text
stringlengths
17
85.6k
ଷଠି ଓଷା (ଷଠି ବ୍ରତ ଓ ଷଷ୍ଠୀ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା । ଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ, ଜନ୍ମଦା,ଦେବସେନା ବାଳକଦା ବୋଲି କୁହାଯାଏ । ଷୋଡ଼ଶ ମାତୃକା (ଗୌରୀ ମେଧା ସଚୀ ଆଦି) ମଧ୍ୟରେ ତାଙ୍କୁ ଦେବସେନା ନାମରେ ପୂଜା କରାଯାଏ । ଗାଁରେ ମା 'ମାନେ ତାଙ୍କୁ ପୂଜା କରିଥାନ୍ତି । ଷଠି ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା 'ମାନେ ପୂଜିଥାନ୍ତି । ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ (ଗଣେଶ ପୂଜାର ଦୁଇ ଦିନ ପରେ), ଷଠି ଓଷା ପାଳନ ହୁଏ । ଏଇ ପୂଜାଟି, ଗୋଟେ ପିଲା ଜନ୍ମ ହେଲା ପରେ ଯେଉଁ ଷଠି ଦୁସେଇ ପୂଜା ହୁଏ, ତା 'ଠୁଁ ଟିକେ ଅଲଗା । ପାଳନ ବିଧି ସକାଳେ ଶିବଙ୍କ ପାଇଁ ସୋମନାଥ ବ୍ରତ ହୁଏ । ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ରନ୍ଧାହୁଏ । ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା ' ଉପରେ ହଳଦୀ ରଖାଯାଏ । ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କୁମ୍ଭ ତା ' ପାଖରେ ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା ' ପାଖରେ ଥୁଆ ହୁଏ । ତା 'ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି । ଷଠି ବାଡ଼ିଆ ରାତିରେ, ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବାନ୍ଧିଥିବା ଗୋଛାରେ ଶିଶୁମାନଙ୍କ ରକ୍ଷାବିଧାନାର୍ଥ ତାଙ୍କ ପିଠିରେ ମାଆ ଆଦି ବର୍ଷୀୟସୀମାନେ ଧୀରେ ଧୀରେ ଆଘାତ କରନ୍ତି ଏହାକୁ ଷଠିବାଡ଼ିଆ କହନ୍ତି ଏତଦ୍ୱାରା ଶିଶୁମାନଙ୍କର ସମସ୍ତ ବାଳରିଷ୍ଟ ଖଣ୍ଡିତ ହୁଏ ବୋଲି ବିଶ୍ୱାସ । ଏହି ସମୟରେ ଆଘାତ କରୁଥିବା ମହିଳାମାନେ ବୋଲନ୍ତିଓଲୁଅ ପରି ବଢିଯା, ବଣସାରୁ ପରି ମାଡ଼ିଯା, ଜୀଁ ଜୀଁ - ବଜ୍ର ହୋ ବଜ୍ର ହୋ " ଷଠି ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କହନ୍ତି ସ୍କନ୍ଧ ପୁରାଣରେ ଏ ଷଷ୍ଠୀର ନାମ ଚପେଟା ଷଷ୍ଠୀ ଓ ତିଥି ତତ୍ତ୍ୱରେ ଏ ଷଷ୍ଠୀର ନାମ ଅକ୍ଷୟା ଷଷ୍ଠୀ । ଚପେଟୀର ଅର୍ଥ ଚାପୁଡ଼ା 'ଚପେଟୀଷଷ୍ଠୀ' ନାମରୁ ଅନୁମିତ ହୁଏ ଯେ, ବର୍ଷୀୟସୀମାନେ ପିଲାମାନଙ୍କ ପିଠିରେ ଯେଉଁ 'ଷଠି ବାଡ଼ିଆ' କରନ୍ତି ତହିଁ ସଙ୍ଗେ ଏ ନାମର କିଛି ସମ୍ପର୍କ ଅଛି ।
ଆଣ୍ଡିସରସ : ; - - - ; " " ଡାଇନୋସର ବଂଶର ଜୀବ ଅଟେ । ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଦକ୍ଷିଣ ଆମେରିକାରୁ ମିଳିଥିଲା । ଏହି ଡାଇନୋସରଟି କ୍ରେଟାସିଅସ ଯୁଗରେ ବାସ କରୁଥିଲା ।
କୃଷ୍ଣଗର୍ତ୍ତ ( : ; ବ୍ଲାକ୍ ହୋଲ୍) ମହାଶୂନ୍ୟ-କାଳରେ ଏପରି ଏକ ସ୍ଥାନ ଯାହାର ମାଧ୍ୟାକର୍ଷଣ ସବୁକିଛି ଏପରିକି ଆଲୋକକୁ ବି ଖସି ଯିବାକୁ ଦେଇନଥାଏ । ମହାକାଶରେ କୃଷ୍ଣଗର୍ତ୍ତ (ଈଂରାଜୀରେ ) ଅସୀମ (ଅତ୍ୟଧିକ) ବସ୍ତୁତ୍ୱ ବିଶିଷ୍ଟ ଏକ ବିନ୍ଦୁ । ସ୍ଥାନ-କାଳର ପଟ୍ଟ ଉପରେ ଅବସ୍ଥିତ ଏହି ବିନ୍ଦୁର ମହାକର୍ଷଣ ପ୍ରଭାବ ଏତେ ଅଧିକ ଯେ, ବ୍ରହ୍ମାଣ୍ଡରେ ସର୍ବାଧିକ ବେଗର ଅଧିକାରୀ ଆଲୋକ ମଧ୍ୟ ତା ର ମହାକର୍ଷଣକୁ ପ୍ରତିହତ କରିବାରେ ଅସମର୍ଥ ହୋଇଥାଏ । ବସ୍ତୁଠାରୁ ଆସୁଥିବା ଆଲୋକ ଆମ ଆଖି ପର୍ଯ୍ୟନ୍ତ ଆସିଲେ ଆମେ ତା କୁ ଦେଖିପାରୁ । ଆଲୋକ ଯାହାର ମହାକର୍ଷଣ ପ୍ରଭାବରୁ ବାହାରି ପାରୁନାହିଁ, ତା କୁ ଆମେ ଦେଖି ପାରିବା ନାହିଁ । ତେଣୁ ଏହି ବସ୍ତୁକୁ ଆମେ ଏକ ଅଦୃଶ୍ୟ ଛିଦ୍ର ବୋଲି କହିପାରିବା । ସାଧାରଣ ଆପେକ୍ଷିକତା ତତ୍ତ୍ୱ ଅନୁସାରେ, ମହାକାଶରେ ଅତି ଘନ ବସ୍ତୁ ସ୍ଥାନ-କାଳର ସଂରଚନାକୁ ସମ୍ପୂର୍ଣ୍ଣ ଭାବେ ବିକୃତ କରି କୃଷ୍ଣଗର୍ତ୍ତ ଭାବେ ପରିଗଣିତ ହୁଏ । ଏହା ଅଦୃଶ୍ୟମାନ ବୋଲି କଳା ବା କୃଷ୍ଣ ଏବଂ ଏହାର ଗୋଲକାକୃତି ୨ ଆୟାମରେ ବୃତ୍ତ ବା ଛିଦ୍ର ପରି ଦେଖାଯାଏ । କୃଷ୍ଣଗର୍ତ୍ତ ଚତୁଃପାର୍ଶ୍ୱକୁ ପାରକରି ଏହାର ପ୍ରଭାବ କ୍ଷେତ୍ର ବାହାରକୁ ଯାଇହେବ ନାହିଁ । କୃଷ୍ଣଗର୍ତ୍ତର ପ୍ରଭାବ କ୍ଷେତ୍ରକୁ ଘଟଣା କ୍ଷିତିଜ (ଈଂରାଜୀରେ ) ବୋଲି କୁହାଯାଏ । ଏହି ଘଟଣା କ୍ଷିତିଜ ବାହାରେ ଥିବା ଜଣେ ଦେଖଣାହାରୀ ଏହା ଭିତରେ କଣ ହେଉଛି ତାହା ଦେଖି/ଜାଣି ପାରିବ ନାହିଁ । ଅପରପକ୍ଷେ କୃଷ୍ଣଗର୍ତ୍ତ ମଧ୍ୟରେ ସ୍ଥାନ-କାଳ ସଂରଚନା ସମ୍ପୂର୍ଣ୍ଣଭାବେ ବିକୃତ । ତେଣୁ ଏହା ମଧ୍ୟକୁ ଯଦି ଜଣେ ଦେଖଣାହାରୀ ପ୍ରବେଶ କରେ ତେବେ ତା କୁ କେବଳ ଏକକତ୍ୱ ବିନ୍ଦୁ (ଈଂରାଜୀରେ ) ଦେଖାଯିବ । ଘଟଣା କ୍ଷିତିଜର ପରିଧିରେ ପଶିଲେ କଣ ଘଟୁଛି ତାହା ଜଣାପଡିବ ନାହିଁ ବୋଲି ବୋଧହୁଏ ଏପରି ନାମକରଣ ହୋଇଛି । କୃଷ୍ଣଗର୍ତ୍ତକୁ ଥର୍ମୋଡାଇନାମିକ୍ସର ଆଦର୍ଶ କୃଷ୍ଣବସ୍ତୁ (ଈଂରାଜୀରେ ) ବୋଲି ମଧ୍ୟ କୁହାଯାଇପାରେ । ଆଦର୍ଶ କୃଷ୍ଣ ବସ୍ତୁ ସବୁ ଆଲୋକ ଶୋଷିନେଇଥାଏ ଓ କିଛି ବି ଆଲୋକର ପ୍ରତିଫଳନ ହୁଏନାହିଁ । ବିକୃତ ସ୍ଥାନ-କାଳର ପ୍ରମାତ୍ର କ୍ଷେତ୍ର ତତ୍ତ୍ୱ ଅନୁସାରେ ବସ୍ତୁତ୍ୱ ଓ ତାପମାତ୍ରାର ବିପରୀତ ଅନୁପାତ ବିଶିଷ୍ଟ କୃଷ୍ଣବସ୍ତୁରୁ ଯେଉଁ ପ୍ରକାରର ହକିଂଗ୍ ବିକିରଣ ହୁଏ, ଘଟଣା କ୍ଷିତିଜରୁ ମଧ୍ୟ ସେହି ପ୍ରକାରର ବିକିରଣ ସମ୍ଭବପର । ଅତ୍ୟଧିକ ବସ୍ତୁତ୍ୱବିଶିଷ୍ଟ କୃଷ୍ଣଗର୍ତ୍ତର ତାପମାତ୍ରା ପ୍ରାୟ ଏକ କେଲ୍ଭିନର ଏକ ନିୟୁତାଂଶ ଭାଗ ସହିତ ସମାନ ଓ ଏହାକୁ ଦେଖିବା ପ୍ରାୟ ଅସମ୍ଭବ । ଜନ୍ ମିଶେଲ୍ ଓ ପିଏରେ-ସିମୋନ୍ ଲାପ୍ଲାସ୍ ଅଷ୍ଟାଦଶ ଶତାବ୍ଦୀରେ ପ୍ରଥମେ ଏପରି ବସ୍ତୁର (ଯାହାର ମହାକର୍ଷଣ ପ୍ରଭାବକୁ ଆଲୋକ ମଧ୍ୟ ଭେଦ କରିପାରେ ନାହିଁ) କଳ୍ପନା କରିଥିଲେ । ୧୯୧୬ ମସିହାରେ ସାଧାରଣ ଆପେକ୍ଷିକତା ତତ୍ତ୍ୱର ବ୍ୟବହାର କରି କାର୍ଲ୍ ଶ୍ୱାର୍ଜଶିଲ୍ଡ୍ କୃଷ୍ଣଗର୍ତ୍ତର ପ୍ରକୃତି କଳନା କରିବାର ଚେଷ୍ଟା କରିଥିଲେ । କିନ୍ତୁ ୧୯୫୮ ମସିହାରେ ଡେଭିଡ୍ ଫିଙ୍କେଲଷ୍ଟାଇନ୍ ଏହି ପରିଭାଷା (ଯେ ଏହା ମହାକାଶର ଏକ ସ୍ଥାନ ଆଲୋକଦ୍ୱାରା ଅଭେଦ୍ୟ) ସମ୍ବନ୍ଧରେ ନିଜ ଲେଖାରେ ପ୍ରକାଶ କରିଥିଲେ । ନ୍ୟୁଟ୍ରନ୍ ତାରାର ଆବିଷ୍କାର ତା ସହିତ ଏକ କୌତୁହଳ ସୃଷ୍ଟି କଲା ଯେ ନ୍ୟୁଟ୍ରନ୍ ତାରାର ମହାକର୍ଷଣୀୟ କ୍ଷୟ ଘଟିଲେ ଏକ ଅତିଘନ ବସ୍ତୁତ୍ୱର ସୃଷ୍ଟି ସମ୍ଭବପର । ଏକ ଅତ୍ୟଧିକ ବସ୍ତୁତ୍ୱବିଶିଷ୍ଟ ନକ୍ଷତ୍ର ନିଜ ଜୀବନ କାଳର ଶେଷରେ ସଂକୁଚିତ ହୋଇ ଅତ୍ୟଧିକ ବସ୍ତୁତ୍ୱର କୃଷ୍ଣଗର୍ତ୍ତର ସୃଷ୍ଟି ହୁଏ । କୃଷ୍ଣଗର୍ତ୍ତର ସୃଷ୍ଟି ପରେ ନିଜ ପାଖରେ ଥିବା ମହାଜାଗତିକ ବସ୍ତୁକୁ ନିଜ ଆକର୍ଷଣରେ ଶୋଷି ନେଇ ବା ଅନ୍ୟ କୃଷ୍ଣଗର୍ତ୍ତ ସହିତ ସମ୍ମିଳିତ ହୋଇ ଏହା ଲକ୍ଷାଧିକ ସୌରବସ୍ତୁତ୍ୱ ବିଶିଷ୍ଟ ଅତିବୃହତ୍ କୃଷ୍ଣଗର୍ତ୍ତରେ ପରିଣତ ହୋଇପାରେ । ସମସ୍ତ ଆକାଶଗଙ୍ଗାର କେନ୍ଦ୍ରରେ ଏକ ଅତିବୃହତ୍ କୃଷ୍ଣଗର୍ତ୍ତର ଅବସ୍ଥିତି ଥିବା ଅଧିକାଂଶ ଗବେଷକଙ୍କଦ୍ୱାରା ସମର୍ଥିତ । କୃଷ୍ଣଗର୍ତ୍ତର ଅଭ୍ୟନ୍ତର ଅଦୃଶ୍ୟମାନ କିନ୍ତୁ ଏହାର ବହିଃ ପାର୍ଶ୍ୱରେ ଥିବା ବସ୍ତୁ ଓ ଆଲୋକ ଏହାର ଘଟଣା କ୍ଷିତିଜର ସଂଶ୍ପର୍ଷରେ ଆସିଲେ କୃଷ୍ଣଗର୍ତ୍ତର ଉପସ୍ଥିତି ଜଣାପଡେ । ବସ୍ତୁ ବା ଆଲୋକ କୃଷ୍ଣଗର୍ତ୍ତର ଘଟଣା କ୍ଷିତିଜକୁ ପ୍ରବେଶ କରିବା ପୂର୍ବରୁ ଏକ ଅତି ଉଜ୍ଜ୍ୱଳ ସଂବୃଦ୍ଧ କୁଣ୍ଡଳୀ (ଈଂରାଜୀରେ ) ରୂପରେ ଦେଖାଯାନ୍ତି । ଯଦି କୌଣସି ନକ୍ଷତ୍ର କୃଷ୍ଣଗର୍ତ୍ତର ପରିକ୍ରମଣ କରୁଥାଏ ତେବେ ତାହାର ପରିକ୍ରମଣ ପଥରୁ କୃଷ୍ଣଗର୍ତ୍ତର ବସ୍ତୁତ୍ୱ ଓ ଅବସ୍ଥିତି ବିଷୟରେ ଜାଣିହେବ । ଖଗୋଳ ବିଜ୍ଞାନୀମାନେ ପରୀକ୍ଷାକରି ଅନେକ ଅତିବୃହତ୍ କୃଷ୍ଣଗର୍ତ୍ତମାନଙ୍କର ସନ୍ଧାନ କରିଛନ୍ତି । ଆମ ଆକାଶ ଗଙ୍ଗାର କେନ୍ଦ୍ରରେ ସାଜିଟେରିୟସ୍-ଏ ଷ୍ଟାର୍ ନାମକ ରେଡିଓ ଉତ୍ସଟି ୪୩ ଲକ୍ଷ ସୌରବସ୍ତୁତ୍ୱ ବିଶିଷ୍ଟ ଏକ କୃଷ୍ଣଗର୍ତ୍ତ । ୧୧ ଫେବୃଆରୀ ୨୦୧୬ରେ ଏଲ.ଆଇ.ଜି.ଓ ସଂଗଠନ ଦୁଇଟି କୃଷ୍ଣଗର୍ତ୍ତର ସମ୍ମିଳନ ଯୋଗୁଁ ଜାତ ହୋଇଥିବା ମହାକର୍ଷଣୀୟ ତରଙ୍ଗର ଅନୁସନ୍ଧାନ କରିବାରେ ସଫଳ ହୋଇଥିଲା । ପୁଣି ୧୫ ଜୁନ୍ ୨୦୧୬ରେ କୃଷ୍ଣଗର୍ତ୍ତର ଧକ୍କା ଯୋଗୁଁ ସୃଷ୍ଟ ଆଉ ଏକ ମହାକର୍ଷଣୀୟ ତରଙ୍ଗର ସୂଚନା ପ୍ରକାଶ ପାଇଥିଲା । ଅପ୍ରେଲ ୨୦୧୯ରେ କୃଷ୍ଣଗର୍ତ୍ତର ପ୍ରଥମ ବାସ୍ତବିକ ଛବି ସର୍ବସାଧାରଣରେ ପ୍ରକାଶ କରାଯାଇଥିଲା । ଇତିହାସ ପ୍ରଥମେ ୧୭୮୩-୮୪ ମସିହା ବେଳକୁ ଖଗୋଳ ବିଜ୍ଞାନଶାସ୍ତ୍ରୀ ଜନ୍ ମିଶେଲ୍ ଆଲୋକଦ୍ୱାରା ଅଭେଦ୍ୟ ଏକ ଅତ୍ୟଧିକ ବସ୍ତୁତ୍ୱର ବସ୍ତୁତ୍ୱର କଳ୍ପନା କରିଥିଲେ । ଜନ୍ ମିଶେଲ୍ ୧୭୮୩ ମସିହାରେ ରୟାଲ ସୋସାଇଟିର ହେନେରୀ କଭେଣ୍ଡିସ୍‌ଙ୍କ ପାଖକୁ ଏକ ଚିଠି ଲେଖିଥିଲେ; ସେଥିରେ ସେ ପ୍ରଥମେଥର ପାଇଁ ଏକ ବିଶାଳ ବସ୍ତୁ କଥା କହିଥିଲେ ଯେଉଁଥିରୁ କୌଣସି ଜିନିଷ ଏପରିକି ଆଲୋକ ବି ଖସିଯାଇପାରେ ନାହିଁ । ମିଶେଲଙ୍କ ଗଣନା ଅନୁସାରେ ଏପରି ବସ୍ତୁର ଘନତ୍ୱ ଆମ ସୂର୍ଯ୍ୟ ପରି ହେଲେ ଓ ଯଦି କୌଣସି ନକ୍ଷତ୍ରର ବ୍ୟାସ ସୂର୍ଯ୍ୟର ୫୦୦ ଗୁଣ ହୁଏ ତେବେ, ଏପରି କଳ୍ପନା ବାସ୍ତବ ହୋଇପାରିବ । ମିଶେଲ୍ ଆହୁରି ମଧ୍ୟ କହିଲେ ଯେ ଏପରି ଅତ୍ୟଧିକ ବସ୍ତୁତ୍ୱ କିନ୍ତୁ କୌଣସି ପ୍ରକାରର ବିକିରଣ କରୁନଥିବା ବସ୍ତୁର ଉପସ୍ଥିତି କେବଳ ତାର ମହାକର୍ଷଣ ପ୍ରଭାବ ଯୋଗୁଁ ଜାଣିହେବ । ସେ ସମୟର ଗବେଷକଙ୍କ ମନରେ ଏପରି ଏକ ବୃହତ୍ ଓ ଅଦୃଶ୍ୟ ନକ୍ଷତ୍ରର କଳ୍ପନା ଅନେକ କୌତୁହଳ ସୃଷ୍ଟି କଲା । - 500 1,. ୧୭୯୬ ରେ, ଗଣିତଜ୍ଞ ପିଅର୍-ସାଇମନ୍ ଲାପ୍ଲାସ୍ ନିଜ ବହି ର ପ୍ରଥମ ଓ ଦ୍ୱିତୀୟ ସଂସ୍କରଣରେ ଏହି ଆଇଡିଆର ପ୍ରଚାର କରିଥିଲେ । ଏହାକୁ ପରବର୍ତ୍ତୀ ସଂସ୍କରଣ ଗୁଡ଼ିକରେ ବାଦ୍ ଦିଆଯାଇଥିଲା ।. " " , . କିନ୍ତୁ ୧୯ଶ ଶତାବ୍ଦୀର ପ୍ରାରମ୍ଭରେ ଆଲୋକର ତରଙ୍ଗୀୟ ପ୍ରକୃତିର ଆବିଷ୍କାର ପରେ ଏହି କୌତୁହଳ ଲୋପ ପାଇବାକୁ ଲାଗିଲା । କାରଣ, ଯଦି ଆଲୋକ କଣିକା ପରିବର୍ତ୍ତେ ଏକ ତରଙ୍ଗ ରୂପରେ ରହେ, ତେବେ ମହାକର୍ଷଣ ଶକ୍ତିଦ୍ୱାରା କଦାପି ପ୍ରଭାବିତ ହୋଇପାରିବ ନାହିଁ । ସେ ଯାହା ହେଉ, ସାଧାରଣ ଆପେକ୍ଷିକତା ତତ୍ତ୍ୱର ପରିପ୍ରକାଶ ପରେ ମିଶେଲଙ୍କ ନକ୍ଷତ୍ରପୃଷ୍ଠରୁ ନିର୍ଗତ ଆଲୋକରଶ୍ମୀ ନକ୍ଷତ୍ରର ମହାକର୍ଷଣ ପ୍ରଭାବରେ ପଛକୁ ଫେରିଯିବାର କଳ୍ପନା କେବେବି ସମ୍ଭବ ନୁହେଁ ବୋଲି ଜଣାପଡିଲା । ସାଧାରଣ ଆପେକ୍ଷିକତା ତତ୍ତ୍ୱ ମହାକର୍ଷଣ ଆଲୋକର ଗତିକୁ ପ୍ରଭାବିତ କରେ ବୋଲି ପ୍ରମାଣ ଦେବା ପରେ, ୧୯୧୫ ମସିହାରେ ଆଲବର୍ଟ୍ ଆଇନ୍ ଷ୍ଟାଇନ୍ ସାଧାରଣ ଆପେକ୍ଷିକତା ତତ୍ତ୍ୱ ପ୍ରକାଶ କରିଥିଲେ । କିଛି ମାସ ପରେ କାର୍ଲ୍ ଶ୍ୱାର୍ଜଶିଲ୍ଡ୍, ବିନ୍ଦୁ ଓ ଗୋଲକାକାର ବସ୍ତୁଙ୍କ ପାଇଁ ପ୍ରଯୁଜ୍ୟ ଆଇନ୍ ଷ୍ଟାଇନଙ୍କ କ୍ଷେତ୍ର ସମୀକରଣର ସମାଧାନ ଖୋଜି ବାହାର କଲେ । ଏହାର କିଛି ମାସ ପରେ ହେଣ୍ଡରିକ୍ ଲୋରେଞ୍ଜଙ୍କ ଛାତ୍ର ୟୋହାନେସ୍ ଦ୍ରୋଷ୍ଟେ ବିନ୍ଦୁ ଆକୃତିର ବସ୍ତୁଙ୍କ ପାଇଁ ସମୀକରଣର ସମାନ ସମାଧାନ ଓ ସେମାନଙ୍କ ପ୍ରକୃତି ସମ୍ପର୍କରେ ବିସ୍ତୃତ ଧାରଣା ଦେଲେ । ଏହି ସମୀକରଣର ସମାଧାନ ଅନୁସାରେ, ଏକ ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ଆଇନ୍ ଷ୍ଟାଇନ୍ ସମୀକରଣର କେତେକ ଉପାଦାନର ମୂଲ୍ୟ ଅସୀମ (ଈଂରାଜୀରେ ) ହୋଇଯାଏ ଓ ଏହି ଦୂରତା ମଧ୍ୟରେ ସବୁ ସ୍ଥାନରେ ଏକକତ୍ୱ ସୃଷ୍ଟି ହୁଏ । ଏହି ନିର୍ଦ୍ଦିଷ୍ଟ ଦୂରତାକୁ ଶ୍ୱାର୍ଜଶିଲ୍ଡ୍ ବ୍ୟାସାର୍ଦ୍ଧ (ଈଂରାଜୀରେ ) ବୋଲି କୁହାଯାଏ । କୌଣସି ବସ୍ତୁର ପୃଷ୍ଠର ଏପରି ପ୍ରକୃତି ସେତେବେଳେ କେହି ବୁଝିପାରି ନଥିଲେ । ୧୯୨୪ରେ ଆର୍ଥର୍ ଏଡିଙ୍ଗଟନ୍ ଓ ୧୯୩୩ରେ ଜ୍ୟୋର୍ଜେସ୍ ଲେମୋତ୍ରେ ଏକକତ୍ୱ ସମ୍ପର୍କିତ ଏହି ପରୀକ୍ଷଣରୁ ତାହାର ପ୍ରକୃତି ସମ୍ପର୍କରେ ଅଧିକ ବିବରଣୀ ଦେଇଥିଲେ । ବିଶେଷ ଆପେକ୍ଷିକତାର ବ୍ୟବହାର କରି,୧୯୩୧ ମସିହାରେ ସୁବ୍ରମଣ୍ୟନ୍ ଚନ୍ଦ୍ରଶେଖର ଗଣନା କରି କହିଲେ ଯେ ଏକ ଆବର୍ତ୍ତନହୀନ ଇଲେକ୍ଟ୍ରନବିହୀନ କୌଣସି ବସ୍ତୁର ସର୍ବାଧିକ ବସ୍ତୁତ୍ୱ ସୀମିତ ଓ ଏହା ପରେ ବସ୍ତୁ ପାଇଁ ସବୁ ସମୀକରଣର ସମାଧାନ ଅସ୍ଥାୟୀ ବା ଅସମ୍ଭବ । ୧.୪ ସୌରବସ୍ତୁତ୍ୱର ଏହି ସୀମାକୁ ଚନ୍ଦ୍ରଶେଖର ସୀମା ଈଂରାଜୀରେ ବୋଲି କୁହାଯାଏ । କିନ୍ତୁ ଚନ୍ଦ୍ରଶେଖରଙ୍କ ଏହି ମତ ସହିତ ତାଙ୍କ ସମସାମୟିକ ଏଡିଙ୍ଗଟନ୍ ଓ ଲେଭ୍ ଲାଣ୍ଡାଉ ଅସହମତ ଥିଲେ । ନିରୀକ୍ଷଣରୁ ଜଣା ପଡିଛି ଯେ ଚନ୍ଦ୍ରଶେଖର ସୀମାରୁ ସାମାନ୍ୟ ଅଧିକ ବସ୍ତୁତ୍ୱର ଶ୍ୱେତ ବାମନ ତାରା ଏକ ନ୍ୟୁଟ୍ରନ୍ ତାରାରେ ପରିଣତ ହୁଏ ଓ ପଲିଙ୍କ ବହିଷ୍କରଣ ନିୟମଦ୍ୱାରା ଏହାର ସ୍ଥାୟିତ୍ୱ ପ୍ରତିପାଦିତ ହୁଏ । ଏଥିଯୋଗୁଁ କୌଣସି ଏକ ପ୍ରକ୍ରିୟାଦ୍ୱାରା ନକ୍ଷତ୍ରର ସଂକୁଚନ ଚନ୍ଦ୍ରଶେଖର ସୀମା ଅତିକ୍ରମ କରିପାରେ ବୋଲି ଏଡିଙ୍ଗଟନଙ୍କ ଅନୁମାନ କେତେକାଂଶରେ ସତ । ୧୯୩୯ରେ ରବର୍ଟ୍ ଓପନହାଇମର୍ ଓ ଅନ୍ୟ କେତେଜଣ ବୈଜ୍ଞାନିକ ଅନୁମାନ କରିଥିଲେ ଯେ ୩ ସୌରବସ୍ତୁତ୍ୱରୁ ଅଧିକ ବସ୍ତୁତ୍ୱବିଶିଷ୍ଟ ନ୍ୟୁଟ୍ରନ୍ ତାରାଗୁଡିକ ଚନ୍ଦ୍ରଶେଖରଙ୍କ ନିୟମାନୁସାରେ ସଂକୁଚିତ ହୋଇ କୃଷ୍ଣଗର୍ତ୍ତରେ ପରିଣତ ହୁଅନ୍ତି । ଓପନହାଇମର୍ ଓ ତାଙ୍କ ସହଲେଖକମାନଙ୍କ ମତାନୁସାରେ ଶ୍ୱାର୍ଜଶିଲ୍ଡ୍ ବ୍ୟାସାର୍ଦ୍ଧର ପରିସୀମାରେ ସମୟ ଅତିବାହିତ ହେବା ବନ୍ଦ ହୋଇଯାଏ, ତେଣୁ ଏହିଠାରୁ ଏକକତ୍ୱର ପ୍ରାରମ୍ଭ । ଏହି ଦୃଷ୍ଟିକୋଣ ଘଟଣା କ୍ଷିତିଜ ବାହାରେ ଥିବା ଜଣେ ଦେଖଣାହାରୀ ପାଇଁ ଠିକ୍ ହୋଇପାରେ, କିନ୍ତୁ କୃଷ୍ଣଛିଦ୍ରକୁ ପ୍ରବେଶ କରୁଥିବା ଜଣେ ଦେଖଣାହାରୀ ପାଇଁ ଏହା ସତ ନ ହୋଇପାରେ । ଏହି କାରଣରୁ ସଂକୁଚିତ ହେଉଥିବା ଏକ ନକ୍ଷତ୍ରର ବହିର୍ଭାଗ ଥଣ୍ଡାରେ ଜମିଯିବାବେଳେ ସମୟ ବନ୍ଦ ହୋଇଯିବାରୁ ଜଣେ ବାହ୍ୟ ଦେଖଣାହାରୀ ଦେଖିପାରିବ । ଶ୍ୱାର୍ଜଶିଲ୍ଡ୍ ବ୍ୟାସାର୍ଦ୍ଧର ସୀମା ମଧ୍ୟରେ ହେଉଥିବା ତା ପରବର୍ତ୍ତୀ ସଂକୁଚନ ଦେଖଣାହାରୀ ଜାଣିପାରିବ ନାହିଁ । ସ୍ୱର୍ଣ୍ଣଯୁଗ ୧୯୫୮ ମସିହାରେ ଡେଭିଡ୍ ଫିଙ୍କେଲଷ୍ଟାଇନ୍ ମତ ରଖିଲେ ଯେ ଶ୍ୱାର୍ଜଶିଲ୍ଡ୍ ପୃଷ୍ଠକୁ ଘଟଣା କ୍ଷିତିଜ ବୋଲି ବିବେଚନା କରିବା ଉଚିତ୍ । କାରଣ ଶ୍ୱାର୍ଜଶିଲ୍ଡ୍ ପୃଷ୍ଠ ଏକ ଚାଲୁଣି ପରି ଓ ଯେ କୌଣସି ବସ୍ତୁ ଏହାକୁ ଅତିକ୍ରମ କରି ଗୋଟିଏ ଦିଗରେ ଯାଇପାରେ । ଓପନହାଇମରଙ୍କ ମତ ସହିତ ଏହା କୃଷ୍ଣଗର୍ତ୍ତକୁ ପ୍ରବେଶ କରୁଥିବା ଦେଖଣାହାରୀର ମତକୁ ଏକ ସୂତ୍ରରେ ବାନ୍ଧି ପାରିଲା । ସାଧାରଣ ଆପେକ୍ଷିକତା ଓ କୃଷ୍ଣଗର୍ତ୍ତ ପଛର ବିଜ୍ଞାନ ଅନେକ ଗବେଷକଙ୍କୁ ଆକୃଷ୍ଟ କଲା ଓ ଏହିଠାରୁ ସ୍ୱର୍ଣ୍ଣଯୁଗର ପ୍ରାରମ୍ଭ ହେଲା । ୧୯୬୭ରେ ପଲସାର୍ ଆବିଷ୍କୃତ ହେଲା ଓ ୧୯୬୯ ବେଳକୁ ଜଣାପଡିଲା ଯେ ପଲସାର୍ଗୁଡ଼ିକ ଅଧିକ ବେଗରେ ଆବର୍ତ୍ତନ କରୁଥିବା ନ୍ୟୁଟ୍ରନ୍ ତାରା ଛଡା ଅନ୍ୟ କିଛି ନୁହଁ । ଭୌତିକ ସତ୍ତା ପ୍ରତିପାଦିତ ହେବା ପରେ, ନ୍ୟୁଟ୍ରନ୍ ତାରା କଳ୍ପନା ଜଗତରୁ ବାହାରି ବିଜ୍ଞାନରେ ସ୍ଥାନ ପାଇଲା ଓ ପୁନଶ୍ଚ ମହାକର୍ଷଣୀୟ ସଂକୁଚନ କଣ କଣ କରିପାରେ ତାହା ସମ୍ବନ୍ଧୀୟ ଆଲୋଚନାକୁ ଖୋରାକ ଯୋଗାଇଲା । ସେତେବେଳ ପର୍ଯ୍ୟନ୍ତ କୃଷ୍ଣଗର୍ତ୍ତର ଅନେକ ସାଧାରଣ ସମାଧାନ ବାହାରି ପାରିଥିଲା । ୧୯୬୩ରେ ରୋଏ କେର୍ ଆବର୍ତ୍ତନଶୀଳ କୃଷ୍ଣଗର୍ତ୍ତର ସମୀକରଣର ସମାଧାନ କରିଥିଲେ । ୧୯୬୫ ବେଳକୁ ଏର୍ଜା ନ୍ୟୁମେନ୍ ଚାର୍ଜବିଶିଷ୍ଟ ଓ ଆବର୍ତ୍ତନଶୀଳ କୃଷ୍ଣଗର୍ତ୍ତର ସମୀକରଣ ଲେଖିବାରେ ସମର୍ଥ ହେଲେ । ପରବର୍ତ୍ତୀ ସମୟରେ ସ୍ଥାୟୀ କୃଷ୍ଣଗର୍ତ୍ତପାଇଁ ନିୟମ ପ୍ରଚଳିତ ହେଲା ଓ ବସ୍ତୁତ୍ୱ, କୋଣୀୟ ସଂବେଗ ଓ ଚାର୍ଜ୍ ତାହାର ତିନୋଟି ପ୍ରକୃତି ବୋଲି କୁହାଗଲା । କେତେକ ବୈଜ୍ଞାନିକ ଏକକତ୍ୱ ସବୁ କ୍ଷେତ୍ରରେ ସତ୍ୟ ନୁହଁ ବୋଲି ମତ ପୋଷଣ କରିଥିଲେ, କିନ୍ତୁ ୧୯୬୦ରେ ରୋଜର୍ ପେନରୋଜ୍ ଏବଂ ଷ୍ଟିଫେନ୍ ହକିଂଗ୍ ଏକକତ୍ୱର ବ୍ୟାପକତା ପ୍ରମାଣିତ କରଥିଲେ । ଜେମସ୍ ବାରଡୀନ୍, ଜେକବ୍ ବେକେନଷ୍ଟାଇନ୍, କାର୍ଟର୍ ଓ ହକିଂଗ୍ ୧୯୭୦ ଦଶକର ପ୍ରାରମ୍ଭରେ କୃଷ୍ଣଗର୍ତ୍ତ ସମ୍ବନ୍ଧୀୟ ଥର୍ମୋଡାଇନାମିକ୍ସ୍ ଜାଣିବାରେ ଆଗ୍ରହ ପ୍ରକାଶ କଲେ ଓ କେତେକ ନିୟମର ପ୍ରଚଳନ କରାଇଲେ । ୧୯୭୪ରେ ଷ୍ଟିଫେନ୍ ହକିଂଗ୍ କେତେକ ପରୀକ୍ଷଣଦ୍ୱାରା କୃଷ୍ଣଗର୍ତ୍ତର ବିଜ୍ଞାନ, ଥର୍ମୋଡାଇନାମିକ୍ସର ନିୟମ ଓ ପ୍ରମାତ୍ର ଯାନ୍ତ୍ରିକତ୍ୱର ନିୟମମାନଙ୍କ ମଧ୍ୟରେ ଥିବା ଅନେକ ସାମଞ୍ଜସ୍ୟ ଦର୍ଶାଇଥିଲେ । ୧୮ ଜାନୁଆରୀ ୧୯୬୪ର୍ ଆନ୍ ଏୱିଂଗ୍ ବୋଲି ଜଣେ ସାମ୍ବାଦିକା ପ୍ରଥମେ ମହାକାଶରେ କୃଷ୍ଣଗର୍ତ୍ତ ନାମକ ଏକ ନିବନ୍ଧ ପ୍ରକାଶିତ କରିଥିଲେ । ଏଥିରେ ପ୍ରଥମ ଥର ପାଇଁ କୃଷ୍ଣଗର୍ତ୍ତ ନାମର ଉଲ୍ଲେଖ ହେଲା । ପରେ ୧୯୬୭ରେ ଜନ୍ ୱିଲର୍ ନିଜର ଛାତ୍ରଙ୍କଠାରୁ ଏହି ଶବ୍ଦ ଶୁଣି ବିଜ୍ଞାନ ଶବ୍ଦାବଳୀରେ ଏହା ବ୍ୟବହାର କରିବା ଆରମ୍ଭ କଲେ । ଗୁଣ ଓ ସଂରଚନା ଭୌତିକ ଗୁଣ କୃଷ୍ଣଗର୍ତ୍ତର ବିଭିନ୍ନ ଶ୍ରେଣୀ କୋଣୀୟ ସଂବେଗ ଓ ବୈଦ୍ୟୁତିକ ଚାର୍ଜର ବିଚାର ନକରି କେବଳ ବସ୍ତୁତ୍ୱ ଆଧାରରେ କୃଷ୍ଣଗର୍ତ୍ତମାନଙ୍କୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଏ । ଗଠନ ଓ ବିବର୍ତ୍ତନ ଘଟଣା କ୍ଷିତିଜ କୃଷ୍ଣଗର୍ତ୍ତରୁ ବହୁ ଦୂରରେ ଥିବା ବସ୍ତୁ ଯେ କୌଣସି ଦିଗରେ ଗତି କରିପାରେ । କେବଳ ସେ ଆଲୋକର ବେଗକୁ ଟପି ପାରିବ ନାହିଁ । କିନ୍ତୁ ଯଦି ବସ୍ତୁଟି କୃଷ୍ଣଗର୍ତ୍ତ ପାଖକୁ ଆସେ, ତେବେ ସ୍ଥାନ-କାଳର ସଂରଚନାରେ ହୋଇଥିବା ବିକୃତି ଯୋଗୁଁ କୃଷ୍ଣଗର୍ତ୍ତ ଆଡକୁ ଗତି କରିବାର ସମ୍ଭାବନା ଅଧିକ ଓ ତାହାଠାରୁ ଦୂରକୁ ଯିବାର ସମ୍ଭାବନା କମ୍। ଯଦି ବସ୍ତୁଟି ଘଟଣା ପରିଧୀରେ ପ୍ରବେଶ କରେ, ତେବେ ତାହା ପାଇଁ କେବଳ ଗୋଟିଏ ବାଟ ରହିବ ଏବଂ ସେଇଟି ହେଲା କୃଷ୍ଣଗର୍ତ୍ତ କେନ୍ଦ୍ରାଭିମୁଖୀ ଗତିପଥ । ବସ୍ତୁଟିର ଅନ୍ୟ କେଉଁଆଡକୁ ଯିବାର ସମ୍ଭାବନା ନାହିଁ । ତେଣୁ ଘଟଣା କ୍ଷିତିଜ ସ୍ଥାନ-କାଳର ସେହି ସୀମା ଯାହାକୁ ଅତିକ୍ରମ କଲେ ସେ ବସ୍ତୁ ହେଉ ବା ଆଲୋକ ହେଉ ସେ କେବଳ କୃଷ୍ଣଗର୍ତ୍ତ ଦିଗରେ ହିଁ ଅଗ୍ରସର ହୋଇପାରିବ । ଏପରି ନାମକରଣର କାରଣ ହେଲା ଏହା ମଧ୍ୟରେ ଘଟୁଥିବା ଘଟଣା ସମ୍ପର୍କରେ ବାହ୍ୟ ଦେଖଣାହାରୀ କିଛି ଜାଣି ପାରିବେ ନାହିଁ । ତେଣୁ ଘଟିଥିବା ଘଟଣାଟି କେବଳ ଏହି ପରିସୀମା ମଧ୍ୟରେ ସୀମିତ । ସାଧାରଣ ଆପେକ୍ଷିକତା ତତ୍ତ୍ୱ ଅନୁସାରେ, ବସ୍ତୁତ୍ୱ ସ୍ଥାନ-କାଳର ସଂରଚନାକୁ ବିକୃତ କରିଦିଏ ଓ ବସ୍ତୁର ଗତିପଥ ସେହି ବସ୍ତୁତ୍ୱ ପଟକୁ ବାଙ୍କିଯାଏ । ଘଟଣା କ୍ଷିତିଜ ନିକଟର ସ୍ଥାନ-କାଳ ବିକୃତି ଅତ୍ୟନ୍ତ ବଳଶାଳୀ ଓ ଏହା ପ୍ରଭାବରୁ ଦୂରକୁ ଯିବା ସମ୍ଭବପର ନୁହେଁ । ଦୂରରେ ଥିବା ଜଣେ ସ୍ଥାୟୀ ଦେଖଣାହାରୀ ପାଇଁ କୃଷ୍ଣଗର୍ତ୍ତ ପାଖରେ ଥିବା ଘଡ଼ିରେ ସମୟ ଧୀରେ ଚାଲେ ଓ କୃଷ୍ଣଗର୍ତ୍ତରୁ ଦୂରରେ ଥିବା ଘଡ଼ିରେ ଅପେକ୍ଷାକୃତ ଭାବେ ଶୀଘ୍ର ଚାଲେ । ଏହାକୁ ମହାକର୍ଷଣୀୟ ସମୟ ପ୍ରସାରଣ କୁହନ୍ତି । ଏହାର କାରଣରୁ କୃଷ୍ଣଗର୍ତ୍ତର ଘଟଣା କ୍ଷିତିଜ ଆଡକୁ ଅଗ୍ରସର ହେଉଥିବା ବସ୍ତୁର ବେଗ କ୍ରମଶଃ କମିଲା ପରି ଦିଶେ ଯେପରିକି ସେ ଅସୀମ ସମୟ ପରେ ଘଟଣା କ୍ଷିତିଜର ପୃଷ୍ଠରେ ପହଞ୍ଚିବ । ବେଗ ସହିତ ସେହି ବସ୍ତୁ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଧୀରେ ଧୀରେ ହେଲା ପରି ଲାଗିବ । ସେହି ବସ୍ତୁରୁ ବିକିରୀତ ଆଲୋକ ଦେଖଣାହାରୀକୁ ନାଲି ଓ କମ୍ ଉଜ୍ଜ୍ୱଳ ଦିଶିବ । କ୍ରମଶଃ ବସ୍ତୁଟି ଘଟଣା କ୍ଷିତିଜକୁ ପଶିଲା ପରେ ଅଦୃଶ୍ୟ ହୋଇଯିବ । ଅନ୍ୟ ପକ୍ଷରେ ଅବିନାଶ୍ୟ ଜଣେ ଦେଖଣାହାରୀ ଯଦି ଘଟଣା କ୍ଷିତିଜରେ ପଶେ, ତାହା ପାଇଁ ସମୟ ତା ବାଟରେ ଅତିବାହିତ ହେବ । ସେ କୌଣସି ଏକକତ୍ୱ ଅନୁଭବ କରିପାରିବ ନାହିଁ । କିନ୍ତୁ ସେ ଘଟଣା କ୍ଷିତିଜ କେଉଁଠାରେ ଅଛି ତାହା କହିପାରିବ ନାହିଁ । ସ୍ଥିର କୃଷ୍ଣଗର୍ତ୍ତର ଘଟଣା କ୍ଷିତିଜର ଆକାର ଗୋଲକାକାର । କିନ୍ତୁ ଆବର୍ତ୍ତନଶୀଳ କୃଷ୍ଣଗର୍ତ୍ତର ଘଟଣା କ୍ଷିତିଜର ଆକାର ଚେପଟା । ଏକକତ୍ୱ କୃଷ୍ଣଗର୍ତ୍ତର କେନ୍ଦ୍ରରେ ସ୍ଥାନ-କାଳର ବକ୍ରତା ଅସୀମ ଏବଂ ଏଠାରେ ମହାକର୍ଷଣୀୟ ଏକକତ୍ୱ ପରିଲକ୍ଷିତ ହୁଏ । ସ୍ଥିର କୃଷ୍ଣଗର୍ତ୍ତର ଏକକତ୍ୱ ଏକ ବିନ୍ଦୁ ହୋଇଥିବା ବେଳେ ଆବର୍ତ୍ତନଶୀଳ କୃଷ୍ଣଗର୍ତ୍ତର ଏକକତ୍ୱ ଏକ ବୃତ୍ତାକାର । ଏହି ଏକକତ୍ୱ କ୍ଷେତ୍ରର ଆୟତନ ନାହିଁ କିନ୍ତୁ ସେଥି ମଧ୍ୟରେ ସମସ୍ତ ବସ୍ତୁତ୍ୱ ରହିଛି । ତେଣୁ ଏକକତ୍ୱ କ୍ଷେତ୍ରର ଘନତ୍ୱ ଅସୀମ । ଶ୍ୱାର୍ଜଶିଲ୍ଡ୍ ବ୍ୟାସାର୍ଦ୍ଧରେ ପଶିଲା ପରେ ବସ୍ତୁ/ଦେଖଣାହାରୀ ଏକକତ୍ୱ ଆଡକୁ ଗତି କରେ । ଯଦି ବସ୍ତୁଟି ଏକକତ୍ୱର ବିପରୀତ ଦିଗରେ ତ୍ୱରାନ୍ୱିତ ହୋଇ ଗତି କରିବାକୁ ଚେଷ୍ଟା କରେ ତେବେ ସେ କେବଳ ଏକକତ୍ୱରେ ବିଲୀନ ହେବା ପ୍ରକ୍ରିୟାକୁ ବିଳମ୍ବିତ କରିପାରିବ । ତ୍ୱରାନ୍ୱିତ ହୋଇ ଆଲୋକର ବେଗରେ ପହଞ୍ଚିଲା ପରେ ତା ର ତ୍ୱରଣ ବନ୍ଦ ହୋଇଯିବ । ସେ ପୁଣି ଥରେ ଏକକତ୍ୱ ଆଡକୁ ଟାଣି ହେବ ଓ ଅସୀମ ଘନତାରେ ମିଶିଯିବ । ତାହାର ବସ୍ତୁତ୍ୱ କୃଷ୍ଣଗର୍ତ୍ତର ବସ୍ତୁତ୍ୱରେ ମିଶିଯିବ । ତାହା ପୂର୍ବରୁ ବୋଧହୁଏ ମହାକର୍ଷଣୀୟ ଜୁଆରରେ ବସ୍ତୁଟି ସମ୍ପୂର୍ଣ୍ଣଭାବେ ଚିରିଯିବ । ପ୍ରମାଣ ଆଧାର ସହାୟକ ଗ୍ରନ୍ଥ , (1991). - . 0-531-12524-6. { }: , (1988). , . 0-553-38016-8. { }: , ; , (1996). 0-691-03791-4. { }: , (2003). 978-0-691-09505-9. { }: , (2003). 978-0-521-81405-8. { }: , (1998). : ' . , & , . 0-471-19704-1. , . (2008). " " ., . , . (1994). , . & , . 0-393-31276-3. { }: , . (2007). (2 .). 0-521-85714-7. { }: , . (2004). 0-8053-8732-3. { }: , ' 2007-06-13 .. , . (1973). " " . , .; , . . { }: , (1999). 0-19-850370-9. { }: , .; , . (1998). " " . { }: ; , .; , (2011). : . 978-0-19-969229-3. 1234.83001. { }: . , .; , . (1973). 0-521-09906-4. { }: , (2007). 978-0-691-13129-0. { }: , .; , (2000). 0-201-38423- . { }: , .; , ; , (1973). 0-7167-0344-0. { }: , . (1984). 978-0-226-87033-5. { }: , . (1992). ,: . 0-226-87029-4. { }:
ଶେଖର ଘୋଷ (ଜନ୍ମ ୧୧ ନଭେମ୍ବର ୧୯୪୮) ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଛଦପଟ ଗାୟକ । ଓଡ଼ିଆ ଚଳଚ୍ଚିତ୍ର ବ୍ୟତୀତ, ସେ ଜଣେ ଭଜନ ଓ ଜଣାଣ ଗାୟକ ଭାବରେ ମଧ୍ୟ ଖୁବ ଲୋକପ୍ରିୟ । ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଆହୁତି ଥିଲା ସେ କଣ୍ଠଦାନ କରିଥିବା ପ୍ରଥମ ଚଳଚ୍ଚିତ୍ର । ୧୯୭୯ ମସିହାର ଚଳଚ୍ଚିତ୍ର ସମର ସଲିମ ସାଇମନର ଗୀତ "ହୃଦୟର ଏହି ଶୂନ୍ୟତା" ପାଇଁ ବହୁ ଜନପ୍ରିୟ । କ୍ୟାରିଅର ଶେଖର ଘୋଷ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ ଓ ଗୁରୁ କ୍ଷିତିଶ ଚନ୍ଦ୍ର ମୈତ୍ରଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ । ୧୯୭୦ ମସିହାରେ ତାଙ୍କୁ ଆକାଶବାଣୀ କଟକରେ ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଭାବରେ ସ୍ୱୀକାର କରାଯାଇଥିଲା । ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଆହୁତି ଚଳଚ୍ଚିତ୍ରରେ ତାଙ୍କୁ ପ୍ରଥମ ଥର ପାଇଁ ପ୍ରଛଦପଟ ଗାୟକ ହିସାବରେ ସୁଯୋଗ ମିଳିଥିଲା । ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରରେ ସେ ଗାଇଥିବା ଗୀତ "ସୂର୍ଯ୍ୟ ହେ ତୁମ ଉଦୟ ରଙ୍ଗ" ତାଙ୍କୁ ଲୋକଲୋଚନକୁ ଆଣିଥିଲା । ୧୯୭୯ ମସିହାର ଚଳଚ୍ଚିତ୍ର ସମର ସଲିମ ସାଇମନର ଗୀତ "ହୃଦୟର ଏହି ଶୂନ୍ୟତା" ତାଙ୍କୁ ଅପାର ସଫଳତା ଆଣିଦେଇଥିଲା । ଆହୂତି ଓ ସମର ସଲିମ ସାଇମନ ବ୍ୟତୀତ ଶଂଖ ମହୁରୀ, ବିଲ୍ୱମଙ୍ଗଳ, ମଥୁରା ବିଜୟ, ଜୟଦେବ, କାହ୍ନା, କାଚଘର ପ୍ରଭୃତି ୪୩ଟି କଥାଚିତ୍ରରେ କଣ୍ଠଦାନ କରି ଜନପ୍ରିୟ ଗାୟକ ଭାବେ ବେଶ ସ୍ୱୀକୃତ । ଏଚଏମଭି କମ୍ପାନୀର କଣ୍ଠଶିଳ୍ପୀ ଭାବେ ଗ୍ରାମଫୋନ ରେକର୍ଡରେ ବହୁ ଆଧୁନିକ ଓ ଭଜନ ଯଥା: ନୂଆ ବୋଉ ମୋର ନୂଆ ବୋଉ ହେଉ ବା କୁନିଲୋ ଘାଘରା ପିନ୍ଧି , ଲଗନ ପରେ ମଙ୍ଗନ , ପାଦ ଯୋଡିକ ଥାଇ ବୋଇଲେ , ଏ ତ ଦଶରା ବଜାର ଭିଡ଼ , କୈବଲ୍ୟ ପାଇଁ ମନ ଝୁରିଲା କିମ୍ବା କାଳିଆରେ ଏଇ ଭାଗ୍ୟ ମୋର ସତେ ହେବ ସହ ସେ ବିଭିନ୍ନ କ୍ୟାସେଟ ମାଧ୍ୟମରେ ଶହଶହ ଗୀତ ଗାଇଛନ୍ତି । 'ବଡ଼ ଦାଣ୍ଡେ ମୁ ବସିଛି ବାହୁ ମେଲେଇ' , 'ହସୁଥାରେ ଚକାଡୋଳା ତୋର ଆଜି ରଥଯାତ୍ରା' , 'ଜଗାରେ ତୋ କୈବଲ୍ୟ ପାଇଁ ମନ ଝୁରିଲା' ଇତ୍ୟାଦି ତାଙ୍କର ଲୋକପ୍ରିୟ ଭଜନ ମଧ୍ୟରୁ ଅନ୍ୟତମ ।
ସୋମ୍ବରୁ ମାଝି (୧୫ ଫେବୃଆରୀ ୧୯୩୫ - ୧୫ ଫେବୃଆରୀ ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋଡ଼ିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ସୋମ୍ବରୁ ମାଝି ୧୯୩୫ ମସିହାର ଫେବୃଆରୀ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମନୋଧର ମାଝି ଓ ପତ୍ନୀଙ୍କ ନାମ ଅସଲି ମାଝି । ରାଜନୈତିକ ଜୀବନ ସୋମ୍ବରୁ ମାଝି ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ସୋମ୍ବରୁ ମାଝି ୨୦୦୩ ମସିହାର ଫେବୃଆରୀ ୧୫ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।
ସୁରତ, ଗୁଜରାଟ ରାଜ୍ୟର ଏକ ପ୍ରମୁଖ ସହର । ସୁରତ ହେଉଛି ଗୁଜରାଟର ଦ୍ୱିତୀୟ ତଥା ଭାରତର ନମବ ବୃହତ୍ତମ ସହର । ଜନବସତି ଓ ଶିଳ୍ପଦ୍ୟୋଗ ଅନୁସାରେ ଗୁଜରାଟରେ ଅହମଦାବାଦ ପରେ ସୁରତର ନାମ । ବିଶ୍ୱର ୯୦-୯୫ ପ୍ରତିଶତ ହୀରା ସୁରତରେ ମାଜି (ଘସି) ପ୍ରସ୍ତୁତ ହେଉଛି । କପଡ଼ା ଉଦ୍ୟୋଗ ପାଇଁ ସୁରତ ପ୍ରସିଦ୍ଧ । ଭୂଗୋଳ ଇତିହାସ ପୂର୍ବେ ସୂର୍ଯୟପୁର ନାମରେ ସୁରତ ପ୍ରସିଦ୍ଧି ଲାଭକରି ପ୍ରଥମେ ମୋଗଲ୍,ତାପରେ ପର୍ତ୍ତୁଗୀଜ ଏବ, ଇଂରେଜମାନଙ୍କର ମୂଖ୍ୟ ବନ୍ଦର ଥିଲା । ସେହି ସମୟରେ ସୂର୍ଯ୍ୟପୁର ଲାଟପ୍ରଦେଶର ମୂଖ୍ୟ ନଗର ଥିଲା ।
ନାର୍ଗେସ ସଫି ମହମ୍ମଦୀ (ଜନ୍ମ ୨୧ ଏପ୍ରିଲ ୧୯୭୨) ଜଣେ ଇରାନୀ ମାନବାଧିକାର କର୍ମୀ, ବୈଜ୍ଞାନିକ ଏବଂ ନୋବେଲ ଶାନ୍ତି ପୁରସ୍କାର ବିଜେତା ଏବଂ ଶିରିନ ଏବାଦିଙ୍କ ନେତୃତ୍ୱରେ ମାନବ ଅଧିକାର କେନ୍ଦ୍ର (ଡିଏଚଆରସି)ର ଉପାଧ୍ୟକ୍ଷ । ମେ ୨୦୧୬ରେ ତେହେରାନରେ ତାଙ୍କୁ ମୃତ୍ୟୁଦଣ୍ଡ ଉଚ୍ଛେଦ ପାଇଁ ଅଭିଯାନ ଚଳାଇଥିବା ମାନବାଧିକାର ଆନ୍ଦୋଳନ ପ୍ରତିଷ୍ଠା ଏବଂ ଚଳାଇବା ପାଇଁ ୧୬ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିଲା । ୨୦୨୩ରେ ଜେଲରେ ଥିବା ବେଳେ ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼େଇ ଏବଂ ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର ଲଢ଼େଇ ପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଜିବନୀ ମହମ୍ମଦୀ ଜାଞ୍ଜନରେ ଜନ୍ମ ଗ୍ରହଣ କରିଥିଲେ ଏବଂ କୋର୍ଭେହ, କରଜ ଏବଂ ଓସ୍ନାଭିୟେହରେ ବଡ଼ ହୋଇଥିଲେ । ସେ ଇମାମ ଖୋମେନି ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ପାଠ ପଢି ପଦାର୍ଥ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ ଏବଂ ଜଣେ ବୃତ୍ତିଗତ ଇଞ୍ଜିନିୟର ହୋଇଥିଲେ । ତାଙ୍କ ବିଶ୍ୱବିଦ୍ୟାଳୟ କ୍ୟାରିୟର ସମୟରେ, ସେ ଛାତ୍ର ଖବରକାଗଜରେ ମହିଳା ଅଧିକାରକୁ ସମର୍ଥନ କରି ପ୍ରବନ୍ଧ ଲେଖିଥିଲେ ଏବଂ ରାଜନୈତିକ ଛାତ୍ର ଗୋଷ୍ଠୀ ତାଶକୋଲ ଦାନେଶଜୁୟୀ ରୋଶନଗାରାନ "ଆଲୋକିତ ଛାତ୍ର ଗୋଷ୍ଠୀ" ର ଦୁଇଟି ବୈଠକରେ ତାଙ୍କୁ ଗିରଫ କରାଯାଇଥିଲା । ସେ ଏକ ପର୍ବତ ଆରୋହଣ ଗୋଷ୍ଠୀରେ ମଧ୍ୟ ସକ୍ରିୟ ଥିଲେ, କିନ୍ତୁ ତାଙ୍କ ରାଜନୈତିକ କାର୍ଯ୍ୟକଳାପ କାରଣରୁ ପରବର୍ତ୍ତୀ ସମୟରେ ତାଙ୍କୁ ପର୍ବତାରୋହଣରେ ଯୋଗ ଦେବାକୁ ବାରଣ କରାଯାଇଥିଲା। ମହମ୍ମଦୀ ଅନେକ ସଂସ୍କାରବାଦୀ ଖବରକାଗଜପାଇଁ ଜଣେ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ ଏବଂ ସଂସ୍କାର, ରଣନୀତି ଏବଂ ରଣନୀତି ଶୀର୍ଷକ ଏକ ରାଜନୈତିକ ପ୍ରବନ୍ଧ ପୁସ୍ତକ ପ୍ରକାଶ କରିଥିଲେ ।" , 2009" . 18 2009. 15 2012. 31 2012. " , 2009" . 18 2009. 15 2012. 31 2012.</ > ୨୦୦୩ମସିହାରେ ସେ ନୋବେଲ ଶାନ୍ତି ପୁରସ୍କାର ବିଜେତା ଶିରିନ୍ ଏବାଦିଙ୍କ ନେତୃତ୍ବାଧୀନ 'ଡିଫେଣ୍ଡର୍ସ ଅଫ୍ ହ୍ୟୁମାନ ରାଇଟ୍ସ ସେଣ୍ଟର' ରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ସଂଗଠନର ଉପାଧ୍ୟକ୍ଷ ହୋଇଥିଲେ। ୧୯୯୯ମସିହାରେ ସେ ସଂସ୍କାର ସମର୍ଥକ ସାମ୍ବାଦିକ ତାଗି ରହମାନୀଙ୍କୁ ବିବାହ କରିଥିଲେ, ଯିଏ କି କିଛି ଦିନ ପରେ ପ୍ରଥମ ଥର ପାଇଁ ଗିରଫ ହୋଇଥିଲେ । ମୋଟ ୧୪ ବର୍ଷ ଜେଲ୍ ଦଣ୍ଡ ଭୋଗିବା ପରେ ରହମାନୀ ୨୦୧୨ରେ ଫ୍ରାନ୍ସ ଚାଲିଯାଇଥିଲେ, କିନ୍ତୁ ମହମ୍ମଦୀ ତାଙ୍କ ମାନବାଧିକାର କାର୍ଯ୍ୟ ଜାରି ରଖିଥିଲେ। ମହମ୍ମଦୀ ଓ ରହମାନୀଙ୍କର ଯାଆଁଳା ସନ୍ତାନ ଅଛନ୍ତି। ଆଇନଗତ ସମସ୍ୟା ୧୯୯୮ମସିହାରେ ଇରାନ ସରକାରଙ୍କୁ ସମାଲୋଚନା କରିବା ଅଭିଯୋଗରେ ମହମ୍ମଦୀଙ୍କୁ ପ୍ରଥମେ ଗିରଫ କରାଯାଇଥିଲା ଏବଂ ଏକ ବର୍ଷ ଜେଲରେ ବିତାଇଥିଲେ। ୨୦୧୦ ଏପ୍ରିଲରେ ତାଙ୍କୁ ଡିଏଚ୍ଆର୍ସିରେ ସଦସ୍ୟତା ପାଇଁ ଇସ୍ଲାମିକ୍ ରିଭୋଲ୍ୟୁସନରି କୋର୍ଟକୁ ଡକାଯାଇଥିଲା। ତାଙ୍କୁ ୫୦,୦ ଆମେରିକୀୟ ଡଲାର ଜାମିନରେ ମୁକ୍ତ କରାଯାଇଥିଲା କିନ୍ତୁ କିଛି ଦିନ ପରେ ପୁନର୍ବାର ଗିରଫ କରାଯାଇ ଏଭିନ୍ ଜେଲରେ ରଖାଯାଇଥିଲା। ହେପାଜତରେ ଥିବା ବେଳେ ମହମ୍ମଦୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା ଏବଂ ସେ ଏପିଲେପ୍ସି ଭଳି ରୋଗରେ ପୀଡ଼ିତ ହୋଇଥିଲେ ଯାହା ଫଳରେ ସେ ସମୟ ସମୟରେ ମାଂସପେଶୀ ନିୟନ୍ତ୍ରଣ ହରାଇଥିଲେ । ଏକ ମାସ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା ଏବଂ ତାଙ୍କୁ ଡାକ୍ତରଖାନା ଯିବାକୁ ଅନୁମତି ଦିଆଯାଇଥିଲା। ଜୁଲାଇ ୨୦୧୧ରେ ମହମ୍ମଦୀଙ୍କୁ ପୁଣି ଥରେ ମାମଲା ରୁଜୁ କରାଯାଇଥିଲା ଏବଂ "ଜାତୀୟ ନିରାପତ୍ତା ବିରୋଧରେ କାର୍ଯ୍ୟ କରିବା, ଡିଏଚଆରସିର ସଦସ୍ୟତା ଏବଂ ଶାସନ ବିରୋଧରେ ଅପପ୍ରଚାର" ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେପ୍ଟେମ୍ବରରେ ତାଙ୍କୁ ୧୧ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା। ମହମ୍ମଦୀ କହିଛନ୍ତି ଯେ ସେ କେବଳ ତାଙ୍କ ଓକିଲଙ୍କ ମାଧ୍ୟମରେ ରାୟ ବିଷୟରେ ଜାଣିବାକୁ ପାଇଥିଲେ ଏବଂ ଅଦାଲତଦ୍ୱାରା ଜାରି କରାଯାଇଥିବା ଏକ ଅଭୂତପୂର୍ବ ୨୩ ପୃଷ୍ଠାର ରାୟ ଦେଇଥିଲେ ଯେଉଁଥିରେ ସେମାନେ ବାରମ୍ବାର ମୋର ମାନବାଧିକାର କାର୍ଯ୍ୟକଳାପକୁ ଶାସନ ଭାଙ୍ଗିବା ପ୍ରୟାସ ସହିତ ତୁଳନା କରିଥିଲେ। ମାର୍ଚ୍ଚ ୨୦୧୨ରେ ଏକ ଆପିଲ କୋର୍ଟ ଏହି ଦଣ୍ଡାଦେଶକୁ ବଜାୟ ରଖିଥିଲେ ହେଁ ଏହାକୁ ୬ ବର୍ଷକୁ ହ୍ରାସ କରାଯାଇଥିଲା। ଏପ୍ରିଲ ୨୬ତାରିଖରେ ତାଙ୍କୁ ଗିରଫ କରାଯାଇ ଦଣ୍ଡାଦେଶ ଆରମ୍ଭ କରାଯାଇଥିଲା। ବ୍ରିଟିଶ ବୈଦେଶିକ ମନ୍ତ୍ରାଳୟ ଏହି ଦଣ୍ଡାଦେଶକୁ ବିରୋଧ କରିଥିଲା ଏବଂ ଏହାକୁ "ସାହସୀ ମାନବାଧିକାର କର୍ମୀଙ୍କୁ ଚୁପ୍ କରାଇବା ପାଇଁ ଇରାନ କର୍ତ୍ତୃପକ୍ଷଙ୍କ ପ୍ରୟାସର ଆଉ ଏକ ଦୁଃଖଦ ଉଦାହରଣ" ବୋଲି କହିଛି। ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ତାଙ୍କୁ ବିବେକର କଏଦୀ ଘୋଷଣା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛି। ଏଭିନ୍ ଜେଲରେ ଫଟୋଗ୍ରାଫର ଜାହରା କାଜେମିମୃତ୍ୟୁର ନବମ ବାର୍ଷିକୀ ଅବସରରେ ମହମ୍ମଦୀଙ୍କ ତରଫରୁ ଏକ ନିବେଦନ ଜାରି କରି ସାମ୍ବାଦିକମାନେ ବିଦାଉଟ ବର୍ଡର୍ସ କହିଛନ୍ତି ଯେ ମହମ୍ମଦୀ ଜଣେ କଏଦୀ ଥିଲେ ଯାହାଙ୍କ ଜୀବନ "ବିଶେଷ ବିପଦରେ ଥିଲା। ଜୁଲାଇ ୨୦୧୨ରେ ଆମେରିକାର ସିନେଟର ମାର୍କ କିର୍କ, କାନାଡାର ପୂର୍ବତନ ଆଟର୍ଣ୍ଣି ଜେନେରାଲ ଇରୱିନ କୋଟଲର, ବ୍ରିଟେନ ସାଂସଦ ଡେନିସ୍ ମ୍ୟାକ୍ ଶେନ, ଅଷ୍ଟ୍ରେଲୀୟ ସାଂସଦ ମାଇକେଲ ଡାନବି, ଇଟାଲୀ ସାଂସଦ ଫିଆମ୍ମା ନିରେନଷ୍ଟାଇନ ଏବଂ ଲିଥୁଆନିଆର ସାଂସଦ ଇମାନୁଏଲିସ୍ ଜିଙ୍ଗେରିସଙ୍କ ସମେତ ଏକ ଅନ୍ତର୍ଜାତୀୟ ସାଂସଦ ତାଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ୩୧ ଜୁଲାଇ ୨୦୧୨ରେ ମହମ୍ମଦୀ ଜେଲରୁ ମୁକୁଳିଥିଲେ। ୨୦୧୪ ମସିହା ଅକ୍ଟୋବର ୩୧ ତାରିଖରେ ମହମ୍ମଦୀ ସତ୍ତର ବେହେଶତିର ସମାଧିସ୍ଥଳରେ ଏକ ଭାଷଣ ଦେଇ କହିଥିଲେ, "ଏହା କେମିତି ଯେ ସଂସଦ ସଭ୍ୟମାନେ ପୁଣ୍ୟର ପ୍ରୋତ୍ସାହନ ଏବଂ ଦୁଷ୍କର୍ମ ନିବାରଣ ପାଇଁ ଏକ ଯୋଜନା ପ୍ରସ୍ତାବ ଦେଉଛନ୍ତି, କିନ୍ତୁ ଦୁଇ ବର୍ଷ ପୂର୍ବେ କେହି ମୁହଁ ଖୋଲିନଥିଲେ, ଯେତେବେଳେ ସତ୍ତର ବେହେଶତି ନାମକ ଜଣେ ନିରୀହ ମଣିଷ ତାଙ୍କ ପଚରାଉଚରାକାରୀଙ୍କ ହାତରେ ନିର୍ଯାତନାର ଶିକାର ହୋଇ ମୃତ୍ୟୁବରଣ କରିଥିଲା? ୨୦୧୨ମସିହାରେ ଆନ୍ତର୍ଜାତିକ ସ୍ତରରେ ଉତ୍ତେଜନା ପ୍ରକାଶ ପାଇଥିବା ବେହେଶତିଙ୍କ ବିରୋଧରେ ଚରମ ହିଂସାକାଣ୍ଡ ସତ୍ତ୍ୱେ ତାଙ୍କ ମାମଲା ଏବେ ବି ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ଏଭିନ୍ ଜେଲ୍ରେ ଆଜି ପର୍ଯ୍ୟନ୍ତ ମାନବାଧିକାର କର୍ମୀଙ୍କୁ ନିର୍ଯାତନା ଓ ଅନ୍ୟାୟ ଭାବେ ଗିରଫ କରାଯାଇଛି। ଅକ୍ଟୋବର ୩୧ରେ ମହମ୍ମଦୀଙ୍କ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଏଭିନ୍ ଜେଲ୍ କୋର୍ଟକୁ ଡକାଯାଇଥିଲା। ୫ ନଭେମ୍ବର ୨୦୧୪ରେ ମୋତେ ମିଳିଥିବା ସମନ‌ରେ କୁହାଯାଇଛି ଯେ ମୋତେ 'ଅଭିଯୋଗ ପାଇଁ' ନିଜକୁ ବଦଳାଇବାକୁ ପଡ଼ିବ, କିନ୍ତୁ ଏହି ଅଭିଯୋଗ ଗୁଡ଼ିକ ବିଷୟରେ ଆଉ କୌଣସି ସ୍ପଷ୍ଟୀକରଣ ନାହିଁ। ୫ ମଇ ୨୦୧୫ରେ ମହମ୍ମଦୀଙ୍କୁ ପୁଣି ଥରେ ନୂଆ ଅଭିଯୋଗ ଆଧାରରେ ଗିରଫ କରାଯାଇଥିଲା। ବିପ୍ଳବୀ ଅଦାଲତର ଶାଖା ୧୫ ତାଙ୍କୁ ଲେଗାମ (ମୃତ୍ୟୁଦଣ୍ଡ ଅଭିଯାନକୁ ରୋକିବା ପାଇଁ ପର୍ଯ୍ୟାୟକ୍ରମେ ପଦକ୍ଷେପ ନେବା) ପାଇଁ "ଏକ ବେଆଇନ ଗୋଷ୍ଠୀ ପ୍ରତିଷ୍ଠା" ଅଭିଯୋଗରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲା, "ଜାତୀୟ ନିରାପତ୍ତା ବିରୋଧରେ ଏକଜୁଟ ହେବା ଏବଂ ମିଳିତ ହେବା" ପାଇଁ ପାଞ୍ଚ ବର୍ଷ, ଅନ୍ତର୍ଜାତୀୟ ଗଣମାଧ୍ୟମ ସହିତ ତାଙ୍କର ସାକ୍ଷାତକାର ପାଇଁ "ବ୍ୟବସ୍ଥା ବିରୋଧରେ ପ୍ରଚାର" ପାଇଁ ଏକ ବର୍ଷ ଏବଂ ମାର୍ଚ୍ଚ ୨୦୧୪ରେ ୟୁରୋପୀୟ ସଂଘର ବୈଦେଶିକ ବ୍ୟାପାର ଏବଂ ନିରାପତ୍ତା ନୀତି ପାଇଁ ଉଚ୍ଚ ପ୍ରତିନିଧିଙ୍କ ସହ ତାଙ୍କର ସାକ୍ଷାତ ପାଇଁ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିଲା। କ୍ୟାଥରିନ ଆଷ୍ଟନ । ୨୦୧୯ ଜାନୁଆରୀରେ ମହମ୍ମଦୀ ତେହେରାନର ଏଭିନ୍ ଜେଲରେ ବନ୍ଦୀ ବ୍ରିଟିଶ-ଇରାନୀ ନାଗରିକ ନାଜାନିନ ଜାଗାରୀ-ରାଟ୍କ୍ଲିଫ୍ଙ୍କ ସହ ଅନଶନ ଆରମ୍ଭ କରିଥିଲେ। ଜୁଲାଇ ୨୦୨୦ରେ ତାଙ୍କଠାରେ କୋଭିଡ୍-୧୯ ସଂକ୍ରମଣର ଲକ୍ଷଣ ଦେଖାଯାଉଥିଲା, ଯେଉଁଥିରୁ ସେ ଅଗଷ୍ଟ ସୁଦ୍ଧା ସୁସ୍ଥ ହୋଇଥିବା ଜଣାପଡ଼ିଥିଲା। ୮ ଅକ୍ଟୋବର ୨୦୨୦ରେ ମହମ୍ମଦୀ ଜେଲରୁ ମୁକୁଳିଥିଲେ। ୨୭ ଫେବୃଆରୀ ୨୦୨୧ରେ ସେ ସୋସିଆଲ ମିଡିଆ ମାଧ୍ୟମରେ ଏକ ଭିଡିଓ ଜାରି କରି କହିଥିଲେ ଯେ ସେ ଜେଲରେ ଥିବା ବେଳେ ତାଙ୍କ ବିରୋଧରେ ଖୋଲାଯାଇଥିବା ଏକ ମାମଲା ପାଇଁ ଡିସେମ୍ବରରେ ତାଙ୍କୁ ଦୁଇଥର ଅଦାଲତକୁ ଡକାଯାଇଥିଲା । ମହମ୍ମଦୀ କହିଛନ୍ତି ଯେ ସେ ଅଦାଲତରେ ହାଜର ହେବାକୁ ମନା କରୁଛନ୍ତି ଏବଂ କୌଣସି ରାୟକୁ ଅମାନ୍ୟ କରିବେ। ଏହି ଭିଡିଓରେ ସେ ଜେଲରେ ନିଜେ ଏବଂ ଅନ୍ୟ ମହିଳାମାନଙ୍କ ସହ ହୋଇଥିବା ଯୌନ ନିର୍ଯାତନା ଏବଂ ଅସଦାଚରଣ ବିଷୟରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଡିସେମ୍ବର ୨୪ରେ ସେ ଏ ସଂକ୍ରାନ୍ତରେ କରିଥିବା ଅଭିଯୋଗ ଉପରେ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ନଭେମ୍ବର ୨୦୧୯ରେ ସୁରକ୍ଷା କର୍ମୀଙ୍କଦ୍ୱାରା ବିକ୍ଷୋଭକାରୀଙ୍କୁ ହତ୍ୟା ଓ ଗିରଫ କରାଯିବା ପ୍ରତିବାଦରେ ଏଭିନ୍ ଜେଲରେ ମହିଳା ରାଜନୈତିକ କଏଦୀମାନେ ଧାରଣା ଦେଇଥିଲେ। ମାର୍ଚ୍ଚ ୨୦୨୧ରେ ମହମ୍ମଦୀ ଇରାନରେ ମୃତ୍ୟୁଦଣ୍ଡ ଉପରେ ଇରାନ ମାନବାଧିକାର ବାର୍ଷିକ ରିପୋର୍ଟର ପ୍ରାରମ୍ଭିକ ଲେଖା ଲେଖିଥିଲେ । ସେ ଲେଖିଛନ୍ତି, ଗତ ବର୍ଷରେ ନାଭିଦ ଆଫକାରୀ ଏବଂ ରୁହୁଲ୍ଲା ଜାମଙ୍କ ଭଳି ଲୋକଙ୍କୁ ଫାଶୀ ଦେବା ଇରାନରେ ସବୁଠାରୁ ଅସ୍ପଷ୍ଟ ଫାଶୀ। ଅହମ୍ମଦରେଜା ଦଜାଲାଲିଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରିବା ସବୁଠାରୁ ଭୁଲ ବାକ୍ୟ ଏବଂ ଏହି ମୃତ୍ୟୁଦଣ୍ଡ ଜାରି କରିବାର କାରଣକୁ ସତର୍କତାର ସହ ଯାଞ୍ଚ କରିବା ଆବଶ୍ୟକ । ଏହି ଲୋକମାନଙ୍କୁ ଏକାକୀ ବନ୍ଦୀ କରି ରଖିବା ଏବଂ ଭୟଙ୍କର ମାନସିକ ଏବଂ ମାନସିକ ନିର୍ଯାତନାର ଶିକାର ହେବା ପରେ ମୃତ୍ୟୁଦଣ୍ଡ ଦିଆଯାଇଛି, ସେଥିପାଇଁ ମୁଁ ନ୍ୟାୟିକ ପ୍ରକ୍ରିୟାକୁ ନିରପେକ୍ଷ କିମ୍ବା ନ୍ୟାୟପୂର୍ଣ୍ଣ ବୋଲି ବିବେଚନା କରେ ନାହିଁ; ମୁଁ ଦେଖୁଛି ଯେ ଅଭିଯୁକ୍ତମାନଙ୍କୁ ଏକାନ୍ତ ବନ୍ଦୀ ଅବସ୍ଥାରେ ରଖିବା, ସେମାନଙ୍କୁ ଅସତ୍ୟ ଏବଂ ମିଥ୍ୟା ସ୍ୱୀକାର କରିବାକୁ ବାଧ୍ୟ କରୁଛି ଯାହା ଏହି ଦଣ୍ଡାଦେଶ ଜାରି କରିବାରେ ମୁଖ୍ୟ ପ୍ରମାଣ ଭାବରେ ବ୍ୟବହୃତ ହୁଏ ସେଥିପାଇଁ ମୁଁ ନିକଟରେ ସିସ୍ତାନ ଏବଂ ବେଲୁଚିସ୍ତାନ ଏବଂ କୁର୍ଦିସ୍ତାନରେ ହୋଇଥିବା ଗିରଫଦାରୀକୁ ନେଇ ବିଶେଷ ଭାବରେ ଚିନ୍ତିତ ଏବଂ ମୁଁ ଆଶା କରୁଛି ଯେ ମୃତ୍ୟୁଦଣ୍ଡ ବିରୋଧୀ ସଂଗଠନଗୁଡ଼ିକ ବନ୍ଦୀମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବେ କାରଣ ମୁଁ ଭୟ କରୁଛି ଯେ ଆଗାମୀ ବର୍ଷରେ ଆମକୁ ଆଉ ଏକ ଫାଶୀର ସମ୍ମୁଖୀନ ହେବାକୁ ପଡ଼ିବ। ମେ ମାସରେ ତେହେରାନର କ୍ରିମିନାଲ କୋର୍ଟର ବ୍ରାଞ୍ଚ ୧୧୮୮ ମହମ୍ମଦୀଙ୍କୁ "ବ୍ୟବସ୍ଥା ବିରୋଧରେ ଅପପ୍ରଚାର" ସମେତ ଅନ୍ୟ ାନ୍ୟ ଅଭିଯୋଗରେ ଅଢ଼େଇ ବର୍ଷ ଜେଲ ଦଣ୍ଡାଦେଶ, ୮୦ଟି ଲାଡ଼ ଏବଂ ଦୁଇଟି ପୃଥକ ଜରିମାନା ଦଣ୍ଡାଦେଶ ଦେଇଥିଲା । ୪ ମାସ ପରେ ତାଙ୍କୁ ଏହି ଦଣ୍ଡ ଭୋଗିବା ପାଇଁ ସମନ ମିଳିଥିଲା, କିନ୍ତୁ ଦୋଷୀ ସାବ୍ୟସ୍ତ ହେବାରୁ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ନଭେମ୍ବର ୧୬, ୨୦୧୯ରେ ଦେଶବ୍ୟାପୀ ବିକ୍ଷୋଭ ସମୟରେ ଇରାନ ସୁରକ୍ଷା ବାହିନୀଦ୍ୱାରା ନିହତ ହୋଇଥିବା ଇବ୍ରାହିମ କେତବଦାରଙ୍କ ସ୍ମାରକୀରେ ଯୋଗ ଦେବା ସମୟରେ ମହମ୍ମଦୀଙ୍କୁ ଆଲବୋର୍ଜ ପ୍ରଦେଶର କରଜରେ ମନଇଚ୍ଛା ଗିରଫ କରାଯାଇଥିଲା। ଡିସେମ୍ବର ୨୦୨୨ରେ, ମହସା ଅମିନୀଙ୍କ ହେପାଜତରେ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ବିକ୍ଷୋଭ ସମୟରେ, ନର୍ଗେସ ମହମ୍ମଦୀ ବିବିସିଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ବନ୍ଦୀ ମହିଳାଙ୍କ ଯୌନ ଏବଂ ଶାରୀରିକ ନିର୍ଯାତନା ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ଜାନୁଆରୀ ୨୦୨୩ରେ, ସେ ଜେଲରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଦେଇଥିଲେ ଯେଉଁଥିରେ ଏଭିନ୍ ଜେଲରେ ଥିବା ମହିଳାମାନଙ୍କ ଅବସ୍ଥା ବିଷୟରେ ବିବରଣୀ ଦିଆଯାଇଥିଲା, ଯେଉଁଥିରେ ୫୮ ଜଣ କଏଦୀଙ୍କ ତାଲିକା ଏବଂ ସେମାନେ କ 'ଣ ପଚରାଉଚରା ପ୍ରକ୍ରିୟା ଏବଂ ନିର୍ଯାତନା ଦେଇ ଗତି କରିଛନ୍ତି। ଏମାନଙ୍କ ମଧ୍ୟରୁ ୫୭ ଜଣ ମହିଳା ସମୁଦାୟ ୮୩୫୦ ଦିନ ଏକାନ୍ତବାସରେ ବିତାଇଛନ୍ତି। ଏମାନଙ୍କ ମଧ୍ୟରୁ ୫୬ ଜଣ ମହିଳାଙ୍କୁ ମୋଟ ୩୩୦୦ ମାସ ଜେଲ୍ ଦଣ୍ଡାଦେଶ ହୋଇଛି। ସମ୍ମାନ ଓ ପୁରସ୍କାର[ସମ୍ପାଦନା] ମହମ୍ମଦୀଙ୍କୁ ବିଭିନ୍ନ ପୁରସ୍କାର ମିଳିଛି: ୨୦୦୯ ଆଲେକଜାଣ୍ଡର ଲାଙ୍ଗର ପୁରସ୍କାର, ଶାନ୍ତି କର୍ମୀ ଆଲେକଜାଣ୍ଡର ଲାଙ୍ଗରଙ୍କ ନାମରେ ନାମିତ । ଏହି ପୁରସ୍କାରରେ ୧୦,୦୦୦ ୟୁରୋର ସମ୍ମାନ ରଖାଯାଇଥିଲା । ୨୦୧୧ ପର ଆଙ୍ଗର ପୁରସ୍କାର, ମାନବାଧିକାର ପାଇଁ ସ୍ୱିଡେନ ସରକାରଙ୍କ ଅନ୍ତର୍ଜାତୀୟ ପୁରସ୍କାର ୨୦୧୬ ୱିମାର ମାନବାଧିକାର ପୁରସ୍କାର ୨୦୧୮ ଆମେରିକୀୟ ଫିଜିକାଲ ସୋସାଇଟି ପକ୍ଷରୁ ଆନ୍ଦ୍ରେଇ ସଖାରୋଭ ପୁରସ୍କାର ୨୦୨୨ ବିବିସିର ୧୦୦ ପ୍ରେରଣାଦାୟୀ ଏବଂ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରୁ ଜଣେ ଭାବରେ ସ୍ୱୀକୃତି ୨୦୨୩ - ମାର୍ଟା ଚୁମାଲୋ ଏବଂ ଏରେନ୍ କେସ୍କିନ୍ଙ୍କ ସହ ମିଳିତ ଭାବେ ସ୍ୱିଡେନ୍ ଓଲୋଫ୍ ପାଲମେ ଫାଉଣ୍ଡେସନ୍ ପକ୍ଷରୁ ଓଲୋଫ୍ ପାଲମେ ପୁରସ୍କାର ୨୦୨୩ ୟୁନେସ୍କୋ/ଗୁଇଲେର୍ମୋ କାନୋ ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ପୁରସ୍କାର, ଏଲାହ ମହମ୍ମଦୀ ଏବଂ ନିଲୁଫର ହାମେଦିଙ୍କ ସହ ଅଂଶୀଦାର। ୨୦୨୩ "ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼େଇ ଏବଂ ସମସ୍ତଙ୍କ ପାଇଁ ମାନବିକ ଅଧିକାର ଏବଂ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର ଲଢ଼େଇ" ପାଇଁ ନୋବେଲ ଶାନ୍ତି ପୁରସ୍କାର ୨୦୧୦ମସିହାରେ ନୋବେଲ ଶାନ୍ତି ବିଜେତା ଶିରିନ୍ ଏବାଦି ଫେଲିକ୍ସ ଏର୍ମାକୋରା ମାନବାଧିକାର ପୁରସ୍କାର ପାଇବା ପରେ ସେ ଏହାକୁ ମହମ୍ମଦୀଙ୍କୁ ଉତ୍ସର୍ଗ କରିଥିଲେ। ଏହି ସାହସୀ ମହିଳା ମୋଠାରୁ ଅଧିକ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ଏବାଦି କହିଛନ୍ତି। ଲେଖା ହ୍ୱାଇଟ ଟରଚର:ଇନସାଇଡ଼ ଇରାନସ ପ୍ରିଜନ ଫର ୱୋମେନ। ୱାନୱାର୍ଲ୍ଡ ପବ୍ଲିକେଶନ ୨୦୨୨ । ୱାନ୍ ୱାର୍ଲ୍ଡ ପବ୍ଲିକେସନ୍, ୨୦୨୨।
ରଥ, ଭାରତ ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ହମିର୍ପୁର୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ରଥ, ଭାରତ ୨୫.୫୯୪୫ ଉତ୍ତର ଅକ୍ଷାଂଶ ଓ ୭୯.୫୬୬୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରଥ, ଭାରତ ସହରର ମୋଟ ଜନସଂଖ୍ୟା ୫୫୯୩୮ ଅଟେ । ସେଥି ମଧ୍ୟରୁ ୫୩.୭୩% ଜଣ ପରୁଷ ହୋଇଥିବା ବେଳେ ୪୬.୨୭% ଜଣ ନାରୀ ଅଟନ୍ତି । ରଥ, ଭାରତର ସାକ୍ଷରତା ହାର ୬୧.୧୫% ଅଟେ । ଏହା ଜାତୀୟ ହାରଠାରୁ ୩.୬୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୮୭% ପ୍ରତିଶତ ପୁରୁଷ ଓ ୨୩.୨୮% ନାରୀ ଅଟନ୍ତି । ୧୫.୩୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ରଥ, ଭାରତର ସରକାରୀ ଭାଷା ଅଟେ ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୭ ଜୁଲାଇ ବର୍ଷର ୨୦୮ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୨୦୯ତମ । ବର୍ଷ ଶେଷ ହେବା ପାଇଁ ଆଉ ୧୫୭ ଦିନ ବାକି ଅଛି ।
ମିନିଅର୍ସ ଡିଜିଜ୍ (ଏମଡି), ଅନ୍ତକର୍ଣ୍ଣର ଏକ ରୋଗ ଯେଉଁଥିରେ ମୁଣ୍ଡ ବୁଲା, ଟିନିଟସ/ କଣନାଦ, ଶ୍ରବଣ ହାନୀ ହୁଏ ଓ କାନ ଭିତର ପୂର୍ଣ୍ଣ ଥିବା ଭଳି ଲାଗେ । ଗୋଟିଏ କାନରେ ପ୍ରାୟ ଏହି ରୋଗ ହୁଏ ଓ ସମୟ କ୍ରମେ ଉଭୟ କାନ ପ୍ରଭାବିତ ହୋଇପାରେ । ଏହି ବେମାରୀ ୨୦ ମିନିଟରୁ କିଛି ଘଣ୍ଟା ପର୍ଯ୍ୟନ୍ତ ରହେ । ଏହିପରି ଘଟଣାମାନଙ୍କ ପୁନରାବୃତ୍ତି ସମୟ ଭିନ୍ନ ଭିନ୍ନ ହୁଏ । ସମୟକ୍ରମେ ଶ୍ରବଣ ହାନୀ ଓ କାନ ଭିତରେ ହେଉଥିବା ଶବ୍ଦ ଲାଗିରହେ । ମିନିଅର୍ସ ଡିଜିଜ୍‌ର କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି କିନ୍ତୁ ଜେନେଟିକ ଓ ପରିବେଶ କାରକ ପ୍ରଭାବରୁ ଏହା ହେଉଥିବା ସମ୍ଭବ । ରକ୍ତ ନଳୀ ସଙ୍କୋଚନ, ଭୁତାଣୁ ସଂକ୍ରମଣ ଓ ଅଟିଇମ୍ମ୍ୟୁନ ରୋଗ ଇତ୍ୟାଦି ଏହି ରୋଗ ସୃଷ୍ଟି କରିବା ଥିଓରି ଅଛି । ପ୍ରାୟ ୧୦% କେଶ ପରିବାରରେ ଚାଲୁ ରହେ । ଅନ୍ତଃକର୍ଣ୍ଣର ମେମ୍ବ୍ରେନସ୍ ଲାବିରିନ୍ଥରେ ଅଧିକ ତରଳ ପଦାର୍ଥ ଜମିଯିବା ଫଳରେ ଏହା ହୁଏ । ଲକ୍ଷଣ ଓ କାନ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଏକା ଭଳି ଲକ୍ଷଣ ପ୍ରକାଶ ପାଉଥିବା ଅନ୍ୟ ରୋଗମାନଙ୍କ ନାମ: ଭେସ୍ଟିବୁଲାର ମିଗ୍ରେନ ଓ ଟ୍ରାଞ୍ଜିଏଣ୍ଟ ଇସକେମିକ ଆଟାକ । ଏହା ଆରୋଗ୍ୟସାଧ୍ୟ ନୁହେଁ । ପ୍ରତି ଆକ୍ରମଣରେ ଓକାଳ ଓ ଉଦ୍‌ବେଗକୁ ଔଷଧ ଦେଇ ଚିକିତ୍ସା କରାଯାଏ । ଆକ୍ରମଣ ପ୍ରତିରୋଧ ଉପାୟ ଗୁଡ଼ିକର ଫଳାଫଳ ପ୍ରମାଣିତ ହୋଇନାହିଁ । ସ୍ୱଳ୍ପ ଲବଣ ଯୁକ୍ତ ଖାଦ୍ୟ, ମୂତ୍ରବର୍ଦ୍ଧକ ଔଷଧ ଓ କର୍ଟିକୋସ୍ଟିରଏଡ ଦେଇ ପରୀକ୍ଷା କରାଯାଇପାରେ । ଫିଜିକାଲ ଥେରାପି : ]] ଦ୍ୱାରା ସନ୍ତୁଳନ ସାହାଯ୍ୟ ମିଳିପାରେ ଓ କାଉନସେଲିଙ୍ଗଦ୍ୱାରା ଉତ୍କଣ୍ଠା ଦୂର ହୋଇପାରେ । କୌଣସି ଉପାୟରେ ଭଲ ନ ଲାଗିଲେ କାନରେ ଇଞ୍ଜେକସନ ଦିଆଯାଏ ବା ଅପରେଶନ କରାଯାଏ କିନ୍ତୁ ଏହାଦ୍ୱାରା ହାନୀ ହୋଇପାରେ । ଲୋକପ୍ରିୟ ଟିମ୍ପାନୋସ୍ଟୋମି ଟ୍ୟୁବ ଯଦିଓ ଲୋକପ୍ରିୟ ତ‌ଥାପି ଏହାର ସମର୍ଥନ ନାହିଁ । ସନ ୧୮୦୦ରେ ପ୍ରସ୍‌ପର୍ ମିନିଅର ପ୍ରଥମେ ଏହି ରୋଗ ଚିହ୍ନଟ କରିଥିଲେ । ପ୍ରତି ଏକ ହଜାର ଲୋକରେ ୦.୩ରୁ ୧.୯ ଲୋକଙ୍କୁ ଏହି ରୋଗ ଆକ୍ରମଣ କରେ । ୪୦ରୁ ୬୦ ଦଶକ ବୟସ ମଧ୍ୟରେ ଏହି ରୋଗ ହୁଏ । ମହିଳାମାନଙ୍କୁ ପୁରୁଷଙ୍କ ଅପେକ୍ଷ ଏହି ରୋଗ ଅଧିକ ହୁଏ । ମୁଣ୍ଡବୁଲା ୫ରୁ ୧୫ ବର୍ଷ ମଧ୍ୟରେ ବନ୍ଦ ହୋଇଯାଏ ଓ ତା 'ପରେ ରୋଗୀର ସନ୍ତୁଳନ, ଶ୍ରବଣହାନୀ ଓ କାନରେ ହେଉଥିବା ଶବ୍ଦ କିଛି ପରିମାଣରେ କମିଯାଏ ।
ମହର୍ଷି ମହେଶ ଯୋଗୀଙ୍କ ନାମରେ ନାମିତ, ଏହି ମହାବିଦ୍ୟାଳୟଟି ଭୁବନେଶ୍ୱରର କେନ୍ଦ୍ରାଞ୍ଛଳ ସହିଦନଗରଠାରେ ଅବସ୍ଥିତ । ଇତିହାସ ମହର୍ଷି ମହେଶ ଯୋଗୀଙ୍କ ଅନୁଦାନଦ୍ୱାରା ଏହି ଅନୁଷ୍ଠାନଟି ୧୯୮୨ ମସିହାରେ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଥିଲା । +୨ ପାଠ୍ୟକ୍ରମର ଶିକ୍ଷାଦାନ ପାଇଁ ୧୯୮୩-୮୪ ଶିକ୍ଷା ବର୍ଷରେ ଏହି ଅନୁଷ୍ଠାନଟି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡି଼ଶା ସହ ଅନୁବନ୍ଧିତ ହୋଇଥିଲା । ଆରମ୍ଭରୁ କେବଳ ପୁଅପିଲାମାନେ ଏଠାରେ ଶିକ୍ଷାଗ୍ରହଣ କରୁଥିଲେ । ୧୯୮୮-୮୯ ଶିକ୍ଷାବର୍ଷରୁ ଝିଅମାନେ ମଧ୍ୟ ଏହି ଅନୁଷ୍ଠାନରେ ଶିକ୍ଷାଗ୍ରହଣର ସୁଯୋଗ ପାଇଲେ । ଏହି ବର୍ଷରୁ +୩ ଶିକ୍ଷାଦାନ ମଧ୍ୟ ଆରମ୍ଭ କରାଯାଇଥିଲା । ୧୯୯୩-୯୪ ମସିହାରୁ ଅନୁଷ୍ଠାନଟି ଉତ୍କଳ ବିଶ୍ୱବିଦ୍ୟାଳୟସହ ଅନୁବନ୍ଧିତ ହୋଇଥିଲା । ପ୍ରଫେସର ଡ଼. ଗୋକୁଳାନନ୍ଦ ମହାପାତ୍ର ଏହି ମହାବିଦ୍ୟାଳୟର ପ୍ରଥମ ଅଧ୍ଯକ୍ଷ (୨୮.୦୭.୧୯୮୨ - ୨୦.୦୫.୧୯୮୪) ଭାବରେ କାର୍ଯ୍ୟକରିଥିଲେ ।
ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ , ଅନ୍ୟମାନଙ୍କ ମଧ୍ୟରେ ଭଲ୍ୟୁଭେନ୍ ଏକ ବେପାର ନାମ, ଯାହା ଜୀବକୋଷ ବ‌ହିର୍ଭୁତ ତରଳ ପଦାର୍ଥର ପରିମାଣ କମୁଥିଲେ (ହାଇପୋଭୋଲେମିଆ)ର ତାହାର ପରିମାଣ ବୃଦ୍ଧି କରିବାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ସାଧାରଣତଃ କ୍ରିସ୍ଟାଲଏଡ ବା କଲିଳ ଦ୍ରବଣ ଦେବାକୁ ଅଧିକ ପସନ୍ଦ କରାଯାଏ ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌‌ସିସ, ରକ୍ତସ୍ରାବ, ହୃଦ୍‌ପାତ ଏବଂ ଶକ୍ ହୋଇପାରେ । ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କ ମୃତ୍ୟୁ ସମ୍ଭାବନା ଏବଂ ବୃକ୍‌କ ସମସ୍ୟା ହୋଇପାରେ । ଏହା ଏକ ଉତ୍ପାଦିତ କୋଲଏଡ ଦ୍ରବଣ । ୧୯୬୦ ଦଶକରେ ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ ଡାକ୍ତରୀ ବ୍ୟବହାରରେ ଆସିଥିଲା । ୟୁରୋପ ୨୦୧୩ରେ ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲା ଏବଂ ସଂପୃକ୍ତ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ୨୦୧୮ରେ ସେମାନଙ୍କୁ ବଜାରରୁ ବାହାର କରିଦେଲା ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫୦୦ ମିଲି ବ୍ୟାଗ ଥିବା ଏହାର ମୂଲ୍ୟ ୮୦ ଡଲାର ଥିଲା ।
୧୧୧୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ମହାନନ୍ଦ ବାହାଦୁର (ମୃତ୍ୟୁ: ୧୯୭୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବା ଓ ଶିକ୍ଷା ମହାନନ୍ଦ ବାହାଦୁରଙ୍କ ବାପାଙ୍କ ନାମ ମହେଶ୍ୱର ମହାନନ୍ଦ ଏବଂ ପତ୍ନୀଙ୍କ ନାମ ମୈଦେଇ ମହାନନ୍ଦ। ରାଜନୈତିକ ଜୀବନ ମହାନନ୍ଦ ବାହାଦୁର ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ମହାନନ୍ଦ ବାହାଦୁର ୧୯୭୬ ମସିହାରେ ମୃତ୍ୟୁବରଣ କରିଥିଲେ । ୧୫ ସେପ୍ଟେମ୍ବର ୧୯୭୬ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ପାଳନ କରାଯାଇଥିଲା ।
ଦକ୍ଷିଣ ଆମେରିକା, ଏକ ମହାଦେଶ ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୪ ମଇ ବର୍ଷର ୧୪୪ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୪୫ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୨୧ ଦିନ ବାକି ଅଛି ।
ସଂସଦୀୟ ତଥା ଶିକ୍ଷାବିତ ରେଣୁ ଚକ୍ରବର୍ତ୍ତୀ ୧୯୧୭-୧୯୯୪ "କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ" ର ଜଣେ ନେତା ଥିଲେ । ପ୍ରାରମ୍ଭ ଜୀବନ ୨୧ ଅକ୍ଟୋବର ୧୯୧୭ ମସିହାରେ କଲିକତାରେ ସାଧନା ଚନ୍ଦ୍ର ଏବଂ ବ୍ରହ୍ମକୁମାରୀ ରାୟଙ୍କ ଏକ ବ୍ରହ୍ମୋ ପରିବାରରେ ଜନ୍ମଗ୍ରହଣ କରି ସେ କଲିକତାସ୍ଥିତ ଲୋରେଟୋ ହାଉସ, ଭିକ୍ଟୋରିଆ ପ୍ରତିଷ୍ଠାନ ଏବଂ କେମ୍ବ୍ରିଜ୍ର ନ୍ୟୁନହମ୍ କଲେଜରେ ଶିକ୍ଷା ଲାଭ କରିଥିଲେ । କଲିକତାରେ ସମ୍ମାନ ସହ ସ୍ନାତକ ହାସଲ କରିବା ପରେ ସେ କେମ୍ବ୍ରିଜରେ ଇଂରାଜୀ ସାହିତ୍ୟରେ ଟ୍ରିପୋସ୍ ହାସଲ କରିଥିଲେ । ରେଣୁ, ଡକ୍ଟର ବିହନ ଚନ୍ଦ୍ର ରାୟଙ୍କ ଭଣଜାଙ୍କଦ୍ୱାରା ରାଜନୈତିକ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବାକୁ ଅନୁପ୍ରାଣିତ ହୋଇଥିଲେ । ୧୯୩୮ ମସିହାରେ, ସେ ଉଲ୍ଲେଖନୀୟ ବ୍ରିଟିଶ କମ୍ୟୁନିଷ୍ଟ ରଜନୀ ପାଲମେ ଦତ୍ତଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଗ୍ରେଟ ବ୍ରିଟେନର କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ । ସେହିବର୍ଷ ସେ ଭାରତକୁ ଫେରିବା ପରେ ସେ ବେଆଇନ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆର ସଦସ୍ୟତା ହାସଲ କରିଥିଲେ ଏବଂ ସକ୍ରିୟ ବାମପନ୍ଥୀ ରାଜନୀତିରେ ପ୍ରବେଶ କରିଥିଲେ । ବିବାହ ଏବଂ ରାଜନୀତି ସେ ୧୯୪୨ ମସିହାରେ ବିଶିଷ୍ଟ ସାମ୍ବାଦିକ ନିଖିଲ ଚକ୍ରବର୍ତ୍ତୀଙ୍କୁ ବିବାହ କରିଥିଲେ । ଚାଳିଶ ବର୍ଷ ପ୍ରାରମ୍ଭରେ ସେ କଲିକତା ବିଶ୍ୱବିଦ୍ୟାଳୟରେ ଇଂରାଜୀ ସାହିତ୍ୟ ଶିକ୍ଷା କରିଥିଲେ । ରାଣୀ ମିତ୍ର ଦାସଗୁପ୍ତା ଏବଂ ମଣିକାନ୍ତଳା ସେନଙ୍କ ସହ ସେ ମହିଲା ଆତ୍ମରାକ୍ଷୀ ସମିତି ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପରେ ଏହା ତେଭାଗା ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ନିରୀହ ମହିଳାଙ୍କ ସମର୍ଥନ ପାଇଁ ସେ ତାଙ୍କ ମା 'ଙ୍କ ସହିତ ନାରୀ ସେବା ସଂଗଠନରେ ଜଡିତ ଥିଲେ । ୧୯୪୮ ମସିହାରେ, ଯେତେବେଳେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆକୁ ବେଆଇନ ଘୋଷଣା କରାଯାଇଥିଲା, ସେତେବେଳେ ସେ ଲୁଚି ଯାଇଥିଲେ । ସେ ୧୯୫୨ ଏବଂ ୧୯୫୭ ମସିହାରେ ବାସୀରହାଟରୁ ଏବଂ ୧୯୬୨ ମସିହାରେ ବାରାକୋରରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୪ ମସିହାରେ ସିପିଆଇ ବିଭାଜନ ପରେ ସେ ପୁରୁଣା ସଂଗଠନ ସହିତ ରହିବାକୁ ସ୍ଥିର କଲେ, ଏବଂ ୧୯୬୭ ଏବଂ ୧୯୭୧ ମସିହାରେ ଲଗାତାର ଦୁଇଟି ନିର୍ବାଚନରେ ସେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ମହମ୍ମଦ ଇସମାଇଲ (ମାର୍କ୍ସବାଦୀ)ଙ୍କଠାରୁ ସମାନ ନିର୍ବାଚନ ମଣ୍ଡଳୀ ହରାଇଥିଲେ । ପ୍ରାୟ ଚାରି ଦଶନ୍ଧି ଧରି ରାଜନୈତିକ ଜୀବନରେ ସେ ଶ୍ରମିକ ଆନ୍ଦୋଳନରେ ସକ୍ରିୟ ରହିଥିଲେ । ସେ ଅନେକ ଧର୍ମଘଟ ଆୟୋଜନ କରିଥିଲେ ଏବଂ ଅନେକ ଥର ଜେଲକୁ ମଧ୍ୟ ଯାଇଥିଲେ । ସେ ମହିଳା ଆନ୍ଦୋଳନରେ ଜଣେ ସହଯୋଗୀ ଥିଲେ । ସେ ଅନେକ ସଂସ୍ଥାର କାର୍ଯ୍ୟନିର୍ବାହୀ କମିଟିରେ ଥିଲେ ।
ସାୱନେର ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ନଗ୍ପୁର୍ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାୱନେର ସହରର ମୋଟ ଜନସଂଖ୍ୟା ୨୬୬୩୧ ଅଟେ । ସେଥି ମଧ୍ୟରୁ ୫୧.୪୭% ଜଣ ପରୁଷ ହୋଇଥିବା ବେଳେ ୪୮.୫୩% ଜଣ ନାରୀ ଅଟନ୍ତି । ସାୱନେରର ସାକ୍ଷରତା ହାର ୭୩.୨୮% ଅଟେ । ଏହା ଜାତୀୟ ହାରଠାରୁ ୮.୪୪% ପ୍ରତିଶତ କମ ଅଟେ । ସେଥିରୁ ୪୦.୪୫% ପ୍ରତିଶତ ପୁରୁଷ ଓ ୩୨.୮୩% ନାରୀ ଅଟନ୍ତି । ୧୪.୨୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ମରାଠୀ ସାୱନେରର ସରକାରୀ ଭାଷା ଅଟେ ।
ନନ୍ଦ କିଶୋର ବଳ (୨୨ ଡିସେମ୍ବର ୧୮୭୫-୧ ଜୁଲାଇ ୧୯୨୮) ଓଡ଼ିଆ ସାହିତ୍ୟର ପ୍ରାକ-ଆଧୁନିକ କାଳର ଜଣେ କବି ଥିଲେ । ସେ ଓଡ଼ିଶାର ପୁରପଲ୍ଲୀ ଉପରେ କାବ୍ୟ ରଚନା କରିଥିବାରୁ ତାଙ୍କୁ ପଲ୍ଲୀ କବି ବୋଲି ସମ୍ବୋଧନ କରାଯାଇଥାଏ । ଜୀବନକାଳ ସେ ଓଡ଼ିଶାର ଯାଜପୁର ଜିଲ୍ଲା ଅନ୍ତର୍ଗତ କୁସୁପୁର ଗାଆଁରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଭଜନାନନ୍ଦ ଜେନା ଓ ମାତାଙ୍କ ନାମ ହିରଣ୍ମୟୀ ଦେବୀ । ଶୈଶବରେ ସେ "ରସାନନ୍ଦ ଜେନା" ନାମରେ ପରିଚିତ ଥିଲେ, ପିଉସୀ ପୋଷ୍ୟପୁତ୍ର କରିନେବା ପରେ ସେ "ନନ୍ଦକିଶୋର ବଳ" ଭାବରେ ପରିଚିତ ହେଲେ । ବାଲ୍ୟଜୀବନ କୁସୁପୁରରେ ହିଁ କଟିଥିଲା । ଗାଁ ସ୍କୁଲରୁ ଆରମ୍ଭ କରି, ସେ କଟକର ଟାଉନ ସ୍କୁଲ, ରେଭେନ୍‌ସା କଲିଜିଏଟ ସ୍କୁଲ, କେନ୍ଦ୍ରାପଡ଼ା ଉଚ୍ଚ ଇଂରାଜୀ ବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଭକ୍ତକବି ମଧୁସୂଦନ ରାଓଙ୍କଦ୍ୱାରା ପ୍ରତିଷ୍ଠିତ କଟକର ଟାଉନ ସ୍କୁଲରୁ ନନ୍ଦ କିଶୋର ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । କିଛି ବର୍ଷ ପରେ, ସେ ସ୍କୁଲ ସବ୍-ଇନସିପେକ୍ଟର ଭାବେ ପଦୋନ୍ନତି ପାଇଥିଲେ । ଏହି ଚାକିରିରେ ବାରମ୍ବାର ଗସ୍ତ ଓ ବଦଳି ଯୋଗୁଁ ତାଙ୍କ ଦେହ ଖରାପ ହେଉଥିଲା । ଏହି କାରଣରୁ, ସେ ସ୍ୱେଚ୍ଛାକୃତ ଅବସର ନେଇ ଗାଁରେ ରହିବାକୁ ସ୍ଥିର କରିଥିଲେ । କିନ୍ତୁ ଚିକିତ୍ସା ପାଇଁ ତାଙ୍କୁ ପୁନର୍ବାର କଟକ ଆସିବାକୁ ପଡିଥିଲା । ୧୯୨୮ ମସିହା ଜୁଲାଇ ୧ତାରିଖରେ, ବାଉନ ବର୍ଷ ବୟସରେ ନନ୍ଦ କିଶୋର ଇହଲିଳା ସମ୍ବରଣ କରିଥିଲେ । ରଚନାବଳୀ ନନ୍ଦ କିଶୋର, କଲେଜର ପଢ଼ିଲା ବେଳୁହିଁ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ । ନିଜର ପ୍ରଥମ ପ୍ରବନ୍ଧକୁ ସେ "ପଲ୍ଲୀ ଚିତ୍ର" ନାମରେ କବିତାର ରୂପ ଦେଇଥିଲେ । ତାଙ୍କର ରଚନାବଳୀରେ ପଲ୍ଲୀ ପ୍ରକୃତିର ସୁନ୍ଦର ବର୍ଣ୍ଣନା ଫୁଟିଉଠିଥାଏ । ପିଲାମାନଙ୍କ ପାଇଁ ତାଙ୍କଦ୍ୱରା ରଚିତ "ନାନା ବାୟା ଗୀତ" ଓଡ଼ିଶାର ପୁରପଲ୍ଲିରେ ବେଶ୍ ପ୍ରଚଳିତ । ସେ ୧୦୦ରୁ ଅଧିକ ସନେଟ ମଧ୍ୟ ଲେଖିଯାଇଛନ୍ତି । ତାଙ୍କ ସନେଟ ଗୁଡ଼ିକ ପ୍ରକୃତି ଓ ଜନଜୀବନର ଛବିରେ ପୁଷ୍ଟ । ନନ୍ଦ କିଶୋରଙ୍କ ନାନାବାୟା ଗୀତ: ୧୯୨୫ରେ ସେ କନକଲତା (ଉପନ୍ୟାସ) ନାମରେ ଉପନ୍ୟାସଟିଏ ମଧ୍ୟ ରଚିଯାଇଛନ୍ତି । ଏହା ଧାରାବାହିକ ଭାବରେ ୧୯୧୩ରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହେଉଥିଲା । ଗାଉଁଲି ସରଳ ଜୀବନକୁ ଯୌତୁକ ଓ ବାଳବିବାହ କିପରି କଳୁଷିତ କରିଥାଏ ତାହାର ଛବି ଏଥିରୁ ଦେଖିବାକୁ ମିଳିଥାଏ । ନନ୍ଦ କିଶୋରଙ୍କ ପଦ୍ୟାବଳୀ ଗୁଡିକର ମୂଲ୍ୟାୟନ କରି, ବ୍ୟାସକବି ଫକୀର ମୋହନ କହିଥିଲେ ପଢିଗଲି ବେଗେ ପଲ୍ଲୀ ପ୍ରସଙ୍ଗ ବାରତା,କେହି କେବେ କହିନାହିଁ ଏ ପ୍ରକାର କଥା
କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ ୧୯୬୯ ମସିହା ଜୁଲାଇ ୧୭ ତାରିଖରେ କର୍ଣାଟକର ମହିଶୁରଠାରେ ପ୍ରତିଷ୍ଠା କରାଯାଇଥିଲା । ଏହାର ପ୍ରାଣପ୍ରତିଷ୍ଠାତା ହେଉଛନ୍ତି ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ମନ୍ତ୍ରାଳୟ ଅଧିନସ୍ଥ ଏହି ଅନୁଷ୍ଠାନ, ପ୍ରାଥମିକ ଅବସ୍ଥାରେ ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ସମନ୍ୱୟ ସ୍ଥାପନା ଉଦ୍ଦେଶ୍ୟରେ ଗଠିତ ହୋଇଥିଲା । ଫଳସ୍ୱରୂପ ଭାରତର ସଂବିଧାନ ସ୍ୱୀକୃତ କେତୋଟି ଭାଷାକୁ ହାଇସ୍କୁଲ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିଲା । ପ୍ରଥମ କରି ୨୦୦୭-୨୦୦୮ ବର୍ଷରେ ଭାଷା, ସାହିତ୍ୟ ଓ ସଂସ୍କୃତି ଆଦି ଗବେଷକମାନଙ୍କ ପାଇଁ ପ୍ରଶିକ୍ଷଣ ନେବାର ସୁଯୋଗ ସୃଷ୍ଟି କରାଯାଇଥିଲା;କିନ୍ତୁ ଦୁଇ ବର୍ଷ ହେବ ଗବେଷକମାନଙ୍କ ପାଇଁ ଭାଷାଶିକ୍ଷାର ସୁଯୋଗ ଆଉ ନାହିଁ । ଭାଷା ପ୍ରଶିକ୍ଷଣ ଦେବା ପାଇଁ ଏହି ଅନୁଷ୍ଠାନର ସାରା ଭାରତରେ ସାତଟି ଆଞ୍ଚଳିକ କେନ୍ଦ୍ର ରହିଛି। । ଭୁବନେଶ୍ୱରର ଲକ୍ଷ୍ମୀସାଗରରେ ଏକ ଆଞ୍ଚଳିକ କେନ୍ଦ୍ର ରହିଛି; ଯେଉଁଠି ଓଡ଼ିଆ ଭାଷା ସମେତ ବାଂଲା,ସାଂତାଳୀ ଓ ମୈଥିଳୀ ଭାଷା ପ୍ରଶିକ୍ଷଣ ନେବାର ସୁବିଧା ରହିଛି । ଏହି ଅନୁଷ୍ଠାନର ମୁଖ୍ୟକାର୍ଯାଳୟ ମହିଶୁରରେ ଭାଷା ପ୍ରଶିକ୍ଷଣ ସହିତ ବିଭିନ୍ନ ଭାଷାମୂଳକ ଗବେଷଣାମାନ ଚାଲୁଛି । କଂପ୍ୟୁଟର ଉପଯୋଗୀ ଭାଷା ଗବେଷଣାପାଇଁ ଏଲ୍.ଡି.ସି.-ଆଇ.ଏଲ୍ ବିଭାଗ ଓ ଅନୁବାଦ ବିଷୟକ କାମ ବା ଗବେଷଣା ପାଇଁ ରାଷ୍ଟ୍ରୀୟ ଅନୁବାଦ ମିଶନ୍ କାର୍ଯ୍ୟ କରୁଛି । ଏହି ଦୁଇଟି ବିଭାଗରେ କେତେଜଣ ଓଡ଼ିଆ କାର୍ଯ୍ୟ କରୁଛନ୍ତି । ଏହା ବ୍ୟତୀତ ଏନ୍.ଟି.ଏସ୍ ଓ ଏସ୍.ପି.ପି. ଏଲ୍. ବିଭାଗ ମଧ୍ୟ ରହିଛି । ଭାରତର ବିଭିନ୍ନ ଗବେଷଣାମୂଳକ ବହି କିଣା ଓ ଛପେଇବା ଏପରିକି ଛୋଟ ଛୋଟ ପତ୍ରିକା ଓ ସଂପାନ/ ସେମିନାର ଆଦି କରିବା ପାଇଁ ଏହି ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ଆର୍ଥିକ ସହାୟତା ଦିଆଯ଼ାଏ । ଓଡ଼ିଆ ଭାଷାଭାଷୀ ଲୋକେ ମଧ୍ୟ ଏଥିପାଇଁ ଆବେଦନ କରୁଛନ୍ତି । ଏହି ଅନୁଷ୍ଠାନରେ ଏକ ବିଶାଳ ପାଠାଗାର ଅଛି । ବିଭିନ୍ନ ଭାଷା ପୁସ୍ତକରେ ଭରା ଏହି ପାଠାଗାର ବିଶେଷ କରି ଭାଷା ଗବେଷଣା ପାଇଁ ଏହା ବହୁ ସୁଯୋଗ ସୃଷ୍ଟି କରିଛି । ଭାଷା ଗବେଷଣା ପାଇଁ ଏମିତିକା ପାଠାଗାର ବୋଧହୁଏ ଭାରତରେ ଆଉ କେଉଁଠି ନାହି ଏହି ଅନୁଷ୍ଠାନ ଅଧିନରେ ସାତଟି ଅନ୍ୟ ଅନୁଷ୍ଠାନ କାର୍ଯ୍ୟରତ ।
ଶିବଗଙ୍ଗ ଏକ ଭାରତୀୟ ପୌରପାଳିକା ଅଟେ । ଏହା ତାମିଲନାଡୁର ସିବଗଙ୍ଗ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଶିବଗଙ୍ଗ ୯.୮୪୮୧ ଉତ୍ତର ଅକ୍ଷାଂଶ ଓ ୭୮.୪୮୫୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୨୧ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶିବଗଙ୍ଗ ସହରର ମୋଟ ଜନସଂଖ୍ୟା ୪୦୮୪୬ ଅଟେ । ସେଥି ମଧ୍ୟରୁ ୪୯.୨୩% ଜଣ ପରୁଷ ହୋଇଥିବା ବେଳେ ୫୦.୭୭% ଜଣ ନାରୀ ଅଟନ୍ତି । ଶିବଗଙ୍ଗର ସାକ୍ଷରତା ହାର ୭୯.୭୭% ଅଟେ । ଏହା ଜାତୀୟ ହାରଠାରୁ -୧୪.୯୩% ପ୍ରତିଶତ କମ ଅଟେ । ସେଥିରୁ ୪୧.୮୬% ପ୍ରତିଶତ ପୁରୁଷ ଓ ୩୭.୯୧% ନାରୀ ଅଟନ୍ତି । ୧୦.୦୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ତାମିଲ ଶିବଗଙ୍ଗର ସରକାରୀ ଭାଷା ଅଟେ ।
ସୋହିନୀ ଘୋଷ ଏଜେକେ ମାସ୍ କମ୍ୟୁନିକେସନ୍ ରିସର୍ଚ୍ଚ ସେଣ୍ଟର, ଜାମିଆ ମିଲ୍ଲିଆ ଇସ୍ଲାମିଆର ଜଣେ ପ୍ରଧ୍ୟାପିକା । ସେ ଲୋକପ୍ରିୟ ସଂସ୍କୃତିର ଏକ ପ୍ରାବନ୍ଧିକା ଓ ବୃତ୍ତଚିତ୍ର ନିର୍ମାତା । ୨୦୦୭ ମସିହାରେ ମିନେସୋଟା ବିଶ୍ୱବିଦ୍ୟାଳୟରେ ଏକ ସାକ୍ଷାତକାରରେ ସେ ତାଙ୍କ ଜୀବନ ଏବଂ କାର୍ଯ୍ୟର ପ୍ରତିଫଳନ ପ୍ରଦାନ କରିଥିଲେ । ଶିକ୍ଷା ସୋହିନୀ ଏମ୍‌ସିଆର୍‌ସି ଏବଂ କର୍ଣ୍ଣେଲ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିଲେ ଏବଂ ୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ଜଣେ ଅତିଥି ଅଧ୍ୟାପିକା ଭାବରେ କାର୍ଯ୍ୟ କରିଥିଲେ ।୧୯୯୦ ଦଶକରେ ସେ ଚିକାଗୋ ବିଶ୍ୱବିଦ୍ୟାଳୟରେ ଅଧିକାଂଶ ସମୟ କାର୍ଯ୍ୟ କରିଥିଲେ, ଯେଉଁଠି ସେ ଲୈଙ୍ଗିକତା, ସଂସ୍କୃତି ଏବଂ ସମାଜ ଉପରେ ପଢ଼ାଉଥିଲେ । ବୃତ୍ତଚିତ୍ର ସେ ୯୦ ଦଶକରେ ହିଁ ଡକ୍ୟୁମେଣ୍ଟାରୀ ଫିଲ୍ମ କାମ ଆରମ୍ଭ କରିଥିଲେ ଏବଂ ସହ-ସସ୍ଥାପିକା ଭାବରେ ମିଡିଆଷ୍ଟ୍ରୋମ୍ କଲେକ୍ଟିଭ୍‌ର ସ୍ଥାପନ କରିଥିଲେ । ସେ କେବଳ ମହିଳାମାନଙ୍କୁ ନେଇ ଏକ ବୃତ୍ତଚିତ୍ର ନିର୍ମାଣ କରିଥିଲେ, ଯାହାକି ୧୯୯୨ ମସିହାରେ ନାରୀ ଗଣ-ଯୋଗାଯୋଗ ପେଶାଦାରୀଙ୍କଦ୍ୱାରା ଆକର୍ଷଣୀୟ କାମ ଭାବରେ ଚାମେଲି ଦେବୀ ଜୈନ ପୁରସ୍କାର ପାଇଥିଲା । ୧୯୯୮ ମସିହାରେ ସେ ଥ୍ରୀ ଓମେନ୍ ଆଣ୍ଡ ଏ କ୍ୟାମେରାରେ ସବିନା ଗଡ଼ିହୋକ୍‌ଙ୍କ ସହିତ କାର୍ଯ୍ୟ କରିଥିଲେ । ଅନ୍ୟାନ୍ୟ କାର୍ଯ୍ୟ ୨୦୦୨ ମଦିହାରେ, ସୋହିନୀ ସ୍ୱାଧୀନ ଭାବରେ ତାଙ୍କର ପ୍ରଥମ ବୃତ୍ତଚିତ୍ରର ପ୍ରଯୋଜନା କରିଥିଲେ । ଟେଲ୍‍ସ୍ ଅଫ୍ ଦ ନାଇଟ୍ ଫେରିସ୍ ନାମକ ଏହି ବୃତ୍ତଚିତ୍ରଟି ୨୦୦୩ ମସିହାରେ ଜୀବିକାରେ ଶ୍ରେଷ୍ଠ କଥାଚିତ୍ର ପୁରସ୍କାର ପାଇଥିଲା ଏବଂ ୧୩ଟି ଦେଶରେ ପ୍ରଦର୍ଶିତ ହୋଇଥିଲା । ସେ ଲିଙ୍ଗଗତ ଶିକ୍ଷା, ମହିଳାଙ୍କ ଉପରେ ହିଂସା ଓ ଅତ୍ୟାଚାର, ଏବଂ ଭାରତରେ ସେନ୍ସର୍‌ସିପ୍ ଭଳି ଅନେକ ଶୈକ୍ଷିକ ପୁସ୍ତକ ପ୍ରକାଶ କରିଛନ୍ତି । ୨୦୨୧ ମସିହାରେ, ସେ ଜନ୍ ଗ୍ରେୟସନ୍‌ଙ୍କ ପ୍ରୟୋଗାତ୍ମକ କ୍ଷୁଦ୍ର ବୃତ୍ତଚିତ୍ର ଇଣ୍ଟରନ୍ୟାସନାଲ୍ ଡାଓନ୍ କୋରସ୍ ଡେରେ ଜଣେ ପ୍ରତିଯୋଗୀ ଭାବରେ ଯୋଗ ଦେଇଥିଲେ ।
ଡାସିଗ୍ଲୁକାଗନ (ଇଂରାଜୀ ଭାଷାରେ ), ଜେଗାଲୋଗ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମଧୁମେହ ରୋଗୀଙ୍କର ଦେହରେ କମ୍ ରକ୍ତ ଶର୍କରା ଥିଲେ ତାହାର ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ । ଅତିକମରେ ଛଅ ବର୍ଷ ବୟସରେ ଏହା ବ୍ୟବହାର କରାଯାଇପାରେ । ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ବାନ୍ତି, ମୁଣ୍ଡବିନ୍ଧା, ତରଳ ଝାଡ଼ା, ଏବଂ ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ ଯନ୍ତ୍ରଣା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଫିଓକ୍ରୋମୋସାଇଟୋମା ଥିବା ଲୋକଙ୍କଠାରେ ଏହା ଦ୍ୱାରା ରକ୍ତଚାପ ବୃଦ୍ଧି ହୋଇପାରେ ଏବଂ ଇନସୁଲିନୋମା ଥିବା ଲୋକଙ୍କଠାରେ କମ୍ ରକ୍ତ ଶର୍କରାର ଅବସ୍ଥା ଆହୁରି ଖରାପ ହୋଇପାରେ । ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ । ଏହା ଏକ ଗ୍ଲୁକାଗନ ଅଭିଗ୍ରାହକର ପ୍ରତିରୋଧକ । ୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡସିଗ୍ଲୁକାଗନ୍ ଅନୁମୋଦିତ ହୋଇଥିଲା । ୨୦୨୨ ସୁଦ୍ଧା ୟୁରୋପ କିମ୍ବା ବ୍ରିଟେନରେ ଏହା ଅନୁମୋଦିତ ହୋଇନଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ଏକ ମାତ୍ରା ପିଛା ମୂଲ୍ୟ ପ୍ରାୟ ୩୨୦ ଡଲାର ଥିଲା । ଏହା ତୁଳନାରେ ଗ୍ଲୁକାଗନ ମୂଲ୍ୟ ପ୍ରାୟ ୯୦ ଡଲାର ଥିଲା ।
ବାଳ-ଦ ରିଦମ୍ ଅଫ୍ ଲାଇଫ୍, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗତ ପଣ୍ଡା ଓ ଏହା ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ସଞ୍ଜୟ ମହାକୁଳ । ଅମରେଶ ପତି ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମୀର ଶତପଥୀ । ଏହି କଥାଚିତ୍ର ଜରିଆରେ ସମୀର ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଦିବ୍ୟା ମହାନ୍ତି ଏବଂ ଅନନ୍ୟା ମିଶ୍ର ଏହି କଥାଚିତ୍ରଟିର ଦୁଇଜଣେ ନାୟିକା ଭାବରେ ଅଭିନୟ କରିଥିଲେ । ଅନ୍ୟାନ୍ୟ କଳାକାରମାନଙ୍କ ମଧ୍ୟରେ ଅପରାଜିତା ମହାନ୍ତି, ସଲିଲ ମିତ୍ର, ଜୟ ପ୍ରକାଶ ଦାସ, ଅନନ୍ତ ମିଶ୍ର, ଐଶ୍ୱର୍ଯ୍ୟା ଆଦି ବିଭିନ୍ନ ଭୂମିକା ଅଭିନୟ କରିଥିଲେ । ଏହି କଥାଚିତ୍ରଟିର କଟକର ଜୟଶ୍ରୀ ସିନେମା ହଲ୍‌ରେ ପ୍ରଥମେ ପ୍ରଦର୍ଶିତ ହୋଇଥିଲା । ଏହି ପ୍ରଦର୍ଶନରେ ଚନ୍ଦା ଲୋକମାନଙ୍କ ପାଇଁ ମାଗଣା ଫିଲ୍ମ ଦେଖିବାର ବ୍ୟବସ୍ଥା କରାଯାଇଥିଲା । ଅଭିନୟ ସମୀର ଶତପଥୀ ଦିବ୍ୟା ମହାନ୍ତି ଅନନ୍ୟା ମିଶ୍ର ଅପରାଜିତା ମହାନ୍ତି ସଲିଲ ମିତ୍ର ଜୟ ପ୍ରକାଶ ଦାସ ଅନନ୍ତ ମିଶ୍ର ଐଶ୍ୱର୍ଯ୍ୟା ଅସୀତା ଶତପଥୀ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଜେମ୍‌ସ୍ ଭରତ, ଅଭିଜିତ ମଜୁମଦାର, ସଞ୍ଜୁ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭୋଗ ଲାଗୁଥିବା ବିଭିନ୍ନ ଅନ୍ନମାନଙ୍କ ମଧ୍ୟରୁ ଘିଅ ଅନ୍ନ ଅନ୍ୟତମ । ଉପକରଣ ବାସୁମତି ଅରୁଆ ଚାଉଳ ଅଧ କିଲୋ ଗୁଆଘିଅ ୫୦ ଗ୍ରାମ ଲେମ୍ବୁରସ ୪ ଚାମଚ ଲୁଣ ୧ ଚାମଚ ଓ ଆବଶ୍ୟକ ଅନୁସାରେ ପାଣି ନେବେ ପ୍ରସ୍ତୁତି ପ୍ରଥମ କାମ ହେଉଛି ଅରୁଆ ଚାଉଳକୁ ବାଛି ପରିଷ୍କାର କରିଦିଅନ୍ତୁ । ଆବଶ୍ୟକ ଅନୁସାରେ ପାତ୍ରରେ ପାଣି ଦେଇ ଚୁଲିରେ ଗରମ କରନ୍ତୁ । ପାଣି ଗରମ ହୋଇଗଲେ ସେଥିରେ ଲୁଣ ପକାଇ ଦିଅନ୍ତୁ । ଚାଉଳକୁ ପାଣିରେ ଭଲକରି ଧୋଇ ପରିଷ୍କାର କରିଦିଅନ୍ତୁ ଓ ଏହାକୁ ଗରମ ପାଣିରେ ପକାନ୍ତୁ । ଚାଉଳ ଫୁଟି ଭାତ ହୋଇଗଲା ପରେ ନିଆଁକୁ କମାଇ ଦିଅନ୍ତୁ।ଭାତ ଟିକେ ଟାଣ ଥିବା ସମୟରେ ତାହାକୁ ଗାଳି ଦିଅନ୍ତୁ । ଏହି ଗରମ ଭାତରେ ଘିଅ ଓ ଲେମ୍ବୁରସ ପକାଇ ଭଲକରି ଗୋଳାଇ ଦିଅନ୍ତୁ । ଏଥର ପ୍ରସ୍ତୁତ ହୋଇଗଲା ଘିଅ ଅନ୍ନ ।
ସୌଦାମିନୀ ମିଶ୍ର, ଜଣେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ । ଓଡ଼ିଆ ଚଳଚ୍ଚିତ୍ର ବ୍ୟତିତ ସେ ହିନ୍ଦୀ ଚଳଚ୍ଚିତ୍ର, ବୃତ୍ତଚିତ୍ର ତଥା ଟେଲିଭିଜନ ଶିଳ୍ପ ସହିତ ମଧ୍ୟ ଜଡ଼ିତ । ବାଲ୍ୟଜୀବନ ଓ ଶିକ୍ଷା ସୌଦାମିନୀ କଟକର ପ୍ରଫେସରପଡ଼ାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜେଜେ, ରେଭେନ୍ସା ମହାବିଦ୍ୟାଳୟର ରସାୟନ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ଥିଲେ । ତାଙ୍କରି ନାମ ଅନୁସାରେ, ସେ ରହୁଥିବା ଅଞ୍ଚଳର ନାମ ପ୍ରଫେସରପଡ଼ା ପଡିଥିଲା । ଯୌଥ ପରିବାରରେ ବଢିଥିବା ସୌଦାମିନୀ ୪ବର୍ଷ ବୟସରେ କଟକର କଳା ବିକାଶ କେନ୍ଦ୍ରରେ ଓଡ଼ିଶୀ ନୃତ୍ୟ ଶିକ୍ଷାରମ୍ଭ କରିଥିଲେ । ସେଠାରେ ଗୁରୁ କେଳୁଚରଣ ମହାପାତ୍ର ଓ ମାୟାଧର ରାଉତଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଥିଲେ ଓ ସେ ଓଡ଼ିଶୀ ନୃତ୍ୟରେ ଏମ.ଏ କରିଥିଲେ । ସେ ବୋର୍ଡ଼ ସ୍କୁଲ ଓ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଅଭିନୟ ଜୀବନ ଧୀର ବିଶ୍ୱାଳ, ସୌଦାମିନୀଙ୍କ ନୃତ୍ୟରେ ବିଭୋର ହୋଇ ସୌଦାମିନୀଙ୍କୁ କିଏ କାହାର ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେତେବେଳକୁ ସୌଦାମିନୀ ଦଶମ ଶ୍ରେଣୀରେ ପଢୁଥିଲେ ଓ ବିବାହ କରିନଥିଲେ । ଜେଜେମା ଅରାଜି ହେବାରୁ ସୌଦାମିନୀ ସେ ପ୍ରସ୍ତାବକୁ ଅଗ୍ରାହ କରିଥିଲେ । ବିବାହ ପରେ, ପୁନର୍ବାର ସେହି ପ୍ରସ୍ତାବ ମିଳିବାରୁ, ସୌଦାମିନୀ ରାଜି ହୋଇଥିଲେ । ଏହି ଚଳଚ୍ଚିତ୍ରଟି ୧୯୬୮ମସିହାରେ ପ୍ରେକ୍ଷାଳୟକୁ ଆସିଥିଲା । ଏହାପରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ଓ ନିଶାନା ନାମକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କଳାହାଣ୍ଡି ନାମକ ବୃତ୍ତଚିତ୍ର ନିର୍ମାଣ କରିଥିଲେ, ଯାହା ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲା । ଦୂରଦର୍ଶନରେ, ସେ ତୁଳସୀ ନାମକ ଧାରାବାହିକରେ ଅଭିନୟ କରିଥିଲେ । କଳିଙ୍ଗ ଷ୍ଟୁଡିଓର ସ୍କ୍ରିପ୍ଟ କମିଟିର ସଦସ୍ୟ ମଧ୍ୟ ରହିଥିଲେ ।
