମୋଦିତ ହୋଇଥିଲା । ୨୦୧୬ରେ ୟୁରୋପରେ ଏହାକୁ ଅନୁମୋଦନ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା । ୨୦୨୧ ସୁଦ୍ଧା ଏହା ଆମେରିକାରେ ଆଉ ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।
ଝୋଟି ଚିତା ଓଡ଼ିଆ ଚଳଣିର ଏକ ହାତକଳା । ଏହା ମାଣବସା ଗୁରୁବାରରେ ଘର ଅଗଣାରେ ଅଙ୍କା ଯାଇଥାଏ । ଏହା ଚାଉଳବଟାରେ ତିଆରି ପିଠଉରେ ଅଙ୍କା ଯାଇଥାଏ । ବିଶେଷତା ଘରେ ଲକ୍ଷ୍ମୀଙ୍କ ଆବାହନ କରିବା ନିମନ୍ତେ ଓଡ଼ିଆ ଘରଣୀମାନେ ଘର ଅଗଣାକୁ ଗୋବରରେ ଲିପା ପୋଛା କରି ସେଥିରେ ଝୋଟି ଚିତା ମାନ ପକାଇଥାନ୍ତି । କାନ୍ଥ ଓ ଦୁଆରମୁହଁରେ ମଧ୍ୟ ଏହି ଚିତା ସବୁ ପକାଯାଇଥାଏ ।
ଅନାମିକା ନାୟିକା, ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦୀପକ ମିଶ୍ର । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର, ଏଲିନା ସାମନ୍ତରାୟ ଓ ପ୍ରିୟା ଚୌଧୁରୀ । ଏହି କଥାଚିତ୍ରଟି ୨୦୨୨ ମସିହାର ଜାନୁଆରୀ ୧୬ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । ଅଭିନୟ ଦେବାଶିଷ ପାତ୍ର ପ୍ରିୟା ଚୌଧୁରୀ ଏଲିନା ସାମନ୍ତରାୟ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ଗଡ଼ନାୟକ । ଗୀତିକାର ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁଳଦୀପ ପଟ୍ଟନାୟକ, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
୧୧୮୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଜୟକୁମାରୀ ଦେବିକା ମାଲାୟାଲମ୍: । ଜଣେ ମାଲାୟାଲୀ ଐତିହାସିକ, ନାରୀବାଦୀ, ସାମାଜିକ ସମାଲୋଚକ ଏବଂ କେରଳର ଏକାଡେମିକ୍ ଅଟନ୍ତି । ସେ ବର୍ତ୍ତମାନ ପ୍ରଫେସର ଭାବରେ ଥିରୁବନନ୍ତପୁରମ୍ ସେଣ୍ଟର ଫର ଡେଭଲପମେଣ୍ଟ ଷ୍ଟଡିରେ ଅନୁସନ୍ଧାନ ଏବଂ ଶିକ୍ଷାଦାନ କରୁଛନ୍ତି । ସେ କେରଳର ପ୍ରାରମ୍ଭରେ ଲିଙ୍ଗ ସମ୍ପର୍କ ଉପରେ ଅନେକ ପୁସ୍ତକ ଏବଂ ପ୍ରବନ୍ଧ ଲେଖିଛନ୍ତି । ସେ ଦ୍ୱିଭାଷୀ ଅର୍ଥାତ ମାଲାୟାଲମ୍ ଏବଂ ଇଂରାଜୀ ମଧ୍ୟରେ ଉଭୟ କାଳ୍ପନିକ ଏବଂ ଅଣ-କାଳ୍ପନିକ ପୁସ୍ତକ ଅନୁବାଦ କରିଛନ୍ତି । ସେ କାଫିଲା, ଅର୍ଥନୈତିକ, ରାଜନୈତିକ, ସାପ୍ତାହିକ ଏବଂ ଦି ୱାୟାର ଭଳି ପ୍ରକାଶନରେ ଲିଙ୍ଗ, ରାଜନୀତି, ସାମାଜିକ ସଂସ୍କାର ଏବଂ କେରଳର ବିକାଶ ଉପରେ ଲେଖିଛନ୍ତି । ଶିକ୍ଷା ଦେବିକା ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଐତିହାସିକ ଅଧ୍ୟୟନରୁ ଆଧୁନିକ ଇତିହାସରେ (୧୯୯୧) ଏମ.ଏ କରିଥିଲେ ଏବଂ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ, କୋଟାୟାମରେ ଇତିହାସରେ ପିଏଚଡି ହାସଲ କରିଥିଲେ । ଲେଖା ଦେବିକାଙ୍କ ପ୍ରାରମ୍ଭିକ ଅନୁସନ୍ଧାନ କେରଳରେ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ସମାଜ ତଥା ସାମାଜିକ ପରିବର୍ତ୍ତନକୁ ବର୍ଣ୍ଣନା କରିବାର ଭାଷା ଭାବେ ଆଧୁନିକ ବାଇନାରୀ ଲିଙ୍ଗର ଆବିର୍ଭାବ ବିଷୟରେ ଥିଲା । ପରବର୍ତ୍ତୀ ଲେଖାରେ ସେ ୧୯୩୦ରୁ ୧୯୭୦ ମଧ୍ୟରେ ଗର୍ଭନିରୋଧ ପାଇଁ ଜନସାଧାରଣଙ୍କ ସମ୍ମତି ଇତିହାସ ମାଧ୍ୟମରେ କେରଳର ବିକାଶର ଅନୁସରଣ କରିଛନ୍ତି । ସେ କେରଳର ପ୍ରଥମ ପିଢିର ନାରୀବାଦୀଙ୍କଦ୍ୱାରା ଲେଖାଯାଇଥିବା ଅନୁବାଦଗୁଡ଼ିକର ଅନୁବାଦ ମଧ୍ୟ ପ୍ରକାଶ କରିଛନ୍ତି । ପରବର୍ତ୍ତୀ ଅନୁସନ୍ଧାନରେ, ଦେବିକା ଏକ ଐତିହାସିକ ଲେନ୍ସ ମାଧ୍ୟମରେ ସମସାମୟିକ ରାଜନୈତିକ ଏବଂ ସାମାଜିକ ପ୍ରସଙ୍ଗଗୁଡିକର ଅନୁସନ୍ଧାନ କରିଥିଲେ । ତାଙ୍କର ପରବର୍ତ୍ତୀ ପୁସ୍ତକଗୁଡ଼ିକ ବିଂଶ ଶତାବ୍ଦୀର କେରଳରେ ରାଜନୀତି ଏବଂ ମାଲାୟାଲୀ ସାହିତ୍ୟିକଙ୍କ ଲିଙ୍ଗଗତ ଇତିହାସ ବିଷୟରେ ଥିଲା । ସେ ନାରୀବାଦୀ ତତ୍ତ୍ୱର ଏକ ପରିଚୟ ପ୍ରକାଶ କରିଛନ୍ତି ଯାହା ଏହାକୁ ଆଧୁନିକ ପାଶ୍ଚାତ୍ୟ ଚିନ୍ତାଧାରାର ଇତିହାସରେ ସ୍ଥାନିତ କରିଛି । ଏହାର ନାମ ସ୍ତ୍ରୀଭାଦମ୍ ଏବଂ ଏହା ୨୦୦୦ ମସିହାରେ ପ୍ରକାଶିତ ହୋଇଛି । ସେ ନାରୀବାଦୀ ଦୃଷ୍ଟିକୋଣରୁ କେରଳ ଇତିହାସର ଏକ ବିକଳ୍ପ ପଢିଛନ୍ତି । ସେ କେରଳର ସାମାଜିକ ଏବଂ ରାଜନୈତିକ ଇତିହାସକୁ ଅନୁସନ୍ଧାନ କରନ୍ତି ଏବଂ ଆକର୍ଷଣୀୟ ଜ୍ଞାନ ପ୍ରଦାନ କରନ୍ତି । ଉଦାହରଣ ସ୍ୱରୂପ, କେରଳରେ କିପରି ଡ୍ରେସ୍ କୋଡ୍ ଭାବରେ ସାଢୀ ଏବଂ ଯୌତୁକ ପ୍ରଥାର ପ୍ରଚଳିତ ହେଲା ସେ ବ୍ୟାଖ୍ୟା କରିଛନ୍ତି । କେରଳ ଇତିହାସରେ ମହିଳାମାନଙ୍କୁ କେନ୍ଦ୍ର ସ୍ତରର ଏକ ପ୍ରୟାସରେ ଦର୍ଶାଯାଇଛି ଯେ, "ନିରପେକ୍ଷ" ଇତିହାସ ଗ୍ରନ୍ଥଗୁଡ଼ିକରେ ଥିବା ଆକାଉଣ୍ଟଗୁଡିକ ହେତୁ ମହିଳାମାନଙ୍କ ବିଷୟରେ ମିଥ୍ୟା ଧାରଣା କିପରି ଦୃଢ ହୋଇଛି, ଉଚ୍ଚଶିକ୍ଷା ଅଧିକାର ସତ୍ତ୍ୱେ କେରଳର ମହିଳାମାନଙ୍କୁ ସ୍ୱାଧୀନତା କିପରି ଦୂରେଇ ରଖିଛି ଏବଂ ପ୍ରମୁଖ ଐତିହାସିକ ସମୟରେ ସେମାନେ କେଉଁ ଭୂମିକା ଗ୍ରହଣ କରିଛନ୍ତି । ଦେବିକା ମାଲାୟାଲମରୁ ଇଂରାଜୀକୁ ଅନେକ ପୁସ୍ତକ ଅନୁବାଦ କରିଛନ୍ତି । ସେଥିମଧ୍ୟରୁ ନଳିନୀ ଜାମିଲାଙ୍କ ଆତ୍ମଜୀବନୀ, କେ.ଆର. ମୀରା ଏବଂ ସାରା ଜୋସେଫଙ୍କ କ୍ଷୁଦ୍ରଗଳ୍ପଗୁଡ଼ିକ ଉଲ୍ଲେଖନୀୟ । ୨୦୧୪ ମସିହାରେ, କେ.ଆର. ମୀରା ଖ୍ୟାତନାମା ମାଲାୟାଲମ୍ ଉପନ୍ୟାସ, କୁ ଇଂରାଜୀରେ ହ୍ୟାଙ୍ଗୱମ୍ୟାନ୍ ଭାବରେ ଅନୁବାଦ କରିଥିଲେ । ସେ ଭାରତ ତଥା ଭାରତ ବାହାରେ ପ୍ରକାଶିତ ଏକାଡେମିକ୍ ଜର୍ଣ୍ଣାଲରେ ଅନେକ ପ୍ରବନ୍ଧ ପ୍ରକାଶ କରିଛନ୍ତି । ସେ ସାରା ବିଶ୍ୱରେ ଅନେକ ବାର୍ତ୍ତାଳାପ କରିବା ସହିତ ମାଲାୟାଲମ୍ ଏବଂ ଇଂରାଜୀରେ ସମସାମୟିକ ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଲେଖିଛନ୍ତି । ଦେବିକା ମାଲାୟାଲମରେ, ସମସାମୟିକ ପ୍ରକାଶନରେ ବହୁ ଲେଖିଛନ୍ତି । ତାଙ୍କର କାର୍ଯ୍ୟ କେରଳ ଶାସ୍ତ୍ରୀ ସାହିତ୍ୟ ପରିଶତଦ୍ୱାରା ପ୍ରକାଶିତ ହୋଇଛି ।
ପିରଫେନିଡନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ପିରେସ୍ପା, ହେଉଛି ଏକ ଔଷଧ ଯାହା ଇଡିଓପାଥିକ୍ ଫୁସଫୁସ ଫାଇବ୍ରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ସାମାନ୍ୟରୁ ମଧ୍ୟମ ରୋଗ ପାଇଁ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ରାସ, ଥକାପଣ, ବୁକୁଜ୍ୱାଳା, ମୁଣ୍ଡବିନ୍ଧା ଏବଂ ଆତପଦାହ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ହୋଇପାରେ। ଗର୍ଭାବସ୍ଥାରେ ଦେଲେ ସୁରକ୍ଷା ସ୍ପଷ୍ଟ ନୁହେଁ । ଏହା କିପରି କାମ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ, ତଥାପି ଏହା ଫାଇବ୍ରୋବ୍ଲାଷ୍ଟର ଉତ୍ପାଦନକୁ ହ୍ରାସ କରିଥାଏ । ୨୦୧୧ ମସିହାର ୟୁରୋପରେ ଏବଂ ୨୦୧୪ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ପିରଫେନିଡନ ବ୍ୟବହାର ହୋଇଥିଲା। ଯୁକ୍ତରାଜ୍ୟରେ ୪ ସପ୍ତାହର ଔଷଧ ଖର୍ଚ୍ଚ ୨୦୨୧ ମସିହାର ପ୍ରାୟ ୨୦୦୦ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ସେହି ପରିମାଣର ଔଷଧ ଖର୍ଚ୍ଚ ପ୍ରାୟ ୯୯୦୦ ଡଲାର ଥିଲା ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୦ ଫେବୃଆରୀ ବର୍ଷର ୫୧ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୧୪ ଦିନ ବାକି ଅଛି ଅଧିବର୍ଷ ଗୁଡ଼ିକରେ ୩୧୫ ଦିନ ।
ଅଶ୍ୱିନି ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ଆଶ୍ୱିନ ବା ଅଶିଣ ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ଭାଦ୍ରବ ଓ ପରବର୍ତ୍ତୀ ମାସ କାର୍ତ୍ତିକ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଷଷ୍ଠ ଚାନ୍ଦ୍ରମାନ ମାସ। ଏହା ଓ ଏହାର ପୂର୍ବବର୍ତ୍ତୀ ମାସ ଶରତ ଋତୁ। ପର୍ବପର୍ବାଣି ଆଶ୍ୱିନ ମାସର ପ୍ରଥମ ପକ୍ଷ ପିତୃ ପକ୍ଷ ଏବଂ ପରବର୍ତ୍ତୀ ପକ୍ଷ ଦେବୀ ପକ୍ଷ ଭାବେ ପାଳନ କରାଯାଏ ।
ରାଜୀବ ଗାନ୍ଧୀ ଇକ୍ୱିଟି ସଞ୍ଚୟ ଯୋଜନା ବା ଆରଜିଇଏସଏସ ହେଉଛି ଭାରତର ଏକ ଆୟକର ଛାଡ଼ ଯୋଜନା ଯାହା ୨୦୧୨-୧୩ କେନ୍ଦ୍ରୀୟ ଆର୍ଥିକ ବଜେଟରେ ଉପସ୍ଥାପନା କରାଯାଇଥିଲା । ସାଧାରଣ ଖୁଚୁରା ନିବେଶକାରୀମାନଙ୍କୁ ଶେୟାର ବଜାର ପ୍ରତି ଆକର୍ଷିତ କରିବାକୁ ଏହି ଯୋଜନା ୨୧ ସେପ୍ଟେମ୍ବର ୨୦୧୨ରେ ତତ୍କାଳୀନ କେନ୍ଦ୍ର ଅର୍ଥ ମନ୍ତ୍ରୀ, ପି ଚିଦାମ୍ବରମ ଘୋଷଣା କରିଥିଲେ । ନାନାଦି ସର୍ତ୍ତାବଳୀ ଯୋଗୁଁ ଯୋଜନାଟି ଲୋକପ୍ରିୟ ହୋଇନପାରିବାରୁ ୨୦୧୮-୧୯ ଆର୍ଥିକ ବର୍ଷରୁ ଏହି ଯୋଜନାଟିକୁ ହଟାଇଦିଆଯାଇଛି । ଯୋଗ୍ୟତା ଏହି ଯୋଜନାରେ ଆୟକର ଛାଡ଼଼ ପାଇବାକୁ ନିମ୍ନଲିଖିତ ସର୍ତ୍ତବଳୀ ମାନିବାକୁ ପଡ଼ିବ: ରିହାତିକାରୀ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ । ରିହାତିକାରୀଙ୍କର ବାର୍ଷିକ ଆୟ ୧୨ ଲକ୍ଷରୁ ଅଧିକ ହୋଇନଥିବ । ୨୩ ନଭେମ୍ବର ୨୦୧୨ ପୂର୍ବରୁ ରିହାତିକାରୀଙ୍କର ଡିମାଟ ଖାତା ନଥିବା ଆବଶ୍ୟକ କିମ୍ବା ଥିଲେ ମଧ୍ୟ କିଛି ଟ୍ରେଡ଼ କରିନଥିବା ଦରକାର । ୩ ବର୍ଷ ପର୍ଯ୍ୟନ୍ତ ଲକ-ଇନ ସମୟସୀମା ଥିଲା । ସୁବିଧା ଏହି ଯୋଜନାଟିରେ ସର୍ବାଧିକ ୫୦,୦୦୦ ଟଙ୍କାର ଆୟ ଉପରେ କର ଛାଡ଼଼ ହୋଇପାରୁଥିଲା । ହିସାବ କଲେ ମୂଳ ଆୟ ଉପରେ ସର୍ବାଧିକ ୫୧୫୦ ଟଙ୍କାର ଆୟକର ଛାଡ଼଼ ମିଳୁଥିଲା ।
ତୁଳସୀ ଚଉରା ଏକ ଛୋଟ ପଥର ବା ସିମେଣ୍ଟ ତିଆରି ମଞ୍ଚ ଯାହା ଉପରେ ତୁଳସୀ ଗଛ ରୋପି ଘର ସାମନାରେ ରଖାଯାଇଥାଏ । ଓଡ଼ିଶାର ହିନ୍ଦୁମାନଙ୍କ ଦେଇ ଏହା ବୃନ୍ଦାବତୀ ଭାବରେ ପୂଜିତ ହୋଇଥାଏ । ବିଶେଷତା ତୁଳସୀ ଲାମିନାସି ଜାତିର ଏକ ବାସ୍ନାଯୁକ୍ତ ଓ ପୁରାତନ ପୃଥିବୀର ମଧ୍ୟଭାଗରେ ଦେଖାଯାଉଥିବା ଏକ ଛୋଟ ଗଛ/ଗୁଳ୍ମ । ହିନ୍ଦୁମାନେ ଏହାକୁ ଏକ ପବିତ୍ର ଗଛ ମଣି ବୃନ୍ଦାବତୀ ଭାବରେ ପୂଜା କରିଥାନ୍ତି । ସବୁ ଦିନ ସକାଳେ ଓଡ଼ିଆମାନେ ସ୍ନାନ ଅନ୍ତେ ଚଉରାରେ ଥିବା ତୁଳସୀ ଗଛ ମୂଳରେ ଜଳ ଢାଳି ପୂଜା କରିଥାନ୍ତି ଓ ଏହି ଗଛର ପତ୍ରକୁ ପ୍ରସାଦ ରୂପେ ଗ୍ରହଣ କରିଥାନ୍ତି । ହିନ୍ଦୁ ପୁରାଣରେ ତୁଳସୀ ପାଖୁଡ଼ା ଓ ପତ୍ର ସେବନ ଆତ୍ମାକୁ ସ୍ୱର୍ଗକୁ ଘେନିଯାଇଥାଏ ବୋଲି ବିଶ୍ୱାସ କରାଯାଇଥାଏ । ଏହା ବ୍ୟତିରେକ ତୂଳସୀ ଗଛର ନାନାଦି ଅଙ୍ଗ କଫ, ଥଣ୍ଡା ଓ ଜର ନିମନ୍ତେ ଆୟୁର୍ବେଦିକ ଔଷଧ ରୂପରେ ମଧ୍ୟ ବ୍ୟବହାର କରାଯାଇଥାଏ । ପାର୍ବଣରେ ତୂଳସୀ ଚଉରା ପଣା ସଙ୍କ୍ରାନ୍ତି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ । ଛତୁଆ, ଦହି, ଗୁଡ଼କୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଥାଏ ।
ତାରକ ସାହା ଜଣେ ଓଡ଼ିଆ ହାସ୍ୟ ଅଭିନେତା । ମଞ୍ଚ ନାଟକ, ଟିଭି ଧାରାବାହିକ ଓ ଚଳଚ୍ଚିତ୍ର ଆଦିରେ ହାସ୍ୟ ଅଭିନେତା ଭାବେ କାମକରିଥିଲେ । ଅବୋଲକରା ଚରିତ୍ରରେ ସେ ଅତିପରିଚିତ ଥିଲେ । କଟକ ସେଲଟର ଛକ ବଙ୍ଗାଳିସାହି ବାସଭବନରେ ଜନ୍ମଗ୍ରହଣ କରିଥିଲେ । ତାରକ ଶାହା ଆଜୀବନ ଅବିବାହିତ ରହିଥିଲେ । ଅଭିନୟ ଜୀବନ ତାରକ ସାହା ୭୦ ଦର୍ଶକରେ ଅନ୍ନପୂର୍ଣ୍ଣା ଥିଏଟରରେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ । ହର ପଟ୍ଟନାୟକ ଓ ହରିଶ ମହାନ୍ତିଙ୍କ ନିର୍ଦ୍ଦେଶନାରେ ସାହା ଅନେକ ନାଟକରେ ଅଭିନୟ କରିବା ସହ ଚଳଚ୍ଚିତ୍ର, ୧୦୦ରୁ ଅଧିକ ଟିଭି ଧାରାବାହିକ ଓ ଅନେକ ବିଜ୍ଞାପନରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଟିଭି ଧାରାବାହିକ ମଳୟ, ପ୍ରତିଭା, କଥା କହୁଥିଲେ ସରିବନି, ମା ପରି ଅନେକରେ ତାଙ୍କୁ ପ୍ରତିଷ୍ଠା ମିଳିଥିବା ବେଳେ ହାସ୍ୟ ଧାରାବାହିକ ଗଡ଼ବଡ଼ର ଅବୋଲକରା ଚରିତ୍ର ତାଙ୍କୁ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଏକ ବିଶେଷ ସ୍ଥାନର ଅଧିକାରୀ କରାଇଥିଲା । ଏହାସହ ରୁଚି ମସଲା ଓ ସ୍କେବିଡଲ ମଲମରେ ଅଭିନୟ କରି ସେ ବେଶ ପରିଚିତ ହୋଇଥିଲେ । ସେ ସ୍ମୃତି ନାଟ୍ୟ ସଂସଦ ଓ ଅନ୍ନପୂର୍ଣ୍ଣା ଥିଏଟରର ସଦସ୍ୟ ଥିଲେ । ଦୀର୍ଘଦିନ ଅସୁସ୍ଥ ରହି ୨୦୧୭ ମସିହା ଜାନୁଆରୀ ୧୪ ତାରିଖରେ ଛାତିରେ ଯନ୍ତ୍ରଣା ସହ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ମହମ୍ମଦ ଟୋଗଲକ ହେଉଛନ୍ତି ଖିଲିଜୀ ବଂଶୀୟ ମୁସଲମାନ ରାଜା ଯିଏ ଦିଲ୍ଲୀ ଅଞ୍ଚଳରେ ରାଜୁତି କରୁଥିଲେ। ଏହାଙ୍କ ପିତା ହେଉଛନ୍ତି ଟୋଗଲକ ରାଜବଂଶର ଆଦି ପୁରୁଷ ଗିୟାସୁଦ୍ଦିନ ଟୋଗଲକ। ସେ ଖ୍ରୀଷ୍ଟାବ୍ଦ ୧୩୨୫ରୁ ୧୩୫୧ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ସେ ବିଦ୍ୱାନ, ନିର୍ଦ୍ଦୟ ଓ ବିକୃତ ମସ୍ତିସ୍କ ଥିଲେ। ସେଥିପାଇଁ ତାଙ୍କୁ ଆଡ଼ବାୟା ସୁଲତାନ ବୋଲି କୁହା ଯାଇଥାଏ। ସେ ରାଜଧାନୀକୁ ଦିଲ୍ଲୀରୁ ଉଠାଇନେଇ ୧୬ ମାଇଲ ଦୂର ଟୋଗଲକାବାଦ ଓ ପରେ ୮୦୦ ମାଇଲ ଦୂର ଦେଓଗିରିକୁ ରାଜଧାନୀ କରିଥିଲେ। ଏହାଙ୍କ ଅମଳରେ ମୁସଲମାନ ସାମ୍ରାଜ୍ୟର ଭିନ୍ନ ଭିନ୍ନ ପ୍ରଦେଶରେ ବିଦ୍ରୋହ ଦେଖା ଯାଇଥିଲା। ଏ ୧୩୫୧ ଖ୍ରୀଷ୍ଟାବ୍ଦରେ ସିନ୍ଧୁ ପ୍ରଦେଶରେ ଆତ୍ମହତ୍ୟା କରିଥିଲେ। ପ୍ରୋଥେରା ସାହେବଙ୍କ ଇତିହାସମତେ ଏହାଙ୍କ ଅମଳରେ ଦାକ୍ଷିଣାତ୍ୟରେ ବାହମନୀ ରାଜ୍ୟ ସ୍ୱତନ୍ତ୍ର ମୁସଲମାନ ରାଜ୍ୟ ରୂପେ ପ୍ରତିଷ୍ଠିତ ହୋଇଥିଲା। ଧାର୍ମିକ ସହାବସ୍ଥାନ ମହମ୍ମଦ ଟୋଗଲକ ଅପେକ୍ଷାକୃତ ଉନ୍ମୁକ୍ତ ଧାର୍ମିକ ଚିନ୍ତାଧାରାର ମଣିଷ ଥିଲେ। ସେ ଦିଲ୍ଲୀରେ ହିନ୍ଦୁ ଓ ଜୈନମାନଙ୍କୁ ଅବସ୍ଥାନ କରିବାର ଅନୁମତି ଦେଇଥିଲେ। ତାଙ୍କର ଏତାଦୃଶ ନୀତିକୁ ତାଙ୍କ ପରେ ଫିରୋଜ ଶାହ ଟୋଗଲକ ଅନୁସରଣ କରିଥିଲେ ‌ଯିଏକି ମହେନ୍ଦ୍ରସୁରୀ ନାମକ ଜୈନ ସାଧୁଙ୍କୁ ଯନ୍ତ୍ରରାଜା ନାମକ ସଂସ୍କୃତ ରଚନା ପାଇଁ ସାହା‌ଯ୍ୟ ସହଯୋଗ କରିଥିଲେ।
କିଶୋର ଦାଶ ଜଣେ ଓଡ଼ିଆ ରାଜନୀତିଜ୍ଞ । କିଶୋର ଓଡ଼ିଶା ରାଜନୀତିରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ କିଶୋର ଓଡ଼ିଶା ରାଜନୀତିରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କାର୍ଯ୍ୟ କରିଛନ୍ତି ।