ପାଟ୍ଟ ନାୟକ (ଜନ୍ମ: ୨ ଅପ୍ରେଲ ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର ପ୍ରତିନିଧି ଭାବରେ ସକ୍ରିୟ ଥିଲେ । ପାଟ୍ଟ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୯୩ ମସିହାରେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାରେ ସଭ୍ୟ ଥିବା ପାଟ୍ଟଙ୍କ ପତି ତ୍ରିନାଥ ନାୟକ ୧୯୯୨ ମସିହାର ଅକ୍ଟୋବର ମାସ ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟ ପରେ ଏହି ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜନ୍ମ, ଶିକ୍ଷା ଓ ପରିବାର ପାଟ୍ଟ ନାୟକ ୧୯୫୦ ମସିହାର ଅପ୍ରେଲ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନବଘନ ନାୟକ । ପାଟ୍ଟ ତ୍ରିନାଥ ନାୟକଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ୬ ଜଣ ଝିଅ ଅଛନ୍ତି । ପାଟ୍ଟଙ୍କର ପତି ତ୍ରିନାଥ ନାୟକ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଜନତା ଦଳର ସଦସ୍ୟ ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ତ୍ରିନାଥ ଜନତା ଦଳର ପ୍ରତିନିଧି ଭାବରେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୯୭୭ ମସିହାରେ ୭ମ ଓଡ଼ିଶା ବିଧାନ ସଭାକୁ, ୧୯୮୦ ମସିହାରେ ୮ମ ଓଡ଼ିଶା ବିଧାନ ସଭାକୁ ଏବଂ ୧୯୯୦ ମସିହାରେ ୧୦ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ପାଟ୍ଟ ନାୟକ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ଓଡ଼ିଶା ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାର ବିଧାୟକ ଥିବା ତ୍ରିନାଥ ନାୟକଙ୍କର ୧୯୯୨ ମସିହାର ଅକ୍ଟୋବର ମାସ ୧୭ ତାରିଖରେ ମୃତ୍ୟୁ ହେବାପରେ ୧୯୯୩ ମସିହାର ମଇ ୧୩ ତାରିଖରେ ସେଠାରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଉପ ନିର୍ବାଚନରେ ଜନତା ଦଳର ପ୍ରତିନିଧି ଭାବରେ ପାଟ୍ଟ ନାୟକ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ଉପ ନିର୍ବାଚନରେ ସେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯ ମଇ ୧୯୯୩ରୁ ୧୯୯୫ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।
ଭୁଜବଳ ମାଝି (ଜନ୍ମ: ୨୦ ଅଗଷ୍ଟ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୦୦, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଡାବୁଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଭୁଜବଳ ମାଝି ୧୯୬୬ ମସିହାର ଅଗଷ୍ଟ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମାନା ମାଝି ଓ ପତ୍ନୀଙ୍କ ନାମ ଡାଳିମ୍ବ ମାଝି । ତାଙ୍କ ଝିଅ ଲିପିକା ୨୦୨୨ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବରେ ନିର୍ବାଚନ ଲଢ଼ିବା ପାଇଁ ରାଜନୀତିରେ ପ୍ରବେଶ କରିଥିଲେ । ରାଜନୈତିକ ଜୀବନ ଭୁଜବଳ ମାଝି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୩,୦୩,୩୯୨ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ଥିଲେ ଏବଂ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀଙ୍କ ଠାରୁ ୧,୭୮,୦୦୪ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।
ଅବ‌ହେଳିତ ଉଷ୍ଣକଟିବନ୍ଧିୟ ରୋଗ (ଇଂରାଜୀ ଭାଷାରେ ) କ‌ହିଲେ ଭିନ୍ନ ଭିନ୍ନ ଉଷ୍ଣକଟିବନ୍ଧିୟ ସଂକ୍ରମଣ ସମୂହର ଏକ ଦଳକୁ ବୁଝାଏ ଯାହାଦ୍ୱାରା ବିକାଶଶୀଳ ଏସିଆ, ଆଫ୍ରିକା ଓ ଆମେରିକୀୟ ଦେଶମାନଙ୍କରେ ବାସ କରୁଥିବା ନିମ୍ନ ଆୟକାରୀ ଲୋକମାନେ ଆକ୍ରାନ୍ତ ହୁଅନ୍ତି । ବିଭିନ୍ନ ଧରଣର ରୋଗ ସୃଷ୍ଟିକାରୀ ଭୂତାଣୁ, ଜୀବାଣୁ, ପ୍ରୋଟୋଜୋଆ ଓ ହେଲମିନ୍ଥମାନେ ରୋଗ ସୃଷ୍ଟି କରନ୍ତି । ଏହାର ବିପରୀତ ତିନୋଟି ରୋଗ ଯଥା:- ମ୍ୟାଲେରିଆ, ଯକ୍ଷ୍ମା ଓ ଏଚଆଇଭି/ଏଡସ ରୋଗମାନଙ୍କ ନିମନ୍ତେ ଅଧିକ ଚିକିତ୍ସାର ସୁବିଧା କରାଯାଉଛି ଓ ଅଧିକ ଗବେଷଣା ନିମନ୍ତେ ଅର୍ଥ ଲବ୍‌ଧ ହେଉଛି । ସବ-ସାହାରା ଆଫ୍ରିକାରେ ଏହି ରୋଗମାନଙ୍କର ପ୍ରଭାବ ମ୍ୟାଲେରିଆ ଓ ଯକ୍ଷ୍ମା ସ‌ହିତ ତୁଳନୀୟ । ଅବ‌ହେଳିତ ଉଷ୍ଣକଟିବନ୍ଧିୟ ରୋଗ‌ ସଂକ୍ରମଣ ଯୋଗୁ ଏଚଆଇଭି/ଏଡସ ରୋଗ ଅଧିକ ସାଂଘାତିକ ହୋଇଯାଏ । କେତେକ କ୍ଷେତ୍ରରେ ଚିକିତ୍ସା ଅପେକ୍ଷାକୃତ ଖର୍ଚ୍ଚାନ୍ତ ସାବ୍ୟସ୍ତ ହୁଏ । ଉଦାହରଣ ସ୍ୱରୂପ ସିସ୍ଟୋସୋମିଆସିସ ରୋଗ ହେଲେ ଏକ ପିଲା ପିଛା ବାର୍ଷିକ ୟୁଏସ ୦.୨୦ ଡଲାର ଖର୍ଚ୍ଚ ହୁଏ । ସନ ୨୦୧୦ରେ ଦେଖାଗଲା ଯେ ଏହି ଅବ‌ହେଳିତ ରୋଗମାନଙ୍କର ନିୟନ୍ତ୍ରଣ ପାଇଁ ପରବର୍ତ୍ତୀ ୫ରୁ ୭ ବର୍ଷରେ ୨ରୁ୩ ୟୁଏସ ଡଲାର ଆବଶ୍ୟକ ହେବ । କେତେକ ଔଷଧ କମ୍ପାନୀ ଏଥିପାଇଁ ଆବଶ୍ୟକ ଔଷଧ ଦେବାକୁ ସମ୍ମତି ଜଣେଇଛନ୍ତି ଓ କେତେକ ଦେଶମାନଙ୍କରେ ସାମୁହିକ ଡିୱର୍ମିଙ୍ଗ ( ଯେପରିକି ) ବା କୀଟନାଶ ଔଷଧ ସେବନ ସଫଳ ହୋଇଛି । ପ୍ରତିଷେଧକ ଉପାୟଗୁଡ଼ିକ ବିକଶିତ ରାଷ୍ଟ୍ରମାନଙ୍କରେ ଉପଲବ୍‌ଧ ହେଉଛି, ଗରିବ ରାଷ୍ଟ୍ରମାନଙ୍କରେ ମିଳୁନି । ବିକଶିତ ରାଷ୍ଟ୍ରମାନଙ୍କରେ ସମାଜର ଦରିଦ୍ର ଶ୍ରେଣୀର ଲୋକମାନଙ୍କୁ ଅବ‌ହେଳିତ ଉଷ୍ଣକଟିବନ୍ଧିୟ ରୋଗ‌ ଆକ୍ରମଣ କରେ । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧.୪୬ ନିୟୁତ ପରିବାର ଓ ୨.୮ ନିୟୁତ ଶିଶୁ ଦୈନିକ ଦୁଇ ଡଲାରରୁ କମ୍ ଆମଦାନୀରେ ଚଳନ୍ତି । ଏହିଭଳି ଦେଶମାନଙ୍କରେ ଏହି ଅବ‌ହେଳିତ ଉଷ୍ଣକଟିବନ୍ଧିୟ ରୋଗ‌ ସମସ୍ୟା ଅପେକ୍ଷା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ଗୁରୁତ୍ୱ ବ‌ହନ କରେ । ଉଲ୍ଲେଖନୀୟ କଥା ଏହି ଯେ ଏହି ସମସ୍ୟାଗୁଡ଼ିକ ଅବଶେଷରେ ବିକଶିତ ଓ ବିକାଶଶୀଳ ଦେଶର ଜନ‌ସଂଖ୍ୟାକୁ ଅଧିକ ସଙ୍କଟରେ ରଖିଦିଏ । ଉଦାହରଣ ସ୍ୱରୂପ, ଦାରିଦ୍ର୍ୟ ଯୋଗୁ ଗୃହହୀନ ଲୋକଙ୍କୁ ରୋଗର ଭେକ୍ଟରମାନେ ଅଧିକ ସଙ୍କଟରେ ରଖନ୍ତି । କୋଡ଼ିଏଟି ଉଷ୍ଣକଟିବନ୍ଧିୟ ରୋଗ‌ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିହ୍ନଟ କରିଥିଲେ ମଧ୍ୟ ଅନ୍ୟାନ୍ୟ ସଂସ୍ଥାମାନଙ୍କର ଏହି ସ‌ହିତ ମତଭେଦ ଅଛି । ସନ ୨୦୧୭ରେ କ୍ରୋମୋବ୍ଲାସ୍ଟୋମାଇକୋସିସ ଓ ଅନ୍ୟାନ୍ୟ ମାଇକୋସିସ, କାଛୁ, କେତେକ ବାହ୍ୟପରଜୀବୀ ଓ ସାପକାମୁଡ଼ା ବିଷକ୍ରିୟା ଏହି ଲିସ୍ଟ ବା ଚିଠାରେ ଯୋଗ କରାଯାଇଥିଲା । ଏହି ରୋଗ‌ଗୁଡ଼ିକ ସ୍ଥାନିୟ ରୋଗ ଭାବରେ ୧୪୯ଟି ଦେଶରେ ୫୦୦ ନିୟୁତ ଶିଶୁ ସ‌ହିତ ୧.୪ ବିଲିଅନ ଲୋକଙ୍କୁ ଆକ୍ରମଣ କରିବା ଯୋଗୁ ପ୍ରତି ବର୍ଷ ପ୍ରାୟ କିଛି ବିଲିଅନ ଡଲାର ଖର୍ଚ୍ଚ ହୁଏ । ଏହି ରୋଗ ଫଳରେ ସନ ୧୯୯୦ରେ ୨୦୪,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ କମିଯାଇ ୧୪୨,୦୦୦ ମୃତ୍ୟୁ ହୋଇଥିଲା । କୋଡ଼ିଏଟି ମୂଳୋତ୍ପାଟନ କରିବା ଲକ୍ଷରୁ ସନ ୨୦୧୬ ସୁଦ୍ଧା ଡ୍ରାକୁନ୍‌କୁଲିଆସିସ, ସନ ୨୦୨୦ ସୁଦ୍ଧା ୟଜ ରୋଗ ଓ ସନ ୨୦୨୦ ସୁଦ୍ଧା ଟ୍ରାକୋମା, ଆଫ୍ରିକୀୟ ଟ୍ରିପାନୋସୋମିଆସିସ, କୁଷ୍ଠ ଓ ଗୋଦର ରୋଗମାନଙ୍କୁ ନିର୍ମୁଳ କରିବା ଲକ୍ଷ ରହିଛି । ରୋଗମାନଙ୍କ ସୂଚୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ଓ ସଂକ୍ରାମକ ରୋଗ ବିଶେଷଜ୍ଞମାନଙ୍କ ମଧ୍ୟରେ ଅବ‌ହେଳିତ ରୋଗମାନଙ୍କର ବର୍ଗୀକରଣ ପ୍ରସ୍ତୁତ କରିବାରେ ମତଭେଦ ଅଛି । ଫିସେ, ଏକ ଗବେଷକ ୧୩ଟି ଅବ‌ହେଳିତ ଉଷ୍ଣକଟିବନ୍ଧିୟ ରୋଗ‌ମାନଙ୍କର ଚିଠା ପ୍ରସ୍ତୁତ କରିଛନ୍ତି:- ଗୋଲ କୃମି, ବୁରୁଲି ଘାଆ, ଚାଗାସ୍ ରୋଗ, ଡ୍ରାକୁନ‌କୁଲିଆସିସ୍ , ଅଙ୍କୁଶକୃମି ସଂକ୍ରମଣ, ମାନବ ଆଫ୍ରିକୀୟ ଟ୍ରିପାନୋସୋମିଆସିସ, ଲିସମାନିଆସିସ, କୁଷ୍ଠ, ଗୋଦର ରୋଗ, ଅଙ୍କୋସର୍ସିଆସିସ, ସିସ୍ଟୋସୋମିଆସିସ, ଟ୍ରାକୋମା ଓ ଟ୍ରାଇଚୁରିଆସିସ୍. ଫେନ‌ୱିକ ଏଥି ମଧ୍ୟରୁ ୧୨ଟି ରୋଗକୁ ଅବ‌ହେଳିତ ଚିଠାରେ ରଖିଛନ୍ତ, କେବଳ ଅଙ୍କୁଶକୃମି ବ୍ୟତୀତ । ଏହି ରୋଗ‌ଗୁଡ଼ିକ ଚାରି ଶ୍ରେଣୀରେ ରୋଗ ଜନ‌କ ଆକ୍ରମଣ ଫଳରେ ସୃଷ୍ଟି ହୁଏ ଯଥା:- (୧) ପ୍ରୋଟୋଜୋଆ ଯୋଗୁ - (ଚାଗାସ୍ ରୋଗ, ମାନବ ଆଫ୍ରିକୀୟ ଟ୍ରିପାନୋସୋମିଆସିସ, ଲିସମାନିଆସିସ); (୨) ଜୀବାଣୁ ଯୋଗୁ - ବୁରୁଲି ଘାଆ, କୁଷ୍ଠ, ଟ୍ରାକୋମା, ୟଜ (୩) ହେଲମିନ୍ଥ ବା ମେଟାଜୋଆ କୀଟ ଯୋଗୁ - ସିସ୍ଟିସର୍କୋସିସ/ଟୁନିଆସିସ , ଡ୍ରାକୁନ‌କୁଲିଆସିସ୍ , ଏକିନୋକୋକୋସିସ , ଖାଦ୍ୟବାହିତ ଟ୍ରେମାଟୋଡାଏସେସ , ଗୋଦର , ଅଙ୍କୋସର୍ସିଆସିସ, ସିସ୍ଟୋସୋମିଆସିସ, ମାଟି ସଞ୍ଚାରିତ ହେଲମିନ୍ଥ - ଓ (୪) ଭୂତାଣୁ ଯୋଗୁ - ଡେଙ୍ଗୁ ଓ ଚିକୁନ‌ଗୁନିଆ, ଜଳାତଙ୍କ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅବ‌ହେଳିତ ଉଷ୍ଣକଟିବନ୍ଧିୟ ରୋଗ‌ ଭାବରେ କୋଡ଼ିଏଟି ରୋଗର ଚିଠା ପ୍ରସ୍ତୁତ କରିଛି । ବୁରୁଲି ଘାଆ ବୁରୁଲି ଘାଆ ରୋଗ ମାଇକୋବ୍ୟାକ୍ଟେରିଅମ ଅଲସରାନ୍‌ସ ଜୀବାଣୁଦ୍ୱାରା ହୁଏ । ଏହାର ଯକ୍ଷ୍ମା ଓ କୁଷ୍ଠ ରୋଗ ସୃଷ୍ଟିକାରୀ ଜୀବାଣୁ ପରିବାର ସ‌ହ ସମ୍ପର୍କ ଥାଏ କିନ୍ତୁ ମାଇକୋବ୍ୟାକ୍ଟେରିଅମ ଅଲସରାନ୍‌ସ ଏକ ବିଷାକ୍ତ ପଦାର୍ଥ ମାଇକୋଲାକ୍‌ଟୋନ୍ ପରିତ୍ୟାଗ କରେ ଯାହା ଦେହର ପ୍ରତିରୋଧ ଶକ୍ତି କମେଇଦେବା ଫଳରେ ଅସମୟ ତନ୍ତୁ ମୃତ୍ୟୁ ହୁଏ । ଏହି ରୋଗର ପ୍ରସାର ଅଜ୍ଞାତ ଅଛି । ଏହାର ମୃତ୍ୟୁ ସଙ୍କଟ କମ୍ ଅଛି କିନ୍ତୁ ସମସାମୟିକ ସଂକ୍ରମଣ ଘାତକ ହୋଇପାରେ । ଏହି ରୋଗ ଯୋଗୁ ପ୍ରଭାବିତ ସ୍ଥାନ ବକ୍ର ଓ ପଙ୍ଗୁ ହୋଇଯାଏ ଓ ଚର୍ମ ରୋଗ ହୁଏ ଯାହାର ପ୍ରତିଷେଧ ନିମନ୍ତେ ଆଣ୍ଟିବାୟୋଟିକ ଓ ଅପରେଶନ ଆବଶ୍ୟକ ହୁଏ । ଏହି ରୋଗ ଆଫ୍ରିକା, ଏସିଆ ଓ ଲାଟିନ ଆମେରିକାରେ ଦେଖାଯାଏ । ଚାଗାସ୍ ରୋଗ ଚାଗାସ୍ ରୋଗର ଅନ୍ୟ ଏକ ନାମ ଆମେରିକାନ୍ ଟ୍ରିପାନୋସୋମିଆସିସ୍ ଅଛି । ଇମ୍ମ୍ୟୁନିଟ ଅଭାବ ଥିବା ରୋଗୀ ସଂଖ୍ୟା ବ‌ହୁତ ଅଧିକ, କିନ୍ତୁ ଶୀଘ୍ର ଚିକିତ୍ସା କଲେ ଏହି ସଂଖ୍ୟ କମିଯାଏ । ଚାଗାସ୍ ରୋଗ ଶୀଘ୍ର ମାଇଦିଏନି, କିନ୍ତୁ ବର୍ଷ ବର୍ଷ ଧରି କ୍ରନିକ ଲକ୍ଷଣ ରହେ । ଏହା ଏକ ଭେକ୍ଟର ସଞ୍ଚାରିତ ରୋଗ ଟ୍ରାୟାଟୋମିନ ଅସାସିନ କୀଟର ମଳରୁ ଟ୍ରିପାନୋସୋମା କୃଜି ନାମକ ଏକ ପ୍ରୋଟୋଜୋଆର ସ୍ପର୍ଶଦ୍ୱାରା ହୁଏ ବିସ୍ତାର ଲାଭ କରେ । କୀଟ କାମୁଡ଼ା ସ୍ଥାନ, କ୍ଷତ ସ୍ଥାନରେ ଓ ମ୍ୟୁକସ ଝିଲ୍ଲୀରେ ଏହି ପରଜୀବୀ ଦେହରେ ପ୍ରବେଶ କରେ । ସଂକ୍ରମିତ ଶରୀରର ତରଳ ପଦାର୍ଥ ଓ ସଂକ୍ରମିତ ଖାଦ୍ୟ ଖାଇଏଲ ସଂକ୍ରମଣ ହୁଏ । ଏହି ରୋଗ ଲକ୍ଷଣର ଦୁଇଟି ସୋପାନ ଥାଏ:-ପ୍ରଥମ ସୋପାନରେ କିଛି ଲକ୍ଷଣ ନଥାଇପାରେ । ପ୍ରଥମ ଲକ୍ଷଣରେ ଜ୍ୱର ସ‌ହିତ ସାମାନ୍ୟ ଲକ୍ଷଣ କାମୁଡ଼ା ସ୍ଥାନରେ ଦେଖାଯାଏ । ଚର୍ମ ସାଙ୍କର, ଏକ ପାଖିଆ ଆଖି ଫୁଲା, ଲସିକା ଗ୍ରନ୍ଥି ଫୁଲା, ମୁଣ୍ଡବଥା ଓ କାମୁଡ଼ା ସ୍ଥାନରେ ଫୁଲିଯିବା ଦେଖାଯାଏ ମୋଟ ରୋଗୀଙ୍କ ମଧ୍ୟରୁ ୩୦% ରୋଗ କ୍ରନିକ ହୋଇଯାଏ । କ୍ରନିକ ରୋଗରେ ହୃତ୍‌ପିଣ୍ଡ ଓ ହଜମ ଅସୁବିଧା ହୁଏ ବା ଅଧିକାଂଶ କ୍ଷେତ୍ରରେ କିଛି ଲକ୍ଷଣ ପ୍ରକାଶ ପାଏନି । ପୋକ କାମୁଡ଼ା ଏଡ଼େଇବା ନିମନ୍ତେ କୀଟନାଶକ ସ୍ପ୍ରେ, ଗୃହ ଇନ୍ନତି, ମଶାରୀ ବ୍ୟବ‌ହାର, ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ଡାକ୍ତରୀ ଯତ୍ନ, ଲାବୋରେଟୋରି ପରୀକ୍ଷା ଓ ଔଷଧ ସାହାଯ୍ୟରେ ରୋଗ ପ୍ରତିହତ କରିହୁଏ । ଔଷଧ ଚିକିତ୍ସା କଲେ ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ । ଏକ ସେରୋଲୋଜିକାଲ ପରୀକ୍ଷା କରି ରୋଗ ନିଶ୍ଚିତ କରାଯାଏ କିନ୍ତୁ ଏହା ଅତି ଶୁଦ୍ଧ ନୁହେଁ ।
ପଞ୍ଜିରି ପାକିସ୍ତାନ ଏବଂ ଭାରତର ପଞ୍ଜାବ ଅଞ୍ଚଳର ଏକ ଋତୁକାଳୀନ ଏକ ମୁଖ୍ୟ ଉପାଦାନ ଦ୍ରବ୍ୟ । ପଞ୍ଜିରି ବହୁ ପ୍ରକାରର ଜିନିଷ ଏବଂ ମସଲାକୁ ମିଶ୍ରଣ କରି ତିଆରି କରାଯାଉଥିବା ଏକ ପ୍ରକାରର ମିଠା ଚୁର୍ଣ୍ଣ ଅଟେ ଯାହା ଖାଇବାରେ କାମ ଦେଇଥାଏ । ଯେପରି ସତ୍ୟ ନାରାୟଣଙ୍କ ପୂଜା ପାଇଁ ତିଆରି ପଞ୍ଜିରି ; ପ୍ରସୂତ ଅଥବା ଦୁର୍ବଳ ଲୋକମାନଙ୍କୁ ଖାଇବାକୁ ଦିଆ ଯାଉଥିବା ପୌଷ୍ଟିକ ପଞ୍ଜିରି । ପୁର୍ବ ଉତ୍ତର-ପ୍ରଦେଶରେ ଅଟାରେ ପ୍ରସ୍ତୁତ ପଞ୍ଜିରିକୁ "ମନଭୋଗ" କୁହାଯାଏ । ଧନିଆରେ ପ୍ରସ୍ତୁତ ପଞ୍ଜିରିକୁ ମଧ୍ୟ ପ୍ରାୟତଃ ପଞ୍ଜିରି କୁହାଯାଏ ଯାହା ମୁଖ୍ୟତଃ କୃଷ୍ଣ ଜନ୍ମାଷ୍ଟମୀ ଅବସରରେ ପ୍ରସାଦ ରୂପେ ପ୍ରଦାନ କରାଯାଏ । ଧନିଆ ପଞ୍ଜିରି ପେସା ଧନିଆ, ଚିନି, ଏବଂ ଘିଅ ଏହାର ପ୍ରମୁଖ ମିଶ୍ରଣ କରାଯାଏ । ପ୍ରସୂତିକୁ ଖାଇବାକୁ ଦିଅ ଯାଉଥିବା "ସୋଂଠ" ର ଲଡୁ ମଧ୍ୟ କେବେ-କେବେ ଏଥିରେ ମିଳାଇ ଦିଆଯାଏ । ସାମଗ୍ରୀ ୧୦୦ ଗ୍ରାମ ସୁଖା ଧନିଆ ପାଉଡର ୫୦ ଗ୍ରାମ ମେବା ଖୋପରା ବୁରା ୫୦ ଗ୍ରାମ ଚିନି ୧୦୦ ଗ୍ରାମ ୪-୫ ପେସା ଯାଇଥିବା ଅଳେଇଚ ଗୁଣ୍ଡ ମେବାର କତରନ ୫୦ ଗ୍ରାମ ସତେଜ ଫଳ ପ୍ରସ୍ତୁତି ପ୍ରଣାଳୀ ସର୍ବ ପ୍ରଥମେ ଏକ ଖୋପରାରେ ମେବାକୁ ପେଶି ଅଳ୍ପ ଆଞ୍ଚରେ କିଛି ସମୟ ଘାଣ୍ଟି ଦିଆଯାଏ । ଏବେ ସେଥିରେ ଧନିଆ ପାଉଡର ପକାଇ ୨-୫ ମିନିଟ ଭଲ ଭାବେ ମିଶ୍ରଣ କରାଯାଏ । ମିଶ୍ରଣ ଅଳ୍ପ ଥଣ୍ଡା ହେବାପରେ ଖୋପରାରେ ଚିନି ଢାଳି ମିଶ୍ରଣ କରାଯାଏ । ଏହାପରେ ଏହି ମିଶ୍ରଣରେ ପେଶା ଯାଇଥିବା ଅଳେଇଚ ଗୁଣ୍ଡ ପକାଇ ମିଶ୍ରଣକୁ ଏକତ୍ର କରାଯାଏ । ଏହା ପରେ ସୌନ୍ଦର୍ଯ୍ୟ ପାଇଁ ସତେଜ ଫଳକୁ ପକେଇ ସଜାଇ ଦିଆଯାଏ ।
ଲଭ୍ ୟୁ ପ୍ରିୟା, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜୟ ସେନ୍ । ଆଶୁତୋଷ ବାରିକ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ବିବେକ କୁମାର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକା ଅଭିନୟ କରିଥିଲେ ସୋହମ ସିଂହ ଓ ମହିମା ଦାସ । ପୁଷ୍ପା ପଣ୍ଡା, ପ୍ରୀତିରାଜ ଶତପଥୀ, ଗୁଡ୍ଡୁ, ରାଜା, ନିକି, ଜୀବନ ପଣ୍ଡା, ମିତା ଚକ୍ରବର୍ତ୍ତୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ସୋମହ ସିଂହ ମହିମା ଦାସ ପୁଷ୍ପା ପଣ୍ଡା ପ୍ରୀତିରାଜ ଶତପଥୀ ଗୁଡ୍ଡୁ ରାଜା ନିକି ଜୀବନ ପଣ୍ଡା ମିତା ଚକ୍ରବର୍ତ୍ତୀ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଶେଷ ଦାସ । ଆଶୁତୋଷ, ତପୁ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଟେଣ୍ଟେଇ ବା ଟେଁଟେଁଇ ବା ଟିଁଟିଁଆ (ଈଂରାଜୀରେ , ଜୀବବିଜ୍ଞାନ ନାମ ) କ୍ୟାରାଡିଡ୍ରାଏ ପରିବାରର ଏକ ଏସୀୟ ପକ୍ଷୀ । ବଣ ଜଙ୍ଗଲ ବା ସନ୍ତସନ୍ତିଆ ସ୍ଥାନରେ ଏମାନେ ପାଦରେ ବୁଲି ବୁଲି ଖାଦ୍ୟ ଅନ୍ୱେଷଣ କରନ୍ତି । ଆଖପାଖରେ କୌଣସି ପଶୁ ବା ମଣିଷର ଗତିବିଧି ଦେଖିଲେ ଏମାନେ ଖୁବ୍ ଉଚ୍ଚ ସ୍ୱରରେ ସତର୍କ ସୂଚନା ଦିଅନ୍ତି । ଭାରତକୁ ଆସିଥିବା ୟୁରୋପୀୟମାନଙ୍କୁ ଏମାନଙ୍କ ସତର୍କ ଧ୍ୱନିଟି ଈଂରାଜୀ ଭାଷାରେ ଡିଡ୍ ହି ଡୁ ଇଟ୍ ବା ପିଟି ଟୁ ଡୁ ଇଟ୍ ପରି ଶୁଣାଗଲା । ତେଣୁ ଅନେକ ପୁସ୍ତକ, ଗଳ୍ପରେ ଏହି ପକ୍ଷୀକୁ ଡିଡ୍ ହି ଡୁ ଇଟ୍ ପକ୍ଷୀ ବୋଲ ମଧ୍ୟ କୁହାଯାଇଛି । ସ୍କଟ୍ ଶିକାରୀ ଓ ଜଙ୍ଗଲ କାହାଣୀ ଲେଖକ କେନ୍ନେଥ୍ ଆଣ୍ଡର୍ସନ୍ ନିଜ ଗଳ୍ପରେ ଏହି ପକ୍ଷୀକୁ ଡିଡ୍ ୟୁ ଡୁ ଇଟ୍ ଚଢ଼େଇ ବୋଲି କହିଛନ୍ତି । ସାଧାରଣତଃ ଟେଣ୍ଟେଇ ଯୋଡ଼ାରେ ବା ଛୋଟ ଦଳରେ ରହନ୍ତି । କୌଣସି ଜଳାଶୟର ନିକଟରେ ଏମାନଙ୍କୁ ଦେଖିବାକୁ ମିଳେ । ପ୍ରତିକୁଳ ପ୍ରଜନନ ସମୟରେ ଅର୍ଥାତ୍ ଶୀତଦିନରେ ଏମାନେ ବଡ଼ ଗୋଠରେ ଏକତ୍ରିତ ହେବାର ଦେଖାଯାଏ । ଏମାନେ ଭୂମି ଉପରେ ନିଜର ବସା ତିଆରି କରନ୍ତି ଓ ସେଥିରେ ୩ରୁ ୪ଟି ଅଣ୍ଡା ଦିଅନ୍ତି । ଏହି ଅଣ୍ଡାର ବାହ୍ୟ ପାର୍ଶ୍ୱର ଛଳାବରଣ ଯୋଗୁଁ ଏହାକୁ ସହଜରେ ଦେଖିହୁଏ ନାହିଁ । କୌଣସି ପରଭୋଜୀ ପ୍ରାଣୀର ଆଗମନରେ ଏମାନେ ନିଜ ବସା ଚାରିପଟେ ଉଡ଼ି ବୁଲନ୍ତି ଓ ଉଚ୍ଚ ସ୍ୱରରେ ସତର୍କ ସୂଚନା ଦିଅନ୍ତି । ଉଡ଼ିଲା ବେଳେ ପରଭୋଜୀ ପ୍ରାଣୀ ଉପରକୁ ଦେଖାଣିଆ ଲମ୍ଫ ମଧ୍ୟ ଦିଅନ୍ତି । ଟେଣ୍ଟେଇ ଛୁଆମାନଙ୍କ ଦେହର ରୂପ ମଧ୍ୟ ନିଆରା ଓ ଭୂମିରେ ଛଳାବରଣ ଜାଣି ପାରିବା କଷ୍ଟକର । ଅଣ୍ଡାରୁ ଫୁଟି ବାହାରିବା ମାତ୍ରେ ଖାଦ୍ୟ ଅନ୍ୱେଷଣରେ ଏମାନେ ନିଜ ମାତାପିତାଙ୍କୁ ଅନୁସରଣ କରି ଚାଲିବା ଆରମ୍ଭ କରିଦିଅନ୍ତି । ବିପଦ ଦେଖିଲେ ଭୂମିରେ ବସିଯାନ୍ତି ବା ଘାସ ବୁଦା ଉହାଡ଼ରେ ଲୁଚିଯାନ୍ତି । ବର୍ଗୀକରଣ ସ୍ଥାନୀୟ ଶିକାରୀ ଓ ବନବାସୀ ଲୋକେ ଟେଣ୍ଟେଇ ସହିତ ବହୁ ପୂର୍ବରୁ ପରିଚିତ । ଜଣେ ଫରାସୀ ବହୁଜ୍ଞ ଜର୍ଜ୍ ଲୁଇ ଲେକ୍ଲେ (କମ୍ଟେ ଡି ବୁଫୋନ୍)ଙ୍କ ୧୭୮୧ ମସିହାରେ ପ୍ରକାଶିତ ପୁସ୍ତକ ରେ ପ୍ରଥମ ଥର ପାଇଁ ଟେଣ୍ଟେଇର ଉଲ୍ଲେଖ ମିଳିଥିଲା । ଏଡ୍ମେ ଲୁଇ ଡବେଣ୍ଟଁଙ୍କ ନିରୀକ୍ଷଣରେ ଫ୍ରାଙ୍କୋଇଜ୍ ନିକୋଲାସ୍ ମାର୍ଟିନେଟ୍‍ଙ୍କଦ୍ୱାରା ଚିତ୍ରିତ ' ଫଳକରେ ରହିଥିବା ଟେଣ୍ଟେଇ ଚିତ୍ର ବୁଫୋନ୍ ‍ଙ୍କ ଲେଖାର ସମର୍ଥନ କରୁଥିଲା । ଉଭୟ ଚିତ୍ର ଓ ଲେଖାରେ କିନ୍ତୁ କୌଣସି ବୈଜ୍ଞାନିକ ନାମ ଦିଆଯାଇନଥିଲା । ୧୭୮୩ ମସିହାରେ ଓଲନ୍ଦାଜ ପ୍ରକୃତିବିତ୍ ପିଟର୍ ବୋଡେର୍ଟ ନିଜ ଲେଖା ରେ ଟ୍ରିଙ୍ଗା ଇଣ୍ଡିକା ବାଇନୋମିଆଲ୍ ନାମର ବ୍ୟବହାର କରିଥିଲେ । ଭାରତର ପଶ୍ଚିମ ଉପକୂଳସ୍ଥ ଗୋଆରେ ସେ ଏହି ପ୍ରଜାତିକୁ ଦେଖିଥିଲେ । ପରବର୍ତ୍ତୀ ସମୟରେ ଟେଣ୍ଟେଇ ବିଭିନ୍ନ ସମୟରେ ଓ ପ୍ରଜାତିରେ ପରିଗଣିତ ହେଲା ଓ ସର୍ବଶେଷରେ ଆଉ ଜଣେ ଫରାସୀ ଜୀବବିଜ୍ଞାନୀ ମାଥୁରିନ୍ ଜାକ୍ସ୍ ବ୍ରିଶଁଙ୍କଦ୍ୱାରା ୧୭୬୦ ମସିହାରେ ପ୍ରସ୍ତାବିତ ପ୍ରଜାତିରେ ସ୍ଥାନ ପାଇଲା । ଶବ୍ଦଟି ହେଉଛି ଲାପ୍‍ୱିଂଗ୍ " " ଚଢ଼େଇର ଏକ ମଧ୍ୟଯୁଗୀୟ ଲାଟିନ୍ ନାମ । ଲାଟିନ୍ ଶବ୍ଦ ର ଅର୍ଥ ପଙ୍ଖା କରିବା ବା ପାଛୋଡ଼ିବା ଏବଂ ଶବ୍ଦର ଅର୍ଥ ହେଲା ଭାରତ । ଏହି ଚଢ଼େଇର ଭୌଗୋଳିକ ବିତରଣ ଖୁବ୍ ବ୍ୟାପ୍ତ ଏବଂ ସବୁ ଅଞ୍ଚଳର ଟେଣ୍ଟେଇଙ୍କ ରଙ୍ଗରୂପରେ ସାମାନ୍ୟ ତଫାତ୍ ଦେଖିବାକୁ ମିଳେ । ଏହି ପକ୍ଷୀଙ୍କର ୪ ଗୋଟି ଉପ-ପ୍ରଜାତି ଚିହ୍ନଟ କରାଯାଇଛି : ଦକ୍ଷିଣ-ପୂର୍ବ ତୁର୍କୀରୁ ପାକିସ୍ତାନ ପର୍ଯ୍ୟନ୍ତ ଦେଖାଯାଉଥିବା . ଆଲ୍‍ଫ୍ରେଡ୍ ଲବ୍‍ମାନ୍, ୧୯୧୩ କେନ୍ଦ୍ରୀୟ ପାକିସ୍ତାନ, ନେପାଳ, ଉତ୍ତର-ପୂର୍ବ ଭାରତ ଓ ବଙ୍ଗଳାଦେଶରେ ଦେଖାଯାଉଥିବା . (ବୋଡେର୍ଟ୍, ୧୭୮୩) ଶ୍ରୀଲଙ୍କାରେ ଦେଖାଯାଉଥିବା . (ୱାଲ୍ଟର୍ କୋଲ୍ଜ, ୧୯୩୯) ଉତ୍ତର-ପୂର୍ବ ଭାରତରୁ ଦକ୍ଷିଣ ଚୀନ, ଦକ୍ଷିଣ-ପୂର୍ବ ଏସିଆ, ମାଳୟ ଉପଦ୍ୱୀପ ଓ ଉତ୍ତର ସୁମାତ୍ରାରେ ଦେଖାଯାଉଥିବା . (ଥୋମାସ୍ ଜେର୍ଡନ୍, ୧୮୬୪) ବିବରଣୀ ଟେଣ୍ଟେଇ ଚଢ଼େଇ ପ୍ରାୟ ୩୫ ସେ.ମି. ଲମ୍ବା । ଶରୀରର ପୃଷ୍ଠ ଓ ଡେଣାଗୁଡ଼ିକ ଫିକା ମାଟିଆ ରଙ୍ଗର ଓ ମଝିରେ ମଝିରେ ସବୁଜ ବା ବାଇଗଣୀ ଦାଗ ରହିଥାଏ । ମୁଣ୍ଡ ଓ ବେକର ଅଧିକାଂଶ ଭାଗ କଳା ରଙ୍ଗର । ଏକ ସ୍ପଷ୍ଟ ଧଳା ଦାଗ କଳା ଓ ମାଟିଆ ରଙ୍ଗର ପରକୁ ଲାଗି ମୁଣ୍ଡ, ବେକ, ପେଟ ଦେଇ ଲାଞ୍ଜ ପର୍ଯ୍ୟନ୍ତ ଯାଇଥାଏ । ଟେଣ୍ଟେଇର ଛୋଟିଆ ଲାଞ୍ଜର ଅଗ୍ରଭାଗଟି କଳା ରଙ୍ଗର । ଆଖି ସାମନାରେ ଭ୍ରୁଲତା ବା ଅଳଙ୍କାର ପରି ଏକ ଲାଲ୍ ଅଂଶ ରହିଥାଏ । ଏହାର ଥଣ୍ଟଟି ଲାଲ୍ ରଙ୍ଗର ଏବଂ ଥଣ୍ଟର ଅଗଟି କଳା ରଙ୍ଗର । ଟେଣ୍ଟେଇର ଗୋଡ଼ଗୁଡ଼ିକ ଲମ୍ବା ଲମ୍ବା ଓ ହଳଦିଆ ରଙ୍ଗର । ଟେଣ୍ଟେଇ ଉଡ଼ୁଥିବା ସମୟରେ ଏହାର ଡେଣା ଓ ଲାଞ୍ଜର ଧଳା ଅଂଶ ଏକ ବାଟୁଳି ଖଡ଼ା ପରି ଦେଖାଯାଏ । ପଶ୍ଚିମ ଏସିଆରେ ଦେଖାଯାଉଥିବା ପ୍ରଜାତି ର ରଙ୍ଗ ସାମାନ୍ୟ ଫିକା ଏବଂ ଏମାନେ ଅନ୍ୟ ସବୁ ଟେଣ୍ଟେଇ ଉପପ୍ରଜାତିଙ୍କଠାରୁ ଆକାରରେ ସାମାନ୍ୟ ବଡ଼ । ଏହି ଉପପ୍ରଜାତି ତୁର୍କୀ, ଇରାନ, ଇରାକ, ଆଫଗାନିସ୍ତାନ ଓ ସିନ୍ଧୁ ନଦୀ ଉପତ୍ୟକାରେ ଦେଖିବାକୁ ମିଳନ୍ତି । ସାରା ଭାରତ ବର୍ଷରେ ଟେଣ୍ଟେଇ ଚଢ଼େଇ ଦେଖିବାକୁ ପାଇବା । ଶ୍ରୀଲଙ୍କାରେ ଦେଖାଯାଉଥିବା ଉପପ୍ରଜାତି ଆକାରରେ ଛୋଟ ଓ ଗାଢ଼ ରଙ୍ଗର ହୋଇଥାଏ । ଉତ୍ତର-ପୂର୍ବ ଭାରତ ଓ ବଙ୍ଗଳାଦେଶରେ ଦେଖାଯାଉଥିବା ଉପପ୍ରଜାତିର ଆଖି ତଳେ (ଗାଲ ପରି) ଧଳା ଚିହ୍ନ ରହିଥାଏ ଯାହାକୁ ପରିବେଷ୍ଟନ କରି ମୁହଁ ସାରା କଳା ରଙ୍ଗର ହୋଇଥାଏ । ଅଣ୍ଡିରା ଓ ମାଈମାନଙ୍କ ରଙ୍ଗ ପ୍ରାୟତଃ ସମାନ, ଅଣ୍ଡିରାମାନଙ୍କ ଡେଣା ମାଈମାନଙ୍କଠାରୁ ୫% ଅଧିକ ଲମ୍ବା ଥିବା ଦେଖାଯାଇଛି । ଟେଣ୍ଟେଇର ଶରୀରର ଦୈର୍ଘ୍ୟ ୩୨୦-୩୫୦ ମି.ମି., ଡେଣାଗୁଡ଼ିକର ଦୈର୍ଘ୍ୟ ୨୦୮-୨୪୭ ମି.ମି., ଥଣ୍ଟଟି ୩୧-୩୬ ମି.ମି., ନଳିଗୋଡ଼ ୭୦-୮୩ ମି.ମି. ଓ ଲାଞ୍ଜଟି ୧୦୪-୧୨୮ ମି.ମି. ହୋଇଥାଏ । ହଳ ଯୋତା ଜମି, ଖୋଲା ଜମି, ଚରିବା ପଡ଼ିଆ, କାଦୁଆ ଜମି, ଶୁଖି ଆସୁଥିବା ଗାଡ଼ିଆ ଇତ୍ୟାଦି ନିକଟରେ ଯୋଡ଼ା ବା ତିନୋଟି ଲେଖାଏଁ ଟେଣ୍ଟେଇ ପକ୍ଷୀ ରହନ୍ତି । ବେଳେବେଳେ ୨୬-୨୦୦ଟି ପକ୍ଷୀଙ୍କ ଗୋଠ ଦେଖିବାକୁ ମିଳେ । ସଫା ହୋଇଯାଇଥିବା ଜଙ୍ଗଲ ଓ ବର୍ଷାପାଣି ଜମା ହୋଇଥିବା ସ୍ଥାନରେ ମଧ୍ୟ ଏମାନେ ଦେଖାଯାନ୍ତି । ଅଳ୍ପ ଦୂର ଦୌଡ଼ି ଟେଣ୍ଟେଇ ରହିଯାଏ । ଖାଦ୍ୟ ଦେଖିଲେ ଗୋଡ଼ ବଙ୍କା ନକରି, ମୁଣ୍ଡ ନୁଆଇଁ ଥଣ୍ଟରେ ଖାଦ୍ୟ ଉଠାଇ ନିଏ । ଟେଣ୍ଟେଇ ରାତିରେ ମଧ୍ୟ (ବିଶେଷତଃ ପୂର୍ଣ୍ଣିମା ରାତିରେ) ଖାଦ୍ୟ ଅନ୍ୱେଷଣରେ ବାହାରେ । ଏହି ପକ୍ଷୀ ଅତ୍ୟନ୍ତ ସତର୍କ ଏବଂ ଅଳ୍ପ ଗତିବିଧି ଦେଖିଲେ ଓ ବିପଦ ନଥିଲେ ମଧ୍ୟ ସତର୍କ ହୋଇ ଉଚ୍ଚ ସ୍ୱରରେ ବୋବାଇବା ଆରମ୍ଭ କରିଦିଏ । ତେଣୁ ପୂର୍ବ କାଳରେ ଟେଣ୍ଟେଇଠାରୁ ଅତି ବିରକ୍ତ ହେଉଥିବା କଥା ଅନେକ ଶିକାରୀ କହିଛନ୍ତି । ଏହାର ଉଡ଼ିବା ବେଗ ଅତ୍ୟଧିକ ନୁହେଁ କିନ୍ତୁ କେହି ବସା ଆଡ଼କୁ ଆସିଲେ ବା ଚିଲମାନେ ଆକ୍ରମଣ କଲେ ଏମାନଙ୍କ ବେଗ ବହୁ ମାତ୍ରାରେ ବଢ଼ିଯାଏ । ଦେଖିବାକୁ ଓ ବୋବାଇବାରେ ଟେଣ୍ଟେଇ ଅତି ନିଆରା । ଏମାନେ ଉଭୟ ଦିନ ଓ ରାତିରେ ଶବ୍ଦ କରିବା ଶୁଣା ଯାଇଥାଏ । ଛିଟା ଛିଟା ଦାଗରେ ପୂର୍ଣ୍ଣ କିଛି ଅଦ୍ଭୁଦ ଟେଣ୍ଟେଇ ମଧ୍ୟ ଦେଖିବାକୁ ମିଳନ୍ତି । ଅନ୍ୟ କିଛି ଭାରତୀୟ ଭାଷାରେ ଟେଣ୍ଟେଇର ସ୍ଥାନୀୟ ନାମ ହେଲା : ତିତିରି ବା ଟିଟ୍ଟିଭ (ହିନ୍ଦୀ) ଟିଟ୍ଟିଭ (କନ୍ନଡ଼) ତତିହାର (ସିନ୍ଧୀ) ଟିଟୋଡ଼ି ଗୁଜରାତି‌ ହାଟାଟୁଟ୍ (କାଶ୍ମୀରୀ) ବାଲିଘୋରା (ଅହମିଆ ବା ଆସାମିଆ) ୟେନ୍ନପ୍ପା ଚିତୱା (ତେଲୁଗୁ) ଆଲ୍-କାଟି (ତାମିଲ୍). ଭୌଗୋଳିକ ବିତରଣ ପଶ୍ଚିମ ଏସିଆ (ଇରାକ, ଦକ୍ଷିଣ-ପଶ୍ଚିମ ଇରାନ, ପର୍ସୀୟ ଉପସାଗର), ଦକ୍ଷିଣ ଏସିଆ (ବେଲୁଚିସ୍ତାନ, ଆଫଗାନିସ୍ତାନ, ପାକିସ୍ତାନ) ପ୍ରଭୃତି ଦେଶରେ ଟେଣ୍ଟେଇ ଦୃଶ୍ୟମାନ ହୁଅନ୍ତି । ଭାରତୀୟ ଉପମହାଦ୍ୱୀପରେ କନ୍ୟାକୁମାରୀରୁ ନେଇ ଉତ୍ତରସ୍ଥ କାଶ୍ମୀର ଓ ନେପାଳରେ ସମୁଦ୍ରପତନରୁ ୧୮୦୦ ମିଟର୍ ଉଚ୍ଚତା ପର୍ଯ୍ୟନ୍ତ ଟେଣ୍ଟେଇ ଦେଖାଯାନ୍ତି । ଦକ୍ଷିଣ-ପୂର୍ବ ଏସିଆରେ ଟେଣ୍ଟେଇର ଆଉ ଏକ ଉପ-ପ୍ରଜାତି ଦେଖାଯାଏ । ସବୁ ଦେଶରେ ଏହି ପକ୍ଷୀମାନେ ପ୍ରାୟତଃ ମୂଳ ନିବାସୀ । ତେବେ ଆବଶ୍ୟକ ହେଲେ ଶରତ ଓ ବସନ୍ତ ଋତୁରେ ବେଲୁଚିସ୍ତାନ ଓ ଉତ୍ତର-ପଶ୍ଚିମ ପାକିସ୍ତାନର ଚଢ଼େଇମାନେ ପ୍ରବାସ କରିବା ଦେଖାଯାଇଛି । ବର୍ତ୍ତମାନ ସମୟରେ ପଶ୍ଚିମ ପରିବାସରେ ଟେଣ୍ଟେଇଙ୍କ ସଂଖ୍ୟା କମିବାରେ ଲାଗିଛି ଓ ପୂର୍ବ ପରିବାସରେ ଅତ୍ୟଧିକ ମାତ୍ରାରେ ଟେଣ୍ଟେଇ ରହିଛନ୍ତି । ଯେକୌଣସି ଆର୍ଦ୍ରଭୂମି ପରିବାସ ନିକଟରେ ଏମାନେ ଦେଖାଯାଇଥାନ୍ତି । ପରିସ୍ଥିତିକ ବ୍ୟବହାର ମାର୍ଚ୍ଚରୁ ଅଗଷ୍ଟ ମାସ ଟେଣ୍ଟେଇମାନଙ୍କ ପ୍ରଜନନ ସମୟ । ମିଳନ ପୂର୍ବରୁ ଅଣ୍ଡିରା ଚଢ଼େଇ ନିଜ ପର ଫୁଲାଇ ଓ ଥଣ୍ଟ ଉପରମୁହା କରି ମାଈ ଆଗରେ ପ୍ରଦର୍ଶନ କରେ ଏବଂ ମାଈ ଚଢ଼େଇ ଚାରିପଟେ ବୁଲେ । ଗୋଟିଏ ମାଈ ଚଢ଼େଇ ସମ୍ମୁଖରେ ଏକାଧିକ ଅଣ୍ଡିରା ଚଢ଼େଇ ଏପରି ପ୍ରଦର୍ଶନ କରି ମାଈକୁ ଆକୃଷ୍ଟ କରିବାକୁ ଚେଷ୍ଟା କରନ୍ତି । ଟେଣ୍ଟେଇ ଅତି ଚତୁରତାର ସହିତ ମାଟିରେ, ଖାଲରେ, ଗୋଡ଼ି ଓ ଛୋଟ ପଥର ପଡ଼ିଥିବା ସ୍ଥାନରେ ବା ଛେଳି, ଠେକୁଆ ପରି ପ୍ରାଣୀଙ୍କ ଶୁଖିଲା ମଳ ନିକଟରେ ଅଣ୍ଡା ଦିଏ । ଟେଣ୍ଟେଇ ଅଣ୍ଡାଗୁଡ଼ିକ ୪୨ ୩୦ ମି.ମି. ଆକାରର, ଯାହାର ରଙ୍ଗ ମାଟିଆ ଓ ସେଗୁଡ଼ିକରେ କଳା କଳା ଛିଟା ଦାଗ ରହିଥାଏ । ଟେଣ୍ଟେଇ ଏକାବେଳକେ ପ୍ରାୟ ୩-୪ଟି ଅଣ୍ଡା ଦେଇଥାଏ । ଅଣ୍ଡା ପରି ଏମାନଙ୍କ ବସା ମଧ୍ୟ ଛଳାବରଣ ପୂର୍ଣ୍ଣ ଓ ସେ ସ୍ଥାନର ମାଟି, ପଥର ଇତ୍ୟାଦିର ରଙ୍ଗରେ ଲୁଚିଯାଏ । ଜନବସତି ରହିଥିବା ଅଞ୍ଚଳରେ ଟେଣ୍ଟେଇମାନେ ଘର ଛାତ ଉପରେ ବସା ବାନ୍ଧନ୍ତି । ଏପରିକି ରେଳ ଧାରଣା ମଧ୍ୟରେ ରହିଥିବା ଛୋଟ ପଥର ଶଯ୍ୟାରେ ମଧ୍ୟ ଏମାନେ ବସା ବାନ୍ଧିବା ଦେଖାଯାଇଛି । ରେଳଗାଡ଼ି ଆସୁଥିଲେ ଚଢ଼େଇଟି ରେଳ ଧାରଣା ବାହାରକୁ ଚାଲିଯାଏ ଓ ଗାଡ଼ି ଯିବାପରେ ପୁଣି ଫେରିଆସେ । ଚାଷ ଜମି ପାଇଁ କୌଣସି ଅଞ୍ଚଳକୁ ସଫା କରିବା ବେଳେ ଟେଣ୍ଟେଇ ବସା ଓ ଅଣ୍ଡାକୁ ସ୍ଥାନାନ୍ତରିତ କରାଯିବାର କିଛି ଉଦାହରଣ ମଧ୍ୟ ରହିଛି । ବସା ତିଆରି କଲାବେଳେ ପାଖକୁ କୌଣସି ମାଂସାସୀ ପ୍ରାଣୀ ଆସିଲେ ଟେଣ୍ଟେଇ ସେମାନଙ୍କ ଉପରକୁ ଲମ୍ଫ ପ୍ରଦାନ କରି ଡରାଇବାକୁ ଚେଷ୍ଟା କରେ ବା ସେମାନଙ୍କୁ ବସାରୁ ଦୂରକୁ ନେବାକୁ ଚେଷ୍ଟା କରେ । ଉଭୟ ମାଈ ଓ ଅଣ୍ଡିରା ଚଢ଼େଇ ମିଶି ଅଣ୍ଡାଗୁଡ଼ିକ ଉଷୁମାଇଥାନ୍ତି । କୌଣସି ମାଂସଭୋଜୀ ଜୀବ ନିକଟକୁ ଆସିଲେ ସେମାନେ ତାକୁ ଆକ୍ରମଣ କରିବା ପରି ପ୍ରଦର୍ଶନ କରନ୍ତି କିମ୍ବା ସେମାନଙ୍କ ଦୃଷ୍ଟି ଅନ୍ୟ ଆଡ଼କୁ ଆକର୍ଷଣ କରିବାକୁ ଚେଷ୍ଟା କରନ୍ତି । ମଧ୍ୟାହ୍ନ ଓ ଅପରାହ୍ନର ସବୁଠାରୁ ଗରମ ସମୟରେ ଅଣ୍ଡିରାମନେ ଅଣ୍ଡା ଉଷୁମାନ୍ତି ଓ ଅନ୍ୟ ସବୁ ସମୟରେ ମାଈମାନେ ଅଣ୍ଡା ଉଷୁମାନ୍ତି । ୨୮ରୁ ୩୦ ଦିନରେ ଅଣ୍ଡାଗୁଡ଼ିକ ଫୁଟି ଛୁଆ ବାହାରିଥାନ୍ତି । ଟେଣ୍ଟେଇମାନଙ୍କ ମଧ୍ୟରେ ପ୍ରଜନନ ସଫଳତା ହାର ପ୍ରାୟ ୪୦% । ନେଉଳ, କାଉ, ଚିଲ ପରି ଜୀବ ଏମାନଙ୍କ ଅଣ୍ଡା ଖାଇଯାଉଥିବାରୁ ଅଣ୍ଡାଟି ଫୁଟି ଛୁଆ ହେବାର ସମ୍ଭାବନା ପ୍ରାୟ ୪୩% । ତେବେ ଟେଣ୍ଟେଇମାନଙ୍କ ମଧ୍ୟରେ ଶିଶୁମୃତ୍ୟୁ ହାର ପ୍ରାୟ ୮% ଏବଂ କେବଳ ପ୍ରଥମ ସପ୍ତାହରେ ସେମାନଙ୍କ ମୃତ୍ୟୁ ସମ୍ଭାବନା ସର୍ବାଧିକ ଥାଏ । ଅନ୍ୟ ଲାପ୍‍ୱିଂଗ୍ ପ୍ରଜାତିର ଚଢ଼େଇଙ୍କ ପରି ଟେଣ୍ଟେଇ ମଧ୍ୟ ନିଜର ପେଟ ପାଖର ପର ପାଣିରେ ଓଦା କରି ଛୁଆଙ୍କ ପାଖକୁ ଆସେ ଓ ଛୁଆମାନେ ତାହାର ଓଦା ପରରୁ ପାଣି ଗ୍ରହଣ କରନ୍ତି । ଅଣ୍ଡାର ତାପମାତ୍ରା କମ୍ କରିବାକୁ ହେଲେ ମଧ୍ୟ ଏହି ପଦ୍ଧତି କାମରେ ଆସିଥାଏ । ପାଣିର ଛୋଟ ଗାଡ଼ିଆ ବା ଜମା ହୋଇ ରହିଥିବା ପାଣିରେ ଏମାନେ ନିଜ ଦେହ ଓଦା କରନ୍ତି ସ୍ନାନ କରନ୍ତି । ରତିକ୍ରୀଡ଼ା ପରେ ବା ବସା ଛାଡ଼ିବା ସମୟରେ ନିଜ ପର ଖୁମ୍ପି ସଜାଡ଼ିଥାନ୍ତି । ଗୋଟିଏ ଗୋଡ଼ରେ ଛିଡ଼ାହୋଇ ବା କୌଣସି ସମତଳ ସ୍ଥାନରେ ଏମାନେ ବିଶ୍ରାମ କରନ୍ତି । ସ୍ୱସ୍ଥ ଓ ପ୍ରାପ୍ତବୟସ୍କ ପକ୍ଷୀମାନେ ମାଂସଭୋଜୀ ଜୀବଙ୍କଠାରୁ ସହଜରେ ଖସି ଯାଆନ୍ତି ଓ ନିଜର ଦ୍ରୁତବେଗରେ ଉଡ଼ିପାରିବାର କ୍ଷମତା ଯୋଗୁଁ ଚିଲ ଓ ଛଞ୍ଚାଣମାନଙ୍କଠାରୁ ମଧ୍ୟ ନିଜର ସୁରକ୍ଷା କରିପାରନ୍ତି । ଖାଦ୍ୟ ଭୂମି ଉପରେ ବୁଲୁଥିବା କୀଟପତଙ୍ଗ, ଗେଣ୍ଡା, ଛୋଟ ଅମେରୁଦଣ୍ଡୀ ପ୍ରାଣୀ, ପୋକଯୋକ ଇତ୍ୟାଦି ଟେଣ୍ଟେଇ ଚଢ଼େଇର ଖାଦ୍ୟ । ଟେଣ୍ଟେଇ ଶସ୍ୟ ମଧ୍ୟ ଖାଇଥାନ୍ତି । ଉଭୟ ଦିନ ଓ ରାତ୍ରି ସମୟରେ ଏମାନେ ଖାଇଥାନ୍ତି । ତେବେ ମୁଖ୍ୟତଃ ଦିନବେଳା ଏମାନେ ଖାଦ୍ୟ ଅନ୍ୱେଷଣ କରୁଥିବା ଦେଖାଯାଏ ଓ ରାତିରେ କ୍ୱଚିତ୍ ଖାଦ୍ୟ ସନ୍ଧାନରେ ବାହାରନ୍ତି । କୋମଳ ଓ ଢିଲା ମାଟିରୁ ନିଜ ଗୋଡ଼ ସହାୟତାରେ ଏମାନେ ପୋକ ଇତ୍ୟାଦିଙ୍କୁ ହଇରାଣ କରି ବାହାରି ଆସିବାକୁ ବାଧ୍ୟ କରନ୍ତି ଏବଂ ତାହା ପରେ ସେମାନଙ୍କୁ ଆହରଣ କରନ୍ତି । ଲୋକପ୍ରିୟ ସଂସ୍କୃତିରେ ଟେଣ୍ଟେଇ ଭାରତର କିଛି ସ୍ଥାନରେ ଲୋକ ବିଶ୍ୱାସ କରନ୍ତି ଯେ ଟେଣ୍ଟେଇ ଶୋଇବା ବେଳେ ପିଠିପଟେ ଶୁଏ ଓ ଗୋଡ଼ ଦୁଇଟି ଉପରକୁ ଉଠାଇ ରଖିଥାଏ । ଏଥିରୁ ଏକ ହିନ୍ଦୀ ଲୋକବାଣୀ " "ର ଜନ୍ମ; ଯାହାର ଅର୍ଥ ଟେଣ୍ଟେଇ କଣ ଆକାଶକୁ ଉଠେଇ ଧରି ରଖି ପାରିବ । କୌଣସି ଅଳ୍ପ ସାମର୍ଥ୍ୟବିଶିଷ୍ଟ, କମ୍ ଅନୁଭବୀ ବା ଦୁର୍ବଳ ବ୍ୟକ୍ତିକୁ ଏକ ବଡ଼ ଦାୟିତ୍ୱ ଦେଲେ ଏପରି ରୂପକ ଉକ୍ତି ବା ଋଢ଼ି ପ୍ରୟୋଗ କରାଯାଇଥାଏ । ଟେଣ୍ଟେଇ ଚଢ଼େଇ କୌଣସି ଉଚ୍ଚ ସ୍ଥାନରେ ଅଣ୍ଡା ପାରିଲେ ତାହା ଆଗକୁ ଭଲ ବର୍ଷା ହେବାର ସୂଚନା ଦିଏ ବୋଲି ରାଜସ୍ଥାନର ଲୋକଙ୍କର ବିଶ୍ୱାସ ରହିଛି । ପାରମ୍ପରିକ ଔଷଧ ପାଇଁ ଗାଁର ଚିକିତ୍ସକ ବା ବୈଦ୍ୟମାନେ ଟେଣ୍ଟେଇ ଚଢ଼େଇର ଅଣ୍ଡା ସଂଗ୍ରହ କରିଥାନ୍ତି ।
ଶ୍ରୀ ଜଗନ୍ନାଥ, ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ରାନ୍ତି କୁମାର । ବିଜୟ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ବିଜୟ ଭାସ୍କର କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଚକ୍ରପାଣୀ, ଝରଣା ଦାସ, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ପୀର ମିଶ୍ର, ମାମିନା, ମୁନିଶ୍ରୀ, ନିତ୍ୟାନନ୍ଦ ମିଶ୍ର, କେଦାର ଗୁରୁ, ବିରେନ୍ଦ୍ର ମହାନ୍ତି, ଧୀରେନ ଦାସ, ସରୋଜ ଦାସ, ଲୁନା ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ଚକ୍ରପାଣୀ - ବିଦ୍ୟାପତି ଝରଣା ଦାସ - ରାଣୀ ଗୁଣ୍ଡିଚା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ - ଶକ୍ତିଧର ପୀର ମିଶ୍ର ମାମିନା - ଲଳିତାର ସାଙ୍ଗ ମୁନିଶ୍ରୀ - ଲଳିତା ନିତ୍ୟାନନ୍ଦ ମିଶ୍ର - ବିଶ୍ୱାବସୁ କେଦାର ଗୁରୁ - ରାଜା ଇନ୍ଦ୍ରଦ୍ୟୁମ୍ନ ବିରେନ୍ଦ୍ର ମହାନ୍ତି ଧୀରେନ ଦାସ - ଗାଲମାଧବ ସରୋଜ ଦାସ ଲୁନା ମହାପାତ୍ର - କାଳିଆ କାହାଣୀ ଏହି କଥାଚିତ୍ରଟି ନୀଳକନ୍ଦରରେ ନୀଳମାଧବଙ୍କୁ ଠାବ କରିବା, ଲଳିତା ସ‌ହ ବିଦ୍ୟାପତିଙ୍କର ଭେଟ, ବିଶ୍ୱାବସୁଙ୍କଦ୍ୱାରା ବିଦ୍ୟାପତିଙ୍କର ନୀଳମାଧବ ଦର୍ଶନ ଏବଂ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କଦ୍ୱାରା ଶ୍ରୀମନ୍ଦିର ନିର୍ମାଣ ଆଦି ବିଷୟକୁ ନେଇ ନିର୍ମିତ ହୋଇଥିଲା । ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ବିନୋଦିନୀ ଦେବୀ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଅକ୍ଷୟ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଏସ୍. ଜାନକୀ, ଅକ୍ଷୟ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ପୁରୀ ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୬୦ କିମି ଦୁରରେ ଅବସ୍ଥିତ । ପୁରୀ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସସବୁ ଅଛି । ଭୂଗୋଳ ପୁରୀ ଓଡ଼ିଶାର ଏକ ସମୁଦ୍ର କୁଳିଆ ଜିଲ୍ଲା ହେଇଥିବାରୁ ଏଠାରେ ବର୍ଷସାରା ଜଳବାୟୁ ପ୍ରାୟ ସମାନ ଥାଏ । ପୁରୀ ଜିଲ୍ଲା ୧୯ ଡିଗ୍ରି ୨୮ ମିନିଟ୍ରୁ ୨୬ ଡିଗ୍ରି ୩୫ ମିନିଟ୍ ଅକ୍ଷାଂଷ ଓ ୮୪ ଡିଗ୍ରି ୪୯ ମିନିଟ୍ରୁ ୮୬ ଡିଗ୍ରି ୨୫ ମିନିଟ୍ ଦ୍ରାଘିମା ମନ୍ଧ୍ୟରେ ପ୍ରାୟ ୩୦୫୧ ବର୍ଗ କି. ମି. ବା ୨୬୪୯୮୮ ହେକ୍ଟର ଅଞ୍ଚଳରେ ବିସ୍ତ୍ରୁତ । ନଦୀ କୁଶଭଦ୍ରା ଦୟା ଭାର୍ଗବୀ ରତ୍ନଚିରା ପ୍ରାଚୀ ଦେବୀ ନଦୀ ହ୍ରଦ ଚିଲିକା ସର ହ୍ରଦ ଜନଗଣନା ୨୦୧୧ ଜନଗଣନା ଅନୁସାରେ ପୁରୀ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୯୭,୯୮୩ ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୩୨,୫୩୭ ଓ ସହରାଞ୍ଚଳରେ ୨,୬୫,୪୪୬ ଲୋକ ବାସ କରନ୍ତି ପୁରୁଷ: ୮,୬୫,୨୦୯ ମହିଳା: ୮,୩୨,୭୭୪ ଛ ବର୍ଷରୁ କମ: ୧,୬୪,୩୮୮ ପଢୁଆ ହାର: ୮୫.୩୭% ପୁରୁଷ: ୯୧.୮୪% ମହିଳା: ୭୮.୬୭% ପର୍ଯ୍ୟଟନ ସ୍ଥଳ ଶ୍ରୀ ଜଗନ୍ନାଥ ମନ୍ଦିର ଲୋକନାଥ ମନ୍ଦିର ପୁରୀ ବେଳାଭୂମି ସାକ୍ଷୀଗୋପାଳ ମନ୍ଦିର କୋଣାର୍କ ସୂର୍ଯ୍ୟ ମନ୍ଦିର ପିପିଲି ବାଲିହରଚଣ୍ଡୀ। ସାତଲହଡି ମଠ । କପେଳଶ୍ୱରପୁର । ମାଣିକପାଟଣା । ଗୁଣ୍ଡିଚା ମନ୍ଦିର । ସୁନାର ଗୌରାଙ୍ଗ । ଦକ୍ଷିଣକାଳୀ ମନ୍ଦିର,ବୀରଗୋବିନ୍ଦପୁର । କାମରୁପା କାଳୀ ମନ୍ଦିର,ବୀରପ୍ରତାପପୁର । ଉଗ୍ରତାରା କାଳୀ ମନ୍ଦିର, ସମଯାଜପୂର । ଦକ୍ଷିଣ କାଳୀ ପୀଠ, ବୀରନରସିଂହପୁର । ବରାଳ ବାଲୁଙ୍କେଶ୍ୱର ମନ୍ଦିର,ବରାଳ ବାବା ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି । ନୀଳକଣ୍ଠେଶ୍ୱର ମନ୍ଦିର, ଷ୍ଟାଣ୍ଡରା । ବାୟାବାବା ଗାଦି । ପଞ୍ଚୁପାଣ୍ଡବ ମନ୍ଦିର ସମୂହ । ବାଟ ମଙ୍ଗଳା । ଇନ୍ଦ୍ରେଶ୍ୱର ମହାଦେବ,ଓଲ୍ଲ ଓ ଅନ୍ୟାନ୍ୟ ମଠ ମନ୍ଦିର । ରଘୁରାଜପୁର ପଟ୍ଟଚିତ୍ର ଗ୍ରାମ ରାମଚଣ୍ଡୀ କାକଟପୁର ମଙ୍ଗଳା ଜାହାନିଆ (ଅସ୍ତରଙ୍ଗ) ଚନ୍ଦ୍ରଭାଗା ଚିଲିକା ହ୍ରଦ ସାତପଡା ଅଲାରନାଥ ମନ୍ଦିର,ବ୍ରହ୍ମଗିରି ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି କାଳିଅବୁଦା ଗାଦି,ଓଟାଙ୍ଗ କପିଳେଶ୍ୱର ମନ୍ଦିର . ଲୋକକଳା ସଙ୍ଗୀତ ଓ ନାଟ ହାତକଳା ଜଣାଶୁଣା ଖାଦ୍ୟ ଖଜା: ଖଜା ବା ଫେଣି ଏକ ଓଡ଼ିଆ ପିଠା ଯାହା ମ‌ଇଦାରୁ ତିଆରି ହୋଇଥାଏ । ଏହା ଦେଖିବାକୁ ଲମ୍ବା ଓ ପରସ୍ତ ପରସ୍ତ ହୋଇଥାଏ । ଏହା ଜଗନ୍ନାଥଙ୍କ ସକାଳ ଧୂପରେ ଠାକୁରମାନଙ୍କୁ ଅର୍ପଣ କରାଯାଇଥାଏ । ଖଜା (ଫେଣି) ପୁରୀର ଏକ ପ୍ରସିଦ୍ଧ ମିଠା । ଅଭଡା:ପୁରୀ ଜଗନ୍ନାଥଙ୍କ ଅଭଡା ଭାରତ ପ୍ରସିଦ୍ଧ।ଏହାକୁ ଲୋକମାନେ ମହାପ୍ରସାଦ ରୂପେ ଗ୍ରହଣ କରନ୍ତି।
୧୧୬୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ବିକର୍ଣ୍ଣ ସଂସ୍କୃତ: ଦୁର୍ଯୋଧନଙ୍କ ସାନଭାଇ ତଥା ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ଶହେ ପୁତ୍ରଙ୍କ ମଧ୍ୟରୁ ଜଣେ ଥିଲେ । ସେ ଏକ ମହାଯୋଦ୍ଧା ହେବା ସହ ନ୍ୟାୟବନ୍ତ ଏବଂ ଚତୁର ଥିଲେ । ଏଥିଯୋଗୁଁ ମହାଭାରତର କଥାବସ୍ତୁରେ ତାଙ୍କୁ ଅନ୍ୟାୟ ପକ୍ଷର ଏକ ନ୍ୟାୟବାନ ପୁରୁଷ ରୂପେ ବର୍ଣ୍ଣନା କରାଯାଇଛି । ବିକର୍ଣ୍ଣ ମହାଭାରତ ଯୁଦ୍ଧରେ ସେ ଚିତ୍ରଯୁଦ୍ଧ ଏବଂ ଚିତ୍ରଯୋଧୀନଙ୍କୁ ହତ୍ୟା କରିଥିଲେ । ଦ୍ରୌପଦୀଙ୍କ ବସ୍ତ୍ର ହରଣ ସମୟରେ ବିଦୁରଙ୍କ ବ୍ୟତୀତ ସେ ମଧ୍ୟ ଏହି ପାପକର୍ମକୁ ଘୃଣା ଏବଂ ବିରୋଧ କରିଥିଲେ । ସେ କହିଥିଲେ ଯେ, ଯୁଧିଷ୍ଠିର ପଶାଖେଳରେ ତାଙ୍କର ସମଗ୍ର ରାଜ୍ୟ ହରାଇଥିଲେ ମଧ୍ୟ ଦ୍ରୌପଦୀଙ୍କୁ ବାଜି ରଖିବାର ତାଙ୍କର କୌଣସି ଅଧିକାର ନାହିଁ । ମହାଭାରତ ଯୁଦ୍ଧରେ ସେ ସହଦେବ, ନକୁଳ ଏବଂ ଘଟୋଚ୍‌କଚ ଭଳି ଯୋଦ୍ଧାଙ୍କ ସହ ଯୁଦ୍ଧ କରିଥିଲେ । ପରିଶେଷରେ ଭୀମଙ୍କ ସହ ଯୁଦ୍ଧରେ ଭୀମ ଏହାଙ୍କୁ ହତ୍ୟା କରିଥିଲେ । ତେବେ ସେତେବେଳେ ଭୀମସେନ ମଧ୍ୟ ଏଥିପାଇଁ ବହୁତ ଦୁଃଖ ପ୍ରକାଶ କରିଥିଲେ । କୌରବ ଭ୍ରାତାମାନଙ୍କ ସହ ସେ ଦ୍ରୋଣାଚାର୍ଯ୍ୟଙ୍କଠାରୁ ଶିକ୍ଷାଗ୍ରହଣ କରିଥିଲେ । ସେମାନଙ୍କର ଶିକ୍ଷା ସମାପ୍ତ ଦ୍ରୋଣାଚାର୍ଯ୍ୟ ତାଙ୍କ ଶିଷ୍ୟମାନଙ୍କୁ କହିଲେ କି ଗୁରୁ ଦକ୍ଷିଣା ଭାବେ ସେମାନେ ଦ୍ରୁପଦଙ୍କୁ ବନ୍ଦୀ କରି ତାଙ୍କ ସମ୍ମୁଖରେ ହାଜର କରାନ୍ତୁ । ଦୁର୍ଯୋଧନଙ୍କ ନେତୃତ୍ୱରେ ଦୁଃଶାସନ, ଯୁଯୁତ୍ସୁ, ବିକର୍ଣ୍ଣ କୌରବ ସେନା ସହାୟତାରେ ଦ୍ରୁପଦଙ୍କ ବିରୁଦ୍ଧରେ ଯୁଦ୍ଧ କରି ପରାସ୍ତ ହେଲେ ଏବଂ ବିକର୍ଣ୍ଣଙ୍କ ସହ ତାଙ୍କ ଭାଇମାନେ ଯୁଦ୍ଧକ୍ଷେତ୍ରରୁ ଛତ୍ରଭଙ୍ଗ ଦେଇଥିଲେ । ସେ ସୁଦର୍ଶନାବତୀ ଏବଂ ତ୍ରିଲୋକାପୁରର ଇନ୍ଦୁମତିଙ୍କୁ ବିବାହ କରିଥିଲେ।
ନରବେ ଉତ୍ତର ଇଉରୋପରେ ଥିବା ଏକ ଦେଶ।
୬୬୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ହଳଧର ନାଗ ଜଣେ ଭାରତୀୟ କୋଶଳୀ-ସମ୍ବଲପୁରୀ-ଭାଷୀ ଲୋକକବି, ଲେଖକ ଓ ରାମକଥା ଗାୟକ । ଜଣେ ଲୋକ କବି ଭାବରେ ସେ ପ୍ରାରମ୍ଭିକ ଜୀବନରେ ଭଜନ, ରସରକେଲି, ଡାଲଖାଇ, ସଜନୀ ଆଦି ପାରମ୍ପରିକ ସମ୍ବଲପୁରୀ ଗୀତ ରଚନା କରିଥିଲେ ଓ ସେସବୁ ସ୍ଥାନୀୟ ଦଣ୍ଡ ନାଟରେ ପରିବେଷଣ କରାଯାଉଥିଲା । ମହାସତୀ ଉର୍ମିଳା, ଆଛିଆ, ତାରା ମନ୍ଦୋଦରୀ, ବଛର, ସିରି ସମଲାଇ, ବୀର ସୁରେନ୍ଦ୍ର ସାଏ, କରମସାଣୀ, ରସିଆ କବି, ପ୍ରେମ ପ୍ରଧାନ ଆଦି ତାଙ୍କର ଉଲ୍ଲେଖନୀୟ ରଚନା । ତାଙ୍କର ସାହିତ୍ୟ ରଚନା ନିମନ୍ତେ ସେ ୨୦୧୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ପାଇଥିଲେ । ୨୦୧୬ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ ଓ ୨୦୨୦ ମସିହାରେ ତାଙ୍କ ନାମରେ ପଦ୍ମଶ୍ରୀ ହଳଧର ନାଗ ସାଧନା କୁଟୀର ଓ ସଂଗ୍ରହାଳୟ ଉଦ୍‌ଘାଟନ କରିଥିଲେ । ତାଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଡକ୍ଟରେଟ ସମ୍ମାନ ପ୍ରଦାନ କରାଥିଲେ । ତାଙ୍କ ରଚନାବଳୀ ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଅନୂଦିତ ହୋଇଛି । ତାଙ୍କ ନାମରେ ଜନ୍ମଭୂମି ବରଗଡ଼ ଜିଲ୍ଲାର ଘେଁସଠାରେ ଏକ କୋଶଳୀ ଭାଷା ଓ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ସ୍ଥାପିତ ହୋଇଥିଲା । ବାଲ୍ୟଜୀବନ ହଳଧର ନାଗ ବରଗଡ଼ ଜିଲ୍ଲାର ଘେଁସଠାରେ ୧୯୫୦ ମସିହା ମାର୍ଚ ୩୧ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ମାତା ଗୁରୁବାରୀ ଓ ପିତା ଭଜ ନାଗଙ୍କ ୫ପୁଅ ଓ ୧ଝିଅଙ୍କ ମଧ୍ୟରୁ ସେ ସର୍ବ କନିଷ୍ଠ । ତାଙ୍କ ପିଲାଦିନର ନାମ "କାଲିଆ" । ତାଙ୍କ ଭଜ ବୃତ୍ତିରେ ଦିନମଜୁରିଆ ଥିଲେ । ଆର୍ଥିକ ଅସ୍ୱଚ୍ଛଳତା ହେତୁ ସେ ତୃତୀୟ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ହଳଧର ପିଲାବେଳେ ଘେଁସର ପ୍ରାଥମିକ ବିଦ୍ୟାଳୟରେ ଜଣେ ପାଣି ଭାରୁଆ ଭାବେ କାମ କରୁଥିଲେ । ମାତ୍ର ୧୦ବର୍ଷ ବୟସରୁ ସେ ନିଜ ପିତାମାତାଙ୍କୁ ହରାଇ ଗୁଜୁରାଣ ମେଣ୍ଟାଇବା ପାଇଁ ବିଦ୍ୟାଳୟ ହତାରେ ଏକ ତେଜରାତି ଦୋକାନ ଖୋଲିଥିଲେ । ଶିକ୍ଷକମାନେ ପିଲାମାନଙ୍କୁ ପଢାଇବା ସମୟରେ ତାକୁ ଶୁଣି ଓ ମନେରଖି ସେ ନିଜେ ନିଜେ ଅଭ୍ୟାସ କରୁଥିଲେ । ସାହିତ୍ୟ ରଚନା ସେ ନିଜ ମାତୃଭାଷା ସମ୍ବଲପୁରୀରେ ଲୋକ କାହାଣୀ ଲେଖୁଥିଲେ ଓ ପରେ ୧୯୯୦ ମସିହାରେ ସେ ତାଙ୍କର ପ୍ରଥମ କବିତା ଧୋଡ଼ୋ ବରଗଛ୍ ଲେଖିଥିଲେ । ପ୍ରାରମ୍ଭିକ ଜୀବନରେ ସେ ଭଜନ, ରସରକେଲି, ଡାଲଖାଇ, ସଜନୀ ଆଦି ପାରମ୍ପରିକ ସମ୍ବଲପୁରୀ ଗୀତ ରଚନା କରିଥିଲେ । ତାଙ୍କ ରଚିତ ଗୀତ ସ୍ଥାନୀୟ ୧୩ଟି ଗାଁରେ ଦଣ୍ଡ ନାଟରେ ପରିବେଷଣ କରାଯାଉଥିଲା । ନିଜ ଅନୁଭୂତି ଆଧାରରେ ସେ ମହାସତୀ ଉର୍ମିଳା, ରାତି, ଚଏତ୍ର ସକାଲ୍ ଆଏଲା, ଶବରୀ ଆଦି ଲୋକକାବ୍ୟ ରଚନା କରିଛନ୍ତି ଏବଂ ସେସବୁ ହଳଧର ଗ୍ରନ୍ଥାବଳୀ ପ୍ରଥମ ଓ ଦ୍ୱିତୀୟ ଭାଗ ଭାବେ ପ୍ରକାଶିତ ହୋଇଛି । ହଳଧର ଗ୍ରନ୍ଥାବଳୀ ଦ୍ୱିତୀୟ ଭାଗ ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ ହୋଇ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା । ତାଙ୍କର କେତେକ କାବ୍ୟ କିମ୍ବଦନ୍ତୀମୂଳକ । ତାଙ୍କ ନାମରେ ଲୋକ କବି ରତ୍ନ ହଳଧର ସଂସ୍କୃତି ପରିଷଦ, ହଳଧର ସାହିତ୍ୟ ସଂସଦ, ହଳଧର କ୍ଲବ ଓ ଲୋକକବି ହଳଧର ବନବିଦ୍ୟାଳୟ ଆଦି ଅନୁଷ୍ଠାନ ଗଢ଼ି ଉଠିଛି । ୨୦୨୦ ମସିହାରେ ତାଙ୍କ ନାମରେ ଭାରତ ସରକାର ପଦ୍ମଶ୍ରୀ ହଳଧର ନାଗ ସାଧନା କୁଟୀର ଓ ସଂଗ୍ରହାଳୟ ଉଦ୍‌ଘାଟନ କରିଥିଲେ । ରଚନାବଳୀ ଲୋକକାବ୍ୟ ରାତି ଚଏତ୍ର ସକାଲ୍ ଆଏଲା ଶବରୀ ମାଁ ଅଛିଆ ବଛର୍ ମହାସତୀ ଉର୍ମିଳା ରସିଆ କବି ସତିଆ ବିହା ଗୁଆଲ ତୀର୍ଥ ତପଚାରୀ ବାବା ହଲଧର ଧାମ ତାରା ମନ୍ଦୋଦରୀ ଶିରୀ ସମଲାଇ ଲକ୍ଷ୍ମୀପୁରାଣ ପ୍ରେମ୍ ପଏଚନ ବୀର୍ ସୁରେନ୍ଦ୍ର ସାଇ ସନ୍ଥ କବି ଭୀମଭୋଇ ଋଷି କବି ଗଙ୍ଗାଧର ଭାବ୍ ସୁରୁତ୍ ଭାବ ସୁରୁତ୍ ହଳଧର ଗ୍ରନ୍ଥାବଳୀ (୧ୟ ଭାଗ) ହଳଧର ଗ୍ରନ୍ଥାବଳୀ (୨ୟ ଭାଗ) ସମ୍ମାନ ଓ ପୁରସ୍କାର ତାଙ୍କ ସାହିତ୍ୟ ରଚନା ନିମନ୍ତେ ସେ ପ୍ରାୟ ୩୩୦ରୁ ଉର୍ଦ୍ଧ୍ୱ ଅନୁଷ୍ଠାନଦ୍ୱାରା ପୁରସ୍କୃତ ହୋଇଛନ୍ତି । ୨୦୧୬ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ । ଏହା ଛଡ଼ା ସେ ୨୦୧୭ ମସିହାରେ ପ୍ରଫୁଲ୍ଲ ତ୍ରିପାଠୀଙ୍କ ସହ ମିଳିତ ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ - ପାଇଥିଲେ । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ ବ୍ରହ୍ମପୁତ୍ର ସମ୍ମାନ ଓ ୨୦୧୪ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଆଦି ମଧ୍ୟ ପାଇଛନ୍ତି । ସେ "ଲୋକ କବିରତ୍ନ" , "କୋଶଳ କୁଇଲି" , "ଯାଦବ କୁଳ ଗୌରବ" , "କୋଶଳ ରତ୍ନ" ଓ "ଯାଦବ ରତ୍ନ" ଆଦି ଉପାଧିରେ ଭୂଷିତ ।
ଚିତାଗଛ ଏକ ଗୁଳ୍ମ ଜାଦୀୟ ଉଦ୍ଭିଦ। ଫୁଲର ରଙ୍ଗ ଓ ପତ୍ରରେ ପଡ଼ିଥିବା ଶିରାର ରଙ୍ଗକୁ ଆଧାର କରି ଧଳା ଓ ଲାଲ୍ ଭେଦରେ ଏହା ଦୁଇପ୍ରକାରର। ଏହା ଏକ ବିଷାକ୍ତ ଗଛ। ଏହାର ଚେରଗୁଡ଼ିକ ମାଂସଳ ଏବଂ ମୋଟା ହୋଇଥାଏ। ଏହି ଚେରକୁ ଚିତାମୂଳ କୁହାଯାଏ। ଏହାକୁ ଆଣି ଏଥିରୁ ଶିରା ବାହାର କରିଦେଲେ ବାକି ରହୁଥିବା ରସକୁ ଔଷଧରୂପେ ବ୍ୟବହାର କରାଯାଏ। ଧଳା ଚିତାମୂଳଠାରୁ ଲାଲ୍ ଚିତାମୂଳ ଅଧିକ ବିଷାକ୍ତ, ଯାହା ଦୁଷ୍ପ୍ରାପ୍ୟ ଓ ଔଷଧାଦିରେ ବ୍ୟବହାର କରିବାପାଇଁ ଅନୁପଯୁକ୍ତ। କେବଳ ଧଳା ଚିତାମୂଳକୁ ଔଷଧରୂପେ ବ୍ୟବହାର କରାଯାଏ। ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ ଶାସ୍ତ୍ରୋକ୍ତ ଗୁଣ ଶ୍ୱେତ ଚିତାମୂଳ ଉଷ୍ଣବୀର୍ଯ୍ୟ, କଟୁପାଚକ, ଅଗ୍ନିବର୍ଧକ, ଅଳ୍ପବିଷାକ୍ତ, ଅଜୀର୍ଣ, ଗୁଳ୍ମ, ପ୍ଳୀହା, ଯକୃତ, ଉଦରୀ, ଶୂଳ, କୃମି, ଶୋଥ, ଅର୍ଶ, ବାତଶ୍ଳେଷ୍ମ, କାସ, ତୃଷ୍ଣା, ଶ୍ଳେଷ୍ମପିତ୍ତ, ଗ୍ରହଣୀ, କୁଷ୍ଠ, ବ୍ରଣ ଆଦିର ନିବାରକ କ୍ଷତ, ଅସ୍ତ୍ରାଘାତ ଆଦିର ଚକିତ୍ସାରେ ଉପଯୋଗୀ। ବ୍ୟବହାର ମୁଖ୍ୟତଃ ଏହାର ମୂଳକୁ ଔଷଧରୂପେ ବ୍ୟବହାର କରାଯାଇଥାଏ। କ୍ଷତ, ଧବଳଛଉ, ଯକୃତ ରୋଗରେ ଏହାର ଉପଯୋଗ ହୋଇଥାଏ। ପ୍ରସବ ଯନ୍ତ୍ରଣା ପାଉଥିବା ସ୍ତ୍ରୀର ପୀଡ଼ାକୁ ଲାଘବ କରିବାପାଇଁ କବିରାଜମାନେ ଏହାର ପ୍ରୟୋଗ କରିଥାନ୍ତି। ଏହା ତ୍ରିମଦ, ପଞ୍ଚକୋଳ, ପଞ୍ଚଷୋଣ, ଷଡ଼ଷଣ ଆଦି ଆୟୁର୍ବେଦିକ ଔଷଧରେ ବ୍ୟବହୃତ ଘଟକମାନଙ୍କ ଭିତରୁ ଅନ୍ୟତମ। ଆଧାର ବାହାର ଆଧାର ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।
ଭାରତ ଏକ ଅର୍ଦ୍ଧ ରାଷ୍ଟ୍ର ସଂଘ ସମୀକ୍ଷା କର ମୁଖବନ୍ଧ ମୁଖବନ୍ଧ, ପ୍ରସ୍ତାବନା, ପୂର୍ବାଭାସ ବା ପ୍ରାକ୍‌କଥନ ସମ୍ବିଧାନର ମୁଖ ସଦୃଶ । ଜାତିର ଅଭୀପ୍ସା, ଆକାଙ୍‌କ୍ଷା ଓ ଲକ୍ଷ୍ୟ ଏଥିରେ ସନ୍ନିବେଶିତ ହୋଇଛି । ସମ୍ବିଧାନର ପ୍ରଣେତାମାନେ ଭାରତବାସୀଙ୍କ ତରଫରୁ ସମ୍ବିଧାନ ପ୍ରଣୟନ କରି ସେମାନଙ୍କ ହାତରେ ଅର୍ପଣ କରିଛନ୍ତି ବୋଲି ଘୋଷଣା କରିଛନ୍ତି । ମୁଖବନ୍ଧରେ ଲେଖାଯାଇଅଛି - ଆମ୍ଭେ, ଭାରତର ଲୋକମାନେ, ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ପନ୍ଥ-ନିରପେକ୍ଷ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରୂପେ ପ୍ରତିଷ୍ଠିତ କରିବାକୁ ତଥା ଏହାର ସମସ୍ତ ନାଗରିକଙ୍କୁ: ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ; ବିଚାର, ଅଭିବ୍ୟକ୍ତି, ବିଶ୍ବାସ, ଧର୍ମ ଏବଂ ଉପାସନାର ସ୍ୱତନ୍ତ୍ରତା; ପ୍ରତିଷ୍ଠା ଓ ସୁଯୋଗରେ ସମାନତା ପ୍ରାପ୍ତ କରାଇବା ପାଇଁ, ଏବଂ ସମସ୍ତଙ୍କ ମଧ୍ଯରେ, ବ୍ୟକ୍ତିର ଗାରିମା ଏବଂ ରାଷ୍ଟ୍ରର ଏକତା ଓ ଅଖଣ୍ଡତା ସୁନିଶ୍ଚିତ କରୁଥିବା ଭ୍ରାତୃଭାବର ବୃଦ୍ଧି ପାଇଁ ସଂକଳ୍ପବଦ୍ଧ ହୋଇ; ଆମ୍ଭର ଏହି ସମ୍ବିଧାନ ସଭାରେ ଆଜି ତାରିଖ ୨୬ ନଭେମ୍ବର ୧୯୪୯ ମସିହାରେ (ଦୁଇହଜାର ଛଅ ବିକ୍ରମ ସମ୍ବତ୍ସର ମାର୍ଗଶୀର ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ), ଏତଦ୍ୱାରା ଏହି ସମ୍ବିଧାନକୁ ଅଙ୍ଗୀକୃତ, ଅଧିନିୟମିତ ଏବଂ ଆତ୍ମାର୍ପିତ କରୁଛୁ । ସମ୍ବିଧାନ ଚିଠା କମିଟିର ଚେୟାରମ୍ୟାନ୍‌ ଡକ୍ଟର ଭୀମାରାଓ ରାମଜୀ ଆମ୍ବେଦକର (ବି.ଆର. ଆମ୍ବେଦକର) ଶାସନ ବିଧାୟକ ସଭାରେ ଘୋଷଣା କରିଥିଲେ ଯେ "ଏହି ପ୍ରସ୍ତାବନାରେ ସଦସ୍ୟମାନଙ୍କର ବାସନା ପରିସ୍ଫୁଟ ହୋଇଛି । ଜନସାଧାରଣ ଯେ ଏ ସମ୍ବିଧାନର ଚେର, ଉତ୍ସ ଓ ଜନସାଧାରଣ ଯେ ସାର୍ବଭୌମ ତାହା ଏଥିରେ ରୂପାୟିତ ହୋଇଛି ।" ଏହାକୁ ୪୨ଶ ସଂଶୋଧନରେ ଏକ ସମାଜବାଦୀ ଓ ଧର୍ମନିରପେକ୍ଷ ରାଷ୍ଟ୍ରରେ ପରିଣତ କରିବାକୁ ଘୋଷଣା କରାଯାଇଛି । ମୁଖବନ୍ଧ ପାଠକଲେ ୩ଟି ବିଷୟ ଜଣାଯାଏ । (୧) ସମ୍ବିଧାନର ଉତ୍ସ ଓ ମୂଳଭିତ୍ତି (୨) ସମ୍ବିଧାନର ଆଦର୍ଶ ଓ ଆଭିମୁଖ୍ୟ, (୩) ସମ୍ବିଧାନ ପ୍ରଣୟନର ତାରିଖ । ଏହି ମୁଖବନ୍ଧର ଉପାଦେୟତା ଉପରେ ଭାରତର ସୁପ୍ରିମକୋର୍ଟ କହିଛନ୍ତି. "ଭାରତର ଜନସାଧାରଣଙ୍କଦ୍ୱାରା କି କି ସାଧାରଣ ଉଦ୍ଦେଶ୍ୟ ସାଧିତ କରିବା ପାଇଁ ସମ୍ବିଧାନ ପ୍ରବର୍ତ୍ତିତ ଓ ପ୍ରତିଷ୍ଠା କରିଛନ୍ତି, ତାହା ଏହି ମୁଖବନ୍ଧରୁ ସ୍ପଷ୍ଟ ହୁଏ ।" ବିଖ୍ୟାତ ଆଇନଜ୍ଞ ଆଲ୍ଲାଦି କ୍ରିଷ୍ଣାସ୍ୱାମୀ ଆୟାରଙ୍କ ମତରେ " ସମ୍ବିଧାନ ପ୍ରଣେତାମାନଙ୍କର ମନର କଥା ରୂପାୟିତ କରିଥାଏ । କେଉଁ କେଉଁ ଅଭାବ-ଅସୁବିଧାକୁ ଦୂରୀଭୂତ କରାଯିବ, ତାହାର ଇଙ୍ଗିତ ମୁଖବନ୍ଧରେ ରହିଥାଏ ।" ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଶ୍ରୀ ମହାଜନଙ୍କ ମତରେ " ମୁଖବନ୍ଧର ଗମ୍ଭୀର ଘୋଷଣାର ଭାଷା ଓ ଶୈଳୀ ସମ୍ବିଧାନକୁ ପବିତ୍ର କରିଦେଇଛି ।" ଗାନ୍ଧିଜୀଙ୍କ ପରିକଳ୍ପିତ ସ୍ୱାଧୀନ ଭାରତର ଆଶା-ଆକାଙ୍ ‌କ୍ଷା ଏଥିରେ ପ୍ରତିଫଳିତ ହୋଇଛି । ମୁଖବନ୍ଧରେ ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ ମଧ୍ୟ ରହିଛି । ଏଥିରେ ଘୋଷଣା କରାଯାଇଛି ଯେ, ଭାରତ ଏକ ସ୍ୱାଧୀନ ଓ ସାର୍ବଭୌମ ରାଷ୍ଟ୍ର । ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ର । ଭାରତରେ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠିତ ହେବ । ନ୍ୟାୟବିଚାର, ସମତା ଓ ମୈତ୍ରୀ ସମସ୍ତଙ୍କୁ ନିଶ୍ଚିତ ଭାବେ ମିଳିବ । ବ୍ୟକ୍ତି ମର୍ଯ୍ୟାଦା ଓ ଜାତିର ଏକତା ଓ ସଂହତି । ଜନତାର ସାର୍ବଭୌମତ୍ୱ । ସମାଜବାଦ ଓ ଧର୍ମନିରପେକ୍ଷତା ଆଦି ସମ୍ବିଧାନର ଲକ୍ଷ୍ୟ । ବିଖ୍ୟାତ ରାଜନୀତିକ ଦାର୍ଶନିକ ଆର୍ଣ୍ଣେଷ୍ଟ ବାର୍କରଙ୍କ ମତରେ "ଭାରତ ସମ୍ବିଧାନର ମୁଖବନ୍ଧରେ ସମ୍ବିଧାନର ସଂକ୍ଷିପ୍ତ ସାର ଓ ଯୁକ୍ତି ସନ୍ନିବେଶିତ ହୋଇଛି । ଫଳରେ ଏହା ସମ୍ବିଧାନର ଚାବିକାଠି ରୂପେ କାର୍ଯ୍ୟ କରିବ ।" ଜନତାର ସାର୍ବଭୌମତ୍ୱ ପ୍ରତିଷ୍ଠା କରି ସମ୍ବିଧାନର ପ୍ରଣେତାମାନେ କହିଦେଇଛନ୍ତି ଯେ. " ସରକାର ସର୍ବଦା ଜନତାଦ୍ୱାରା ସୃଷ୍ଟି ଓ ଜନତାର ସିଦ୍ଧାନ୍ତଦ୍ୱାରା ଆବଦ୍ଧ ରହିବ ।" ପଣ୍ଡିତ ଜବାହରଲାଲ ନେହେରୁ ୧୯୪୬ ମସିହା ଡିସେମ୍ବର ୧୩ ତାରିଖ ଦିନ ଯେଉଁ ଅବଜେକ୍ଟିଭ ରିଜୋଲ୍ୟୁସନ ବା " ଆଭିମୁଖ୍ୟ ପ୍ରସ୍ତାବ " ପେଶ କରିଥିଲେ, ସେଥିରେ ଥିବା ସମସ୍ତ ବ୍ୟବସ୍ଥା ସମ୍ବିଧାନର ମୁଖବନ୍ଧରେ ଉଲ୍ଲେଖ କରାଯାଇଛି । ମାନବ ସମାଜ ଯେଉଁ ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଇଥାଏ, ସେସବୁ ଦର୍ଶନର ସମାହାର ଏହି ମୁଖବନ୍ଧରୁ ମିଳିବ । ପଣ୍ଡିତ ଠାକୁରଦାସ ଭାର୍ଗବ ଶାସନ ବିଧାୟକ ସଭାରେ ମୁଖବନ୍ଧକୁ "ସମ୍ବିଧାନର ଆତ୍ମା" ରୂପେ ବର୍ଣ୍ଣନା କରିଥିଲେ । ଶାସନ ବିଧାୟକ ସଭାରେ ମୁଖବନ୍ଧକୁ "ସମ୍ବିଧାନର ଉପାଦେୟତାର ମାପକାଠି" ରୂପେ ଘୋଷଣା କରାଯାଇଛି । ତେବେ ବିଚାରାଳୟରେ ସମ୍ବିଧାନର ମୁଖବନ୍ଧକୁ ଆଇନ ହିସାବରେ ଗଣାଯାଇପାରିବ ନାହିଁ । ଏହା କେବଳ ସମ୍ବିଧାନର ଆଭିମୁଖ୍ୟ ଦର୍ଶାଏ; ଅନ୍ତର୍ନିହିତ ଉଦ୍ଦେଶ୍ୟ ପ୍ରତିପାଦିତ କରେ ଓ ଦର୍ପଣ ରୂପେ କାମ ଦିଏ, କିନ୍ତୁ ଆଇନ ପରି ଫଳ ଦେଇପାରିବ ନାହିଁ । ଭାରତ ଏକ ସାର୍ବଭୌମ ରାଷ୍ଟ୍ର ସମ୍ବିଧାନରେ ଭାରତକୁ ଏକ ସାର୍ବଭୌମ ରାଷ୍ଟ୍ରରୂପେ ଘୋଷଣା କରାଯାଇଛି । ଡକ୍ଟର ଆମ୍ବେଦକର ଶାସନ ବିଧାୟକ ସଭାରେ କହିଥିଲେ, "ଭାରତକୁ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ବହୁ ରାଜ୍ୟରେ ବିଭାଗ କରିଥିଲେ ମଧ୍ୟ, ରାଷ୍ଟ୍ରର ଏକତା ଅକ୍ଷୁର୍ଣ୍ଣ ରହିବ ଓ ସାର୍ବଭୌମତ୍ୱ କେନ୍ଦ୍ରୀଭୂତ ଓ ଏକୀକରଣ ହୋଇ ରହିବ ।" ଭାରତର ଆଭ୍ୟନ୍ତରୀଣ ଓ ବହିର୍ଦ୍ଦେଶ ସାର୍ବଭୌମତ୍ୱ ପ୍ରତିଷ୍ଠିତ ହୋଇଛି । ଅବଶ୍ୟ ଯେ କୌଣସି ସ୍ୱାଧୀନ ରାଷ୍ଟ୍ର ସାର୍ବଭୌମ କ୍ଷମତା ଉପଭୋଗ କରିଥାଏ । ସ୍ୱାଧୀନ ସାଧାରଣତନ୍ତ୍ର ରାଷ୍ଟ୍ର ହେବା ମାତ୍ରେ ରାଷ୍ଟ୍ର ଯେ ସାର୍ବଭୌମ, ଏଥିରେ ସନ୍ଦେହ ନଥାଏ । ତଥାପି ଉପନିବେଶ ଶାସନର ଅବସାନ ହେଲା ବୋଲି ଘୋଷଣା ସହ ଏହି ଶବ୍ଦ ପ୍ରୟୋଗରେ ପ୍ରତିଫଳିତ ହୋଇଛି । ବାହାର ରାଷ୍ଟ୍ର ସହିତ ବନ୍ଧୁତା ସ୍ଥାପନ କରି, ସେମାନଙ୍କ ସହିତ ସହଯୋଗ କଲେ ମଧ୍ୟ ଭାରତ ଯେ ନିଜର ଭାଗ୍ୟ ନିଜେ ନିୟନ୍ତ୍ରଣ କରିବ ଏହି ମନୋଭାବ ଓ ଦୃଢ଼ତା ସମ୍ବିଧାନରେ ଉଲ୍ଲେଖ କରାଯାଇଛି । କମନୱେଲ୍‌ଥ ବା ରାଜ୍ୟଗୋଷ୍ଠୀର ସଭ୍ୟ ହେଲେ ମଧ୍ୟ ଭାରତ ତା ର ସାର୍ବଭୌମତ୍ୱ ବଜାୟ ରଖିଛି । ସାଧାରଣତନ୍ତ୍ର ରାଷ୍ଟ୍ର ହୋଇ ନିଜ ଇଚ୍ଛାରେ ଅନ୍ୟ ରାଜ୍ୟମାନଙ୍କ ସହିତ ମିଳିମିଶି କାର୍ଯ୍ୟ କରିବାଦ୍ୱାରା ରାଷ୍ଟ୍ରର ସାର୍ବଭୌମତ୍ୱରେ ଆଞ୍ଚ ଆସେ ନାହିଁ । ୧୯୪୯ ମସିହା ଏପ୍ରିଲ ୨୭ ତାରିଖ ଦିନ ରାଜ୍ୟଗୋଷ୍ଠୀ ପ୍ରଧାନମନ୍ତ୍ରୀ ଶାନ୍ତି ସମ୍ମିଳନୀରେ ଶାନ୍ତି. ମୈତ୍ରୀ ଓ ପ୍ରଗତି ପାଇଁ ସମାନ ମର୍ଯ୍ୟାଦା ସହ ସଭ୍ୟ ହୋଇ ରହିବାକୁ ସାଧାରଣତନ୍ତ୍ର ଭାରତର ଘୋଷଣାକୁ ସ୍ୱାଗତ କରାଯାଇଥିଲା । ନେହେରୁଙ୍କ ଯୁକ୍ତି ଥିଲା ଯେ ଜାତିସଂଘର ସଦସ୍ୟ ହିସାବରେ ଭାରତର ବହିଃନିର୍ଦ୍ଦେଶୀୟ ସାର୍ବଭୌମତ୍ୱରେ ଯେତେ ଆଞ୍ଚ ଆସେ, ରାଜ୍ୟଗୋଷ୍ଠୀ ସଭ୍ୟ ହିସାବରେ ସ୍ୱାଧୀନ ରାଷ୍ଟ୍ର ହୋଇ ଇଂଲଣ୍ଡର ରାଣୀଙ୍କୁ ରାଜ୍ୟଗୋଷ୍ଠୀର ମୁଖ୍ୟ ଓ ରାଜ୍ୟଗୋଷ୍ଠୀର ସଙ୍କେତ ହିସାବରେ ଗ୍ରହଣ କରିବାଦ୍ୱାରା ସେଭଳି ଆଞ୍ଚ ଆସିବ ନାହିଁ । ଭାରତ ରାଜ୍ୟଗୋଷ୍ଠୀର ସଦସ୍ୟ ହୋଇ ରହିବାର ନିଷ୍ପତିକୁ ଶାସନ ବିଧାୟକ ସଭା ୧୯୪୯ ମସିହା ମେ ମାସ ୧୭ ତାରିଖ ଦିନ ମଞ୍ଜୁର କରିଥିଲେ । ରାଜ୍ୟଗୋଷ୍ଠୀର ମୁଖ୍ୟ ହିସାବରେ ସେ କେବଳ "ସଙ୍କେତ" ରୂପେ ରହିବେ । ତାଙ୍କର କିଛି କ୍ଷମତା ରହିବ ନାହିଁ କି କାର୍ଯ୍ୟ ବି ରହିବ ନାହିଁ । ଜାତୀୟ ସଙ୍କେତ ଅଶୋକସ୍ତମ୍ଭ ଭଳି ରାଜ୍ୟଗୋଷ୍ଠୀର ସଙ୍କେତ ରୂପେ ଇଂଲଣ୍ଡର ରାଣୀ ରହିବେ । ଏ ସଙ୍କେତକୁ ଯେ କୌଣସି ସମୟରେ ଫିଙ୍ଗି ଦିଆଯାଇପାରେ । ରାଜ୍ୟଗୋଷ୍ଠୀରୁ ଯେ କୌଣସି ସମୟରେ ଭାରତ ଓହରି ଯାଇପାରିବ । ଏଥିରେ ସାର୍ବଭୌମତ୍ୱ ଉପରେ ଆଞ୍ଚ ଆସିବାର ପ୍ରଶ୍ନ ଉଠେ ନାହିଁ । ବୃହତ୍ତମ ଲିଖିତ ସମ୍ବିଧାନ ସମ୍ବିଧାନ ପ୍ରବର୍ତ୍ତିତ ହେଲାବେଳେ ସର୍ବମୋଟ ୩୯୫ ଧାରା ଓ ୮ଟି ତାଲିକା ଥିଲା । ବିଭିନ୍ନ ସମ୍ବିଧାନ ସଂଶୋଧନଦ୍ୱାରା କେତେକ ନୂଆ ଧାରା ଯୋଡ଼ା ଯାଇଛି ଓ କେତୋଟି ପୁରୁଣା ଧାରା କାଟି ଦିଆଯାଇଛି । ଆଉ କେତେକ ତାଲିକା ଅଧିକା ଯୋଡ଼ି ଦିଆଯାଇଛି । ଫଳରେ ମାର୍ଚ୍ଚ ୨୦୧୩ ସୁଦ୍ଧା ୪୪୮ଟି ଧାରା ଓ ୧୨ଟି ତାଲିକା ରହିଛି । ଯଦିଓ ସମ୍ବିଧାନର ଶେଷ ଧାରା କ୍ରମାଙ୍କ ୩୯୫; ପୁରୁଣା କ୍ରମାଙ୍କରେ ପରିବର୍ତ୍ତନ ନ କରାଯାଇ ସମ୍ବିଧାନ ସଂଶୋଧନଦ୍ୱାରା ନୂତନ ଧାରାକୁ ଉପକ୍ରମାଙ୍କ ଭାବେ ଉଲ୍ଲେଖ କରାଯାଇଛି । ଉଦାହରଣ ସ୍ୱରୂପ "ଶିକ୍ଷା ଆଇନ:ଧାରା ୨୧-କ" କୁ ୮୬ତମ ସମ୍ବିଧାନ ସଂଶୋଧନ ପରେ ଗ୍ରହଣ କରାଯାଇଥିଲା । ଏତେ ବଡ଼ ସମ୍ବିଧାନ ଆଉ କେଉଁଠାରେ ଦେଖିବାକୁ ମିଳେନାହିଁ । ହରିବିଷ୍ଣୁ କାମାଥ ଏ ବିଷୟରେ ଥରେ ଆଲୋଚନା କଲାବେଳେ କହିଥିଲେ, "ଆମ ଶାସନ ବିଧାୟକ ସଭାର ସଙ୍କେତ ହେଲା ହାତୀ । ତେଣୁ ଆମ ସମ୍ବିଧାନ ମଧ୍ୟ ହାତୀ ପରି ବଡ଼ ହୋଇଛି ।" ସମ୍ବିଧାନର ଆକାର ବଡ଼ ହେବାର କେତେକେ କାରଣ ମଧ୍ୟ ରହିଛି । ବିଭିନ୍ନ ଦେଶର ସମ୍ବିଧାନର ଭଲ ଅଂଶ ଆଣି ଆମ ସମ୍ବିଧାନରେ ଭର୍ତ୍ତି କରାଯାଇଛି । ବିଲାତର ସଂସଦୀୟ ଶାସନ, ଆମେରିକାର ମୌଳିକ ଅଧିକାର, ଆୟାରଲାଣ୍ଡର ରାଷ୍ଟ୍ରନୀତି ସମ୍ପର୍କୀୟ ନିର୍ଦ୍ଦେଶ, ୧୯୩୫ ମସିହା ଆଇନରୁ ଜରୁରୀକାଳୀନ ବ୍ୟବସ୍ଥା ଇତ୍ୟାଦି ଅଣାଯାଇଛି । ୧୯୩୫ ଆଇନରୁ ଅଧିକାଂଶ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଚାରାଳୟ, ନିର୍ବାଚନ, ପ୍ରଶାସନିକ ସେବା, ଭାଷା ସଂସଦର କାର୍ଯ୍ୟପ୍ରଣାଳୀ ଇତ୍ୟାଦି ବିଷୟରେ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା ରଖିବାକୁ ଚେଷ୍ଟା କରାଯାଇଛି । ଭାରତର ଅନେକ ସମସ୍ୟା ରହିଛି ଯାହା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼ିଥିଲା । ତାହା ହେଉଛି - ତହସିଲଭୁକ୍ତ ଜାତି ଓ ଆଦିବାସୀଙ୍କ ପାଇଁ ଗୋଟିଏ ପରିଚ୍ଛେଦ, ଜରୁରୀକାଳୀନ ବ୍ୟବସ୍ଥା ପାଇଁ ଗୋଟିଏ, ସରକାରୀ ଭାଷା ପାଇଁ ଆଉ ଗୋଟିଏ; ଏହିପରି କେତେକେ ପରିଚ୍ଛେଦ ରଖାଯାଇଛି । ଆମର ସଂଘ ଶାସନର ସମ୍ବିଧାନ ଓ ରାଜ୍ୟର ସମ୍ବିଧାନ ଉଭୟ ଏହି ସମ୍ବିଧାନରେ ସନ୍ନିବେଶିତ କରାଯାଇଛି । ଅବଶ୍ୟ ଜାମ୍ମୁ-କାଶ୍ମୀର ରାଜ୍ୟର ନିଜର ସ୍ୱତନ୍ତ୍ର ସମ୍ବିଧାନ ପ୍ରବର୍ତ୍ତନ କରିବାର କ୍ଷମତା ରହିଛି; କିନ୍ତୁ ଆମେରିକା ସଂଘ ସରକାରଙ୍କ ସମ୍ବିଧାନ ଲିପିବଦ୍ଧ ହୋଇଛି ଓ ରାଜ୍ୟମାନଙ୍କର ଅଲଗା ଅଲଗା ସମ୍ବିଧାନ ରହିଛି । କେନ୍ଦ୍ର-ରାଜ୍ୟ ସଂପର୍କ ନେଇ ବିସ୍ତୃତ ବ୍ୟବସ୍ଥା କରାଯାଇଛି । ପ୍ରଶାସନିକ, ଆର୍ଥିକ ତଥା ଆଇନଗତ ସଂପର୍କ ସବୁ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ମୌଳିକ ଅଧିକାର ଓ ରାଷ୍ଟ୍ରନୀତି ନିର୍ଦ୍ଦେଶ ଉପରେ ଦୁଇଟି ଅଧ୍ୟାୟ ରହିଛି । ସମ୍ବିଧାନର ଚିଠା ପ୍ରସ୍ତୁତ କଲାବେଳେ ଓ ଶାସନ ବିଧାୟକ ସଭାରେ ଗ୍ରହଣ କଲାବେଳେ ବିଭିନ୍ନ ସମ୍ବିଧାନର ଭଲଗୁଣ ସଂଗ୍ରହ କରିବା ପାଇଁ ଯେଉଁ ବ୍ୟଗ୍ରତା ପ୍ରକାଶ ପାଇଥିଲା, ତାହାରି ଫଳରେ ସମ୍ବିଧାନ ବଡ଼ ରୂପ ଧାରଣ କରିଛି । ସମାଲୋଚକମାନଙ୍କୁ ଉତ୍ତର ଦେଇ ଡକ୍ଟର ଆମ୍ବେଦକର କହିଥିଲେ, "ଆମେ ଭଲ ଭଲ ବ୍ୟବସ୍ଥା ଆହରଣ କରିବାରେ ଲଜ୍ଜିତ ନୋହୁଁ । ଏଥିରେ ନକଲ କରିବାର କିଛି ନାହିଁ । ସମ୍ବିଧାନ ଉପରେ ମୌଳିକ ଚିନ୍ତାଧାରାର ଏକଚାଟିଆ ମାଲିକାନା ସ୍ୱତ୍ୱ କାହାର ନାହିଁ ।" ନମନୀୟତା-ଅନମନୀୟତାର ସମାହାର ଭାରତର ସମ୍ବିଧାନ ଏକ ଲିଖିତ ସମ୍ବିଧାନ । ଏହାର କେତେକ ଅଂଶ ନମନୀୟ ବା ପରିବର୍ତ୍ତନୀୟ ଓ ଆଉ କେତେ ଅଂଶ ଅନମନୀୟ । ସଂଘଶାସନ ସମ୍ବନ୍ଧୀୟ ଧାରାମାନ, କେନ୍ଦ୍ର ଓ ରାଜ୍ୟ ସରକାର, ବିଧାନମଣ୍ଡଳ ଓ ବିଚାର ସଂସ୍ଥା, କ୍ଷମତା ବିତରଣ ତାଲିକା ଏବଂ ସମ୍ବିଧାନ ସଂଶୋଧନ ପ୍ରଣାଳୀ ଇତ୍ୟାଦି ଅନମନୀୟ । ଏହାକୁ ସଂଶୋଧନ କରିବାକୁ ହେଲେ ୩୬୮ ଧାରା ଅନୁସାରେ ଏକ କଷ୍ଟକର ବିସ୍ତୃତ ପ୍ରଣାଳୀର ଆଶ୍ରୟ ନେବାକୁ ହୁଏ । କେନ୍ଦ୍ର ପାର୍ଲିଆମେଣ୍ଟରେ ପ୍ରତ୍ୟେକ ସଦନରେ ଯେଉଁଦିନ ଏହା ଗ୍ରହଣ କରାଯିବ ସେଦିନ ଉପସ୍ଥିତ ଥିବା ସଦସ୍ୟମାନଙ୍କର ଦୁଇ ତୃତୀୟାଂଶ ତଥା ସମସ୍ତ ସଦସ୍ୟ ସଂଖ୍ୟାର ଅର୍ଦ୍ଧାଧିକ ଭୋଟରେ ସଂଶୋଧନ କରାଯାଇପାରିବ । ତା ସଙ୍ଗେ ସଙ୍ଗେ ୨୮ଟି ରାଜ୍ୟରୁ ଅନ୍ତତଃ ପକ୍ଷେ ୧୫ଟି ରାଜ୍ୟର ବିଧାନମଣ୍ଡଳର ସମ୍ମତି ଲାଭ କଲେ ଏହିସବୁ ଅନମନୀୟ ଧାରାମାନ ସଂଶୋଧିତ ହୋଇପାରିବ । ଅନ୍ୟ ପକ୍ଷରେ ଆଉ କେତେକ ଧାରା ରହିଛି ଯାହାକୁ ଉକ୍ତ ପ୍ରଣାଳୀରେ ପାର୍ଲିଆମେଣ୍ଟର ଉଭୟ ସଦନ ସଂଶୋଧନ କରିପାରିବେ । କିନ୍ତୁ ରାଜ୍ୟ ବିଧାନମଣ୍ଡଳମାନଙ୍କ ସମ୍ମତି ଦରକାର ନାହିଁ । ମୌଳିକ ଅଧିକାର, ରାଷ୍ଟ୍ରନୀତି ନିର୍ଦ୍ଦେଶାବଳୀ ଇତ୍ୟାଦି ଏ ପ୍ରଣାଳୀର ଅନ୍ତର୍ଭୁକ୍ତ । ଆଉ କେତେକ ଅଂଶ ରହିଛି ଯାହା ସାଧାରଣ ଆଇନ ପ୍ରଣୟନ ପ୍ରଣାଳୀରେ ସଂଶୋଧିତ ହୋଇପାରିବ । ୪ ଧାରାରେ ରାଜ୍ୟର ନାମ, ସୀମା, କ୍ଷେତ୍ରଫଳ; ୧୬୯ ଧାରାରେ ଦ୍ୱିସଦନ ପ୍ରତିଷ୍ଠା କରିବା ବା ରଦ୍ଦ କରିବା ଆଦି ଏହି ପ୍ରଣାଳୀରେ ସଂଶୋଧିତ ହୋଇପାରିଛି । ଆଉ କେତେକ ଧାରା, ପାର୍ଲିଆମେଣ୍ଟର ସାଧାରଣ ଆଇନଦ୍ୱାରା କାର୍ଯ୍ୟକାରୀ ହେବାର ବ୍ୟବସ୍ଥା ରହିଛି । ନାଗରିକତା ବିଷୟରେ ୧୯୫୬ ମସିହାରେ ଆଇନ ପ୍ରଣୀତ ହୋଇଥିଲା । ମିସା ଆଇନ, ଅସ୍ପୃଶ୍ୟତା ନିବାରଣ ଆଇନ, ରାଷ୍ଟ୍ରପତି ନିର୍ବାଚନ, ଲୋକପ୍ରତିନିଧି ଆଇନଦ୍ୱାରା ସମ୍ବିଧାନର କେତେକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି । ଅବସ୍ଥାର ପରିବର୍ତ୍ତନ ସହ ତାଳପକାଇ ଚାଲିବା ପାଇଁ ସମ୍ବିଧାନରେ ବ୍ୟବସ୍ଥା ରହିଛି । ୧୯୬୬ ମସିହାରେ ସୁପ୍ରିମକୋର୍ଟ ଗୋଖଲନାଥ ବନାମ ପଞ୍ଜାବ ମୋକଦ୍ଦମାରେ ରାୟ ଦେଇ ପାର୍ଲିଆମେଣ୍ଟର ସମ୍ବିଧାନ ସଂଶୋଧନ କ୍ଷମତା ମୌଳିକ ଅଧିକାର ପରିଚ୍ଛେଦ ଉପରେ ନାହିଁ ବୋଲି ମତ ଦେଇଥିଲେ । କେଶବାନନ୍ଦ ଭାରତୀ ବନାମ କେରଳ ମୋକଦ୍ଦମାରେ ପାର୍ଲିଆମେଣ୍ଟ ସମ୍ବିଧାନର ସମସ୍ତ ଅଂଶ ସଂଶୋଧିତ କରିପାରିବ, କିନ୍ତୁ ମୌଳିକ ବୈଶିଷ୍ଟ୍ୟ ଛୁଇଁପାରିବ ନାହିଁ ବୋଲି ମତ ଦେଇଥିଲେ । ଏହା ଫଳରେ ଅନିଶ୍ଚିତତା ବୃଦ୍ଧି ପାଇଲା । ସେଥିପାଇଁ ସମ୍ବିଧାନର ଚତୁର୍ବିଂଶ ସଂଶୋଧନରେ ପାର୍ଲିଆମେଣ୍ଟକୁ ସଂପୂର୍ଣ୍ଣ କ୍ଷମତା ଦିଆଯାଇଛି । ଯେ କୌଣସି ଅଂଶକୁ ଏହା ସଂଶୋଧନ କରିପାରିବାର କ୍ଷମତା ପାଇଛି । କିନ୍ତୁ ୧୯୮୦ରେ ସୁପ୍ରିମକୋର୍ଟ "ମିନର୍ତ୍ତା ମିଲସ" ମୋକଦ୍ଦମାରେ ପାର୍ଲିଆମେଣ୍ଟ ସମ୍ବିଧାନର ମୌଳିକ ରୂପରେଖ ପରିବର୍ତ୍ତନ କରିପାରିବ ନାହିଁ ବୋଲି ପୁନଶ୍ଚ ରାୟ ଦେଇଛନ୍ତି । ଜବାହରଲାଲ ନେହେରୁ କହିଥିଲେ, "ଆମେ ଆମ ସମ୍ବିଧାନକୁ ଦୃଢ଼, ଚିରସ୍ଥାୟୀ କରିବାକୁ ଚାହୁଁ । କିନ୍ତୁ ତତ୍‌ ସଙ୍ଗେ ଏଥିରେ ନମନୀୟତା ରହିବା ଦରକାର । ଯଦି ସମ୍ବିଧାନକୁ ଅନମନୀୟ ଓ ଚିରସ୍ଥାୟୀ କରାଯାଏ, ତେବେ ଜାତିର ଅଭିବୃଦ୍ଧି ବନ୍ଦ ହୋଇଯିବ । ଜାତି ଜୀବନ୍ତ । ତେଣୁ ପରିବର୍ତ୍ତନଶୀଳ ଅବସ୍ଥାର ସମ୍ମୁଖୀନ ହେବାର ସୁବିଧା ରହିବା ଦରକାର । ଆମେ ଭାବୀ ବଂଶଧରଙ୍କର ହାତ ବାନ୍ଧି ଦେଇ ପାରିବା ନାହିଁ ।" ଫଳରେ ୧୯୫୦ରୁ ସେପ୍ଟେମ୍ବର ୨୦୧୩ ଭିତରେ ସମ୍ବିଧାନର ୯୮ଥର ସଂଶୋଧନ ହୋଇଛି । ସଂସଦୀୟ ଶାସନ ପାର୍ଲିଆମେଣ୍ଟଙ୍କ ନିକଟରେ ଦାୟୀ ହେଉଥିବା ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଗଠିତ ମନ୍ତ୍ରୀମଣ୍ଡଳ ଶାସନକୁ ସଂସଦୀୟ ଶାସନ କୁହାଯାଏ । ରାଷ୍ଟ୍ରମୁଖ୍ୟ କେବଳ ଅଳଙ୍କାର ପରି କ୍ଷମତାଶୂନ୍ୟ ହୋଇ ମନ୍ତ୍ରୀପରିଷଦର ପରାମର୍ଶରେ ପରିଚାଳିତ ହୋଇଥାନ୍ତି । ବିଲାତରେ ଏହିପରି ସରକାର ପ୍ରତିଷ୍ଠିତ । ବିଲାତର ଢାଞ୍ଚାରେ ଭାରତରେ ସଂସଦୀୟ ଶାସନ ବା ମନ୍ତ୍ରୀଶାସନ ପ୍ରବର୍ତ୍ତିତ ହୋଇଛି । ୧୯୩୫ ମସିହା ଆଇନରେ ପ୍ରଦେଶର ଦାୟିତ୍ୱମୂଳକ ସରକାର ପ୍ରତିଷ୍ଠିତ ହୋଇଥିଲା । ସେ ସମ୍ବନ୍ଧରେ ଭାରତୀୟ ନେତାମାନଙ୍କର ଊଣାଅଧିକେ ଅଭିଜ୍ଞତା ଥିଲା । ସମ୍ବିଧାନରେ ବିଲାତର ଏହି ଅନୁଷ୍ଠାନ ସଂସଦୀୟ ଶାସନ ପ୍ରବର୍ତ୍ତିତ ହୋଇଛି । ମନ୍ତ୍ରୀମାନେ ପ୍ରକୃତ ଶାସନ କ୍ଷମତା ପ୍ରୟୋଗ କରନ୍ତି । ପାର୍ଲିଆମେଣ୍ଟ ନିକଟରେ ସେମାନେ ବ୍ୟକ୍ତିଗତ ଓ ମିଳିତ ଭାବେ ଦାୟୀ ଅଟନ୍ତି । ରାଷ୍ଟ୍ରପତି ରାଷ୍ଟ୍ରର ମୁଖ୍ୟ ହିସାବରେ ମନ୍ତ୍ରୀମାନଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତି । ପାର୍ଲିଆମେଣ୍ଟ ଦେଶର ଅର୍ଥନୈତିକ, ରାଜନୈତିକ, ସାମରିକ, ବୈଦେଶିକ ଆଦି ସବୁ ବିଷୟରେ ସର୍ବେସର୍ବା । ପାର୍ଲିଆମେଣ୍ଟଦ୍ୱାରା ମନ୍ତ୍ରୀମାନେ ବିତାଡ଼ିତ ହୋଇପାରିବେ । ପାର୍ଲିଆମେଣ୍ଟର ବିଶ୍ୱାସଭାଜନ ହୋଇଥିବା ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ କ୍ଷମତା ପ୍ରୟୋଗ କରିପାରିବ । କିନ୍ତୁ ବିଶ୍ୱାସ ହରାଇଲେ କ୍ଷମତାରୁ ଅପସରି ଯିବାକୁ ବାଧ୍ୟ । ପାର୍ଲିଆମେଣ୍ଟର ପ୍ରାଧାନ୍ୟ ଯୋଗୁଁ ଏହି ପ୍ରଣାଳୀକୁ ପାର୍ଲିଆମେଣ୍ଟାରୀ ଶାସନ ବା ସଂସଦୀୟ କୁହାଯାଏ । ସଂଘ ଶାସନ ଓ ଐକିକ ପ୍ରବୃତ୍ତି ଭାରତ ସମ୍ବିଧାନରେ ସଂଘ ଶାସନ ପ୍ରବର୍ତ୍ତିତ ହୋଇଛି । ସଂଘଶାସନରେ ଯେଉଁ ଯେଉଁ ଉପାଦାନ ଦରକାର, ତାହା ଭାରତ ସମ୍ବିଧାନରେ ଉଲ୍ଲେଖ ରହିଛି । ସଂଘଶାସନର ୪ଟି ଉପାଦାନ ଥାଏ । ଲିଖିତ ଓ ଅନମନୀୟ ସମ୍ବିଧାନ କେନ୍ଦ୍ର ଓ ରାଜ୍ୟ ସ୍ତରରେ ସରକାର କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ କ୍ଷମତା ବଣ୍ଟନ ସ୍ୱାଧୀନ ଓ ନିରପେକ୍ଷ ସର୍ବୋଚ୍ଚ ନ୍ୟାୟାଳୟ ଭାରତ ସମ୍ବିଧାନରେ ଏହି ଚାରୋଟି ଉପାଦାନ ଦେଖିବାକୁ ମିଳେ । ଭାରତ ସମ୍ବିଧାନରେ ରାଜ୍ୟମାନଙ୍କୁ ସଂଘଶାସନରୁ ଅଲଗା ହୋଇଯିବାକୁ ଅଧିକାର ଦିଆଯାଇନାହିଁ । ଫଳରେ ଭାରତ ଏକ ଅଚ୍ଛେଦ୍ୟ ଓ ଅବିନାଶୀ ସଂଘରାଷ୍ଟ୍ର ହିସାବରେ ବିଦ୍ୟମାନ । ପ୍ରଫେସର କେ.ସି. ହୁଏର ଭାରତର ସଂଘଶାସନକୁ ପ୍ରାୟକଳ୍ପ ସଂଘଶାସନ ରୂପେ ବର୍ଣ୍ଣନା କରିଛନ୍ତି । ତାଙ୍କ ମତରେ "ଭାରତରେ କାର୍ଯ୍ୟତଃ ଐକିକ ପ୍ରାଧାନ୍ୟ ସରକାର, ଗୌଣ ସଂଘୀୟ ଆବରଣରେ କାମ କରୁଛି । ସଂଘୀୟ ପ୍ରାଧାନ୍ୟ ଥାଇ ଐକିକ ଉପାଦାନସବୁ ଗୌଣ ହୋଇ ରହିବ ନାହିଁ ।" ଅବଶ୍ୟ ଜାତୀୟ ଏକତା, ସଂହତି ଓ ପ୍ରତିରକ୍ଷା ପାଇଁ ଜରୁରୀକାଳୀନ ଅବସ୍ଥାରେ ଭାରତର ଐକିକ ଶାସନର ପ୍ରାଧାନ୍ୟ ରହିବା ପାଇଁ ବ୍ୟବସ୍ଥା ରହିଛି । ଜାତି ବଞ୍ଚିଲେ, ରାଜ୍ୟ ବଞ୍ଚିବ । ତେଣୁ ରାଜ୍ୟମାନଙ୍କ ସ୍ୱାତନ୍ତ୍ର୍ୟ ମଳିନ ହୋଇଥାଏ । କିନ୍ତୁ ସାଧାରଣ ସମୟରେ ମଧ୍ୟ ଐକିକ ଶାସନର ପ୍ରାଧାନ୍ୟ ଦେଖାଯାଏ । ରାଜ୍ୟପାଳମାନେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି । ସେମାନେ ସଂଘଶାସନର ସେତୁ, ପ୍ରହରୀ ଓ ପ୍ରତିନିଧିରୂପେ କାମ ନ କଲେ ସଂଘଶାସନ ଦୁର୍ବଳ ହୋଇଯିବ । କେନ୍ଦ୍ରଠାରୁ ଆର୍ଥିକ ସହାୟତା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା, କେନ୍ଦ୍ରର ଆର୍ଥିକ ସ୍ୱଚ୍ଛଳତା ଓ ରାଜ୍ୟମାନଙ୍କର ଆର୍ଥିକ ଦୁର୍ଗତି, ଯୋଜନା କମିଶନ, ଅତିମାନବ ମନ୍ତ୍ରୀପରିଷଦ ତଥା ରାଷ୍ଟ୍ରାଧିପତି ପରି କ୍ଷମତା ପ୍ରୟୋଗ କରି ଭାରତୀୟ ଯୋଜନା ନିୟନ୍ତ୍ରଣ କରୁଛନ୍ତି । ରାଜ୍ୟମାନେ କେନ୍ଦ୍ର ନିକଟରେ ସର୍ବଦା ଭିକାରୀ ରୂପେ କାର୍ଯ୍ୟ କରୁଥିବା ଲକ୍ଷ୍ୟ କରାଯାଉଛି । ଶିଳ୍ପ ପାଇଁ ଲାଇସେନ୍ସ, ବନ୍ୟା, ବାତ୍ୟା, ଯୋଜନା ପାଇଁ ସାଧାରଣ କାର୍ଯ୍ୟପାଇଁ ଆର୍ଥିକ ସାହାଯ୍ୟ ପ୍ରଭୃତି ଲାଗି ରାଜ୍ୟମାନେ କେନ୍ଦ୍ରର ଦ୍ୱାରସ୍ଥ ହେଉଛନ୍ତି । ସର୍ବଭାରତୀୟ ପ୍ରଶାସନିକ ସେବା, ସବୁ ବିଷୟରେ କେନ୍ଦ୍ରମନ୍ତ୍ରୀଙ୍କ ଅଧିନାୟକତ୍ୱରେ ରାଜ୍ୟମନ୍ତ୍ରୀମାନଙ୍କ ସଭା ଓ ଜାତୀୟ ନୀତିନିୟନ୍ତ୍ରଣ, ଜାତୀୟ ଉନ୍ନୟନ ପରିଷଦ, ରାଜ୍ୟପାଳ ସମ୍ମିଳନୀ, ବାଚସ୍ପତି ସମ୍ମିଳନୀ, ବିଭାଗୀୟ ମନ୍ତ୍ରୀ ସମ୍ମିଳନୀ, ଶାସନ ସଚିବ ତଥା ମୁଖ୍ୟ ସଚିବ ସମ୍ମିଳନୀ ଆଦି କେନ୍ଦ୍ରୀଭୂତ ପ୍ରବୃତ୍ତିର ନିଦର୍ଶନ । ଏହାଦ୍ୱାରା କେନ୍ଦ୍ର ଦୃଢ଼ୀଭୂତ ହେଉଛି ଓ ହେବାର କଥା । ସମ୍ବିଧାନର ୩୫୬ ଧାରା ଅନୁସାରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ପ୍ରବର୍ତ୍ତିତ ହୋଇପାରିବ । କେନ୍ଦ୍ର ରାଜ୍ୟର ସୀମା ପରିବର୍ତ୍ତନ କରିପାରିବ, ରାଜ୍ୟକୁ ଭାଙ୍ଗି ୨ ବା ୩ ରାଜ୍ୟ କରିପାରିବ ବା ଲୋପ କରିଦେଇ ପାରିବ । ରାଜ୍ୟର ସମ୍ମତି ଦରକାର ନାହିଁ । ରାଜ୍ୟ ସରକାର ଯଦି କେନ୍ଦ୍ରର ନିର୍ଦ୍ଦେଶ ଅମାନ୍ୟ କରନ୍ତି ଅଥବା ଜାତୀୟ ଏକତା ଓ ସଂହତି ପ୍ରତି ବାଧା ଆଣନ୍ତି, ତେବେ ସାମ୍ବିଧାନିକ ପନ୍ଥାରେ ୩୫୬ ଧାରା ପ୍ରୟୋଗ କରି ମନ୍ତ୍ରୀମଣ୍ଡଳକୁ ବିଦାୟ ଦେଇ, ରାଷ୍ଟ୍ରପତି ଶାସନ ପ୍ରୟୋଗ କରାଯାଇ ପାରିବ । ରାଜ୍ୟମାନଙ୍କ ପକ୍ଷରୁ କେନ୍ଦ୍ରକୁ କାୟମନୋବାକ୍ୟରେ ଦୁର୍ବଳ କରିବାକୁ ଦିଆଯିବା ଉଚିତ ନୁହେଁ । ରାଜ୍ୟ ସ୍ୱାତନ୍ତ୍ର୍ୟ ନାମରେ ଜାତିକୁ ଦୁର୍ବଳ କରିବାକୁ ଦେବା ଠିକ୍‌ ହେବ ନାହିଁ । ଜାତୀୟ ସଂହତି, କେନ୍ଦ୍ରର ଦୃଢ଼ତା ଏବଂ ସ୍ୱାଧୀନତାର ନିରାପତ୍ତା, ଜାତୀୟ ସମ୍ମାନ ଓ ଜାତୀୟ ପ୍ରତିରକ୍ଷା, ଆର୍ଥନୀତିକ କଳକୁ କ୍ଷୁଣ୍ଣ କରିବାକୁ ଦିଆଯିବା ଉଚିତ ନୁହେଁ । ସେଥିପାଇଁ ସାର୍‌ ଆଇଭର ଜେନିଙ୍ଗସ୍‌ କହିଛନ୍ତି, "ସଂଘଶାସନ ହେଲେ ମଧ୍ୟ ଜାତୀୟ ସ୍ୱାର୍ଥର ପ୍ରାଧାନ୍ୟ ବଜାୟ ରଖିବାକୁ ହେବ ।" କେ. ସାନ୍ତନମ୍ ‌ଙ୍କ ମତରେ, "ଭାରତ ବାସ୍ତବରେ ଐକିକ ଶାସନ ହିସାବରେ ଚଳିଆସିଛି । ଅବଶ୍ୟ କେନ୍ଦ୍ର ଓ ରାଜ୍ୟମାନେ ଆଇନଗତ ହିସାବରେ ଓ ବାହ୍ୟ ବ୍ୟବହାରରେ ସଂଘରାଷ୍ଟ୍ରପରି କାର୍ଯ୍ୟ କରିଛନ୍ତି ।" ସମ୍ବିଧାନର ପ୍ରଣେତାମାନେ ସଂଘଶାସନ ଓ ଐକିକ ଶାସନ ମଧ୍ୟରେ ସମନ୍ୱୟ ସୃଷ୍ଟିକରିବା ପାଇଁ ବ୍ୟବସ୍ଥା ରଖିଥିଲେ । ଡକ୍ଟର ଆମ୍ବେଦକର କହିଛନ୍ତି, " ଆମ ସମ୍ବିଧାନରେ ଏପରି ବ୍ୟବସ୍ଥା ରହିଛି ଯେ ଦରକାର ଅନୁଯାୟୀ ଏହା ସଂଘଶାସନ ଅଥବା ଐକିକ ଶାସନରେ ପରିଣତ ହୋଇପାରିବ ।" ଭାରତରେ କେନ୍ଦ୍ରୀଭୂତ ସଂଘଶାସନ ପ୍ରବର୍ତ୍ତିତ ହୋଇଛି । ଏହା ଏକ "ଯୌଥ ସଂଘଶାସନ ।" କେନ୍ଦ୍ର ଉପରେ ରାଜ୍ୟମାନେ ଯେପରି ନିର୍ଭର କରୁଛନ୍ତି, ରାଜ୍ୟମାନଙ୍କ ଉପରେ କେନ୍ଦ୍ର ସରକାର ସେହିପରି ନିର୍ଭରଶୀଳ । ରାଜ୍ୟ ପୋଲିସ, କୋର୍ଟ କଚେରୀ, କର୍ମଚାରୀମାନଙ୍କ ସାହାଯ୍ୟରେ କେନ୍ଦ୍ରର ସଂପତ୍ତି, କାର୍ଯ୍ୟ ଆଦି ପରିଚାଳିତ । କେନ୍ଦ୍ରର ନିର୍ବାଚନ କାର୍ଯ୍ୟ ରାଜ୍ୟର କର୍ମଚାରୀ ପରିଚାଳନା କରନ୍ତି । କେନ୍ଦ୍ରର ରେଳ, ଡାକ-ତାର ସଂପତ୍ତି ସବୁ ରାଜ୍ୟ ପୋଲିସଙ୍କଦ୍ୱାରା ସଂରକ୍ଷିତ । କେନ୍ଦ୍ରର ସମାନ୍ତରାଳ ଥାନା, କଚେରୀ, ପ୍ରଶାସନିକ କର୍ମଚାରୀ ସବୁ ରାଜ୍ୟରେ ନାହିଁ । ତେଣୁ ରାଜ୍ୟମାନଙ୍କ ଉପରେ କେନ୍ଦ୍ର ନିର୍ଭର କରେ । ଫଳରେ ଭାରତରେ ଏକ "ଯୌଥ-ସଂଘଶାସନ" ପ୍ରବର୍ତ୍ତିତ ହୋଇଛି । ଯଦିଓ କେନ୍ଦ୍ରୀଭୂତ ଶାସନ ଓ ଐକିକ ପ୍ରବୃତ୍ତି ରହିଛି, ତଥାପି ଏହାଦ୍ୱାରା ସଂଘଶାସନ ଦୃଢ଼ୀଭୂତ ହୋଇଛି । ତା ନ ହୋଇଥିଲେ ୟୁରୋପ ପରି ଭାରତରେ ଅନେକ କ୍ଷୁଦ୍ର କ୍ଷୁଦ୍ର ରାଷ୍ଟ୍ର ପ୍ରତିଷ୍ଠିତ ହୋଇସାରନ୍ତାଣି । ସେଥିପାଇଁ କୁହାଯାଏ ଯେ ଭାରତରେ "ଅସୀମ ବିଭେଦ ଓ ଅନ୍ତର୍ଗତ ଐକ୍ୟର ସମନ୍ୱୟ ହୋଇଛି ।" ମୌଳିକ ଅଧିକାର ସମ୍ବିଧାନର ତୃତୀୟ ପରିଚ୍ଛେଦରେ ପ୍ରତ୍ୟେକ ବ୍ୟକ୍ତିକୁ ମୌଳିକ ଅଧିକାର ପ୍ରଦାନ କରାଯଇଛି । ଆମେରିକା ସମ୍ବିଧାନ ପରି ଆମର ମୌଳିକ ଅଧିକାରସବୁ ସମ୍ବିଧାନରେ ଲିପିବଦ୍ଧ ହୋଇଛି । ଏହାକୁ ଛଅଭାଗରେ ବିଭକ୍ତ କରାଯାଇପାରେ: ସମାନତାର ଅଧିକାର ସ୍ବତନ୍ତ୍ର ବା ସ୍ୱାଧୀନତାର ଅଧିକାର ଶୋଷଣ ବିରୋଧ ଅଧିକାର ଧର୍ମଗତ ସ୍ୱାଧୀନତାର ଅଧିକାର ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ସାମ୍ବିଧାନିକ ପ୍ରତିକାରଗତ ଅଧିକାର ସମ୍ପତ୍ତିଗତ ଅଧିକାର ମୌଳିକ ଅଧିକାର ଅନ୍ତର୍ଗତ ନୁହେଁ । ୪୪ତମ ସଂଶୋଧନ ବଳରେ ଏହାକୁ ଆଇନଗତ ଅଧିକାରଭୁକ୍ତ କରାଯାଇଛି । ତା ଅର୍ଥ ହେଉଛି ଯେ ବ୍ୟକ୍ତିର ସଂପତ୍ତି ରହିବ; କିନ୍ତୁ ସରକାର ଶାସନ କରି ସେ ସଂପତ୍ତି ଦଖଲ କଲେ ତା ବିରୁଦ୍ଧରେ ନ୍ୟାୟାଳୟରେ ଉକ୍ତ କାର୍ଯ୍ୟକୁ ସମ୍ବିଧାନବିରୋଧୀ ବୋଲି ମୋକଦ୍ଦମା କରି ହେବନାହିଁ । ସମ୍ବିଧାନରେ ସମତା ଅଧିକାର ୧୪ ଧାରାଠାରୁ ୧୮ ଧାରାରେ ଲିପିବଦ୍ଧ ହୋଇଛି । ଆଇନ ଆଗରେ ସମସ୍ତେ ସମାନ ଓ ଆଇନଦ୍ୱାରା ସମଭାବରେ ସଂରକ୍ଷିତ । ସୁପ୍ରିମକୋର୍ଟ କହିଛନ୍ତି ଯେ ସମଅବସ୍ଥାରେ ସମତା ଲାଗୁହେବ । ରାଷ୍ଟ୍ର ବା ସରକାର ଆଇନ ଜରିଆରେ ଲୋକ ବା ଜିନିଷକୁ ଏକାଗୁଣବିଶିଷ୍ଟ ହୋଇଥିଲେ ବିଭକ୍ତିକରଣ କରିପାରିବେ । ଅର୍ଥାତ୍‌ ସମଗୁଣବିଶିଷ୍ଟ ବ୍ୟକ୍ତି, ଅନୁଷ୍ଠାନ ବା ଜିନିଷକୁ ଗୋଟିଏ ଗୋଟିଏ ଗୋଷ୍ଠୀ କରି ବା ଭାଗ କରି ସେହି ବିଭାଗରେ ଥିବା ସମସ୍ତଙ୍କୁ ସମତା ବିତରଣ କରିପାରିବେ । ରାଷ୍ଟ୍ର କୌଣସି ନାଗରିକ ବିରୋଧରେ କେବଳ ଧର୍ମ, ଜାତି, ବର୍ଣ୍ଣ, ଜନ୍ମସ୍ଥାନ ବା ସେମାନଙ୍କ ମଧ୍ୟରୁ କୌଣସି କାରଣରେ କୌଣସି ବିଭେଦ କରିପାରିବେ ନାହିଁ । ଅବଶ୍ୟ ସ୍ତ୍ରୀ, ପିଲା ବା ଅନୁନ୍ନତ ବ୍ୟକ୍ତିମାନଙ୍କ ପାଇଁ ରାଷ୍ଟ୍ର ବିଶେଷ ବ୍ୟବସ୍ଥା କରିପାରିବ । ସରକାରୀ ଚାକିରିକ୍ଷେତ୍ରରେ ସମସ୍ତ ନାଗରିକଙ୍କର ସମାନ ସୁଯୋଗ ରହିବ । ଅସ୍ପୃଶ୍ୟତା ଲୋପକରି ଏହାକୁ ଦଣ୍ଡନୀୟ ଅପରାଧ କରାଯାଇଛି । ସରକାର କାହାକୁ ବିଦ୍ୟାଗତ ବା ସାମରିକ ଉପାଧି ବ୍ୟତୀତ ଅନ୍ୟ ଉପାଧି ଦେଇ ପାରିବେ ନାହିଁ । ବର୍ତ୍ତମାନ ଯେଉଁ ଭାରତରତ୍ନ, ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ ପ୍ରଭୃତି ପଦବୀ ଦିଆଯାଉଛି ଏହା କେବଳ ସମ୍ମାନ ସୂଚକ । ସପ୍ତସ୍ୱାଧୀନତା ଅଧିକାର ସମ୍ବିଧାନର ୧୯ ଧାରାରେ ଦିଆଯାଇଛି: ବାକ୍‌ ସ୍ୱାଧୀନତା ଓ ଅଭିବ୍ୟକ୍ତିର ସ୍ୱାଧୀନତା ଶାନ୍ତିପୂର୍ବକ ତଥା ନିରସ୍ତ୍ର ସମ୍ମେଳନର ସ୍ୱାଧୀନତା ସଙ୍ଘ ବା ସମିତି ଗଠନର ସ୍ୱାଧୀନତା ଭାରତରେ ଅବାଧ ଗମନାଗମନ କରିବାର ସ୍ୱାଧୀନତା ଭାରତର ଯେ କୌଣସି ଅଂଶରେ ବସବାସ କରିବାର ସ୍ୱାଧୀନତା ସମ୍ପତ୍ତି ଉପାର୍ଜନ, ରକ୍ଷଣ ଓ ବିକ୍ରୟ ବା ଦାନ କରିବାର ସ୍ୱାଧୀନତା ବୃତ୍ତିଗତ ଜୀବିକା ବା କାରବାର କରିବାର ସ୍ୱାଧୀନତା । ଅବଶ୍ୟ ଏ ସବୁ ସ୍ୱାଧୀନତାର ଅଧିକାର ଉପରେ କଟକଣା ଜାରି କରିବାର ଅଧିକାର ସରକାରଙ୍କର ରହିଛି । ସମ୍ବିଧାନ ୨୦, ୨୧ ଓ ୨୨ ଧାରାରେ ବ୍ୟକ୍ତିଗତ ଅଧିକାର ପ୍ରଦାନ କରାଯାଇଛି । ଏ ସବୁ "ଆଇନ ଶାସନ" ସମ୍ବନ୍ଧୀୟ ଅଧିକାର । ଆଇନଭଙ୍ଗ ନ କଲେ ବ୍ୟକ୍ତି ଦଣ୍ଡିତ ହୋଇପାରିବ ନାହିଁ । ଏକା ଅପରାଧ ପାଇଁ ଏକାଧିକ ଥର ଦଣ୍ଡ ଦିଆଯାଇ ପାରିବ ନାହିଁ । ନିଜ ବିରୁଦ୍ଧରେ ସାକ୍ଷ୍ୟ ଦେବା ପାଇଁ କେହି କାହାକୁ ବାଧ୍ୟ କରିପାରିବେ ନାହିଁ । ୨୧ ଧାରାରେ ବ୍ୟକ୍ତିର ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତା ସଂରକ୍ଷିତ ହୋଇଛି । ୨୨ ଧାରାରେ ବନ୍ଧନ ଓ ହାଜତରେ ରଖିବା ବିରୁଦ୍ଧରେ କେତେକ ବ୍ୟବସ୍ଥା ରହିଛି । ୨୩ ଓ ୨୪ ଧାରାରେ ଶୋଷଣ ବିରୁଦ୍ଧରେ ଅଧିକାର ଦିଆଯାଇଛି । ବେଠି ବେଗାରୀ ଓ ପିଲାଙ୍କୁ କଠିନ କାମରେ ଲଗାଯାଇ ପାରିବ ନାହିଁ । ଧର୍ମସ୍ୱାଧୀନତା ବିଷୟରେ ୨୫ ଧାରାଠାରୁ ୨୮ ଧାରା ପର୍ଯ୍ୟନ୍ତ ଅଧିକାର ଲିପିବଦ୍ଧ ହୋଇଛି । ସମସ୍ତେ ନିଜ ନିଜ ମୁତାବକ ଧର୍ମଗ୍ରହଣ, ପ୍ରଚାର ଓ ପ୍ରସାର କରିବାର କ୍ଷମତା ପାଇଛନ୍ତି । ରାଷ୍ଟ୍ର ବା ସରକାର କୌଣସି ଧର୍ମକୁ ସରକାରୀ ଧର୍ମ ରୂପେ ଘୋଷଣା କରିପାରିବେ ନାହିଁ କିମ୍ବା କୌଣସି ଧର୍ମ ଉପରେ ଜିଜିୟା କର ବସାଇ ପାରିବେ ନାହିଁ । କୌଣସି ସରକାରୀ ଅନୁଷ୍ଠାନରେ ଧର୍ମଶିକ୍ଷା ଦିଆଯାଇ ପାରିବ ନାହିଁ । ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ସମ୍ବିଧାନର ୨୯ ଓ ୩୦ ଧାରାରେ ଉଲ୍ଲେଖ ରହିଛି । ପ୍ରତ୍ୟେକ ସଂଖ୍ୟାଲଘୁ ବା ସଂଖ୍ୟାଗୁରୁ ଗୋଷ୍ଠୀର ବ୍ୟକ୍ତି ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ । ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ନିଜର ଭାଷା ଓ ସଂସ୍କୃତି ବଜାୟ ରଖିପାରିବେ । ସମ୍ପତ୍ତିଗତ ଅଧିକାର ମୌଳିକ ଅଧିକାର ପରିସରରୁ ବା ମୌଳିକ ଅଧିକାର ଅଧ୍ୟାୟରୁ ଉଠିଯାଇଛି । ୧୯୭୯ ଅଗଷ୍ଟ ୧ ତାରିଖରେ ହୋଇଥିବା ୪୪ତମ ସମ୍ବିଧାନ ସଂଶୋଧନ ବଳରେ ଏହାକୁ ଆଇନଗତ ଅଧିକାରଭୁକ୍ତ କରାଯାଇଛି । ସମସ୍ତଙ୍କ ସମ୍ପତ୍ତି ରଖିବା ଅଧିକାର ଆଇନଦ୍ୱାରା ନିର୍ଣ୍ଣିତ ହେବ । ସରକାର ସାଧାରଣ ହିତ ପାଇଁ ବ୍ୟକ୍ତିର ସମ୍ପତ୍ତି ନିଜ ହାତକୁ ନେଇ ପାରିବେ । ସମ୍ପତ୍ତିର ସୀମା ଧାର୍ଯ୍ୟ କରିପାରିବେ । ୯ମ ତାଲିକାରେ ସନ୍ନିବିଷ୍ଟ ଆଇନଗୁଡ଼ିକ ଭୂସଂସ୍କାର ପାଇଁ ଉଦ୍ଦିଷ୍ଟ । ରାଷ୍ଟ୍ରୀୟ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ପତ୍ତି ଉପରେ ଆଞ୍ଚ ଆଣିପାରିବେ । ସରକାର ଯେଉଁ ପରିମାଣରେ କ୍ଷତିପୂରଣ ଦେବେ, ତାହା କୋର୍ଟକଚେରୀ ବିଚାର ବହିର୍ଭୂତ ହେବ । ସରକାର ବ୍ୟକ୍ତିଗତ ସମ୍ପତ୍ତିକୁ ଦଖଲ କରିପାରିବା ପାଇଁ ଆଇନ ପ୍ରଣୟନ କରିପାରିବେ । ସେ ଆଇନକୁ ସମ୍ବିଧାନବିରୋଧୀ ବୋଲି କେହି ନ୍ୟାୟାଳୟରେ ଦାବୀ କରିପାରିବେ ନାହିଁ । ଅର୍ଥାତ ବିବାହ, ଚୁକ୍ତି, ଅପରାଧ, ଯାନବାହନ ସମ୍ବନ୍ଧୀୟ ଅଧିକାର ଯେପରି ଆଇନଦ୍ୱାରା ନିର୍ଦ୍ଧାରିତ ହେଉଛି; ସମ୍ପତ୍ତି ରଖିବା, ଭୋଗ କରିବା, ବିକ୍ରୟ କରିବା, ରୋଜଗାର କରିବା ଇତ୍ୟାଦି ଅଧିକାର ମଧ୍ୟ ଆଇନଦ୍ୱାରା ନିର୍ଦ୍ଧାରିତ ବା ନିୟନ୍ତ୍ରିତ ହୋଇପାରିବ । ଉକ୍ତ ଆଇନ ସମ୍ବିଧାନର ଅନ୍ୟାନ୍ୟ ମୌଳିକ ଅଧିକାର କ୍ଷୁଣ୍ଣ କରୁଥିଲେ ସମ୍ବିଧାନବିରୋଧୀ ବୋଲି କୁହାଯାଇପାରିବ । କିନ୍ତୁ ସମ୍ପତ୍ତିଗତ ଅଧିକାର ବିରୋଧାତ୍ମକ ବୋଲି ଯୁକ୍ତି କରାଯାଇ ପାରିବ ନାହିଁ । ସାମ୍ବିଧାନିକ ପ୍ରତିକାର ଅଧିକାର ୩୨ ଧାରାରେ ଉଲ୍ଲେଖ ଅଛି । ମୌଳିକ ଅଧିକାର ଉପରେ କେହି ଯଦି ଆଞ୍ଚ ଆଣନ୍ତି, ତେବେ ସେ ବ୍ୟକ୍ତି ସୁପ୍ରିମକୋର୍ଟରେ ମୋକଦ୍ଦମା କରି ନିଜର ଅଧିକାର ସାବ୍ୟସ୍ତ କରିପାରିବେ । ସୁପ୍ରିମକୋର୍ଟ ୫ଟି ରିଟ୍‌ ବା ଆଜ୍ଞାପତ୍ରଦ୍ୱାରା ବ୍ୟକ୍ତିର ଅଧିକାର ସଂରକ୍ଷିତ କରିପାରିବେ । ରିଟ୍‌ଗୁଡ଼ିକ ହେଲା - ହେବିୟସ୍‌ କର୍ପସ ବା ପ୍ରତ୍ୟକ୍ଷୀକରଣ, ଅର୍ଥାତ ବନ୍ଦୀକୁ ବିଚାରାଳୟ ଆଗରେ ଉପସ୍ଥାପିତ କରିବାର ଆଦେଶ । ମାଣ୍ଡମାସ୍‌ ବା ପରମାଦେଶ ଆଜ୍ଞାପତ୍ର । ଏହାଦ୍ୱାରା ଉଚ୍ଚ ନ୍ୟାୟାଳୟ ସରକାର ବା ନିମ୍ନ ନ୍ୟାୟାଳୟ ବା କର୍ମଚାରୀଙ୍କୁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟପାଇଁ ନିର୍ଦ୍ଦେଶ ଦେଇଥାନ୍ତି । ପ୍ରୋହିବିସନ୍‌ ବା ପ୍ରତିଷେଧ ଆଜ୍ଞାପତ୍ର । ନିମ୍ନ ନ୍ୟାୟାଳୟର କୌଣସି କାର୍ଯ୍ୟକୁ ବା ବିଚାର କାର୍ଯ୍ୟକୁ ବନ୍ଦ କରିବା ପାଇଁ ଯେଉଁ ଆଦେଶ ଦିଆଯାଏ, ତାକୁ ନିଷେଧ ଆଜ୍ଞାପତ୍ର କୁହାଯାଏ । କୋ-ୱାରେଣ୍ଟ ବା ଅଧିକାରପୃଷ୍ଠା ଆଜ୍ଞାପତ୍ର । କେଉଁ ଅଧିକାରରେ, ପଦବୀ ମାଲିକାନା ବା ସ୍ଥାନ ଦଖଲ କରାଯାଇଛି, ତାହା ଦର୍ଶାଇବା ପାଇଁ ଏହି ଆଦେଶ ଦିଆଯାଏ । ସଟଓରାରୀ ବା ଉତ୍‌କ୍ଷେପଣ ଆଜ୍ଞାପତ୍ର । ଅହାକୁ ଅଭିଧାନ ଅନୁସାରେ "ସର୍ସିଓରାରୀ" ରୂପେ ମଧ୍ୟ ଉଚ୍ଚାରଣ କରାଯାଇଥାଏ । ଏହି ଆଦେଶ ବଳରେ ତଳ କୋର୍ଟ କ୍ଷମତା ପରିସର ଅଭାବରୁ ଉପର କୋର୍ଟକୁ କାଗଜପତ୍ର ସହିତ ମୋକଦ୍ଦମା ପ୍ରେରିତ ହୋଇଥାଏ । ଏହି ୫ଟି ଆଜ୍ଞାପତ୍ର ବା ଆଦେଶ ବଳରେ ସୁପ୍ରିମକୋର୍ଟ ବ୍ୟକ୍ତିର ମୌଳିକ ଅଧିକାରକୁ ସାବ୍ୟସ୍ତ କରିପାରିବେ । ଏହା କିନ୍ତୁ ସାମରିକ ଆଇନ ବା ୩୫୨ ଧାରା ଅନୁସାରେ ଜରୁରୀକାଳୀନ ଘୋଷଣା ପ୍ରବର୍ତ୍ତିତ ସମୟରେ କାର୍ଯ୍ୟକାରୀ ହୋଇ ନ ପାରେ । ସେନାବାହିନୀ ଓ ଆଇନଶୃଙ୍ଖଳା ରକ୍ଷାକରୁଥିବା କର୍ମଚାରୀଙ୍କୁ ଏହି ମୌଳିକ ଅଧିକାର ସବୁ ଲାଗୁ ହେବ ନାହିଁ । ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରି ସେ ସବୁ ବିଷୟ ନିୟନ୍ତ୍ରଣ କରିପାରିବ । ମୌଳିକ ଅଧିକାର ଯୋଗୁଁ ନ୍ୟାୟାଳୟମାନେ କ୍ଷମତା ପାଇଛନ୍ତି । ଆଇନସବୁ ବା ସରକାରୀ କାର୍ଯ୍ୟଦ୍ୱାରା ବ୍ୟକ୍ତିର ସ୍ୱାଧିକାର କ୍ଷୁଣ୍ଣ ହେଲେ ତାକୁ ଅକାମୀ କରିଦେବାକୁ ବ୍ୟକ୍ତି ନିଜ ଅଧିକାରକୁ ଉପଭୋଗ କରି ଜାତୀୟ ଜୀବନକୁ ପରିପୁଷ୍ଟ କରିପାରିବ ଓ ରାଷ୍ଟ୍ର ସରକାର ସୀମିତ ହୋଇ ବ୍ୟକ୍ତିର ସ୍ୱାତନ୍ତ୍ର୍ୟ ପ୍ରତି ସମ୍ମାନ ଦେବା ପାଇଁ ବାଧ୍ୟ ହେବ । ଏ ସବୁ ମୌଳିକ ଅଧିକାର ନିରଙ୍କୁଶ ଅଧିକାର ନୁହେଁ । ସମାଜର ସ୍ୱାର୍ଥବିରୋଧୀ କାର୍ଯ୍ୟ ପାଇଁ ବ୍ୟକ୍ତିର ଅଧିକାର ସଙ୍କୁଚିତ ହୋଇପାରିବ । ଅବଶ୍ୟ ଦାରିଦ୍ର୍ୟ ଲୋପ ପାଇଁ ସରକାରୀ ପ୍ରଚେଷ୍ଟାକୁ ଧନିକ ବ୍ୟକ୍ତିମାନେ ପଣ୍ଡ କରିବା ଉଦ୍ଦେଶ୍ୟରେ କୋର୍ଟ-କଚେରୀରେ ମୌଳିକ ଅଧିକାର ନାମରେ ମୋକଦ୍ଦମା କରିବାରେ ଲାଗିଛନ୍ତି । ସେଥିପାଇଁ ସ୍ୱରଣ ସିଂ କମିଟି (୧୯୭୬) ସୁପାରିଶ କରିଛନ୍ତି ଯେ ସାମ୍ୟବାଦୀ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ମୌଳିକ ଅଧିକାର ସଙ୍କୁଚିତ କରାଯାଉ । ଏପରି କି ଧନୀ ଓ ଶିକ୍ଷିତ ବ୍ୟକ୍ତିମାନେ ଅଧିକାରରେ ଉନ୍ନତ ହୋଇ କର୍ତ୍ତବ୍ୟ ବିସ୍ମୃତ ହୋଇଯାଉଛନ୍ତି । ତେଣୁ ବ୍ୟକ୍ତିର କର୍ତ୍ତବ୍ୟ ସମ୍ବଳିତ କେତେକ ଧାରା ସମ୍ବିଧାନରେ ଲିପିବଦ୍ଧ ହେବାପାଇଁ ସୁପାରିଶ କରାହୋଇଛି । ଏହା କାର୍ଯ୍ୟକାରୀ ହେଲେ ବିଶୃଙ୍ଖଳାର ଅବସାନ ହେବ ଓ ଦେଶର ମେରୁଦଣ୍ଡ ଦୃଢ଼ ହେବ । ରାଷ୍ଟ୍ରୀୟ ନୀତି-ନିର୍ଦ୍ଦେଶାତ୍ମକ ତତ୍ତ୍ୱ ସମ୍ବିଧାନର ୪ର୍ଥ ପରିଚ୍ଛେଦରେ ରାଷ୍ଟ୍ରୀୟ ନୀତିନିୟାମକ ବା ନିର୍ଦ୍ଦେଶକ ତତ୍ତ୍ୱ ସନ୍ନିବେଶିତ ହୋଇରହିଛି । ଏହା କେବଳ ନିର୍ଦ୍ଦେଶାତ୍ମକ ନୀତି; ଆଇନ ନୁହେଁ । କୋର୍ଟକଚେରୀ ମୋକଦ୍ଦମା କରି ଏ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ । ଦେଶର ଶାସନ ପାଇଁ ଏହା ମୌଳିକ ନୀତି ରୂପେ ଘୋଷଣା କରାଯାଇଛି । ଆଇନ ପ୍ରଣୟନ ସମୟରେ ଅଥବା ନୀତି ନିର୍ଦ୍ଧାରଣ କଲାବେଳେ ଏହି ନିର୍ଦ୍ଦେଶାବଳୀକୁ ବିଚାରକୁ ନେବା ପାଇଁ ସମ୍ବିଧାନର ପ୍ରଣେତାମାନେ ବ୍ୟବସ୍ଥା କରିଛନ୍ତି । ସମ୍ବିଧାନର ୩୬ ଧାରାରୁ ଆରମ୍ଭ ହୋଇ ୫୧ ଧାରା ପର୍ଯ୍ୟନ୍ତ ନିର୍ଦ୍ଦେଶାବଳୀ ଲିପିବଦ୍ଧ ରହିଛି । ୧୬ଟି ଧାରାରେ ୭ଟି ବିଶିଷ୍ଟ ନିର୍ଦ୍ଦେଶ ରହିଛି । ୧. ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା : ଦେଶରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟପ୍ରତିଷ୍ଠା କରାଯିବ । ୨. ସମାଜବାଦ ନୀତି ପ୍ରବର୍ତ୍ତିତ ହେବ : ପ୍ରତ୍ୟେକଙ୍କୁ ଯଥେଷ୍ଟ ଜୀବନଧାରଣର ପନ୍ଥା ମିଳିବାର ବ୍ୟବସ୍ଥା କରାଯିବ । ଜନସାଧାରନଙ୍କ ମଙ୍ଗଳ ପାଇଁ ଦେଶର ପ୍ରାକୃତିକ ସଂପତ୍ତି ବ୍ୟବହାର କରାଯିବ । ଏପରି ଅର୍ଥନୀତି ପ୍ରବର୍ତ୍ତିତ ହେବ ଯଦ୍ୱାରା ଧନ କେତେଜଣ ମୁଷ୍ଟିମେୟ ଲୋକଙ୍କ ହାତରେ ଠୁଳ ନ ରହେ । ସ୍ତ୍ରୀ ପୁରୁଷ ଉଭୟେ ସମାନ କାମ ପାଇଁ ସମାନ ମଜୁରୀ ପାଇବେ । ଶ୍ରମିକମାନଙ୍କର ସ୍ୱାସ୍ଥ୍ୟଭଙ୍ଗ ନେ ହେବାର ବ୍ୟବସ୍ଥା ରହିବ । ବଳ ଅନୁପାତରେ ସେମାନେ ଯେପରି ଶ୍ରମ କରନ୍ତି, ତା ର ବ୍ୟବସ୍ଥା ରହିବ । ପିଲାମାନଙ୍କୁ ଶୋଷଣରୁ ଓ ଅନାଥ ଅବସ୍ଥାରୁ ରକ୍ଷା କରାଯିବ । ୩. ଗାନ୍ଧିନୀତି କାର୍ଯ୍ୟକାରିତା : ପଞ୍ଚାୟତ ପ୍ରତିଷ୍ଠା କରାଯିବ । ନିଶା ନିବାରଣ କରାଯିବ । ସମସ୍ତଙ୍କୁ ସୁଷମ ଖାଦ୍ୟ ମିଳିବାର ବ୍ୟବସ୍ଥା କରାଯିବ । କୁଟୀରଶିଳ୍ପ ପ୍ରତିଷ୍ଠା କରାଯିବ । ସମବାୟ ସମିତିକୁ ଉତ୍ସାହ ଦିଆଯିବ । ହରିଜନ ଓ ଗିରିଜନଙ୍କ ମଙ୍ଗଳ ପାଇଁ ବ୍ୟବସ୍ଥା କରାଯିବ । ୪. ସାମାଜିକ ନିରାପତ୍ତା ପ୍ରବର୍ତ୍ତନ : କର୍ମସଂସ୍ଥାନର ଅଧିକାର ଶିକ୍ଷା ପାଇବା ପାଇଁ ଅଧିକାର ବେକାରୀ, ବାର୍ଦ୍ଧକ୍ୟ, ରୋଗ, ଅକର୍ମଣ୍ୟ, ମାତୃମଙ୍ଗଳ ଇତ୍ୟାଦି ପାଇଁ ଭତ୍ତାର ବ୍ୟବସ୍ଥା ଶ୍ରମିକମାନଙ୍କୁ ଉପଯୁକ୍ତ ମଜୁରୀ, ଉଚିତ ଜୀବନଧାରଣ ମାନ, ବିଶ୍ରାମ ନେବାର ଓ ସାମାଜିକ ତଥା ସାଂସ୍କୃତିକ ସୁବିଧା ମିଳିବା ପାଇଁ ବ୍ୟବସ୍ଥା ୫. ସାମାଜିକ ସଂହତି ପ୍ରତିଷ୍ଠା : ଭାରତରେ ସାମାଜିକ ତଥା ସମ୍ପତ୍ତିଗତ ସଂହତି ଓ ସମାନତା ସକାଶେ ଗୋଟିଏ "ସିଭିଲ୍ ‌ କୋଡ଼ " ପ୍ରବର୍ତ୍ତିତ ହେବ । ୬. ବୈଦେଶିକ ନୀତି : ଭାରତର ବୈଦେଶିକ ନୀତି କିପରି ନିର୍ଦ୍ଧାରିତ ହେବ, ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟା କରିବ । ରାଷ୍ଟ୍ରମାନଙ୍କ ମଧ୍ୟରେ ନ୍ୟାୟ ଓ ସମ୍ମାନଜନକ ସଂପର୍କ ପ୍ରତିଷ୍ଠା ପାଇଁ ଚେଷ୍ଟା କରିବ । ଆନ୍ତର୍ଜାତିକ ଆଇନ ଓ ଚୁକ୍ତିନାମା ପ୍ରତି ସମ୍ମାନ ପ୍ରଦର୍ଶନ କରିବ । ମଧ୍ୟସ୍ଥ ଜରିଆରେ ଆନ୍ତର୍ଜାତିକ ବିବାଦର ସମାଧାନ କରିବାକୁ ଚେଷ୍ଟା କରିବ । ୭. ଅନ୍ୟାନ୍ୟ ନୀତି : ବୈଜ୍ଞାନିକ ଓ ଆଧୁନିକ ନୀତିରେ କୃଷି, ପଶୁ-ପାଳନ କାର୍ଯ୍ୟ ପରିଚାଳିତ ହେବ । ଜାତୀୟ କାରୁକାର୍ଯ୍ୟ ଆଦିର ସଂରକ୍ଷଣ କରାଯିବ । ଏହି ସପ୍ତନିୟାମକର ଗୁରୁତ୍ୱ ଉପରେ ଅନେକ ଆଲୋଚନା ହୋଇଛି । ସରକାର ଏ ନିର୍ଦ୍ଦେଶ ମାନି ଆଇନ ପ୍ରଣୟନ କଲାବେଳେ କୋର୍ଟକଚେରୀଦ୍ୱାରା ବାଧା ପ୍ରାପ୍ତ ହୋଇଥିବାରୁ ସମ୍ବିଧାନ ସଂଶୋଧନ କରାଯାଇ ୩୧ (ଗ) ଧାରା ଅଧିକା ଯୋଡ଼ା ଯାଇଛି । ଫଳରେ ମୌଳିକ ଅଧିକାର ପରିଚ୍ଛେଦରେ ଥିବା ୧୪ ଓ ୧୯ ଧାରା ଖିଲାପ ହେଲେ ମଧ୍ୟ ନିର୍ଦ୍ଦେଶାବଳୀର ୩୯ ଧାରାକୁ (ସମାଜବାଦ ନୀତି) କାର୍ଯ୍ୟକାରୀ କରିବା ପାଇଁ ଯଦି ଆଇନ ପ୍ରଣୟନ ହୁଏ, ତେବେ କୋର୍ଟର ବିଚାର କ୍ଷମତା ସେସବୁ ଉପରେ ଲାଗୁ ହେବ ନାହିଁ । ଏହି ବ୍ୟବସ୍ଥା ପଞ୍ଚବିଂଶ ସଂଶୋଧନ (୧୯୭୧)ଦ୍ୱାରା କରାଯାଇ ଭାରତକୁ ସାମ୍ୟବାଦ ନୀତିରେ ପ୍ରଗତି ହାସଲ ପାଇଁ ସୁବିଧା ଦିଆଯାଇଛି । ଏହି ନିର୍ଦ୍ଦେଶାବଳୀ ଉପରେ ମତ ଦେବାକୁ ଯାଇ ଜେନିଙ୍ଗସ୍‌ କହିଥିଲେ - "ଏହା ଏକ କାଳ୍ପନିକ ବାସନାର ନିଦର୍ଶନ ।" କେ.ସି. ହୁଏର ମଧ୍ୟ କହିଥିଲେ ଯେ, " ଏହାଦ୍ୱାରା ସମ୍ବିଧାନର କିଛି ଲାଭ ହେବନାହିଁ । ବରଂ ସମ୍ବିଧାନର ବଦନାମ ହେବ ।" ଭାରତର ସୁପ୍ରିମକୋର୍ଟ କହିଥିଲେ. " ଏହା କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ ।" ସାର୍ ‌ ବି.ଏନ. ରାଓଙ୍କ ମତରେ, "ରାଷ୍ଟ୍ର ପରିଚାଳକ-ମାନଙ୍କ ପାଇଁ ଏହା କେବଳ ନୈତିକ ଆଦେଶ । ଏହାର ଶିକ୍ଷାଗତ ମୂଲ୍ୟ ରହିଛି । ସାମାଜିକ ଓ ଅର୍ଥନୈତିକ ବିପ୍ଳବର ଲକ୍ଷ୍ୟ ହାସଲ ପାଇଁ ଏହା ପ୍ରେରଣା ଦେବ ।" ଏସବୁ ସମାଲୋଚନା ପଞ୍ଚବିଂଶ ସଂଶୋଧନଦ୍ୱାରା ନାକଚ ହୋଇଯାଇଛି । ସ୍ୱରଣ ସିଂ କମିଟି ସୁପାରିଶ କରିଛନ୍ତି ଯେ ୩୧ (ଗ) ଧାରାର ପରିସର ବିସ୍ତାର କରାଯାଇ କେବଳ ୩୯ ଧାରାକୁ ସୀମିତ ନ ରଖି ୪ର୍ଥ ପରିଚ୍ଛେଦର ଯେ କୌଣସି ନିର୍ଦ୍ଦେଶ ଉପରେ ଆଇନ ପ୍ରଣୟନ ହେଲେ ତାହା କୋର୍ଟକଚେରୀର ବିଚାର ବହିର୍ଭୂତ ଆଇନ ହୋଇ ରହିବ । ଫଳରେ ସାମ୍ୟବାଦୀ ଭାରତର ପ୍ରକୃତ ନିୟାମକ ହିସାବରେ ଏହି ୪ର୍ଥ ପରିଚ୍ଛେଦ କାର୍ଯ୍ୟ କରିବ । ସ୍ୱାଧୀନ ଓ ନିରପେକ୍ଷ ବିଚାର ସଂସ୍ଥା ସମ୍ବିଧାନରେ ଏକ ସୁଚିନ୍ତିତ ସ୍ୱାଧୀନ ଓ ନିରପେକ୍ଷ ବିଚାର ବ୍ୟବସ୍ଥା କରାଯାଇଛି । ନିମ୍ନ ନ୍ୟାୟାଳୟଠାରୁ ଆରମ୍ଭ କରି ସର୍ବୋଚ୍ଚ ନ୍ୟାୟାଳୟ ଗୋଟିଏ ସୂତାରେ ବନ୍ଧା । ସମ୍ବିଧାନ ହେଉଛି ଜାତିର ମୌଳିକ ଆଇନ । ସେହି ଆଦିବିଧାନର ତର୍ଜମା ଓ ଅର୍ଥଅର୍ଥାନ୍ତର କରନ୍ତି ବିଚାରପତିମାନେ । ସମ୍ବିଧାନର ଅଭିଭାବକ ଓ ସଂରକ୍ଷକ ହିସାବରେ କ୍ଷମତାଧାରୀ ସଂସ୍ଥାକୁ ସୀମିତ କରି ସମ୍ବିଧାନର ସାର୍ବଭୌମତ୍ୱ ପ୍ରତିଷ୍ଠା କରିବା ହେଲା ସର୍ବୋଚ୍ଚ ନ୍ୟାୟାଳୟର ଧର୍ମ । କୌଣସି ଆଇନ ବା ହୁକୁମନାମା ସମ୍ବିଧାନର ବିରୁଦ୍ଧାଚରଣ କଲେ, ନ୍ୟାୟାଳୟମାନେ ତାକୁ ନାକଚ କରିଦେବାର କ୍ଷମତା ରହିଛି । ସମ୍ବିଧାନର ବ୍ୟବସ୍ଥାକୁ ମାପକାଠି ରୂପେ ବ୍ୟବହାର କରି ସର୍ବୋଚ୍ଚ ଓ ଉଚ୍ଚ ନ୍ୟାୟାଳୟମାନ ଆଇନ ବା ହୁକୁମନାମାକୁ ପୁନରାବଲୋକନ କରନ୍ତି ଓ ବିରୁଦ୍ଧାଚରଣ ହୋଇଥିଲେ ତାହା ନାକଚ ବା ରଦ୍ଦ କରିଦିଅନ୍ତି । ଏହି କ୍ଷମତାକୁ ଜୁଡ଼ିସିଆଲ ରିଭ୍ୟୁ ବା ନ୍ୟାୟାଳୟ ପୁନରାବଲୋକନ କ୍ଷମତା କୁହାଯାଏ । ବିଚାରପତିମାନଙ୍କ ଚାକିରି ଦରମା ଆଦି ସୁରକ୍ଷିତ । ତେଣୁ ସେମାନେ ନିର୍ଭୀକ ହୋଇପାରନ୍ତି । ଅବଶ୍ୟ ଚାକିରିରେ ଉନ୍ନତି ପାଇଁ ସେମାନେ ଜାତୀୟ ସରକାରଙ୍କ ନିଷ୍ପତିଦ୍ୱାରା ପରିଚାଳିତ । ପାର୍ଲିଆମେଣ୍ଟ ସମ୍ବିଧାନର ସମସ୍ତ ଅଂଶ ସଂଶୋଧନ କରିବାର କ୍ଷମତା ହାସଲ କରିଛନ୍ତି । ତଥାପି ସୁପ୍ରିମକୋର୍ଟର ସମ୍ବିଧାନକୁ ତର୍ଜମା କରିବା, ସମ୍ବିଧାନବିରୋଧୀ ଆଇନ ଓ ହୁକୁମନାମାକୁ ରଦ୍ଦ କରିବାର କ୍ଷମତା ବଜାୟ ରହିଛି । ସଂଘଶାସନରେ ସୁପ୍ରିମକୋର୍ଟର ବିଶେଷ ଦାୟିତ୍ୱ ରହିଛି । ସାମ୍ୟବାଦୀ ନୀତିକୁ କାର୍ଯ୍ୟକାରୀ କରିବାରେ ସୁପ୍ରିମକୋର୍ଟ ଅନ୍ତରାୟ ନ ହେଲେ ମଧ୍ୟ, ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଧାରିତ ସାମ୍ବିଧାନିକ ବ୍ୟବସ୍ଥାକୁ ତର୍ଜମା କରିବାର କ୍ଷମତା ଥିବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଆଇନ ଶାସନର ପ୍ରହରୀ ରୂପେ ନିଶ୍ଚୟ କାର୍ଯ୍ୟ କରିବ । ପାର୍ଲିଆମେଣ୍ଟର ସାର୍ବଭୌମତ୍ୱ ଥିଲେ ମଧ୍ୟ, ଭାରତରେ ନ୍ୟାୟାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସାର୍ବଜନୀନ ଭୋଟକ୍ଷମତା ସମ୍ବିଧାନର ୩୨୬ ଧାରା ଅନୁସାରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଏହିପାଇଁ ବିଶ୍ୱର ଅନେକ ସ୍ଥାନରେ ବହୁକାଳ ଆନ୍ଦୋଳନ ଓ ଅପେକ୍ଷା କରିବାକୁ ପଡ଼ିଛି । ଧନ, ଶିକ୍ଷା, ଲିଙ୍ଗ, ଧର୍ମ, ଜନ୍ମସ୍ଥାନ, ଜାତି ନିର୍ବିଶେଷରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଏହା ଭାରତକୁ "ବୃହତ୍ତମ ଗଣତନ୍ତ୍ର" କରିଛି । ସମ୍ବିଧାନର ଏହି ପଦକ୍ଷେପକୁ ଏକ ସାହସିକ ପଦକ୍ଷେପ ରୂପେ ବର୍ଣ୍ଣନା କରାଯାଇଛି । ୬୨ତମ ସମ୍ବିଧାନ ସଂଶୋଧନଦ୍ୱାରା ବର୍ତ୍ତମାନ ୧୮ ବର୍ଷ ବୟସ୍କ ଲୋକଙ୍କୁ ଭୋଟଦାନ କ୍ଷମତା ଦିଆଯାଇଛି । ଧର୍ମନିରପେକ୍ଷ ରାଷ୍ଟ୍ର ସମ୍ବିଧାନର ୨୫ ଧାରାରେ ସମସ୍ତ ନାଗରିକଙ୍କୁ ଧର୍ମସ୍ୱାଧୀନତା ଦିଆଯାଇଛି । ରାଷ୍ଟ୍ରର ସରକାରୀ ଧର୍ମ ନାହିଁ କି କୌଣସି ଧର୍ମର ପ୍ରଚାର ପାଇଁ ଅନ୍ୟ ଧର୍ମାବଲମ୍ବୀଙ୍କ ଉପରେ ଟିକସ ବସାଇବାର କ୍ଷମତା ନାହିଁ । ନିଜ ନିଜ ଧର୍ମ, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଧର୍ମପ୍ରଚାର ଓ ପ୍ରସାର ପାଇଁ ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର ରହିଛି । ନେହେରୁ କହିଥିଲେ. "ଆମେ ଧର୍ମ-ନିରପେକ୍ଷ, ସାମ୍ପ୍ରଦାୟିକତାବୋରୋଧୀ ଓ ଧର୍ମାନ୍ଧତାହୀନ ରାଷ୍ଟ୍ରର ପରିକଳ୍ପନା କରିଛୁ ।" ତେଣୁ ଭାରତର ସମ୍ବିଧାନ ଧର୍ମନିରପେକ୍ଷରାଷ୍ଟ୍ର ପ୍ରତିଷ୍ଠା କରି ବିଶ୍ୱକୁ ଅନୁପ୍ରାଣିତ କରିଛି ଓ ସମ୍ବିଧାନ ସେଥିପାଇଁ ଧର୍ମ ଓ ବିଶ୍ୱାସ ସ୍ଥାପନରେ ପ୍ରତ୍ୟେକ ବ୍ୟକ୍ତିକୁ ସ୍ୱାଧୀନତା ଦେଇଛି । ମୌଳିକ କର୍ତ୍ତବ୍ୟ ସମ୍ବିଧାନର ୪୨ତମ ସଂଶୋଧନଦ୍ୱାରା "ମୌଳିକ କର୍ତ୍ତବ୍ୟ" ଲାଗି ଏକ ସ୍ୱତନ୍ତ୍ର ଅଧ୍ୟାୟ ସନ୍ନିବେଶିତ ହୋଇଛି । ଏହା ୪ (କ) ଅଧ୍ୟାୟ ରୂପେ ଲିପିବଦ୍ଧ ହୋଇଛି । ଏଥିରେ ୧୧ଟି ମୌଳିକ କର୍ତ୍ତବ୍ୟ ରହିଛି । ସ୍ୱତନ୍ତ୍ର ରୂପେ ୫୧ (କ) ଧାରାରେ ଏହି ୧୧ଟି ଯାକ କର୍ତ୍ତବ୍ୟ ଉଲ୍ଲେଖ ରହିଛି । ୪୨ତମ ସଂଶୋଧନଦ୍ୱାରା ୧୦ଟି ମୌଳିକ କର୍ତ୍ତବ୍ୟ ଥିଲା; କିନ୍ତୁ ୨୦୦୨ ମସିହାରେ ହୋଇଥିବା ୮୬ତମ ସଂଶୋଧନଦ୍ୱାରା ଆଉ ଏକ କର୍ତ୍ତବ୍ୟ ଯୋଗ କରାଯାଇଥିଲା । ସମ୍ବିଧାନର ବ୍ୟବସ୍ଥା ପାଳନ, ଏହାର ଆଦର୍ଶ ଓ ଅନୁଷ୍ଠାନ, ଜାତୀୟ ସଙ୍ଗୀତ ଓ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ । ସ୍ୱାଧୀନତା ସଂଗ୍ରାମ ସମୟରେ ପ୍ରେରଣା ଦେଇଥିବା ପବିତ୍ର ଆଦର୍ଶକୁ ଅନୁସରଣ ଓ ଗ୍ରହଣ କରିବା । ଭାରତର ସାର୍ବଭୌମତ୍ୱ, ଐକ୍ୟ ଓ ଅଖଣ୍ଡତାର ସଂରକ୍ଷଣ ଓ ଦୃଢ଼ୀକରଣ କରିବା । ଦେଶକୁ ସୁରକ୍ଷିତ କରିବା ଓ ବିପତ୍ତି କାଳରେ ଦରକାର ହେଲେ ସୈନିକ ହୋଇ ଦେଶସେବା କରିବା । ଧର୍ମ, ଭାଷା, ଆଞ୍ଚଳିକତା, ଗୋଷ୍ଠୀଗତ ବିଭେଦ ଊର୍ଦ୍ଧ୍ୱରେ ରହି ଭାରତର ଲୋକମାନଙ୍କ ମଧ୍ୟରେ ସଂହତି ଓ ଭାତୃତ୍ୱଭାବ ବିକଶିତ କରାଇବା ଓ ନାରୀମାନଙ୍କ ପ୍ରତି ଅମର୍ଯ୍ୟାଦାସୂଚକ ବ୍ୟବହାରକୁ ତ୍ୟାଗ କରିବା । ଆମର ମିଶ୍ରିତ ସଂସ୍କୃତିର ମହତ୍ତ୍ୱ ଓ ବିରାଟ ଐତିହ୍ୟକୁ ଆଦର କରିବା ଓ ସଂରକ୍ଷିତ କରିବା । ପ୍ରାକୃତିକ ପରିବେଷ୍ଟନ, ବନ, ହ୍ରଦ, ନଦୀ ଓ ବନ୍ୟଜନ୍ତୁଙ୍କର ସଂରକ୍ଷଣ ଓ ବିକାଶ କରିବା ଏବଂ ପ୍ରାଣୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା । ବୈଜ୍ଞାନିକ ମନୋଭାବ, ମାନବିକତା, ଜିଜ୍ଞାସା ମନୋଭାବ ଓ ସଂସ୍କାର ପାଇଁ ଆଗ୍ରହ ପୋଷଣ କରିବା । ସାଧାରଣ ସମ୍ପତ୍ତି ରକ୍ଷଣାବେକ୍ଷଣ କରିବା ଓ ହିଂସାତ୍ମକ କାର୍ଯ୍ୟ ପରିହାର କରିବା । ଜାତିକୁ ଉଚ୍ଚତମ ସ୍ତରରେ ରଖିବା ପାଇଁ ଅବିରାମ ଚେଷ୍ଟା ଓ ସଫଳତା ହାସଲ ସକାଶେ ସବୁ କ୍ଷେତ୍ରରେ ବ୍ୟକ୍ତିଗତ ଓ ସାମୂହିକ ଉତ୍କର୍ଷତା ହାସଲ ପାଇଁ ଉଦ୍ୟମ କରିବା । ଅଭିଭାବକ ବା ପିତାମାତାଙ୍କଦ୍ୱାରା ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ଶିକ୍ଷା ଗ୍ରହଣ କରିବାର ସୁବିଧାସୁଯୋଗ ଯୋଗାଇ ଦେବା । ଏହାର କାର୍ଯ୍ୟକାରିତା ପାଇଁ ଆଇନ ପ୍ରଣୟନ କରିବାକୁ କୁହାଯାଇନାହିଁ । ରାଷ୍ଟ୍ର ନିର୍ଦ୍ଦେଶାତ୍ମକ ଆଦର୍ଶ ପରି ଏହା ନାଗରିକଙ୍କୁ ଏକ ନିର୍ଦ୍ଦେଶାମୂଳକ ସୂଚନା । ସମ୍ବିଧାନର ପଞ୍ଚସ୍ତମ୍ଭ ସମ୍ବିଧାନର ପ୍ରାସାଦ ପାଞ୍ଚୋଟି ସ୍ତମ୍ଭ ଉପରେ ନ୍ୟସ୍ତ ହୋଇଛି । ନିର୍ବାଚନ କମିଶନ : ଏହା ଗଣତାନ୍ତ୍ରିକ ନିର୍ବାଚନଦ୍ୱାରା ଦେଶକୁ ବଞ୍ଚାଇ ରଖିଛି । ଅର୍ଥ କମିଶନ: ଏହା ସଂଘରାଷ୍ଟ୍ରର ରାଜ୍ୟମାନଙ୍କ ମଧ୍ୟରେ ସୁଷମ ଅର୍ଥ ବଣ୍ଟନ କରି ସଂଘରାଷ୍ଟ୍ରର ମୂଳଭିତ୍ତି ସୁଦୃଢ଼ କରୁଛି । ପବ୍ଲିକ ସର୍ଭିସ କମିଶନ ବା ସାଧାରଣ ପ୍ରଶାସନିକ ସେବା ଆୟୋଗ: ଏହା ରାଜନୀତିର ରଙ୍ଗ ପରିବର୍ତ୍ତନ ଓ ଝଡ଼ଝଞ୍ଜା ଭିତରେ ପ୍ରଶାସନିକ ସେବା ସଂସ୍ଥାକୁ ନିରପେକ୍ଷ ଓ ସଚ୍ଚୋଟ କରି ରଖିବା ପାଇଁ କର୍ମଚାରୀ ନିର୍ବାଚନ ଓ ଦଣ୍ଡବିଧାନ କାର୍ଯ୍ୟ କରୁଛି । ଅଡ଼ିଟର ଜେନେରାଲ: କ୍ଷମତାରେ ଥିବା ଅଧିକାରୀମାନଙ୍କୁ ଜାତୀୟ ପାଣ୍ଠିକୁ ବରବାଦ ନ କରି ଜନତାର ଅର୍ଥର ପ୍ରହରୀ ରୂପେ କାମ କରୁଛି । ଆଟର୍ଣ୍ଣି ଜେନେରାଲ: ସରକାରଙ୍କ ଆଇନ ଶାସନର ବିବେକ ରୂପେ ସେ କାର୍ଯ୍ୟ କରି ଆଇନ ଶାସନକୁ ବଳବତ୍ତର ରଖିଛନ୍ତି । ଏହିସବୁ ସ୍ତମ୍ଭ ସରକାରଙ୍କ ଅଙ୍ଗ ହେଲେ ମଧ୍ୟ ନୀତିନିୟମର ମଙ୍ଗ ଧରି ସମ୍ବିଧାନକୁ ସୁସ୍ଥ ଓ ସବଳ କରି ବଞ୍ଚାଇଛନ୍ତି । ସମ୍ବିଧାନ ସଂଶୋଧନ ପଦ୍ଧତି ସମ୍ବିଧାନ ସଂଶୋଧନ ପଦ୍ଧତି ୩୬୮ ଧାରାରେ ବର୍ଣ୍ଣିତ ହୋଇଛି । ସମ୍ବିଧାନ ସଂଶୋଧନ କ୍ଷମତା ପାର୍ଲିଆମେଣ୍ଟକୁ ଦିଆଯାଇଛି । ସଂଶୋଧନ ପାଇଁ ଚିଠା ଆଇନ ପାର୍ଲିଆମେଣ୍ଟରେ ପେଶ କରାଯାଏ । ରାଜ୍ୟସଭା ବା ଲୋକ ସଭାରେ ଏହା ପ୍ରଥମେ ଆଲୋଚନା କରାଯାଇପାରେ । ମୌଳିକ ଅଧିକାର ସମେତ ଯେ କୌଣସି ଅବସ୍ଥାକୁ ସଂଶୋଧନ କରିବା ପାଇଁ ପାର୍ଲିଆମେଣ୍ଟର କ୍ଷମତା ରହିଛି । କିନ୍ତୁ ସଂଘଶାସନ ଓ ନ୍ୟାୟାଳୟ କ୍ଷମତା ସଂପର୍କୀୟ ବ୍ୟବସ୍ଥାମାନ ସଂଶୋଧନ କରିବା ସମୟରେ ରାଜ୍ୟ ବିଧାନମଣ୍ଡଳର ଅନୁମୋଦନ ଆବଶ୍ୟକ ହୋଇଥାଏ । ମିନର୍ଭା କାରଖାନା ମୋକଦ୍ଦମାରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ସମ୍ବିଧାନର ମୌଳିକ ବ୍ୟବସ୍ଥାସବୁ ସଂଶୋଧନ କରିବାର କ୍ଷମତା ପାର୍ଲିଆମେଣ୍ଟର ନାହିଁ । ସମ୍ବିଧାନ ସଂଶୋଧନର ତିନୋଟି ପଦ୍ଧତି ସମ୍ବିଧାନ ସଂଶୋଧନ କରିବା ପାଇଁ ୩ଟି ପଦ୍ଧତି ରହିଛି । ୧. କେତେକ ବ୍ୟବସ୍ଥା ଧାରା ପାର୍ଲିଆମେଣ୍ଟର ଉପସ୍ଥିତ ସଦସ୍ୟମାନଙ୍କର ସଂଖ୍ୟାଗରିଷ୍ଠ ମତରେ ସଂଶୋଧିତ କରାଯାଇପାରିବ । ଯଥା: ନୂଆ ରାଜ୍ୟଗଠନ, ନାମ ଓ ସୀମା ନିର୍ଦ୍ଧାରଣ; ସଂପୃକ୍ତ ରାଜ୍ୟ ବିଧାନମଣ୍ଡଳର ସମ୍ମତି ନେଇ ସଂଶୋଧନ କରାଯାଇପାରେ । ସମ୍ବିଧାନର ତୃତୀୟ ଧାରା ଏହି ପରିସରର ଅନ୍ତର୍ଭୁକ୍ତ । ବିଧାନ ମଣ୍ଡଳର ଦ୍ୱିତୀୟ ସଦନ ଉଚ୍ଛେଦ କରିବା ପାଇଁ ୧୬୯ ଧାରା ଅନୁସାରେ ସଂଶୋଧନ ପ୍ରସ୍ତାବ । ନାଗରିକତା ଏବଂ ତାଲିକାଭୁକ୍ତ ଅଞ୍ଚଳ ବା ଉପଜାତିମାନଙ୍କ ବିଷୟରେ ସଂଶୋଧନ କରିବାକୁ ହେଲେ ସାଧାରଣ ଆଇନ ପରି ଉପସ୍ଥିତ ସଂଖ୍ୟାଗରିଷ୍ଠ ଭୋଟରେ ସଂଶୋଧନ କରାଯାଇପାରେ । ୨. ବିଶିଷ୍ଟ ସଂଖ୍ୟାଗରିଷ୍ଠତା ବା କଷ୍ଟକର ପ୍ରଣାଳୀଦ୍ୱାରା ସମ୍ବିଧାନର କେତେକ ଅଂଶ ସଂଶୋଧିତ ହୋଇପାରିବ । ସଦନର ଲୋକ ସଭା ଓ ରାଜ୍ୟସଭାର ସଭ୍ୟମାନଙ୍କର ଅର୍ଦ୍ଧାଧିକ ଏବଂ ପ୍ରତ୍ୟେକ ସଦନର ଉପସ୍ଥିତ ସଭ୍ୟମାନଙ୍କର ଦୁଇ-ତୃତୀୟାଂଶ ଓ ତତୋଧିକ ଭୋଟରେ ଗୃହୀତ ହୋଇଥିବା ଦରକାର । ଉଭୟ ସଦନରେ ଏହି ପ୍ରଣାଳୀ ପ୍ରବର୍ତ୍ତିତ ହୋଇଥାଏ । ତା ପରେ ରାଷ୍ଟ୍ରପତିଙ୍କ ନିକଟରେ ଅନୁମୋଦନ ପାଇଁ ଉପସ୍ଥିତ କରାଯାଏ । ଚତୁର୍ବିଂଶ ସମ୍ବିଧାନ ସଂଶୋଧନରେ ରାଷ୍ଟ୍ରପତି ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିବାକୁ ବାଧ୍ୟ ବୋଲି ବ୍ୟବସ୍ଥା ରହିଛି । ଏହି ଧାରା ଅନୁସାରେ ସାଧାରଣତଃ ବିଧାନ ମଣ୍ଡଳର ସମ୍ମତି ଦରକାର ହୁଏ ନାହିଁ । ୩. ତୃତୀୟ ପଦ୍ଧତି ଅନୁସାରେ ସମ୍ବିଧାନ ସଂଶୋଧନ ଅତ୍ୟନ୍ତ କଷ୍ଟକର । ଏହି ପଦ୍ଧତି ଅନୁସାରେ ପ୍ରଥମେ ପାର୍ଲିଆମେଣ୍ଟର ପ୍ରତ୍ୟେକ ସଦନରେ ସଦସ୍ୟ ସଂଖ୍ୟାର ଅର୍ଦ୍ଧାଧିକ ସମ୍ମତିଲାଭ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସଦସ୍ୟ ସଂଖ୍ୟାର ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମ୍ମତି ଲାଭ କରିଥିବା ଦରକାର ଏବଂ ରାଜ୍ୟମାନଙ୍କ ସଂଖ୍ୟାର ଅର୍ଦ୍ଧାଧିକ ବିଧାନ ମଣ୍ଡଳଦ୍ୱାରା ସାଧାରଣ ସଂଖ୍ୟାଗରିଷ୍ଠ ମତରେ ସମର୍ଥିତ ହେବା ଦରକାର । ତାହାପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ଏହା ଉପସ୍ଥାପିତ କରାଯାଏ । ଏହି କଷ୍ଟକର ପଦ୍ଧତି ନିମ୍ନଲିଖିତ ବ୍ୟବସ୍ଥାର ସଂଶୋଧନ ପାଇଁ ପ୍ରୟୋଗ କରାଯାଏ । ୫୪ (କ) ଧାରା ଅନୁସାରେ ରାଷ୍ଟ୍ରପତି ନିର୍ବାଚନ, ୫୫ ଧାରା ଅନୁସାରେ ରାଷ୍ଟ୍ରପତି ନିର୍ବାଚନର ପଦ୍ଧତି, ୭୩ ଧାରା ଅନୁସାରେ କେନ୍ଦ୍ର ସରକାରଙ୍କ କ୍ଷମତା, ୧୬୨ ଧାରା ଅନୁସାରେ ରାଜ୍ୟମାନଙ୍କ କ୍ଷମତା, ୨୦୧ ଧାରା ଅନୁସାରେ କେନ୍ଦ୍ରଶାସିତ ଅଞ୍ଚଳର ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା, ପଞ୍ଚମ ପରିଚ୍ଛେଦର ସୁପ୍ରିମକୋର୍ଟ କ୍ଷମତା, ଷଷ୍ଠ ପରିଚ୍ଛେଦର ରାଜ୍ୟର ଉଚ୍ଚ ନ୍ୟାୟାଳୟ କ୍ଷମତା, ଏକାଦଶ ପରିଚ୍ଛେଦର କେନ୍ଦ୍ର-ରାଜ୍ୟ ସଂପର୍କ, ସପ୍ତମ ତାଲିକାର ଅଧିକାର ତାଲିକାକ୍ରୟ, ପାର୍ଲିଆମେଣ୍ଟରେ ରାଜ୍ୟମାନଙ୍କ ପ୍ରତିନିଧିତ୍ୱ ଏବଂ ୩୬୮ ଧାରାରେ ସମ୍ବିଧାନ ସଂଶୋଧନ ପଦ୍ଧତି ପ୍ରଣାଳୀ ଆଦି ବିଷୟବସ୍ତୁ ଏହି ତୃତୀୟ ପଦ୍ଧତିର ପରିସରଭୁକ୍ତ । ଦୁଇ ସଦନ ମଧ୍ୟରେ ମତଭେଦ ଯଦି ସମ୍ବିଧାନ ସଂଶୋଧନ ସମୟରେ ଦୁଇ ସଦନ ମଧ୍ୟରେ ମତଭେଦ ହୁଏ, ତେବେ ଉକ୍ତ ସଂଶୋଧନ କିମ୍ବା ତା ର କୌଣସି ଅଂଶ ବାତିଲ ହୋଇଯାଏ । ୧୯୭୮ ମସିହାରେ ୪୪ତମ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ବେଳେ ଏହିପରି ଅବସ୍ଥା ହୋଇଥିଲା । ନିର୍ଦ୍ଦେଶାତ୍ମକ ନିୟମ ମୌଳିକ ଅଧିକାରଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଜବତ କରିବା ପାଇଁ ଯାଇଥିବା ପ୍ରସ୍ତାବ ବାତିଲ ହୋଇଥିଲା । ଶିକ୍ଷାକୁ ଉଭୟ କେନ୍ଦ୍ର ଓ ରାଜ୍ୟ କ୍ଷମତା ପରିସର ଭିତରେ ରଖାଯିବା ବ୍ୟବସ୍ଥାକୁ ନାକଚ କରିବା ପାଇଁ ସଂଶୋଧନ ପ୍ରସ୍ତାବକୁ ବାତିଲ କରାଯାଇଥିଲା । କଂଗ୍ରେସ ଦଳ ରାଜ୍ୟସଭାରେ ଜନତା ସରକାରଙ୍କ ଏହି ପ୍ରସ୍ତାବ ଅଗ୍ରାହ୍ୟ କରିଥିଲେ । ସମ୍ବିଧାନ ସଂଶୋଧନର ଅଗ୍ରଗତି ଅବସ୍ଥାର ପରିବର୍ତ୍ତନ ସହ ତାଳଦେଇ ଚାଲିବାକୁ ସମ୍ବିଧାନ ସଂଶୋଧନ କରିବାକୁ ହୋଇଥାଏ । ସମ୍ବିଧାନ ସଂଶୋଧନ କରିବା ବା ନ କରିବା ସମୟ ପାର୍ଲିଆମେଣ୍ଟ ସ୍ଥିର କରିବା ଆବଶ୍ୟକ । କେଉଁ ଅଂଶ କିପରି ଭାବରେ ସଂଶୋଧିତ ହେବ ତାହା ଲୋକ-ପ୍ରତିନିଧିମାନେ ନିଷ୍ପତି କରିବା ଦରକାର । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସମ୍ବିଧାନର ମୌଳିକ ଅଙ୍ଗକୁ ପରିବର୍ତ୍ତନ କରିବା ଠିକ ନୁହେଁ । କିନ୍ତୁ ସମ୍ବିଧାନକୁ ଅତି ଆବଶ୍ୟକ ସମୟରେ ସଂଶୋଧନ କରିବା ପାର୍ଲିଆମେଣ୍ଟର ଏକ କର୍ତ୍ତବ୍ୟ ଅଟେ । ଅନ୍ୟାନ୍ୟ ବୈଶିଷ୍ଟ୍ୟ ସମ୍ବିଧାନର ଅନେକ ଛୋଟ ଛୋଟ ଉପାଦାନ ମଧ୍ୟ ରହିଛି । ଯଥା - ଏକ ନାଗରିକତା, ଦ୍ୱିସଦନତା, ଜରୁରୀକାଳୀନ ବ୍ୟବସ୍ଥା, ସର୍ବଭାରତୀୟ ସେବା ସଂସ୍ଥା, କ୍ଷମତା ସ୍ୱତନ୍ତ୍ରୀକରଣ, ସଂଖ୍ୟାଲଘୁ ଗୋଷ୍ଠୀର ଭାଷା ଓ ସଂସ୍କୃତିର ସଂରକ୍ଷଣ, ଜାତୀୟ ଭାଷା ନିର୍ଦ୍ଧାରଣ, ସାମ୍ବିଧାନିକ ଆଚରଣ ପଦ୍ଧତି, ବୈଦେଶିକ ନୀତି ନିର୍ଦ୍ଧାରଣ, ସମ୍ବିଧାନ ସଂଶୋଧନ ବ୍ୟବସ୍ଥା, ତଫସିଲ ଜାତି ଓ ଉପଜାତିର ମଙ୍ଗଳ ବିଧାନ, ପ୍ରତ୍ୟେକ ରାଜ୍ୟର ଅଞ୍ଚଳ ନିର୍ଦ୍ଧାରଣ, ଅର୍ଥନୈତିକ କ୍ଷମତା ବିସ୍ତୃତିକରଣ, ବାଣିଜ୍ୟ ବ୍ୟବସାୟ ବ୍ୟବସ୍ଥା, ଜାମ୍ମୁ- କାଶ୍ମୀର, ଆନ୍ଧ୍ର ପ୍ରଦେଶ, ଗୁଜୁରାତ, ନାଗାଲାଣ୍ଡ, ସିକିମ, ମଣିପୁର, ଆସାମ ପ୍ରଭୃତି ରାଜ୍ୟଗୁଡ଼ିକ ବିଷୟରେ ବିଶେଷ ବ୍ୟବସ୍ଥା ମାନ ରହିଛି । ସର୍ବୋପରି ୪୨ତମ ସମ୍ବିଧାନ ସଂଶୋଧନରେ ଭାରତକୁ ସମାଜବାଦୀ ରାଷ୍ଟ୍ର ରୂପେ ଘୋଷଣା କରାଯାଇ ମୁଖବନ୍ଧର ସଂଶୋଧନ କରାଯାଇଛି । ୬୪ତମ ସମ୍ବିଧାନ ସଂଶୋଧନଦ୍ୱାରା ପଞ୍ଚାୟର ରାଜ୍ୟକୁ ସ୍ୱାତନ୍ତ୍ର୍ୟ, ମାନ୍ୟତା ଓ ଅର୍ଥନୈତିକ କ୍ଷମତା ଦିଆଯାଇଛି । ସମ୍ବିଧାନକୁ ସୂକ୍ଷ୍ମଭାବେ ଅନୁଧ୍ୟାନ କଲେ ଦେଖାଯାଏ ଏଥିରେ ନିମ୍ନଲିଖିତ ମୌଳିକ ଦର୍ଶନ ନୀତିମାନ ରହିଛି । ଜନତାର ସାର୍ବଭୌମତ୍ୱ ସଂଘ ଶାସନ ବ୍ୟକ୍ତିର ମୌଳିକ ଅଧିକାର ରାଷ୍ଟ୍ରପତି ନିର୍ଦ୍ଦେଶ ଓ ଆଦେଶ ବିଚାରାଳୟର ଅଖଣ୍ଡ ସ୍ୱାଧୀନତା ସଂସଦୀୟ ଶାସନ ଜାତୀୟ ସଂହତି ଓ କେନ୍ଦ୍ର ସରକାରଙ୍କ ଆଧିପତ୍ୟ ସ୍ୱରଣ ସିଂହ କମିଟିର ସୁପାରିଶ ଅନୁସାରେ ଆଉ ଗୋଟିଏ ଦର୍ଶନ ଯୋଡ଼ି ଦିଆଯାଇପାରେ । ତାହା ହେଉଛି - ସାମ୍ୟବାଦ ଓ ଧର୍ମନିରପେକ୍ଷତା । ସର୍ବୋପରି ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ - ପଞ୍ଚାୟତି ରାଜ ଓ ନଗର ସ୍ୱାୟତ୍ତ ଶାସନର ସାମ୍ବିଧାନିକ ମର୍ଯ୍ୟାଦା ଓ ଭିତ୍ତି । ଏହି ଆଦର୍ଶ ଓ ବାସ୍ତବତା, ବ୍ୟକ୍ତି ଓ ସମାଜ, ବ୍ୟକ୍ତିର ସମ୍ମାନ ଓ ଜାତିର ସଂହତି, ଏକନାୟକତ୍ୱ ଓ ଗଣତନ୍ତ୍ର, ଐକିକ ଓ ସଂଘଶାସନ କେନ୍ଦ୍ରୀକରଣ ଓ ବିକେନ୍ଦ୍ରୀକରଣ ଆଦି ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ହୋଇଛି ।
ବଧିରତା, ବଧିରତ୍ତ୍ୱ କିମ୍ବା କାଲା ଦୋଷ ଗୋଟିଏ ଅବସ୍ଥା ଯେଉଁଥିରେ ଶ୍ରବଣ ଶକ୍ତି ଆଂଶିକ ବା ସମ୍ପୁର୍ଣ୍ଣ ଲୋପ ପାଇଥାଏ । ଏହା ଗୋଟିଏ ବା ଉଭୟ କାନରେ ହୋଇପାରେ । ପିଲାଙ୍କର ଏହି ଦୋଷ ଥିଲେ ଭାଷା ଶିଖିବାରେ ଅସୁବିଧା ହୁଏ ଓ ବଡ଼ ମଣିଷମାନଙ୍କର କର୍ମକ୍ଷେତ୍ରରେ ଅସୁବିଧା ହୁଏ । କେତେକ ଲୋକ ଯଥା ବୃଦ୍ଧମାନେ ଶ୍ରବଣ ହାନୀ ଫଳରେ ଏକାକୀ ହୋଇଯାଆନ୍ତି । କାଲାଦୋଷ କୁହାଯାଏ ଯେତେବେଳେ ଅତି ସାମାନ୍ୟ ବା ଆଦୌ ଶ୍ରବଣ ଶକ୍ତି ନ ଥାଏ । ବୟସ ଦୋଷ, ଉଚ୍ଚ ଧ୍ୱନୀ, ବ୍ୟାଧି, ରାସାୟନିକ ପଦାର୍ଥ ଓ ଆଘାତ ଇତ୍ୟାଦିଦ୍ୱାରା ଏହି ଦୋଷ ହୁଏ । ଡେସିବେଲ ଏକକଦ୍ୱାରା ବଧିରତାର ପରିମାଣ ନିର୍ଧାରଣ କରାଯାଏ । ଏହି ଦୋଷ ବିଭିନ୍ନ ପରିମାଣର ହୋଇ ପାରେ, ଯଥା ସାମାନ୍ୟ, ମଧ୍ୟମ, ମଧ୍ୟମ ଭୟାବହ, ଭୟାବହ କିମ୍ବା ଆତଙ୍କ ଜନକ । କେତେକ ଉପାୟଦ୍ୱାରା ବଧିରତାକୁ ରୋକା ଯାଇ ପାରିବ କିନ୍ତୁ କେତେକ କ୍ଷେତ୍ରରେ ଏହା ରୋକା ଯାଇ ପାରିବ ନାହିଁ ବା ପୂର୍ବାବସ୍ଥାକୁ ଫେରାଇ ଆଣି ହେବ ନାହିଁ । ଆଂଶିକ ବଧିର ଶୁଣିବା ନିମନ୍ତେ ଅନେକ ପ୍ରକାରର ଯନ୍ତ୍ର ଆବିସ୍କାର କରାଗଲାଣି । ସଂଜ୍ଞା ଶ୍ରବଣ କ୍ଷତି ଶ୍ରବଣ ହାନୀ, (ଇଂରାଜୀ ଭାଷାରେ ହିଅରିଙ୍ଗ ଲସ୍, ହାର୍ଡ ଅଫ ହିଅରିଙ୍ଗ, ଅନାକୁସିସ ବା ହିଅରିଙ୍ଗ ଇମ୍ପେୟାରମେଣ୍ଟ ଯଥାକ୍ରମେ , ବା ), କ‌ହିଲେ ଶ୍ରବଣ ଶକ୍ତିର ଆଂଶିକ ବା ସମ୍ପୁର୍ଣ୍ଣ ହାନୀକୁ ବୁଝାଏ । ସାଧାରଣ ଶ୍ରବଣ ଅପେକ୍ଷା କମ ଶ୍ରବଣ ଗ୍ରାହ୍ୟତା ହେଲେ ଶ୍ରବଣ କ୍ଷତି କୁହାଯାଏ । ଯେଉଁମାନଙ୍କର ଧ୍ୱନୀ ଗ୍ରାହ୍ୟତା କମ ଥାଏ ସେମାନଙ୍କୁ କାଲା ବା ବଧିର କୁହାଯାଏ । ସାଧାରଣ ଶୁଣି ପାରିବା ଭଳି ଧ୍ୱନୀଠାରୁ ଅଧିକ ଧ୍ୱନୀ ଆବଶ୍ୟକ ହେଲେ ସେହି ପରିମାଣକୁ ବିଭାଗୀ କରଣ କରାଯାଏ । ଧ୍ୱନୀକୁ ବର୍ଦ୍ଧିତ କଲା ପରେ ମଧ୍ୟ ଶ୍ରବଣ ହୋଇ ନ ପାରିଲେ ବଧିରତା କୁହାଯାଏ । ସମ୍ପୁର୍ଣ୍ଣ ବଧିର କୌଣସି ଧ୍ୱନୀ ଶୁଣି ପାରେ ନାହିଁ, ଯେତେ ଅଧିକ ଧ୍ୱନୀ ହେଉ ପଛକେ । କାରଣ ଓ ରୋଗ ନିର୍ଣ୍ଣୟ ଶ୍ରବଣ ହାନୀର ଅନେକ କାରଣ ଅଛି ଯେପରିକି ଜେନେଟିକ, ବୟସାଧିକ୍ୟ, ଧ୍ୱନୀ ଜନିତ ଶ୍ରବଣ ହାନୀ, କେତେକ ସଂକ୍ରମଣ, ଜନ୍ମ ଜଟିଲତା, କାନ ଆଘାତ ଓ କେତେକ ଔଷଧ ତ‌ଥା ବିଷାକ୍ତ ପଦାର୍ଥ । କ୍ରନିକ କାନ ସଂକ୍ରମଣ ଶ୍ରବଣ ହାନୀର ଏକ ସାଧାରଣ କାରଣ । ଗର୍ଭାବସ୍ଥାର ଜଟିଳତା ସୃଷ୍ଟିକାରୀ ରୁବେଲା ବା ଜର୍ମାନ ମିଳିମିଳା ମଧ୍ୟ ଅସୁବିଧା ସୃଷ୍ଟି କରେ । ଜଣେ ଲୋକ ଅତି କମରେ ଗୋଟିଏ କାନରେ ଶ୍ରବଣ ପରୀକ୍ଷାରେ ୨୫ ଡେସିବେଲ ଶୁଣି ନ ପାରିଲେ ଶ୍ରବଣ ହାନୀ ନିର୍ଣ୍ଣୟ କରାଯାଏ । ପ୍ରତ୍ୟେକ ନବଜାତ ଶିଶୁର କାନ ପରୀକ୍ଷା କରିବା ନିମନ୍ତେ ସୁପାରିସ କରାଯାଏ । ଶ୍ରବଣ ହାନୀକୁ ଅବସ୍ଥା ଅନୁସାରେ ଶ୍ରେଣୀଭୁକ୍ତ କରାଯାଏ: ସାମାନ୍ୟ, ମଧ୍ୟମ, ଗମ୍ଭୀର ଓ ଗ‌ହ‌ନ । ପ୍ରତିଷେଧ ଓ ଚିକିତ୍ସା ଶ୍ରବଣ ହାନୀ ପ୍ରତିରୋଧ ସାପେକ୍ଷ । ଟିକା କାରଣ, ଗର୍ଭାବସ୍ଥାର ଉପ‌ଯୁକ୍ତ ଯତ୍ନ, ଉଚ୍ଚ ଧ୍ୱନୀ ଏଡ଼େଇ ଓ କେତେକ ଔଷଧ ବର୍ଜନ କରି ଶ୍ରବଣ ହାନୀ ପ୍ରତିରୋଧ କରାଯାଏ । ଧ୍ୱନୀ କମ ରଖିବାକୁ ନିଜସ୍ୱ ଅଡିଓ ଶୁଣିବା ସମୟ ଏକ ଦିନରେ ଏକ ଘଣ୍ଟା ମଧ୍ୟରେ ସୀମିତ ରଖିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଉଛି । ପିଲାଙ୍କ କ୍ଷେତ୍ରରେ ଆଶୁ ଚିହ୍ନଟ ଓ ସାହାଯ୍ୟ ଆବଶ୍ୟକ ହୁଏ । ଅନେକ ଲୋକଙ୍କର ଶ୍ରବଣ ଯନ୍ତ୍ର, ଅଙ୍ଗ ବିନ୍ୟାସ ଭାଷା , କ‌କଲିଆର ଇମ୍ପ୍ଲାଣ୍ଟ ଓ ଉପଶୀର୍ଷକ ଇତ୍ୟାଦି ଉପାଦେୟ ସାବ୍ୟସ୍ତ ହୁଏ । ଓଠ ପଠନ ଦକ୍ଷତା ଆଉ ଗୋଟିଏ ଉପାଦେୟ ଉପାୟ । ପୃଥିବୀର ଅନେକ ସ୍ଥାନରେ ଶ୍ରବଣ ଯନ୍ତ୍ର ମିଳେନାହିଁ । ରୋଗାନୁଶୀଳନ ଓ ସମାଜ ପୃଥିବୀରେ ଜନସଂଖ୍ୟାର ପ୍ରାୟ ୧୦ % ଲୋକଙ୍କର କିଛି ପରିମାଣରେ ଶ୍ରବଣ ହାନୀ ଥାଏ । ଏହା ଯୋଗୁ ସାଧାରଣ ଅସମର୍ଥତା ୫ % (୩୬0ରୁ ୫୩୮ ନିୟୁତ) ଓ ମଧ୍ୟମରୁ ଗମ୍ଭୀର ଅସମର୍ଥତା ୧୨୪ ନିୟୁତ ଲୋକଙ୍କର ଥାଏ । ମଧ୍ୟମରୁ ଗମ୍ଭୀର ଅସମର୍ଥତା ଦଳର ୧୦୮ ନିୟୁତ ଲୋକ ନିମ୍ନ ଓ ମଧ୍ୟମ ଅର୍ଥନୈତିକ ଦେଶମାନଙ୍କରେ ବାସ କରନ୍ତି । ଏମାନଙ୍କ ମଧ୍ୟରୁ ୬୫ ନିୟୁତ ଲୋକଙ୍କର ପିଲାଦିନରୁ ଶ୍ରବଣ ହାନୀ ଥାଏ । ଅଙ୍ଗବିନ୍ୟାସ ଭାଷା ବ୍ୟବ‌ହାର କରୁଥିବା ଲୋକମାନେ କାଲା ସଂସ୍କୃତିର ସଭ୍ୟ ଓ ସେମାନେ ନିଜକୁ ଅନ୍ୟମାନଙ୍କଠାରୁ କିଛି ଅଲଗା ଭାବନ୍ତି କିନ୍ତୁ ରୋଗ‌ଗ୍ରସ୍ତ ଭାବନ୍ତିନି । କାଲା ସଂସ୍କୃତି ଅଧିକାଂଶ ସଦସ୍ୟ ଶ୍ରବଣ ହାନୀ ଆରୋଗ୍ୟ କରିବାକୁ ବିରୋଧ କରନ୍ତି । ଏହି ଦଳର କେତେକ ସଭ୍ୟ କ‌କଲିଆର ଇମ୍ପ୍ଲାଣ୍ଟକୁ ସନ୍ଦିଗ୍ଧ ଆଖିରେ ଦେଖନ୍ତି ଯେହେତୁ ସେମାନଙ୍କର ତାଙ୍କ ଦଳରୁ ବିଦାୟ ହେବାର ସମ୍ଭାବନା ଥାଏ । ଶ୍ରବଣ ହାନୀ ଶବ୍ଦକୁ କେତେକ ବିଯୁକ୍ତାତ୍ମକ ଭାବରେ ନେଇ ଭାବନ୍ତି ଯେ ଏମାନେ କିଛି ପାରିବେ ନାହିଁ ।