ଭଜା ଏକ ପ୍ରକାର ଓଡ଼ିଆ ଖାଦ୍ୟ । ଶାଗ ଭଜା ସକାଳ ଧୂପ ବା ରାଜଭୋଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶାଗ ଭଜା ଭୋଗ କରାଯାଇଥାଏ । ଉପାଦାନ ଭଲ କୋଶଳା ବା ଲେଉଟିଆ ଶାଗ ୩ବିଡ଼ା ଦେଶୀ ଖମ୍ବଆଳୁ ୭୫ ଗ୍ରାମ ଭଲସାରୁ୧୫୦ ଗ୍ରାମ କଞ୍ଚା କଦଳୀ ୧ ଟା ନାଡ଼ି ୫୦ ଗ୍ରାମ ଗୁଆଘିଅ ୩ ଚାମଚ ଆବଶ୍ୟକ ଅନୁଯାୟୀ ଲୁଣ ଜିରା ସୋରିଷ ହଳଦୀ ଗୁଣ୍ଡ ଓ ପାଣି ପ୍ରସ୍ତୁତି ପ୍ରଥମେ ଶାଗକୁ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ । ତା ' ପରେ ସବୁ ପନିପରିବାକୁ ଧୋଇ ପରିଷ୍କାର କରି ଛୋଟ ଛୋଟ କାଟି ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ମିଶାଇ ତାକୁ ସିଝାଇ ଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ଘିଅ ପକାଇ ଗରମ କରନ୍ତୁ । ଏହି ଗରମ ଗୁଆ ଘିଅରେ ଜିରା ଓ ସୋରିଷ ଫୁଟାଇ ଦିଅନ୍ତୁ । ସେଥିରେ ଆଗରୁ ପ୍ରସ୍ତୁତ ଥିବା ସିଝା ପନିପରିବା, କଟା ଶାଗ ଓ ଛଣା ନାଡ଼ି ଏବଂ ଆବଶ୍ୟକ ଅନୁସାରେ ପାଣି ଦେଇ ଭଲକରି ଗୋଳାଇ ଚୁଲିରେ ବସାନ୍ତୁ । ଏହା କିଛି ସମୟ ବସାଇ ଶାଗ ସିଝି ଗଲେ ଏହାକୁ ଭଲକରି ଗୋଳାଇ ଓହ୍ଲାଇ ଦେବେ । ଏଥର ଶାଗ ଭଜା ପ୍ରସ୍ତୁତ ହୋଇଗଲା । ବାଇଗଣ ଭଜା ବାଇଗଣ ଭଜା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ ଭୋଗରେ ଅନ୍ତର୍ଭୁକ୍ତ ଅଟେ । ଉପାଦାନ ବାଇଗଣ ୫୦୦ ଗ୍ରାମ ଗୁଆଘିଅ ୪ ଚାମଚ ଜିରା ୨ ଚାମଚ ଆବଶ୍ୟକ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ନିଅନ୍ତୁ । ପ୍ରସ୍ତୁତି ପ୍ରଥମେ ବାଇଗଣର ଡେମ୍ଫ କାଟି ଏହାକୁ ଗୋଲ ଗୋଲ କରି କାଟି ରଖନ୍ତୁ । ଏହାପରେ ଏହି କଟା ବାଇଗଣକୁ ଛାଣି ଦିଅନ୍ତୁ । ଏହାପରେ କଟା ବାଇଗଣରେ ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ । ଗରମ ପାତ୍ରରେ ଜିରାକୁ ଭାଜି ଗୁଣ୍ଡ କରି ରଖନ୍ତୁ । ଅନ୍ୟ ଏକ ପାତ୍ରରେ ଗୁଆଘିଅକୁ ଗରମ କରି ସେଥିରେ ବାଇଗଣକୁ ପକାଇ ଭାଜନ୍ତୁ । ଏହି ଭଜା ବାଇଗଣ ଉପରେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ଜିରା ଗୁଣ୍ଡକୁ ଛିଞ୍ଚି ଦିଅନ୍ତୁ । ଏଥର ବାଇଗଣ ଭଜା ପ୍ରସ୍ତୁତ ହୋଇଗଲା । କଦଳୀ ବଡ଼ା ଭଜା ଏ ପ୍ରକାର ଭଜାକୁ ଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ । ଉପାଦାନ କଞ୍ଚା କଦଳୀ ଦୁଇଟା ନଡ଼ିଆ ଫାଳେ ଭଜା ଜିରାଗୁଣ୍ଡ ଏକ ଚାମଚ ଗୁଆଘିଅ ଅଧା କପ ଆବଶ୍ୟକ ପରିମାଣର ଲୁଣ ଓ ପାଣି ପ୍ରସ୍ତୁତି ପ୍ରଥମେ କଞ୍ଚା କଦଳୀକୁ ଧୋଇ ଚୋପା ଛଡ଼ାଇ କାଟି ସିଝାଇ ଦିଅନ୍ତୁ । ନଡ଼ିଆକୁ କୋରି ରଖନ୍ତୁ । ସିଝି ଥିବା କଦଳୀକୁ ଚକଟି ସେଥିରେ ନଡ଼ିଆ କୋରା, ଜିରାଗୁଣ୍ଡ ଓ ଆବଶ୍ୟକ ପରିମାଣର ଲୁଣ ମିଶାଇ ଆଉଥରେ ଭଲକରି ଚକଟି ଦିଅନ୍ତୁ । ଅଳ୍ପ ନିଆଁରେ ଗରମ ଘିଅ ପାତ୍ରରେ କଞ୍ଚା କଦଳୀ ଚକଟାକୁ ହାତରେ ବରା ଭଳି କରି ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ତାକୁ ଭାଜି ଭାଜି ଦେବେ । ଏଥର କଦଳୀ ବଡ଼ା ଭଜା ପ୍ରସ୍ତୁତ ହୋଇଗଲା । କଦଳୀ ଭଜା କଦଳୀ ଭଜାକୁ ମଧ୍ୟ ପ୍ରଭୁ ଜଗନ୍ନାଥ ନିଜ ଭୋଗ ଆକାରରେ ଗ୍ରହଣ କରିଥାନ୍ତି । ଉପକରଣ କଞ୍ଚା କଦଳୀ ୨ଟା ଗୁଆଘିଅ ଅଧ କପ ଆବଶ୍ୟକ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ ଓ ପାଣି ନେବେ ପ୍ରସ୍ତୁତି ପ୍ରଥମେ କଞ୍ଚା କଦଳୀକୁ ପାଣିରେ ଭଲକରି ଧୋଇବେ । ତାର ଡେମ୍ଫ କାଟି ଗୋଲ ଗୋଲ ସରୁ ସରୁ କରି କାଟି ଦେବେ । ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ମିଶାଇ ସିଝାଇ ଦେବେ । କଟା କଞ୍ଚା କଦଳୀ ସିଝି ଯିବା ପରେ ଗରମ ଘିଅ ପାତ୍ରରେ ଅଳ୍ପ ଘିଅ ପକାଇ ସିଝା କଦଳୀକୁ ଭାଜି ଦେବେ । ବର୍ତ୍ତମାନ କଦଳୀ ଭଜା ପ୍ରସ୍ତୁତ ହୋଇଗଲା ।
୧୪୬୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୮ ଜାନୁଆରୀ ବର୍ଷର ୨୮ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୩୭ ଦିନ ବାକି ଅଛି ଅଧିବର୍ଷ ଗୁଡ଼ିକରେ ୩୩୮ ଦିନ । ଘଟଣାବଳୀ ୧୮୨୧ : ଆଲେକଜାଣ୍ଡାର ଦ୍ୱୀପ ଠାବ ହେଲା। ୧୯୪୮: ଆକାଶବାଣୀ କଟକ କେନ୍ଦ୍ରର ପ୍ରତିଷ୍ଠା। ୧୯୬୧ : ରୁଆଣ୍ଡାରେ ଗଣତନ୍ତ୍ର ଦିବସର ପାଳନ ଆରମ୍ଭ । ୧୯୬୫ : କାନାଡାରେ ନୂତନ ପତକା ନିର୍ମିତ । ୧୯୬୫ : ବ୍ରିଟିଶ ଟେଲିଭିଜନରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରଥମ କାର୍ଯ୍ୟକ୍ରମ। ଜନ୍ମ ୧୯୧୨ : ଜ୍ୟାକ୍‌ସନ ପୋଲୋକ,ପ୍ରସିଦ୍ଧ ଆମେରିକୀୟ ଚିତ୍ରଶିଳ୍ପୀ ।
କମଳା ନେହୁରୁ ; ୧ ଅଗଷ୍ଟ ୧୮୯୯ ୨୮ ଫେବୃଆରୀ ୧୯୩୬ ଜଣେ ସ୍ୱାଧୀନତା ସଂଗ୍ରାମୀ, ଜବାହରଲାଲ ନେହେରୁଙ୍କ ସ୍ତ୍ରୀ ଏବଂ ଇନ୍ଦିରା ଗାନ୍ଧୀଙ୍କ ମା ଥିଲେ। ସେ ଜଣେ ଦେଶ ହିତାଭିଳାଷୀ ଥିଲେ । ପରିଚୟ କମଳା ନେହେରୁ ଦିଲ୍ଲୀର ଏକ ପ୍ରମୁଖ ବ୍ୟବସାୟୀ ପଣ୍ଡିତ ଜବାହରଲାଲମଲ ଏବଂ ରାଜପତି କୌଲଙ୍କ କନ୍ୟା । ଏକ ଭାରତୀୟ ପରମ୍ପରାଗତ କାଶ୍ମିରୀ ବ୍ରାହ୍ମଣ ପରିବାରରେ କମଳାଙ୍କ ଜନ୍ମ ୧ ଅଗଷ୍ଟ ୧୮୯୯ ମସିହାରେ ଦିଲ୍ଲୀରେ ହୋଇଥିଲା । କମଳା ହେଉଛନ୍ତି ପରିବାରର ଜ୍ୟେଷ୍ଠ ସନ୍ତାନ ।. ଚାନ୍ଦ ବାହାଦୁର କାଉଲ ଏବଂ କୈଳାଶ ନାଥ କାଉଲ ନାମରେ ତାଙ୍କର ଦୁଇ ଭାଇ । ଅନ୍ୟ ଏକ ଭଉଣୀ ହେଲେ ସ୍ୱରୂପ କଟଯୁ । କମଳା ଜଣେ ପଣ୍ଡିତ ଏବଂ ଏକ ମୌଲବୀ ଗୃହ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଶିକ୍ଷା ଲାଭ କରିଥିଲେ । ମାତ୍ର ସତର ବର୍ଷ ବୟସରେ କମଳାଙ୍କ ବିବାହ ଜବାହରଲାଲ ନେହେରୁଙ୍କ ସହ ୮ ଫେବୃଆରୀ ୧୯୧୬ ମସିହାରେ ହୋଇଥିଲା । ବିବାହ ପରେ କମଳାଙ୍କ ନାମ କମଳା କୌଲ ନେହେରୁ ହେଲା । ବ୍ରିଟିଶ ଲେଖିକା କ୍ୟାଥରିନ ଫ୍ରାନ୍ସିକ ସ୍ୱରଚିତ ବହି " ରେ ଲେଖିଛନ୍ତି ଯେ ଦିଲ୍ଲୀର ପରମ୍ପରାଗତ ହିନ୍ଦୁ ବ୍ରାହ୍ମଣ ପରିବାର ସହ ସମ୍ବନ୍ଧ ରଖିଥିବା ହେତୁ କମଳା ନେହେରୁଙ୍କ ଚରିତ୍ରରେ ହିନ୍ଦୁ ସଂସ୍କାର ସ୍ପଷ୍ଟ ବାରିହୋଇପଡୁଥିଲା । କିନ୍ତୁ ବିବାହ ପରେ ବିଦେଶ ଫେରନ୍ତା ତଥା ପାଶ୍ଚାତ୍ୟ ଢଙ୍ଗରେ ପ୍ରଭାବୀ ନେହେରୁଙ୍କ ପରିବାରରେ ତାଙ୍କୁ ଅଲଗା ପରିବେଶରେ ରହିବାକୁ ହେଲା । ସ୍ୱାଧୀନତା ସଂଗ୍ରାମରେ ଭୂମିକା କମଳା ନେହେରୁ ଭାରତର ସ୍ୱାଧୀନତା ସଂଗ୍ରାମରେ ଜବାହାରଙ୍କ ପ୍ରମୁଖ ସହଯୋଗୀ ଥିଲେ । ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନରେ ଆଲ୍ଲହାବାଦରେ ମହିଳାମାନଙ୍କୁ ଏକତ୍ର କରି ବିଦେଶୀ ଲୁଗା ଦୋକାନ ତଥା ମଦ ଦୋକାନରେ ପିକେଟିଂ କରିବା ଆରମ୍ଭ କଲେ । ଏପରିକି ଇଂରେଜ ସରକାର ଯେତେବେଳେ ଜବାହାରଙ୍କୁ ଇଂରେଜ ବିରୋଧୀ ଭାଷଣ ଦେବାରୁ ବିରତ କରିବାକୁ ଦେଶଦ୍ରୋହ ଅପରାଧରେ ଗିରଫ କଲେ, ସେତେବେଳେ କମଳା ନେହେରୁ ଜବାହରଙ୍କ ଲିଖିତ ଭାଷଣ ପଢିବାକୁ ଆଗେଇଯାଇଥିଲେ । ଯେତେବେଳେ ଇଂରେଜ ସରକାର ଦେଖିଲେ ଯେ ସ୍ୱାଧୀନତା ସଂଗ୍ରାମରେ କମଳାଙ୍କ ଲୋକପ୍ରିୟତା ବୃଦ୍ଧି ହେଉଛି, ସେତେବେଳେ ଭିନ୍ନ ଭିନ୍ନ ସଂକ୍ରାନ୍ତରେ କମଳାଙ୍କୁ ଦୁଇଥର ଜେଲ ଯିବାକୁ ପଡିଥିଲା । କମଳାଙ୍କ ସହ ସରୋଜିନୀ ନାଇଡୁ ତଥା ଅନ୍ୟ ମହିଳା ମଧ୍ୟ କାରାବରଣ କରିଥିଲେ । ଏହି ସମୟରେ କମଳା ନିଜ ଘର ସ୍ୱରାଜ ଭବନର ଏକ ବଖରାରେ ଆହତ ସ୍ୱତନ୍ତ୍ରତା ସେନାନୀମାନଙ୍କୁ ସେବା କରିବା ତଥା ଔଷଧ ବିତରଣ କରିବା ଆରମ୍ଭ କରିଦେଲେ । କମଳାଙ୍କ ମୃତ୍ୟୁ ପରେ ମହାତ୍ମା ଗାନ୍ଧୀ ତଥା ଅନ୍ୟ ପ୍ରମୁଖ ନେତାଙ୍କ ସହାୟତାରେ ଏହାକୁ କମଳା ନେହେରୁ ମେମୋରିଅଲ ହାସପାତାଳ ନାମରେ ପ୍ରତିଷ୍ଠା କଲେ ।
କେର୍ଣ୍ଣିକ୍ଟେରସ ରୋଗରେ ଶିଶୁର ରକ୍ତରେ ବିଲିରୁବିନର ମାତ୍ରା ଅଧିକ ହେତୁ ମସ୍ତିଷ୍କର କ୍ଷତି ହୋଇଥାଏ । ପ୍ରାରମ୍ଭିକ ଲକ୍ଷଣଗୁଡ଼ିକରେ ଖୁଏଇବା ଅସୁବିଧା, କାର୍ଯ୍ୟକଳାପ ହ୍ରାସ, ଜଣ୍ଡିସ୍ ଏବଂ ବାନ୍ତି ହୋଇପାରେ । ରୋଗ ଜଟିଳ ହେଲେ ବାତ, ସେରେବ୍ରାଲ୍ ପାଲ୍‌ସି, ଶ୍ରବଣ ଶକ୍ତି ହ୍ରାସ, ଦୃଷ୍ଟି ଶକ୍ତି ସମସ୍ୟା, ଦାନ୍ତରେ ସମସ୍ୟା ଏବଂ ବୌଦ୍ଧିକ ଅକ୍ଷମତା ହୋଇପାରେ । ବିପଦ କାରକଗୁଡ଼ିକ ମଧ୍ୟରେ ଅବଧିପୂର୍ବ ପ୍ରସବ, ଗାଢ଼ ଚର୍ମ, ଜନ୍ମ ସମୟରେ କ୍ଷତ ଚିହ୍ନ, ଆରଏଚ ରୋଗ, ସ୍ୱଳ୍ପ ଖାଇବା ଏବଂ କେତେକ ଜେନେଟିକ୍ ଅବସ୍ଥା ହୋଇପାରେ । ଅନ୍ୟାନ୍ୟ ବିପଦ ମଧ୍ୟରେ କମ୍ ଆଲବୁମିନ, ସେପସିସ ଏବଂ ସେଫଟ୍ରାଇଆକ୍ସୋନ ଏବଂ ଆସ୍ପିରିନ୍ ପରି କେତେକ ଔଷଧର ବ୍ୟବହାର ଯୋଗୁ ହୋଇପାରେ । ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀରେ ପ୍ରବେଶ କରୁଥିବା ବିଲିରୁବିନ, ମସ୍ତିଷ୍କ କୋଷଗୁଡ଼ିକୁ ବିଷାକ୍ତ କରିଥାଏ । ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ; ତଥାପି, କେବଳ ଶବ ବ୍ୟବଚ୍ଛେଦ ସମୟରେ ନିଶ୍ଚିତ କରାଯାଇପାରିବ । ପ୍ରତିରୋଧରେ ନବଜାତ କାମଳ ନିମନ୍ତେ ହାଲୁକା ଥେରାପି, ଅଧିକ ଦୁଗ୍ଧ ଗ୍ରହଣ, ଏବଂ ବେଳେବେଳେ ବିନିମୟ ଟ୍ରାନ୍ସଫ୍ୟୁଜନ୍ ଚିକିତ୍ସା କରାଯାଏ । ଥରେ କ୍ଷତି ଘଟିବା ପରେ ଏହା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଏହି ପରିପ୍ରେକ୍ଷୀରେ ଲକ୍ଷଣଗତ ଏବଂ ସହାୟକ ଯତ୍ନ ଆବଶ୍ୟକ ହୁଏ । ଜଟିଳତା ଗୁଡ଼ିକ ପ୍ରାୟ ସ୍ଥାୟୀ ହୋଇଯାଏ । ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୧୫% ନବଜାତ ଶିଶୁଙ୍କର କେର୍ଣ୍ଣିକ୍ଟେରସ ଯୋଗୁ ମୃତ୍ୟୁ ହୋଇଥାଏ । କେର୍ଣ୍ଣିକ୍ଟେରସ ରୋଗ କ୍ୱଚିତ ହୁଏ, ୧୦୦,୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ପ୍ରାୟ ୦.୨ରୁ ୨.୭ ଜଣକୁ ପ୍ରଭାବିତ କରିଥାଏ । ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । ଯୁକ୍ତରାଷ୍ଟ୍ରରେ କଳା ଶିଶୁମାନେ ଧଳା ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି । ଏହି ଅବସ୍ଥା ୧୯୦୪ ମସିହାରେ ଖ୍ରୀଷ୍ଟିଆନ ଜର୍ଜ ସ୍ମୋର୍ଲଙ୍କଦ୍ୱାରା ନାମିତ ହୋଇଥିଲା, ଯଦିଓ ଏହା ପୂର୍ବରୁ ୧୮୭୫ ମସିହାରେ ଜୋହାନ୍ସ ଅର୍ଥଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା ।
ହୋ ଜନଜାତି ହୋ ଏକ ଆଦିବାସି ଜନଜାତି ଯାହାକି ଝାରଖନ୍ଡରୁ ଆସିଅଛି । ଓଡ଼ିଶାରେ ବସବାସ କରୁଥିବା ପ୍ରମୁଖ ଆଦିବାସିମାନଙ୍କ ମଧ୍ୟରେ ହୋ ଅନ୍ୟତମ । ସେମାନେ ସାନ୍ତାଳି ସମ ଜନଯାତି । ଏହି ସମ୍ପ୍ରଦାୟର ଲୋକମାନେ ଓଡ଼ିଶା ଏବଂ ପଡୋଶୀ ରାଜ୍ୟରେ ମଧ୍ୟ ବସବାସ କରନ୍ତି । ଓଡ଼ିଶାରେ ବିଭିନ୍ନ ଜିଲ୍ଲା ଯେପରିକି ମୟୂରଭଞ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କ‌ଟକ ଏବଂ ସୁନ୍ଦରଗଡ଼ରେ ବସବାସ କରନ୍ତି । ଏହି ସମ୍ପ୍ରଦାୟ ସର୍ନ ଧର୍ମ ଅନୁସରଣ କରନ୍ତି । ସିନ୍ଗବୋଙ୍ଗା କିମ୍ବା ସୂର୍ଯ୍ୟ ସେମାନଙ୍କ ପ୍ରମୁଖ ଦେବତା । ହୋ ଜନଜାତି ନିଜ ଲୋକମାନଙ୍କ ମଙ୍ଗଳ ପାଇଁ ସୂର୍ଯ୍ୟ ପୂଜା କରିଥାନ୍ତି । ଏହା ଛଡା ସେମାନେ ମାରାଙ୍ଗବୁରୁ, ଗୁଡେଇ ଏରା, ଜାପେର ଏରା ଇତ୍ୟାଦି ଦେବତାଙ୍କ ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି । ପ୍ରତ୍ୟେକ ହୋ ଗ୍ରାମର ଏକ ମୁଖିଆ ଥାଏ ଯାହାକୁ ମୁଣ୍ଡ ବୋଲି କୁହ‌ନ୍ତି । ହୋ ଜନଜାତିର ଲୋକମାନେ ଯଉଁଠାରେ ପୂଜା କରନ୍ତି ତାକୁ ସେମାନେ ସେନେସଚଲ ବୋଲି କୁହ‌ନ୍ତି । ଦେବଦେବୀ ଏବଂ ପ୍ରେତାତ୍ମାମାନଙ୍କୁ ସେମାନେ ବୋଙ୍ଗ ବୋଲି କୁହ‌ନ୍ତି । ହୋ ଜନଜାତିର ମୁଖ୍ୟ ପର୍ବ ସେମାନଙ୍କ ମୁଖ୍ୟ ପର୍ବ ହେଲା ମାଗେ , ବା, ଗୋମା, ହେରୋଓ, ବାହାତୌଳି ଏବଂ ଜମନାମା । ମାଘେ ପର୍ବରେ ହୋ ଆଦିବାସି ଜନଜାତିର ସମସ୍ତ ପୁରୁଷ ଏବଂ ମହିଳାମାନେ ନୂତନ ଖାଦ୍ୟ ଶଷ୍ଯ ଅନୁସନ୍ଧାନ କରି ଉତ୍ସାହ ସ‌ହ ନାଚ ଏବଂ ଗିତରେ ଆନନ୍ଦ ଅନୁଭବ କରନ୍ତି । ମାର୍ଚ ଏବଂ ମେ ମାସ ମଧ୍ୟରେ ବା ପର୍ବ ପାଳନ କରାଯାଏ । ମାଗେ ପର୍ବ ମାଗେ ପର୍ବ ହୋ ଜନଜାତିର ସବୁଠାରୁ ବଡ଼ ପର୍ବ । ଏହି ପର୍ବ ପ୍ରାୟ ବ‌ର୍ଷର ଆରମ୍ଭରେ କିମ୍ବା ଜାନୁଆରୀ - ମାର୍ଚ୍ଚ ମଧ୍ୟରେ ପାଳନ କରାଯାଏ । ଏହି ପର୍ବ ପ୍ରାୟ ୧୦ରୁ ୧୫ ବର୍ଷ ଧରି ବ‌ହୁ ସ୍ଥାନରେ ପାଳନ କରା ଯାଉଛି । ଏହି ପର୍ବରେ ହୋ ଜନଜାତିର ବ୍ୟକ୍ତି ବିଷେଶମାନେ ଏକ ନିର୍ଧାରିତ ସ୍ଥାନରେ ଏକ‌ତ୍ର ହେଇଥାନ୍ତି । ସେଠାରେ ସେମାନେ ମାରାଙ୍ଗବୁରୁ, ଦେସୌଳି ଏବଂ ଦେବତାଙ୍କ ପୂଜା କରନ୍ତି ଏବଂ କୁକୁଡା ବଳି ଦିଅନ୍ତି । ପୂଜା ସମୟରେ କୁକୁଡାକୁ ନୂଆ ଅରୁଆ ଚାଉଳ ଖାଇବାକୁ ଦିଆଯାଏ । ସେହି ସାମୟରେ ଲୋକମାନେ ଦେବତାଙ୍କ ଉଦେଶ୍ୟରେ ଗାଳି ଗୁଳଜ କରୁଥିବେ । ମାଘେ ପର୍ବର ପ୍ରଥମ ଦିନ‌କୁ ଅତେଇଲି, ଦ୍ୱିତିୟ ଦିନ‌କୁ ଗାଉଅଲ୍, ତୃତିୟ ଦିନ‌କୁ ଗୁରିଃ ପରବ୍, ଚତୁର୍ଥ ଦିନ‌କୁ ମାଗେ ମାରାଁ, ପଞ୍ଚମ ଦିନ‌କୁ ମାଗେ ବାସୀ ଏବଂ ଶେଷ ଦିନ‌କୁ ହାରବାଗେୟା କିମ୍ବା ହାରମାଗେ ପରବ କୁହାଯାଏ । ଅତେଇଲି ଅତେ ଅର୍ଥ ମାଟି ଏବଂ ଇଲି ଅର୍ଥ ହାଣ୍ଡିଆ । ସାଧାରଣତଃ ଏହି ମାଟି ଦେବତାଙ୍କ ଉଦ୍ଦେଶ୍ୟରେ ହାଣ୍ଡିଆକୁ ଭୋଗ ସଦୃଶ୍ୟରେ ଅର୍ପଣ କରାଯାଇଥାଏ । ନୂଆ ହାଣ୍ଡିରେ ପ୍ରସ୍ତୁତ ହାଣ୍ଡିଆକୁ ପ୍ରଥମେ ମାଟି ଦେବତାଙ୍କୁ ଅର୍ପଣ କରାଯାଏ । ଗ୍ରାମ ଦେହୁରିକୁ ତାଙ୍କ ସ୍ତ୍ରୀ ସ‌ହ ଏକ ସ୍ଥାନରେ ବସାଇ ହାଣ୍ଡିଆ ପିଇବାକୁ ଦିଆଯାଏ ଗାଉଅଲ୍ ଗାଉ ବା ବଗାଳମାନେ ଗାଁର ଗୋରୁ ଗାଈମାନଙ୍କୁ ଚରାଇଥାନ୍ତି । ଏହି ଦିନ ବଗାଳମାନଙ୍କ ପାଇଁ ଅନ୍ତିମ ବା ବିଦାୟ ଦିନ ବୋଲି ଧରାଯାଏ । ଏହି ଦିନ ପର୍ଯ୍ୟନ୍ତ ବଗାଳମାନେ ଗାଇ ଗୋରୁ ଚରାନ୍ତି ତା ପର ଦିନ ବଗାଳମାନଙ୍କୁ ହାଣ୍ଡିଆ ପିଆଇ ଛାଡି ଦିଅନ୍ତି । ଏହି ଦିନ‌ଟି ଗୃହ ପାଳିତ ପଶୁ ପକ୍ଷୀମାନଙ୍କ ସୁଖ ସମୃଦ୍ଧି ପାଇଁ ପୂଜା ଅର୍ଚନା କରାଯାଏ । ଗୁରିଃ ପରବ୍ ଗୁରିଃ ଅର୍ଥ ଗୋବର । ଏହି ଦିନରେ ପ୍ରତ୍ୟେକ ଘରର ସ୍ତ୍ରୀଲୋକମାନେ ଘରକୁ ଗୋବରରେ ଲିପାପୋଛା କରିଥାନ୍ତି । ତାହା ପରେ ଠିକ୍ ସନ୍ଧ୍ୟା ବେଳକୁ ମାଦଳ ବାଜା ବଜାଇ ନାଚ ଗୀତ କରିଥାନ୍ତି । ମାଗେ ମାରାଁ ମାରାଁ ଅର୍ଥ ସବୁଠାରୁ ବଡ଼ । ଏହିଦିନ‌ଟି ମାଗେ ପର୍ବର ସବୁଠାରୁ ବଡ଼ ଦିନ ବୋଲି ମାନିଥାନ୍ତି । ଏହି ଦିନ ଦେହୁରିମାନଙ୍କ ସ‌ହିତ ମାଦଳର ତାଳେ ତାଳେ ନାଚି ନାଚି ଗାଧେଇବା ପାଈଁ ଯାଆନ୍ତି । ଗାଧେଈ ସାରି ଫେରିବାପରେ ଦେହୁରି ନୂଆ ଧୋତି ପିନ୍ଧି ଗ୍ରାମ ଦେବତାଙ୍କ ପୂଜା କରିଥାନ୍ତି । ମାଗେ ବାସୀ ଏହିଦିନ ଦିନରାତି ନାଚଗୀତ ଚାଲିଥାଏ । ଏହି ଦିନ ବୋଙ୍ଗମାନଙ୍କୁ ବିଦାୟ ଦିଅନ୍ତି । ରନ୍ଧା ଖାଦ୍ୟ ଏବଂ ହାଣ୍ଡିଆ ବୋଙ୍ଗମାନଙ୍କୁ ଅର୍ପଣ କରାଯାଏ । ହାରବାଗେୟା ହାରବାଗେୟା ମାଗେ ପର୍ବର ଅନ୍ତିମ ଦିବସକୁ କୁହାଯାଏ । ଏହି ଦିନ‌ଟି ଗୃହ ପାଳିତ ପଶୁ ପକ୍ଷୀମାନଙ୍କ ସୁଖ ସମୃଦ୍ଧି ପାଇଁ ପୂଜା ଅର୍ଚନା କରାଯାଏ । ଅନିଷ୍ଟକାରି ବୋଙ୍ଗମାନଙ୍କୁ ତଡିବା ପାଇଁ ଗାଁର ଲୋକ ଏବଂ ପିଲାମାନେ ଗାଳି ଗୁଳଜ କରି ବାଡି ଧରି ତଡିବାର ପ୍ରଥା ରହିଛି । ବା ପର୍ବ ବା ଅର୍ଥ ଫୁଲ । ଏହି ପର୍ବରେ ଫୁଲକୁ ପୂଜା କରାଯାଏ । ମୂଖ୍ୟତଃ ଏହି ପର୍ବରେ ଶାଳ ଫୁଲକୁ ପୂଜା କରାଯାଏ । ଏହି ପର୍ବଟି ପ୍ରତି ବର୍ଷ ମାର୍ଚ୍ଚ ମାସରେ ଅନୁସ୍ଠିତ ହୋଇଥାଏ । ଏହି ପର୍ବର ପ୍ରଥମ ଦିନ‌କୁ ସାକାମ ଦିଆଙ୍ଗ୍ ବୋଲି କୁହାଯାଏ , ଦ୍ୱିତିୟ ଦିନ‌କୁ ମାରାଙ୍ଗ୍ ମୁସିଂ, ତୃତିୟ ଦିନ‌କୁ ବାସି ମୁସିଂ ଏବଂ ଶେଷ ଦିନ‌କୁ ବଣ ଭୋଜିନୀ କୁହାଯାଏ । ପର୍ବର ପ୍ରଥମ ଦିନରେ ଲୋକମାନେ ଶାଳ ପ‌ତ୍ର, ଶାଳ ଫୁଲ ଏବଂ ଅନ୍ୟାନ୍ୟ ପ‌ତ୍ର ସଂଗ୍ରହ କରି ନିକଟସ୍ଥ ଜଙ୍ଗଲରୁ ଆଣନ୍ତି, ନିଜ ଘର ଗୋବର ପାଣିରେ ଲିପାପୋଛା କରି । ତୃତିୟ ଦିନ‌ରେ ଦେହୁରୀ ଦେଶାଉଳି ପୂଜା, ଗ୍ରାମ ସିରି ପୂଜା ଏବଂ ସିଂ ବୋଙ୍ଗା ପୂଜା ପାଇଁ ମିମ୍ (କୁକୁଡା), ମେରମ୍ (ଛେଳି)କୁ ପୂଜା କରିଥାନ୍ତି । ଶେଷ ଦିନରେ ନାଚଗୀତ ଏବଂ ଭୋଜିର ଆୟୋଜନ କରାଯାଏ । ରଜ ପର୍ବ ରଜ ପର୍ବ ଆନନ୍ଦ ଉତ୍ସବର ପର୍ବ । ଏହି ପର୍ବ ମେ-ଜୁନ୍ ମଧ୍ୟରେ ପାଳନ କରାଯାଏ । ଏହି ପର୍ବ ଦୁଇ ଦିନ ପାଳନ କରାଯାଏ । ଏହି ପର୍ବରେ କୌଣଷି ବଳି ଦିଆଯାଏ ନାହିଁ । ଏ ସମୟରେ କୌଣଷି ଚାଷ କାର୍ଯ୍ୟ ହୁଏ ନାହିଁ । କେବଳ ନାଚଗୀତ ଏବଂ ଭୋଜିରେ ସମସ୍ତେ ସମୟ ଅତିବାହିତ କରନ୍ତି । ଗୋମା ପର୍ବ ହେରୋଓ ପର୍ବ ଏହି ପର୍ବ ଜୁନ୍-ଜୁଲାଈ ମଧ୍ୟରେ ପାଳନ କରାଯାଏ । ଏହି ପର୍ବ ତିନି ଦିନ ପାଳନ କରାଯାଏ । ହୋ ଜନଜାତିର ବିଶ୍ୱାସ ଯେ ଏହି ପର୍ବ ପାଳନଦ୍ୱାରା ପ୍ରଚୁର ବର୍ଷା ସ‌ହ ଭଲ ଫସଲ ହେବ । ବାହାତୌଳି ପର୍ବ ଏହି ପର୍ବ ଜୁଲାଈ-ଅଗଷ୍ଟ ମାସ ମଧ୍ୟରେ ପାଳନ କରାଯାଏ । ଏହି ପର୍ବରେ ଦେସୌଳି ବୋଙ୍ଗ ପୂଜା କରାଯାଏ । କେନ୍ଦୁ ପ‌ତ୍ର ଦେବତାଙ୍କୁ ଅର୍ପଣ କରାଯାଏ ଏବଂ କୁକୁଡା ବଳି ଦିଆଯାଏ। ହୋ ଜନଜାତିର ବିଶ୍ୱାସ ଯେ ଏହି ପର୍ବ ପାଳନଦ୍ୱାରା ତାଙ୍କ ଫସଲ କିଟ ଏବଂପୋକମାନଙ୍କଠାରୁ ସୁରକ୍ଷୀତ ରହିବ । ଜମନାମା ପର୍ବ ଧାନ କାଟା ସମୟରେ ଏହି ପର୍ବ ପାଳନ କରାଯାଏ । ଏହି ପର୍ବ ପାଳନ କଲାପରେ ସମସ୍ତେ ନୂଆ ଧାନରୁ ହେଇଥିବା ନୂଆ ଚାଉଳ ଖାଆନ୍ତି । ପ୍ରଥମ ଧାନ କାଟା ହେଲା ପରେ ସେଥିରୁ ଚୁଡା ତିଆରି କରି ଗ୍ରାମ ଦେବତାଙ୍କୁ ଏବଂ ଅନ୍ୟ ଦେବିଦେବତାଙ୍କୁ ଅର୍ପଣ କରାଯାଏ ।