ଶାରୀରିକ ତରଳ ପଦାର୍ଥ (ଇଂରାଜୀ ଭାଷାରେ ) କ‌ହିଲେ ଜୀବନ୍ତ ମାନବ ଶରୀରରେ ପ୍ରସ୍ତୁତ ତରଳ ପଦାର୍ଥମାନଙ୍କୁ ବୁଝାଏ । ଏହି ତରଳ ପଦାର୍ଥ ମଧ୍ୟରେ ଶରୀରର ତରଳ ପଦାର୍ଥ ଓ କ୍ଷରଣ/ସ୍ରବଣ ବା ନିଷ୍କାସନ ଜନିତ ତରଳ ପଦାର୍ଥ ଅନ୍ତର୍ଭୁକ୍ତ । ଶରୀରରେ ପ୍ରାୟ ୬୦ରୁ ୬୫% ତରଳ ପଦାର୍ଥ ଜୀବକୋଷ ଭିତରେ ଥାଏ ଯାହାକୁ ଦେହ ଜଳ କୁହାଯାଏ ଓ ବଳକା ୩୫ରୁ୪୦% କୋଷ ବାହାରେ ଥାଏ । କୋଷ ବ‌ହିର୍ଭୁତ ତରଳ ପଦାର୍ଥ ମଧ୍ୟରେ ଅନ୍ତରାଳୀୟ ତରଳ ପଦାର୍ଥ , ଲସିକା ଓ ରକ୍ତ ଅନ୍ତର୍ଭୁକ୍ତ । ଶରୀରରେ ପ୍ରାୟ ୬ରୁ ୧୦ ଲିଟର ଲସିକା ଓ ୩.୫ରୁ ୫ ଲିଟର ରକ୍ତ ଥାଏ । ଶାରୀରିକ ତରଳ ପଦାର୍ଥମାନଙ୍କର ତାଲିକା ଉଲ୍ୱଜଳ ଜଳୀୟ ଦ୍ରବ ଓ ଭିଟ୍ରିଅସ ଦ୍ରବ ପିତ୍ତ ରକ୍ତ ଲସ ସ୍ତନ ଦୁଗ୍ଧ ସେରେବ୍ରୋସ୍ପାଇନାଲ ତରଳ ପଦାର୍ଥ ପ୍ରମସ୍ତିଷ୍କ ପନ୍‌ସୀୟ କର୍ଣ୍ଣମଳ/କାନଗୁହ / କାଇଲ୍/ବାସାଲସୀକା ପଚନ ମଣ୍ଡ/କାଇମ୍ ଏଣ୍ଡୋଲିମ୍ଫ ଓ ପେରିଲିମ୍ଫ ନିଃସ୍ୟନ୍ଦ ମଳ ମହିଳା ଇଜାକୁଲେଟ ଜଠର ଏସିଡ/ଅମ୍ଳ ଜଠର ରସ ଲସିକା ଶ୍ଳେଷ୍ମ ପରିହୃତ ପର୍ଯ୍ୟୁଦର ଫୁସଫୁସ ଆବରଣ ତରଳ ପଦାର୍ଥ ପୂଜ ରିଉମ (ନିଦ୍ରା ସମୟରେ ଆଖି, ପାଟି ଓ ନାକରୁ ନିର୍ଗତ ତରଳ ପଦାର୍ଥ) ଲାଳ ତ୍ୱଗ ବସୀୟ ସେରସୀୟ ବୀର୍ଯ୍ୟ ସ୍ମେଗ୍ମା କଫ ସନ୍ଧିରସ ଝାଳ ଲୁହ ମୂତ୍ର ଯୋନୀସ୍ରାବ ବାନ୍ତି ଶ୍ରେଣୀ ଅନୁଯାୟୀ: କୋଷିକାଭ୍ୟନ୍ତର ତରଳ ପଦାର୍ଥ ବ‌ହିଃକୋଷିକା ତରଳ ପଦାର୍ଥ ବାହିକାଭ୍ୟନ୍ତର ତରଳ ପଦାର୍ଥ ଅନ୍ତରାଳୀୟ ଲସିକା ଟ୍ରାନ୍ସସେଲ୍ୟୁଲାର ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ଓ ରୋଗ ସମ୍ପର୍କରେ ଶାରୀରିକ ତରଳ ପଦାର୍ଥଗୁଡ଼ିକର ନାମ ଉଲ୍ଲେଖ କରାଯାଏ । ଆଧୁନିକ ମେଡିକାଲ, ଜନସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମ୍ପର୍କୀୟ କଥାରେ ଏହାକୁ ସମ୍ଭାବ୍ୟ ଅପରିଷ୍କାର କୁହାଯାଏ । କାରଣ ଏଥିରେ ସଂକ୍ରମଣ ସୃଷ୍ଟିକାରୀ ପଦାର୍ଥ (ଭେକ୍ଟର ) ଯେପରିକି ଯୌନ ସଞ୍ଚାରିତ ରୋଗ ବା ରକ୍ତବାହୀ ରୋଗ ଥାଇପାରେ । ସାର୍ବଜନୀନ ସାବଧାନତା ଓ ବିପଦମୁକ୍ତ ଯୌନ‌କ୍ରିୟା ଅଭ୍ୟାସଦ୍ୱାରା ଶାରୀରିକ ତରଳ ପଦାର୍ଥ ବିନିମୟ ହୋଇପାରେ ନାହିଁ । ଶାରୀରିକ ତରଳ ପଦାର୍ଥଗୁଡ଼ିକ ମେଡିକାଲ ପରୀକ୍ଷାଗାରରେ ଅନୁଶୀଳନ କରି ଅଣୁଜୀବ, ପ୍ରଦାହ, କର୍କଟ ଇତ୍ୟାଦିକୁ ଚିହ୍ନଟ କରାଯାଏ । ନିଦାନୀୟ ନମୁନା ସଂଜ୍ଞାନୁସାରେ ଅଣ-ସଂକ୍ରମଣକ୍ଷମ ମାନବ ବା ପଶୁ ପଦାର୍ଥମାନଙ୍କୁ ନିଦାନୀୟ ନମୁନା କୁହାଯାଏ ଯେଉଁଥିରେ ଥାଏ ରକ୍ତ, ଲାଳ , ନିଷ୍କାସିତ ଦ୍ରବ୍ୟ , ଶାରୀରିକ ତନ୍ତୁ , ତନ୍ତୁ ତରଳ ପଦାର୍ଥ ଓ ରକ୍ତ ସଞ୍ଚାରଣ ନିମନ୍ତେ ରକ୍ତ ପଦାର୍ଥ । ଡାକ୍ତରୀ ପରିପ୍ରେକ୍ଷୀରେ ରୋଗ ନିର୍ଣ୍ଣୟକାରୀ ପରୀକ୍ଷା, ନିସ୍କର୍ଷ ଓ ରୋଗ ଚିହ୍ନଟର ଅନୁଶୀଳନ ନିମନ୍ତେ ନମୁନା ନିଆଯାଏ । ନମୁନା ନମୁନା ପଦ୍ଧତି: ରକ୍ତ ନମୁନା ନିଆଯାଏ ରକ୍ତ ପରୀକ୍ଷା ନିମନ୍ତେ: ଧମନୀୟ ରକ୍ତ ନମୁନା: ଯେପରିକି ରାଡିଆଲ ଧମନୀ ଛିଦ୍ର କରି ନିଆଯାଏ । ଶିରା ରକ୍ତ ନମୁନା, ଶିରା ଛିଦ୍ର କରି ନିଆଯାଏ । କଟି ବେଧନ : ସେରେବ୍ରୋସ୍ପାଇନାଲ ଫ୍ଲୁଇଡ ନମୁନା ନିମନ୍ତେ । ବକ୍ଷ ବେଧନ : ପ୍ଲୁରା ତରଳ ପଦାର୍ଥ ନମୁନା ନିମନ୍ତେ । ଉଲ୍ୱ ବେଧନ : ଉଲ୍ୱଜଳ ନିମନ୍ତେ ନମୁନା ନିମନ୍ତେ ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୩ ସେପ୍ଟେମ୍ବର ବର୍ଷର ୨୬୬ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୨୬୭ତମ । ବର୍ଷ ଶେଷ ହେବା ପାଇଁ ଆଉ ୯୯ ଦିନ ବାକି ଅଛି ।
ଶ୍ରୀରଙ୍ଗ ନାୟକ ବୃତ୍ତିରେ ଶିକ୍ଷକ ହେଲେ ବି ଜଣେ ନାଟ୍ୟକାର, ଲେଖକ ତଥା ଇତିହାସ ସମ୍ପର୍କିତ ସଂଗ୍ରାହକ । ରାୟଗଡ଼ା ଜିଲ୍ଲାର ଅନନ୍ୟ ଅନୁଷ୍ଠାନ "ଆଦିକନ୍ଦ ସଂଗ୍ରହାଳୟ" ର ସେ ପ୍ରତିଷ୍ଠାତା । ୨୦୧୫ ମସିହାରେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ରାୟଗଡ ଜିଲ୍ଲା ସାଂସ୍କୃତିକ ମହୋତ୍ସୱ 'ଚଇତି' ଦ୍ୱାରା ତାଙ୍କୁ 'ଚଇତି ସମ୍ମାନ' ରେ ସମ୍ମାନିତ କରାଯାଇଛି । ପ୍ରାରମ୍ଭିକ ଜୀବନ ଗଞ୍ଜାମ ଜିଲ୍ଲାର କରାତଳି ଗ୍ରାମରେ ଜନ୍ମିତ ଶ୍ରୀ ନାୟକଙ୍କର ପିତା ଆଦିକନ୍ଦ ନାୟକ ଏବଂ ମାତା ମନ୍ଦୋଦରୀ ନାୟକ । ଜଣେ ହିନ୍ଦୀ ଶିକ୍ଷକ ଭାବରେ ସେ ଚାକିରୀ ଜୀବନର ଅଧିକାଂଶ ସମୟ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଟାଇଛନ୍ତି । ଶିକ୍ଷାଦାନ ସହିତ ସାହିତ୍ୟ ରଚନା, ନାଟ୍ୟ ନିର୍ଦ୍ଦେଶନା, ପତ୍ରିକା ସଂପାଦନା ତଥା ରାଷ୍ଟ୍ରଭାଷା ପ୍ରଚାର ଓ ପ୍ରସାରରେ ନିଜକୁ ସଂଶ୍ଳିଷ୍ଟ ରଖିଛନ୍ତି । ତେବେ ପାଣ୍ଡୁଲିପି ସଂଗ୍ରହ ସହ ପ୍ରାଚୀନ ଶୀଳା ତଥା ଐତିହାସିକ ମହତ୍ତ୍ୱ ବହନ କରୁଥିବା ବହୁସଂଖ୍ୟକ ବିବିଧ ବସ୍ତୁ ସଂଗ୍ରହ କରି ସେ ନିଜସ୍ୱ ଏକ ସଂଗ୍ରହାଳୟ ସୃଷ୍ଟି କରିପାରିଛନ୍ତି । କୃତି ସାହିତ୍ୟ "ଜୟ ମା ମାର୍କମା" ନାଟକ ତଥା ବିଷମ କଟକର ଇତିହାସ ସମ୍ବଳିତ ଅନେକ ଲେଖା ତାଙ୍କରି କଲମରୁ ପ୍ରକାଶ ପାଇଛି । ଅବିଭକ୍ତ ଗଞ୍ଜାମ, କୋରାପୁଟ ଓ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ୪୦ରୁ ଅଧିକ ନାଟକ ଓ ଗୀତିନାଟ୍ୟର ନିର୍ଦ୍ଦେଶନା ଦେବା ସହ ଅନେକ ନାଟକରେ ମଧ୍ୟ ସେ ଅଭିନୟ କରିଛନ୍ତି । ସେ ମଧ୍ୟ ଜୟପୁର ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର । ସାହିତ୍ୟିକ ନାୟକଙ୍କର ପ୍ରକାଶିତ ଜୟମା ମାର୍କମା ନାଟକକୁ ବାଦ୍‌ ଦେଲେ ଅନେକ ନାଟକ (ଜଗଜ୍ଜେତା ରାବଣ, ଅଭୁଲା ସ୍ମୃତି, ତାରା ତାରିଣୀ, ପରଦା ଉହାଡେ), ଗୀତି ନାଟ୍ୟ (ରୋଷ ବହ୍ନି, ଜୟମା ମାର୍କମା,ଅଭାଗିନୀ ସୀତା, କାଳଜୟୀ ପତିବ୍ରତା, ସୁନା ଚଢ଼େଇ, ଅଭିଶପ୍ତା ଶ୍ରୀରାଧା, ତପସ୍ୱିନୀ ସୀତା, କାନ୍ଦୁଛି ପଞ୍ଚବଟୀ ଇତ୍ୟାଦି) ତଥା ବହୁ କାବ୍ୟ କବିତା ବର୍ତ୍ତମାନ ପ୍ରକାଶନ ଅପେକ୍ଷାରେ । ଶ୍ରୀଯୁକ୍ତ ନାୟକ ଓଡ଼ିଆ ସାହିତ୍ୟ ସହିତ ହିନ୍ଦୀ ସାହିତ୍ୟରେ ମଧ୍ୟ ରୁଚି ରଖନ୍ତି । ହିନ୍ଦୀର ଏକ କବିତା ସଂକଳନ ( ମେରି କବିତାଏଁ) ତଥା ଅନ୍ୟ କେତେକ ପ୍ରବନ୍ଧ ଏବଂ ଅନୁବାଦ ଏବେ ପ୍ରକାଶନ ଅପେକ୍ଷାରେ । ସାହିତ୍ୟର ପ୍ରଚାର,ପ୍ରସାର ତଥା ଗଂଜାମ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ଇତିହାସ ଓ ପ୍ରତ୍ନତତ୍ତ୍ୱ ଉପରେ ଗବେଷଣା ସମ୍ପର୍କିତ ୫୦ରୁ ଉର୍ଦ୍ଧ୍ୱ ପ୍ରବନ୍ଧ ପ୍ରକାଶ ହୋଇସାରିଛି । ସଂଗ୍ରହ କର୍ମମୟ ଜୀବନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମ ବୁଲି ତାଙ୍କ ନଜରକୁ ଆସିଥିବା ବିଭିନ୍ନ ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ବହନ କରୁଥିବା ପ୍ରତ୍ୟେକ ଜିନିଷକୁ ତଥା ପାଣ୍ଡୁଲିପି ସେ ସାଇତି ରଖିଛନ୍ତି । ପିତା ସ୍ୱର୍ଗତ ଆଦିକନ୍ଦ ନାୟକଙ୍କର ସଂଗ୍ରହ କରିବାର ନିଶା ତାଙ୍କୁ ଏ ଦିଗରେ ପ୍ରେରଣା ଦେଇଥିଲା । ନିଜର ସଂଗୃହୀତ ଜିନିଷସବୁକୁ ନେଇ ସେ ବିଷମ କଟକସ୍ଥିତ ନିଜ ଘରେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ସଂଗ୍ରହାଳୟ ସ୍ଥାପନା କରିଥିଲେ । ତାଙ୍କରି ନିଜସ୍ୱ ଏହି ଅନୁଷ୍ଠାନ ଆଦିକନ୍ଦ ସଂଗ୍ରହାଳୟ ରାୟଗଡ଼ା ଜିଲ୍ଲାର ଏକ ଅନନ୍ୟ ଅନୁଷ୍ଠାନ । ଶ୍ରୀ ନାୟକକଙ୍କ ନିଜସ୍ୱ ପ୍ରଚେଷ୍ଟାରେ ଗଢିଉଠିଥିବା ଏହି ଅନୁଷ୍ଠାନରେ ଶତାଧିକ ପାଣ୍ଡୁଲିପି ସହିତ ବିଭିନ୍ନ ଯୁଗର ପ୍ରସ୍ତର, ଶୀଳାଲେଖ, ତାଳପୋଥି, ବିଭିନ୍ନ ଦେଶର ମୁଦ୍ରା ତଥା ବିଷମ କଟକର ଇତିହାସ ସମ୍ବନ୍ଧିତ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ରହିଛି । ଓଡ଼ିଆ ଭାଷାରେ ରଚିତ ବହୁ ପୁରାଣ, ମହାପୁରାଣ, ନାଟ୍ୟଶାସ୍ତ୍ର, ଭାଷାବିଜ୍ଞାନ, ଇତିହାସ, ଜୀବନୀ , ଆଧୁନିକ ଗଳ୍ପ ଉପନ୍ୟାସ ଭଳି ଦୁଇ ହଜାରରୁ ଅଧିକ ପୁସ୍ତକ ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି । ରାୟଗଡ଼ା ଜିଲ୍ଲାରେ ବ୍ୟକ୍ତିଗତ ଉଦ୍ୟମରେ ପ୍ରତିଷ୍ଠିତ ଏହା ଏଭଳି ଏକମାତ୍ର ସଂଗ୍ରହାଳୟ । ସଂଗ୍ରହାଳୟରେ ସଂଗୃହିତ ବିବିଧ ଦୁର୍ଲ୍ଲଭ ଜିନିଷର ପ୍ରାଚୀନତା ତଥା ଗବେଷଣାତ୍ମକ ମହତ୍ୱ ଦୃଷ୍ଟିରୁ ତାହା ଏବେ ଗବେଷକ ଏବଂ ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସଂପ୍ରତି ରାୟଗଡ଼ା ଜିଲ୍ଲା ସଂସ୍କୃତି ଭବନରେ ଆଦିକନ୍ଦ-ଶ୍ରୀରଙ୍ଗ କକ୍ଷ ନାମକ ଏକ କକ୍ଷରେ ଏହି ସଂଗ୍ରହାଲୟ ସ୍ଥାନ ପାଇଛି । ପୁରସ୍କାର ଓ ସମ୍ମାନ 2015 ମସିହାରେ ବରିଷ୍ଠ ସାରସ୍ୱତ ସାଧକ ରୂପେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଭୁବନେଶ୍ୱରଠାରେ ଆୟୋଜିତ ବିଜୁ ଜନ୍ମ ଶତବାର୍ଷିକୀ ଉତ୍ସବରେ ଗବେଷକ ତଥା ସଂଗ୍ରାହକ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହାଛଡା, ଶ୍ରୀ ନାୟକ ତାଙ୍କରି କୃତି ନିମିତ୍ତ , ଦ୍ୱାରା ତନ୍ତ୍ର ବିଦ୍ୱାନମଣି ଉପାଧିରେ ଭୂଷିତ । ଏତଦ୍ ବ୍ୟତୀତ ଶ୍ରୀ ନାୟକ ଗଞ୍ଜାମ କଳା ପରିଷଦ (ବ୍ରହ୍ମପୁର), ନାଟ୍ୟ ରଙ୍ଗମଞ୍ଚ (ବାଲିଗୁଡା), ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ (ବ୍ରହ୍ମପୁର), ବନକୁସୁମ ପରିଷଦ (ବ୍ରହ୍ମପୁର) ତଥା ଅନେକ ଅନୁଷ୍ଠାନଦ୍ୱାରା ସମ୍ମାନିତ ହୋଇଛନ୍ତି ।
ଭାନୁଚରଣ ନାଏକ (୨ ଅପ୍ରେଲ ୧୯୪୬ - ୧୨ ଡିସେମ୍ବର ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଭାନୁଚରଣ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଭାନୁଚରଣ ନାଏକ ୧୯୪୬ ମସିହାର ଅପ୍ରେଲ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାର୍ତ୍ତିକ ନାଏକ ଏବଂ ତାଙ୍କ ପତ୍ନୀଙ୍କ ନାମ ଗୁରୁବାରୀ ନାଏକ । ଭାନୁଚରଣଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ । ରାଜନୈତିକ ଜୀବନ ଭାନୁଚରଣ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ଭାନୁଚରଣ ୨୦୧୬ ମସିହାର ଡିସେମ୍ବର ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।
ରେଇତା ଫାରିଆ ପାୱେଲ୍ (ଜନ୍ମ ଅଗଷ୍ଟ ୨୩, ୧୯୪୩) ଯେ ମୁମ୍ବାଇରେ ଗୋଆ ପରିବାରରେ ଜନ୍ମ ହୋଇଥିଲେ ଜଣେ ଭାରତୀୟ ମଡ଼େଲ୍, ଡାକ୍ତର, ସୁନ୍ଦରୀ ପ୍ରତିଯୋଗିତା ବିଜୟିନୀ । ସେ ପ୍ରଥମ ଏସୀୟ ଭାବେ ମିସ୍ ୱାର୍ଲ୍ଡ୍ ସୁନ୍ଦରୀ ପ୍ରତିଯୋଗିତା ଜିତିଥିଲେ । ସେ ମଧ୍ୟ ପ୍ରଥମ ଡାକ୍ତର ଭାବେ ମୁସ୍ ୱାର୍ଲ୍ଡ୍ ଫାଇନାଲ୍ ପର୍ଯ୍ୟାୟକୁ ଉତ୍ତାର୍ଣ୍ଣ ହୋଇଥିଲେ ।
ସୁଲକ୍ଷଣା ଦେବୀ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାରୀକବି । ତତ୍କାଳୀନ ସାରସ୍ୱତ ମହଲରେ ସେ ଜନନୀ ସୁଲକ୍ଷଣା ନାମରେ ପରିଚିତ ଥିଲେ । ୧୮୨୯ ଖ୍ରୀଷ୍ଟାବ୍ଦରେ ସୁଲକ୍ଷଣା ତିଗିରିଆ ରାଜ୍ୟର ଦେବାନ ଦାଶରଥି ବେବର୍ତ୍ତାଙ୍କ କନ୍ୟାଭାବେ ଜନ୍ମଗ୍ରହଣ କରିଥିଲେ । ସେ ଢେଙ୍କାନାଳ ଗଡ଼ର ରାଜମନ୍ତ୍ରୀ ସାମନ୍ତ ଦାଶରଥି ପଟ୍ଟନାୟକଙ୍କ ପୁତ୍ର ନିତ୍ୟାନନ୍ଦଙ୍କୁ ବିବାହ କରିଥିଲେ । ୧୮୮୧ ମସିହାରେ ତାଙ୍କ ସ୍ୱାମୀ ନିତ୍ୟାନନ୍ଦଙ୍କ ମୃତ୍ୟୁପରେ ଜ୍ୟେଷ୍ଠପୁତ୍ର ଜଗନ୍ନାଥ ଢେଙ୍କାନାଳର ରାଜମନ୍ତ୍ରୀ ପଦବୀରେ ଓ କନିଷ୍ଠ ପୁତ୍ର ଦାମୋଦର ଅନ୍ୟ ଗଡ଼ଜାତ ରାଜ୍ୟର ଦେବାନ ପଦବୀରେ ନିଯୁକ୍ତ ହୋଇଥିଲେ । ଏହାପରେ ସେ ସାଂସାରିକ ଜଞ୍ଜାଳରୁ ମୁକ୍ତ ହୋଇ ହବିଷ୍ୟବ୍ରତରେ ବ୍ରତୀ ହୋଇଥିଲେ । ତାଙ୍କ ପୂର୍ବରୁ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମାଧବୀ ଦାସୀ, ବୃନ୍ଦାବତୀ ଦାସୀ ଓ ନିଃଶଙ୍କ ରାଣୀ ପ୍ରମୁଖ କେତେଜଣ ନାରୀକବି ପ୍ରାଚୀନ ରୀତିରେ ଭଜନ ଜଣାଣ ଲେଖିଥିଲେ । ସୁଲକ୍ଷଣା ଖଡ଼ିକାକୁ ଅଳତାରେ ବୁଡ଼ାଇ କାନ୍ଥରେ କବିତା ଲେଖୁଥିଲେ । ପରେ ତାଙ୍କ କନିଷ୍ଠ ପୁତ୍ର ଦାମୋଦର ସେଗୁଡ଼ିକୁ କାଗଜରେ ଉତାରି ନେଇ ପ୍ରକାଶ କରୁଥିଲେ । ପ୍ରଥମେ ସେ କେତେଗୋଟି ଜଣାଣ ଓ ଢେଙ୍କାନାଳର ରାଜା ଦୀନବନ୍ଧୁଙ୍କ ଅକାଳ ବିୟୋଗରେ କ ଠାରୁ କ୍ଷ ଅନୁପ୍ରାସରେ କରୁଣ ରସରେ ଦୀନବନ୍ଧୁ କୋଇଲି ରଚନା କରିଥିଲେ । ଏହା ୧୮୮୯ରେ କବି ଦାମୋଦରଙ୍କଦ୍ୱାରା ପ୍ରକାଶିତ ହୋଇଥିଲା । ଏହା ପରେ ସେ ଶ୍ରୀମନ୍ଦିରରେ ବାରମାସରେ ଅନୁଷ୍ଠିତ ପର୍ବପର୍ବାଣି, ଷଡ଼ଋତୁ ବର୍ଣ୍ଣନା ମାଧ୍ୟମରେ ଅଭିନବ ଶୈଳୀରେ ପାରିଜାତମାଳା ନାମରେ କାବ୍ୟଗ୍ରନ୍ଥରେ ପରିବେଷଣ କରିଥିଲେ । ଏହା ୧୮୯୬ ମସିହାରେ କଟକ ପ୍ରିଣ୍ଟିଂ କମ୍ପାନୀଦ୍ୱାରା ପ୍ରକାଶିତ ହୋଇଥିଲା ।
ଡେକ୍ସାମେଥାଜୋନ ଏକ ପ୍ରକାର ସ୍ଟିରଏଡ ଔଷଧ । ରିଉମାଟିକ ସମସ୍ୟା, ଅନେକ ପ୍ରକାର ଚର୍ମ ରୋଗ, ଗମ୍ଭୀର ଆଲର୍ଜି, ଆଜମା, କ୍ରନିକ ଅବସ୍ଟ୍ରକ୍ଟିଭ ଫୁସଫୁସ ରୋଗ, କ୍ରୁପ, ମସ୍ତିଷ୍କ ଫୁଲା ଓ ଯକ୍ଷ୍ମାରେ ଆଣ୍ଟିବାୟୋଟିକ ସ‌ହିତ ଇତ୍ୟାଦି ରୋଗମାନଙ୍କରେ ଡେକ୍ସାମେଥାଜୋନ ବ୍ୟବ‌ହାର କରାଯାଏ । ଆଡ୍ରେନୋକର୍ଟିକାଲ ଅଭାବ ଥିଲେ ଏହା ସ‌ହିତ ଫ୍ଲୁଡ୍ରୋକର୍ଟିଜୋନ ଭଳି ମିନେରାଲୋକର୍ଟିକଏଡ ଦିଆଯାଏ । ଶିଶୁର ଉନ୍ନତି ନିମନ୍ତେ ଅପରିପକ୍ୱ ପ୍ରସବରେ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ, ମାଂସପେଶୀରେ ଓ ଶୀରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ଡେକ୍ସାମେଥାଜୋନ ପ୍ରଭାବ ଗୋଟିଏ ଦିନ ଭିତରେ ଆରମ୍ଭ ହୁଏ ଓ ୩ ଦିନ ପର୍ଯ୍ୟନ୍ତ ରହେ । ଦୀର୍ଘକାଳ ଧରି ବ୍ୟବ‌ହାର କଲେ ଥ୍ରସ, ଅସ୍ଥି କ୍ଷୟ, ପରଳ, ସ‌ହଜ ବ୍ରୁଇସ, ମାଂସପେଶୀ ଦୁର୍ବଳ ହୁଏ । ଗର୍ଭାବସ୍ଥାରେ ବ୍ୟବ‌ହାର କଲେ ଗର୍ଭସ୍ଥ ଶିଶୁର କୌଣସି କ୍ଷତି ହେବା ଜଣାଯାଇ ନଥିବା ଯୋଗୁ ଆମେରିକାର ଏହାର ଗର୍ଭାବସ୍ଥା ଶ୍ରେଣୀ ସି ଓ ଅଷ୍ଟ୍ରେଲିଆରେ ଗର୍ଭାବସ୍ଥା ଶ୍ରେଣୀ ଏ ମାନ୍ୟତା ଦିଆଯାଇଛି । ସ୍ତନ୍ୟପାନ କରେଇବା ସମୟରେ ଏହା ନେବା ଉଚିତ ନୁହେଁ । ଡେକ୍ସାମେଥାଜୋନର ପ୍ରଦାହ ବିରୋଧୀ ଓ ଶରୀର-ପ୍ରତିରକ୍ଷା ଅବରୋଧକାରୀ ଗୁଣ ପ୍ରଭାବ ଅଛି । ଡେକ୍ସାମେଥାଜୋନ ପ୍ରଥମେ ସନ ୧୯୫୭ରେ ତିଆରି ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଡେକ୍ସାମେଥାଜୋନ ମୂଲ୍ୟବାନ ନୁହେଁ । ଆମେରିକାରେ ଏହି ଔଷଧର ମାସିକ କ୍ରୟ ଖର୍ଚ୍ଚ ୨୫ ଅମେରିକୀୟ ଡଲାରରୁ କମ । ଅପରିପକ୍ୱ ପ୍ରସବ ନିମନ୍ତେ ଭାରତରେ ଏହାର ଖର୍ଚ୍ଚ ପ୍ରାୟ ୦.୫ ଆମେରିକୀୟ ଡଲାର । ପୃଥିବୀର ଅଧିକାଂଶ ସ୍ଥାନରେ ଏହା ମିଳେ ।
ସେରେବ୍ରାଲ ପାଲ୍‌ସି (ଇଂରାଜୀରେ ), ସ୍ୱଳ୍ପରେ ସି.ପି. କେତେଗୁଡ଼ିଏ ଚଳନ ସମସ୍ୟାଭିତ୍ତିକ ରୋଗମାନଙ୍କର ଏକ ଦଳ ଯାହା ପ୍ରାକ୍-ଶୈଶବ କାଳରେ ଦେଖାଯାଏ । ବିଭିନ୍ନ ଲୋକଙ୍କ ମଧ୍ୟରେ ଲକ୍ଷଣମାନଙ୍କର ଭିନ୍ନତା ଦେଖାଯାଏ । ପୁନଃ ପୁନଃ ଦେଖାଯାଉଥିବା ଲକ୍ଷଣ‌ଗୁଡ଼ିକ; ସମନ୍ୱୟ ଅସୁବିଧା, ସୁଦୃଢ଼ ମାଂସପେଶୀ , ଦୁର୍ବଳ ମାଂସପେଶୀ, କ‌ହିବା ତ‌ଥା ଗିଳିବାରେ ଅସୁବିଧା ଓ କମ୍ପନ । ଏହା ବ୍ୟତୀତ ସ୍ପର୍ଶ, ଦୃଷ୍ଟି ଓ ଶ୍ରବଣ ସମସ୍ୟା ରହିପାରେ । ଅନେକ ସମୟରେ ସିପି ଛୁଆ ଗଡ଼ିବା, ବସିବା, ଘୁଷୁରିବା ଓ ଚାଲିବା ଆଦି ଅନ୍ୟ ପିଲାଙ୍କ ଭଳି କରିପାରନ୍ତି ନାହିଁ । ଚିନ୍ତା ଶକ୍ତି ତ‌ଥା ବୋଧ ଶକ୍ତିର ଅଭାବ ଓ ବାତ ମାରିବା ଅସୁବିଧା ପ୍ରାୟ ଏକ ତୃତୀୟାଂଶ କେସ୍‌ରେ ଦେଖାଯାଏ । ଲକ୍ଷଣ‌ଗୁଡ଼ିକ ପ୍ରଥମ କିଛି ବର୍ଷରେ ଦେଖାଗଲେ ମଧ୍ୟ ପରେ ଏହି ରୋଗ ଅଧିକ କ୍ଷତି କରେ ନାହିଁ । ମସ୍ତିଷ୍କର ଯେଉଁ ଅଂଶ ଶରୀରର ଚଳନ, ଭାରସାମ୍ୟ ଓ ସଂସ୍ଥିତିକୁ ନିୟନ୍ତ୍ରଣ କରେ ତାହାର ଗଠନ ଅସ୍ୱାଭାବିକ ହେଲେ ବା ଏହା ଆଘାତପ୍ରାପ୍ତ ହେଲେ ସେରେବ୍ରାଲ ପାଲ୍‌ସି ରୋଗ ହୁଏ । ଅଧିକାଂଶ ସମସ୍ୟା ଗର୍ଭାବସ୍ଥାରେ ହୁଏ; କିନ୍ତୁ ଏହା ଜନ୍ମ ସମୟରେ ବା ଏହାର କିଛି ସମୟ ପରେ ମଧ୍ୟ ହେବ ସମ୍ଭବ । ଅନେକ ସମୟରେ କାରଣ ଅଜଣା ଥାଏ । ଅପକ୍ୱ ଜନ୍ମ, ଯାଆଁଳା ଜନ୍ମ; କେତେକ ସଂକ୍ରମଣ ଯଥା ଟକ୍ସୋପ୍ଲାଜ୍ମୋସିସ, ଜର୍ମାନ ମିଳିମିଳା ବା ରୁବେଲା, ଗର୍ଭାବସ୍ଥାରେ ମିଥାଇଲ ମର୍କରୀ ସଂସ୍ପର୍ଶ ଓ ଜୀବନର ପ୍ରଥମ କିଛି ବର୍ଷ ଭିତରେ ମୁଣ୍ଡ ଆଘାତ ଇତ୍ୟାଦି ଏହି ରୋଗର ସଙ୍କଟମୟ ଅବସ୍ଥା ସୃଷ୍ଟି କରେ । ଜେନେଟି୍ ଦୋଷ ୨ % କେସ୍‌ରେ ଥାଏ । ନିର୍ଦ୍ଦିଷ୍ଟ କେତେକ ସମସ୍ୟାକୁ ନେଇ କେତେକ ଉପ-ଟାଇପ ବର୍ଗୀକରଣ କରାଯାଇଥାଏ, ଉଦାହରଣ ସ୍ୱରୁପ ଅନମନୀୟ ମାଂସପେଶୀ , ଅସମନ୍ୱୟ ଓ କେତେକ ଛଟପଟ ହେବାଭଳି ଚଳନ । ସମୟକ୍ରମେ ପିଲାର ବିକାଶ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ରକ୍ତ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ କରି ଅନ୍ୟ ସମ୍ଭାବ୍ୟ ରୋଗମାନଙ୍କଠାରୁ ଅଲଗା କରାଯାଏ । ମାତାମାନଙ୍କୁ ଟିକା ଦେଇ ଓ ଉନ୍ନତ ଶିଶୁ ନିରାପଦ ବ୍ୟବସ୍ଥା ଗ୍ରହଣ କରି, ମୁଣ୍ଡ ଆଘାତ ନିରୋଧ କରି ଆଂଶିକ ଭାବରେ ସି.ପି. ରୋଗର ପ୍ରତିରୋଧ କରିହୁଏ । ସି.ପି. ଆରୋଗ୍ୟସାଧ୍ୟ ନୁହେଁ; ତ‌ଥାପି ଆଧାର ଚିକିତ୍ସା, ଔଷଧ ଓ ଅପରେଶନ‌ଦ୍ୱାରା ସାହାଯ୍ୟ ମିଳେ । ଭୌତିକ ଓ ବାକ୍‌ଶକ୍ତି ଚିକିତ୍ସା ମଧ୍ୟ ଆବଶ୍ୟକ । ଡାୟାଜେପାମ, ବାକ୍ଲୋଫେନ, ବୋଟୁଲିନମ୍ ଟକ୍ସିନ ଇତ୍ୟାଦି ଔଷଧ ଦେଲେ ମାଂସପେଶୀ କାଠିନ୍ୟ ଦୂର ହୋଇପାରେ । ଅପରେଶନ କରି ମାଂସପେଶୀ ଲମ୍ବା କରାଯାଏ ଓ ଅତି-ସକ୍ରିୟ ସ୍ନାୟୁ କାଟିଦିଆଯାଏ । ଅନେକ ସମୟରେ ବ୍ରେସ୍ ଓ ଅନ୍ୟ ସାହାଯ୍ୟକାରୀ ବ୍ୟବସ୍ଥା ଅବଲମ୍ବନ କରାଯାଏ । କେତେକ ପିଲା ଉଚିତ୍ ଚିକିତ୍ସା ନେଇ ପ୍ରାୟ ସାଧାରଣ ବୟସ୍କ ଜୀବନ ଯାପନ କରୁଛନ୍ତି । ଅଲ୍‌ଟର୍‌ନେଟିଭ୍ ମେଡିସିନ୍ ଅନେକ ସମୟରେ ବ୍ୟବ‌ହାର କରାଯାଉଛି । ପିଲାମାନଙ୍କର ଚଳପ୍ରଚଳ ଅବ୍ୟବସ୍ଥା ସମ୍ବନ୍ଧିତ ରୋଗମାନଙ୍କ ମଧ୍ୟରେ ସି.ପି. ଅତି ସାଧାରଣ । ଜିବନ୍ତ ଜନ୍ମିତ ଶିଶୁଙ୍କ ମଧ୍ୟରେ ଏହାର ସଂଖ୍ୟା ପ୍ରାୟ ୨.୧ % । ଆଦିମ କାଳରୁ ଏହି ସି.ପି. ରୋଗ ମନୁଷ୍ୟଙ୍କୁ ଆକ୍ରମଣ କରିଆସିଛି । ଖ୍ରୀ:ପୂ: ୫ମ ଶତାବ୍ଦୀରେ ହିପୋକ୍ରାଟିସ୍ ପ୍ରଥମେ ଏହ ବିଷୟରେ ଲେଖିଥିଲେ । ଏହା ବିଷୟରେ ସବିଶେଷ ଭାବରେ ୧୯ତମ ଶତାବ୍ଦୀରେ ଉଇଲିଅମ ଜନ ଲିଟ୍‌ଲ୍ ବର୍ଣ୍ଣନା କରିଥିଲେ । ସ୍ଟେମ ସେଲ୍ ଥେରାପି ସ‌ହ ଅନେକ ସଂଖ୍ୟକ ଚିକିତ୍ସା ଏହି ରୋଗ ନିମନ୍ତେ ପରୀକ୍ଷା ନିରୀକ୍ଷା କରାଯାଉଛି । ଯାହାହେଉ, ଆହୁରି ଅନେକ ଗବେଷଣା ଏହାର ଉପକାରୀତା ଓ ବିପଦଶୂନ୍ୟତା ଜାଣିବା ନିମନ୍ତେ ଆବଶ୍ୟକ ।
ପୋନେସିମୋଡ, ପୋନଭୋରି ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମଲ୍ଟିପ୍ଲ ସ୍କ୍ଲେରୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ଭାବେ ଏହା ଆଇସୋଲେଟେଡ ସିଣ୍ଡ୍ରୋମ, ରିଲାପସିଙ୍ଗ- ରେମିଟିଙ୍ଗ୍ ରୋଗ ଏବଂ ସେକେଣ୍ଡାରୀ ପ୍ରଗତିଶୀଳ ରୋଗମାନଙ୍କରେ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ ।ଉ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଯକୃତ ପ୍ରଦାହ ଏବଂ ଉଚ୍ଚ ରକ୍ତଚାପ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଧୀର ହୃଦସ୍ପନ୍ଦନ, ନିଶ୍ୱାସ ପ୍ରଶ୍ୱାସ ଏବଂ ଚର୍ମ କର୍କଟ ଅନ୍ତର୍ଭୁକ୍ତ ହୋଇପାରେ ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ସ୍ପିଙ୍ଗୋସିନ ୧-ଫସଫେଟ୍ ରିସେପ୍ଟର ମୋଡ୍ୟୁଲେଟର ଯାହା ଟି ଏବଂ ବି କୋଷଗୁଡ଼ିକର କାର୍ଯ୍ୟକଳାପକୁ ହ୍ରାସ କରିଥାଏ । ୨୦୨୧ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପୋନେସିମୋଡ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୪ ସପ୍ତାହର ଚିକିତ୍ସା ଖର୍ଚ୍ଚ ବାବଦ ୨୦୨୨ ସୁଦ୍ଧା ପ୍ରାୟ ୧୧୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୁଲ୍ୟ ପ୍ରାୟ ୭୯୦୦ ଡଲାର ଅଟେ ।
ଭଦ୍ରା ବନ୍ୟପ୍ରାଣୀ ଅଭୟାରଣ୍ୟ ଭାରତୀୟ ରାଜ୍ୟ କର୍ଣାଟକର ଚିକମାଗଲୁରୁର ଉତାର ପଶ୍ଚିମ ଅଞ୍ଚଳରେ ଥିବା ବନ୍ୟପ୍ରାଣୀ ଅଭୟାରଣ୍ୟ । ଏହା ସମୁଦ୍ରପତ୍ତାନଠାରୁ 1,875 ମିଟର ଉପରେ ରହିଛି । ଭଦ୍ରାର ଭୌଗୋଳିକ ଅବସ୍ଥିତି 13 22 13 47 , 75 29 75 45 ଓ ଏହାର ପୂର୍ବାଞ୍ଚଳର ଅବସ୍ଥିତି 13 30 13 33 75 44 75 47 . ଜଳବାଯୁ ଏଠାକାର ତାପମାନ 10ରୁ 35 ଡିଗ୍ରୀ ଯାଏ ରହିଥାଏ । ବାର୍ଷିକ ବୃଷ୍ଟିପାତ 1200ରୁ 2600 ମିଲିମିଟର ହେଇଥାଏ । . ଇତିହାସ 1951 ମସିହାରେ ଏହାକୁ ଜଗରା ଉପତ୍ୟକା ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା । ସେତେବେଳେ ଏହାର ଆୟତନ 77.45 ବର୍ଗ କିଲୋମିଟର ଥିଲା । ପରେ ଆଦିକ ଅଞ୍ଚଳକୁ ଏଥିରେ ମିଶେଇ 1974 ମସିହାରେ ଏହାକୁ ଭଦ୍ରା ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା । ଏହା 1998 ମସିହାରେ " ପ୍ରୋଜେକ୍ଟ ଟାଇଗର " ଭାବରେ ମଧ୍ୟ ସ୍ୱୀକୃତ ହେଇଥିଲା । ଏହାକୁ ବ୍ୟାଘ୍ର ପ୍ରକଳ୍ପ କରିବାକୁ ଜଙ୍ଗଲ ଭିତରେ ଥିବା 26ଟି ଗ୍ରାମକୁ ସ୍ଥାନନ୍ତରିକରଣ କରାଯାଇଥିଲା । ବୃକ୍ଷ ଭଦ୍ରା ଜଙ୍ଗଲରେ 120ରୁ ଉର୍ଦ୍ଧ ପ୍ରକାର ଭେଦର ବୃକ୍ଷ ଦେଖାଯାଏ । . ଜୀବ ବ୍ୟାଘ୍ର ପ୍ରକଳ୍ପ ହେଲାପରେ ଏଠାରେ 33ଟି ବ୍ୟାଘ୍ର ଥିବାର ଗଣନା କରାଯାଇଛି । ଏହା ବ୍ଯତୀତ ଏଠାରେ ହାତୀ , ସଂବର , ଅରଣ୍ୟ ଶ୍ୱାନ , ହରିଣ ଆଦି ଭାରତୀୟ ଜଙ୍ଗଲ ମାନଙ୍କରେ ଥିବା ପଶୁ ଦେଖା ଯାଇଥାନ୍ତି । ସରୀସୃପ ଏଠାରେ କୋବରା , ଭାଇପର , ରସେଲ ଭାଇପର କିଂ କୋବରା , ଡ୍ରାକୋ , କୁମ୍ଭୀର ଦେଖାଯାଇଥାନ୍ତି । . ପକ୍ଷୀ ଏଠାରେ 300 ପ୍ରଜାତିର ସ୍ଥାନୀୟ ସ୍ଥାୟୀ ପକ୍ଷୀ ଓ ବିଦେଶାଗତ ପକ୍ଷୀ ଦେଖାଯାଇଥାନ୍ତି । କେତେକ ବିରଳ ପ୍ରଜାତିର ପକ୍ଷୀ ମଧ୍ୟ ଦେଖା ଯାନ୍ତି । ପ୍ରଜାପତି ଏଠାରେ ବିଭିନ୍ନ ପ୍ରଜାତିର ପ୍ରଜାପତି ଦେଖା ଯାଇଥାନ୍ତି ।
‌ଚିତ୍ରଙ୍ଗଦା ସିଂହ‌ (ଜନ୍ମ: ୩୦ ଅଗଷ୍ଟ ୧୯୭୬) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ୟେ ଶାଲୀ ଜିନ୍ଦେଗି, ହଜାରୋଁ ଖ୍ୱାଇସେଁ ଏଇସି, ଦେସି ବଏଜ୍, ଇନ୍‌କାର୍, ଆଇ ମି ଔର୍ ମେଁ ଭଳି କଥାଚିତ୍ରରେ ଚିତ୍ରଙ୍ଗଦା ଅଭିନୟ କରିଛନ୍ତି । ପ୍ରାରମ୍ଭିକ ଜୀବନ ଚିତ୍ରଙ୍ଗଦା ୩୦ ଅଗଷ୍ଟ ୧୯୭୬ରେ ରାଜସ୍ତାନର ଯୋଧପୁରଠାରେ ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା କର୍ଣ୍ଣେଲ ନିରଞ୍ଜନ ସିଂହ, ଜଣେ ପ୍ରାକ୍ତନ ଭାରତୀୟ ସେନା ଅଧିକାରୀ । ତାଙ୍କ ଭାଇ ଦିଗ୍‌ବିଜୟ ସିଂହ, ଜଣେ ଗଲ୍ଫ ଖେଳାଳୀ । ମୀରୁଟ୍‌ର ସୋଫିଆ ବାଳିକା ବିଦ୍ୟାଳୟରୁ ଚିତ୍ରଙ୍ଗଦାଙ୍କର ବିଦ୍ୟାଳୟ ଶିକ୍ଷା ଶେଷ ହେବା ପରେ ସେ ଦିଲ୍ଲୀର ଲେଡି ଆର୍‌ୱିନ୍ କଲେଜରୁ ଗୃହ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ । ଚିତ୍ରଙ୍ଗଦା କଥକ ନୃତ୍ୟର ମୌଳିକ ଭଙ୍ଗୀଗୁଡ଼ିକ ଶିକ୍ଷା କରିଥିଲେ । ଅଭିନୟ ଜୀବନ ଚିତ୍ରଙ୍ଗଦା ପ୍ରଥମେ ଜନେ ମଡେଲ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ତାଙ୍କର ସ୍ନାତକ ହାସଲ ପରେ ଆଇସିଆଇସିଆଇ ବ୍ୟାଙ୍କ ଏବଂ ଅଲ୍ଲୁକ୍କାସ୍ ଗ‌ହଣାର ବିଜ୍ଞାପନରେ ଅଭିନୟ କରିଥିଲେ । ଗୁଲ୍‌ଜାର୍‌ଙ୍କର ଏକ ଗୀତ ‌ସନ୍‌ସେଟ୍ ପଏଣ୍ଟ‌ରେ ଚିତ୍ରଙ୍ଗଦା ନୃତ୍ୟ କରିଥିଲେ । ଏହି ନୃତ୍ୟ ଜରିଆରେ ସେ ଲୋକଲୋଚନ‌କୁ ଆସିଥିଲେ । ୨୦୦୩ରେ ସୁଧିର ମିଶ୍ରଙ୍କର ଚଳଚ୍ଚିତ୍ର ‌ହଜାରୋଁ ଖ୍ୱାଇସେଁ ଏଇସି‌ ଜରିଆରେ ଚିତ୍ରଙ୍ଗଦା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ସମୀକ୍ଷକଙ୍କଠାରୁ ଭଲ ମନ୍ତବ୍ୟ ପାଇଥିଲେ । ଏହାପରେ ସେ ହିନ୍ଦୀ କଥାଚିତ୍ର ‌କଲ୍: ୟେଷ୍ଟରଡେ ଆଣ୍ଡ ଟୁମୋରୋ‌ରେ ୨୦୦୫ରେ ଅଭିନୟ କରିଥିଲେ । ୨୦୦୫ରୁ ୨୦୦୮ ଯାଏଁ ସେ ଅଭିନୟ ଦୁନିଆରେ ଦୂରେଇ ଯାଇଥିଲେ । ୨୦୦୮ରେ ସେ ନିର୍ଦ୍ଦେଶକ ଓନିର୍‌ଙ୍କ ଚଳଚ୍ଚିତ୍ର ‌ସରି ଭାଇ‌ରେ ସଞ୍ଜୟ ସୁରୀଙ୍କ ସ‌ହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ୨୦୦୮ର ମୁମ୍ବାଇ ଆକ୍ରମଣ ସମୟରେ ମୁକ୍ତିଲାଭ କରିଥିଲେ । ଏହାପରେ ସେ ୨୦୧୧ରେ ସୁଧୀର ମିଶ୍ରଙ୍କର ଚଳଚ୍ଚିତ୍ର ‌ୟେ ଶାଲୀ ଜିନ୍ଦେଗୀ‌ରେ ଅଭିନୟ କରିଥିଲେ । ଏହାପରେ ସେ ରୋହିତ ଧବନଙ୍କର ନିର୍ଦ୍ଦେଶିତ ଚଳଚ୍ଚିତ୍ର ‌ଦେଶି ବୟେଜ୍‌‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସ‌ହ ଦୀପିକା ପାଦୁକୋନ, ଅକ୍ଷୟ କୁମାର ଏବଂ ଜନ୍ ଆବ୍ରାହମ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ୨୦୧୨ରେ ସେ ଅଭିନେତା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଯୋକରରେ ଏକ ସ୍ୱତନ୍ତ୍ର ଭୂମିକାରେ ଅଭିନୟ କରିଥିଲେ । ୨୦୧୩ରେ ସେ ହିନ୍ଦୀ କଥାଚିତ୍ର ‌ଆଇ ମି ଔର୍ ମେଁ‌ରେ ଅଭିନେତା ଜନ୍ ଆବ୍ରାହମ୍‌ଙ୍କ ସ‌ହ ଅଭିନୟ କରିଥିଲେ । ୨୦୧୪ରେ ସେ ତାମିଲ କଥାଚିତ୍ର ‌ଅଞ୍ଜାନ୍‌ ରେ ଅଭିନେତା ସୁର୍ଯ୍ୟ ଶିବକୁମାରଙ୍କ ସ‌ହ ଏକ ଗୀତରେ ନୃତ୍ୟ କରିଥିଲେ । ୨୦୧୩ରେ ସେ ସୁଧିର ମିଶ୍ରଙ୍କର ଏକ ଛୋଟ ଚଳଚ୍ଚିତ୍ର ‌କିର୍ଚ୍ଚିୟାଁ‌ରେ ଅଭିନୟ କରିଥିଲେ । ୨୦୧୫ରେ ସେ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‌ଗବର୍ ଇଜ୍ ବ୍ୟାକ୍‌‌ରେ ଏକ ଆଇଟମ୍ ଗୀତରେ ନୃତ୍ୟ କରିଥିଲେ । ବିଜ୍ଞାପନ ଏବଂ ମୁଖ୍ୟ ପ୍ରଚାରକ ଚିତ୍ରଙ୍ଗଦା ଏୟାରଟେଲ, ପାରାଚ୍ୟୁଟ୍, ପୁମା, ବୋର୍ଗେଜ୍ ଅଲିଭ୍ ଅଏଲ୍, ଗ୍ରାନିୟର୍, ଅଲିଭା କ୍ରାକର୍ସ, ତାଜ୍ ମ‌ହଲ୍ ଚାହା ଏବଂ ଜୋୟାଲୁକ୍କ୍‌ସ୍ ଗ‌ହଣା ଆଦିର ବିଜ୍ଞାପନ ପାଇଁ ମୁଖ୍ୟ ପ୍ରଚାରକ ଭାବରେ କାର୍ଯ୍ୟ କରିଥିଲେ । ସେ ଟାଟା କମ୍ପାନୀର ତନିସ୍କ ପାଇଁ ମଧ୍ୟ ପ୍ରଚାର କରିଥିଲେ । ଏଥି ସ‌ହ ସେ ଟାଇଟନ୍ କମ୍ପାନୀର ଆଇ୍ ପ୍ଲସ୍ ପାଇଁ ମଧ୍ୟ ପ୍ରଚାରକ ଭାବରେ କାର୍ଯ୍ୟ କରିଥିଲେ । ନିଜ ଜୀବନ ଚିତ୍ରଙ୍ଗଦା ଜଣେ ଗଲ୍ଫ ଖେଳାଳୀ ଜ୍ୟୋତି ରାନ୍ଧ‌ୱାଲାଙ୍କୁ ୨୦୦୧ରେ ବିବାହ କରିଥିଲେ । ୨୦୧୩ରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଲା ଏବଂ ପରେ ଉଭୟ ୨୦୧୪ରେ ଛାଡ଼ପତ୍ର ନେଇ ସରକାରୀ ଭାବରେ ଅଲଗା ହୋଇଯାଇଥିଲେ । ସେମାନଙ୍କର ଗୋଟିଏ ପୁଅ ଅଛି, ଜୁରାବର । ସେ ତା ' ମାଆ ଅର୍ଥାତ ଚିତ୍ରଙ୍ଗଦାଙ୍କ ପାଖରେ ରହୁଛି ।
ଚନ୍ଦକା ହାତୀ ଅଭୟାରଣ୍ୟ ଏକ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରକଳ୍ପ ଯାହା ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଉତ୍ତର ପଶ୍ଚିମ କୋଣରେ ଅବସ୍ଥିତ । ପୂର୍ବଘାଟ ପର୍ବତମାଳା ଖୋର୍ଦ୍ଧା ପାର୍ବତ୍ୟ ଅଞ୍ଚଳର ଜୈବିକ କ୍ଷେତ୍ରକୁ ଲାଗିକରି ଚନ୍ଦକା ଅଭୟାରଣ୍ୟ ୧୭୫.୭୯ ବର୍ଗ କିଲୋମିଟର (୬୭.୮୭ ବର୍ଗ ମିଟର) ବ୍ୟାପୀ ଖୋର୍ଦ୍ଧା ଓ କଟକ ଜିଲ୍ଲାର ଜଙ୍ଗଲ ଜମି ଓ ଛୋଟବଡ ପାହାଡ଼କୁ ନେଇ ଗଠିତ । ଏହା ଡିସେମ୍ବର ୧୯୮୨ରେ ହାତୀ ଅଭୟାରଣ୍ୟ ଭାବେ ମାନ୍ୟତା ପାଇଥିଲା । ଉଦ୍ଭିଦ ସମ୍ପଦ ଏଠାରେ ମୁଖ୍ୟତଃ ୬ ଜାତିର ଉଦ୍ଭିଦ ଦେଖାଯା 'ନ୍ତି । ମାଧ୍ୟମିକ ଆର୍ଦ୍ର ଅର୍ଦ୍ଧ-ଚିରହରିତ ଅରଣ୍ୟ, ଆର୍ଦ୍ର କାଙ୍ଗଡା ଅରଣ୍ୟ, ଉପକୂଳିଆ ଶାଳ ଅରଣ୍ୟ, ସମସ୍ୟାବହୁଳ କଣ୍ଟକପୂର୍ଣ୍ଣ ବାଉଁଶ ଜଙ୍ଗଲ ଓ ଈଉପଟୋରିଅମ ଗୁଳ୍ମ । ବୃକ୍ଷମାନଙ୍କ ମଧ୍ୟରେ କୋଚିଲ, କାଳିଚ, ବେଲ, କାଙ୍ଗଡା, ଗିରଙ୍ଗା, ସୁନାରି, ଶାଳ, କୁମ୍ଭି, ଜାମୁ, କରଞ୍ଜ, ବେତ ଓ ଶିଧ ଇତ୍ୟାଦି ଦେଖିବାକୁ ମିଳେ । ପୁରୁଷ ବାଉଁଶ ଗଛମାନଙ୍କର ବହୁତ ସୀମିତ ସଂସ୍ଥାନ ରହିଛି । ଔଷଧୀୟ ଗଛମାନଙ୍କ ମଧ୍ୟରେ ଦୁରମାରୀ, ବାଇଡଙ୍କ, ବୃଦ୍ଧଦାରକ, ଭୁଇଁନିମ୍ବ, ଗୁଳୁଚି ଲତା, ସାଲପରନି, ଶତାବରୀ, ଭୁଇଁ-କଖାରୁ, ଇନ୍ଦ୍ରାଜବ, ଥଳକୁଡି, ଅପମାରଙ୍ଗ, କୁର୍ଚି, ପାତାଳ ଗରୁଡ ଇତ୍ୟାଦି ଦେଖାଯାଏ । ପ୍ରାଣୀ ସମ୍ପଦ ନଜର ଘଣ୍ଟି ପର୍ଯ୍ୟଟକମାନଙ୍କ ପାଇଁ ବନ୍ୟଜୀବନ ଦେଖିବା ନିମନ୍ତେ ବହୁତ ନଜର ଘଣ୍ଟି ରହିଛି । ପଶୁ ପକ୍ଷୀମାନଙ୍କୁ ଦେଖିବାପାଇଁ କୋଚିଲବେରଣ, ପିତାଗଡିଆ ଓ ଚାରିଛକ ନଜର ଘଣ୍ଟି ଉତ୍ତମ ମାଧ୍ୟମ ହେଇଥିବା ବେଳେ, କୁମାରଖୁଣ୍ଟି ଓ ଆମ୍ବିଳଠାରେ ଥିବା ବିଶ୍ରାମ ଭବନରେ ରାତ୍ରିଯାପନର ଉତ୍ତମ ବ୍ୟବସ୍ଥା ଅଛି । ଏଠାରେ ଦୁଇଟି ଜଳ ଭଣ୍ଡାର ଅଛି - ଡେରାସ ବନ୍ଧ ଓ ଝୁମୁକା ବନ୍ଧ, ଯାହାକି ଅଭୟାରଣ୍ୟର ମଝିରେ ଅବସ୍ଥିତ । ଉଭୟ ବର୍ଷାଜଳ ସଂରକ୍ଷଣର ଜ୍ଜ୍ୱଳନ୍ତ ଉଦାହରଣ । ଡେରାସରେ ଥିବା ବାଉଁଶ କୁଟୀରଗୁଡ଼ିକ ଚନ୍ଦକା ଅଭୟାରଣ୍ୟର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଜ୍ୟ ଦର୍ଶନର ସୁଯୋଗ ଦିଏ ।
କଳି ଅନ୍ଧଣା-ଶ୍ରୀଅଙ୍ଗକୁ ବାନ୍ଧି ରଖିବାର ଏକ ବସ୍ତ୍ର । ଗମ୍ଭୀରା ଭିତରେ ରହିଛି ରତ୍ନସିଂହାସନ । ଆଉ ସେହି ସିଂହାସନ ଉପରେ ବିରାଜିଛନ୍ତି ଚାରିମୂର୍ତି । ଚାରିମୂର୍ତିଙ୍କୁ ସିଂହାସନରେ ସୁଦୃଢ଼ କରି ବସାଇବା ପାଇଁ ଏକ ଡୋରୀ ରହିଛି । ଏହା ଏକ ଶିକୁଳୀ ଭଳି କାମ କରିଥାଏ । ପତବସ୍ତ୍ରର ଏହି ଶିକୁଳୀ ହେଉଛି କଳି ଅନ୍ଧଣା । ଏହ ହେଉଛି ଏକ ଷୋହଳ ହାତିଆ ଲୁଗା । ଠାକୁରଙ୍କ ପେଟରେ ବନ୍ଧାହୋଇ ସିଂହାସନର ରସିକ (ରୂପା ଶିକୁଳା ) ଓ ଶୁଆ ଥଣ୍ଟିଆ ଉପରେ ଗୁଡାଯାଏ । ଏହାଦ୍ୱାରା ରସିକ ଓ ଶୁଆ ଥଣ୍ଟିଆ ଦୃଢ଼ ଭାବରେ ଲାଗି ହୋଇ ରହେ । ଯାହାଦ୍ୱାରା ଠାକୁର ସିଂହାସନରେ ଦୃଢ଼ ଭାବରେ ଥାନ୍ତି । ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ରନ୍ଥ ଅନୁଯାୟୀ, ରତ୍ନସିଂହାସନରେ ରହିଛି ଚକା । ୩ ଛକରେ ବିଜେ କରିଛନ୍ତି ୩ ଠାକୁର । ଏହି ଚକା ଉପରେ ବିଜେ କରିବା ପରେ ତାଙ୍କୁ ରତ୍ନସିଂହାସନରେ ରୁନ୍ଧା ଯାଏ । 'କଳି ଅନ୍ଧଣା' ଠାକୁର ସିଂହାସନରେ ରୁନ୍ଧା ନିମନ୍ତେ ବ୍ୟବହାର ହେଉଥିବା ଶିକୁଳୀ ବୋଲି କୁହାଯାଏ । 'ସିଂହାସନ ବାଡ ପଛ ପଟେ ଖଞ୍ଜା ହୋଇଥିବା ସୁନାଶିଙ୍କୁଳୀ ଅନ୍ଧଣା ତିନିଗୋଟି । ଶ୍ରୀବଳଦେବଙ୍କର ସାତସରିଆ ଶିଙ୍କୁଳୀ । ଏହି ଅନ୍ଧଣା ଗୋଟାକୁ ସାତ ଶ ' କୋଡିଏ ମାଢେ । ଦେବୀ ସୁଭଦ୍ରାଙ୍କର ପାଞ୍ଚସରିଆ ଅନ୍ଧଣା । ଗୋଟିକୁ ଚାରି ଶ ' ଅଶି ମାଢେ । ଜଗନ୍ନାଥଙ୍କ ନବସରିଆ ଅନ୍ଧଣା । ତିନିଗୋଟାକୁ ଏକୋଇଶି ଶ ' ଷାଠିଏ ମାଢେ ' ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୪ ମଇ ବର୍ଷର ୧୨୪ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୨୫ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୪୧ ଦିନ ବାକି ଅଛି ।
ଆଚାର୍ଯ୍ୟ ଚତୁରସେନ ଶାସ୍ତ୍ରୀ (୨୬ ଅଗଷ୍ଟ ୧୮୯୧ - ୨ ଫେବୃଆରୀ ୧୯୬୦) ଜଣେ ହିନ୍ଦୀ ଲେଖକ ଥିଲେ । ସେ ଅନେକ ଐତିହାସିକ କାହାଣୀ ଲେଖିଥିଲେ । ସେଥିମଧ୍ୟରେ ବୈଶାଳୀ କୀ ନଗରବଧୁ (୧୯୪୮), ବୟମ୍ ରକ୍ଷାମଃ (୧୯୫୧), ସୋମନାଥ (୧୯୫୪) ଓ ଧର୍ମପୁତ୍ର (୧୯୬୧) ଅନ୍ତର୍ଭୁକ୍ତ । ବୈଶାଳୀ କୀ ନଗରବଧୁ ଓ ଧର୍ମପୁତ୍ର ପୁସ୍ତକକୁ ନେଇ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି । ଜୀବନୀ ଆଚାର୍ଯ୍ୟ ଚତୁରସେନ ଉତ୍ତରପ୍ରଦେଶର ବୁଲନ୍ଦସହର ନିକଟସ୍ଥ ଔରଙ୍ଗାବାଦ ଚାନ୍ଦକ ନାମକ ଏକ ଛୋଟ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ କେୱଲ ରାମ ଠାକୁର ଏବଂ ମାତାଙ୍କ ନାମ ନହ୍ନୀ ଦେବୀ ଥିଲା । ତାଙ୍କର ଜନ୍ମ ନାମ ଥିଲା ଚତୁର୍ଭୂଜ । ଚତୁର୍ଭୁଜ ସିକନ୍ଦରାବାଦର ଏକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ତା ପରେ ସେ ରାଜସ୍ଥାନର ଜୟପୁରଠାରେ ଥିବା ସଂସ୍କୃତ କଲେଜରେ ଭର୍ତ୍ତି ହୋଇଥିଲେ । ଏଠାରୁ ସେ ଆୟୁର୍ବେଦରେ ଆୟୁର୍ବେଦଚାର୍ଯ୍ୟ ଏବଂ ୧୯୧୫ ମସିହାରେ ସଂସ୍କୃତରେ ଶାସ୍ତ୍ରୀ ଡିଗ୍ରୀ ହାସଲ କରିଥିଲେ । ସେ ଆୟୁର୍ବେଦ ବିଦ୍ୟାପୀଠରୁ ଆୟୁର୍ବେଦାଚାର୍ଯ୍ୟ ଡିଗ୍ରୀ ମଧ୍ୟ ହାସଲ କରିଥିଲେ । ଶିକ୍ଷା ସମାପ୍ତ କରିବା ପରେ ସେ ଦିଲ୍ଲୀ ଆସି ଆୟୁର୍ବେଦ ଚିକିତ୍ସକ ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ ଦିଲ୍ଲୀରେ ନିଜର ଆୟୁର୍ବେଦିକ ଡିସପେନସାରୀ ଖୋଲିଥିଲେ କିନ୍ତୁ ଏହା ଭଲ ନଚାଲିବାରୁ ତାଙ୍କୁ ଏହାକୁ ବନ୍ଦ କରିବାକୁ ପଡିଥିଲା । ଏହାପରେ ସେ ଜଣେ ଧନୀ ବ୍ୟକ୍ତିଙ୍କ ଚାରିଟେବୁଲ ଡିସପେନସାରିରେ ମାସିକ ୨୫ଟଙ୍କା ବେତନରେ ଯୋଗ ଦେଇଥିଲେ । ପରେ ୧୯୧୭ ମସିହାରେ ସେ ଲାହୋରର ଡିଏଭି କଲେଜରେ ଆୟୁର୍ବେଦର ବରିଷ୍ଠ ପ୍ରଫେସର ଭାବରେ ଯୋଗ ଦେଇଥିଲେ । ଡିଏଭି କଲେଜରେ ପରିଚାଳନା କର୍ତ୍ତୁପକ୍ଷଙ୍କଦ୍ୱାରା ଅପମାନିତ ହୋଇ, ସେ ଇସ୍ତଫା ଦେଇ ଅଜମେରକୁ ଚାଲି ଯାଇଥିଲେ । ସେଠାରେ ସେ ତାଙ୍କ ଶ୍ୱଶୁରଙ୍କୁ ତାଙ୍କ ଡିସପେନସାରିରେ ସାହାଯ୍ୟ କରିଥିଲେ । ଏହି ଡିସପେନସାରିରେ କାର୍ଯ୍ୟ କରି ସେ ଲେଖାଲେଖି ଆରମ୍ଭ କରିଥିଲେ ଏବଂ ଖୁବ୍ ଶୀଘ୍ର ଜଣେ ସାହିତ୍ୟିକ ହିସାବରେ ଲୋକାଦୃତି ପାଇ ଥିଲେ । ତାଙ୍କର ପ୍ରଥମ ଉପନ୍ୟାସ 'ହୃଦୟ କି ପରଖ' ' ୧୯୧୮ରେ ପ୍ରକାଶିତ ହୋଇଥିଲା । ୧୯୨୧ରେ ତାଙ୍କର ଦ୍ୱିତୀୟ ପୁସ୍ତକ 'ସତ୍ୟାଗ୍ରହ ଓ ଅସହଯୋଗ' ' ପ୍ରକାଶିତ ହୋଇଥିଲା । ଏହି ପୁସ୍ତକ ମହାତ୍ମା ଗାନ୍ଧୀଙ୍କ ବିଚାରର ପରିପନ୍ଥୀ ଥିଲା । ଏହି ପୁସ୍ତକଟି ଚତୁରସେନଙ୍କୁ ଲୋକାଦୃତି ଆଣି ଦେଇଥିଲା ଓ ଏହା ପରେ ସେ ଅନେକ ଐତିହାସିକ ଉପନ୍ୟାସ, ଗଳ୍ପ ଓ ଆୟୁର୍ବେଦ ପୁସ୍ତକ ଲେଖିଥିଲେ । ଆଚାର୍ଯ୍ୟ ଚତୁରସେନ ଶାସ୍ତ୍ରୀ ୧୯୬୦ ମସିହା ଫେବୃଆରୀ ୨ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବୃତ୍ତି ତାଙ୍କର ପୁସ୍ତକଗୁଡ଼ିକ ପ୍ରାଚୀନ କାଳର ଏକ ଆଦର୍ଶବାଦୀ ଦୃଶ୍ୟ ଉପସ୍ଥାପନ କରନ୍ତି । ଏହା ତାଙ୍କର ପୁସ୍ତକ 'ପୂର୍ଣ୍ଣାହୁତିରେ' ' ସ୍ପଷ୍ଟ ଭାବରେ ଦେଖାଯାଏ । ଏହି ପୁସ୍ତକରେ ପୃଥ୍ୱୀରାଜ ଚୌହାନଙ୍କ ଜୀବନ ଓ ସେ ଲଢିଥିବା ଯୁଦ୍ଧସବୁକୁ ଏକ ଆଦର୍ଶବାଦୀ ଦୃଷ୍ଟିଭଙ୍ଗୀ ସହ ପରିବେଷଣ କରାଯାଇଛି । ତାଙ୍କ ପୁସ୍ତକ ବୈଶାଳୀ କି ନଗରବଧୁ ପ୍ରାରମ୍ଭରେ ସେ ଘୋଷଣା କରିଥିଲେ ଯେ ଏହା ତାଙ୍କର ପ୍ରଥମ ପୁସ୍ତକ ଏବଂ ଏହା ପୂର୍ବରୁ ଥିବା ପୁସ୍ତକଗୁଡ଼ିକ ମୂଲ୍ୟହୀନ । ସେ ଭାରତର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବନ୍ଧୁ ଥିଲେ, କିନ୍ତୁ ନେହେରୁଙ୍କ ଧର୍ମନିରପେକ୍ଷ ଭାରତର ପ୍ରସ୍ତାବକୁ ସେ ବିରୋଧ କରିଥିଲେ । କଂଗ୍ରେସ କ୍ଷମତାକୁ ଆସିବା ପରେ ନେହେରୁ ଆଚାର୍ଯ୍ୟ ଚତୁରସେନଙ୍କୁ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିଥିବା ଅଭିଯୋଗ କରିଥିଲେ ଏବଂ ତାଙ୍କ ପୁସ୍ତକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିଥିଲେ । ରଚନାବଳୀ ଆଚାର୍ଯ୍ୟ ଚତୁରସେନଙ୍କ ପ୍ରକାଶିତ ୭୨ଟି ପୁସ୍ତକ ମଧ୍ୟରେ ୮ଟି ଐତିହାସିକ ଉପନ୍ୟାସ, ୧୦ଟି ନାଟକ, ୪ଟି ଅକାଳ୍ପନିକ ପୁସ୍ତକ, ୧୫ଟି ପ୍ରବନ୍ଧ ଇ ୧୫ଟି ସ୍ୱାସ୍ଥ ସମ୍ବନ୍ଧୀୟ ପୁସ୍ତକ ରହିଛି । ଏହା ବ୍ୟତିତ ତାଙ୍କର ୨୫୦ଟି କ୍ଷୁଦ୍ରଗଳ୍ପ ବିଭିନ୍ନ ହିନ୍ଦୀ ପତ୍ରିକାରେ ପ୍ରକାଶ ପାଇଥିଲା । ୧୯୬୧ରେ ତାଙ୍କ ଉପନ୍ୟାସ ଧରମପୁତ୍ରକୁ ନେଇ ଯଶ ଚୋପ୍ରା ହିନ୍ଦୀ ଚଳଚ୍ଚିତ୍ର 'ଧର୍ମପୁତ୍ର' 'ନିର୍ମାଣ କରିଥିଲେ ଓ ଏହି ଚଳଚ୍ଚିତ୍ରଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୮ ଡିସେମ୍ବର ବର୍ଷର ୩୫୨ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୩୫୩ତମ । ବର୍ଷ ଶେଷ ହେବା ପାଇଁ ଆଉ ୧୩ ଦିନ ବାକି ଅଛି ।
୧୪୬୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ସାତ୍ତୁର ଏକ ଭାରତୀୟ ପୌରପାଳିକା ଅଟେ । ଏହା ତାମିଲନାଡୁର ବିରୁଧୁ‌‌ନଗର ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ସାତ୍ତୁର ୯.୩୫୨୯ ଉତ୍ତର ଅକ୍ଷାଂଶ ଓ ୭୭.୯୧୭୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୭ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାତ୍ତୁର ସହରର ମୋଟ ଜନସଂଖ୍ୟା ୩୧୨୭୪ ଅଟେ । ସେଥି ମଧ୍ୟରୁ ୪୯.୧୩% ଜଣ ପରୁଷ ହୋଇଥିବା ବେଳେ ୫୦.୮୭% ଜଣ ନାରୀ ଅଟନ୍ତି । ସାତ୍ତୁରର ସାକ୍ଷରତା ହାର ୭୫.୪୭% ଅଟେ । ଏହା ଜାତୀୟ ହାରଠାରୁ -୧୦.୬୩% ପ୍ରତିଶତ କମ ଅଟେ । ସେଥିରୁ ୪୦.୨୭% ପ୍ରତିଶତ ପୁରୁଷ ଓ ୩୫.୧୯% ନାରୀ ଅଟନ୍ତି । ୧୦.୮୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ତାମିଲ ସାତ୍ତୁରର ସରକାରୀ ଭାଷା ଅଟେ ।
ପରିଚୟ ଆମ୍ବିଳିତି, ଯାହାକୁ ଅମ୍ଳିତୀ ଓ ସଂସ୍କୃତରେ ଚାଂଗେରୀ ବୋଲି କୁହାଯାଏ, ତାହା ପାଣି ଜାଗାରେ ମାଡ଼ୁଥିବା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହାକୁ ଇଂରାଜୀରେ , - ବା ମଧ୍ୟ କୁହାଯାଏ। ଏହା ଦେଖିବାକୁ ( . ) ପରି । ଏହା କୋମଳ, କ୍ଷୁଦ୍ରକାୟ ମାଟିରେ ଲୋଟୁଥିବା ଲତା ଯାହା ଅକ୍ଜାଲଡାସିଆଇ ପରିବାରର ଅନ୍ତର୍ଭୁକ୍ତ। ଏହାର କାଣ୍ଡ ଅତି ପତଳା ଓ ଗଣ୍ଠିଯୁକ୍ତ। ପ୍ରତି ଗଣ୍ଠିରେ ଚେର ଆସିଥାଏ। ଏହାର ପତ୍ର ଗୁଡ଼ିକ ଗୋଲାକାର ତିନିଶାଖା ଯୁକ୍ତ (ତିନିଖଣ୍ଡିଆ ବା ତ୍ରିପର୍ଣି), ସବୁଜ ଅଥବା ଖଇରିଆ ରଙ୍ଗର । ଏହାର ଫୁଲ ହଳଦିଆ ରଙ୍ଗର। ଏହାର ଫଳ ଅତି କ୍ଷୁଦ୍ରକାୟ, ସିଲିଣ୍ଡର ବା କେପସୁଲ ଆକାରର, ପାଖାପାଖି ୧ରୁ ୨ ସେଣ୍ଟିମିଟର ହୋଇଥାଏ। ଫଳଟି ପାଚିଗଲେ ଆପେ ଆପେ ଫୁଟେ ଓ ଏଥି ଭିତରେ ଥିବା ମଞ୍ଜି ଗୁଡ଼ିକ (ଆକାର ପାଖାପାଖି ୧ ମିଲି ମିଟର) ପଦାକୁ ବାହାରି ଆସେ । ଏହି ପ୍ରଜାତିରେ ଆମ୍ବିଳିତି ପରି ଦେଖାଯାଉଥିବା ଆଉ ଦୁଇଟି ଗଛ ମଧ୍ୟ ରହିଛି, କିନ୍ତୁ ସେମାନଙ୍କର ଫୁଲର ରଙ୍ଗ ଅଲଗା ଓ ଗୁଣ ଧର୍ମ ମଧ୍ୟ ଅଲଗା। ଦେଖାଯାଉଥିବା ସ୍ଥାନ ଏହି ପ୍ରଜାତି ଦେଶ ବିଦେଶରେ ସର୍ବତ୍ର ଦେଖାଯାଏ। ଏହାର ମୂଳ ସ୍ରୋତ ଏବେ ବି ଅଜ୍ଞାତ। ଏହାକୁ ବଗିଚା, ପାର୍କ କିମ୍ବା ଚାଷଜମିର ଅନାବନା ଗଛ ଭାବରେ ପରିଗଣିତ କରାଯାଏ। ଉପଯୋଗ ଔଷଧୀୟ ଏହାର ସର୍ବାଙ୍ଗ ଔଷଧ ଭାବେ ବ୍ୟବହାର କରାଯାଏ। ରକ୍ତହୀନତା, ପେଟ ଗୋଳମାଳ, ଦୁଦୁରା ବିଷ ନିବାରଣ, ଜର ଓ ଅର୍ଶ ଆଦିର ଚିକିତ୍ସାରେ ଏହା କାମରେ ଆସିଥାଏ। ଅନ୍ୟାନ୍ୟ ଏହାର ପତ୍ର ଆମ୍ବିଳା ସ୍ୱାଦଯୁକ୍ତ। ଏଥିରେ ଜୀବସାର ଗ ଓ କେତେକ ଖଣିଜ ଲବଣ ଥିବାରୁ ଏହାର ସ୍ୱାଦ ଆମ୍ବିଳା ହୋଇଥାଏ। ଏହାକୁ ଶାଗ କରି ଖିଆଯାଏ। ଏହାକୁ ଗରମ ପାଣିରେ ୧୦ ମିନିଟ ଫୁଟାଇ ସେଥିଲେ କିଛି ଚିନି ମିଶାଇ ଶୀତଳ କରି ଏକ ପ୍ରକାର ପାନୀୟ ପ୍ରସ୍ତୁତ କରାଯାଏ। ଏହି ଗଛଟିର ସର୍ବାଙ୍କ ଜୀବସାର ଗ ରେ ପରିପୂର୍ଣ। ଏହାକୁ ଅଳ୍ପମାତ୍ରାରେ ଖାଇବା ହିତକର, କିନ୍ତୁ ଅଧିକ ମାତ୍ରାରେ ଦୀର୍ଘକାଳ ଖାଇଲେ ଏହା ଦେହର କ୍ୟାଲସିୟମ ପରିଶୋଷଣ କ୍ଷମତାର ବାଧକ ହୋଇ ପାରେ। ଭାରତରେ ଏହାକୁ ଛିଛୋଡା ଭାଜି ବୋଲି ମଧ୍ୟ କୁହାଯାଏ। ଏହାକୁ ବର୍ଷର ନିର୍ଦିଷ୍ଟ ମାସରେ (ଡିସେମ୍ବର ମାସ)ରେ ଖିଆଯାଏ । ଓଡ଼ିଶାର ଗାଁ ଗହଳିରେ ଏହା ଏକ ପ୍ରିୟ ଶାଗ। ଆହୁରି ଦେଖନ୍ତୁ ବିଭିନ୍ନ ପ୍ରକାର ଶାଗର ତାଲିକା ଔଷଧୀୟ ଗଛଲତାମାନଙ୍କର ତାଲିକା ଶାଗ ଉଇକିବୁକ୍ସ, ଉଦ୍ୟାନ ପ୍ରସ୍ତୁତି ମାନୁଆଲ ' ଆଧାର ବାହାର ଆଧାର ଗଛ ବଇଦ, ପ୍ରକାଶକ ସୃଜନିକା, ଜାଗମରା, ଭୁବନେଶ୍ୱର।
ସ୍ୱାତୀ କୁମାରୀ ଜଣେ ଭାରତୀୟ ଲେଖିକା ଏବଂ ସ୍ତମ୍ଭକାର । ସେ ହାପିଲି ମେରେଡ୍ ହାପିଲି ଡିଭୋର୍ସଡ୍, ଉଇଦ୍ଆଉଟ୍ ଏ ଗୁଡ୍ ବାଏ ଏବଂ ଅମାୟାରା- ଦ ଏସେନ୍ସ ଅଫ୍ ଲାଇଫ୍ ଭଳି ତିନୋଟି ଉପନ୍ୟାସ ରଚନା କରିଛନ୍ତି । ତାଙ୍କ ରଚିତ ଅମାୟାରା- ଦ ଏସେନ୍ସ ଅଫ୍ ଲାଇଫ୍ ବହିକୁ ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ ଫର୍ ସୁଇସାଇଡ୍ ପ୍ରିଜରଭେସନ୍ ସଂଘଦ୍ୱାରା ସ୍ୱାଗତ କରାଯାଇଥିଲା । ସ୍ୱାତୀ ଜଣେ ହୋଲିଷ୍ଟିକ୍ ହିଲର୍ ଏବଂ ସେ ଲୋକମାନଙ୍କର ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପ୍ରକାରର ପରାମର୍ଶ ଦେଇଥାନ୍ତି । ଏତଦ୍ ବ୍ୟତୀତ ୨୦୨୦ ମସିହାରେ ତାଙ୍କର ଦୁଇଟି କ୍ଷୁଦ୍ର ଉପନ୍ୟାସ ଆମାଜନ୍‌ର କିଣ୍ଡଲ ଆପ୍‌ରେ ପ୍ରକାଶ ପାଇଥିଲା । ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସ୍ୱାତୀ କୁମାରୀ ଉତ୍ତର ପ୍ରଦେଶର କାନପୁରରେ ଜନ୍ମଗ୍ରହଣ କରିଥିଲେ । ସେ କାନପୁରର ଏଚ୍. ଏ. ଏଲ୍ ବିଦ୍ୟାଳୟରେ ପଢ଼ୁଥିଲେ ଏବଂ ସେଠାରେ ହିଁ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ମଗଧ ବିଶ୍ୱ ବିଦ୍ୟାଳୟରେ ପଢ଼ିଥିଲେ । ୨୦୧୦ ମସିହାରେ ସ୍ୱାତୀ କମ୍ପ୍ୟୁଟର ଆପ୍ଲିକେସନସ୍‌ରେ ସ୍ନାତକ ସମାପ୍ତ କରିଥିଲେ । ଏହାପରେ ସେ ବାଙ୍ଗାଲୋରର ନ୍ୟାସ୍‌ଲାନ୍ ସ୍କୁଲ୍ ଅଫ୍ ବିଜିନେସ୍‌ରେ ପଢ଼ିଥିଲେ, ଯେଉଁଠି ସେ ସ୍ନାତକୋତ୍ତର ଶେଷ କରିଥିଲେ । ଏହାପ ସେ ପଉ, ଫ୍ରାନ୍ସରେ ଇକୋଲ୍ ସୁପେରିଅର୍ ଦେ କମର୍ସ ପଢ଼ିଥିଲେ, ଯେଉଁଠି ସେ ମାର୍କେଟିଂ ଆଣ୍ଡ ଇଣ୍ଟରନ୍ୟାସ୍‌ନାଲ୍ ମ୍ୟାନେଜ୍‌ମେଣ୍ଟ ବିଷୟରେ ପଢ଼ିଥିଲେ । ସେ ପ୍ରାଇମେରି ବିଦ୍ୟାଳୟ ସମୟରୁ ଲେଖା ଲେଖି ପ୍ରତି ଆକୃଷ୍ଟ ହୋଇଥିଲେ । ୨୦୧୩ ମସିହାରେ ସେ ବେମାର ପଡ଼ିବା ଫଳରେ ତାଙ୍କର ଚାକିରୀ ଛାଡ଼ି ପାଟନା ଫେରି ଆସିଥିଲେ । ଏହାର କିଛି ମାସ ପରେ ତାଙ୍କ ମାଆ ଆତ୍ମହତ୍ୟା କରିଥିଲେ । ତାଙ୍କ ମାଆଙ୍କର ମୃତ୍ୟୁପରେ ସେ ଜଣେ ଲେଖିବା ଭାବରେ ତାଙ୍କର ପେଶା ଆରମ୍ଭ କରିଥିଲେ । ସେ ତାଙ୍କ ରଚନା ମାଧ୍ୟମରେ ଆତ୍ମହତ୍ୟା ବିରୋଧରେ ସାରା ଭାରତ ବର୍ଷରେ ଜନ ଜାଗରଣ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଛନ୍ତି । ୨୦୧୫ ମସିହାରେ ତାଙ୍କ ରଚିତ ପ୍ରଥମ ପୁସ୍ତକ ଉଇଦ୍ଆଉଟ୍ ଏ ଗୁଡ୍ ବାଏ ପ୍ରକାଶ ପାଇଥିଲା, ଯେଉଁଥିରେ ସେ ତାଙ୍କ ମାଆଙ୍କର ଆତ୍ମହତା ବିଷୟରେ ଲେଖିଥିଲେ । ଏହାପରେ ତାଙ୍କର ୨ୟ ପୁସ୍ତକ ଅମାୟାରା- ଦ ଏସେନ୍ସ ଅଫ୍ ଲାଇଫ୍ ପ୍ରକାଶ ପାଇଥିଲା, ଯେଉଁଥିରେ ସେ ଆତ୍ମହତ୍ୟା ବିରୋଧରେ ରଚନା କରିଥିଲେ । ଏହି ପୁସ୍ତକଟିକୁ ଅନେକ ଲୋକ ପ୍ରସଂଶା କରିଥିଲେ । ୨୦୧୯ ମସିହାରେ ସ୍ୱାତୀଙ୍କ ରଚିତ ହାପିଲି ମେରେଡ୍ ହାପିଲି ଡିଭୋର୍ସଡ୍ ପ୍ରକାଶ ପାଇଥିଲା, ଯେଉଁଥିରେ ସେ ଏକ ଝିଅର ନିଜସ୍ୱ ଇଚ୍ଛା ଓ ପିତାମାତାଙ୍କର ଇଚ୍ଛା ସହ ବିବାହ ପରେ ଅସୁବିଧା ଏବଂ ଏହା ପରର ଫଇସଲା ବିଷୟରେ ଲେଖିଥିଲେ । ୨୦୨୦ ମସିହାରେ ସ୍ୱାତୀଙ୍କର ଦୁଇଟି ପୁସ୍ତକ ପ୍ରକାଶ ପାଇଛି । ୧୦ ଜାନୁଆରୀ ୨୦୨୦ରେ ତାଙ୍କର ଏକ କ୍ଷୁଦ୍ର ଇ-ଉପନ୍ୟାସ ଦ୍ୟାଟ୍ ରେନି ନାଇଟ୍ ଆମାଜନ୍ କିଣ୍ଡଲରେ ପ୍ରକାଶ ପାଇଥିଲା । ଏହାପରେ ୧୦ ଫେବୃଆରୀରେ ଲଭ୍ ଆଟ୍ ଫାର୍ସ୍ଟ ନାଇଟ୍ ନାମକ ଅନ୍ୟ ଏକ ପ୍ରେମ ଭିତ୍ତିକ କ୍ଷୁଦ୍ର ଇ-ଉପନ୍ୟାସ ଆମାଜନ୍ କିଣ୍ଡଲ୍‌ରେ ପ୍ରକାଶ ପାଇଥିଲା ।
ଭାନ ନଦୀ କେନ୍ଦ୍ରୀୟ ଭାରତର ଏକ ନଦୀ । ଏହା ତାପ୍ତି ନଦୀର ମୁଖ୍ୟ ଉପନଦୀ ପୂର୍ଣା ନଦୀର ଏକ ଉପନଦୀ । ଭୌଗୋଳିକ ଅବସ୍ଥିତି ମହାରାଷ୍ଟ୍ରର ଅମରାବତିଠାରେ ଥିବା ସାତପୁରା ରେଞ୍ଜ ଦେଇ ଏହିନଦୀ ଦକ୍ଷିଣାଞ୍ଚଳକୁ ପ୍ରବାହିତ ହୋଇ ମହାରାଷ୍ଟ୍ରର ବୁଲଧାନାଠାରେ ଏହା ପୂର୍ଣା ନଦୀରେ ପତିତ ହୁଏ । ଏହାର ଅଧିକାଂଶ ଅଞ୍ଚଳ ମହାରାଷ୍ଟ୍ରର ତିନିଟି ଜିଲ୍ଲାରେ ରହିଛି । ଅମରାବତିରୁ ବାହାରି ଏହା ଆକୋଲା ଓ ବୁଲଧାନା ଜିଲ୍ଲାରେ ପ୍ରବାହିତ ହୁଏ । ଆକୋଲା ଜିଲ୍ଲାର ୱଋଠାରେ ଏକ ନଦୀବନ୍ଧ ରହିଛି । ଏହା ଉପର ଦେଇ ମହାରାଷ୍ଟ୍ର ରାଜପଥ 194 ଓ 195 ଯାଇଥାଏ । ଏହାକୁ ସ୍ଥାନ ବିଶେଷରେ ୱାନ ବା ଭାନ ନଦୀ କୁହାଯାଇଥାଏ । ୱାନ ବନ୍ୟପ୍ରାଣୀ ଅଭୟାରଣ୍ୟ ଏହିନଦୀ ତଟବର୍ତୀ ଇଲାକାରେ ରହିଛି । ୱାନଠାରେ ଏକ ରେଳ ଷ୍ଟେସନ ମଧ୍ୟ ରହିଛି ।
କମ୍ପୋନ୍ମାଦ (ଡେଲିରିଅମ ଟ୍ରେମେନ୍ସ) ଏକ ଉନ୍ମାଦ ଅବସ୍ଥା ଯାହା ମଦ୍ୟପର ମଦ ଖାଇବା ଛଡ଼େଇଲେ (ଉଇଥଡ୍ରୟାଲ) ସୃଷ୍ଟି ହୁଏ । ମଦ ପରିତ୍ୟାଗର ଦୁଇ ଦିନରେ ଆରମ୍ଭ ହୋଇ ଦୁଇ ତିନି ଦିନ ପର୍ଯ୍ୟନ୍ତ ରହେ ଲୋକର ଦୃଷ୍ଟି ଓ ଶ୍ରବଣ ବିଭ୍ରମ ହୁଏ । ଶରୀର କମ୍ପନ ହୁଏ, ଦେହ ଜୋରରେ ଥରେ, ଅନିୟମିତ ହୃତସ୍ପନ୍ଦନ ହୁଏ ଓ ଝାଳ ବହେ । ବେଳେ ବେଳେ ଦେହ ଉତ୍ତାପ ଅତି ବେଶୀ ହୁଏ କିମ୍ବା ବାତ ମାରି ମୃତ୍ୟୁ ହୁଏ । ଡ୍ରଗ ଉଇଥଡ୍ର‌ୟାଲ ଶ୍ରେଣୀରେ ମଦ ବିପଦ ଜନ‌କ । ଏକ ମାସରୁ ଅଧିକ ମାତ୍ରାଧିକ ମଦ/ ଆଲକୋହୋଲ ପିଇଲେ କମ୍ପୋନ୍ମାଦ ହୁଏ । ବେଞ୍ଜୋଡାଏଜେପିନ ଓ ବାର୍ବିଚୁରେଟ ଉଇଥଡ୍ରୟାଲରେ ମଧ୍ୟ ସମାନ ଧରଣର ଲକ୍ଷଣ ଦେଖାଯାଏ । କୋକେନ ଉଇଥଡ୍ରୟାଲରେ କିଛି ବଡ଼ ଧରଣର ଲକ୍ଷଣ ପ୍ରକାଶ ପାଏ ନାହିଁ । ଇଲେକ୍ଟ୍ରୋଲାଇଟ ସମସ୍ୟା, ଅଗ୍ନାଶୟ ପ୍ରଦାହ ଓ ଆଲକୋହୋଲ ହେପାଟାଇଟିସ ଇତ୍ୟାଦି ଆନୁସଙ୍ଗିକ ରୋଗର ଅନୁପସ୍ଥିତି ନିର୍ଣ୍ଣୟ କରିବା ଆବଶ୍ୟକ । ଉଇଥଡ୍ରୟାଲ ଲକ୍ଷଣମାନଙ୍କର ଚିକିତ୍ସା କରି ରୋଗ ପ୍ରତିରୋଧ କରାଯାଏ । କମ୍ପୋନ୍ମାଦ ଆରମ୍ଭ ହେଲେ ଆକ୍ରମଣାତ୍ମକ ଚିକିତ୍ସା କଲେ ଫଳାଫଳ ଉନ୍ନତ ହୁଏ । ଯଥେଷ୍ଟ ଆଲୋକ ଥିବା ନିଶବ୍ଦ ଇଣ୍ଟେନସିଭ କେୟାର ୟୁନିଟରେ ଚିକିତ୍ସା କରାଯାଏ । ବେଞ୍ଜୋଡାଏଜେପିନ ଦଳର ଡାଏଜେପାମ, ଲୋରାଜେପାମ, କ୍ଲୋରଡାଏଜେପୋକସାଇଡ ଓ ଅକସାଜେପାମ ଇତ୍ୟାଦି ସାଧାରଣତଃ ଦିଆଯାଏ । ରୋଗୀ ସାମାନ୍ୟ ଶୋଇବା ପର୍ଯ୍ୟନ୍ତ ଔଷଧ ଦିଆଯାଏ । ଆଣ୍ଟିସାଇକୋଟିକ ହାଲୋପେରିଡଲ ମଧ୍ୟ ଦିଆଯାଇପାରେ । ଭିଟାମିନ ଥିଆମିନ ଦେବାକୁ ସୁପାରିସ କରାଯାଏ । ଚିକିତ୍ସା ନ ପାଇଲେ ୧୫ରୁ ୪୦ % ମୃତ୍ୟୁ ହୁଏ । ଅଧୁନା ୧ରୁ ୪ % ମୃତ୍ୟୁ ହେଉଛି । ଅର୍ଦ୍ଧେକ ସଂଖ୍ୟକ ମଦ୍ୟାତ୍ୟୟ ରୋଗୀଙ୍କର ମଦ ପରିମାଣ କମେଇଲେ ଉଇଥଡ୍ରୟାଲ ଲକ୍ଷଣ ଦେଖାଯାଏ । ଏମାନଙ୍କ ମଧ୍ୟରୁ ୩ରୁ ୫ % ଲୋକଙ୍କର କମ୍ପୋନ୍ମାଦ ବା ବାତ ହୁଏ । ସନ ୧୮୧୩ରେ ପ୍ରଥମେ ଡେଲିରିଅମ ଟ୍ରେମେନସ ନାମ ଦିଆଯାଇଥିଲେ ମଧ୍ୟ ଏହାର ଲକ୍ଷଣ ୧୭୦୦ ମସିହାରୁ ଲିପିବଦ୍ଧ ଅଛି । ଏହାକୁ ସେକିଙ୍ଗ ଫ୍ରେଞ୍ଜି ବା ସଣ୍ଡରସ-ସଟନ ସିଣ୍ଡ୍ରୋମ ମଧ୍ୟ କୁହାଯାଏ । ଇଂରାଜୀ ଭାଷାରେ ଏହାର ଅନ୍ୟ ଡାକ ନାମ: ବ୍ୟାରେଲ ଫିଭର, ବ୍ଲୁ ହରର, ବଟଲଏକ୍, ବ୍ୟାଟସ, ଡ୍ରଙ୍କନ ହରର, ଏଲିଫ୍ୟାଣ୍ଟସ, ଗ୍ୟାଲନ ଡିସଟେମ୍ପର, କ୍ୱାଟ ମାନିଆ, ପିଙ୍କ ସ୍ପାଇଡର ।
ଭିୱାନ୍ଦି ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଥନେ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଭିୱାନ୍ଦି ୧୯.୩୦୦୨ ଉତ୍ତର ଅକ୍ଷାଂଶ ଓ ୭୩.୦୫୮୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୭୫ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭିୱାନ୍ଦି ସହରର ମୋଟ ଜନସଂଖ୍ୟା ୫୯୮୭୦୩ ଅଟେ । ସେଥି ମଧ୍ୟରୁ ୬୧.୪୪% ଜଣ ପରୁଷ ହୋଇଥିବା ବେଳେ ୩୮.୫୬% ଜଣ ନାରୀ ଅଟନ୍ତି । ଭିୱାନ୍ଦିର ସାକ୍ଷରତା ହାର ୬୫.୮୧% ଅଟେ । ଏହା ଜାତୀୟ ହାରଠାରୁ -୦.୯୭% ପ୍ରତିଶତ କମ ଅଟେ । ସେଥିରୁ ୪୪.୦୪% ପ୍ରତିଶତ ପୁରୁଷ ଓ ୨୧.୭୭% ନାରୀ ଅଟନ୍ତି । ୧୩.୮୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ମରାଠୀ ଭିୱାନ୍ଦିର ସରକାରୀ ଭାଷା ଅଟେ ।
ଲାଞ୍ଜିଆ ସଉରା ଏକ ଆଦିବାସୀ ଉପଜାତି ଯେଉଁମାନେ ସଉରା ଜନଜାତିର ମୁଖ୍ୟ ଉପଜାତି । ନାମକରଣ ଲାଞ୍ଜିଆ ସଉରା ଜନଜାତିର ପୁରୁଷମାନଙ୍କ ଲୁଗା ଖଣ୍ଡର ପଛଭାଗ ଲାଞ୍ଜ ପରି ଓହଳିଥିବାରୁ ସେମାନେ ଲାଞ୍ଜିଆ ନାମରେ ପରିଚିତ । ସାମାଜିକ ଜୀବନ ଲାଞ୍ଜିଆ ସଉରା ଜନଜାତି ମୁଖ୍ୟତଃ ଯୌଥ ପରିବାରରେ ବସବାସ କରିଥାନ୍ତି । ଲାଞ୍ଜିଆ ସମାଜରେ ପ୍ରତି ୧୦୦୦ ମହିଳାରେ ୯୯୦ ପୁରୁଷ ଥିବା ଦେଖିବାକୁ ମିଳିଥାଏ । ଏହି ସମାଜରେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକ ସଚେତନତାର ଅଭାବ ଦେଖିବାକୁ ମିଳିଥାଏ । ଅନେକ ସମୟରେ ସ୍ୱାସ୍ଥ୍ୟସେବାର ଅଭାବରେ ଖାଦ୍ୟାଭାବ ସମ୍ବନ୍ଧୀୟ ରୋଗାଦିରେ ଲାଞ୍ଜିଆମାନେ ପୀଡ଼ିତ ହୋଇଥାନ୍ତି । ପୋଷାକ ପରିଧାନ ଲାଞ୍ଜିଆ ସମାଜର ପୁରୁଷମାନେ ଏକ ଝିନ ଲୁଗା ପରିଧାନ କରିଥାନ୍ତି ଯାହାର ଦୁଇ ଚିତ୍ରିତ ମୁଣ୍ଡ ଦେହର ଆଗ ଓ ପଛଭାଗକୁ ଆବୃତ କରି ଓହଳିଥାଏ । ପଛଭାଗର ଲୁଗା ଲାଞ୍ଜ ଭଳି ଦିଶୁଥିବାରୁ ଏମାନେ ଲାଞ୍ଜିଆ ନାମରେ ପରିଚିତ । ସେମାନେ ଏକ ପଗଡ଼ି ମଧ୍ୟ ପରିଧାନ କରିଥାନ୍ତି । ମହିଳାମାନଙ୍କ ଲୁଗା କେବଳ ସେମାନଙ୍କ ଅଣ୍ଟା ତଳଭାଗଠାରୁ ଆଣ୍ଠୁ ଉପର ଯାଏଁ ଆବୃତ କରିଥାଏ । ଆଧୁନିକ ସମାଜରେ କିଛି ମହିଳା ନିଜର ସତନ ଆବୃତ କରି ଲୁଗା ପିନ୍ଧିବା ଦେଖାଯାଏ । ନାରୀମାନେ କେବେ ବ୍ଲାଉଜ ପିନ୍ଧିବା ଦେଖାଯାଏ ନାହିଁ । ନାରୀମାନେ ଅଳଙ୍କାର ପ୍ରିୟ । ଗୃହ ଗଠନ ଶୈଳୀ "ପ୍ରିମିଟିଭ ‌‌‌ ଟ୍ରାଇବ " ବା ଆଦିମ ଜନଜାତି ମଧ୍ୟରୁ ଓଡ଼ିଶାର ଲାଞ୍ଜିଆ ସଉରା ଅନ୍ୟତମ । ଏମାନେ ମୁଖ୍ୟତଃ ଓଡ଼ିଶାର ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲାରେ ବସବାସ କରନ୍ତି । ଏମାନଙ୍କର ଘରକୁ ସଉରା ଭାଷାରେ "ସିହିଂ" ବୋଲି କୁହାଯାଏ।ଏହା ଚାଳ ଛପର ଓ ମାଟିର ବ୍ୟବହାର କରି ଘର ତିଆରି ହୋଇଥାଏ । ଘରର କାନ୍ଥରେ ଗୋବରର ଲେପ ଦିଆଯାଇଥାଏ। ଘରର ଲମ୍ବ ପ୍ରାୟତଃ ୧୫ ଫୁଟ, ପ୍ରସ୍ଥ ୧୦ ଫୁଟ ଓ ଉଚ୍ଚତା ୫ଫୁଟ ହୋଇଥାଏ । ଘରର ମୁଖ୍ୟ ଦ୍ୱାର କାନ୍ଥର ମଝିଆ ମଝି ରହିଥାଏ । ଝରକାର ବନ୍ଧ କାଠ ବା ବାଉଁଶଦ୍ୱାରା ନିର୍ମିତ ହୋଇଥାଏ ଏବଂ ଏହାର ଆକାର ଗୋଲ ଅଟେ । ପ୍ରତି ଘରକୁ ପ୍ରବେଶ କରିବା ପାଇଁ ୧/୨ ପାହାଚ ରହିଥାଏ । ଘରର ଚାଳ ସାମନା ଭାଗ ନୁଆଁଣିଆ ହୋଇଥାଏ । ପ୍ରତ୍ୟକ ଘରର ବାହାର କାନ୍ଥରେ ଝୋଟି ଚିତ୍ର ଅଙ୍କା ହୋଇଥାଏ । ପ୍ରାୟତଃ ଏମାନେ ପଦ୍ମ ଓ ସ୍ୱସ୍ତିକ୍ ଚିତ୍ର ଆଙ୍କିଥାନ୍ତି । ଝୋଟି ପକାଇବା ପାଇଁ ଏମାନେ ସାଧାରଣତଃ ଧଳା ପଥର ଗୁଣ୍ଡ ବ୍ୟବହାର କରନ୍ତି । ପ୍ରତ୍ୟେକ ଘରର ବାହାର କାନ୍ଥରେ ନାଲି ମାଟିରେ ପାଢି ବନା ହୋଇଥାଏ ।ସାଧାରଣତଃ ଲାଞ୍ଜିଆ ସଉରା ଜନଜାତିର ଆଦିବାସୀମାନେ ଘରର ବାଡିକୁ ଯିବା ପାଇଁ ଘରର ପଛ ପଟେ କବାଟ ରଖନ୍ତି ନାହିଁ । ଯଦି କବାଟ ରହିବ ତାହା ମୁଖ୍ୟ ଦ୍ୱାରର ପୂରା ସିଧାରେ ରହିବ । ପ୍ରତି ଘରର ମୁଖ୍ୟ ଦ୍ୱାର ପାଖରେ ଛୋଟ ଆଇନା ମଧ୍ୟ ରହିଥାଏ । ଏହି ଆଇନା ସଉରା ନାରୀମାନେ ପ୍ରସାଧାନ ପାଇଁ ବ୍ୟବହାର କରନ୍ତି ।ସଉରା ଘର ଭିତରେ ୨/୩ଟି ବଖରା ଓ ରୋଷେଇ ଶାଳ ଅଲଗା ଥାଏ। ଘରର ଭିତର ପାର୍ଶ୍ୱରେ ମାଟିର ଛାତ ତିଆରି ହୋଇଥାଏ ଯାହାକୁ "ମେର୍ଦା" କୁହାଯାଇଥାଏ।ଏହାକୁ ସେମାନେ ହାଣ୍ଡି, ମାଣ୍ଡିଆ,ଧାନ ଆଦି ସାଇତି ରଖିବା ପାଇଁ ବ୍ୟବ‌ହାର କରିଥାନ୍ତି।ରୋଷେଇଶାଳ ଭିତରେ କାଠ ପଟାରେ ଭାଡି ନିର୍ମାଣ କରାଯାଇଥାଏ,ଏହାକୁ "ଆଟୁ" ବୋଲି କୁହାଯାଏ।ଏହି "ଆଟୁ" ରେ ସେମାନେ ଶୁଖିଲା ମକା, ଶୁଖିଲା ମାଂସ,ଶୁଖୁଆ ଆଦି ବ‌ହୁତ ଦିନ ଯାଏ ସାଇତି ରଖନ୍ତି । ସଉରାମାନେ ମାଟି ଚୁଲି ବ୍ୟବ‌ହାର କରନ୍ତି ଓ ତାଙ୍କ ଚୁଲିକୁ "ହିଣ୍ଡା" ବା "କୋଡା" ବୋଲି କୁହାଯାଏ। ପ୍ରତି ସଉରା ଘରେ ଏକ ଢିଙ୍କି ଓ ଚକି ନିଶ୍ଚିତ ଭାବରେ ରହିଥାଏ।ଏହା ବିରି,କାନ୍ଦୁଲ,ମାଣ୍ଡିଆ, କୋଳଥ ଆଦି ଚୁରିବା ପାଇଁ ବ୍ୟବ‌ହୃତ ହୋଇଥାଏ।ଆହୁରି ମଧ୍ୟ ପିଣ୍ଡାରେ ବଡ଼ ଗାତ କରି କାଠର ଆବରଣ ଦିଆଯାଇଥାଏ। ତା ଭିତରେ ଏକ ମଜବୁତ୍ କାଠଗଣ୍ଡି ସାହାଯ୍ୟରେ ଧାନ କୁଟାଯାଏ।ଏହି କାଠଗଣ୍ଡିକୁ "ପାରେଳି" ବୋଲି କୁହାଯାଏ। ଯଦିଓ ଦୁଇଟି ଘର ଗୋଟିଏ କାନ୍ଥର ଦୁଇ ପାଖରେ ହିଁ ତିଆରି ହୋଇଥାଏ କିନ୍ତୁ ବାହାର ପିଣ୍ଡା ମଝିରେ କୌଣସି କାନ୍ଥ ନ‌ଥାଏ। କେବଳ ସାହିର ଆରମ୍ଭ ଓ ଶେଷ ପିଣ୍ଡାରେ ଦୁଇଟି କାନ୍ଥ ରହିଥାଏ।ଲାଞ୍ଜିଆ ସଉରାମାନେ ଖୁବ ଠାକୁର ବିଶ୍ୱ୍ୱାସୀ । ପ୍ରତ୍ୟକଙ୍କ ଘରେ ବିଭିନ‌୍ନ ଦେବଦେବୀ ବିଶେଷ ଭାବରେ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କର ଫଟୋ ବା ପ୍ରତିମୂ୍ର୍ତ୍ତି ପୂଜା ପାଇଥାଏ। ବିଶ୍ୱାସ, ଅନ୍ଧବିଶ୍ୱାସ ଓ ବିଜ୍ଞାନ ଲାଞ୍ଜିଆ ସଉରା ଘର ତାଙ୍କୁ ଖରା,ବର୍ଷା ଓ ଶୀତରୁ ରକ୍ଷା କରିଥାଏ।ବର୍ଷା ପାଣି ଜମି ନ ରହି ସ‌ହଜରେ ଗଡ଼ି ଯିବା ପାଇଁ ଚାଳ ଖୁବ ନୁଆଁଣିଆ ହୋଇଥାଏ।ମୁଖ୍ୟ ଦ୍ୱାରର ଉଚ୍ଚତା ଛୋଟ ହୋଇଥିବାରୁ ବର୍ଷା ପାଣି ଘର ଭିତରକୁ ପଶିପାରେ ନାହିଁ ଏବଂ ଝଡ଼ ବାତ୍ୟାରେ ମଧ୍ୟ ଘର ଭିତରର ଜିନିଷ ନଷ୍ଟ ହୁଏ ନାଁହି।ଘର ଭିତରେ ତିଆରି ହୋଇଥିବା "ମେର୍ଦା" ସେମାନଙ୍କୁ ଖରା ଦିନରେ ଥଣ୍ଡା ଓ ଥଣ୍ଡା ଦିନରେ ଉଷୁମ ରଖିବାରେ ସାହାଯ୍ୟ କରିଥାଏ।ଏହା ବ୍ୟତୀତ "ମେର୍ଦା" ଥିବା ଫଳରେ ଚାଳରେ ଥିବା ଅପରିଷ୍କାର ଜିନିଷ ଘର ଭିତରେ ପଡ଼ିପାରେ ନାଁହି।ଲାଞ୍ଜିଆ ସଉରାମାନେ ବିଶ୍ୱାସ କରନ୍ତି ଯେ ଘର ଭିତରେ କୌଣସି ଜୀବ ଜନ୍ତୁଙ୍କ ମାଂସ କାଟିଲେ ଅଶୁଭ ଫଳ ମିଳିଥାଏ । ତେଣୁ ଏହି କାମ ସେମାନେ ବାରିରେ କରିଥାନ୍ତି । ଜଦିଓ ଲାଞ୍ଜିଆ ସଉରା ଲୋକମାନେ ଶିକ୍ଷା ଓ ଆଧୁନିକତାଠାରୁ ବହୁ ଦୂରରେ ରହିଛନ୍ତି,ତଥାପି ସେମାନଙ୍କ ନିଆରା ଘର ତିଆରି ଶୈଳୀରୁ ଏହା ପ୍ରତୀତ ହେଉଛି ଯେ ସେମାନେ ଅତି କୁଶଳୀ ,ପରିଶ୍ରମୀ ଓ ବୁଦ୍ଧିମାନ । ନିଜର ସମସ୍ତ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ପ୍ରକୃତି ମାତା ସେମାନଙ୍କୁ ଯଥେଷ୍ଟ ଶିକ୍ଷା ଦାନ କରିଛି।ସେମାନଙ୍କ ପାଇଁ ଗୃହ ଯେ କେବଳ ଏକ ମୁଣ୍ଡ ଗୁଞ୍ଜିବା ସ୍ଥାନ ତା ନୁହେଁ ବରଂ ଏହା ଏପରି ଏକ ପବିତ୍ର ସ୍ଥାନ ଯାହା ତାକୁ ଓ ତା ପରିବାରକୁ ସମସ୍ତ ପ୍ରକାର ପ୍ରତିକୂଳତାରୁ ସବୁ ପରିସ୍ଥିତିରେ ସୁରକ୍ଷିତ ରଖିଥାଏ ।
ନାରାଉରା ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ଉତ୍ତର ପ୍ରଦେଶର ବୁଲନ୍ଦ୍ଶହ୍ର୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ନାରାଉରା ୨୮.୧୯୯୯ ଉତ୍ତର ଅକ୍ଷାଂଶ ଓ ୭୮.୩୮୪୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାରାଉରା ସହରର ମୋଟ ଜନସଂଖ୍ୟା ୨୦୩୭୬ ଅଟେ । ସେଥି ମଧ୍ୟରୁ ୫୪.୦୮% ଜଣ ପରୁଷ ହୋଇଥିବା ବେଳେ ୪୫.୯୨% ଜଣ ନାରୀ ଅଟନ୍ତି । ନାରାଉରାର ସାକ୍ଷରତା ହାର ୫୭.୫୨% ଅଟେ । ଏହା ଜାତୀୟ ହାରଠାରୁ ୭.୩୨% ପ୍ରତିଶତ କମ ଅଟେ । ସେଥିରୁ ୩୫.୨୩% ପ୍ରତିଶତ ପୁରୁଷ ଓ ୨୨.୩୦% ନାରୀ ଅଟନ୍ତି । ୧୪.୨୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ନାରାଉରାର ସରକାରୀ ଭାଷା ଅଟେ ।
ଜେବ୍ରା , - ଏକ ପ୍ରକାର ଆଫ୍ରିକାର ବଣ୍ୟ ଜନ୍ତୁ ଜାତି ଯାହାକୁ ଘୋଡ଼ା ପରିବାରର ସଦସ୍ୟ ଭାବରେ ଗ୍ରହଣ କରାଯାଇଛି ଓ ସେମାନଙ୍କର ଚର୍ମରେ କଳା ଧଳା ପଟା ପଟା ଦାଗ ଥାଏ । ସେମାନେ ସାମାଜିକ ପ୍ରାଣୀ ଓ ଛୋଟରୁ ବଡ଼ ଦଳରେ ରହନ୍ତି । ଘୋଡ଼ା ବା ଗଧ ଭଳି ଏମାନେ ଗୃହପାଳିତ ହୁଅନ୍ତି ନାହିଁ । ତିନି ପ୍ରକାର ଜେବ୍ରା ଦେଖାଯାଆନ୍ତି: ସାଧାରଣ ଜେବ୍ରା , ପାର୍ବତୀୟ ଜେବ୍ରା ଓ ଗ୍ରେଭିସ ଜେବ୍ରା ' । ସାଧାରଣ ଜେବ୍ରା ଓ ପାର୍ବତୀୟ ଜେବ୍ରାଦ୍ୱୟ ହିପ୍ପୋଟାଇଗ୍ରିସ ସବଜେନସ ଓ ଗ୍ରେଭିସ ଜେବ୍ରା ଡୋଲିକୋହିପ୍ପସ ସବଜେନସ ଶ୍ରେଣୀର ପ୍ରାଣୀ ଅଟନ୍ତି । ଗ୍ରେଭିସ ଜେବ୍ରାର ଗଧ ସ‌ହିତ ସାମଞ୍ଜସ୍ୟ ଦେଖାଯାଏ କିନ୍ତୁ ପ୍ରଥମ ଦୁଇ ପ୍ରକାର ଜେବ୍ରାମାନଙ୍କର ଘୋଡ଼ା ସ‌ହିତ ସାମଞ୍ଜସ୍ୟ ଥାଏ । ଏମାନେ ସମସ୍ତେ ଇକୁଇଅସ ଜେନସର ପ୍ରାଣୀ । ଅତୁଳନୀୟ ଚର୍ମ ଦାଗ ଯୋଗୁ ଏହି ପ୍ରାଣୀ ଲୋକଙ୍କ ପରିଚିତ ସ‌ହଜରେ ହୁଏ । ଏମାନେ ଘାସ, ପାହାଡ଼, ଉପକୂଳ, ଜଙ୍ଗଲ ଓ କଣ୍ଟା ଇତ୍ୟାଦି ଥିବା ବିଭିନ୍ନ ଭୌଗଳିକ ସ୍ଥାନରେ ବାସ କରନ୍ତି । ବାସସ୍ଥାନ ନଷ୍ଟ ଓ ଚର୍ମ ନିମନ୍ତେ ଶିକାର ହେଉଥିବା ଯୋଗୁ ସେମାନଙ୍କ ସଂଖ୍ୟା କମିଯାଉଛି । ଗ୍ରେଭିସ ଓ ପାର୍ବତୀୟ ଜେବ୍ରା ବିପଦରେ ଲୁପ୍ତପ୍ରାୟ ଅଛନ୍ତି । ଆକାର ଓ ଓଜନ ସାଧାରଣ ଜେବ୍ରାର ଉଚ୍ଚତା ପ୍ରାୟ ୧.୨ - ୧.୩ ମିଟର,ଲମ୍ବ ୨ - ୨.୬ମିଟର ଓ ଲାଞ୍ଜ ୦,୫ ମିଟର । ଓଜନ ପ୍ରାୟ ୩୫୦ କେଜି ଓ ମାଈ ଜେବ୍ରା ଓଜନ ସାମାନ୍ୟ କମ । ପାର୍ବତୀଯ ଜେବ୍ରା କମ ଓ ଗ୍ରେଭି ଜେବ୍ରା ସାବୁଠାରୁ ଅଧିକ ଓଜନ ବିଶିଷ୍ଟ । ବର୍ଗୀକରଣ ଖାଦ୍ୟ ଜେବ୍ରା ସାଧାରଣତଃ ଘାସ ଖାଆନ୍ତି । ଆବଶ୍ୟକ ହେଲେ ଡାଳ, ପତ୍ର, ଛୋଟ ବୁଦାର ଗାଛ ଖାଆନ୍ତି ।
କଣିହାଁ, ଓଡ଼ିଶାର ଅନୁଗୋଳ ଜିଲ୍ଲାର କଣିହାଁ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ପାଲ ଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଗମନାଗମନ ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୪୫ କି.ମି. ଦୂରରେ ଅବସ୍ଥିତ । ଶିକ୍ଷା ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। ସଂସ୍କୃତି ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।
ଉଇକିପିଡ଼ିଆ ( - - - - - - - - ; : ) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୫.୪ କୋଟି ପ୍ରସଙ୍ଗ (ଯେଉଁଥିରୁ କେବଳ ୬୧ ଲକ୍ଷ ପ୍ରସଙ୍ଗ ଇଂରାଜୀ ଉଇକିପିଡ଼ିଆରେ ଅଛି) ମିଳିତ ଭାବରେ ବିଶ୍ୱର ଉଇକିଆଳିମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶୀ ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଅଲେକ୍ସା ଇଣ୍ଟରନେଟ କ୍ରମ ଅନୁସାରେ ଏହା ବିଶ୍ୱର ୧୫ଟି ଲୋକପ୍ରିୟ ୱେବସାଇଟ ମଧ୍ୟରେ ସ୍ଥାନପାଇଛି । ଇଣ୍ଟରନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବୀମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । "ଉଇକି" -ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ,ହାୱାଇ ଭାଷାରେ "ଉଇକି" ର ଅର୍ଥ "ଶୀଘ୍ର" କୁ ବୁଝାଇଥାଏ ଏବଂ "ଏନସାଇକ୍ଳୋପିଡ଼ିଆ" ( -ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆମାନଙ୍କଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରାଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟରନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା ଏକ ପ୍ରକାର ଦୋଷ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ୟୁବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ୱାସିଙ୍ଗଟନ ପୋଷ୍ଟ ଇଣ୍ଟରନେଟର "ନୂତନ ରକ୍ଷୀ" ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି । ଇତିହାସ ଉଇକିପିଡ଼ିଆକୁ,ପ୍ରଥମେ ନ୍ୟୁପେଡ଼ିଆ ନାମକ ଇଂରାଜୀ ଭାଷାର ଏକ ଜ୍ଞାନକୋଷ/ବିଶ୍ୱକେଷର ଏକ ପରିପୂରକ ଯୋଜନା ରୂପେ ସେହି ଇଂରାଜୀ ଭାଷାରେ ଆରମ୍ଭ କରାଯାଇଥିଲା । ଏହାକୁ ଅନଲାଇନରେ ଇଣ୍ଟର୍ନେଟ ସହାୟତାରେ ଏକ ମୁକ୍ତ ଜ୍ଞାନକୋଷ ଭାବରେ, ସମସ୍ତଙ୍କଦ୍ୱାରା ବ୍ୟବହାର କରାଯିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା । ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକୁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ମାନଙ୍କଦ୍ୱାରା ଲେଖା ଯାଇଥିଲା ତଥା ଏକ ସାଧାରଣ ପ୍ରଣାଳୀରେ ସମୀକ୍ଷା ମଧ୍ୟ କରଯାଉଥିଲା । ନ୍ୟୁପେଡ଼ିଆକୁ ୯ ମାର୍ଚ୍ଚ ୨୦୦୦ରେ ବୋମିସ ନାମକ ଏକ ୱେବ ପୋର୍ଟାଲ କମ୍ପାନୀଦ୍ୱାରା ଆରମ୍ଭ କରାଯାଇଥିଲା । ବୋମିସର ସି.ଇ.ଓ. ଜିମି ୱେଲ୍ସ ଏବଂ ଲାରି ସାଙ୍ଗର ନ୍ୟୁପେଡ଼ିଆର ପ୍ରମୁଖ ସଦସ୍ୟ ତଥା ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ ତୁଲାଇଥିଲେ । ସେମାନେ ପରେ ଏକାଠି ମିଶି ଉଇକିପିଡ଼ିଆ ପାଇଁ ମଧ୍ୟ କାମ କରିଥିଲେ । ପ୍ରଥମେ ନ୍ୟୁପେଡ଼ିଆର ତଥ୍ୟ ଗୁଡ଼ିକୁ ଏହାର ନିଜସ୍ୱ "ଓପନ କଣ୍ଟେଣ୍ଟ ଲାଇସେନ୍ସ" ଦ୍ୱାରା ଲାଇସେନ୍ସ କରାଯାଇଥିଲା । ପରେ ରିଚାର୍ଡ ଷ୍ଟଲମ୍ୟାନଙ୍କ ପ୍ରସ୍ତାବ ଅନୁସାରେ ଉଇକିପିଡ଼ିଆ ଆରମ୍ଭ ହେବା ଆଗରୁ ଏହି ସବୁ ଗୁଡ଼ିକୁ "ଜି.ଏନ.ୟୁ. ଫ୍ରି ଡକ୍ୟୁମେଣ୍ଟେସନ ଲାଇସେନ୍ସ" ର ଅନ୍ତର୍ଭୁକ୍ତ କରିଦିଆଯାଇଥିଲା । ଉଇକିପିଡ଼ିଆର ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ ର ଶ୍ରେୟ ଜିମି ୱେଲ୍ସଙ୍କୁ ଦିଆଯାଉଥିବା ବେଳେ ଏହାକୁ ସମସ୍ତଙ୍କ ପାଖରେ ସହଜରେ ପହଞ୍ଚାଇବାର ଶ୍ରେୟ ଏହାର ଅନ୍ଯତମ ପ୍ରତିଷ୍ଠାତା ଲାରି ସାଙ୍ଗରଙ୍କୁ ଦିଆଯାଇଥାଏ । ୧୦ ଜାନୁଆରୀ ୨୦୦୧ରେ ଲାରି ସାଙ୍ଗର, ନ୍ୟୁପେଡ଼ିଆ ପାଇଁ ଏକ "ଫିଡର" ପ୍ରକଳ୍ପ ଭାବରେ ଉଇକିର ନିର୍ମାଣ ପାଇଁ ନ୍ୟୁପେଡ଼ିଆ ମେଲିଂ ଲିଷ୍ଟରେ ପ୍ରସ୍ତାବ ଦେଇଥିଲେ । ୧୫ ଜାନୁଆରୀ ୨୦୦୧ରେ ପ୍ରଥମ ଥର ପାଇଁ ଉଇକିପିଡ଼ିଆକୁ ଔପଚାରିକ ଭାବରେ . ରେ ଏକମାତ୍ର ଇଂରାଜୀ ସଂସ୍କରଣ ସହିତ ଆରମ୍ଭ କରାଯାଇଥିଲା । ଏବଂ ସାଙ୍ଗର ଏ ବିଷୟରେ ନ୍ୟୁପେଡ଼ିଆ ମେଲିଂ ଲିଷ୍ଟରେ ସୂଚନା ଦେଇଥିଲେ । ଉଇକିପିଡ଼ିଆ ଆରମ୍ଭ ହେବାର ପ୍ରଥମ ମାସରେ ଏହାର "ନ୍ୟୁଟ୍ରାଲ ପଏଣ୍ଟ ଅଫ ଭିୟୁ" ( - - ) ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା । ସେତେବେଳେ ଏହି ନିୟମକୁ ଛାଡ଼ି ଅନ୍ୟ ବିଶେଷ କିଛି ନିୟମ କାନୁନ ଉଇକିପିଡ଼ିଆପାଇଁ କରାଯାଇ ନଥିଲା ଏବଂ ଏହା ନ୍ୟୁପେଡ଼ିଆ ଉପରେ ନିର୍ଭରଶୀଳ ନଥିଲା । ପ୍ରଥମେ ଉଇକିପିଡ଼ିଆ, ନ୍ୟୁପେଡ଼ିଆର କିଛି ଯୋଗଦାନକାରୀଙ୍କ ଅବଦାନ ପାଇଥିଲା । ୨୦୦୧ ମସିହାର ଶେଷ ବେଳକୁ ପ୍ରାୟ ୧୮ଟି ଭାଷାରେ ଉଇକିପିଡ଼ିଆ ଆରମ୍ଭ ହୋଇସାରିଥିଲା । ଠିକ ସେହିପରି ୨୦୦୨ ଶେଷ ସୁଦ୍ଧା ଉଇକିପିଡ଼ିଆର ୨୬ଟି ଭାଷାରେ ସଂସ୍କରଣ , ୨୦୦୩ ଶେଷ ସୁଦ୍ଧା ୪୬ଟି ଭାଷା ସଂସ୍କରଣ ଏବଂ ୨୦୦୪ ଶେଷ ସୁଦ୍ଧା ୧୬୧ଟି ଭାଷା ସଂସ୍କରଣ ବାହାରି ସାରିଥିଲା । ଉଇକିପିଡ଼ିଆର ବଢୁଥିବା ଲୋକପ୍ରିୟତାକୁ ଦେଖି ୨୦୦୩-୨୦୦୪ରେ ନ୍ୟୁପେଡ଼ିଆର ସର୍ଭରକୁ ଧୀରେ ଧୀରେ ବନ୍ଦ କରିଦିଆଯାଇଥିଲା ଓ ସେଥିରେ ଥିବା ସମସ୍ତ ତଥ୍ୟ ଗୁଡ଼ିକୁ ଉଇକିପିଡ଼ିଆରେ ସ୍ଥାନିତ କରାଯାଇଥିଲା । ୯ ଡିସେମ୍ବର ୨୦୦୭ରେ ଇଂରାଜୀ ଉଇକିପିଡ଼ିଆରେ ପ୍ରସଙ୍ଗ ସଂଖ୍ୟା ୨ ମିଲିୟନ ପାର କରିସାରିଥିଲା ଓ ବିଶ୍ୱର ସର୍ବବୃହତ ଜ୍ଞାନକୋଷ ହେବାର ମାନ୍ୟତା ଲାଭ କରିସାରିଥିଲା । ଏହା ୧୪୦୮ ୟୋଙ୍ଗଲ ଏନସାଇକ୍ଳୋପିଡ଼ିଆର ପ୍ରସଙ୍ଗ ସଂଖ୍ୟାକୁ ମଧ୍ୟ ଟପିସାରିଥିଲା, ଯାହା ଦୀର୍ଘ ୬୦୦ ବର୍ଷ ଧରି ସର୍ବାଧିକ ପ୍ରସଙ୍ଗ ସହିତ ସର୍ବବୃହତ ଜ୍ଞାନକୋଷ ଭାବରେ ରେକର୍ଡ ବଜାୟ ରଖିଥିଲା । ଏକ ଇଂରାଜୀ କଥିତ ତଥା ଇଂରାଜୀ ଭାଷା କେନ୍ଦ୍ରୀୟ ଉଇକିପିଡ଼ିଆ ଭାବରେ ଇଂରାଜୀ ଉଇକିପିଡ଼ିଆରେ ତଥ୍ୟ ଗୁଡ଼ିକର ସମୀକ୍ଷା ତଥା ନିୟନ୍ତ୍ରଣର ଅଭାବ ଓ ବିଭିନ୍ନ ପ୍ରକାର ବ୍ଯବସାୟିକ ବିଜ୍ଞାପନ ଗୁଡ଼ିକର ବ୍ୟବହାର ଆଶଙ୍କାରେ,୨୦୦୨ ମଶିହାରେ ସ୍ପାନିସ ଉଇକିପିଡ଼ିଆର ଉପଯୋଗକର୍ତ୍ତାମାନେ ଏନସାଇକ୍ଳୋପିଡ଼ିଆ ଲାଇବ୍ରେରୀ ପ୍ରତିଷ୍ଠା କରିବା ପାଇଁ ଇଂରାଜୀ ଉଇକିପିଡ଼ିଆଠାରୁ ଅଲଗା ହୋଇଯାଇଥିଲେ । ଏହି ଘଟଣା ପରେ ୨୦୦୨ ମସିହାରେ ଜିମି ୱେଲ୍ସ ଘୋଷଣା କରିଥିଲେ ଯେ, ଉଇକିପିଡ଼ିଆ କିମ୍ବା ଏହାର କୌଣସି ସହଯୋଗୀ ପ୍ରକଳ୍ପ କୌଣସି ପ୍ରକାରର ବ୍ଯବସାୟିକ ବିଜ୍ଞାପନ ଗୁଡ଼ିକର ବ୍ୟବହାର କରିବ ନାହିଁ । ପରେ ଏହାକୁ . ରୁ . କୁ ବଦଳାଇ ଦିଆଯାଇଥିଲା । ତା ପରଠାରୁ କେବେ କୌଣସି ପ୍ରକାରର ସମ୍ପାଦକୀୟ କାରଣରୁ ଉଇକିପିଡ଼ିଆର କୌଣସି ସହଯୋଗୀ ପ୍ରକଳ୍ପକୁ ଏହାଠାରୁ ଅଲଗା କରାଯାଇନାହିଁ । ୨୦୦୭ ମସିହା ହେବା ବେଳକୁ ଇଂରାଜୀ ଉଇକିପିଡ଼ିଆରେ ପ୍ରସଙ୍ଗ ଗୁଡ଼ିକର ସଂଖ୍ୟା କ୍ରମାଗତ ବଢିବାରେ ଲାଗିଥିଲା ଓ ୨୦୦୯ ମସିହା ବେଳକୁ ଏହା ୩ ମିଲିୟନ ଟପିସାରିଥିଲା । ସେତେବେଳେ ଦିନକୁ ପ୍ରାୟ ୧୮୦୦ଟି ପ୍ରସଙ୍ଗ ଇଂରାଜୀ ଉଇକିପିଡ଼ିଆରେ ଲେଖାଯାଉଥିବାର ନଜିର ରହିଛି । ଉଇକିପିଡ଼ିଆଠାରୁ ପ୍ରେରିତ ହୋଇ ପରେ ସାଇଟିଜେଣ୍ଡ଼ିୟମ , ସ୍କଲାରପିଡ଼ିଆ , କନଜର୍ଭପିଡ଼ିଆ ଏବଂ ଗୁଗୁଲ ନୋଲ ଆଦି ପ୍ରକଳ୍ପ ଗୁଡ଼ିକର ପରିଯୋଜନା କରାଯାଇଥିଲା ।. ଉଇକିପିଡ଼ିଆର କଥା କଥିତ ସୀମା ଗୁଡ଼ିକୁ ସମ୍ବୋଧିତ କରିବା ପାଇଁ ଏସବୁ ଗୁଡ଼ିକ ବ୍ୟବହାର କାରାଯାଉଥିଲା । ୨୦ ଜୁନ ୨୦୦୩ ମସିହାରେ ଉଇକିପିଡ଼ିଆ ଓ ନ୍ୟୁପେଡ଼ିଆର ମିଳିତ ସହଯୋଗରେ ଉଇକିମିଡ଼ିଆ ଫାଉଣ୍ଡେସନ ପ୍ରତିଷ୍ଠା କରାଯାଇଥିଲା ।