କଣ୍ଟାବାଞ୍ଜି (କ୍ରମିକ ସଂଖ୍ୟା: ୭୦) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କଣ୍ଟାବାଞ୍ଜି ବ୍ଳକ, ତୁରକେଲା ବ୍ଳକ, ବଙ୍ଗୋମୁଣ୍ଡା ବ୍ଳକ ଓ ମୁରିବାହାଲ ବ୍ଳକ । ଗତ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଲକ୍ଷ୍ମଣ ବାଗ, ବିଜୁ ଜନତା ଦଳ ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କଠାରୁ ୧୬,୩୪୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଆୟୁବ ଖାଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କଠାରୁ ୩୮୬୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା, ବିଜୁ ଜନତା ଦଳ ପ୍ରାର୍ଥୀ ହାଜି ମହମ୍ମଦ ଆୟୁବ ଖାଁଙ୍କଠାରୁ ୫,୩୦୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ନିର୍ବାଚିତ ବିଧାୟକଗଣ ୧୯୬୧ରୁ ୨୦୨୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି ।
ଟ୍ରିଚିନୋସିସ (ଇଂରାଜୀ ଭାଷାରେ ) ଏକ ପରଜୀବୀ ରୋଗ ଯାହା ଟ୍ରିଚିନେଲା ପରଜୀବୀଦ୍ୱାରା ସୃଷ୍ଟି ହୁଏ । ଅନ୍ତନଳୀରେ ପ୍ରାରମ୍ଭିକ ସଂକ୍ରମଣ ସମୟରେ ତରଳ ଝାଡ଼ା, ପେଟ ଯନ୍ତ୍ରଣା ଓ ବାନ୍ତି ହୁଏ । ସଂକ୍ରମଣ ହେବାର ଏକ ସପ୍ତାହ ପରେ ଏହାର ଲାର୍ଭା ସ୍ଥାନାନ୍ତର ହୋଇ ମାଂସପେଶୀକୁ ଗଲେ ମୁହଁ ଇଡିମା/ଫୁଲା, ଆଖିଧରା, ଜ୍ୱର, ମ୍ୟାଲଜିଆ/ମାଂସପେଶୀରେ ଯନ୍ତ୍ରଣା ଓ ରାସ ହୁଏ । କିଛି ସଂକ୍ରମଣ ଲକ୍ଷଣହୀନ ମଧ୍ୟ ହୁଏ । ସଂକ୍ରମଣ ଜଟିଳ ହେଲେ ମାୟୋକାର୍ଡ଼ାଇଟିସ , କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ ସମସ୍ୟା ଓ ନିମୋନିଆ ହୁଏ । ଅସିଦ୍ଧ ଟ୍ରିଚିନେଲା ସିସ୍ଟ ଥିବା ମାଂସ ଖାଇଲେ ଏହି ରୋଗ ବ୍ୟାପେ । ଅଧିକାଂଶ ସମୟରେ ଘୁଷୁରୀ ମାଂସ ଓ ବେଳେ ବେଳେ ଭାଲୁ ଓ କୁକୁର ମାଂସ ଖାଇଲେ ଏହି ରୋଗ ହୁଏ । ଅନେକ ଟ୍ରିଚିନେଲା ସବଟାଇପ ଯେପରିକି ଟ୍ରିଚିନେଲା ସ୍ପାଇରାଲିସ ଯୋଗୁ ମଧ୍ୟ ରୋଗ ହୁଏ । ପାକସ୍ଥଳୀରେ ସିସ୍ଟରୁ ଲାର୍ଭା ବାହାରେ । ଏହି ଲାର୍ଭା ଅନ୍ତନଳୀ କାନ୍ଥରେ ପଶି ସେଠାରେ ବୟଃପ୍ରାପ୍ତ ହୁଅନ୍ତି । ଏକ ସପ୍ତାହ ପରେ ଏମାନେ ଲାର୍ଭା ଛାଡ଼ନ୍ତି ଯାହା ସ୍ଥାନାନ୍ତର ହୋଇ ରେଖାକୃତ ମାଂସପେଶୀକୁ ଯାଇ ସେଠାରେ ସିସ୍ଟ ସୃଷ୍ଟି କରନ୍ତି । ଲକ୍ଷଣ ଦେଖି ରୋଗ ସନ୍ଦେହ କଲା ପରେ ସେରୋଲୋଜି ପରୀକ୍ଷାରୁ ବା ତନ୍ତୁ ବାୟୋପ୍ସି କରି ସେଥିରେ ଲାର୍ଭା ପାଇଲେ ସନ୍ଦେହ ନିଧାର୍ଯ୍ୟରେ ପରିଣତ ହୁଏ । ଏହି ରୋଗୁ ରକ୍ଷା ପାଇବା ନିମନ୍ତେ ମାଂସକୁ ଉତ୍ତମ ରୂପେ ସିଝେଇ ଖାଇବାକୁ ହୁଏ । ଖାଦ୍ୟ ଥର୍ମୋମିଟର ସାହାଯ୍ୟରେ ମାଂସ ଭିତରର ଉତ୍ତାପ ଯଥେଷ୍ଟ କି ନୁହେଁ ଜଣାଯାଇପାରେ । ଆଲବେଣ୍ଡାଜୋଲ ବା ମେବେଣ୍ଡାଜୋଲ ଭଳି ପରଜୀବୀ ବିରୋଧୀ ଔଷଧ ଦେଇ ଚିକିତ୍ସା କରାଯାଏ । ଶୀଘ୍ର ଚିକିତ୍ସା କଲେ ବୟଃପ୍ରାପ୍ତ ପରଜୀବୀ ମରିଯିବାଦ୍ୱାର ଲକ୍ଷଣ ଅଧିକ ଖରାପ ହେବାରୁ ରକ୍ଷା ମିଳେ । ଉଭୟ ଔଷଧ ନିରାପଦ ବିବେଚିତ ହେଉଥିଲେ ମଧ୍ୟ ଅସ୍ଥି ମଜ୍ଜା ଦମନ କରେ । ଗର୍ଭାବସ୍ଥା ଓ ୨ ବର୍ଷ ବୟସରୁ କମ୍ ପିଲାଙ୍କ କ୍ଷେତ୍ରରେ ଉପ‌ଯୁକ୍ତ ଅନୁଶୀଳନ କରାଯାଇ ନ ଥିଲେ ମଧ୍ୟ ନିରାପଦ ଜଣାଯାଆନ୍ତି । କେଶ୍ ସାଂଘାତିକ ହୋଇଥିଲେ ସ୍ଟିରଏଡ ଦିଆଯାଇପାରେ । ଚିକିତ୍ସା ନ ପାଇଲେ ମଧ୍ୟ ୩ ମାସ ମଧ୍ୟରେ ଏହି ରୋଗ ଲକ୍ଷଣମାନଙ୍କର ଉପଶମ ହେବା ଦେଖାଯାଏ । ଏହି ରୋଗର ପ୍ରାୟ ୧୦,୦୦୦ ସଂକ୍ରମଣ ବର୍ଷକୁ ହୁଏ । ନିକଟ ଅତୀତରେ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଆର୍ଜେଣ୍ଟିନା ଓ ରୁଷିଆ ସମେତ ଅତି କମ୍‌ରେ ୫୫ଟି ଦେଶରେ ଏହି ରୋଗ ଥିବା ଚିହ୍ନଟ ହୋଇଛି । ଏହି ରୋଗ ଗ୍ରୀଷ୍ମ ପ୍ରଧାନ ଦେଶମାନଙ୍କରେ ସାଧାରଣ ହେଉଥିଲେ ମଧ୍ୟ ଏହି ଦେଶମାନଙ୍କରେ ଅଳ୍ପ ସଂଖ୍ୟକ ହୁଏ । ଟ୍ରିଚିନୋସିସ ରୋଗ ହାର ସନ ୧୯୪୦ରେ ଯୁକ୍ତରାଷ୍ଟ୍ର ଆମେରିକାରେ ୪୦୦ ଥିବା ବେଳେ ସନ ୨୦୦୦ରେ ମାତ୍ର ୨୦ ଥିବା ଚିହ୍ନଟ ହୋଇଥିଲା । ଏହି ରୋଗ ଯୋଗୁ ମୃତ୍ୟୁ ହାର ଅତି ନ‌ଗନ୍ୟ ।
ସ ଓଡ଼ିଆ ଲିପିର ଏକ ବର୍ଣ୍ଣ । ଏହା ଓଡ଼ିଆ ବର୍ଣ୍ଣମାଳାର ୩୨ତମ ବ୍ୟଞ୍ଜନ ବର୍ଣ୍ଣ । ଏହା ଆଗରୁ ଷ ଓ ପରେ ହ ରହିଛି । ଏହାର ଉଚ୍ଚାରଣ ସ୍ଥାନ ଦନ୍ତ ହୋଇଥିବାରୁ ଏହାକୁ "ଦନ୍ତ୍ୟ ସ" ବୋଲି ମଧ୍ୟ କୁହାଯାଏ । ଏହା ଉଷ୍ମ ବା ଅଳ୍ପପ୍ରାଣ ବର୍ଣ୍ଣର ତୃତୀୟ ଅକ୍ଷର । ଜିଭର ଆଗ ଦାନ୍ତ ମୂଳର ନାମମାତ୍ର ଛୁଇଁଲେ ଏହି ଅକ୍ଷର ଉଚ୍ଚାରଣ ହୋଇଥାଏ । ଏହା ଛାମୁଦାନ୍ତ ସାହାଯ୍ୟରେ ଉଚ୍ଚାରିତ ହେଉଥିବାରୁ ଦାନ୍ତ ନଥିବା ଶିଶୁମାନେ ଓ ବୃଦ୍ଧମାନେ ଏହି ବର୍ଣ୍ଣ ଭଲ ଭାବେ ଉଚ୍ଚାରଣ କରି ପାରନ୍ତି ନାହିଁ । ଏହାର ଉଚ୍ଚାରଣ ଇଂରାଜୀ " " ଓ ଫାରସୀ "ସିନ୍" ଓ 'ସେ' ଅକ୍ଷରର ଉଚ୍ଚାରଣ ପରି ଓଡ଼ିଆରେ ଏହା ଉଚ୍ଚାରିତ ହେଲାବେଳେ ତାଳୁ ଓ ମୂର୍ଦ୍ଧନୀ ଆଡ଼କୁ ଜିଭ ଯାଏ । ସାଧାରଣତଃ କଥାଭାଷାରେ ତାଲବ୍ୟ ଶ, ମୂର୍ଦ୍ଧନ୍ୟ ଷ ଓ ଦନ୍ତ୍ୟ ସ ମଧ୍ୟରେ ପ୍ରଭେଦ ରହେ ନାହିଁ । ତେଣୁ ଶ, ଷ, ସ ବର୍ଣ୍ଣଯୁକ୍ତ ଶବ୍ଦମାନ ପ୍ରାୟ ଏକ ପ୍ରକାର ଉଚ୍ଚାରିତ ହୁଏ ।
ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ଜନ୍ମ: ୧୯ ଜାନୁଆରୀ ୧୯୬୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଲଳିତେନ୍ଦୁ ୧୯୬୭ ମସିହାର ଜାନୁଆରୀ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଏବଂ ପତ୍ନୀଙ୍କ ନାମ ଯୋଗେଶ୍ୱରୀ ଦେବୀ । ତାଙ୍କ ଭାଇ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଜଣେ ରାଜନେତା ଥିଲେ, ଯିଏକି ଜଣେ ବିଧାୟକ ଭାବରେ ଆଗରୁ କାର୍ଯ୍ୟ କରିଥିଲେ । ରାଜନୈତିକ ଜୀବନ ଲଳିତେନ୍ଦୁ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ୨୦୧୬ ମସିହାରେ ତାଙ୍କ ଭାଇ ଲୁଲୁ ମହାପାତ୍ରଙ୍କର ମୃତ୍ୟୁପରେ ସେ ତାଙ୍କ ଝିଆରୀ ଉପାସନା ମହାପାତ୍ରଙ୍କ ସହ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।
ମିଶର ( ଆରବୀ : , ଅନୁବାଦିତ: ମିସ୍ର, ଇଂରାଜୀ : ଇଜିପ୍ଟ), ଆନୁଷ୍ଠାନିକ ଭାବରେ ମିଶର ଆରବ ଗଣତନ୍ତ୍ର ହେଉଛି ଏକ ଦେଶ ଯାହାକି ଉତ୍ତର ଆଫ୍ରିକାରେ ଅବସ୍ଥିତ ଥିବାବେଳେ ଏହାର ସାଇନା ଉପଦ୍ୱୀପ ଦକ୍ଷିଣ-ପଶ୍ଚିମ ଏସିଆ ପାଇଁ ଏକ ସ୍ଥଳ ସେତୁ ସୃଷ୍ଟି କରେ ଇଜିପ୍ଟ ଏହିପରି ଏକ ଟ୍ରାନ୍ସକଣ୍ଟିନେଣ୍ଟାଲ୍ ଦେଶ ଏବଂ ଆଫ୍ରିକା, ଭୂମଧ୍ୟସାଗରୀୟ ଅଞ୍ଚଳ, ମଧ୍ୟ ପୂର୍ବ ଏବଂ ଇସଲାମ ଜଗତର ଏକ ପ୍ରମୁଖ ଶକ୍ତି ଏହା 1002,000 ବର୍ଗ କିଲୋମିଟର କ୍ଷେତ୍ର ଧାରଣ କରିଥାଏ ଏବଂ ଉତ୍ତରରେ ମଧ୍ୟବର୍ତ୍ତୀ ସମୁଦ୍ର , ଉତ୍ତର -ପୂର୍ବରେ ଗାଜା ଷ୍ଟ୍ରିପ୍ ଏବଂ ଇସ୍ରାଏଲ , ପୂର୍ବରେ ଲାଲ ସାଗର , ଦକ୍ଷିଣରେ ସୁଦାନ୍ ଏବଂ ପଶ୍ଚିମରେ ଲିବିୟା ସହିତ ସୀମାବଦ୍ଧ ମିଶରର ସରକାରୀ ନାମ ହେଉଛି ମିଶର ଏହି ନାମ ପ୍ରାଚୀନ ଆରବୀରେ ଅଛି ଯେଉଁଥିରେ କୁରାନ ଲେଖାଯାଇଛି ଆଜିକାଲି ସ୍ଥାନୀୟ ବାସିନ୍ଦା ଏହାକୁ ମିଶର ବୋଲି ମଧ୍ୟ କହିଛନ୍ତି। ଇଂରାଜୀ ନାମ ଇଜିପ୍ଟ ମଧ୍ୟମ ଫରାସୀ ଶବ୍ଦ ଏବଂ ରୁ ଆସିଛି , ମୂଳତ ପ୍ରାଚୀନ ଗ୍ରୀକ୍ " " ରୁ ଆସିଛି ଇଜିପ୍ଟ ଶବ୍ଦଟି ସେମିଟିକ୍ ଭାଷାରୁ ଆସିଛି ଆଫ୍ରିକା ଏବଂ ମଧ୍ୟ ପୂର୍ବର ସବୁଠାରୁ ଜନବହୁଳ ଦେଶ ମଧ୍ୟରୁ ମିଶର ଅନ୍ୟତମ ଏହାର ଆନୁମାନିକ 79 ନିୟୁତ ଜନସଂଖ୍ୟା ନୀଳ ନଦୀ କୂଳରେ ବାସ କରନ୍ତି । ନୀଳ ନଦୀର ଏହି କ୍ଷେତ୍ର ପ୍ରାୟ 40000 ବର୍ଗ କିଲୋମିଟର (15000 ବର୍ଗ ମାଇଲ) ଏବଂ କେବଳ ସମଗ୍ର ଦେଶର ଏହି ଅଞ୍ଚଳରେ କୃଷି ଜମି ମିଳିଥାଏ ସାହାରା ମରୁଭୂମିର ଏକ ବଡ଼ ଅଂଶ ଅଳ୍ପ ଜନବହୁଳ ମିଶରର ପ୍ରାୟ ଅର୍ଦ୍ଧେକ ସହରରେ ବାସ କରନ୍ତି, ଯେଉଁଠାରେ କାହିରା , ଆଲେକ୍ସ୍ଜାଣ୍ଡାରିଆ ଇତ୍ୟାଦି ଜନବହୁଳ ସହର ନୀଳ ନଦୀ ମୁହାଣ ଅଞ୍ଚଳରେ ଅବସ୍ଥିତ ଇଜିପ୍ଟ ଏହାର ପ୍ରାଚୀନ ସଭ୍ୟତା ପାଇଁ ସ୍ୱୀକୃତିପ୍ରାପ୍ତ ଗିଜା ପିରାମିଡ୍ କମ୍ପ୍ଲେକ୍ସ ଏବଂ ଗ୍ରେଟ୍ ସ୍ପିନ୍କ୍ସ ପରି ପ୍ରସିଦ୍ଧ ସ୍ମାରକୀ ଏଠାରେ ଅବସ୍ଥିତ ପ୍ରାଚୀନ ଇଜିପ୍ଟର ଧ୍ୱଂସାବଶେଷ ଯେପରିକି ମେମ୍ଫିସ୍ , ଥେବସ୍ , କର୍ଣ୍ଣାଟକ ଏବଂ କିଙ୍ଗସ୍ ଉପତ୍ୟକା ଯାହା ଲକ୍ସୋର ବାହାରେ ଅବସ୍ଥିତ ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଅଟେ ଏଠାରେ ଶାସକ ଫାରୋ ନାମରେ ପରିଚିତ ଥିଲେ । ଖ୍ରୀଷ୍ଟିଆନ ଏବଂ ଇସଲାମିକ ସମୟରେ ଏହି ଆଖ୍ୟା ବ୍ୟବହୃତ ହୋଇଥିଲା ଏହା ମଧ୍ୟ ଫାରୋ ଭାବରେ ଲେଖାଯାଇଛି ଇଜିପ୍ଟର ଦେବତା ହୋରୁସ୍କା ଫାରୋଙ୍କୁ ପୁନର୍ଜନ୍ମ ବିଶ୍ବାସ କରାଯାଉଥିଲା ହୋରସ୍ ଡାୟୁ (ଆକାଶ)ର ଦେବତା ଥିଲେ ଏବଂ ତାଙ୍କୁ ସୂର୍ଯ୍ୟ ମଧ୍ୟ ବିବେଚନା କରାଯାଉଥିଲା ମିଶରର ପ୍ରାୟ 12% କର୍ମଜୀବୀ ପର୍ଯ୍ୟଟନ ଏବଂ ଲୋହିତ ସାଗର ରିଭେରାରେ ନିୟୋଜିତ ଅଟନ୍ତି ମଧ୍ୟ ପୂର୍ବରେ, ମିଶରର ଅର୍ଥନୀତି ସବୁଠାରୁ ବିକଶିତ ଏବଂ ବିବିଧ ଅଟେ ପର୍ଯ୍ୟଟନ, କୃଷି , ଶିଳ୍ପ ଏବଂ ସେବା ପରି କ୍ଷେତ୍ରଗୁଡିକର ଉତ୍ପାଦନ ସ୍ତର ପ୍ରାୟ ସମାନ 2011ର ପ୍ରାରମ୍ଭରେ, ମିଶର ଏକ ବିପ୍ଳବର ସାକ୍ଷୀ ହୋଇଥିଲା ଯାହା ଏକଛତ୍ରବାଦୀ ଶାସକ ହୋସନି ମୁବାରକଙ୍କ 30 ବର୍ଷର ଶାସନକୁ ସମାପ୍ତ କରିଥିଲା
ବସନ୍ତ ବେହେରା (୧ ଫେବୃଆରୀ ୧୯୧୦ - ୪ ଜୁନ ୧୯୯୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ବସନ୍ତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାଲିପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ବସନ୍ତ ବେହେରା ୧୯୧୦ ମସିହାର ଫେବୃଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଶ୍ୱନାଥ ବେହେରା ଓ ପତ୍ନୀଙ୍କ ନାମ ସୁମିତ୍ରା ବେହେରା । ବସନ୍ତଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ । ରାଜନୈତିକ ଜୀବନ ବସନ୍ତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ (ଇ) ଓ ଭାରତୀୟ ଜାତୀୟ କଂଗ୍ରେସ (ଆର୍)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ମୃତ୍ୟୁ ବସନ୍ତ ବେହେରା ୧୯୯୩ ମସିହାର ଜୁନ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।
ପାଟେଲାର ଟେଣ୍ଡନ ବିଦାରଣ (ଇଂରାଜୀ ଭାଷାରେ ) କୁହାଯାଏ ଯେତେବେଳେ ପାଟେଲ ଓ ଟିବିଆ ଅସ୍ଥିକୁ ସଂଯୋଗ କରୁଥିବା ପାଟେଲାର ଟେଣ୍ଡନ ଛିଣ୍ଡିଯାଏ । ଏଥିରେ ହଠାତ୍ ଯନ୍ତ୍ରଣା ହୁଏ ଓ ଚାଲିବାରେ ଅସୁବିଧା ହୁଏ । ସମ୍ପୁର୍ଣ୍ଣ ଛିଣ୍ଡିଯାଇଥିଲେ ଆଣ୍ଠୁ ସିଧା ହୁଏନାହିଁ । ଏହା ଛିଣ୍ଡିଗଲେ ଅନୁଭବ କରିହୁଏ । ପାଟେଲା ଟେଣ୍ଡନ ଆଘାତ ନିମନ୍ତେ ଅଧିକ ଆଘାତ ଯେପରିକି ଉଚ୍ଚ ସ୍ଥାନରୁ ଖସିପଡ଼ିବା ବା ଆଣ୍ଠୁ ଉପରେ ସିଧା ଆଘାତ ହେବା ଆବଶ୍ୟକ ହୁଏ । ପାଟେଲାର ଟେଣ୍ଡିନାଇଟିସ , ବୃକ୍‌କ ଫେଲ , ମଧୁମେହ, କର୍ଟିକୋସ୍ଟିରଏଡ ବା ଫ୍ଲୋରୋକୁଇନୋଲିନ ବ୍ୟବ‌ହାର କରୁଥିଲେ ଏହି ସଙ୍କଟ ରହେ । ପାଟେଲା ଟେଣ୍ଡନ ଦୁଇ ପ୍ରକାର ଛିଣ୍ଡିଯାଏ: ଆଂଶିକ ବା ସମ୍ପୁର୍ଣ୍ଣ । ଅଧିକାଂଶ କେଶ୍‌ରେ ଟେଣ୍ଡନଟି ପାଟେଲା ଅସ୍ଥି ସ‌ହ ସଂଯୁକ୍ତ ହୋଇଥିବା ସ୍ଥାନରେ ଛିଣ୍ଡିଯାଏ । ଲକ୍ଷଣ, ଶାରୀରିକ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଛିଣ୍ଡବା ସ୍ଥାନ ଛୋଟ ହୋଇଥିଲେ ବିଶ୍ରାମ ଓ ସ୍ପ୍ଲିଣ୍ଟ ଦିଆଯିବା ପରେ ଫିଜିଓଥେରାପି ଦିଆଯାଏ । ଛିଣ୍ଡା ସ୍ଥାନ ବଡ଼ ହୋଇଥିଲେ ଦୁଇ ସପ୍ତାହ ମଧ୍ୟରେ ଅପରେଶନ କରିବା ଆବଶ୍ୟକ । ଫଳାଫଳ ଭଲ ରହେ । ସାଧାରଣ ଜନତାଙ୍କ ମଧ୍ୟରେ ଏହି ଆଘାତ ହାର ଅଜ୍ଞାତ ଥିଲେ ମଧ୍ୟ ସଙ୍କଟ ଥିବା ଲୋକଙ୍କ ମଧ୍ୟରେ ଏହା ବର୍ଷକୁ ୧୦,୦୦୦ଲୋକରେ ଜଣ‌କର ହୁଏ । ଚାଳିଶ ବର୍ଷ ବୟସ ପୂର୍ବରୁ ଏହା ଘଟେ ।
ଦ୍ରୋଣାବଳୀ ହରିକା , ଜଣେ ଭାରତୀୟ ମହିଳା ଚେସ ଖେଳାଳି । ତାଙ୍କର ଜନ୍ମ ୧୨ ଜାନୁଆରୀ ୧୯୯୧ ମସିହାରେ ହେଇଥିଲା । ସେ ଗ୍ରାଣ୍ଡ ମାଷ୍ଟର ସ୍ତରରେ ୨୦୧୧ ମସିହାରେ ପହଞ୍ଚି ଥିଲେ । ୨୦୦୭-୮ ମସିହାରେ ତାଙ୍କୁ ଭାରତ ସରକାରଙ୍କ ତରଫରୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା । ଭ୍ଲାଡିମିର କ୍ରମଣିକ , ଯୁଡିଥ ପୋଲଗାର ଓ ବିଶ୍ୱନାଥନ ଆନନ୍ଦଙ୍କୁ ତାଙ୍କର ଆଦର୍ଶ ଭାବେ ଗ୍ରହଣ କରୁଥିବା ଦ୍ରୋଣାବଳୀ ୨୦୧୬ ମସିହାରେ ତାଙ୍କର ଶୀର୍ଷ ଫର୍ମରେ ରହିଥିଲେ । ସେ ଚୀନ ଦେଶରେ ହେଇଥିବା ଫିଡେ ଚେସ ବିଶ୍ୱ ଚମ୍ପିୟାନଶୀପ ଜିତିବା ସହ ବିଶ୍ୱ ରେଙ୍କିଙ୍ଗରେ ୧୧ ତମ ସ୍ଥାନରୁ ୫ ମ ସ୍ଥାନରେ ପହଞ୍ଚିଥିଲେ । ସେ ରୁଷିଆଠାରେ ସମାପ୍ତ ହେଇଥିବା ବର୍ଷର ମହିଳା ଗ୍ରାଣ୍ଡ ପୃକ୍ ସିରିଜରେ ବିଶ୍ୱର ୫ ମ ରେଙ୍କରେ ରହିଲେ । ସେ ଏହି କ୍ରମରେ ବିଶ୍ୱର ମହିଳା ବିଭାଗର ୧ ନମ୍ବର ଖେଳାଳି ହଉ ୟିଫାନଙ୍କୁ ପରାସ୍ତ କରିଥିଲେ ଓ ବିଶ୍ୱର ୨ ନମ୍ବର ଖେଳାଳି ୱେସ୍ଲେଙ୍କ ସହ ଖେଳ ଅମୀମାଂଶିତ ରଖିପାରିଥିଲେ । କୃତି ସମୂହ ଦ୍ରୋଣାବଳୀ ଫିଡେ ଗ୍ରାଣ୍ଡ ପୃକ୍ସରେ ପଞ୍ଚମ ସ୍ଥାନ ପାଇବା ସହ , ଚେଙ୍ଗଦୁଠାରେ ଏହାର ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ସେ ଭାରତୀୟ ଦଳ ପାଇଁ ଦଳଗତ ଏସିଯା ଚେସ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ସେଠାରେ ରେପୀଡ ଚେସ ବିଭାଗରେ ସ୍ୱର୍ଣ୍ଣ, ବୋର୍ଡରେ ରୌପ୍ୟ ଓ ଦଳଗତ ପ୍ରତିଯୋଗୀତାରେ ବ୍ରୋଞ୍ଜ ପାଇଥିଲେ । ଏହା ପୂର୍ବରୁ ୨୦୧୫ ମସିହାରେ ରୋମରେ ସ୍ୱର୍ଣ୍ଣ , ଇଉଏଇରେ ବ୍ରୋଞ୍ଜ , ତଥା ବିଶ୍ୱ ଦଳଗତ ଖେଳରେ ରୌପ୍ୟ ପାଇଥିଲେ । ୨୦୦୦ ମସିହାରୁ ୨୦୧୫ ମସିହା ଯାଏ ସେ ବହୁ ପରିମାଣର ଆନ୍ତରଯାତିକ ପ୍ରତିଯୋଗୀତାରେ ବହୁ ପଦକ ପାଇଥିଲେ ।
ଘନଶ୍ୟାମ ବିଶ୍ୱାଳ ଓଡ଼ିଶାରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ରଚନାବଳୀ ଅନୁବାଦ ସେ "ରାଇଡର ହାଗାର୍ଡ଼" ଙ୍କ ଲିଖିତ ଇଂରାଜୀ ଲେଖାର ଓଡ଼ିଆରେ ରୂପାନ୍ତର କରିଥିଲେ ।
ଆଲବର୍ଟ ଆଇନଷ୍ଟାଇନ (ଜନ୍ମ: ୧୪ ମାର୍ଚ୍ଚ ୧୮୭୯) ଜଣେ ଜର୍ମାନ ନୋବେଲ ପୁରସ୍କାର ବିଜେତା ଯିଏ ସାଧାରଣ ଆପେକ୍ଷିକ ତତ୍ତ୍ୱ ତିଆରି କରିଥିଲେ ଯାହା ଭୌତିକ ବିଜ୍ଞାନରେ ବିପ୍ଳବ ସୃଷ୍ଟି କରିଥିଲା । ଏଥିପାଇଁ ତାଙ୍କୁ ଆଧୁନିକ ଭୌତିକ ବିଜ୍ଞାନର ଜନକ କୁହାଯାଏ । ସେ ଆପେକ୍ଷିକ ତତ୍ତ୍ୱ ଏବଂ ବସ୍ତୁତ୍ୱ ଶକ୍ତି ସମୀକରଣ 2 { ^{2}} ପାଇଁ ସବୁଠୁ ଅଧିକ ଜଣାଶୁଣା ଥିଲେ । ତାଙ୍କୁ ସୈଦ୍ଧାନ୍ତିକ ଭୌତିକ ବିଜ୍ଞାନ, ବିଶେଷତଃ ଆଲୋକ-ବିଦ୍ୟୁତ ବିକିରଣର ସନ୍ଧାନ ପାଇଁ ୧୯୨୧ରେ ନୋବେଲ୍ ପୁରସ୍କାର ପ୍ରଦାନ କରା ଗଲା । ଆଇନଷ୍ଟାଇନ ଆପେକ୍ଷିକତାର ବିଶେଷ ଏବଂ ସାଧାରଣ ସିଦ୍ଧାନ୍ତ ସହିତ ଅନେକ ଯୋଗଦାନ ଦେଇଛନ୍ତି । ସେ ୧୮ ଅପ୍ରେଲ ୧୯୫୫ରେ ମୃତ୍ୟୁବରଣ କରିଥିଲେ । ବାଲ୍ୟକାଳ ଓ ଶିକ୍ଷା ଆଲବର୍ଟ ଆଇନଷ୍ଟାଇନ ଜର୍ମାନ ସାମ୍ରାଜ୍ୟର ଉର୍ଟମ୍ବର୍ଗ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହର୍ମାନ ଆଇନଷ୍ଟାଇନ ଜଣେ ବ୍ୟବସାୟୀ ଓ ଯନ୍ତ୍ରୀ ଥିଲେ । ତାଙ୍କ ମାତା ଥିଲେ ପ 'ଲିନ ଆଇନଷ୍ଟାଇନ। ଆଲବର୍ଟ ୫ ବର୍ଷ ବୟସରେ ଯୋଗ ଦେଲେ ରେ ୩ବର୍ଷ ପାଇଁ ଓ ତା ପରେ ସେ ରେ ଯୋଗ ଦେଲେ ସେଥି ସେ ସ୍କୁଲ ଶିକ୍ଷା ପାଇଥିଲେ । ବ୍ୟକ୍ତିଗତ ଜୀବନୀ ୧୯୪୬ ମସିହାରେ ଆଇନଷ୍ଟାଇନ , କୁ ଯାତ୍ରା କରିଥିଲେ ଓ ସେଠାରେ ସେ ରେ ସମ୍ମାନିତ ହୋଇଥିଲେ ।
ୱାର୍ଦ୍ଧା ,ବା ବହଧା , ମରାଠୀ: ତେଲୁଗୁ: ଭାରତର ଭ୍ଦର୍ଭ ଅଞ୍ଚଳର ଏକ ବୃହତ ନଦୀ । ୱାର୍ଦ୍ଧା ନଦୀ ଚମୋରାଶିର ଦକ୍ଷିଣକୁ ୱାଇନଗଙ୍ଗା ନଦୀ ସହ ମିଳିତ ହୁଏ ଏବଂ ପ୍ରାଣହିତ ନଦୀ ସୃଷ୍ଟି କରି ତେଲେଙ୍ଗନ ରାଜ୍ୟର ଆଦିଲାବାଦ ଜିଲ୍ଲାକୁ ପ୍ରବାହିତ ହୁଏ । ଉପତ୍ତି 777 ମିଟର ଉତ୍ଚ ସାତପୁରା ରେଞ୍ଜ ପର୍ବତମାଳାର ଖଇରବନୀ ଗରମ ନିକଟରେ ଥିବା ମୁଲଟାଇ ଅଞ୍ଚଳରୁ ଉପନ୍ନ ହେଇଥାଏ । ଗତିପଥ ଉପତ୍ତି ସ୍ଥଳରୁ ମଧ୍ୟପ୍ରଦେଶରେ 32 କିଲୋମିଟର ପ୍ରବାହିତ ହେଲା ପରେ ଏହା ମହାରାଷ୍ଟ୍ରକୁ ପ୍ରବେଶ କରି ସେଠାରେ 528 କିଲୋମିଟର ଯିବା ପରେ ଏହା ୱାଇନଗଙ୍ଗା ନଦୀରେ ମିଳିତ ହେଇ ପ୍ରାଣହିତ ନଦୀ ଭାବରେ ବହି ଯାଏ ଓ ଗୋଦାବରୀ ସହ ମିଳିତ ହୁଏ । ଶାଖା ନଦୀ ସମୂହ ଏହାର ମୁଖ୍ୟ ଶାଖା ନଦୀମାନେ ମଦୁ , ବେମବ୍ଲା , ପେନଗଙ୍ଗା ଆଦି ବନ୍ଧ ୱାର୍ଦ୍ଧା ନଦୀରେ ବିଶାଳ ୱାର୍ଧା ବନ୍ଧ ମୋରଶୀ ନାମକ ସ୍ଥାନରେ ନିର୍ମିତ । ଏହାକୁ ଅମରାବତି ସହର ତଥା ମୋରଶୀ , ବାଲୁଡ ତହସିଲର ଜୀବନଧାରା କୁହାଯାଇଥାଏ । ଏହି ସ୍ଥାନରେ ବିପୁଳ ପରିମାଣରେ ଅରେଞ୍ଜ ଚାଷ ହେଇଥାଏ । ୱାର୍ଦ୍ଧାର ଶାଖା ନଦୀ ବେମ୍ବାଲା ନଦୀରେ ମଧ୍ୟ ଏକ ବନ୍ଧ ନିର୍ମିତ ହଉଛି ।
ନିତ୍ୟାନନ୍ଦ ଗଡ଼ତିଆ (୩୦ ଅଗଷ୍ଟ ୧୯୩୪ - ୨୯ ଡିସେମ୍ବର ୨୦୧୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ନିତ୍ୟାନନ୍ଦ ଗଡ଼ତିଆ ୧୯୩୪ ମସିହାର ଅଗଷ୍ଟ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁଦର୍ଶନ ଗଡ଼ତିଆ ଓ ପତ୍ନୀଙ୍କ ନାମ ବିନୋଦିନୀ ଗଡ଼ତିଆ । ରାଜନୈତିକ ଜୀବନ ନିତ୍ୟାନନ୍ଦ ଗଡ଼ତିଆ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ନିତ୍ୟାନନ୍ଦ ଗଡ଼ତିଆ ୨୦୧୮ ମସିହାର ଡିସେମ୍ବର ୨୯ ତାରିଖରେ ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ପଶ୍ଚିମ ବଙ୍ଗ, ବଙ୍ଗଳା: ଭାରତର ଏକ ପ୍ରଶାସନିକ ରାଜ୍ୟ ।
ଗୌରହରି ନାଏକ (ଜନ୍ମ: ୨୧ ନଭେମ୍ବର ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ଗୌରହରି ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୦ ଓ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ଶିକ୍ଷା ଓ ପରିବାର ଗୌରହରି ନାଏକ ୧୯୫୯ ମସିହାର ନଭେମ୍ବର ମାସ ୨୧ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଧୁ ନାଏକ । ଗୌରହରିଙ୍କର ଶିକ୍ଷାଗତ ଯୋଗ୍ୟତା ଡିପ୍ଲୋମା । ତାଙ୍କ ପତ୍ନୀଙ୍କ ନାମ ନନ୍ଦିନୀ ନାଏକ । ରାଜନୈତିକ ଜୀବନ ଗୌରହରି ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଗୌରହରି ନାଏକ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫,୧୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ପଦ୍ମଲୋଚନ ସିଂହଙ୍କୁ ୯୬୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାଯାଏଁ କାର୍ଯ୍ୟ କରିଥିଲେ । ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଗୌରହରି ନାଏକ ପୁଣିଥରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫,୧୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ପଦ୍ମଲୋଚନ ସିଂହଙ୍କୁ ୯୬୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ବିଲେଇ ଜଗା ଖୁଣ୍ଟିଆ, ଜଗନ୍ନାଥ ମନ୍ଦିରରେ ବିଲେଇ ଜଗା ସେବା ପାଇଁ ନିଯୋଜିତ ଥିବା ସେବକ । ଶ୍ରୀଜଗନ୍ନାଥଙ୍କ ଉପାସନା ସହ ଜଡ଼ିତ ରହିଛି ଅନେକ ପୂଜା ବିଧି ଓ ନୀତି। ମହାପ୍ରଭୁଙ୍କର ଛୋଟଛୋଟ କାମପାଇଁ ରହିଛନ୍ତି ଅନେକ ସେବକ । ପ୍ରତିଟି କାର୍ଯ୍ୟକୁ ଧାର୍ଯ୍ୟ ପରମ୍ପରା ଅନୁସାରେ କରାଯାଇଥାଏ । ସେହିପରି ଏକ ସେବା ହେଉଛି ବିଲେଇ ଜଗା ସେବା । ଏହି ସେବା ପାଇଁ ଜଣେ ଖୁଣ୍ଟିଆ ସେବକ ନିୟୋଜିତ ଅଛନ୍ତି । କାର୍ଯ୍ୟ ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ପ୍ରତିହାରୀ ଓ ଖୁଣ୍ଟିଆ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ୱରେ ରହନ୍ତି । ଏହି ଦୁଇ ସମ୍ପ୍ରଦାୟ ମଧ୍ୟରୁ ସୁରକ୍ଷା ଦାୟିତ୍ୱ ଭାଗ ଭାଗ କରି ବଣ୍ଟା ଯାଇଛି । ଜଗନ୍ନାଥଙ୍କ ଭୋଗ ସୁରକ୍ଷା ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ ସେବକ ନିୟୋଜିତ ରହିଛନ୍ତି । ଲକ୍ଷ୍ମୀଙ୍କ ରୋଷଘରେ ପ୍ରସ୍ତୁତ ହୁଏ ଜଗନ୍ନାଥଙ୍କ ଭୋଗ । ସେଠାରେ ଭୋଗ ତିଆରି ହୋଇ ରହିଥାଏ । ଏହି ଭୋଗରେ କାଳେ ବିଲେଇ ମୁହଁ ମାରିଦେବ ସେଥପାଇଁ ନଜର ରଖାଯାଏ । ବିଲେଇ ମୁହଁ ମାରିଦେଲେ ଭୋଗ ମାରା ହେବ ଓ ଜଗନ୍ନାଥଙ୍କ ଭୋଗ ସେବନ ସମୟ ଗଡ଼ିଯିବ । ତେଣୁ ଭୋଗରେ ଯେପରି ବିଲେଇ ମୁହଁ ନମାରିବ ବା ଆଖପାଖରେ ଯେମିତି ବିଲେଇ ନଆସିବ ସେଥୁପ୍ରତି ଜଣେ ସେବକ ରହନ୍ତି । ତାଙ୍କୁ କୁହାଯାଏ 'ବିଲେଇ ଜଗା ଖୁଣ୍ଟିଆ' । ଏହି ଖୁଣ୍ଟିଆ ସେବକ ସକାଳୁ ଆସି ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିବା ପରେ କାମ ଆରମ୍ଭ କରନ୍ତି । ସେ ଭୋଗ ରୋଷଘରୁ ଆସିବା ବେଳେ ନଜର ଦେବା ସହ ଭୋଗ ଗମ୍ଭୀରା ଭିତରେ ଲାଗିହେବା ପରେ ତାହାକୁ ଜଗି ରହନ୍ତି, କାଳେ ବିଲେଇ ମୁହଁ ମାରିଦେବ । ଭୋଗ ପାଇଁ ଟେରା (ସମ୍ମୁଖ ଭାଗରେ ଏକ କନା ବାନ୍ଧି ଦିଆଯାଏ) ପଡ଼େ । ପୁଣି ଭୋଗ ସରିଲେ ଟେରା ଖୋଲାଯାଏ । ଟେରା ଖୋଲିବା ପର୍ଯ୍ୟନ୍ତ ସେହିଠାରେ ଭୋଗକୁ ଜଗି ରହନ୍ତି । ଏମିତି ବଲ୍ଲଭ ଭୋଗଠାରୁ ବଡ଼ସିଂହାର ଭୋଗ ପର୍ଯ୍ୟନ୍ତ ସବୁ ଭୋଗକୁ ସେ ନିଜ ନଜରରେ ରଖନ୍ତି । ଜଗନ୍ନାଥଙ୍କ ଭୋଗରେ କୌଣସି ପ୍ରକାର ବିଲେଇର ଛାଇ ଯେପରି ନପଡ଼ିବ ସେ ଧ୍ୟାନ ଦେଇଥାନ୍ତି । ସେଥଯାଇଁ ଏହି ସେବାର ନାମ ହେଉଛି ବିଲେଇ ଜଗା ସେବା ଓ ସେବକ ହେଉଛନ୍ତି ବିଲେଇ ଜଗା ଖୁଣ୍ଟିଆ ' ।
ନୋବେଲ ପୁରସ୍କାରଟି ନୋବେଲ ଫେଡେରେସନଦ୍ୱାରା ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଦିଆ ଯାଏ ।ଏହା ବିଶ୍ୱର ସର୍ବଶ୍ରେଷ୍ଠ ମର୍ଯ୍ୟାଦାଜନକ ପୁରସ୍କାର। ନୋବେଲ ପୁରସ୍କାର ଶାନ୍ତି, ଅର୍ଥଶାସ୍ତ୍ର, ଚିକିତ୍ସା ବିଜ୍ଞାନ, ରସାୟନ ବିଜ୍ଞାନ ଓ ଭୌତିକ ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ସର୍ବଶ୍ରେଷ୍ଠ ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ଦିଆଯାଇଥାଏ । ଭାରତୀୟ୍ ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଠାକୁର, ସାହିତ୍ୟ- ୧୯୧୩ ସି. ଭି. ରମଣ, ପଦାର୍ଥ ବିଜ୍ଞାନ- ୧୯୩୦ ଡ଼କ୍ଟର୍ ହରଗୋବିନ୍ଦ ଖୁରାନା, ଶରୀର ତତ୍ତ୍ୱ / ଭେଷଜ ତତ୍ତ୍ୱ- ୧୯୬୮ ମଦର ଟେରେସା, ଶାନ୍ତି- ୧୯୭୯ ଡ଼କ୍ଟର୍ ସୁବ୍ରମନ୍ୟମ୍ ଚନ୍ଦ୍ରଶେଖର, ପଦାର୍ଥ ବିଜ୍ଞାନ- ୧୯୮୩ ଅମର୍ତ୍ୟ ସେନ, ଅର୍ଥନୀତି- ୧୯୯୮ ବିଦ୍ୟାଧର ସୁରତପ୍ରସାଦ ନୈପାଲ, ସାହିତ୍ୟ-୨୦୦୧ କୈଳାସ ସତ୍ୟାର୍ଥୀ, ଶାନ୍ତି- ୨୦୧୪ ସଂକ୍ଷିପ୍ତ ସୁଚନା ଭାରତର ଲୋକସଂଖ୍ୟା ଅନୁଯାୟୀ ଯଦିଓ ନୋବେଲ ପୁରସ୍କାର ବିଜେତାମାନଙ୍କର ସଂଖ୍ୟା ନଗଣ୍ୟ, ତଥାପି ଯେଉଁମାନେ ଭାରତ ପାଇଁ ଏହି ନୋବେଲ ପୁରସ୍କାର ଜିତିବାର ଗୌରବ ଆଣିଦେଇଛନ୍ତି ସେମାନଙ୍କ ନାମ ଭାରତୀୟ ଇତିହାସରେ ଅବିସ୍ମରଣୀୟ ହୋଇ ରହିବ। ରବୀନ୍ଦ୍ରନାଥ ଠାକୁର ୧୮୬୧ ମସିହା ମେ ମାସ ୬ ତାରିଖରେ କଲିକତାର ଚିତପୁର ନାମକ ସ୍ଥାନର ଦ୍ୱାରିକାନାଥ ଲେନ୍ରେ ରବୀନ୍ଦ୍ରନାଥ ଟାଗୋର ଜନ୍ମଗ୍ରହଣ କରିଥିଲେ।ତାଙ୍କ ପିତା ଦେବେନ୍ଦ୍ର ନାଥ ଓ ମାତା ସାରଦା ଦେବୀଙ୍କର ସେ ସର୍ବକନିଷ୍ଠ ସନ୍ତାନ ଥିଲେ।ଏକ ବିରାଟ ବଙ୍ଗାଳୀ ଯୌଥ ପରିବାରରେ ଜନ୍ମ ହୋଇଥିଲେ ବି ତାଙ୍କର ପିଲାଦିନ ଅବହେଳିତ ଓ ନିଃସଙ୍ଗ ଭାବରେ କଟିଥିଲା କାରଣ ଘରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହୁଥିଲେ ଏବଂ ରବୀନ୍ଦ୍ରଙ୍କୁ ଧ୍ୟାନ ଦେଇପାରୁନଥିଲେ।ଠାକୁର ପରିବାରରେ ଜନ୍ମ ନେଇଥିଲେ ବି ସେ ନିରାଡମ୍ବର ଭାବରେ ଜିଉଁଥିଲେ। ସେଇ ସରଳ ଜୀବନର ଆଭାସରେ ବଢ଼ିଥିଲେ ବୋଲି ତାଙ୍କ ମନରେ ସର୍ବଦା ଉଚ୍ଚଚିନ୍ତା ଓ ଚେତନା ବାରି ହୋଇପଡୁଥିଲା।ବିଦ୍ୟାର୍ଥୀ ଭାବରେ ମଧ୍ୟ ସେ ମେଧାବୀ ଛାତ୍ର ଭାବେ ଶିକ୍ଷକ ମାନଙ୍କ ପାଖରେ ପରିଚିତ ଥିଲେ।ଆଦ୍ୟ ଜୀବନରେ ସେ ପୃଥ୍ୱୀରାଜ ଚରିତ୍ରକୁ ନେଇ ଏକ ନାଟକ ରଚନା କରିଥିଲେ।ସେହି ସମୟରେ ସେ ବନଫୁଲ,ଭାନୁସିଂହର ପଦ୍ୟାବଳୀ,ନୟନ ତୋମହର ଦାୟନା ଦେଖିତେ,ରାଜର୍ଷି କିଶୋର,ବିସର୍ଜନ ଇତ୍ୟାଦି କାବ୍ୟ ଓ ଉପନ୍ୟାସ ରଚନା କରିଥିଲେ।ପରବର୍ତ୍ତୀ ଜୀବନରେ ମୃଣାଳିନୀ ଦେବୀଙ୍କ ସହ ତାଙ୍କର ବିବାହ ହୋଇଥିଲା।ଏକଲା ଚାଲୋ,ବାଲ୍ମୀକି ପ୍ରତିଭା,ନିର୍ଝରର ସ୍ୱପ୍ନଭଙ୍ଗୀ,ପ୍ରଭାତ ସଂଗୀତ,ସଂଧ୍ୟା ସଂଗୀତ ଇତ୍ୟାଦି ବଙ୍ଗଳା ସାହିତ୍ୟକୁ ତାଙ୍କର କାଳଜୟୀ ଅବଦାନ। ସି. ଭି. ରମଣ " ଡ଼କ୍ଟର୍ ହରଗୋବିନ୍ଦ ଖୁରାନା ଫାଇଲ: . " ମଦର ଟେରେସା " ଡ଼କ୍ଟର୍ ସୁବ୍ରମନ୍ୟମ୍ ଚନ୍ଦ୍ରଶେଖର " ଅମର୍ତ୍ୟ ସେନ " ବିଦ୍ୟାଧର ସୁରତପ୍ରସାଦ ନାଇପୁଲ୍ . " କୈଳାସ ସତ୍ୟାର୍ଥୀ
ବାଙ୍କ ବିହାରୀ ଦାସ (୮ ଜାନୁଆରୀ ୧୯୨୨ - ୨୮ ଜୁଲାଇ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ବାଙ୍କ ବିହାରୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ବାଙ୍କ ବିହାରୀ ବିଞ୍ଜାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୧୯୭୧ ଓ ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚରେ ସେ ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ବାଙ୍କ ବିହାରୀ ଦାସ ୧୯୨୨ ମସିହାର ଜାନୁଆରୀ ମାସ ୮ ତାରିଖ ଶାମ୍ବଦଶମୀ ଦିନ ତତ୍କାଳୀନ କଟକ ଜିଲ୍ଲା (ଏବେକାର ଯାଜପୁର ଜିଲ୍ଲା)ର କଲ୍ୟାଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜଗନ୍ନାଥ ଦାସ ଏବଂ ତାଙ୍କ ପତ୍ନୀଙ୍କ ନାମ ସୁଧାମଞ୍ଜରୀ ଦାସ । ବାଙ୍କ ବିହାରୀଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ସ୍ନାତକରୁ କମ୍ । ରାଜନୈତିକ ଜୀବନ ବାଙ୍କ ବିହାରୀ ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ସେ ରାଜ୍ୟ ସଭାର ସଭ୍ୟ ଭାବେ ୦୩ ଅପ୍ରେଲ ୧୯୬୬ରୁ ୦୪ ଅପ୍ରେଲ ୧୯୭୧ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ମୃତ୍ୟୁ ବାଙ୍କ ବିହାରୀ ୨୦୦୧ ମସିହାର ଜୁଲାଇ ମାସ ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।
ହାଇଫେମା କୁହାଯାଏ ଯେତେବେଳେ ଆଖିର ଆଣ୍ଟିରିଅର ଚାମ୍ବରରେ (ଆଇରିସ ଓ କର୍ଣ୍ଣିଆ ମଧ୍ୟରେ) ରକ୍ତ ପ୍ରବେଶ କରେ । ଏହାର ଲକ୍ଷଣ ମଧ୍ୟରେ ଅସ୍ପଷ୍ଟ ଦୃଷ୍ଟି, ଉଜ୍ଜ୍ୱଳ ଆଲୋକରେ ଆଖିରେ ଯନ୍ତ୍ରଣା ହୁଏ । ଠିଆ ହେବା ଅବସ୍ଥାରେ ରୋଗୀ ଆଖିର ତଳ ଭାଗରେ ରକ୍ତ ଜମିଥିବା ସ୍ତର ଥିବା ଦେଖାଯାଏ । ଏହି ରୋଗ ଜଟିଳ ହେଲେ ଗ୍ଲକୋମା ଏବଂ ସ୍ଥାୟୀ ଦୃଷ୍ଟିହାନି ହୋଇପାରେ । ଆଖିରେ ସିଧାସଳଖ ଆଘାତ ହେତୁ ଏହା ସାଧାରଣଃ ଘଟେ; ଯଦିଓ ବେଳେବେଳେ ସ୍ୱତଃ ପ୍ରବୃତ୍ତ ଭାବରେ ହୋଇପାରେ । କ୍ରୀଡା ସମୟରେ ଆଖିରେ ବଲ ବାଜିଲେ ବା କୌଣସି ଆକ୍ରମଣର ଶିକାର ହେଲେ ଏହି ରକ୍ତ ବାହାରେ । ସଙ୍କଟକାରୀ ରୋଗ ମଧ୍ୟରେ ଲିଉକେମିଆ, ହେମୋଫିଲିଆ, ଭନ୍ ୱିଲବ୍ରାଣ୍ଡ ରୋଗ, ସିକ୍ଲ ସେଲ୍ ରୋଗ, ମଧୁମେହ ଏବଂ ଆଣ୍ଟିକୋଆଗୁଲାଣ୍ଟ ଔଷଧ ଯୋଗୁ ଏହା ରହିବାର ଆଶଙ୍କା ଥାଏ । ସିଲିଆରି ବଡି କିମ୍ବା ଆଇରିସରୁ ରକ୍ତସ୍ରାବ ହେଲେ ଏପରି ହୁଏ । ଆଖି ପରୀକ୍ଷା କରି ଓ ସ୍ଲିଟ୍ ଲ୍ୟାମ୍ପ ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଶୋଇବା ସମୟରେ ଶେଜ ମୁଣ୍ଡ ପାଖ ୩୦ଡିଗ୍ରୀରୁ ଅଧିକ ଉପରକୁ ରଖାଯାଏ, ଏକ ଆଖି ସିଲ୍ଡ ଦିଆଯାଏ ଏବଂ ଚକ୍ଷୁ ବିଶେଷଜ୍ଞଦ୍ୱାରାଅନୁସରଣ କରି ରୋଗୀ ପରିଚାଳନା କରାଯାଏ । ଯନ୍ତ୍ରଣା ଏବଂ ଅଇ ଉପଶମ ପାଇଁ ଔଷଧ ମଧ୍ୟ ଆବଶ୍ୟକ ହୋଇପାରେ । ଏଥିରେ ଆଖି ପୁଅର ଦୋଳନ ପ୍ରତିରୋଧ କରିବା ପାଇଁ ସାଇକ୍ଲୋପେଣ୍ଟୋଲେଟ୍ ଆଖି ବୁନ୍ଦା ଦିଆଯାଇପାରେ, ଯେପର୍ଯ୍ୟନ୍ତ ଚକ୍ଷୁ ଭିତର ଚାପ ସ୍ୱାଭାବିକ ଥାଏ । ରକ୍ତସ୍ରାବ ବ୍ୟାଧି ଥିଲେ ଚିକିତ୍ସା ଆବଶ୍ୟକ ହୋଇପାରେ । ଉଚ୍ଚ ଇଣ୍ଟ୍ରୋକୋକୁଲାର୍ ଚାପ ଥିବା କିମ୍ବା ଯେଉଁମାନେ ଉନ୍ନତି କରୁନାହାଁନ୍ତି ସେମାନଙ୍କ ପାଇଁ ଅସ୍ତ୍ରୋପଚାର ପରାମର୍ଶ ଦିଆଯାଇପାରେ । ଅଧିକାଂଶ ଲୋକ, ବିଶେଷକରି ଅଳ୍ପ ରକ୍ତସ୍ରାବ ହୋଇବା ବ୍ୟକ୍ତିମାନେ ସମ୍ପୂର୍ଣ୍ଣ ସୁସ୍ଥ ହୁଅନ୍ତି । ଯେଉଁମାନଙ୍କ ମଧ୍ୟରେ ୩୩%ରୁ କମ ଜଡିତ ଥିଲେ ପୁନରୁଦ୍ଧାର ପ୍ରାୟ ୯୦% ହୋଇଥିବାବେଳେ ଏହା ସମଗ୍ର ଆଣ୍ଟିଅର ଚାମ୍ବର ରକ୍ତରେ ପରିପୂର୍ଣ୍ଣ ଥିଲେ ପ୍ରାୟ ୫୦ରୁ ୭୫%କୁ କମିଯାଏ । ହାଇଫେମା ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୧୨ଜଣ ପ୍ରଭାବିତ ହୋଇଥାଆନ୍ତି । ଅଧିକାଂଶ କ୍ଷେତ୍ରରେ (ପ୍ରାୟ ୭୦%) ପିଲାମାନଙ୍କଠାରେ ଦେଖାଯାଏ । ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।
ପୁରୀ କୁମ୍ଭାରପଡା ଅଞ୍ଚଳରେ ଅଠର ନଳା ନିକଟରେ ଆଲମଚଣ୍ଡି ମନ୍ଦିର ଅବସ୍ଥିତ । ଏହା ପୁରୀସ୍ଥିତ ଏକ ଅବହେଳିତ ଶାକ୍ତ ପୀଠ । ଇତିହାସ ଏହି ମନ୍ଦିରର ନିର୍ମାଣ ସମୟକୁ ନେଇ ପ୍ରାମାଣିକ ତଥ୍ୟ ମିଳିନାହିଁ । ତେବେ ଡଃ ବି.କେ. ରଥଙ୍କ ଅନୁସାରେ ମନ୍ଦିରଟି ଷୋଡଶ ଶତାବ୍ଦୀରେ ନିର୍ମିତ । ମନ୍ଦିରର ଶିଳ୍ପକଳାକୁ ଆଧାର କରି ଏହାର ନିର୍ମାଣ ସମୟ ଷୋଡଶ ଶତାବ୍ଦୀର ଦ୍ୱିତୀୟ ଭାଗ ବୋଲି ଅନୁମାନ କରାଯାଏ । ତେବେ ନାଟମଣ୍ଡପଟି ବିଂଶ ଶତାବ୍ଦୀରେ ନିର୍ମିତ । ବିଶେଷତ୍ୱ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଅନ୍ୟତମ ଆଲମଚଣ୍ଡି ଏହାର ଅଧିଷ୍ଠାତ୍ରୀ ଦେବୀ । ଅନ୍ୟ ସାତଦେବୀ ହେଲେ ବିମଳା, ହରଚଣ୍ଡି, ରାମଚଣ୍ଡି, ବାସେଳୀ, ବରାହୀ, ଦକ୍ଷିଣଚଣ୍ଡି ଓ ଝାଡେଶ୍ୱରୀ । ଏଠାରେ ପାଳିତ ପର୍ବମାନଙ୍କ ମଧ୍ୟରେ ଦୁର୍ଗାଷ୍ଟମୀ, ସାତପୁରୀ ଅମାବାସ୍ୟା ତଥା ମକର ସଂକ୍ରାନ୍ତି ପ୍ରମୁଖ । ମକର ସଂକ୍ରାନ୍ତିରେ ଆଲମଚଣ୍ଡିର ସେବକ ଜଗନ୍ନାଥଙ୍କଠାରେ ପ୍ରସାଦ ଅର୍ପଣ କରନ୍ତି । ନବକଳେବର ପର୍ବରେ ଏହି ମନ୍ଦିରର ପ୍ରମୁଖ ଭୂମିକା ରହି ଆସିଛି । ନବକଳେବର ବେଳେ ଦାରୁ ଶଗଡ଼ି ଆଲମଚଣ୍ଡି ମନ୍ଦିର ସମ୍ମୁଖସ୍ଥ ରାସ୍ତା ଦେଇ ପୁରୀ ମନ୍ଦିରରେ ପହଞ୍ଚେ । ପ୍ରଥା ଅନୁସାରେ, ଦେବୀ ଆଲମଚଣ୍ଡିଙ୍କ ଆଜ୍ଞାମାଳ ପାଇବାପରେ ହିଁ ଦାରୁ ଶଗଡି ପୁରୀ ମଧ୍ୟକୁ ପ୍ରବେଶ କରେ । ବିଶ୍ୱାସ ଅଛି ଯେ ଦେବୀ ଆଲମଚଣ୍ଡିଙ୍କଦ୍ୱାରା ଦାରୁ ପବିତ୍ର ହୋଇଗଲେ ଶ୍ରୀ ଜୀଉଙ୍କ ନବକଳେବର ଗଢିବାରେ କୌଣସି ବିଘ୍ନ ଘଟେ ନାହିଁ ।
କ୍ଲୋରପ୍ରୋମାଜିନ (ସିପିଜେଡ୍), ବ୍ୟବସାୟୀକ ନାମ ଥୋରାଜିନ ଓ ଲାର୍ଗାକ୍ଟିଲ ଏକ ମନୋବିକାରି ପ୍ରଭାବକାରୀ ଔଷଧ । ପ୍ରାଥମିକ ଭାବେ ଏହା ମନୋବିକାର ରୋଗ ଯେପରିକି ସିଜୋଫ୍ରେନିଆ ରୋଗରେ ବ୍ୟବ‌ହୃତ ହେଉଥିଲା । ବ୍ୟବ‌ହୃତ ହେଉଥିବା ଅନ୍ୟାନ୍ୟ ରୋଗମାନଙ୍କ ନାମ: ବାଇପୋଲାର ଡିଜଅର୍ଡ଼ର, ଆଟେନସନ ଡେଫିସିଟ ହାଇପରଆକ୍ଟିଭିଟି ଡିଜଅର୍ଡ଼ର, ଅଇ ଓ ବାନ୍ତି, ଅପରେଶନ ପୂର୍ବ ଉତ୍କଣ୍ଠା ଓ ଅନ୍ୟ ଚିକିତ୍ସାରେ ଉପଶମ ହୋଇ ନ ଥିବା ହିକ୍କା । ଏହା ପାଟିରେ, ମାଂସପେଶୀ ଇଞ୍ଜେକସନ ଓ ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । ଶୁଖିଲା ପାଟି, ଠିଆ ହେଲେ କମ ରକ୍ତଚାପ, ଅଧିକ ଓଜନ ଓ ଚଳପ୍ରଚଳ ସମସ୍ୟା ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଏଥିରେ ଦେଖାଯାଏ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସ୍ଥାୟୀ ଚଳପ୍ରଚଳ ଅସୁବିଧା, ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଓ କମ ଶ୍ୱେତ ରଲ୍ତ କଣିକା ଇତ୍ୟାଦି ଅସୁବିଧା ଦେଖାଯାଏ । ବୟସ୍କ ଲୋକଙ୍କର ଡିମେନ୍‌ସିଆ ଯୋଗୁ ସାଇକୋସିସ ହେଲେ ମୃତ୍ୟୁ ସଙ୍କଟ ବଢ଼ିଯାଏ । ଗର୍ଭାବସ୍ଥାରେ ଏହାର ସୁରକ୍ଷା ବିଷୟ ସନ୍ଦିହାନ ଅଛି । ଟିପିକାଲ ଆଣ୍ଟିସାଇକୋଟିକ ଶ୍ରେଣୀର କ୍ଲୋରପ୍ରୋମାଜିନ ଏକ ଔଷଧ । ଏହାର କାର୍ଯ୍ୟପ୍ରଣାଳୀ ସ୍ପଷ୍ଟ ନ ଥିଲେ ମଧ୍ୟ ଏହା ଡୋପାମିନ ଆଣ୍ଟାଗୋନିସ୍ଟ ଭାବରେ କାମ କରୁଥିବା ବିଶ୍ୱାସ କରାଯାଏ । ଏହାର ଆଣ୍ଟି-ସେରୋଟୋନର୍ଜିକ ଓ ଆଣ୍ଟିହିସ୍ଟାମିନର୍ଜିକ ଗୁଣ ଅଛି । କ୍ଲୋରପ୍ରୋମାଜିନ ପ୍ରଥମ ଆଣ୍ଟିସାଇକୋଟିକ ଭାବରେ ସନ ୧୯୫୧ରେ ଆବିଷ୍କୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ମାନସିକ ରୋଗ ଇତିହାସରେ ଏହାକୁ ଏକ ବିରାଟ ପ୍ରଗତି ରୂପେ ବିବେଚନା କରାଯାଏ । ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । ଏହାର ଦୈନିକ ହୋଲସେଲ ମୂଲ୍ୟ ୦.୦୨ରୁ ୦.୧୨ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦିନ‌କର ଖର୍ଚ୍ଚ ପ୍ରାୟ ୨ ଡଲାର ।
ସେଭେରସ୍ ସ୍ନେପ୍‌ ( : ) . ଙ୍କ ରଚିତ ହାରୀ ପୋଟର ଫିଲ୍ମ ଓ ଉପନ୍ୟାସର ଏକ କାଳ୍ପନିକ ଚରିତ୍ର । ଏହି ଫିଲ୍ମ ଧାରାବାରିକରେ ସେ ଏକ ଜଟିଳ ଓ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ଶେଷ ଭାଗ ଯାଏ ତାଙ୍କର ଅସଲି ଭୂମିକା ଜଣାପଡ଼ିନଥିଲା । ସେ ତାଙ୍କର ଶେଷ ନିଶ୍ୱାସ ଥିବା ଯାଏ ହାରୀ ପୋଟରକୁ ସାହାଯ୍ୟ କରିଥିଲେ । ସେ ତାଙ୍କର ପୁରା ଜୀବନ ଉତ୍ସର୍ଗ କରିଥିଲେ ହାରି ପୋଟରକୁ ରକ୍ଷା କରିବା ନିମନ୍ତେ । ହାରୀ ପୋଟରର ମା ଲିଲୀ ପୋଟରଙ୍କୁ ସେ ଭଲ ପାଉଥିଲେ, ତେଣୁ ଲିଲୀ ପୋଟରଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ପାଇଁ ସେ ପୁରା ଜୀବନ ଉତ୍ସର୍ଗ କରି ଦେଇଥିଲେ । ସେ ଜଣେ ମହାନ ଜାଦୁଗର ଥିଲେ, କିନ୍ତୁ କାହାଣୀର ଶେଷ ଭାଗରେ କାହାଣୀର ଖଳନାୟକ ହାତରେ ତାଙ୍କର ମୃତୁ ହେଇଥିଲା ।
ସୁକାନ୍ତ କୁମାର ନାୟକ (ଜନ୍ମ: ୨୪ ଅପ୍ରେଲ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାର ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୨୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ, ସେ ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ସୁକାନ୍ତ କୁମାର ନାୟକ ୧୯୬୬ ମସିହାର ଅପ୍ରେଲ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରୀନିବାସ ନାୟକ ଓ ପତ୍ନୀଙ୍କ ନାମ ସଞ୍ଜୁକ୍ତା ରାଉତ । ରାଜନୈତିକ ଜୀବନ ସୁକାନ୍ତ କୁମାର ନାୟକ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ପ୍ରଥମେ ବିଜୁ ଜନତା ଦଳରେ ଓ ପରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସରକାରୀ ଚାକିରୀରୁ ଇସ୍ତଫା ଦେଇ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ନିର୍ବାଚନରେ ସେ ସମୁଦାୟ ୫୦,୫୧୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୁଷମା ବିଶ୍ୱାଳଙ୍କୁ ୧୩,୭୦୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ସୁକାନ୍ତ ୨୦୧୯ ମସିହାରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାଜପା ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ ଏବଂ ବିଜେଡିର ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୮,୦୮୯ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ସନ୍ତୋଷ ଖଟୁଆଙ୍କ ଠାରୁ ୧୯,୮୩୯ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।
ତୋ ' ପାଇଁ ଫେରିବି ବସୁଧା ଚିରି, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶରତ ପ୍ରିୟ ପାଟଯୋଶୀ ଓ ଶ୍ୟାମସୁନ୍ଦର ଅଗ୍ରୱାଲ । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ମଳୟ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚନ୍ଦନ କର ଓ ନମ୍ରତା ସିଂହ ଦେଓ । ଶ୍ରୀତମ ଦାସ, ଦୁଷ୍ମନ୍ତ ପଣ୍ଡା, ସରୋଜ ଦାସ, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୯ ଅଗଷ୍ଟ ୨୦୨୧ରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା । ଅଭିନୟ ଚନ୍ଦନ କର ନମ୍ରତା ସିଂହ ଦେଓ ଶ୍ରୀତମ ଦାସ ପ୍ରେମାଞ୍ଜନ ପରିଡ଼ା ବିଜୁ ବଡ଼ଜେନା ସରୋଜ ଦାସ ଦୁଷ୍ମନ୍ତ ପଣ୍ଡା କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର । ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀଙ୍କ ଭଳି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଇରା ମହାନ୍ତି, ହ୍ୟୁମାନ ସାଗର, ଚନ୍ଦନ କର, ସ୍ୱୟମ ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ବିଠୋବା ମନ୍ଦିର, ବିଠୋବା-ରୁକ୍ମିଣୀ ମନ୍ଦିର ନାମରେ ମଧ୍ୟ ଜଣାଶୁଣା ମରାଠୀ: - , କନ୍ନଡ଼: - ଭାରତର ମହାରାଷ୍ଟ୍ର ପ୍ରଦେଶର ପନ୍ଧରପୁରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ବିଠୋବା (ବିଷ୍ଣୁ ବା କୃଷ୍ଣ) ଓ ତାଙ୍କ ପତ୍ନୀ ରୁକ୍ମିଣୀଙ୍କର ଏହା ଏକ ମୁଖ୍ୟ ଉପାସନା ସ୍ଥଳ । ଐତିହାସିକ ବ୍ୟକ୍ତି ପୁଣ୍ଡାଳିକଙ୍କ ପ୍ରରୋଚନାରେ ମହାରାଷ୍ଟ୍ରର ହୟେଶାଲା ସାମ୍ରାଜ୍ୟର ରାଜା ବିଷ୍ଣୁବର୍ଦ୍ଧନ ଏହି ମନ୍ଦିର ନିର୍ମାଣ କରେଇଥିଲେ । ଏହି ମନ୍ଦିରର ରକ୍ଷଣାବେକ୍ଷଣ ନିମନ୍ତେ ୧୨୩୭ ମସିହାରେ ରାଜା ବୀର ସୋମେଶ୍ୱର ଏକ ଗ୍ରାମ ଦାନ କରିଥିବା କଥା ମନ୍ଦିରର ଏକ ଶିଳାଲେଖରେ ଲିପିବଦ୍ଧ ଅଛି । ଏହି ମନ୍ଦିରକୁ ମହାରାଷ୍ଟ୍ରର ସର୍ବାଧିକ ଲୋକ ଆସନ୍ତି । ଶାୟାନି ଏକାଦଶୀ ଓ କାର୍ତ୍ତିକ ଏକାଦଶୀ ଦିନ ଲୋକମାନେ ଦଳ ଦଳ ହୋଇ ଡିଣ୍ଡି ଶୋଭାଯାତ୍ରାରେ ମନ୍ଦିରକୁ ଯାତ୍ରା କରନ୍ତି । ପନ୍ଧରପୁରର ଚନ୍ଦ୍ରଭାଗା ନଦୀରେ ବୁଡ଼ ପକେଇଲେ ସକଳ ପାପ ନାଶ ହେଉଥିବା ବିଶ୍ୱାସ କରାଯାଏ । ସମସ୍ତ ଭକ୍ତଙ୍କୁ ବିଠୋବାଙ୍କ ପାଦ ସ୍ପର୍ଶ କରିବାକୁ ଅନୁମତି ଦିଆଯାଏ । ଭାରତରେ ୧୯୧୪ ମଇ ମାସରୁ ପ୍ରଥମ କରି ମହିଳା ଓ ଅନ୍ୟାନ୍ୟ ପଛୁଆ ଜାତିମାନଙ୍କୁ ଏଠାରେ ପୂଜକ ହେବାକୁ ଅନୁମତି ଦିଆଗଲା। ମନ୍ଦିର କେତେକ ଭାଗ ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲେ ମଧ୍ୟ ସପ୍ତଦଶ ଶତାବ୍ଦୀରେ ତିଆରି ହୋଇଥିବା ସୂଚନା ମିଳେ ଯାହା ଦାକ୍ଷିଣାତ୍ୟ ପଦ୍ଧତିରେ ତିଆରି ହୋଇଥିବା ଦେଖାଯାଏ । ପୁଣ୍ଡଳିକ କିମ୍ବଦନ୍ତୀ ପୁଣ୍ଡଳିକ ପିତା ଜାଣୁଦେବ ଓ ମାତା ସତ୍ୟବତୀଙ୍କର ପ୍ରିୟ ପୁତ୍ର ଥିଲା କିନ୍ତୁ ବିବାହ ପରେ ତାହାର ମତି ପରିବର୍ତ୍ତନ ହୋଇ ଖରାପ ବ୍ୟବହାର କଲା । ଏପରି ବ୍ୟବହାରରେ ଅତିଷ୍ଠ ହୋଇ ପିତାମାତା କାଶୀରେ ଯାଇ ରହିବାକୁ ଇଚ୍ଛା ପ୍ରକାଶ କଲେ । କାଶୀକୁ ମୋକ୍ଷ ପ୍ରାପ୍ତିର ସ୍ଥାନ କୁହାଯାଏ । ଏହି ଇଚ୍ଛା ଶୁଣି ପୁଣ୍ଡଳିକ ମଧ୍ୟ ତାଙ୍କ ସାଥିରେ ଯିବାକୁ ବାହାରିଲା । ପିତାମାତାଙ୍କୁ ପାଦର ଚଳେଇ ନେଲା ଓ ନିଜେ ପତ୍ନୀ ସହିତ ଘୋଡ଼ା ଉପରେ ବସି ଗଲା । ପିତାମାତାଙ୍କୁ ନିଜର ସୁଖ ନିମନ୍ତେ କାମ କରିବାକୁ ବାଧ୍ୟ କଲା । ସନ୍ଧ୍ୟାରେ ନିଜେ ଥକ୍କା ମେଣ୍ଟେଇବା ବେଳେ ଘୋଡ଼ାଙ୍କ ଯତ୍ନ ନେବାକୁ ହୁକୁମ ଦେଲା । ଯାଉ ଯାଉ ବାଟରେ କୁକ୍କୁଟସ୍ୱାମୀଙ୍କ ଆଶ୍ରମ ପଡ଼ିଲା । ସେଠାରେ ସେମାନେ ବିଶ୍ରାମ ନେଲେ । ରାତିରେ ନିଦ୍ରା ଭଙ୍ଗ ହୋଇ ପୁଣ୍ଡଳିକ ଦେଖିଲା, କେତେକ ଯୁବତୀ ମଇଳା ପୋଷାକ ପିନ୍ଧି ଆଶ୍ରମ ଭିତରକୁ ଗଲେ । ସେମାନେ ଆଶ୍ରମକୁ ସଫା କଲେ, ପାଣି ଆଣିଲେ ଓ ସାଧୁଙ୍କ ଲୁଗାପଟା ସଫା କରି ପ୍ରାର୍ଥନା ଗୃହକୁ ଗଲେ । କିଛି ସମୟ ପରେ ସେମାନେ ବାହାରିବାରୁ ଦେଖାଗଲା ତାଙ୍କର ପୋଷାକ ସଫା ଦେଖାଯାଉଛି । ଏହା ସ୍ୱପ୍ନ କି ସତ୍ୟ ପରୀକ୍ଷା କରିବାକୁ ପରଦିନ ରାତିରେ ଛକି ରହିଲା ଓ ସେମାନେ ପୁନଶ୍ଚ ଆସିଲେ । ଏଥର ସେମାନଙ୍କୁ ତାଙ୍କର ପରିଚୟ ମାଗିଲା । ନିଜକୁ ସେମାନେ ଗଙ୍ଗା ଓ ଯମୁନା କହିଲେ ଓ କହିଲେ ତୁମେ ଅତିଶୟ ପାପୀ ଯେହେତୁ ପିତାମାତାଙ୍କୁ ଦୁର୍ବ୍ୟବହାର କରୁଛ । ଏକଥା ଶୁଣି ପୁଣ୍ଡଳିକର ଚୈତନ୍ୟୋଦୟ ହେଲା ଓ ପିତାମାତାଙ୍କୁ ଭଲ ବ୍ୟବହାର ଦେଖେଇଲା । ପିତାମାତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ପିତା ମାତାଙ୍କୁ ଖାଦ୍ୟ ପରସିଲା ସମୟରେ ବିଷ୍ଣୁ ତାଙ୍କୁ ଆଶୀର୍ବାଦ କରିବାକୁ ଆସି ଘର କବାଟ ବାଡ଼େଇଲେ । ବିଷ୍ଣୁ ଆସିଥିବା ଜାଣି ପୁଣ୍ଡଳିକ କବାଟ ପାଖକୁ ଗୋଟିଏ ଇଟା ଫୋପାଡ଼ିଲା । ଜଳମୟ ଘରେ ସେଇ ଇଟା ଉପରେ ବିଷ୍ଣୁ ଶୁଖିଲାରେ ଠିଆ ହୋଇ ରହିଲେ । ନିଜ କାର୍ଯ୍ୟ ଶେଷ କରି ପୁଣ୍ଡଳିକ ବିଷ୍ଣୁଙ୍କୁ କ୍ଷମା ମାଗିଲା । ଅତି ପ୍ରସନ୍ନ ହୋଇ ବର ମାଗିବାକୁ ବିଷ୍ଣୁ କହିଲେ । ତାଙ୍କୁ ଫେରି ନଯାଇ ସେଠାରେ ରହିଯିବାକୁ ପୁଣ୍ଡଳିକ ପ୍ରାର୍ଥନା କଲା । କୃଷ୍ଣ ରାଜି ହୋଇ ବିଠୋବା ରୂପରେ ସେଠାରେ ରହିଗଲେ । ବିଠୋବାଙ୍କ ସହିତ ତାଙ୍କ ପତ୍ନୀ ରୁକ୍ମିଣୀଙ୍କୁ ମଧ୍ୟ ସେଠାରେ ପୂଜା କରାଗଲା । ସନ୍ଥ ନାମଦେବ ପାହୁଣ୍ଡ ମନ୍ଦିରର ପ୍ରଥମ ପାହାଚକୁ ସନ୍ଥ ନାମଦେବ ପାହୁଣ୍ଡ କୁହାଯାଏ । ଶିଶୁ ଓ ଭବିଷ୍ୟତର ସନ୍ଥ ନାମଦେବ ବିଠୋବାଙ୍କର ଜଣେ ଅତୀବ ଭକ୍ତ ଥିଲେ । ଦିନେ ତାଙ୍କର ମାତା ତାଙ୍କୁ ନୈବେଦ୍ୟ ଦେବା କ୍ରିୟା ସମାପ୍ତ କରିବାକୁ କହିଲେ । ନାମଦେବ ହତୋତ୍ସାହ ହୋଇଗଲେ । ଭଗବାନ ସ୍ୱୟଂ ଆସି ନୈବେଦ୍ୟ ଗ୍ରହଣ କରିବାକୁ ସେ ପ୍ରାର୍ଥନା କରୁଥିଲେ । କୌଣସି ଉତ୍ତର ନ ପାଇ ସେ ଠାକୁରଙ୍କ ପାଦ ଉପରେ ନିଜ ମୁଣ୍ଡ ପିଟିବାକୁ ଲାଗିଲେ । ତାଙ୍କର ଭକ୍ତି ଓ ରୁଚି ଦେଖି ପ୍ରଭୁ ସେଠାରେ ଉପସ୍ଥିତ ହୋଇ ନୈବେଦ୍ୟ ଖାଇଲେ ଓ ନାମଦେବଙ୍କୁ ଆଶୀର୍ବାଦ କଲେ । ତାଙ୍କ ମନ୍ଦିରର ପ୍ରଥମ ପାହାଚରେ ସେ ପାଦ ରଖିବାକୁ ନାମଦେବ ଅନୁରୋଧ କଲେ ଓ ଏହାଦ୍ୱାରା ମନ୍ଦିର ଭିତରକୁ ଯାଇ ଦର୍ଶନ କରିବା ପୂର୍ବରୁ ସମସ୍ତ ଭକ୍ତ ତାଙ୍କର ଚରଣ ସ୍ପର୍ଶ ପାଇପାରିବେ । ତେଣୁ ମନ୍ଦିରକୁ ଯିବାର ପ୍ରଥମ ପାହାଚକୁ ନାମଦେବ ପାହୁଣ୍ଡ କୁହାଗଲା । ସପ୍ତଦଶ ଶତାବ୍ଦୀରେ ତୁକାରାମ ସେହି ମନ୍ଦିରରେ ତାଙ୍କର ଶେଷ ଦିନଗୁଡ଼ିକ ବିତେଇଥିବା ବିଶ୍ୱାସ କରାଯାଏ । ମନ୍ଦିର ବିଠଲ ବା ବିଟ୍ଟଲ ମନ୍ଦିରର ମୂଖ୍ୟ ଦ୍ୱାର ସାମନାରେ ଚନ୍ଦ୍ରଭାଗା ବା ଭୀମ ନଦୀ ଅବସ୍ଥିତ । ନାମଦେବଙ୍କ ସମାଧି ଓ ଚୋକାମେଳାଙ୍କ ସମାଧି ଏହି ମୁଖ୍ୟ ଦ୍ୱାରରେ ଦେଖିବାକୁ ମିଳେ । ତୀର୍ଥଯାତ୍ରୀମାନେ ପ୍ରଥମ ସେଠାରେ ପ୍ରାର୍ଥନା କରିବା ପରେ ମନ୍ଦିର ଭିତରେ ପ୍ରବେଶ କରନ୍ତି । ମନ୍ଦିର ଭିତରେ ପ୍ରଥମେ ଏକ ଛୋଟ ଗଣେଶ ମନ୍ଦିର ଅଛି । ତା ପରେ ଗୋଟିଏ ଛୋଟ ହଲ ଅଛି ଯେଉଁଠାରେ ଭଜନ କରାଯାଏ । ଗରୁଡ଼ ଓ ହନୁମାନଙ୍କ ପାଇଁ ଏକ ଛୋଟ ମନ୍ଦିର ଅଛି । କିଛି ପାହାଚ ଚଢିବା ପରେ ବିଠୋବାଙ୍କ ମୁଖ ଦର୍ଶନ ହୁଏ । କୌଣସି ଧାଡ଼ିରେ ନଯାଇ ମୁକ୍ତ ଦର୍ଶନ ହୋଇପାରେ । ପାଦ ଦର୍ଶନ ନିମନ୍ତେ ଅନ୍ୟ ଏକ ଦ୍ୱାର ଅଛି ଓ ସେଠାରୁ ବାହାରକୁ ଯାଇ ଧାଡ଼ିରେ ଠିଆ ହେବାକୁ ପଡ଼େ । ଏହା ପରେ କେତେକ ଛୋଟ ମନ୍ଦିର ଦର୍ଶନ ମିଳେ । ଏହା ପରେ ପାଣ୍ଡୁରଙ୍ଗାଙ୍କ ଦର୍ଶନ ମିଳେ । ସେଠାରେ ତାଙ୍କର ପଦ୍ମ ପାଦ ସ୍ପର୍ଶ କରିହୁଏ । ରୁକ୍ମିଣୀ, ସତ୍ୟଭାମା, ରାଧିକା, ପ୍ରଭୁ ନରସିଂହ, ଭେଙ୍କଟେଶ୍ୱର, ମହାଲକ୍ଷ୍ମୀ, ନାଗରାଜ, ଗଣେଶ, ଅନ୍ନପୂର୍ଣ୍ଣା ଇତ୍ୟାଦି ଦେବାଦେବୀଙ୍କର ମନ୍ଦିର ମଧ୍ୟ ଦେଖିବାକୁ ମିଳେ । ଅନ୍ୟ ଏକ ମଣ୍ଡପରେ ଗୋପୀମାନଙ୍କ ସହିତ କୃଷ୍ଣ ନାଚ କଲା ଭଳି ଭକ୍ତମାନେ ନୃତ୍ୟ କରନ୍ତି । ଏହା ଏକ ଅନବଦ୍ୟ ଅନୁଭୂତି ।
ମଞ୍ଜୁଳା ପଦ୍ମନାଭନ (ଜନ୍ମ ୧୯୫୩) ଜଣେ ନାଟକ ଲେଖିକା , ସାମ୍ବାଦିକ , କମିକ କଳାକାର ଓ ଶିଶୁ ପୁସ୍ତକ ଲେଖିକା । ପ୍ରାରମ୍ଭିକ ଜୀବନୀ ତାଙ୍କର ଜନ୍ମ ନୂଆ ଦିଲ୍ଲୀଠାରେ ୧୯୫୩ ମସିହାରେ ହେଇଥିଲା । ସେ ଆବାସିକ ସ୍କୁଲରେ ରହି ପାଠ ପାଢୀଥିଲେ । ଶିକ୍ଷା ପରେ ସେ ପ୍ରକାଶନ ଓ ସାମ୍ବାଦିକତା କ୍ଷେତ୍ରରେ ନିଜର ସ୍ଥାନ ଗ୍ରହଣ କରି ସ୍ୱାଧୀନ ଭାବରେ କାର୍ଯ୍ୟ କରନ୍ତି । କାର୍ଯ୍ୟ ଜୀବନୀ ସେ ତାଙ୍କର ନାଟକ " " ପାଇଁ ଗ୍ରୀକ ଅଣାଶୀଶ ପୁରସ୍କାର ଲାଭ କରିଥିଲେ । ଏହି ନାଟକ ଉପରେ ପର୍ଯ୍ୟବସିତ କାହାଣୀରେ ନିର୍ଦ୍ଦେଶକ ଗୋବିନ୍ଦ ନିହାଲନି " ଦେହମ " ନାମରେ ଏକ ପୁରସ୍କୃତ ଫିଲ୍ମ ନିର୍ମାଣ କରିଥିଲେ । . ତାଙ୍କ ରଚିତ ନାଟକ " " ୧୯୮୪ ମସିହାରେ ଏକ ବଳିଷ୍ଠ ନାଟକର ମାନ୍ୟତା ପାଇଥିଲା । ସେ " ଠେ ; " ୦ " " ନାମକ ନାଟକ ମାନ ମଧ୍ୟ ଲେଖିଥିଲେ । . " . " ଓ " " ନାମରେ ସେ ଗଳ୍ପ ସଂକଳନ ମାନ ଲେଖି ପୁରସ୍କୃତ ହେଇଥିଲେ । . ସେ ସମ୍ବାଦପତ୍ରରେ ନିୟମିତ ଭାବରେ ସ୍ତମ୍ଭ ଲେଖିବା ସହ ସେ କମିକ୍ସ ମଧ୍ୟ ଆଙ୍କୁଥିଲେ । ସନଡେ ଅବଜର୍ଭର ସମ୍ବାଦପତ୍ରରେ ତାଙ୍କର କମିକ୍ସ ଓ ପ୍ରବନ୍ଧ ମୁଦ୍ରିତ ହେଉଥିଲା । ପରେ ସେ ପାୟୋନିୟର ସମ୍ବାଦପତ୍ରରେ କାର୍ଟୁନ ଅଙ୍କନ କରୁଥିଲେ । ନାଟ୍ୟଲେଖିକା ଭାବରେ 1984 - " " 2003. : . ଲେଖିକା ଓ ଚିତ୍ରକର ଭାବରେ 20132011. ? , : . 2005.
୧୯୨୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ସହଦେବ ସାହୁ (ଜନ୍ମ: ୯ ଅପ୍ରେଲ ୧୯୪୧) ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଓ ସାହିତ୍ୟିକ ଅଟନ୍ତି । ସେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ନିଜର ସାହିତ୍ୟ କୃତି ସୃଷ୍ଟିର ଜାତକ ଓ ଜୀବନ ଘଡ଼ି ପାଇଁ ସେ ୧୯୯୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ବ୍ୟକ୍ତିଗତ ଜୀବନ ସହଦେବ, ୧୯୪୧ ମସିହା ଅପ୍ରେଲ ୯ ତାରିଖରେ ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭାଗବତ ସାହୁ ଓ ମାତାଙ୍କ ନାମ ଶ୍ରୀୟା ସାହୁ ଥିଲା । ସେ ୧୯୫୭ ମସିହାରେ ଯାଜପୁର ଜିଲ୍ଲାର ପୁରୁଷୋତ୍ତମପୁର ହାଇସ୍କୁଲରୁ ମାଟ୍ରିକ ପାସ କରିଥିଲେ ଓ ରେଭେନ୍ସା ମହାବିଦ୍ୟାଳୟରୁ ୧୯୫୯ ମସିହାରେ ଆଇଏସସି ପାସ କରିଥିଲେ । ଏହି ଉଭୟ ଶ୍ରେଣୀରେ ସେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ୧୯୬୧ରେ ରାଜନୀତି ବିଜ୍ଞାନରେ ସ୍ନାତକ ଓ ୧୯୬୩ ମସିହାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପାଠ୍ୟକ୍ରମ ସମାପ୍ତ କରିଥିଲେ । ସ୍ନାତକୋତ୍ତର ଶ୍ରେଣୀରେ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ସହଦେବଙ୍କ ପତ୍ନୀ ସୁମିତ୍ରା ଜଣେ ସାହିତ୍ୟିକା ଥିଲେ । ତାଙ୍କ ଦୁଇପୁତ୍ରଙ୍କ ମଧ୍ୟରୁ ଜ୍ୟେଷ୍ଠ ସୁବ୍ରତ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଓ କନିଷ୍ଠ ସୁଜିତ ଜଣେ ସଫ୍ଟୱେୟାର କର୍ମୀ । ବୃତ୍ତିଗତ ଜୀବନ ସହଦେବ, ଭାରତୀୟ ପ୍ରଶାସନିକ ସେବାରେ ୧୯୬୪ ମସିହାରେ ଯୋଗଦେଇ, ୨୦୦୦ ମସିହାରେ ଅବସର ଗ୍ରହଣ କରିଥିଲେ । ଏହି ସମୟରେ ସେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସମେତ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ । ଅବସର ପରେ ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ (୦୧/୧୧/୨୦୦୦ - ୩୧/୧୦/୨୦୦୩) କାର୍ଯ୍ୟ କରିଥିଲେ । ଏତଦ ବ୍ୟତୀତ ସେ ସାରଳା ସାହିତ୍ୟ ସଂସଦ, ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ, ଚିନ୍ତା ଓ ଚେତନା ଆଦି ସାହିତ୍ୟିକ ଓ ଅନ୍ୟ ବହୁ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ରହିଛନ୍ତି ।
ଛିନ୍ନମସ୍ତା ଭାରତର ଝାଡଖଣ୍ଡର ରାମଗଡ଼ ଜିଲ୍ଲାରେ ଥିବା ରାଜରପ୍ପା ସ୍ଥାନରେ ଏକ ହିନ୍ଦୁ ତୀର୍ଥ ଯାତ୍ରା କେନ୍ଦ୍ର ଯାହା ଦେବୀ ଛିନ୍ନମସ୍ତାଙ୍କୁ ସମର୍ପିତ ହୋଇଛି ।ପଶ୍ଚିମ ବଙ୍ଗ ଓ ବିହାରରୁ ଭକ୍ତମାନେ ପ୍ରତିବର୍ଷ ଏଠାକୁ ଆକର୍ଷିତ ହୋଇ ଆସନ୍ତି । ଛିନ୍ନମସ୍ତିକା ମନ୍ଦିର ମନ୍ଦିରର ମୂଖ୍ୟ ଆକର୍ଷଣ ହେଉଛି ପଦ୍ମ ଉପରେ ଶାୟିତ କାମଦେବ ଓ ରତି ଉପରେ ଦଣ୍ଡାୟମାନ ଛିନ୍ନମସ୍ତାଙ୍କ ମୁଣ୍ଡବିହୀନ ପ୍ରତିମୂର୍ତ୍ତି । ତାନ୍ତ୍ରିକ ପଦ୍ଧତି ସ୍ଥାପତ୍ୟରେ ତିଆରି ହୋଇଥିବା ଯୋଗୁ ଏହି ମନ୍ଦିର ଲୋକପ୍ରିୟ ହୋଇଛି । ମୂଖ୍ୟ ମନ୍ଦିର ବ୍ୟତୀତ ଆଉ ଦଶଟି ମନ୍ଦିର ଏହି ବେଢା ମଧ୍ୟରେ ଅଛି ଯେଉଁଥିରେ ସୂର୍ଯ୍ୟ ଦେବତା, ହନୁମାନ ଓ ଭଗବାନ ଶିବ ପୂଜା ପାଉଛନ୍ତି । ରାଜରପ୍ପାର ଇତିହାସ ଆଚାର୍ଯ୍ୟ ବିନୋବା ଭାବେ ଆରମ୍ଭ କରିଥିବା ଭୂଦାନ ଆନ୍ଦୋଳନରେ ଏହି ରାଜରପ୍ପାରେ ରାଜା ରାମଗଡ଼ ରାଜ ଲୋକମାନଙ୍କୁ ୩ ଏକର ଜାଗା ପ୍ରଦାନ କରିଥିଲେ । ଶବ୍ଦ ଇତିହାସ ଛିନ୍ନମସ୍ତା ସଂସ୍କୃତ: , , ବେଳେ ବେଳେ ଚିନ୍ନମସ୍ତା, ଛିନ୍ନମସ୍ତିକା ଓ ପ୍ରଚଣ୍ଡ ଚଣ୍ଡିକା ନାମରେ ଡକାଯାଏ, ହିନ୍ଦୁ ଶାସ୍ତ୍ର ମତରେ ଦେବୀ ମାଆଙ୍କର ଏକ ଭୟାନକ ଚେହେରା ଯାହା ମହାବିଦ୍ୟାଙ୍କର ଦଶ ତାନ୍ତ୍ରିକ ଦେବୀଙ୍କ ମଧ୍ୟରୁ ଗୋଟିଏ । ଭୟାନକ ଚେହେରା ଦେଖି ଛିନ୍ନମସ୍ତାନକୁ ସହଜରେ ଚିହ୍ନି ହୁଏ । ସ୍ୱୟଂକୃତ ମୁଣ୍ଡବିହୀନ ଦେବୀ ଗୋଟିଏ ହାତରେ ମୁଣ୍ଡ ଓ ଅନ୍ୟ ହାତରେ ଖର୍ପର ଧରିଥାଆନ୍ତି । ବେକରୁ ବାହାରୁଥିବା ରକ୍ତ ଉକ୍ତ ମୁଣ୍ଡ ଓ ଦୁଇ ପରିଚାରିକା ପାନ କରନ୍ତି । ମୈଥୁନରତ ଏକ ଯୋଡ଼ି ଉପରେ ଠିଆ ହୋଇଥିବା ବର୍ଣ୍ଣନା କରାଯାଇଥାଏ । ଭୂଗୋଳ ଛିନ୍ନମସ୍ତା ମନ୍ଦିର ଭାରତର ଝାଡ଼ଖଣ୍ଡ ପ୍ରଦେଶର ରାମଗଡ଼ ଜିଲ୍ଲା କୋଡିଏ ନମ୍ବର ଜାତୀୟ ରାଜପଠାରୁ ୨୮ କିମି ଦୂରରେ ଥିବା ରାଜରପ୍ପା ସ୍ଥାନରେ ଅବସ୍ଥିତ । ଦାମୋଦର ଓ ଭେରା (ଭୈରବୀ ନଦୀ) ନଦୀର ମିଳନ ସ୍ଥଳରେ ଥିବା ଏକ ପାହାଡ଼ ଉପରେ ଏହି ମନ୍ଦିର ଅବସ୍ଥିତ । ଏହି ସ୍ଥାନର ଏକ ସ୍ୱତନ୍ତ୍ର ମହତ୍ୱ ଅଛି । ଏଠାରେ ଉପରୁ ଭୈରବୀ ନଦୀ (ସ୍ତ୍ରୀ) ଆସି ଦାମୋଦର ନଦ (ପୁରୁଷ) ସାଥିରେ ମିଳିତ ହୋଇ ବିପରୀତ ରତି ଦର୍ଶାଉଛି । ବର୍ଣ୍ଣନା ଦେବୀ ଦୁର୍ଗାଙ୍କର ଦଶ ସ୍ୱରୂପରୁ ଉକ୍ତ ଛିନ୍ନମସ୍ତା ଗୋଟିଏ । ଏହି ମନ୍ଦିର ପରିସରରେ ଅନେକ ଛୋଟ ଛୋଟ ମନ୍ଦିର ଅଛି ଯେପରିକି ଅଷ୍ଟମାତୃକା, ଦକ୍ଷିଣ କାଳୀ । ମହାବିଦ୍ୟାଙ୍କର ତାରା, ଭୁବନେଶ୍ୱରୀ, ଭୈରବୀ, ବଗଳାମୁଖୀ, କମଳା, ମାତଙ୍ଗୀ ଓ ଧୂମାବତୀ ମନ୍ଦିର ମାନ ପାଖରେ ଅଛି । ରାଜରପ୍ପାର ଇତିହାସ ଆଚାର୍ଯ୍ୟ ବିନୋବା ଭାବେ ଆରମ୍ଭ କରିଥିବା ଭୂଦାନ ଆନ୍ଦୋଳନରେ ଏହି ରାଜରପ୍ପାରେ ରାଜା ରାମଗଡ଼ ରାଜ ଲୋକମାନଙ୍କୁ ୩ ଏକର ଜାଗା ପ୍ରଦାନ କରିଥିଲେ । ଶବ୍ଦ ଇତିହାସ ଛିନ୍ନମସ୍ତା ସଂସ୍କୃତ: , , ବେଳେ ବେଳେ ଚିନ୍ନମସ୍ତା, ଛିନ୍ନମସ୍ତିକା ଓ ପ୍ରଚଣ୍ଡ ଚଣ୍ଡିକା ନାମରେ ଡକାଯାଏ, ହିନ୍ଦୁ ଶାସ୍ତ୍ର ମତରେ ଦେବୀ ମାଆଙ୍କର ଏକ ଭୟାନକ ଚେହେରା ଯାହା ମହାବିଦ୍ୟାଙ୍କର ଦଶ ତାନ୍ତ୍ରିକ ଦେବୀଙ୍କ ମଧ୍ୟରୁ ଗୋଟିଏ । ଭୟାନକ ଚେହେରା ଦେଖି ଛିନ୍ନମସ୍ତାନକୁ ସହଜରେ ଚିହ୍ନି ହୁଏ । ସ୍ୱୟଂକୃତ ମୁଣ୍ଡବିହୀନ ଦେବୀ ଗୋଟିଏ ହାତରେ ମୁଣ୍ଡ ଓ ଅନ୍ୟ ହାତରେ ଖର୍ପର ଧରିଥାଆନ୍ତି । ବେକରୁ ବାହାରୁଥିବା ରକ୍ତ ଉକ୍ତ ମୁଣ୍ଡ ଓ ଦୁଇ ପରିଚାରିକା ପାନ କରନ୍ତି । ମୈଥୁନରତ ଏକ ଯୋଡ଼ି ଉପରେ ଠିଆ ହୋଇଥିବା ବର୍ଣ୍ଣନା କରାଯାଇଥାଏ ।
୧୬୮୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
କୁରୁଦାମନ୍ନିଲ ଆବ୍ରାହମ ଆବ୍ରାହମ ୧୪ ମାର୍ଚ୍ଚ ୧୯୪୨ ୨୨ ଅକ୍ଟୋବର ୨୦୨୧ ଜଣେ ଭାରତୀୟ ହୃଦରୋଗ ବିଶେଷଜ୍ଞ ଓ ଡାକ୍ତରୀ ବିଷୟର ଲେଖକ ଥିଲେ । ସେ ଦକ୍ଷିଣ ରେଳ ହେଡକ୍ୱାଟର ଡାକ୍ତରଖାନା, ଚେନ୍ନାଇର ମୁଖ୍ୟ ହୃଦରୋଗ ବିଶେଷଜ୍ଞ ଓ ଦକ୍ଷିଣ ରେଲୱେ ଜୋନର ମୁଖ୍ୟ ମେଡ଼ିକାଲ ନିର୍ଦ୍ଦେଶକ ଥିଲେ ଯେଉଁଠାରେ ସେ ୨୫ ବର୍ଷ କାମ କରିଥିଲେ । ଶିକ୍ଷା ଓ କର୍ମ ଜୀବନ ଭେଲୋରର ଖ୍ରୀଷ୍ଟିଆନ ମେଡ଼ିକାଲ କଲେଜରୁ ସ୍ନାତକ ସ୍ନାତକ ଶିକ୍ଷା ପରେ ଭାରତୀୟ ଆର୍ମିରେ ଯୋଗଦାନ କରିଥିଲେ । ୧୯୭୧ ମସିହାର ଭାରତ ପାକିସ୍ଥାନ ଯୁଦ୍ଧରେ ସେ ଯୋଗ ଦେଇଥିଲେ । ଯୁଦ୍ଧ ଶେଷ ହେବା ପରେ ସେ ଇଣ୍ଟରନାଳ ମେଡ଼ିସିନ ବିଷୟରେ ଡିଗ୍ରୀ ଲାଭ କରିଥିଲେ ଓ ୧୯୭୩ ମସିହାରେ ଖ୍ରୀଷ୍ଟିଆନ ମେଡ଼ିକାଲ କଲେଜ ଓ ଡାକ୍ତରଖାନାକୁ ଫେରିଆସି କାମ କରିଥିଲେ । ସେ ୧୯୭୮ ମସିହାରେ ପେରାମ୍ବୁର ଯାଇ ଚେନ୍ନାଇର ଦକ୍ଷିଣ ରେଲୱେ ଡାକ୍ତରଖାନାରେ ଯୋଗଦାନ କରିଥିଲେ ଓ ୨୦୦୨ ମସିହାରେ ଅବସର ନେବା ପର୍ଯ୍ୟନ୍ତ ସେଠାରେ କାମ କରିଥିଲେ । ସେ ସେଠାରେ କର୍ମରତ ଥିବା ବେଳେ ଡାକ୍ତରଖାନାଟି ରେଫରାଲ ଡାକ୍ତରଖାନାରେ ପରିଣତ ହୋଇଥିଲା ଯେଉଁଠାରେ ବାର୍ଷିକ ୧୦୦୦ ଓପନ ହାର୍ଟ ଅସ୍ତ୍ରୋପଚାର ହେଉଥିଲା । ଅବସର ଗ୍ରହଣ କରିବା ପରେ ସେ ଫୋର୍ଟିସ ମାଲାର : ଡାକ୍ତରଖାନାରେ ବିଭାଗ ମୁଖ୍ୟ ଭାବରେ ଯୋଗଦାନ କରିଥିଲେ ଓ ଚେନ୍ନାଇର ଆପୋଲୋ ଡାକ୍ତରଖାନାର ହୃଦରୋଗ ବିଭାଗର କନସଲଟାଣ୍ଟ ଭାବରେ କାମ କରିଥିଲେ । . ତାଙ୍କୁ ୧୯୯୯ ମସିହାରେ ଭାରତ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରିଥିଲେ ।
ଶ୍ରୀ ହରମନ୍ଦିର ସାହିବ ବସ୍ତୁତ୍, "ଭଗବାନଙ୍କ ନିବାସ" , ଏହା ଗୋଲଡେନ ଟେମ୍ପଲ ନାମରେ ପ୍ରସିଦ୍ଧ ଏବଂ ପବିତ୍ର ଗୁରୁଦ୍ୱାରା ଦରବାର ସାହିବ ରୂପେ ପରିଚିତ । ଏହା ଶିଖ ଧର୍ମର ମହତ୍ୱପୁର୍ଣ ଧର୍ମସ୍ଥଳ ଅଟେ । ଓ ଭାରତର ପଞ୍ଜାବ ରାଜ୍ୟର ଅମୃତସର ସହରରେ ଉପସ୍ଥିତ । ଏହି ମନ୍ଦିର ମନୁଷ୍ୟଙ୍କ ହାତରେ ବନିଥିବା ଏକ ଜଳାଶୟ (ସରୋବର)ର ଚାରି ପାର୍ଶ୍ୱରେ ନିର୍ମିତ ଯାହା କି ଗୁରୁ ରାମ ଦାସଙ୍କଦ୍ୱାରା ୧୫୭୭ ମସିହାରେ ସମାପ୍ତ କରା ଯାଇଥିଲା । ୧୫୮୯ରେ ଶିଖ ଧର୍ମର ପଞ୍ଚମ ଗୁରୁ - ଗୁରୁ ଅର୍ଜନ, ଲାହୋରର ଏକ ମୁସଲିମ ପିର ସାଇ ମିଲନ ମୀରଙ୍କୁ ଅନୁରୋଧ କରି ଏହାର ନିୟ ପ୍ରସ୍ଥର ସ୍ଥାପନା କରିଥିଲେ. ୧୬୦୪ ମସିହାରେ ଗୁରୁ ଅର୍ଜନ ଆଦି ଗ୍ରଂଥର ଏକ ପ୍ରତିଲିପି ହରମନ୍ଦିର ସାହିବରେ ସ୍ଥାପନ କରିଥିଲେ, ଏହା ଅଥ ସଥ ତୀରଥ ବସ୍ତୁତ୍ୱ. '୬୮ ତୀର୍ଥଯାତ୍ରାର ମନ୍ଦିର' . ଏହା ଉତ୍ପୀଡ଼ନର ଲକ୍ଷ୍ୟସ୍ଥଳ ହେବା ପରେ ଆଫଘନିସ୍ତାନର ମୁସଲିମ ସେନା ଓ ମୋଗଲ ସାମ୍ରାଜ୍ୟ ଦ୍ୱାର ଏହା ଅନେକ ଥର ନଷ୍ଟ ହୋଇଥିବାରୁ ଏହି ମନ୍ଦିରର ନିର୍ମାଣ ବାରମ୍ବାର ଶିଖମାନଙ୍କଦ୍ୱାରା କରା ଯାଇଥିଲା. ଅହମଦ ଶହ ଅବଦଳିର ନେତୃତ୍ୱରେ ଏହାକୁ ୧୭୫୭ ପୁଣି ୧୭୬୨ରେ ଧ୍ୱଂଶ କରି ଜଳାଶୟକୁ କାଚରାଦ୍ୱାରା ଭରି ଦେଇଥିଲେ. ୧୮୦୯ ମସିହାରେ ଶିଖ ସାମ୍ରାଜ୍ୟର ସ୍ଥାପନ ପରେ ମହାରାଜା ରଂଜିତ ସିଂ ଏହାର ପୁନର୍ନିର୍ମାନ ମାର୍ବଲ ଏବଂ ତାମ୍ରଦ୍ୱାରା କରିଥିଲେ, ୧୮୩୦ରେ ଏହାର ଗର୍ଭଦ୍ୱାରକୁ ସୁନା/ସ୍ୱର୍ଣ୍ଣପତ୍ରଦ୍ୱାରା ମଡ଼ା ଯାଇଥିଲା ତେଣୁ ଏହାକୁ ସ୍ୱରଣ ମନ୍ଦିର ତଥା ଗୋଲଡେନ ଟେମ୍ପଲ ନାମରେ ପରିଚିତ. ଆଧ୍ୟାତ୍ମିକ ରୂପରେ ଏହି ମନ୍ଦିର ଶିଖ ଧର୍ମରେ ସବୁଠାରୁ ମହତ୍ୱପୁର୍ଣ ଅଟେ । ୧୮୮୩ଠାରୁ ୧୯୦୨ ପର୍ଯ୍ୟନ୍ତ ଏହା ଶିଖ ସଭା ଆନ୍ଦୋଳନର କେନ୍ଦ୍ର ଥିଲା। ୧୯୮୦ର ପ୍ରାରମ୍ଭରେ ଏହା ଏକ ବିବାଦର କେନ୍ଦ୍ର ଥିଲା, ଏହା ଇନ୍ଦିରା ଗାନ୍ଧୀ ନେତୃତ୍ୱରେ ଭାରତ ସରକାର, କିଛି ଶିଖ ସମୂହ ଏବଂ ଜରନେଲ ସିଂ ଭିଂଦ୍ରଂବାଲେ ନେତୃତ୍ୱରେ ଏକ ଉଗ୍ରବାଦୀ ଆଂଦୋଳନ ସମୂହ (ଯାହାର ଉଦେଶ୍ୟ ଏକ ନୂତନ ରାଷ୍ଟ୍ର ଖାଲିସ୍ଥାନ ନାମରେ ନିର୍ମାଣ କରିବାର ଥିଲା) ମଧ୍ୟରେ ସଂଘର୍ଷ ଲାଗି ରହିଥିଲା । ୧୯୮୪ ରେ, ଇନ୍ଦିରା ଗାନ୍ଧୀ ଭାରତୀୟ ଆର୍ମି ଏଠାକୁ ପଠାଇ ବ୍ଲୁ ଷ୍ଟାର ନାମିତ ଏକ ଅପରେସନ ଚଳାଇଥିଲେ, ଯାହାଦ୍ୱାରା ୧୦୦୦ରୁ ଉର୍ଧ ଉଗ୍ରବାଦୀ, ସୈନିକ ଏବଂ ସ୍ଥାନୀୟ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ମନ୍ଦିର ଏବଂ ଅକାଳ ତକ୍ଷତ ମଧ୍ୟ ଭାରି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ମନ୍ଦିର ପରିସର ୧୯୮୪ରେ କ୍ଷତି ପରେ ପୁନଶ୍ଚ ନିର୍ମାଣ କରା ଯାଇଥିଲା। ହରମନ୍ଦିର ସାହିବ ସମସ୍ତ ମଣିଷ ତଥା ପୁରୁଷ, ନାରୀ ଏବଂ ସବୁ ଧର୍ମ ଓ ବିଶ୍ୱାସ କରୁଥିବା ଲୋକଙ୍କ ଏକ ମୁକ୍ତ ଆଧ୍ୟାତ୍ମିକ ଘର ଅଟେ। ଏହା ଏକ ବର୍ଗାକୃତି ପରିସର ଯାହାର ୪ଟି ଦ୍ୱାର ସହିତ ଏକ ପରିଭ୍ରମଣ ପଥ ଜଳାଶୟର ଚାରିପାର୍ଶ୍ୱରେ ଅବସ୍ଥିତ। ଏହି ମନ୍ଦିର ପବିତ୍ର ସ୍ଥାନ ଓ ଜଳାଶୟ କି ନିକଟସ୍ଥ ଗୃହମାନଙ୍କର ସଙ୍ଘରହ ଅଟେ। ଏଥି ମଧ୍ୟରୁ ଅକାଳ ତକ୍ଷତ (ଶିଖ ଧର୍ମର ଧାର୍ମିକ ଅଧିକାରର ମୁଖ୍ୟ କେନ୍ଦ୍ର) ଅନ୍ୟତମ । ଏହା ଛଡା ଘଣ୍ଟା ଘର, ଗୁରୁଦ୍ୱାର କମିଟି କର୍ଯ୍ୟାଳୟ, ସଂଗ୍ରହାଳୟ, ଏବଂ ଏକ ଭୋଜନାଳୟ ନିଃଶୁଳ୍କ ଏବଂ ବିନା ଭେଦଭାବରେ ନିରାମିଷ ଭୋଜନ ପ୍ରସ୍ତୁତ କରିବା ପାଇଁ ରସୋଈ ଏବଂ ଖାଦ୍ୟ ପରଷିବ ପାଇଁ ସ୍ଥାନ । ପ୍ରତିଦିନ ୧୦୦୦,୦୦୦ରୁ ଉର୍ଦ୍ଧ ଦର୍ଶନାର୍ଥୀ ଏହି ପବିତ୍ରସ୍ଥଳକୁ ପୂଜା କରିବା ପାଇଁ ପଦାର୍ପଣ କରିଥାନ୍ତି । ମନ୍ଦିର ପରିସର ୟୁନେସ୍କୋ ବୋର୍ଲଡ ହେରିଟେଜ ସାଇଟରେ ନାମାଙ୍କିତ ଏବଂ ଏହାର ଆବେଦନ ୟୁନେସ୍କୋର ଅସ୍ଥାୟୀ ଶୁଚିରେ ଲମ୍ବିତ ଅଛି । ମନ୍ଦିର ପରିସର ୟୁନେସ୍କୋ ବୋର୍ଲଡ ହେରିଟେଜ ସାଇଟରେ ନାମାଙ୍କିତ ଏବଂ ଏହାର ଆବେଦନ ୟୁନେସ୍କୋର ଅସ୍ଥାୟୀ ଶୁଚିରେ ଲମ୍ବିତ ଅଛି । ଶବ୍ଦାବଳୀ ହରମନ୍ଦିର ସାହିବଙ୍କ ଉଚ୍ଚାରଣ ହରୀମନ୍ଦର, ହରୀମନ୍ଦିର କିମ୍ବା ହରମନ୍ଦର ସାହିବ ମଧ୍ୟ ଅଟେ । ଏହି ମନ୍ଦିରକୁ ଦରବାର ସାହିବ ନାମରେ ଡକା ଯାଇଥିବା ସହିତ ଏହାର ପବିତ୍ର ସ୍ଥାନକୁ ସ୍ୱର୍ଣ୍ଣପତ୍ରଦ୍ୱାରା ଢକା ଯାଇଥିବାରୁ ଏହା ଗୋଲଡେନ ଟେମ୍ପଲ ତଥା ସ୍ୱର୍ଣ୍ଣମନ୍ଦିର ନାମରେ ଜଣା ଯାଏ । "ହରମନ୍ଦିର" ଶବ୍ଦ ଦୁଇଟି ଶବ୍ଦର ସନ୍ଧି ଅଟେ, "ହାରୀ" ଯାହାକୁ ବିଦ୍ୱାନ ଲୋକମାନେ ବିଭିର୍ଣ୍ଣ ରୂପରେ "ଈଶ୍ୱର" କିମ୍ବା "ବିଷ୍ଣୁ" , ଏବଂ "ମନ୍ଦିର" ର ଅନୁବାଦରେ ମନ୍ଦିର କିମ୍ବା ଗୃହ ରଖିଥିଲେ । ଶିଖ ପରମ୍ପରାରେ ଅନେକ ଗୁରୁଦ୍ୱାର "ହରମନ୍ଦିର ସାହିବ" ନାମରେ କିରାତପୁର ଓ ପଟନାରେ ଥିଲେ ସତ୍ତ୍ୱେ ଅମୃତସରରେ ଥିବା ଏହି ମନ୍ଦିର ସବୁଠାରୁ ଅଧିକ ସାନମାନୀତ । ଇତିହାସ ବାଆଁ ହରମନ୍ଦିର ସାହିବ ବାରମ୍ବାର ନଷ୍ଟ ଏବଂ ପୁନର୍ନିର୍ମାନ କରାଯାଇଥିଲା, ଅନ୍ତରେ ରଂଜିତ ସିଂଦ୍ୱାରା ୧୮୩୦ରେ ମାର୍ବଲ, ତାମ୍ର ଓ ସ୍ୱର୍ଣଦ୍ୱାରା ନିର୍ମିତ୍ତ ଶିଖ ଐତିହାସିକ ଅଭିଲେଖ ଅନୁସାରେ, ଶିଖ ଗୁରୁ ପରମ୍ପରାର ତୃତୀୟ ଗୁରୁ - ଗୁରୁ ଅମର ଦାସଙ୍କ ପସନ୍ଦରେ ଅମୃତସରର ଭୂମି ଓ ହରମନ୍ଦିର ସାହିବଙ୍କ ଗୃହ ବନାଯାଇଥିଲା । ତାଙ୍କର ଶିଷ୍ୟ ରାମ ଦାସଙ୍କୁ ଆଦେଶ ଦେଇ ଭୂମି ଖୋଜିବା ପରେ ଏକ ନୂତନ ସହର ସହିତ ଯାହାର କେନ୍ଦ୍ରରେ ଏକ ମନୁଷ୍ୟଦ୍ୱାରା ବନା ଯାଇଥିବା ଜଳାଶୟ କରିଥିଲେ, ଏହାକୁ ଗୁରୁ ଦା ଚକ ମଧ୍ୟ କୁହାଯାଇଥାଏ । ୧୫୭୪ରେ ରାମ ଦାସ ଗୁରୁ ଆମର ଦାସଙ୍କ ଉତ୍ତରାଧିକାରୀ ବନିଥିଲେ, ଏବଂ ଗୁରୁ ଅମର ଦାସଙ୍କ ପୁତ୍ର ମାନଙ୍କ ଶତ୍ରୁତାପୂର୍ଣ ବିପକ୍ଷର ସାମନା କରିଥିଲେ, ଗୁରୁ ରାମ ଦାସ ଏକ ସହର ସ୍ଥାପନ କରିଥିଲେ ଯାହା "ରାମଦାସପୁର" ନାମରେ ଜଣାଯାଏ. ସେ ବାବା ବୁଦ୍ଧ (ବୁଦ୍ଧ ଧର୍ମର ଗୌତମ ବୁଦ୍ଧ ନୁହେଁ)ଙ୍କ ସାହାଯ୍ୟରେ ଜଳାଶୟର କାର୍ଯ୍ୟ ପୂରଣ କରିଥିଲେ. ଗୁରୁ ରାମ ଦାସ ତାଙ୍କ କାର୍ଯ୍ୟାଳୟ ଏବଂ ଗୃହ ଏହାର ନିକଟରେ ବନାଇଥିଲେ. ନୂତନ ସହରର ନିର୍ମାଣ ପାଇଁ ସେ ବଣିକ ଓ କଳାକାର ମନକୁ ଭାରତର ବିଭିର୍ଣ୍ଣ ପ୍ରାନ୍ତରୁ ନିମଂତ୍ରଣ କରିଥିଲେ. ରାମଦାସପୁର ସହର ଗୁରୁ ଅର୍ଜନଙ୍କ ସମୟରେ ବିସ୍ତାରିତ ହୋଇଥିଲା ଯାହାର ଆର୍ଥିକ ସାହାଯ୍ୟ ଦାନଦ୍ୱାରା ଏବଂ ନିର୍ମାଣ କାର୍ଯ୍ୟ ସ୍ୱେଚ୍ଛାସେବୀଙ୍କଦ୍ୱାରା କରାଯାଇଥିଲା । ଏହି ଛୋଟ ସହର ଅମୃତସରର ଏକ ବିରାଟ ସହରରେ ପରିବର୍ତିତ ହୋଇଥିଲା ଓ ଜଳାଶୟ ଭାଗ ସ୍ୱର୍ଣ୍ଣମନ୍ଦିର ପରିସର ରୂପେ ବଦଳି ଥିଲା । ୧୫୭୪ରୁ ୧୬୦୪ ମଧ୍ୟରେ ନିର୍ମାଣ କାର୍ଯ୍ୟ ଗତିବିଧି ମହିମା ପ୍ରକାଶ ବର୍ତ୍ତକରେ ବର୍ଣ୍ଣନା କରାଯାଇଛି ଯାହା କି ଏକ ଅର୍ଧ ଐତିହାସିକ ଶିଖ ସଂତଚରିତ୍ରରେ ଉଲେଖ କରାଯାଇଛି । ଏହା ୧୭୪୨ରେ ତିଆରି କରା ଯାଇଥିଲା ଏବଂ ଏହା ସମସ୍ତ ଦାସ ଗୁରୁଙ୍କ ଜୀବନ ସଂଭାଦିତ ପ୍ରଥମ ପ୍ରାମାଣିକ ଦସ୍ତାବେଦ ଅଟେ । ଗୁରୁ ଅର୍ଜନ ୧୬୦୪ରେ ନୂତନ ମନ୍ଦିର ଭିତରେ ଶିଖ ଧର୍ମ ବଚନ ସ୍ଥାପନା କରିଥିଲେ । ଗୁରୁ ରାମ ଦାସଙ୍କ ପ୍ରଚେଷ୍ଟାକୁ ଜାରି ରଖି ଗୁରୁ ଅର୍ଜନ ଅମୃତସରକୁ ଏକ ପ୍ରାଥମିକ ତୀର୍ଥଯାତ୍ରା ସ୍ଥଳ ରୂପେ ସ୍ଥାପନା କରିଥିଲେ । ସିଏ ଲୋକପ୍ରିୟ ସୁଖମଣି ସାହିବଙ୍କ ସହିତ ଯୋଗଦାନ ଦେଇ ବହୁତ ପରିମାଣରେ ଶିଖ ଶାସ୍ତ୍ରର ଲିଖନ କରିଥିଲେ । ନିର୍ମାଣ ଗୁରୁ ରାମ ଦାସ ଏହି ତିର୍ଥସ୍ଥଳ ପାଇଁ ଭୂମି ଅଧିକାରଣ କରିଥିଲେ । କିପରି ଏହି ଅଧିକାରଣ କରିଥିଲେ ଏହାର ଦୁଇଟି ସଂସ୍କରଣ କାହାଣୀ ଅଛି । ଏକ ବିବରଣୀକା ଦସ୍ତାବେଦ ହିସାବରେ ଏହା ତଂଗ ଗ୍ରାମର ମାଲିକଙ୍କ ଶିଖ ଧର୍ମ ପାଇଁ ଦାନ ମିଳିଥିବା ୭୦୦ ଟଙ୍କାରେ କ୍ରୟ କରାଯାଇଥିଲା । ଅନ୍ୟ ଏକ ସଂସ୍କରଣରୁ ଜଣାଯାଏ କି ଏହା ସମ୍ରାଟ ଆକବର ଗୁରୁ ରାମ ଦାସଙ୍କ ଦ୍ୱାପତ୍ନୀଙ୍କ ଉପହାରରେ ଦେଇଥିଲେ । ୧୫୮୧ ମସିହାରେ, ଗୁରୁ ଅର୍ଜନ ଗୁରଦ୍ୱାରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ନିର୍ମାଣ ସମୟରେ ଜଳାଶୟର ଖାଲି କରି ଶୁଖା ଯାଇଥିଲେ । ହରମନ୍ଦିର ସାହିବଙ୍କ ପ୍ରଥମ ସଂସ୍କରଣ ପୁର୍ଣ ହେବ ପାଇଁ ୮ ବର୍ଷ ସମୟ ଲାଗିଥିଲା । ଗୁରୁ ଅର୍ଜନ ବିନମତ୍ରା ଉପରେ ଅଧିକ ଜୋର ଦେଇ ସହରଠାରୁ କାମ ସ୍ଥରରେ ଏକ ମନ୍ଦିର ନିର୍ମାଣ କଲେ, କାରଣ ଗୁରୁଙ୍କୁ ସାକ୍ଷାତ ତଥା ଦର୍ଶନ କରିବା ପାଇଁ ମନ୍ଦିର ପରିସରରେ ପ୍ରବେଶ କରିବା ପୂର୍ବେ ମଣିଷର ଅହଂକାରକୁ ନଷ୍ଟ କରିବା ଆବଶ୍ୟକ ଥିଲା । ସେ ମଧ୍ୟ ମନ୍ଦିର ପରିସର ଥିବା ସମସ୍ଥ ପାର୍ଶ୍ୱ ଖୋଲା ରଖିବାକୁ ଦାବି କରିଥିଲେ ଯାହା ସମସ୍ତ ଲୋକଙ୍କ ପାଇଁ ଖୋଲା ଥିବାର ଦର୍ଶାଏ । ଅରବିନ୍ଦ ପାଲ ସିଂ ମାଣ୍ଡିରଙ୍କ କଥା ଅନୁସାରେ ଜଳାଶୟ ମଧ୍ୟରେ ଥିବା ଏହି ପବିତ୍ର ସ୍ଥାନ ଯେଉଁଠି ତାଙ୍କ ଗୁରୁ ବସୁଥିଲେ, ସେଠାରେ ପହଂଚିବା ପାଇଁ କେବଳ ଏକ ପୋଲୋ ଥିଲା ଏହା ଦର୍ଶାଉଥାଏ କି ଜୀବନର ଅନ୍ତିମ ଲକ୍ଷ୍ୟ କେବଳ ଏକ ଅଟେ । ୧୫୮୯ରେ ଇଟାଦ୍ୱାରା ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା । ଗୁରୁ ଅର୍ଜନ ଏହାର ନିମ୍ନ ପ୍ରସ୍ଥର ସ୍ଥାପନା ପାଇଁ ଲାହୋରର ସୁଫି ସେନ୍ଟ ମିଆଁ ମୀରଙ୍କୁ ନିମଂତ୍ରିତ କରିଥଲେ, ସାଙ୍କେତିକ ରୂପେ ଏହା ବହୁଳବାଦ ଏବଂ ଶିଖ ପରମ୍ପରା ସଭିଙ୍କୁ ସ୍ୱାଗତ କରୁଥିବାର ଦର୍ଶାଏ । ଉଦ୍ଘାଟନ ପରେ ଜଳାଶୟ ପାଣିରେ ଭାରି ଦିଆ ଯାଇଥିଲା । ଅଗଷ୍ଟ ୧୬, ୧୬୦୪ରେ ଗୁରୁ ଅର୍ଜନ ଶିଖ ଶାସ୍ତ୍ରର ପ୍ରଥମ ସଂସ୍କରଣକୁ ବିସ୍ତାର ଓ ସଂକଳନ କରିଥିଲେ ଏବଂ ଆଦି ଗ୍ରନ୍ଥର ଏକ ପ୍ରତିଲିପି ମନ୍ଦିରରେ ସ୍ଥାପନା କରିଥିଲେ । ସେ ବାବା ବୁଦ୍ଧ (ବୁଦ୍ଧ ଧର୍ମର ଗୌତମ ବୁଦ୍ଧ ନୁହେଁ )ଙ୍କୁ ପ୍ରଥମ ଗ୍ରନ୍ଥି ରୂପେ ନିଯୁକ୍ତି ଦେଇଥିଲେ । ଗୁରୁ ଅର୍ଜନ ଏହି ସ୍ଥାନକୁ ଅଠ ସଠ ତୀରଥ ଅର୍ଥାତ "୬୮ ତୀର୍ଥଯାତ୍ରାର ମନ୍ଦିର" ନାମ ରଖିଥିଲେ । ଏହି ଘୋଷଣାକୁ ଚିହ୍ନଟ କରିବା ପାଇଁ ମନ୍ଦିର ପରିସର ଭିତରେ ପରାକ୍ରମ (ଜଳାଶୟ ଚତୁର୍ପାର୍ଶ୍ୱରେ ଥିବା ମାର୍ବଲ ପଥ) ଉପରେ ଏକ ଚାନ୍ଦୁଆ ସ୍ଥାପନା କରାଯାଇ ଅଛି । ଡବ୍ଲ୍ୟୁ ଓ଼ବେନ କୋଲ ଓ ଅନ୍ୟ ବିଦ୍ୱାନ ବ୍ୟକ୍ତିଙ୍କ ଅନୁସାରେ ଏହା ବିଶ୍ୱାସ କରାଯାଏ କି ଏହି ମନ୍ଦିର ଭାରତୀୟ ଉପମହାଦ୍ୱୀପରେ ଥିବା ୬୮ ହିନ୍ଦୁ ତିର୍ଥସ୍ଥଳ ସମାନ ଅଟେ, କିମ୍ବା ସ୍ୱର୍ଣ୍ଣମନ୍ଦିର ତୀର୍ଥର ପ୍ରଭାବ ସମସ୍ତ ୬୮ ତୀର୍ଥସ୍ଥଳର ମିଳିତ ପ୍ରଭାବ ସହିତ ସମାନ । ଅରବିନ୍ଦ-ପାଲ ସିଂ ମାଣ୍ଡିର ଉଲେଖ କରିଥିଲେ କି ସ୍ୱର୍ଣ୍ଣମନ୍ଦିରର ପ୍ରଥମ ସଂସ୍କରଣ ପୂରଣ କରିବା ଏକ ବିଶିଷ୍ଟ ମାଇଲ ପ୍ରସ୍ଥର ଥିଲା, କାରଣ ଏହା ଏକ କେନ୍ଦ୍ରୀୟ ତୀର୍ଥସ୍ଥାନ ଓ ଶିଖ ସମୁଦାୟର ଏକତ୍ରିତ ହେବ କେନ୍ଦ୍ର ବିନ୍ଦୁ ଥିବା ସହିତ ଏହା ବାଣିଜ୍ୟ ଓ ଅନ୍ୟ ଗତିବିଧିର କେନ୍ଦ୍ର ପ୍ରଦାନ କରୁଥିଲା । ମୁଗଲ ସାମ୍ରାଜ୍ୟର ବିନାଶ ଏବଂ ପୁନର୍ନିମାଣ ଗୁରୁ ଅର୍ଜନ ସିଂଙ୍କ ବଢ଼ି ଚାଲିଥିବା ପ୍ରଭାବ ଏବଂ ସଫଳତା ମୋଗଲ ସାମ୍ରାଜ୍ୟର ଧ୍ୟାନ ପ୍ରଭାବିତ କରିଥିଲା । ମୁଗଲ ସମ୍ରାଟ ଜାହାଙ୍ଗୀରର ଆଦେଶରେ ଗୁରୁ ଅର୍ଜନଙ୍କୁ ଗିରଫ କରା ଯାଇଥିଲା ଏବଂ ଇସ୍ଲାମ ଧର୍ମରେ ପରିବର୍ତିତ ହେବା ପାଇଁ କୁହା ଯାଇଥିଲା । ସେ ମନା କରିଥିଲେ ଓ ଅନେକ ପ୍ରତାଡନା ସହି ୧୬୦୦ ସିଇରେ ତାଙ୍କୁ ମାରି ଦିଆ ଯାଇଥିଲା । ଗୁରୁ ଅର୍ଜନଙ୍କ ପୁତ୍ର ତଥା ଉତ୍ତରାଧିକାରୀ ଗୁରୁ ହରଗୋବିନ୍ଦ ଛଳନାରୁ ବଂଚିବା ଓ ଶିଖ ପଂଥ ମନଙ୍କ ରକ୍ଷ୍ୟା କରିବା ପାଇଁ ଅମୃତସର ଛାଡି ଶିବଙ୍କ ପାହାଡକୁ ପଳାୟନ କରିଥିଲେ । ଗୁରୁ ଅର୍ଜନଙ୍କ ସହିଦ ହେବାର ଏକ ଶତାବ୍ଦୀ ପରେ ଲୁଇସ ଇ ଫେଂଏଚ ଓ ଡବ୍ଲ୍ୟୁ. ଏଚ. ମେକ୍ଲିଓଡ଼ ଉଲେଖ କରିଥିଲେ କି ସ୍ୱର୍ଣ୍ଣମନ୍ଦିର ଅସଲି ଶିଖ ଗୁରୁ ମାନଙ୍କ କବଜାରେ ନ ଥିଲା ଏବଂ ଏହା ସର୍ବଦା ଶତ୍ରୁତାପୂର୍ଣ ସମ୍ପ୍ରଦାୟିକତା ହାତରେ ଥିଲା. ୧୮ତମ ଶତାବ୍ଦୀ ରେ, ଗୁରୁ ଗୋବିନ୍ଦ ସିଂ ଓ ନୂତନ ସ୍ଥାପିତ ଖାଲସା ଶିଖ ମାନଙ୍କ ସହିତ ଫେରି ଆସିଥିଲେ ଏବଂ ଏହାକୁ ମୁକ୍ତ କରିବା ପାଇଁ ଲଢ଼ିଥିଲେ। ସ୍ୱର୍ଣ୍ଣମନ୍ଦିର ମୁଗଲ ଶାସକ ଓ ଆଫଗାନ ସୁଲତାନ ମାନଙ୍କ ନଜରରେ ଶିଖ ଧର୍ମ ବିଶ୍ୱାସର କେନ୍ଦ୍ର ଏବଂ ଏହା ଉତ୍ପୀଡ଼ନର ମୁଖ୍ୟ ଲକ୍ଷ୍ୟ ସ୍ଥଳ ରହି ଆସୁଥିଲା। ସ୍ୱର୍ଣ୍ଣମନ୍ଦିର ଶିଖ ଇତିହାସରେ ଐତିହାସିକ ଘଟଣାର କେନ୍ଦ୍ର ଥିଲା: ୧୭୦୯ରେ ଲାହୋରର ରାଜ୍ୟପାଳ ସେନା ପଠାଇ ଶିଖମାନଙ୍କୁ ଦବେଇବା ପାଇଁ ଏବଂ ବୈଶାଖୀ ଓ ଦୀପାବଳି ପାଳନ କରିବାକୁ ଏକତ୍ରିତ ହେବା ପାଇଁ ରୋକିଥିଲେ। କିନ୍ତୁ ଶିଖମାନେ ସ୍ୱର୍ଣ୍ଣମନ୍ଦିରରେ ଏକତ୍ର ହେବାକୁ ମନା କରି ଦେଇଥିଲେ। ୧୭୧୬ରେ ବଂଦା ସିଂ ଓ ଅନେକ ଶିଖମାଙ୍କୁ ଗିରଫ କରି ହତ୍ୟା କରି ଦିଆଗଲା । ୧୭୩୭ରେ ମୁଗଲ ରାଜ୍ୟପାଳ ଆଦେଶ ଦେଇ ସ୍ୱର୍ଣ୍ଣମାର୍ଣ୍ଡିର ସଂରକ୍ଷକ ମାନି ସିଂକୁ ଗିରଫ କରି ହତ୍ୟା କରିଥିଲେ । ସେ ମାସେ ଖାଁକୁ ପୋଲିସ କମିଶନେର ନିୟୁକ୍ତ କରି ମନ୍ଦିରକୁ କବ୍ଜା କରିଥିଲା ଓ ପରବର୍ତ୍ତୀ କାଳରେ ନୁର୍ତ୍ତିକା ମାନଙ୍କୁ ନେଇ ଏହାକୁ ଏକ ମନୋରଞ୍ଜନ ସ୍ଥଳ ରୂପେ ପରିବର୍ତ୍ତନ କରିଥିଲା । ଶିଖମାନେ ସ୍ୱର୍ଣ୍ଣମନ୍ଦିରର ଅପବର୍ତ୍ତିକାରଣର ପ୍ରତିଷୋଧରେ ଅଗଷ୍ଟ ୧୭୪୦ ମସିହାରେ ମାସେ ଖାଁକୁ ମନ୍ଦିର ଭିତରେ ହତ୍ୟା କରିଥିଲେ । ୧୭୪୬ରେ ଲାହୋରର ଅନ୍ୟ ଏକ ଅଧିକାରୀ ଦିୱାନ ଲଖପତ ରାଇ ଯହିୟ ଖାଁ ସହିତ ମିଳିତ ହୋଇ ନିଜ ଭାଇର ହତ୍ୟାର ପ୍ରତିଶୋଧରେ ଜଳାଶୟକୁ ବାଲିରେ ପୋତି ଥିଲା ।୧୭୪୯ ମୁଇନ ଉଳ-ମୁଲକ ମୁଗଲ ଅଭିଯାନକୁ ଧୀର କଲେ ଓ ମୁଲତାନ ଅଭିଯାନରେ ସହାୟତା ମାଗି ଶିଖମାନେ ପୁନଶ୍ଚ ଜଳାଶୟକୁ ପୁନଃସ୍ଥାପିତ କରି ଥିଲେ । ୧୭୫୭ ମସିହାରେ ଆଫଗାନି ଶାସକ ଅହମଦ ଶାହ ଦୂରାଣୀ, (ଅହମଦ ଶାହ ଅବଦାଲି ଭାବେ ଅନ୍ୟ ଏକ ନାମରେ ପରିଚିତ) ଅମୃତସରରେ ଆକ୍ରମଣ କରି ସ୍ୱର୍ଣ୍ଣମନ୍ଦିରକୁ ଭ୍ରଷ୍ଟ କରି ଦେଇଥିଲେ । ସେ ଜଳାଶୟକୁ କୁଡା ଏବଂ ଗାଈ ମନକୁ ମାରି ତାଙ୍କ ଅନ୍ତ ବିଜୁଲା ସବୁ ସେଠାରେ ଭରିବା ପରେ ଆଫଗାନିସ୍ତାନ ପଳାୟନ କରିଥିଲେ । ଶିଖମାନେ ଏହାର ପୁନଃସ୍ଥାପକ କାର୍ଯ୍ୟ କରିଥିଲେ । ୧୭୬୨ ମସିହା ରେ, ଅହମଦ ଶାହ ଦୂରାଣୀ ଫେରି ଆସିଥିଲେ ଏବଂ ବାରୂଦଦ୍ୱାରା ସ୍ୱର୍ଣ୍ଣମନ୍ଦିରକୁ ଧ୍ୱଂସ କରି ଦେଇଥିଲେ । ଶିଖ ଲୋକମାନେ ଫେରି ଆସିଥିଲେ, ଏବଂ ଏହା ମଧ୍ୟରେ ଦୀପାବଳି ବନାଇ ଥିଲେ । ୧୭୬୪ ରେ, ଯସା ସିଂ ଆହଃଲୂବଳିଆ ଦାନ ଯୋଗାଡ଼ କରି ସ୍ୱର୍ଣ୍ଣମନ୍ଦିରର ପୁନଃନିର୍ମାଣ କରିଥିଲେ । ଏହାର ନୂତନ ମୁଖ୍ୟ ଦ୍ୱାର (ଦର୍ଶନୀ ଦେଓର୍ହି), ପକ୍କା ସଡକ ଓ ପବିତ୍ର ସ୍ଥାନର କାର୍ଯ୍ୟ ୧୭୭୬ରେ ସମ୍ପୂର୍ଣ୍ଣ ହୋଇଥିଲା, ଯେବେ କି ଜଳାଶୟ ଚତୁର୍ପାର୍ଶେ ଥିବା ପଥର କାର୍ଯ୍ୟ ୧୭୮୪ରେ ସମାପ୍ତ ହୋଇଥିଲା । ଶିଖମାନେ ରବି ନଦୀର ତାଜା ଜଳକୁ ଜଳାଶୟରେ ଭରିବା ପାଇଁ ଏକ କେନାଲ ମଧ୍ୟ କାରପାରିଥିଲେ । ରଂଜିତ ସିଂ ଯୁଗ ପୁନର୍ନିର୍ମାଣ ରଂଜିତ ସିଂ ୨୧ ବର୍ଷ ବୟସରେ ଶିଖ ସାମ୍ରାଜ୍ୟର ନିଉକ୍ଲିଅସର ସ୍ଥାପନା କରିଥିଲେ ଏବଂ ଏହା ପାଇଁ ସେ ସୁକେର୍ଚାକିଆ ମିଶଲ ସେନା ଓ ତାଙ୍କ ଶାଶୁ ରାଣୀ ସଦା କୌରଙ୍କ ସାହାଯ୍ୟ ନେଇଥିଲେ । ୧୮୦୨ ମସିହା ରେ, ୨୨ ବର୍ଷ ବୟସରେ ସେ ଭାଙ୍ଗି ସିଂ ମିଶଲଠାରୁ ଅମୃତସର ନେଇଥିଲେ ଓ ସ୍ୱର୍ଣ୍ଣମନ୍ଦିରକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ଘୋଷଣା କରିଥିଲେ କି, ସେ ଏହାର ପୁନଃନିର୍ମାଣ ମାର୍ବଲ ଓ ସ୍ୱର୍ଣଦ୍ୱାରା କରିବେ । ମନ୍ଦିରଟି ମରବେଳେ ଓ ତାମ୍ରଦ୍ୱାରା ୧୮୦୯ ମସିହାରେ ଏବଂ ୧୮୩୦ରେ ରଂଜିତ ସିଂ ପବିତ୍ର ସ୍ଥାନରେ ସ୍ୱର୍ଣ୍ଣପରଦା ଲଗାଇବା ପାଇଁ ସ୍ୱର୍ଣ୍ଣଦାନ କରିଥିଲେ । ରଂଜିତ ସିଂ, ଦରବାର ସାହିବ (ଏକ ଶବ୍ଦ, ଯାହା ସମଗ୍ର ସ୍ୱର୍ଣ୍ଣମନ୍ଦିର ପରିସରକୁ ସନ୍ଧର୍ଭିତ କରେ)ର ପ୍ରବନ୍ଧନ ଓ ସଂଚାଳନ ନିଜ କବଜ଼ାରେ ରଖିଥିଲେ । ସେ ଦେଶା ସିଂ ମଝିଥିଆଙ୍କୁ ଏହାର ସଂଚାଳନ କରିବାକୁ ନିୟୁକ୍ତ କରିଥିଲେ ଏବଂ ଭୂମି ଅନୁଦାନ ଦେଇ ତାହାର ଏକତ୍ରିତ ରାଜସ୍ୱ ମନ୍ଦିରର ସଂଚାଳନ ଓ ଯତ୍ନ ରଖିବା ଖର୍ଚ୍ଚ ପାଇଁ ଦେଇଥିଲେ । ରଂଜିତ ସିଂ ମନ୍ଦିରର ବଂଶଗତ ଅଧିକାରୀ ରୂପେ ସ୍ଥାନ ନିରୂପଣ କରିଥିଲେ । ବର୍ଣ୍ଣନା ସ୍ୱର୍ଣ୍ଣମନ୍ଦିରର ବାସ୍ତୁକଳା ଭାରତୀୟ ମହାଦ୍ୱୀପରେ ପ୍ରଚଳିତ ବିଭିର୍ଣ୍ଣ ସ୍ଥାପିତ ପ୍ରଥାକୁ ଦର୍ଶାଉଛି। ଏହାର କାରଣ ମନ୍ଦିରକୁ ବାରମ୍ବାର ନିର୍ମାଣ କରି ସଜା ଯାଇଅଛି। ମନ୍ଦିର ବିଷୟରେ ଇଆନ କେର, ଏବଂ ଅନ୍ୟ ବିଦ୍ୱାନମାନେ ବର୍ଣ୍ଣନା କର କହିଛନ୍ତି କି ଏହା ମୁଗହଳ ଓ ହିନ୍ଦୁ ରାଜପୁତଙ୍କ ଏକ ମିଶ୍ରଣ ବାସ୍ତୁକଳା। ପବିତ୍ର ସ୍ଥାନ ଏକ ୧୨.୨୫ ୧୨.୨୫ ବର୍ଗ ମିଟରର ଅଟେ, ଯାହା ମଧ୍ୟରେ ଦୁଇଟି ମହଲା ଓ ଏକ ସ୍ୱର୍ଣ୍ଣପତ୍ର ଲେପନରେ ତିଆରି ଗୁମ୍ବଦ ଅଛି। ଏହି ଅଭୟାରଣ୍ୟରେ ଏକ ମାର୍ବଲ ନିର୍ମିତ ମଞ୍ଚ ଯାହା ୧୯.୭ ୧୯.୭ ବର୍ଗ ମିଟର ଅଟେ। ଏହା ଏକ ବର୍ଗ (୧୫୪.୫ ୧୪.୫ ମି2 ) ଜଳାଶୟ ତଳେ ରହେ, ଯାହାକୁ ଅମୃତସର କିମ୍ବା ଅମୁତସୋବର କୁହାଯାଏ । ଅମୃତର ଅର୍ଥ ଅମୃତ, ସର ସରୋରର ସଂକ୍ଷିପ୍ତ ରୂପ ଏବଂ ଏହା ଜଳାଶୟର ଅର୍ଥ ଅଟେ। ଜଳାଶୟ ୫.୧ ମି ଗହୀର ଓ ୩.୭ ମିଟର ଚୌଡା ମାର୍ବଲ ମାର୍ଗଦ୍ୱାରା ଘେରା ହୋଇଛି। ଏହାର ଦକ୍ଷିଣ ପିଅଇଶ୍ୱରୁ ପରିକ୍ରମା କରାଯାଇଥାଏ। ପବିତ୍ର ମଣ୍ଡଳକୁ ମଞ୍ଚ ସହିତ ଯୋଡ଼ାଯାଏ। ପ୍ରବେଶ ଦ୍ୱାରକୁ ଦର୍ଶୀ ପହାଡୀ କୁହାଯାଏ ଦର୍ଶନ ଦ୍ୱାର ରୁ । ଯେଉଁମାନେ ଜଳାଶୟରେ ଡୁବକୀ ଲଗାଇବାକୁ ଚାହାନ୍ତି, ମନ୍ଦିର ହେକସଙ୍ଗଓନାଲ ଶରଣ ପ୍ରଦାନ କରେ ଓ ହାର କି ପୋଡିକୁ ପବିତ୍ର ସ୍ଥାନ ପ୍ରଦାନ କରୁଥାଏ। ଜଳାଶୟରେ ସ୍ନାନ କଲେ କର୍ମ ଶୁଦ୍ଧି ପାଇଥାଏ। ଏହାର ପାଣିକୁ ମଧ୍ୟ ବୋତଲରେ ଲୋକମାନେ ନିଜ ଘର, ବନ୍ଧୁ ବାନ୍ଧବ ମାନଙ୍କ ପାଇଁ ନେଇଥାନ୍ତି। ଏହା ସ୍ୱୟଂ ସେବକ ମାନଙ୍କଦ୍ୱାରା ପରିଚାୟିତ ଓ ସମୁଦାୟିକ ସେବାଦ୍ୱାରା ସମୟ ସମୟରେ ଏହା ଜଳ ନିଷ୍କାସନ କରାଯାଇଥାଏ। ପବିତ୍ର ସ୍ଥାନରେ ଦୁଇଟି ମହଲା ଅଛି। ଶୁଖାସନ ଓ ପ୍ରକାଶ ପାଇଁ, ଶିଖ ଲିଖନୀ ଗୁରୁ ଗ୍ରଂଥ ସାହିବ ପ୍ରତିଦିନ ୨୦ ଘଣ୍ଟା ତଳେଥିବା ମହଲାରେ ରହନ୍ତି ଓ ୪ ଘଣ୍ଟା ଲାଗେ ଏହାକୁ ଶୟନ କକ୍ଷ ଅକାଳ ତକ୍ତରେ ରହିଥାଏ। ପ୍ରବେଶ ପଥର ଉଛତାରୁ ଅଧିକ ଉଚ୍ଚତାରେ ଗ୍ରଂଥ ରଖାଯାଇଥିବା ସ୍ଥାନ ଅଟେ। ଉପର ମହଲାରେ ଏକ ଗ୍ୟାଲ୍ଳେରୀ ଯାହା ସିଡ଼ିଦ୍ୱାରା ଯୋଡ଼ା ଯାଇଥାଏ। ପବିତ୍ର ସ୍ଥାନର ଚତୃପାର୍ଶ୍ୱରେ ଲାଗିଥିବା ମାର୍ବଲ ମଧ୍ୟ ଏହାର ଭୂମି ତଳ ମହଲାରେ ଲଗା ଯାଇଅଛି। ତାମ୍ର ପତ୍ରଦ୍ୱାରା ପବିତ୍ର ସ୍ଥାନର ଲେପନ ହୋଇଛି। କବାଟଗୁଡ଼ିକ ସ୍ୱର୍ଣ୍ଣପତ୍ରରେ ଲେପିତ। ଯାହା ଉପରେ ତାମ୍ର ପତ୍ରରେ ପକ୍ଷୀ, ଫୁଲ ଓ ପ୍ରକୁତିର ଚିତ୍ର ବନା ଯାଇଛି। ଏହାର ଉପର ମହଲା ଛାତ ସ୍ୱର୍ଣ୍ଣ& ଅଳଙ୍କାରଦ୍ୱାରା ସଜା ଯାଇଛି। ଚାରିପାର୍ଶ୍ୱ ଛୋଟ ଗୁମ୍ଫାଦ୍ୱାରା ଢକା ହୋଇଥାଏ ଯାହା ସୁନା ପତ୍ର ଓ ତାମ୍ରଦ୍ୱାରା ଅଳଙ୍କୃତ। ପବିତ୍ର ସ୍ଥାନ ଗୃହର ପାଚିରୀର କଳାକୃତି ଦେଖିବା ଯୋଗ୍ୟ ଓ ଏହା ମଧ୍ୟରେ ଶୀଖ ଶାସ୍ତ୍ରର ଛନ୍ଦ ଲିଖନ ହୋଇଛି । ଭିତ୍ତିଚିତ୍ର ଭାରତୀୟ ପରମ୍ପରା ଅନୁସାରେ କରାଯାଇଛି, ଓ ବିଶୁଦ୍ଧ ରୂପରେ ଜ୍ୟମିତୀୟ ହୋଇ ଥିବାରୁ ପଶୁ, ପକ୍ଷୀ ଏବଂ ପ୍ରକୃତିର ରୁପାଙ୍କନ ମଧ୍ୟ ଏଥିରେ ସାମିଲ ଅଛି । ଦର୍ଶନୀ ଦେଓର୍ହି ଏକ ଦୁଇ ମହଲା ଢାଞ୍ଚାରେ ତିଆରି, ଯାହା ମଧ୍ୟରେ ପ୍ରବନ୍ଧକ କାର୍ଯ୍ୟାଳୟ ଓ କୋଷାଗାର ଅବସ୍ଥିତ। ପବିତ୍ର ସ୍ତନର ପ୍ରସ୍ଥାନ ମାର୍ଗରେର ଅନ୍ତିମରେ ସ୍ୱେଛାସେବୀ ଏକ ଅଟା ନିର୍ମିତ ମିଠା ପ୍ରସାଦ ଯାହାକୁ କରହ ପ୍ରସାଦ କୁହାଯାଏ ପ୍ରଦାନ କରିଥାନ୍ତି । ସାଧାରଣାତରେ, ତୀର୍ଥଯାତ୍ରୀ ସ୍ୱର୍ଣ୍ଣମନ୍ଦିରରେ ପ୍ରବେଶ କରି ଦକ୍ଷିଣାବର୍ତ୍ତ ହୋଇ ଜଳାଶୟରର ଚତୁର୍ପାର୍ଶ୍ୱରେ ପରିଭ୍ରମଣ କରି ବବିତ୍ର ସ୍ଥାନରେ ପ୍ରବେଶ କରିଥାନ୍ତି । ସମସ୍ତଙ୍କ ପାଇଁ ଏହି ମନ୍ଦିର ହୋଇଥିବା ଦର୍ଶାଇବା ପାଇଁ ଏହାର ଚତୁର୍ଦିଗରେ ୪ଟି ଦ୍ୱାର ଅଛି । କିନ୍ତୁ ମାତ୍ର ଗୋଟିଏ ଦ୍ୱାର ବବିତ୍ରସ୍ଥାନର ପ୍ରବେଶ ପଥକୁ ଯିବା ପାଇଁ ପ୍ରୟୋଗ ହୋଇଥାଏ। ଅକାଳ ତଖତ ଏବଂ ତେଜା ସିଂ ସମୁନ୍ଦ୍ରୀ ହଲ ପବିତ୍ର ସ୍ଥାନ ଓ ପ୍ରବେଶ ପଥ ସମୁଖରେ ଅକାଳ ତଖତ ଇମାରତ ଅବସ୍ଥିତ। ଏହା ମୁଖ୍ୟ ତଖତ ଅଟେ ଯାହା ଶୀଖ ସମ୍ପ୍ରଦାୟର ଅଧିକାରିକ କେନ୍ଦ୍ର ଅଟେ। ଏହା ପଂଜାବର ମୁଖ୍ୟ ରାଜନୀତି ଦଳ ଶିରୋମଣି ଅକାଲି ଦଳର ମୁଖ୍ୟାଳୟ ଅଟେ । ଅକାଳ ତଖତ ଶୀଖ ଦରମା ମାମଲାରେ ଓ ଶୀଖ ସମ୍ପ୍ରଦାୟକୁ ଏକଜୁଟ ହେବ ପାଇଁ ଆଦେଶ ଦେଇଥାଏ। ଅକାଳ ତଖତର ଅର୍ଥ 'କାଳାତୀତ ଭାବଙ୍କ ସିଂହାସନ' '। ଏହି ସଂସ୍ଥା ଗୁରୁ ହରଗୋବିନ୍ଦ ନିଜ ପିତା ଗୁରୁ ଅର୍ଜନ ନ୍କ ସହିଦ ହେବ ପରେ ଉପଚାରିକ, ଆଧ୍ୟାତ୍ମିକ ଓ ଧର୍ମ ନିରେପେକ୍ଷ ମାମଲାରେ ଆୟୋଜନ କରିବାକୁ ନିଜ ସ୍ଥାନରୁ ଦୂର ଶୀଖ ଗୁରୁଦ୍ୱାରରେ ବାଧ୍ୟକରି ରିପୋର୍ଟ ଜାରି କରିବାକୁ ସ୍ଥାପନ କରି ଥିଲେ। ଏହା ପରେ ଗୁରୁ ଗୋବିନ୍ଦ ଦ୍ୱାର ସ୍ଥାପନ କରାଯାଇଥିବା ତଖତ ଉପରେ ଏକ ଇମାରତ ନିର୍ମାଣ କଲେ, ଏହା ଅକାଳ ଭୁଞ୍ଜା ରୂପେ ଜଣ ଯାଏ । ଅକାଳ ତଖତକୁ ତଖତ ଶ୍ରୀ ଅକାଳ ଭୁଞ୍ଜା ନାମରେ ମଧ୍ୟ ଯାନଯାଏ । ଶୀଖ ପରମ୍ପରାରେ ୫ଟି ତଖତ ଅଛି, ଯାହା ମଧ୍ୟରେ ଶୀଖ ଧର୍ମରେ ପ୍ରମୁଖ ତିର୍ଥସ୍ଥଳ। ଏହା ଆନନ୍ଦପୁର, ପାଟନା, ନାଁଦେଡ, ତଲବନ୍ଦି ସବୋ, ଓ ଅମୃତସରରେ ଅଛି। ସ୍ୱର୍ଣ୍ଣମନ୍ଦିର ପ୍ରସାରରେ ଥିବା ଅକାଳ ତଖତ ପ୍ରମୁଖ ଅଟେ। ତେଜ ସିଂ ସମୁନ୍ଦ୍ରୀ ହଲ ଗୁରୁଦ୍ୱାର ପ୍ରବନ୍ଧକ ସମିତିର କାର୍ଯ୍ୟାଳୟ ଅଟେ। ଏହା ଲଂଗର-ରସୋଈ ଓ ବିଧାନ ସଭା କକ୍ଷ ପାଖ ଏକ ଇମରତରେ ଅବସ୍ଥିତ। ଏହି କାର୍ଯ୍ୟାଳୟ ପ୍ରମୁଖ ଶୀଖ ମନ୍ଦିର ମାନଙ୍କ ସଂଚାଳନର ଦେଖରେଖ କରିଥାଏ। ଘଣ୍ଟା ଘର ମନ୍ଦିରର ମୂଳ ସଂସ୍କରଣରେ ଘଣ୍ଟା ଘର ନଥିଲା, ଏହା ସ୍ଥାନରେ ଏକ ଇମାରତ ଥିଲା ଯାହାକୁ ବର୍ତ୍ତମାନ "ଖୋୟା ମହଲ" କୁହାଯାଉଛି। ବ୍ରିଟିଶ ଅଧିକାରୀ ଦୁତୀୟ ଏଙ୍ଗ୍ଲୋ-ଶୀଖ ଯୁଦ୍ଧ ପରେ ଇମାରତକୁ ନଷ୍ଟ କରିବାକୁ ଚାହିତିଲେ ଓ ପୁନଶ୍ଚ ଶୀଖ ସାମ୍ରାଜ୍ୟକୁ କ୍ୱଜ଼ରେ କରି ନେଇଥିଲେ। ଶୀଖମାନେ ଏହି ବିଧ୍ୱଂଶର ବିରୋଧ କରିଥିଲେ କିନ୍ତୁ ତାହାକୁ ଆଡେଇ ଦିଆ ଯାଇଥିଲା। ଏହା ଜାଗାରେ ଘଡ଼ି ଟାୱାର ଯୋଡ଼ା ଯାଇଥିଲା, ଏହି ଟାୱାର ଜନ ଗାଡ଼ନ ନ୍କଦ୍ୱାରା ଗୋଥିକ କେଥେଡ୍ରାଲ ଶୈଳୀରେ ନାଲି ରଙ୍ଗ ଇଟା ସହିତ ସଜାଇଥିଲେ। ୧୮୬୨ ମସିହାରେ ଘଡ଼ିର ଟାୱାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ଓ ୧୮୭୪ରେ ସମ୍ପୂର୍ଣ୍ଣ ହୋଇଥିଲା। ଏହି ଟାୱାର ୭୦ ବର୍ଷ ପରେ ଶୀଖ ସମୁଦାୟଦ୍ୱାରା ଧ୍ୱଂସ କରି ଦିଆଗଲା। ଏହା ସ୍ଥାନରେ, ଏକ ନୂତନ ପ୍ରବେଶ ଦ୍ୱାର ମନ୍ଦିର ସହିତ ସାମଂଜୟଶ ରଖି ବନା ଯାଇଥିଲା। ଉତ୍ତର ପକ୍ଷରେ ଥିବା ଏହି ପ୍ରବେଶ ଦ୍ୱାର ଏକ ଘଡ଼ି ପରି ଯାହା ଉପର ମହଲାରେ ଏକ ସଂଗ୍ରହାଳୟ ଅବସ୍ଥିତ ଓ ଏହାକୁ ଘଣ୍ଟା ଘର ଦେଓରି କୁହାଯାଏ। କୋଳି ଗଛ ସ୍ୱର୍ଣ୍ଣମନ୍ଦିର ପରିସର ଖୋଲା ଥିଲା ଓ ଏହା ମଧ୍ୟରେ ଅଗଣିତ ଗଛ ଜଳାଶୟ ଚାରିପାର୍ଶ୍ୱରେ ଥିଲା। ଏହା ବର୍ତ୍ତମାନ ପାଚେରି ଓ ଦୁଇ ମହଲା ଅଗଣା ସହିତ ୪ଟି ପ୍ରବେଶ ଦ୍ୱାରରେ ପରିବର୍ତିତ, ଯାହା କୋଳି ଗଛ (ଯୁଜୁବେ)ର ରକ୍ଷା କରିଥାଏ । ଏହା ମଧ୍ୟରୁ ଗୋଟିଏ ମୁଖ୍ୟ ଘଣ୍ଟା ଘର ଦେଓରି ଦ୍ୱାର ଦକ୍ଷିଣ ପାଶ୍ୱର୍ରେ ଅଛି, ଯାହାକୁ ବେର ବାବା ବୁଦ୍ଧ କୁହାଯାଏ । ଏହା ଶୀଖ ସମୁଦାୟରେ ବିଶ୍ୱାସ କର ଯାଇଥାଏ କି ବାବା ବୁଦ୍ଧ ଏହିଠାରେ ବସି ଜଳାଶୟ ଓ ମନ୍ଦିରର ନିର୍ମାଣ କାର୍ରୟ ନିରୀକ୍ଷଣ କରିଥିଲେ। । ଦୁତୀୟ ଗଛ ଯାହାକୁ ଲାଚି ବେର କୁହାଯାଏ, ବିଶ୍ୱାସ କରାଯାଏ କି ଏହା ତଳେ ଗୁରୁ ଅର୍ଜନ ମନ୍ଦିର ନିର୍ମାଣ ସମୟରେ ବିଶ୍ରାମ କରିଥିଲେ। ତୃତୀୟ ଗଛକୁ ଦୁଃଖ ଭଞ୍ଜନୀ ବେର କୁହାଯାଏ, ଯାହା ଜଳାଶୟର ଓ ପବିତ୍ର ସ୍ଥାନର ଅନ୍ୟ ପାର୍ଶ୍ୱରେ ଅବସ୍ଥିତ। ଏହା ମାନ୍ୟତା ଅଛି କି ଏଠାରେ ଏକ ଶୀଖ ଜଳାଶୟରେ ସ୍ନାନ କରି କୁଷ୍ଠତାରୁ ମୁକ୍ତି ପାଇଥିଲା, ଏହାକୁ କଷ୍ଟରୁ ମୁକ୍ତି ଦେବା ଗଛ କୁହାଯାଏ। ଏହା ତଳେ ଏକ ଛୋଟ ଗୁରୁଦ୍ୱାର ଅଛି । ଅଠ ସଠ ତୀରଥ ୬୮ ତୀର୍ଥସ୍ଥାନ ସହିତ ସମାନ ଅଟେ ଯାହା ଏହି ଦୁଃଖ ଭଞ୍ଜନୀ ଗଛ ତଳେ ଅଛି। ଶୀଖ ଭକ୍ତମାନେ କୁହନ୍ତି କି ଚାର୍ଲସ ଟାଉନସେଣ୍ଡ ବିଶ୍ୱାସ କରନ୍ତି କି ଜଳାଶୟରେ ସ୍ନାନ କଲେ ୬୮ ତୀର୍ଥର ଫଳ ମିଳିପାରିବ। ଶିଖ ଐତିହାସିକ ସଂଗ୍ରହାଳୟ ଶୀଖ ପରମ୍ପରା ଅନୁସାରେ ମୁଖ୍ୟ ଘଣ୍ଟା ଘର ଦେଓରି ଦ୍ୱାରର ପ୍ରଥମ ମହଲାରେ ଏକ ଶୀଖ ଇତିହାସ ସଂଗ୍ରହାଳୟ ଅଛି । ଏହା ବିଭିର୍ନ ଚିତ୍ର, ଗୁରୁ, ଓ ସହିଦ ମନକୁ ପ୍ରଦର୍ଶନ କରିଥାଏ, ଅନେକ ଲୋକମାନେ ଶୀଖ ମାନଙ୍କ ଇତିହାସ, ଐତିହାସିକ ବସ୍ତୁ ଯଥା ତଲବାର, କର୍ତ୍ତାର, କଂଘୀ, ଚକ୍ଙ୍କର ଘଣ୍ଟା ଘର ଭୂମିଗତ ସଂଗ୍ରହାଳୟରେ ଅବସ୍ଥିତ ।ଲୁଇ ଏ ଫେଂଚଙ୍କ ଅନୁସାରେ ଏହା ଶୀଖ ଧର୍ମର ସମାନ ପ୍ରଦର୍ଶନ କରୁ ନାହିଁ ଓ ଆଂଶିକ ଐତିହାସିକ ଅଟେ ଯାହା ବିନା ମୁଣ୍ଡ ଥବା ଶରୀରକୁ ପ୍ରଦର୍ଶିତ କରୁଛି କିନ୍ତୁ ଏହା ମହତ୍ୱପୁର୍ଣ କଳାକୃତି ଅଟେ,ଏବଂ ଏହା ଶୀଖ ଧର୍ମରେ ବାହାଦୁରି ଓ ସହିଦ ହେବା ଦର୍ଶାଇଥାଏ। ଗୁରୁଦ୍ୱାରର ମୁଖ୍ୟ ପ୍ରବେଶ ଦ୍ୱାରରେ ଅନେକ ସ୍ମାରକ ସଜା ହୋଇଥାଏ, ଯାହା ପୂର୍ବ ଐତିହାସିକ ଘଟଣା, ସାଧୁ ସନ୍ତ, ଓ ସହିଦ ମନକୁ ମନେ ରଖିବା ପାଇଁ ରଖା ଯାଇଛି । ରଂଜିତ ସିଂ ନ୍କ ଯୋଗଦାନ ସହିତ ଅନ୍ୟ ଦୁଇ ଜଣ ସୈନିକ ମାନଙ୍କ ସ୍ମାରକରେ ଲେଖା ଯାଇଛି ଏମାନେ ବିଶ୍ୱ ୟୁଦ୍ଧ ଓ ଭାରତ-ପାକିସ୍ତାନ ୟୁଦ୍ଧରେ ଲଢ଼ିଥିଲେ। ଗୁରୁ ରାମ ଦାସ ଲଂଗର ହରମନ୍ଦିର ସାହିବ ପରିସର ମଧ୍ୟରେ ଏକ ଲଂଗର ଗୃହ ଅବସ୍ଥିତ। ଏହା ସମ୍ପ୍ରଦାୟଦ୍ୱାରା ଚଳିତ ଏକ ନିଶୁକ୍ଲ ତଥା ମାଗଣା ରସୋଈ ଓ ଭୋଜନ ଗୃହ। ଏହା ପୂର୍ବ ଦିଶାରେ ଥିବା ପରିଶର ମଧ୍ୟରେ ଦୁଃଖ ଭଞ୍ଜନୀ କୋଳି ଗଛ ନିକଟରେ ଅବସ୍ଥିତ। ଏହି ଲଂଗର ଗୃହରେ ସହସ୍ର ଲୋକ ମାନଙ୍କୁ ଭୋଜନ କରାଇଥାଏ, ଇଛା ରଖୁଥିବା ସମସ୍ତ ଜାତି, ଗରିବ, ଧନୀ, ବର୍ଣ, ଏବଂ ସମ୍ପ୍ରଦାୟର ଲୋକମାନେ ଖାଇଥାନ୍ତି। ନିରାମିଷ ଭୋଜନ ଏଠାରେ ପରୋଶା ଯାଇଥାଏ, ସମସ୍ତଙ୍କୁ ସମାନ ଆକାରରେ ଦେଖା ଯୈଠେ ଏବଂ ଇଛା ଅନୁସାରେ ଭୋଜନ ପ୍ରାପ୍ତ କରା ଯାଇଥାଏ। ଏହା କର-ସେବା ସ୍ୱଚ୍ଛାସେବୀ ମାନଙ୍କଦ୍ୱାରା ପରିଚାଳିତ, ସମସ୍ତେ ଭୋଜନ କରିବା ପାଇଁ ଏକ ଧାଡିରେ ବସିଥାନ୍ତି ଯାହାକୁ 'ପନଗଟ' କୁହାଯାଏ. ସଧାରଣ ଭୋଜନ ଏଠାରେ ପ୍ରାପ୍ତ ହୋଇଥାଏ, ଯାହା ଅମୃତ ତୂଲ୍ୟର ଅଟେ। ରୋଟୀ, ଡାଲି, ତରକାରୀ, ସଲାଡ଼, ଖିରି, ଇତ୍ୟାଦି ବିଭିର୍ନ ଭାବରେ ପ୍ରତିଦିନ ନିୟମିତ ଭାବେ ୨୪ ଘଣ୍ଟା ଚାଲିଥାଏ। ଭୋଜନ ସମୟରେ ସମସ୍ତ ବ୍ୟଞ୍ଜନ ଥାଳିରେ ଦିଆ ଯାଏ କିନ୍ତୁ ରୋଟୀ ହାତରେ ପରସା ଯାଇଥାଏ।
ଜୋହାନ୍ନେସ୍ ଗେନ୍ସ୍‍ଫ୍ଲାଇଶ୍ ଜୁର ଲାଡେନ୍ ଗୁଟେନବର୍ଗ - - - - ; . ୧୩୯୫ ୩ ଫେବୃଆରୀ ୧୪୬୮ ଥିଲେ ଜଣେ ଜର୍ମାନ୍ କମାର, ସୁନାରୀ, ମୁଦ୍ରକ ଏବଂ ପ୍ରକାଶକ ଯିଏ ଇଉରୋପରେ ମୁଦ୍ରଣର ପ୍ରାରମ୍ଭ କରିଥିଲେ । ତାଙ୍କର ଚଳନ୍ତି ଟାଇପ୍ ଥିବା ମୁଦ୍ରଣର ଉଦ୍ଭାବନ କେବଳମାତ୍ର ସେଇ ଶତାବ୍ଦୀର ନୁହଁ ବରଂ ଆଧୁନିକ ଯୁଗର ଅନ୍ୟତମ ଯୁଗାନ୍ତକାରୀ ଉଦ୍ଭାବନ । ରେନେସାଁ, ସମାଜ ସୁଧାର, ବୈଜ୍ଞାନିକ କ୍ରାନ୍ତି ଆଦି ତତ୍କାଳୀନ ସାମାଜିକ ପରିବର୍ତ୍ତନରେ ଗୁଟେନବର୍ଗଙ୍କ ଛାପାକଳର ଅବଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଜ୍ଞାନର ପ୍ରଚାର-ପ୍ରସାର ଓ ସାଧାରଣ ଲୋକଙ୍କ ସାକ୍ଷରତାର ଏହା ହିଁ ମୂଳଦୁଆ । ଚଳନ୍ତି ଟାଇପ୍ ଥିବା ଛାପାକଳ ବ୍ୟବହାରରେ ସେ ଥିଲେ ପ୍ରଥମ ଇଉରୋପୀୟ ୧୪୩୯ ରେ ।
ମନୋଜ କୁମାର ମିଶ୍ର ଜଣେ ପୂର୍ବତନ ଭାରତୀୟ ରେଳ ଯାତାୟତ ସେବା ଅଧିକାରୀ, ଯିଏକି ଅଧୁନା ଓଡ଼ିଶା ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିତ ଭାବରେ କାର୍ଯ୍ୟରତ । ସେ ୧୯୯୯ ମସିହାର ଭାରତୀୟ ରେଳ ଯାତାୟତ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୨୦୦୦ ମସିହାରେ କାର୍ଯ୍ୟରେ ଯୋଗ ଦେଇଥିଲେ । ସେ ଭୁବନେଶ୍ୱରସ୍ଥିତ ୟୁନିଟ୍-୧ ବାଳକ ଉଚ୍ଚ ବିଦ୍ୟାଳୟରୁ ଶିକ୍ଷା ଶେଷ କରିବା ପରେ କଲେଜ ଅଫ୍ ବେସିକ୍ ସାଇନ୍ସ ଆଣ୍ଡ୍ ହ୍ୟୁମାନିଟିଜ୍‌ରୁ ଜୀବ ବିଜ୍ଞାନରେ ସ୍ନାତକ ଓ ଜାଭିଅର୍ ଇନିଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଣ୍ଟରୁ ଏମ୍‌ବିଏ କରିଥିଲେ । ଭାରତୀୟ ରେଳ ସେବାରେ ଯୋଗ ଦେବା ପୂର୍ବରୁ ଏକ ଘରୋଇ ଉଦ୍ୟୋଗରେ ଚାକିରୀ କରିଥିଲେ । ଦୀର୍ଘ ବର୍ଷ ଧରି ରେଳ ସେବାରେ ରହିବା ପରେ ସେ ୨୦୧୯ ମସିହାରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିତ ଦାୟିତ୍ୱ ନେଇଥିଲେ । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
କ୍ଲୋରିନ ବେସ କମ୍ପାଉଣ୍ଡସ (ଇଂରାଜୀ ଭାଷାରେ , ଅନ୍ୟ ନାମ କ୍ଲୋରିନ ରିଲିଜିଙ୍ଗ କମ୍ପାଉଣ୍ଡ ) ସମୂହ ଏକ ରାସାୟନିକ ଦଳ ଯେଉଁମାନଙ୍କଠାରୁ କ୍ଲୋରିନ ନିର୍ଗତ ହୁଏ । ଏଗୁଡ଼ିକ ମୂଖ୍ୟତଃ ବିଶୋଧନ କାମରେ ନିୟୋଜିତ ହୁଏ ଯେପରି ଜଳ ବିଶୋଧନ , ଡାକ୍ତରୀ ଯନ୍ତ୍ରପାତି ଓ ବାହ୍ୟ ଭାଗ । ଜୈବ ପଦାର୍ଥମାନଙ୍କ ଉପସ୍ଥିତିରେ ଏମାନଙ୍କ ପ୍ରଭାବ କମିଯାଏ । ଏଗୁଡ଼ିକ ପାଉଡର ଆକାରରେ ମିଳେ ଯାହା ବ୍ୟବ‌ହାର କରିବା ପୂର୍ବରୁ ଜଳ ସ‌ହିତ ମିଶେଇ ଦିଆଯାଏ । ଏହା ସଂସ୍ପର୍ଷରେ ଆସିଲେ ଚମରେ ଜ୍ୱାଳା ଓ ଆଖିରେ ରାସାୟନିକ ଦଗ୍ଧ ଇତ୍ୟାଦି ପ୍ରତିକ୍ରିୟା ହୋଇପାରେ । ଏହା ଯୋଗୁ କ୍ଷୟ ମଧ୍ୟ ହୋଇପାରେ, ଏଣୁ ବ୍ୟବ‌ହାର ପରେ ଧୋଇ ସଫାକରିନେବା ଉଚିତ । ଏହି ଦଳର ସଦସ୍ୟମାନଙ୍କ ନାମ ସୋଡ଼ିଅମ ହାଇପୋକ୍ଲୋରାଇଟ , କ୍ଲୋରାମିନ , ହାଲାଜୋନ , କ୍ଲୋରିନ ଡାଇଅକ୍ସାଇଡ ଓ ସୋଡ଼ିଅମ ଡାଇକ୍ଲୋରୋଆଇସୋସାଇନୁରେଟ । ଅନେକ ଅଣୁଜୀବ ସ‌ହିତ ଜୀବାଣୁ ସ୍ପୋରମାନଙ୍କ ବିରୁଦ୍ଧରେ ଏଗୁଡ଼ିକ କାମ କରନ୍ତି । ସନ ୧୯୧୫ରେ କ୍ଲୋରିନ ବେସ କମ୍ପାଉଣ୍ଡ ପ୍ରଥମେ ବ୍ୟବ‌ହାର କରାଗଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକାଶଶୀଳ ଦେଶମାନଙ୍କରେ ଏହି ଔଷଧର ୫୦୦ମି:ଗ୍ରା:ର ହୋଲସେଲ ମୂଲ୍ୟ ୦.୦୧ରୁ ୦.୦୨ ଆମେରିକୀୟ ଡଲାର । ଏଗୁଡ଼ିକ ଚିକିତ୍ସା କ୍ଷେତ୍ର ଓ ଖାଦ୍ୟ ଉଦ୍ୟୋଗରେ ବ‌ହୁଳ ଭାବରେ ବ୍ୟବ‌ହାର କରାଯାଏ ।
ମଜୁରସାହି କଳାହାଣ୍ଡି ଜିଲ୍ଲାର ଧର୍ମଗଡ ତହସିଲରେ ଥିବା ଏକ ଗ୍ରାମ । ଏହା ଫୁପଗାଁ ଗ୍ରାମ ପଞ୍ଚାୟତ ଅଧୀନରେ ରହିଛି ।ଏହା ଲୋକ ସଭା ପଞ୍ଚାୟତ ସମିତିଠାରୁ ସାତ କିଲୋମିଟର, ଜିଲ୍ଲା ମୁଖାଳୟ ଭବାନୀପାଟଣାଠାରୁ ୬୦ କି.ମି ଏବଂ ଏହା ରାଜ୍ୟର ରଜଧାନୀ ଭୁବନେଶ୍ୱରରୁ ପାଖାପାଖି ୫୦୦ କି.ମି ଦୁରରେ ଅବସ୍ଥିତ ଜନସଂଖ୍ୟା ୨୦୦୧ ମସିହା ଜନଗଣନା ଅନୁସାରେ ଏଠାକାର ଲୋକ ସଂଖ୍ୟା ପ୍ରାୟ ୧,୦୦୦ ଥିଲେ । ଗାଲେରି ଶିକ୍ଷା ଏହି ଗ୍ରାମରେ ମଜୁରସାହି ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟ ନାମରେ ଏକ ବିଦ୍ୟାଳୟ ଅଛି ।
ଆଲୋସେଟ୍ରନ, ଏକ ବେପାର ନାମ ଲୋଟ୍ରୋନେକ୍ସ, ହେଉଛି ଏକ ଔଷଧ ଯାହା ମହିଳାମାନଙ୍କଠାରେ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ (ଆଇବିଏସ୍) ଜନିତ ତରଳ ଝାଡ଼ାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା କେବଳ ଗୁରୁତର ରୋଗରେ ବ୍ୟବହୃତ ହେବା ଉଚିତ, ଯାହା ଅନ୍ୟାନ୍ୟରେ ଚିକିତ୍ସାରେ ଉପଶମ ହୋଇପାରିବେ ନାହିଁ। ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା ଏବଂ ଅଇ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ତନଳୀ ଅବରୋଧ ଏବଂ ଇସକେମିକ୍ କୋଲାଇଟିସ୍ ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। ଏହା ଏକ ୫-ଏଚଟି< " " >୨</ > 5- < " " >3 </ > ରିସେପ୍ଟର ବ୍ଲକର୍ । ୧୯୮୭ ମସିହାରେ ଆଲୋସେଟ୍ରନ୍ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୯୦ ଦଶକରେ ଡାକ୍ତରୀ ବ୍ୟବହାରରେ ଆସିଥିଲା । କୋଷ୍ଠକାଠିନ୍ୟ କାରଣରୁ ଏହା ୨୦୦୦ରେ ସାମୟିକ ଭାବରେ ପ୍ରତ୍ୟାହାର କରାଯାଇଥିଲା କିନ୍ତୁ ୨୦୦୨ରେ ପୁନଃ ଉତ୍ପାଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ମାସକୁ ୨୦୨୨ ସୁଦ୍ଧା ପ୍ରାୟ ୨୪୦ ଡଲାର ଖର୍ଚ୍ଚ ହୋଇଥାଏ ।
୧୬୬୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଡିଫ୍ଲୋରାସୋନ ଡାଇଆସେଟେଟ (ଇଂରାଜୀ ଭାଷାରେ ), ଅନ୍ୟମାନଙ୍କ ମଧ୍ୟରେ ସୋରକୋନ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ସ୍ଥାନୀୟ ଷ୍ଟିରଏଡ । ଏହା ଆଟୋପିକ୍ ଡର୍ମାଟାଇଟିସ୍, ସୋରିଆସିସ ଏବଂ ଆଲର୍ଜି ଜନିତ ସଂସ୍ପର୍ଶ ଡର୍ମାଟାଇଟିସ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉତ୍ତେଜନା, ଲୋମକୂପ ପ୍ରଦାହ, ବ୍ରଣ, ହ୍ରାସ ହୋଇଥିବା ବର୍ଣ୍ଣ, ପେରିଓରାଲ୍ ଚର୍ମ‌ପ୍ରଦାହ, ସଂକ୍ରମଣ, କେଶ ବୃଦ୍ଧି, ଏବଂ ଚର୍ମରେ ଗାର ପଡ଼ିବା ଦେଖାଯାଏ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କୁସିଙ୍ଗ ସିଣ୍ଡ୍ରୋମ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଯୁକ୍ତରାଷ୍ଟ୍ରରେ ଏହାର ଶକ୍ତିକୁ ତୃତୀୟ ଶ୍ରେଣୀଭୁକ୍ତ କରାଯାଇଛି ଗ୍ରୁପ । ୧୯୭୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡିଫ୍ଲୋରାସୋନ ଡାଇଆସେଟେଟକୁ ଅନୁମୋଦନ କରାଯାଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୩୦ ଗ୍ରାମ ଟ୍ୟୁବ୍ ମୂଲ୍ୟ ପ୍ରାୟ ୬୫ ଡଲାର ଅଟେ ।
ନୋଭେରା ଅହମ୍ମଦ ୨୯ ମାର୍ଚ୍ଚ ୧୯୩୯ ୬ ମଇ ୨୦୧୫ ବାଂଲାଦେଶର ଜଣେ ଆଧୁନିକ ଶିଳ୍ପୀ ଥିଲେ । ତାଙ୍କୁ ୧୯୯୭ ମସିହାରେ ବାଂଲାଦେଶ ସରକାର ଏକୁଶେ ପଦକ ପ୍ରଦାନ କରିଥିଲେ । ପ୍ରାରମ୍ଭ ଜୀବନ ଓ ଶିକ୍ଷା ଅହମ୍ମଦ ୨୯ ମାର୍ଚ୍ଚ ୧୯୩୯ ମସିହାରେ ବ୍ରିଟିଶ ଭାରତର ତତ୍କାଳୀନ ବଙ୍ଗଳା ପ୍ରେସିଡେନ୍ସିର ସୁନ୍ଦରବନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୈତୃକ ଘର ଚିତ୍ରକୋଣ୍ଡାରେ ଥିଲା । ସେ କଲିକତା ଏବଂ କୋମିଲାରେ ଅଧ୍ୟୟନ କରିଥିଲେ । ୧୯୫୫ ମସିହାରେ ତାଙ୍କୁ ଲଣ୍ଡନର କ୍ୟାମ୍ବରୱେଲ କଲେଜ ଅଫ୍ ଆର୍ଟସରୁ ମଡେଲିଂ ଏବଂ ଭାସ୍କର୍ଯ୍ୟ ପାଠ୍ୟକ୍ରମର ଡିଜାଇନରେ ଡିପ୍ଲୋମା ପ୍ରଦାନ କରାଯାଇଥିଲା । କ୍ୟାମ୍ବରୱେଲରେ ସେ ବ୍ରିଟିଶ ଶିଳ୍ପୀ ଯାଦବ ଏପଷ୍ଟାଇନ ଏବଂ ଚେକୋସ୍ଲୋଭାକିଆର କରେଲ ଭୋଗେଲଙ୍କ ଅଧୀନରେ ଅଧ୍ୟୟନ କରିଥିଲେ । ୧୯୬୬ ମସିହାରେ, ସେ ପ୍ୟାରିସରେ ଡେନମାର୍କ କଳାକାର ଅସଗେର ଜର୍ନଙ୍କୁ ଭେଟିଥିଲେ । ସେ ହେନେରୀ ମୋରେ ପରି ଅନେକ ପାଶ୍ଚାତ୍ୟ ଆଧୁନିକ ମୂର୍ତ୍ତିଦ୍ୱାରା ପ୍ରଭାବିତ ହୋଇଥିଲେ । ବୃତ୍ତି ଅହମ୍ମଦ ମିଳିତ ଭାବେ ହକିଦୁର ରହମାନଙ୍କ ସହ ଢାକା ଶହିଦ ମିନାରର ମୂଳ ଡିଜାଇନ ଉପରେ କାମ କରିଥିଲେ । ୧୯୫୬ ୧୯୬୦ ମସିହାରେ ସେ ଢାକାରେ ପ୍ରାୟ ୧୦୦ଟି ମୂର୍ତ୍ତି କରିଥିଲେ । ତାଙ୍କର ୧୦୦ଟି ମୂର୍ତ୍ତି ମଧ୍ୟରୁ ୩୩ଟି ମୂର୍ତ୍ତି ବର୍ତ୍ତମାନ ବାଂଲାଦେଶ ଜାତୀୟ ସଂଗ୍ରହାଳୟରେ ରହିଛି ।୧୯୬୦ ମସିହାରେ ଢାକା ବିଶ୍ୱବିଦ୍ୟାଳୟରେ ଅହମ୍ମଦଙ୍କର ପ୍ରଥମ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ୧୯୬୧ ମସିହାରେ ଲାହୋରରେ ତାଙ୍କ କାର୍ଯ୍ୟର ଅନ୍ୟ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ତାଙ୍କର ଶେଷ ପ୍ରଦର୍ଶନୀ ଜୁଲାଇ ୧୯୭୩ ମସିହାରେ ପ୍ୟାରିସରେ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବ୍ୟକ୍ତିଗତ ଜୀବନ ଅହମ୍ମଦ ୧୯୫୪ ମସିହାର ମଧ୍ୟଭାଗରେ କଲିକତାର ଜଣେ ପୋଲିସ ଅଧିକାରୀଙ୍କୁ ବିବାହ କରିଥିଲେ । ୧୯୫୪ ମସିହାର ଶେଷରେ ଏହି ଦମ୍ପତିଙ୍କର ଛାଡପତ୍ର ହୋଇଯାଇଥିଲା । ସେ ୧୯୭୦ ଦଶକରେ ଫ୍ରାନ୍ସରେ ରହିବା ଆରମ୍ଭ କରିଥିଲେ । ପରେ ସେ ୧୯୮୪ ମସିହାରେ ଗ୍ରେଗୋଏର୍ ଡି ବ୍ରାଉନ୍ସଙ୍କୁ ବିବାହ କରିଥିଲେ । ମୃତ୍ୟୁ ୨୦୧୦ ମସିହାରେ ଅହମ୍ମଦ ଷ୍ଟ୍ରୋକରେ ପୀଡିତ ହୋଇଥିଲେ ଏବଂ ସେବେଠାରୁ ସେ ଏକ ହ୍ୱିଲ ଚେୟାରରେ ଥିଲେ । ସେ୬ ମଇ ୨୦୧୫ ମସିହାରେ ଫ୍ରାନ୍ସ ପ୍ୟାରିସର ଏକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ । ଅଗଷ୍ଟ ୨୦୧୭ ମସିହାରେ, ବାଂଲାଦେଶ ସରକାରଙ୍କ ସାଂସ୍କୃତିକ ବ୍ୟାପାର ମନ୍ତ୍ରଣାଳୟ ୪୭,୦୦୦ ଡଲାରରେ ଅହମ୍ମଦଙ୍କ ଦଶଟି ଚିତ୍ର କିଣିବାକୁ ଯୋଜନା ଘୋଷଣା କରିଥିଲା ।
କବରତ୍ତୀ, ଲାକ୍ଷାଦ୍ୱୀପର ରାଜଧାନୀ ଅଟେ।
୫୦୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