ଏହା ଅନେକ ସ୍ୱେଚ୍ଛାସେବୀଙ୍କ ମିଳିତ ଚେଷ୍ଟାରେ ପରିଚାଳିତ ଅନଲାଇନ ଉଇକି ପ୍ରକଳ୍ପ ଯଥା; ଉଇକିପିଡ଼ିଆ, ଉଇକିଅଭିଧାନ, ଉଇକିକଥା , ଉଇକିପୋଥି , ଉଇକିଉତ୍ସ, ଉଇକିମିଡ଼ିଆ କମନ୍ସ, ଉଇକିସ୍ପିସିସ, ଉଇକିଖବର, ଉଇକିମହାବିହାର, ଉଇକିମିଡ଼ିଆ ଇନକୁବେଟର, ମେଟା ଉଇକି ଓ ଏହାର ଅଚଳ ପ୍ରକଳ୍ପ, ନୁପେଡ଼ିଆ ଆଦିକୁ ପରିଚାଳନ କରିଥାଏ । ଉଇକିପିଡ଼ିଆର ନିୟମ ଉଇକିପିଡ଼ିଆରେ ଥିବା ପ୍ରସଙ୍ଗ ଗୁଡ଼ିକର ଲେଖା ଗୁଡ଼ିକ କୌଣସି ପ୍ରାକାରର ଔପଚାରିକ ସହକର୍ମୀ ସମୀକ୍ଷା ପାଇଁ ରହି ନଥାନ୍ତି ଏବଂ ଏଗୁଡ଼ିକ ଯେକୌଣସି ମୁହୂର୍ତ୍ତରେ ବଦଳ କରାଯାଇପାରିବ । ତଥାପି ଏହା କଛି ନିର୍ଦ୍ଧାରିତ ନିୟମ କାନୁନ ସହାୟତାରେ ସୁରୁଖୁରୁରେ ପରିଚାଳିତ ହୋଇଥାଏ । କିଛି ପ୍ରମୁଖ ନିୟମ ଗୁଡ଼ିକ ହେଲା:- କୌଣସି ପ୍ରସଙ୍ଗ ଉପରେ ଏହାର ମୂଳ ଲେଖକ କିମ୍ବା ଅନ୍ୟ କୌଣସି ସମ୍ପାଦକଙ୍କର ଅଧିକାର ନଥାଏ କିମ୍ବା କୌଣସି ନିର୍ଦ୍ଧିଷ୍ଟ ମାନ୍ୟତା ପ୍ରାପ୍ତ ବ୍ୟକ୍ତି/ ଅନୁଷ୍ଠାନ ଏହାକୁ ନିୟନ୍ତ୍ରଣ କରେନାହିଁ । କିଛି କିଛି ଏପରି ପୃଷ୍ଠା, ଯେଉଁଥିରେ କି ଅସତ୍ୟ ସୂଚନା କିମ୍ବା ଜାଣିଶୁଣି କେହି ଭୁଲ ତଥ୍ୟ ଦେଇଥାଏ, ଅଥବା ଅଦରକାରୀ ଲେଖା ଥାଏ, ସେଗୁଡ଼ିକୁ ପରିଚାଳକ (ଆଡମିନ) ମାନଙ୍କଦ୍ୱାରା ସୁଧାର ପାଇଁ ରଖାଯାଏ କିମ୍ବା ଲିଭାଇ ଦିଆଯାଏ । ଉଇକି ବାଟବରଣକୁ ନିର୍ମଳ ରଖିବା ପାଇଁ ଏପରି କରାଯାଇଥାଏ । ଯେକୌଣସି ପ୍ରସଙ୍ଗକୁ ସମ୍ପାଦନା କରିବା ପାଇଁ ଜଣେ ଏକ ଅଜଣା ନାମରେ ଆକାଉଣ୍ଟ ଖୋଲି ବ୍ୟବହାର କରିପାରିବ କିମ୍ବା ନିଜସ୍ୱ ନାମରେ ମଧ୍ୟ ସମ୍ପାଦନା ପାଇଁ ଆକାଉଣ୍ଟ ଖୋଲିପାରିବ । କେବଳ ସଠିକ ପଞ୍ଜୀକୃତ ହୋଇଥିବା ଅବଦନକାରୀମାନେ ଇଂରାଜୀ ଉଇକିପିଡ଼ିଆରେ ନୂଆ ପ୍ରସଙ୍ଗ ଗଢିପାରିବେ । ଉଇକିପିଡ଼ିଆରେ ସମ୍ପାଦନାକାରୀ ମାନଙ୍କ ପରିଚୟ ଓ ନିଜସ୍ୱ ତଥ୍ୟ/ସମ୍ପାଦିତ ତଥ୍ୟ ଗୁଡ଼ିକର କେବଳ ସଦୁପଯୋଗ ହିଁ ହେବ ବୋଲି କିଛି ନିଶ୍ଚିତତା ନଥାଏ । ଯଦିଓ ଏଥିରେ ସଭିଙ୍ଗ ଉଦ୍ଦେଶ୍ୟ ମହତ ରହିଥାଏ, ତଥାପି କିଛି ପ୍ରସଙ୍ଗ/ସୂଚନା ଏମିତି ବି ଉଇକିରେ ରହିଛି ଯାହାକୁ ଅନ୍ୟ ମାନଙ୍କଦ୍ୱାରା ସମାଲୋଚନା କରାଯାଇଥାଏ, ଆପତ୍ତିଜନକ ତଥା ଅଶ୍ଳୀଳ ଭାବରେ ବିଚାର କରାଯାଇଥାଏ । କୌଣସି ସମ୍ବେଦନଶୀଳ ଘଟଣା, ରାଜନୈତିକ ମତାମତ କିମ୍ବା ବ୍ୟକ୍ତିଗତ ମତ, କୌଣସି ଆକ୍ରମଣାତ୍ମକ ପ୍ରବୃତ୍ତିର ତଥ୍ୟ ଉଇକିପିଡ଼ିଆ ପ୍ରକଳ୍ପ ଅନ୍ତର୍ଭୁକ୍ତ କରିବାକୁ ପ୍ରଶ୍ରୟ ଦିଆଯାଏନାହିଁ । ବେଳେବେଳେ ଏହି କାରଣ ପାଇଁ କେତେକ ସ୍ଥାନରେ ଉଇକିପିଡ଼ିଆର କିଛି ଭାଗକୁ ପ୍ରାବନ୍ଧିତ ମଧ୍ୟ କରିଦିଆଯାଏ । ଯେହେତୁ ଉଇକିପିଡ଼ିଆକୁ ଏକ ମୁକ୍ତ ଜ୍ଞାନକୋଷ ଭାବରେ ବିବେଚନା କରାଯାଏ, ତେଣୁକରି ଏଥିରେ କେବଳ ସେହିପରି ପ୍ରସଙ୍ଗ ଗୁଡ଼ିକୁ ରଖାଯାଏ ଯେଉଁଗୁଡ଼ିକ ଜ୍ଞାନକୋଷରେ ରହିବା ଯୋଗ୍ୟ କିମ୍ବା ଏହା ସମ୍ପର୍କିତ ହୋଇଥିବ ଅଥବା ଏହାର ଅବଦାନ ଜ୍ଞାନ ବିତରଣ ପାଇଁ ଉଲ୍ଲେଖନୀୟ ହୋଇଥିବ। ଉଇକିପିଡ଼ିଆରେ କେବଳ ସେହି ତଥ୍ୟ ଗୁଡ଼ିକୁ ପ୍ରଦର୍ଶିତ କରିପାରିବ ଯେଉଁଗୁଡ଼ିକ ବିଷୟରେ ଆଗରୁ ବିଶ୍ୱସନୀୟ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି ଏବଂ ଏହାକୁ ଆଧାର ଭାବରେ ପ୍ରସଙ୍ଗ ସହିତ ଯୋଡ଼ା ଯାଇଥାଏ । ଯଦି ଏହାରି କିଛି ପୃଷ୍ଠା ଉଇକିପିଡ଼ିଆରେ ଅଛି ଯାହା ଉପରେ ଭବିଷ୍ୟତରେ ତର୍କ ବା ଅନୁସନ୍ଧାନ କରାଯାଇପାରେ, ତେବେ ଏଥିରେ ବିଶ୍ୱସନୀୟ ସୂତ୍ରରୁ ଆଧାର ଯୋଡ଼ିବା ନିହାତି ଜରୁରୀ । ଉଇକିପିଡ଼ିଆରେ କିଛି ନୂଆ ପୃଷ୍ଠା ତିଆରି କରିବା ଆଗରୁ କିମ୍ବା ନୂଆ ତଥ୍ୟ ଯୋଡ଼ିବା ଆଗରୁ ଉଇକିଆଳି ମାନଙ୍କୁ ସେହି ବିଷୟରେ ନିଜେ ଭଲ ଭାବରେ ଅନୁସନ୍ଧାନ କରି ସୂଚନା ଯୋଗାଡ କରି ନିଜ ଭାଷାରେ ବ୍ୟକ୍ତ କରିବାକୁ ପରାମର୍ଶ ଦିଆଯାଇଥାଏ । ଫଳରେ ଏହା ସମସ୍ତଙ୍କ ବୁଝିବା ପାଇଁ ସହଜ ହୋଇଥାଏ । ଉଇକିପିଡ଼ିଆରେ ଥିବା ତଥ୍ୟ ଗୁଡ଼ିକୁ ସର୍ବଦା ନିରପେକ୍ଷ ରଖିବାକୁ ପ୍ରାଧାନ୍ଯ ଦିଆଯାଇଥାଏ । ଭିନ୍ନ ଭିନ୍ନ ଭାଷାର ଉଇକିଆଳି,ସମ୍ପାଦନକାରୀ ତଥା ପରିଚାଳକମାନେ ସମସ୍ତେ ମିଳି ମିଶି ଏକ ସଂପ୍ରଦାୟ ଭାବରେ କାମ କରନ୍ତି ଓ ସମୟେ ସମୟେ ନିଜ ଉଇକିପିଡ଼ିଆ ପାଇଁ ନୀତି/ ନିର୍ଦ୍ଦେଶନାମା ଗୁଡ଼ିକୁ ଲେଖନ୍ତି ବା ବଦଳ/ସଂଶୋଧିତ କରନ୍ତି । ବିଭିନ୍ନ ଉଇକିପିଡ଼ିଆର ଆବଶ୍ୟକତା ଅନୁସାରେ ସେଥିରେ ନାନା ପ୍ରକାରର ଶ୍ରେଣୀ,ଛାଞ୍ଚ ତଥା ବିଭାଗ ଗୁଡ଼ିକୁ ବ୍ୟବହାର କରାଯାଇଥାଏ । ପ୍ରତ୍ଯେକ ଛାଞ୍ଚ ଓ ଶ୍ରେଣୀ ଗୁଡ଼ିକୁ ସମସ୍ତଙ୍କ ଅବଗତି ପାଇଁ ଭଲ ଭାବରେ ବ୍ୟାଖ୍ୟା ମଧ୍ୟ କାରାଯାଇଥାଏ । ଅନ୍ଯାନ୍ଯ ପୁରୁଣା କୌଣସି ଏନସାଇକ୍ଳୋପିଡ଼ିଆ ମାନଙ୍କଠାରୁ ଅଲଗା ଭାବରେ ଉଇକିପିଡ଼ିଆ ନିଜର ତଥ୍ୟ ଗୁଡ଼ିକର ସୁରକ୍ଷା ପାଇଁ "ପ୍ରୋକ୍ରାଷ୍ଟିନେସନ ଶୈଳୀ" ଆପଣାଇଥାଏ । ଉଇକିପିଡ଼ିଆର ବଢୁଥିବା ଲୋକପ୍ରିୟତାକୁ ଦେଖି ଏହାର କେତେକ ଲୋକପ୍ରିୟ ସଂସ୍କରଣରେ ତଥ୍ୟ ଯୋଡିବା ଲାଗି କିଛି ପ୍ରକ୍ରିୟା ରଖାଯାଇଛି । ଯେପରିକି ଇଂରାଜୀ ଉଇକିପିଡ଼ିଆରେ କେବଳ ସଠିକ ଭାବରେ ପଞ୍ଜୀକୃତ ହୋଇଥିବା ଉଇକିଆଳିମାନେ ହିଁ ନୂଆ ପ୍ରସଙ୍ଗ ଗଢିପାରିବେ । ଏହା ଛଡା କିଛି ଗୁଡ଼ିଏ ପ୍ରସଙ୍ଗର ସମ୍ବେଦନଶୀଳତା ଓ ଗୁରୁତ୍ୱକୁ ନେଇ ସେଗୁଡ଼ିକ ପୂର୍ଣ୍ଣ ନିରାପଦ ଭାବରେ ରଖାଯାଇଥାଏ । ୨୦୦୨ ପରଠାରୁ କିଛି କ୍ଷେତ୍ରରେ "ପେଣ୍ଡିଙ୍ଗ ଚେଞ୍ଜେସ" ( -ନୂଆ ଉଇକିଆଳିଙ୍କଦ୍ୱାରା କରାଯାଇଥିବା ବଦଳ ଗୁଟିକ ଆଉ ଥରେ ମାଇନା କରିବା) ପ୍ରଣାଳୀ ମଧ୍ୟ ବ୍ୟବହାର ହେବାର ଦେଖିବାକୁ ମିଳିଥାଏ । ଯଦିଓ ଉଇକିପିଡ଼ିଆରେ କରାଯାଉଥିବା ସମସ୍ତ ବଦଳ ଗୁଡ଼ିକର ପୁନଃ ନିରୀକ୍ଷଣ ପାଇଁ କୌଣସି ପ୍ରକାରର ନିର୍ଦ୍ଧିଷ୍ଟ ପ୍ରଣାଳୀ ନାହିଁ, ତଥାପି ଉଇକିପିଡ଼ିଆରେ ବ୍ୟବହୃତ ଅନେକ ଗୁଡ଼ିଏ ସଫ୍ଟୱେର ଟୁଲଦ୍ୱାରା ସବୁ ବଦଳ ଗୁଡ଼ିକୁ ଦେଖାଯାଇପାରେ ଓ ବଦଳା ଯାଇପାରେ । ଉଇକିପିଡ଼ିଆର ସମସ୍ତ ଭାଗ ସହିତ ଜଡ଼ିତ ଇତିହାସ ଲେଖା ଏଥିରେ ମୁଖ୍ୟ ଭୂମିକା ନିଭାଇ ଥାଏ । ଉଇକି ପ୍ରସଙ୍ଗରେ କୌଣସି ପ୍ରକାର ବଦଳ, ଯାହାକି ଏହାର ତଥ୍ୟକୁ ନଷ୍ଟ କରେ ଅଥବା ବିପଥଗାମୀ କରିଥାଏ ବା ଉଇକିପିଡ଼ିଆର ନିୟମକୁ ଉଲ୍ଲଂଘନ କରିଥାଏ, ସେଗୁଡ଼ିକୁ ଉଇକିପିଡ଼ିଆ ନିୟମରେ "ଭାଣ୍ଡାଲିଜିମ" କୁହାଯାଇଥାଏ । ଯେକୌଣସି ପ୍ରକାର ଅଦରକାରୀ ତଥା ବିଜ୍ଞାପନ ଭିତ୍ତିକ ତଥ୍ୟ ରଖିବାକୁ, କିମ୍ବା କୌଣସି ପ୍ରସଙ୍ଗରୁ ସମସ୍ତ ଲେଖା ଗୁଡ଼ିକୁ ଲିଭାଇ ଦେବାକୁ ମଧ୍ୟ ଭାଣ୍ଡାଲିଜିମ କୁହାଯାଏ । ସାଧାରଣତଃ ଏହି ଭାଣ୍ଡାଲିଜିମ ଗୁଡ଼ିକୁ ଖୋଜି ସଜାଡିବାକୁ କିଛି ମିନିଟ ସମୟ ଲାଗିଥାଏ । କିନ୍ତୁ ବେଳେବେଳେ ଏହା ଅପେକ୍ଷାକୃତ ଭାବରେ ଅଧିକ ସମୟ ମଧ୍ୟ ନେଇଥାଏ । ଉଇକିପିଡ଼ିଆରେ ପ୍ରସଙ୍ଗ ଗୁଡ଼ିକୁ ସମ୍ପାଦନା କରିବା ପାଇଁ ସମ୍ପାଦନର ପାଞ୍ଚଟି ସ୍ତମ୍ଭ ଓ ଏହା ସହିତ ସମ୍ପର୍କିତ ଅନେକ ନୀତିଗୁଡ଼ିକ ବିଷୟରେ ଜାଣିବାକୁ ପଡିଥାଏ । ଏହି ପଲିସି ଗୁଡ଼ିକୁ ସମୟେ ସମୟେ ପରିବର୍ତ୍ତନ ମଧ୍ୟ କରାଯାଇଥାଏ । ଉଇକିପିଡ଼ିଆ କେବଳ ସଠିକ ଭାବରେ ପ୍ରମାଣିତ ଓ ପ୍ରକାଶିତ ହୋଇଥିବା ତଥ୍ୟ ଗୁଡ଼ିକୁ ବ୍ୟବହାର କରିବାର ଅନୁମତି ଦିଏ । ଉଇକିପିଡ଼ିଆ ସର୍ବଦା ନିରପେକ୍ଷ ରହିଥାଏ । ଯେ କୌଣସି ବ୍ୟକ୍ତିଗତ ମନ୍ତବ୍ୟ ଯାହା ଏକ ପ୍ରସଙ୍ଗ ବାହାର ଉତ୍ସରୁ ଅଣାଯାଇଥାଏ, ତାକୁ ନିରପେକ୍ଷ ଭାବରେ ସଠିକ ଆଧାର ସହିତ ପ୍ରସଙ୍ଗରେ ବ୍ୟବହାର କରାଯାଇପାରେ । ଏହାକୁ "ନ୍ୟୁଟ୍ରାଲ ପଏଣ୍ଟ ଅଫ ଭିୟୁ" କୁହାଯାଇଥାଏ । ଉଇକି ସମ୍ପ୍ରଦାୟ ଉଇକିପିଡ଼ିଆରେ ଥିବା ପ୍ରତ୍ଯେକ ପ୍ରସଙ୍ଗ/ପୃଷ୍ଠା ଓ ପ୍ରତ୍ଯେକ ଉଇକିଆଳିମାନଙ୍କର ଏକ ଆଲୋଚନା ପୃଷ୍ଠା ରହିଥାଏ । ଏହା ଉଇକିଆଳି ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆଲୋଚନା ଓ ମତ ଆଦାନ-ପ୍ରଦାନ ପାଇଁ ବ୍ଯବହାର ହୋଇଥାଏ । ଉଇକିଆଳିମାନେ ବେଳେବେଳେ ପରସ୍ପରକୁ ଧନ୍ୟବାଦ ଜ୍ଞାପନ କରିବା ପାଇଁ ଅଥବା ସେମାନଙ୍କ କାମର ପ୍ରଶଂସା କରି ସେମାନଙ୍କୁ ଏହି ଆଲୋଚନା ପୃଷ୍ଠାରେ ଆଦର ସନ୍ଦେଶ ବା ବାର୍ଣ୍ଣଷ୍ଟାର ପ୍ରଦାନ କରିଥାନ୍ତି । ଏହା କେବଳ ସେମାନଙ୍କର ଉଇକିରେ ଲେଖା ବା ଅବଦାନ ପାଇଁ ନୁହେଁ ବରଂ କିଛି ନୂଆ ଜିନିଷ ଶିଖିବାରେ ସାହାଜ୍ଯ କରିବା, କୌଣସି କର୍ମଶାଳା ବା ଅନ୍ୟ କୌଣସି ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଇଥାଏ । ଉଇକିପିଡ଼ିଆରେ କୌଣସି ସମ୍ପାଦକ କିମ୍ବା ଅବଦନକାରୀ ମାନଙ୍କୁ ସେମାନଙ୍କ ପ୍ରକୃତ ପରିଚୟ ଦେବାକୁ ବାଧ୍ୟ କରାଯାଏନି । ଏହା ସେମାନଙ୍କର ସଂପୂର୍ଣ୍ଣ ବ୍ୟକ୍ତିଗତ ଇଚ୍ଛା ଯେ ସେମନେ ନିଜର ପରିଚୟ ପ୍ରକାଶ କରିବେ କି ନାହିଁ । ସେଥିପାଇଁ ବେଳେବେଳେ "କେଉଁମାନେ ଉଇକିପିଡ଼ିଆରେ ସମ୍ପାଦନା କରିପାରିବେ ?" ବୋଲି ଏକ ପ୍ରମୁଖ ପ୍ରଶ୍ନ ସାମନାକୁ ଆସିଥାଏ । ଉଇକିପିଡ଼ିଆରେ ଓ ଏହାର ସହ ପ୍ରକଳ୍ପ ଗୁଡ଼ିକରେ କିଛି ଅବଦାନକାରୀଙ୍କର ଗୋଟିଏ ଗୋଟିଏ ଦଳ ବିଶାଳ ପରିମାଣରେ ତଥ୍ୟ ଯୋଡି ଏହାକୁ ଅନ୍ୟ ପୁରୁଣା ଅନୁଷ୍ଠାନ ମାନଙ୍କ ସହିତ ସମକକ୍ଷ କରିପାରିଛନ୍ତି ବୋଲି ଏକଦା ଜିମି ୱେଲ୍ସ ମନ୍ତବ୍ୟ ଦେଇଥିଲେ । ୨୦୦୮ ମସିହାରେ "ସ୍ଳେଟ" ନାମକ ପତ୍ରିକା ଭାଷା ସଂସ୍କରଣ କାର୍ଯ୍ୟ ପ୍ରଣାଳୀ ସଂସ୍କୃତିକ ମହତ୍ୱ ସମ୍ପର୍କିତ ପ୍ରକଳ୍ପ ବୈଷୟିକ ଅଧ୍ୟୟନ , (2007). " " . 12 (8). 2008-02-22. { }: , (2006). " " . - . 12 (1): 88. :10.1111/ .1083-6101.2006.00316. 2008-12-26. { }: ; - ପ୍ରିଡହୋରକୀ, ଜିଲିନ ଚେନ ,ଟୋନି.କେ. ଲ୍ୟାମ , କ୍ୟାଥେରିନ ପାଂସିଏରା, ଲୋରେନ ତରବୀନ ଏବଂ ଜନ ରିଏଡେଲ [ ବର୍ଷ-୨୦୦୭, ଡ଼ି.ଓ.ଆଇ. : 1316624,131663. (2005). " . 2008-12-26.{ }: 1 : : , . (2007). " " . 12 (4). 2008-02-22. { }: - ; ପୁସ୍ତକ , (2008). 978-1-59327-176-3. { }: - ; 1 : : , (2008). - . 0-596-51516-2. { }: - ; :
ବୋକାରୋ ଷ୍ଟିଲ ସିଟି ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ଝାଡ଼ଖଣ୍ଡର ବୋକରୋ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବୋକାରୋ ଷ୍ଟିଲ ସିଟି ସହରର ମୋଟ ଜନସଂଖ୍ୟା ୩୯୪୧୭୩ ଅଟେ । ସେଥି ମଧ୍ୟରୁ ୫୪.୦୫% ଜଣ ପରୁଷ ହୋଇଥିବା ବେଳେ ୪୫.୯୫% ଜଣ ନାରୀ ଅଟନ୍ତି । ବୋକାରୋ ଷ୍ଟିଲ ସିଟିର ସାକ୍ଷରତା ହାର ୭୩.୩୯% ଅଟେ । ଏହା ଜାତୀୟ ହାରଠାରୁ -୮.୫୫% ପ୍ରତିଶତ କମ ଅଟେ । ସେଥିରୁ ୪୪.୦୫% ପ୍ରତିଶତ ପୁରୁଷ ଓ ୨୯.୩୪% ନାରୀ ଅଟନ୍ତି । ୧୧.୭୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ଓଡ଼ିଆ, ହିନ୍ଦୀ ବୋକାରୋ ଷ୍ଟିଲ ସିଟିର ସରକାରୀ ଭାଷା ଅଟେ ।
ନାର୍ନାଉଲ୍ ଏକ ଭାରତୀୟ ପୌରପାଳିକା ଅଟେ । ଏହା ହରିଆଣାର ମହେନ୍ଦ୍ର‌‌ଗଡ଼ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ନାର୍ନାଉଲ୍ ୨୮.୦୪୪୪ ଉତ୍ତର ଅକ୍ଷାଂଶ ଓ ୭୬.୧୦୮୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୭୭ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାର୍ନାଉଲ୍ ସହରର ମୋଟ ଜନସଂଖ୍ୟା ୬୨୦୯୧ ଅଟେ । ସେଥି ମଧ୍ୟରୁ ୫୩.୨୧% ଜଣ ପରୁଷ ହୋଇଥିବା ବେଳେ ୪୬.୭୯% ଜଣ ନାରୀ ଅଟନ୍ତି । ନାର୍ନାଉଲ୍ର ସାକ୍ଷରତା ହାର ୬୭.୮୨% ଅଟେ । ଏହା ଜାତୀୟ ହାରଠାରୁ ୨.୯୮% ପ୍ରତିଶତ କମ ଅଟେ । ସେଥିରୁ ୪୦.୫୧% ପ୍ରତିଶତ ପୁରୁଷ ଓ ୨୭.୩୦% ନାରୀ ଅଟନ୍ତି । ୧୪.୪୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ନାର୍ନାଉଲ୍ର ସରକାରୀ ଭାଷା ଅଟେ ।
ଚନ୍ଦ୍ରଶେଖର ମହାଦେବ ମନ୍ଦିର ଭୁବନେଶ୍ୱରର ପଟିଆସ୍ଥିତ ଏକ ହିନ୍ଦୁ ଶିବ ମନ୍ଦିର । ମନ୍ଦିର ମଧ୍ୟରେ ଏକ ଗୋଲାକାର ଯୋନୀ ପୀଠରେ ଭଗବାନ ଶିବ ପୂଜା ପାଉଛନ୍ତି । ମନ୍ଦିରଟି ଏକ ବେସରକାରୀ ବ୍ୟବସ୍ଥାଦ୍ୱାରା ପରିଚାଳିତ । ମନ୍ଦିରଟି ପ୍ରାୟତଃ ଉନ୍ନବିଂଶ ଶତାବ୍ଦୀର ବୋଲି ଜଣାଯାଏ । ମନ୍ଦିରର ଗଠନ ଶୈଳୀ ତଥା ଏହାର କାରୁକାର୍ଯ୍ୟ ଦେଖି ଏହା ଅନୁମାନ କରାଯାଇପାରେ । ମନ୍ଦିରରେ ଅନେକ ପର୍ବ ପର୍ବାଣି ପାଳିତ ହୋଇ ଆସୁଅଛି । ସଂକ୍ରାନ୍ତି, ବଡ଼ ଓଷା ଭଳି ଅନେକ ପର୍ବ ଏଠାରେ ପାଳିତ ହୁଏ । ପଟିଆର ଗ୍ରାମ ମଙ୍ଗଳୀ ଟ୍ରଷ୍ଟ ମାଧ୍ୟମରେ ଏହି ମନ୍ଦିରର ପରିଚାଳନା ହୋଇ ଆସୁଅଛି ।
ଆରବ ଘାଟି ହେଉଛି ଏକ ସାମୁଦ୍ରିକ ଘାଟି, ଯାହାକି ଆରବ ସାଗରର ଦକ୍ଷିଣ ପାର୍ଶ୍ୱ ଆଡ଼କୁ ଭାରତ ଏବଂ ଆରବ ଦ୍ୱୀପ ମଧ୍ୟରେ ଅବସ୍ଥିତ । ଆରବ ସାଗରର ଦୁଇଟି ଘାଟି ମଧ୍ୟରୁ ପୂର୍ବରେ ଆରବ ଘାଟି ଏବଂ ପଶ୍ଚିମରେ ସୋମାଲି ଘାଟି । ଆରବ ଘାଟି ମାନ‌ଚିତ୍ରରେ ୧୦ ଉତ୍ତର, ୬୫ ପୂର୍ବ ଦିଗରେ ଅବସ୍ଥିତ । ଏହି ଘାଟିଟି ଉତ୍ତରରେ ୩୪୦୦ ମିଟରରୁ ଦକ୍ଷିଣରେ ୪୪୦୦ ମିଟର ଗଭୀରତା ଯାଏ ବ୍ୟାପଛି । ଏହି ଘାଟିର ସର୍ବାଧିକ ଗଭୀରତା ହେଉଛି ୪୬୫୨ମିଟର । ଏହି ନ‌ଦୀର ଉପତ୍ୟକା ସିନ୍ଧୁ ନ‌ଦୀରୁ ଅସୁଥିବା ଏକ ଚିକ୍କଣୀୟା ତରଳ ପଦାର୍ଥଦ୍ୱାରା ଆଚ୍ଛାଦିତ ହୋଇରହିଛି । ଏହି ଘାଟିର ଦକ୍ଷିଣ ବାଡ଼ କେନ୍ଦ୍ରୀୟ ଭାରତୀୟ ଗିରିଶ୍ରେଣୀ, କାର୍ଲ୍ସବର୍ଗ ଗିରିଶ୍ରେଣୀ ଏବଂ ଛାଗୋସ୍-ଲାସ୍ସଡିଭ୍ ଗିରିଶ୍ରେଣୀଦ୍ୱାରା ନିର୍ମିତ ହୋଇଛି । ତଳ ସ୍ତରର ପାଣି ପଶ୍ଚିମ ପାର୍ଶ୍ୱର ଓଭେନ୍ ପ୍ରାକ୍ଚର୍ ଜୋନ୍ ଦେଇ ଘାଟି ମଧ୍ୟକୁ ପ୍ରବେଶ କରେ । ୩୮୦୦ ମିଟର ଗଭୀରତା ବିଶିଷ୍ଟ ଚର୍ଲସ୍‌ବର୍ଗ ଗିରିଶ୍ରେଣୀ ଦକ୍ଷିଣପଶ୍ଚିମ ଦିଗରେ ସୋମାଲି ଘାଟିଠାରୁ ଏହି ଘାଟିକୁ ଅଲଗା କରୁଛି । ଅଳ୍ପଗଭୀରିଆ ଓମାନ ଘାଟିଠାରୁ ଆବର ଘାଟି ମୁରୀ ଗିରିଶ୍ରେଣୀଦ୍ୱାରା ଭାଗ ହୋଇଛି । ଅଧିକାଂଶ ଉତ୍ତରାର୍ଦ୍ଧ ଏବଂ ପୂର୍ବାର୍ଦ୍ଧ ସୀମା ଲକ୍ଷ୍ମୀ ଗିରିଶ୍ରେଣୀ ଏବଂ ଲାସ୍ସାଡିବ୍ ପଠାରଦ୍ୱାରା ସୃଷ୍ଟି ହୋଇଛି । ଅବସ୍ଥିତି ଆରବ ଘାଟିର ଦକ୍ଷିଣରେ ମାଳଦୀପ ଦ୍ୱୀପ, ଉତ୍ତର-ପୂର୍ବ ଦିଗରେ ଭାରତ ଏବଂ ପାକିସ୍ତାନ, ଉତ୍ତରରେ ଇରାନ ଏବଂ ପଶ୍ଚିମରେ ଆରବ ଉପଦ୍ୱୀପ ଅବସ୍ଥିତ । ଆରବ ଦ୍ୱୀପ ଏବଂ ସୋମାଲି ଦ୍ୱୀପ ମଧ୍ୟରେ ହାରାହାରି ଗଭୀରତା ୩୦୦୦ମିଟର । ଜଳବାୟୁ ଆବର ସାଗର ପାଖାପାଖି ଜାଗାରେ ମୌସୁମୀ ଜଳବାୟୁ ଦେଖାଯାଏ । ଏଠାରେ ସବୁବେଳେ ବର୍ଷା ହୁଏ । ଏହି ସ୍ଥାନରେ ଜାନୁଆରୀ-ଫେବୃଆରୀ ମାସରେ ସର୍ବନିମ୍ନ ତାପମାତ୍ରା ୨୪ରୁ ୨୫ ରହିଥାଏ, ଯେତେବେଳେ କି ଉଭୟ ଜୁନ ଏବଂ ନଭେମ୍ବରରେ ତାପମାତ୍ର ୨୮ ରୁ ଅଧିକ ରହିଥାଏ । ଖଣିଜ ସମ୍ପଦ ଆରବ ସାଗରର ଆଖପାଖରେ ମାଟିତଳେ ପ୍ରାକୃତିକ ଗ୍ୟାସ ଏବଂ ତୈଳଜାତୀୟ ପ୍ରାକୃତିକ ଖଣିଜ ପଦାର୍ଥମାନ ରହିଛି । ଏହି ଖଣିଜ ପଦାର୍ଥମାନ ଭାରତର ପଶ୍ଚିମ ଉପକୂଳରୁ ମୁମ୍ବାଇର ଉତ୍ତର-ପୂର୍ବ ଯାଏ ଭର୍ତ୍ତି ହୋଇ ରହିଛି । ଆରବ ସାଗରର ଆଖପାଖରେ ମାଛମାନଙ୍କର ଏକ ଅତ୍ୟାବଶ୍ୟକୀୟ ଖାଦ୍ୟ ଫସଫରସ୍ କନ୍‌ସେନଟ୍ରେଟ୍ ଉବଲବ୍ଧ ହେଉଛି ।
ଆର୍ରାହ୍ ଏକ ଭାରତୀୟ ପୌରପାଳିକା ଅଟେ । ଏହା ବିହାରର ‌‌ଭୋଜ୍ପୁର୍ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଆର୍ରାହ୍ ସହରର ମୋଟ ଜନସଂଖ୍ୟା ୨୦୩୩୯୫ ଅଟେ । ସେଥି ମଧ୍ୟରୁ ୫୪.୦୨% ଜଣ ପରୁଷ ହୋଇଥିବା ବେଳେ ୪୫.୯୮% ଜଣ ନାରୀ ଅଟନ୍ତି । ଆର୍ରାହ୍ର ସାକ୍ଷରତା ହାର ୬୬.୫୬% ଅଟେ । ଏହା ଜାତୀୟ ହାରଠାରୁ -୧.୭୨% ପ୍ରତିଶତ କମ ଅଟେ । ସେଥିରୁ ୩୯.୭୨% ପ୍ରତିଶତ ପୁରୁଷ ଓ ୨୬.୮୪% ନାରୀ ଅଟନ୍ତି । ୧୪.୬୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ଆର୍ରାହ୍ର ସରକାରୀ ଭାଷା ଅଟେ ।
କୋଇଲି ଏକ ପ୍ରକାର ପକ୍ଷୀ ପ୍ରାଣୀବିଜ୍ଞାନରେ ଏହାର ନାମ ୟୁଡିନାମିସ୍ ସ୍କୋଲୋସ୍ନାସିଆ ଏହି ପକ୍ଷୀ ସାଧାରଣତଃ ଭାରତରେ ବହୁଳ ଭାବରେ ଦେଖାଯାଆନ୍ତି । କୋଇଲିର ଆକାର ୩୯ରୁ ୪୬ ସେ.ମି ଓ ରଙ୍ଗ କଳା ଏହାର ଲାଞ୍ଜ ଲମ୍ବା ହେଇଥିବା ବେଳେ ପରରେ ସାମାନ୍ୟ ଚିହ୍ନ ରହିଥିବା ଦେଖିବାକୁ ମିଳେ । ଥଣ୍ଟ ଛୋଟ ଓ ମୁନିଆଯୁକ୍ତ ଅଣ୍ଡିରା ପକ୍ଷୀଙ୍କ ଆକାର ସମ୍ପୂର୍ଣ୍ଣ କଳାହେଇଥିବା ବେଳେ ଥଣ୍ଟ ହଳଦିଆ ଓ ସବୁଜ ମିଶା । ମାଈ ପକ୍ଷୀ ଗାଢ ଧୂସର ଏମାନଙ୍କ ଶରୀରରେ ଧଳା ଚିହ୍ନ ଦେଖିବାକୁ ମିଳେ । ମାଈ ପକ୍ଷୀଙ୍କର ଥଣ୍ଟ ସବୁଜ ଓ ଆଖି ଲାଲ । ଅଣ୍ଡିରା ପକ୍ଷୀଙ୍କଠାରୁ ମାଈ ପକ୍ଷୀ ସାମାନ୍ୟ ଛୋଟ ।
୫୦୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
କ୍ଲୋରପ୍ରୋପାମାଇଡ, (ଇଂରାଜୀ ଭାଷାରେ ), ଡାଇବେନିସ୍ ଏହାର ଏକ ବେପାର ନାମ, ହେଉଛି ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ଏହା ଉପ‌ଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ସହିତ ବ୍ୟବହୃତ ହୁଏ । ଏହା ଏକ ଦ୍ୱିତୀୟ ଧାଡ଼ି ଚିକିତ୍ସା । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ପେଟରେ ଅସୁବିଧା, ଓଜନ ବୃଦ୍ଧି, ଏବଂ ଅଇ ଲାଗିବା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ ଶର୍କରା ଏବଂ ଯକୃତ ସମସ୍ୟା ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ପ୍ରଥମ ପିଢ଼ିରସଲଫୋନିଲୁରିଆ ଏବଂ ଇନସୁଲିନ ନିଷ୍କାସନ ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ । ୧୯୫୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ଲୋରପ୍ରୋପାମାଇଡ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ବାଣିଜ୍ୟିକ ବିକ୍ରୟ ବନ୍ଦ ହୋଇଯାଇଛି।
ରାମନାଥପୁରମ ଏକ ଭାରତୀୟ ସହର ପଞ୍ଚାୟତ ଅଟେ । ଏହା ତାମିଲନାଡୁର ରମନଥପୁରମ୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ରାମନାଥପୁରମ ୯.୩୬୫୪ ଉତ୍ତର ଅକ୍ଷାଂଶ ଓ ୭୮.୮୩୬୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାମନାଥପୁରମ ସହରର ମୋଟ ଜନସଂଖ୍ୟା ୬୬୩୬ ଅଟେ । ସେଥି ମଧ୍ୟରୁ ୪୮.୮୭% ଜଣ ପରୁଷ ହୋଇଥିବା ବେଳେ ୫୧.୧୩% ଜଣ ନାରୀ ଅଟନ୍ତି । ରାମନାଥପୁରମର ସାକ୍ଷରତା ହାର ୭୭.୭୧% ଅଟେ । ଏହା ଜାତୀୟ ହାରଠାରୁ -୧୨.୮୭% ପ୍ରତିଶତ କମ ଅଟେ । ସେଥିରୁ ୪୧.୪୯% ପ୍ରତିଶତ ପୁରୁଷ ଓ ୩୬.୨୩% ନାରୀ ଅଟନ୍ତି । ୧୦.୪୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ତାମିଲ ରାମନାଥପୁରମର ସରକାରୀ ଭାଷା ଅଟେ ।
ପ୍ରଶାନ୍ତ ମହାସାଗର ପୃଥିବୀର ବୃହତ୍ତମ ଓ ଗଭୀରତମ ମହାସାଗର । ଏହାର ପଶ୍ଚିମରେ ଏସିଆ ଓ ଅଷ୍ଟ୍ରେଲିଆ ମହାଦେଶ ରହିଛି । ପୂର୍ବରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ଅଛି । ଏହାର ଦକ୍ଷିଣରେ ଦକ୍ଷିଣ ମହାସାଗର ତ‌ଥା ଆଣ୍ଟାର୍କଟିକା ମହାଦେଶ ଏବଂ ଉତ୍ତରରେ ଉତ୍ତର ମହାସାଗର ରହିଛି । ପୃଥିବୀ ପୃଷ୍ଠର କ୍ଷେତ୍ରଫଳର ପ୍ରାୟ ଏକ ତୃତୀୟାଂଶ ଏହାର ଅନ୍ତର୍ଗତ । ଏହାର ହାରାହାରି ଗଭୀରତା ପ୍ରାୟ ୩୯୪୦ ମିଟର । ଏହି ମହାସାଗରରେ ଗୁଆମ ଦ୍ୱୀପ ନିକଟରେ ପୃଥିବୀର ଗଭୀରତମ ମ୍ୟାରିଆନା ଖାତ ଅବସ୍ଥିତ । ଏହି ଖାତର ଗଭୀରତା ୧୧୦୩୫ ମିଟର । ପ୍ରଶାନ୍ତ ମହାସାଗରରେ ଛୋଟ ବଡ଼ ଅନେକଗୁଡ଼ିଏ ଦ୍ୱୀପ ରହିଛି ।
କୃଷ୍ଣ ଓ ଚୈତନ୍ୟଙ୍କ ସମ୍ବନ୍ଧୀୟ ଗୀତ ଗାନ ହେଉଛି ସଙ୍କୀର୍ତ୍ତନ । ଖୋଳ, କରତାଳ ଓ ନୃତ୍ୟ ସହିତ ସଙ୍କୀର୍ତ୍ତନ ବୋଲାଯାଏ । ସଙ୍କୀର୍ତ୍ତନ ଶିକ୍ଷାକୁ ସଙ୍କୀର୍ତ୍ତନ ଆଖଡ଼ା ଏବଂ ଦଳକୁ ସଙ୍କୀର୍ତ୍ତନିଆ କୁହାଯାଏ । ଗ୍ରାମରେ ଥିବା ଭାଗବତ ଟୁଙ୍ଗୀ ସଙ୍କୀର୍ତ୍ତନ ଆଖଡ଼ା ରୂପେ ବ୍ୟବହୃତ ହୁଏ । ଇତିହାସ ଏବଂ ଧର୍ମୀୟ ଭାବନା ଶ୍ରୀ ଚୈତନ୍ୟଦେବଙ୍କ ଅମଳରୁ ଓଡ଼ିଶାରେ ସଙ୍କୀର୍ତ୍ତନ ପ୍ରଚଳିତ ହୋଇଥିବା ଜଣାଯାଏ । ଦୋଳ ଦଶହରା ଆଦି ଯାନୀଯାତ୍ରାରେ ଦେବତାମାନଙ୍କ ଶୋଭାଯାତ୍ରା ଓ ଦେବ ମେଳଣ ବେଳେ ଖୋଳ କରତାଳ ବଜାଯାଇ ସଙ୍କୀର୍ତ୍ତନ କରାଯାଏ । ପୁରୀ ରଥଯାତ୍ରା ସମୟରେ ସଙ୍କୀର୍ତ୍ତନ ଚୈତନ୍ୟ ଦେବଙ୍କ ଅମଳରୁ ପ୍ରଚଳିତ । ଏକଦା ସେ ପ୍ରଚାର କରିଥିଲେ କଳିଯୁଗରେ ହରିନାମ ସଙ୍କୀର୍ତ୍ତନ ହିଁ ମନୁଷ୍ୟ ପାଇଁ ମୁକ୍ତିଲାଭର ଏକ ମାତ୍ର ପଥ । ଏହାର କିର୍ତ୍ତନୀୟ ନାମ ହେଉଛି- ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳମ୍ କଳୌ ନାସ୍ତ୍ୟୋବ ନାସ୍ତ୍ୟୋବ ନାସ୍ତ୍ୟୋବ ଗତିର୍ନ୍ୟଥା । ଯେଉଁଠାରେ ନାମ ସଙ୍କୀର୍ତ୍ତନ ହୁଏ, ତାହା ପ୍ରଧାନତମ ତୀର୍ଥ ଏବଂ ଯେଉଁଠି ସଙ୍କୀର୍ତ୍ତନକାରୀଙ୍କର ପାଦ ପଡ଼େ ସେହି ସ୍ଥାନ ପବିତ୍ରତମ । କୀର୍ତ୍ତନ ଧ୍ୱନିରେ ପାପ କ୍ଷୟ ହୁଏ ଏବଂ ଶ୍ରୋତା ତଥା ଗାୟକମାନଙ୍କ ତଳ ଓ ଉପର ସାତପୁରୁଷ ଉଦ୍ଧାର ପଆନ୍ତି । ଶାସ୍ତ୍ରରେ ଉଲ୍ଲେଖ ଅଛି ସତ୍ୟ ଯୁଗରେ ତୀର୍ଥ, ତ୍ରେତୟାରେ ଯଜ୍ଞ, ଦ୍ୱାପରରେ ଦାନ ଏବଂ କଳି ଯୁଗରେ ନାମ ସଙ୍କୀର୍ତ୍ତନ ହିଁ ଯୁଗଧର୍ମ । ଦାନ, ବ୍ରତ, ତପସ୍ୟା, ଯଜ୍ଞ ଏସମସ୍ତ ଅପେକ୍ଷା ସଙ୍କୀର୍ତ୍ତନ ଅଧିକତମ ଫଳପ୍ରଦ ଓ ମୁକ୍ତିପ୍ରଦ ଅଟେ । ସଙ୍କୀର୍ତ୍ତନ ପଦ ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେହରେ ହରେରାମ ହରେରାମ ରାମ ରାମ ହରେହରେ । କୃଷ୍ଣ କେଶବ କୃଷ୍ଣ କେଶବ କୃଷ୍ଣ କେଶବ ପହିମାଂ ରାମ ରାଘବ ରାମ ରାଘବ ରାମ ରାଘବ ତ୍ରାହିମାଂ । ବ୍ୟବହୃତ ବାଦ୍ୟ ଉପକରଣ ସଙ୍କୀର୍ତ୍ତନରେ ବ୍ୟବହୃତ ମୃଦଙ୍ଗକୁ ଖୋଳ ଏବଂ ଝାଞ୍ଜକୁ କରତାଳ କୁହାଯାଏ । ଏହାକୁ ବଜାଇ ସଙ୍କୀର୍ତ୍ତନ ପଦ ବୋଲାଯାଏ । ଏହି କାର୍ଯ୍ୟରେ ଆଠରୁ ଦଶଟି ମୃଦଙ୍ଗ ଦଶହଳ ଝାଞ୍ଜ ଓ ରାମତାଳି ବ୍ୟବହାର ହୁଏ । ସଙ୍କୀର୍ତ୍ତନଶେଷରେ ଖୋଳ ଏବଂ ଅନ୍ୟାନ୍ୟ ଉପକରଣକୁ ଭୋଗ ଓ ନୂଆ ବସ୍ତ୍ର ଅର୍ପଣ ପୂର୍ବକ ପୂଜା କରାଯାଏ । ପ୍ରକାର ଆମ ଓଡ଼ିଶାରେ ସାତ ପ୍ରକାର କୀର୍ତ୍ତନ ପରିଲକ୍ଷିତ ହୋଇଥାଏ ଯଥା ଓଡ଼ିଶୀ, ଦକ୍ଷିଣୀ, ପୁରୀ, ବିଷ୍ଣୁ, ଉତ୍କଳୀ, ରାଣୀଘାଟି ଓ ରାଢ଼େନ ।
ଲିଓଟ୍ରିକ୍ସ (ଇଂରାଜୀ ଭାଷାରେ ), ଅନ୍ୟମାନଙ୍କ ମଧ୍ୟରେ ଥାଇରୋଲାର ଏହାର ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଏହା ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା ବା କମ୍ ଥାଇରଏଡ ଥିବା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯଦିଓ ଲିଭୋଥାଇରକ୍ସିନ ଅପେକ୍ଷା କମ୍ ପସନ୍ଦ କରାଯାଏ । ଅନ୍ୟାନ୍ୟ ବ୍ୟବହାରରେ ଗଏଟର ସ‌ହିତ ଥାଇରଏଡ କାର୍ଯ୍ୟ ସାଧାରଣ ଥିଲେ ଏବଂ ଥାଇରଏଡ କର୍କଟ ଥିଲେ ଏହା ବ୍ୟବ‌ହାର କରାଯାଇପାରେ । ଏହା ପାଟିରେ ଦିଆଯାଏ । ଏହା ଲେଭୋଥାଇରକ୍ସିନ (ଟି୪) ଏବଂ ଟ୍ରାଇଆଓଡୋଥାଇରୋନାଇନ (ଟି୩ ) ଦ୍ୱୟର ଏକ ୪:୧ ମିଶ୍ରଣ ।
ପଶ୍ଚିମ ଓଡ଼ିଶା ( ଇଂରାଜୀ : ) ଓଡ଼ିଶାର କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ କରି ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟନ୍ତ ପରିବ୍ୟାପ୍ତ ଭୂଖଣ୍ଡକୁ ପଶ୍ଚିମ ଓଡ଼ିଶା କୁହା ଯାଏ । ଏହି ଅଞ୍ଚଳ ଭିତରେ ସମ୍ବଲପୁର ଜିଲ୍ଲା, ବଲାଙ୍ଗୀର , ବରଗଡ଼, ଦେବଗଡ଼ , ଝାରସୁଗୁଡା , କଳାହାଣ୍ଡି , ବୌଦ, ସୁନ୍ଦରଗଡ଼ ନୂଆପଡ଼ା ,ସୁବର୍ଣ୍ଣପୁର ଜିଲ୍ଲା ( ସୋନପୁର) ଜିଲ୍ଲା ସମୂହ ସହ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବ ଡିଭିଜନ ଅନ୍ତର୍ଭୁକ୍ତ । ଏହାକୁ କୋଶଳ ଅଞ୍ଚଳ ବୋଲି କହାଯାଏ । ପଞ୍ଚମ ଶତାବ୍ଦୀ ପୂର୍ବରୁ ଏହି ଅଞ୍ଚଳ ଦକ୍ଷିଣ କୋଶଳ ନାମରେ ପରିଚିତ ଥିଲା ଏବଂ ଏହା ଏକ ବିଶାଳ ଭୌଗୋଳିକ ଅଞ୍ଚଳ ଥିଲା । ଏହା କୃଷିପ୍ରଧାନ ଅଞ୍ଚଳ ଭାବରେ ଏକ ସାଂସ୍କୃତିକ ସମନ୍ନ୍ୟୟ ପୂର୍ଣ ଅଞ୍ଚଳ ଥିଲା । ଏବେ କଳାହାଣ୍ଡି , କୋରାପୁଟ ଓ ବଲାଙ୍ଗିର ମରୁଡ଼ି ପ୍ରବଣ ଜିଲ୍ଲା ଭାବେ ନାମରେ ଚିହ୍ନିତ ହେଇ ଅନେକ ବର୍ଷ ହେଲା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କଦ୍ୱାରା ସ୍ୱତନ୍ତ୍ର ସାହାଯ୍ୟ ପ୍ରାପ୍ତ ହେଇଥିଲେ ମଧ୍ୟ ଖୁବ ଦରିଦ୍ର ଓ ଅନା ଟନ ଭିତରେ ଏହାର ଅଧିକାଂଶ ଅଧିବାସୀ ରହିଛନ୍ତି । ପୁଣି ପୁରା ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର 'ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ' ଗଠନ କରିଛନ୍ତି । ଇତିହାସ ରାମାୟଣରେ ମଧ୍ୟ କୋଶଳର ନାମ ଉଲ୍ଲେଖ ଥିବା ଜଣା ପଡେ । ଏହାକୁ ବୃହତ ଦଣ୍ଡକାରଣ୍ୟର ଅଂଶ ହିସାବରେ ବର୍ଣ୍ଣନା କରା ଯାଉଥିଲା । ସମ୍ରାଟ ଅଶୋକଙ୍କ କଳିଙ୍ଗ ବିଜୟ ସମୟରେ ଏହି ଅଞ୍ଚଳକୁ ଆଟବିକ ବୋଲି କୁହାଯାଉଥିବାର ଉଲ୍ଲେଖ ରହିଛି । ସୋମ ରାଜବଂଶ : ପୂର୍ବ ସମୟରେ ଅନେକ ସାନା ରାଜ୍ୟ ହିସାବରେ ଜମିଦାର ବା ମୁଖ୍ୟମାନଙ୍କଦ୍ୱାରା ଶାସିତ ହେଉଥିବା ଅଞ୍ଚଳ ସବୁକୁ ସୋମ ବଂଶର ରାଜା ତିବରଦେବ ଯାହାଙ୍କ ରାଜଧାନୀ ଆଧୁନିକ ଛତିଶଗଡ଼ର ଶ୍ରୀପୁରଠାରେ ଥିଲା, ସେ ସବୁକୁ ଅଧିକାର କରି ନେଇ ଦକ୍ଷିଣ କୋଶଳ ନାମରେ ରାଜ୍ୟ ଗଠନ କରିଥିଲେ ।ତତ୍ ପରେ ୬୪୦ ମସିହାରେ ଜନ୍ମେଜୟ ମହାଭାବ ଗୁପ୍ତ ନାମକ ରାଜା ରାଜୁତି କାଲେ ଏବଂ ସେ ତାଙ୍କର ରାଜଧାନୀ ବିନିତପୁର ( ବର୍ତ୍ତମାନ ବିନିକା )କୁ ଉଠେଇ ଆଣିଥିଲେ । ପରେ ତାହା ସୋନପୁରରେ ବସେଇଥିଲେ । ୧୦ ମ ଶତାବ୍ଦୀର ମଧ୍ୟ ବେଳକୁ ସୋମ ବଂଶୀୟ ରାଜା ଯଯାତି ଶାସନ କଲେ ଏବଂ ସେ ପୁରା ଉତ୍କଳ ଅଧିଗ୍ରହଣ କରି ତାଙ୍କ ରାଜଧାନୀ ଭାବେ ଯଯାତିନଗରକୁ କରିଥିଲେ । ସେହି ସମୟରେ ସୋନପୁରରେ ଜଣେ ଅଧିନସ୍ଥ ରାଜାଙ୍କୁ ରଖିଥିଲେ । ଚୋଳ ରାଜବଂଶ : ୧୦୪୦ ମସିହା ବେଳକୁ ଚୋଳ ବଂଶ ରାଜା ରାଜେନ୍ଦ୍ର ଚୋଳଙ୍କ ସେନାପତି ଯଶୋରାଜ ସୋନପୁର ଆକ୍ରମଣ କରି ଅଧିକାର କରିନେଲେ ଓ ତାଙ୍କ ବଂଶର ୪ ଜଣ ରାଜା ପଶ୍ଚିମ ଓଡ଼ିଶାକୁ ୧୧୧୦ ମସିହା ଯାଏ ଶାସନ କାଲେ । କଲଚୁରୀ ରାଜୁତିକାଳ : ୧୧୧୦ ମସିହାରେ ପୁଣି କଲଚୁରୀ ବଂଶର ଶାସକ ଯଜଲ୍ଲ ଦେବ ଷୋନେପୁର ଆକ୍ରମଣ କରି ଅଧିକାର କରିନେଲେ ଓ ଛତିଶଗଡ଼ ସହ ପୁଣି ମିଶେଇ ଦେଲେ । ଏହା ୧୨୩୮ ଯାଏ ସେହି ବଂଶଦ୍ୱାରା ଶାସିତ ହେଲା । ଗଙ୍ଗ ରାଜୁତିକାଳ : ୧୨୩୮ରେ ଗଙ୍ଗବଂଶର ଅନଙ୍ଗଭୀମ ଦେବ ପଶ୍ଚିମ ଓଡ଼ିଶା ଅଧିଗ୍ରହଣ କଲେ । ଚୌହାନ ରାଜୁତିକାଳ : ୧୩୨୦ ବେଳକୁ ପୁଣି ଏହି ଅଞ୍ଚଳର ଶାସନ ପରିବର୍ତ୍ତନ ହେଲା ଯେତେବେଳେ ଚୁହାଁ ବଂଶର ରମାଇ ଦେବ ପାଟଣାଗଡ଼ ସହରକୁ ରାଜଧାନୀ କରି ତାଙ୍କର ରାଜ୍ୟ ସ୍ଥାପନ କଲେ । ସେ ନିଜକୁ ' ହୀରାଖଣ୍ଡ ନୃପତି ' ଭାବେ ପରିଚୟ ଦେଲେ । ମରାଠା ଶାସନ : ବ୍ରିଟିଶ ଶାସନ : ସ୍ୱତନ୍ତ୍ର କୋଶଳ ରାଜ୍ୟ ଆନ୍ଦୋଳନ ଓଡ଼ିଶାର ଗଡଜାତ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ସ୍ୱରଉତ୍ତୋଳନପାଇଁ ଉପକୂଳରେ ପ୍ରଜାମଣ୍ଡଳ ଭଳି ପଶ୍ଚିମ ଓଡ଼ିଶାରେ କୋଶଳୋତ୍କଳ ପ୍ରଜା ପରିଷଦ ଗଠନ ହୋଇଥିଲା। ବୃହତ ଓଡ଼ିଶା ଗଠନ ପରିପ୍ରେକ୍ଷୀରେ ଏହା ୧୯୪୮ ମସିହାର ଉତ୍କଳ ସମ୍ମିଳନୀ ସହ ମିଶ୍ରିତ ହୋଇ ଓଡ଼ିଶା ପ୍ରଦେଶ କଂଗ୍ରେସ ସହ ସମକକ୍ଷ ଅନ୍ୟ ଏକ ରାଜନୈତିକ ଦଳ ଭାବରେ ଉଭା ହେଲା। ପରେ ଏହାର ନାମ ଗଣତନ୍ତ୍ର ଦଳ ଓ ସ୍ୱତନ୍ତ୍ର ଦଳ ବାବରେ ଚିହ୍ନିତ ହେଲା। ତେବେ ଏହି ସମୟରେ ହୀରାକୁଦ ନଦୀବନ୍ଧ ଯୋଜନାରେ ସରଳ ଅାଦିବାସୀ ତଥା ସ୍ଥାନୀୟ ଜନସାଧାରଣଙ୍କୁ ବିସ୍ଥାପନ ନୀତିରେ ଯେଉଁଭଳି ଭାବରେ ପକ୍ଷପାତିତାପୂର୍ଣ୍ଣ ବିଚାର କରାଗଲା, ତାହା ହିଁ କୋଶଳ ଅାନ୍ଦୋଳନକୁ ଜନ୍ମ ଦେଲା। ବିଶେଷକରି ଏହି ସମୟରେ ଅଣଓଡିଅାଙ୍କ ଅାଗମନ ଫଳରେ ସେମାନଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଭିତରେ ଛନ୍ଦି ହୋଇ ପଶ୍ଚିମ ଓଡ଼ିଶା ଆଞ୍ଚଳିକ ବୈଷମ୍ୟର ଶିକାର ହେଇଥିବାର ଅଭିଯୋଗ ହେଇଆସୁଥିବାରୁ ଏହି ଅଞ୍ଚଳରେ ବିଭିନ୍ନ ସ୍ଥାନ, ବିଶେଷ ରୂପେ ବଲାଙ୍ଗିର , ନୂଆପଡା , କଳାହାଣ୍ଡି ବରଗଡ଼ ପରି ଅନୁନ୍ନତ ଅଞ୍ଚଳରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନପାଇଁ ଅନେକ ନେତା ଆନ୍ଦୋଳନ କରୁଛନ୍ତି। ଭୌଗୋଳିକ ସ୍ଥିତି ଓ ଜଳବାୟୁ ପ୍ରାକୃତିକ ସମ୍ପଦ ଜାତି ପ୍ରଜାତି ଜନସଂଖ୍ୟା ଅଧିବାସୀ ଅନୁସୂଚିତ ଜାତି ଅନୁସୂଚିତ ବର୍ଗ କଳା ଓ ସଂସ୍କୃତି ଲୋକ ଗୀତ ଓ ଲୋକ ନୃତ୍ୟ ସମଗ୍ର ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲୋକ ଗୀତା ଓ ଲୋକ ନାଚର ପରମ୍ପରା ଅତି ପ୍ରାଚୀନ ଓ ଖୁବ ଉନ୍ନତ । ଲୋକ ବାଦ୍ୟ ରଙ୍ଗବତୀ "ରଙ୍ଗବତୀ ' ହଉଛି ପଶ୍ଚିମ ଓଡ଼ିଶାରୁ ସୃଷ୍ଟି ହେଇଥିବା ଏକ ବିଶ୍ୱ ପ୍ରସିଦ୍ଧ ଗୀତ । ଜିତେନ୍ଦ୍ର ହରିପାଲ ଏହି ଗୀତଟିକୁ ଆଉଜଣେ ସମ୍ବଲପୁରୀ ଗାୟିକା କ୍ରୀଷ୍ଣା ପଟେଲଙ୍କ ସହ କୋଶଳୀ ଭାଷାରେ ଗାଇଥିଲେ । " ରଙ୍ଗବତୀ " ର ଉପସ୍ଥାପନା ପରେ ୭୦ ଦଶକରେ ତାହା ଏତେ ଲୋକପ୍ରିୟ ହେଲା ଯେ ଗାଁ ଗହଳି , ସହର ବଜାର ସବୁଆଡେ ଦେଶ ସାରା ଏହି ଧୁନ ଚାଲିଥିଲା ବର୍ଷ ବର୍ଷ ଧରି । ବିଶେଷ କରି ବାହାଘର ଶୋଭାଯାତ୍ରାରେ ଯାଉଥିବା ବେଣ୍ଡ ପାର୍ଟି ମାନଙ୍କରେ ଏହି ଗୀତାର ଧୁନ ନିଶ୍ଚୟ ବାଜୁଥିଲା ଦଶନ୍ଧି ଦଶନ୍ଧି ଧରି । ଏବେ ଭି ବାଜୁଥିବାର ଦେଖାଯାଏ । ଏବେ ଭି ସର୍ବତ୍ର ଏହି ଗୀତ ଚଳୁଛି , ମୂଳ ରୂପରେଖରେ , ରିମିକ୍ସରେ ଆଉ ସବୁ ଭାରତୀୟ ଭାଷା ତଥା କିଛି ବିଦେଶୀ ଭାଷାରେ ମଧ୍ୟ । ମୃତିକା କଳା ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀ ସମ୍ବଲପୁରୀ ହସ୍ତତନ୍ତ୍ର ଶାଢ଼ୀ ଏବେ ସାରା ଭାରତରେ ଆଦୃତ ହେବା ସହ ବିଶ୍ୱରେ ମଧ୍ୟ ପ୍ରସିଦ୍ଧ । ଏହି ସମ୍ବଲପୁର ଶାଢ଼ୀର ବୈଶିଷ୍ୟ ହେଲା ଏହାର ଅତୁଳନୀୟ ସୁନ୍ଦର ଡିଜାଇନ ଓ ରଙ୍ଗ । ବୟନଶିଳ୍ପୀମାନେ ଏହି ଶାଢ଼ୀ ବୟନ ସମୟରେ ଏଥିରେ ସୁନ୍ଦର ପ୍ରାକୃତିକ ଡିଜାଇନ କରିଥାନ୍ତି , ଯାହା କଳ ତିଆରି ଶାଢ଼ୀରେ ହେଇନଥାଏ । ଏହାର ରଙ୍ଗ କରିବା ପ୍ରଣାଳୀ ମଧ୍ୟ ଖୁବ ସ୍ୱତନ୍ତ୍ର ଓ ପ୍ରକୃତି ଲବ୍ଧ ରଙ୍ଗରୁ । ଏହି ରଙ୍ଗ ଏପରି ତିଆରି ହେଇଥାଏ ଯେ ଏହା ବହୁବର୍ଷ ପରେ ମଧ୍ୟ ମଳିନ ପଡି ନ ଥାଏ । ପଶ୍ଚିମ ଓଡ଼ିଶାର ବରପାଲି , ବରଗଡ , ସୋନପୁର , ବଲାଙ୍ଗିର ଆଦି ଅଞ୍ଚଳରେ ବହୁ କଳାକାର ଏହି ଶାଢ଼ୀ ତିଆରି କାର୍ଯ୍ୟରେ ଅଛନ୍ତି । ଶାଢ଼ୀ ସହ ସୁନ୍ଦର ଚଦର , ପଟ୍ଟଚିତ୍ର , ରୁମାଲ ଆଦି ମଧ୍ୟ ବହୁଳ ପ୍ରଚାଳନ ହୁଏ । ଖାଦ୍ୟପେୟ ଶିକ୍ଷା ସମ୍ବଲପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ,ବଲାଙ୍ଗୀର କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ସମ୍ବଲପୁର ବୁର୍ଲା ମେଡିକାଲ କଲେଜ,ବୁର୍ଲା , ସମ୍ବଲପୁର ଭୀମ ଭୋଇ ମେଡିକାଲ୍ କଲେଜ,ବଲାଙ୍ଗୀର ସରକାରୀ ଇଞ୍ଜିନିୟରିଂ କଲେଜ, ଭବାନୀପାଟଣା କୃଷି ମହାବିଦ୍ୟାଳୟ, ଭବାନୀପାଟଣା ମୁଖ୍ୟ ଶିଳ୍ପାନୁଷ୍ଠାନ ଓ ଖଣିଜ ସମ୍ପଦ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଭିନ୍ନ ପ୍ରକାର ଖଣିଜ ସମ୍ପଦ ଭର୍ତ୍ତି ହେଇ ରହିଛି । ତାଳଚେର ଓ ବ୍ରଜରାଜନଗରର ବିସ୍ତିର୍ଣ ଅଞ୍ଚଳରେ ଖୋଲା ଓ ଭୂତଳ କୋଇଲା ଖଣି ସବୁ ରହିଛି । ଗନ୍ଧମାର୍ଦନ ପାର୍ବତୀୟ ଇଆକାରେ ବକ୍ସାଇଟ, ଲୁହାପଥର ଖଣି ସବୁ ରହିଛି । ତା ଛଡା ପଶ୍ଚିମ ଓଡ଼ିଶାରେ ବିପୁଳ ପରିମାଣର ଚୂନପଥର ଖଣି ସବୁ ରହିଛି । ଏହି ଖଣିଜ ପଦାର୍ଥର ବ୍ୟବହାର ପାଇଁ ପଶ୍ଚିମ ଓଡ଼ିଶାରେ ବହୁ ସଂଖ୍ୟାରେ କଳ କାରଖାନା ମନ ପ୍ରତିଷ୍ଠା ହୋଇଛି । ରାଉରକେଲା ଇସ୍ପାତ କାରଖାନା ଦେଶର ଏକ ସର୍ବପୁରତନ ଓ ବୃହତ ଇସ୍ପାତ କାରଖାନା ହେଇଥିବା ବେଳେ ସାଂପ୍ରତିକ , ଭୂଷଣ ଷ୍ଟିଲ , ଶ୍ୟାମ ଷ୍ଟିଲ, ଅର୍ଜ୍ୟନ , ପରି ଆହୁରି ଅନେକ ଇସ୍ପାତ କାରଖାନା ମାନ ଏହି ଅଞ୍ଚଳରେ ସ୍ଥାପିତ ହେଲାଣି । ରାଜଗାଙ୍ଗପୁର ଓ ବରଗଡଠାରେ ସିମେଣ୍ଟ କାରଖାନା , ଝାରସୁଗୁଡାଠାରେ ବିର୍ଲା ଆଲୁମିନିୟମ,ବେଦାନ୍ତ ଆଲୁମିନା , ଏହି ପରି ଅନେକ ବୃହତ ଶିଳ୍ପ ସାଙ୍ଗକୁ ମାଧ୍ୟମ ଓ କ୍ଷୁଦ୍ର କାରଖାନା ସବୁ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳକୁ ଶିଳ୍ପ ନଗରିରେ ପରିଣତ କରିଦେଲାଣି । ପଶ୍ଚିମ ଓଡ଼ିଶାର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ବରପାଲିରେ ଜନ୍ମିତ କବି ଗଙ୍ଗାଧର ମେହେରପ୍ରକୃତି କବି ନାମରେ ଓଡ଼ିଶାରେ ପ୍ରସିଦ୍ଧ । ତାଙ୍କର କାବ୍ଯ କବିତା ସବୁ ଓଡ଼ିଆ ଭାଷା ସାହିତ୍ଯର ଅମୂଲ୍ୟ ସମ୍ପଦ ଭାବେ ରହିଛି । ତାଙ୍କ ଲିଖିତ କାବ୍ଯ ସବୁ ବିଶ୍ୱବିଦ୍ୟାଳୟ ମାନଙ୍କରେ ପାଠ୍ୟ ପୁସ୍ତକ ଭାବେ ବ୍ୟବହୃତ ହୁଏ ଓଡ଼ିଆ ଭାଷା ସାହିତ୍ୟ ପାଇଁ । ତାଙ୍କ ବ୍ଯତୀତ ପଶ୍ଚିମ ଓଡ଼ିଶାରୁ ଅନୁଗୁଳ ଅଞ୍ଚଳରୁ ରାଧାମୋହନ ଗଡନାୟକ , ସୁନ୍ଦରଗଡ ଅଞ୍ଚଳରୁ କବି ବିନୋଦ ଚନ୍ଦ୍ର ନାୟକ , ସମ୍ବଲପୁର ଅଞ୍ଚଳର ପଲ୍ଲି କବି ହଳଧର ନାଗ ଇତ୍ୟାଦି ଅନେକ କବି ତାଙ୍କର ସାହିତ୍ୟ ସୃଷ୍ଟି ପାଇଁ ସ୍ମରଣୀୟ ରହିଛନ୍ତି । ବିନୋଦ ଚନ୍ଦ୍ର ନାୟକ ତାଙ୍କ ' ସରୀସୃପ " କବିତାବଳୀ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ମଧ୍ୟ ପାଇଥିଲେ । ରାଜନୀତି କ୍ଷେତ୍ରରେ ପଶ୍ଚିମ ଓଡ଼ିଶାରୁ ରାଜେନ୍ଦ୍ର ନାରାୟଣ ସିଂଦେଓ ଏବଂ ହେମାନନ୍ଦ ବିଶ୍ୱାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ମଣ୍ଡନ କରିଥିଲେ । କ୍ରୀଡ଼ାରେ ସୁନ୍ଦରଗଡ଼ର ହକି ଖେଳାଳିମାନେ ଭାରତୀୟ ଦଳ ପାଇଁ ଅନ୍ତର୍ରାଷ୍ଟ୍ରୀୟ ଖେଳରେ ଭାଗ ନେଇ ଓଡ଼ିଶା ପାଇଁ ବହୁତ ସମ୍ମାନ ଆଣିଛନ୍ତି । ସେମାନଙ୍କ ମଧ୍ୟରୁ ଦିଲୀପ ତିର୍କୀ , ଇଗଣେଶ ତିରକୀ , ପ୍ରବୋଧ ତିରକୀ, ଇତ୍ୟାଦି ପ୍ରମୁଖ । ଦିଲୀପ ଭାରତୀୟ ଜାତୀୟ ହକି ଦଳର ଅଧିନାୟକ ମଧ୍ୟ ଥିଲେ ।
ପାଟିସିରାନ, ଅନ୍‌ପାଟ୍ରୋ ହେଉଛି ଏକ ବେପାର ନାମ, ଏକ ଔଷଧ ଯାହା ବଂଶାନୁକ୍ରମିକ ଟ୍ରାନ୍ସଥାଇରେଟିନ୍-ମଧ୍ୟସ୍ଥ ଆମ୍ଲଏଡୋସିସ୍ ରୋଗୀଙ୍କଠାରେ ହେଉଥିବା ପଲିନିରୋରୋପାଥି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକ୍ସନ ଦେଇ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଅଣନିଶ୍ୱାସ, ମାଂସପେଶୀ ସ୍ପାଜ୍ମ, ଗଣ୍ଠି ଯନ୍ତ୍ରଣା, ଲାଲ ରଙ୍ଗ ଏବଂ ମୁଣ୍ଡ ବୁଲାଇବା ହୋପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଜୀବସାର କ ଅଭାବ ହୋପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ; ଯଦିଓ ଅନ୍ୟ ପ୍ରାଣୀମାନଙ୍କଠାରେ କ୍ଷତି ଦେଖାଏ । ଏହା ଆରଏନଏର ଏକ ଛୋଟ ଖଣ୍ଡ ଯାହା ଅସ୍ୱାଭାବିକ ଟ୍ରାନ୍ସଥାଇରେଟିନ ଉତ୍ପାଦନକୁ ଅବରୋଧ କରିଥାଏ । ୨୦୧୮ ମସିହାରେ ୟୁରୋପରେ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ପାଟିସିରାନ ଅନୁମୋଦିତ ହୋଇଥିଲା । ୨୦୨୧ ସୁଦ୍ଧା ଯୁକ୍ତରାଜ୍ୟରେ ୧୦ ମିଗ୍ରାର ଏକ ଭାଏଲର ମୂଲ୍ୟ ପ୍ରାୟ ୭୭୦୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦,୦୦୦ ଡଲାର ଅଟେ ।
ଓକିଲ ଦିବସ ଓଡ଼ିଶାର ପ୍ରଥମ ବାରିଷ୍ଟର ତଥା ପ୍ରଥମ ସ୍ନାତକ ମଧୁସୁଦନ ଦାସଙ୍କ ଜନ୍ମତିଥି (ଜୟନ୍ତୀ)ରେ ପାଳିତ ଏକ ବିଶେଷ ଦିବସ ଯାହା ମଧୁବାବୁଙ୍କୁ ସମ୍ମାନ ଜଣାଇ ପାଳନ କରାଯାଇଥାଏ । ମଧୁବାବୁଙ୍କ ଜୀବନ ଚରିତ ଉତ୍କଳର ଅର୍ଦ୍ଧଶତାବ୍ଦୀର ଇତିହାସ । ସେ ହିଁ ଥିଲେ ଅନେକ କ୍ଷେତ୍ରରେ ପ୍ରଥମ ଓଡ଼ିଆ । କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍.ଏ, ବି.ଏଲ୍. ଡିଗ୍ରୀ ହାସଲ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ଓକିଲାତି କ୍ଷେତ୍ରରେ ସେ ଥିଲେ ଏକ ଆଦର୍ଶ ତଥା ଅନନ୍ୟ ପ୍ରତିଭା । ନିଜର ଓକିଲାତି ବାକ୍‌ ଚାତୁରୀ ଓ ତର୍କଜ୍ଞାନର ପ୍ରଭାବରେ ରାଣୀ ସୂର୍ଯ୍ୟମଣୀ ପାଟମହାଦେଈଙ୍କ ପକ୍ଷ ରଖି ଶ୍ରୀମନ୍ଦିର ପରିଚାଳନାର ଭାର ସେ ତତ୍କାଳୀନ ସରକାରଙ୍କ ହାତମୁଠାରୁ ଛଡ଼ାଇ ଆଣିପାରିଥିଲେ । ସେ କେବଳ ଉତ୍କଳ ଗୌରବ ନ ଥିଲେ, ସେ ଥିଲେ ଯଥାର୍ଥରେ ଭାରତର ଗର୍ବ । ଓଡ଼ିଶାରେ ନାରୀଜାତିକୁ ଓକିଲାତି କ୍ଷେତ୍ରରେ ପ୍ରୋତ୍ସାହିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେହି ମହାନ୍ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଜଣାଇ ତାଙ୍କର ଜନ୍ମ ଦିନକୁ ସାରା ଓଡ଼ିଶାରେ ଓକିଲ ଦିବସ ଭାବେ ପାଳନ କରାଯାଉଛି । ଏହି ଦିନକୁ ସ୍ୱାଭିମାନ ଦିବସ ରୂପେ ମଧ୍ୟ ପାଳନ କରାଯାଉଛି । ଇତିହାସ ପାଳନ ଏହି ଦିନ ରାଜ୍ୟର ବାର ଆସୋସିଏସନ୍ ଗୁଡିକରେ ତଥା ନ୍ୟାୟିକ ଦପ୍ତର ମାନଙ୍କରେ ମଧୁବାବୁଙ୍କ ସମ୍ମାନରେ ସଭା ସମିତି ତଥା ଆଲୋଚନାଚକ୍ର ଅନୁଷ୍ଠିତ ହୁଏ ।
ମାସ ଶବ୍ଦ ସଂସ୍କୃତ ମସ (ଚନ୍ଦ୍ର) ଶବ୍ଦରୁ ଉତ୍ପନ୍ନ । ଓଡ଼ିଆ ପଞ୍ଜିକାରେ ୧୨ ମାସ ଥାଏ। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଲୋକେ ସୌର ମାସକୁ ମାନନ୍ତି। ଅନ୍ୟ ଆଡ଼େ ଚାନ୍ଦ୍ରମାନ ମାସ ମନା ଯାଏ। ଚାନ୍ଦ୍ରମାନ ମାସର ଅନ୍ତ ପୂର୍ଣ୍ଣିମାରେ ହୁଏ। ସୌର ମାସର ଅନ୍ତ ସଂକ୍ରାନ୍ତି ପୂର୍ବଦିନ ହୁଏ। ସୌର ପାଞ୍ଜି ଅନୁସାରେ ପଣା (ମେଷ) ସଂକ୍ରାନ୍ତି ଓଡ଼ିଆ ନବବର୍ଷ । ଚାନ୍ଦ୍ରମାନ ପାଞ୍ଜି ଅନୁସାରେ ବୈଶାଖ କୃଷ୍ଣ ପ୍ରତିପଦ ଓଡ଼ିଆ ନବବର୍ଷ। ଚାନ୍ଦ୍ରମାସ ଚନ୍ଦ୍ର ପୃଥିବୀର ଚାରିପାଖରେ ଯେଉଁ ସମୟ ମଧ୍ୟରେ ଥରେ ବୁଲି ଆସେ ତାହା ଚାନ୍ଦ୍ରମାସ ନାମରେ ଅଭିହିତ । ଏହା ପୂର୍ଣ୍ଣିମାର ପରଦିନ (କୃଷ୍ଣ ପ୍ରତିପଦ)ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ପୂର୍ଣ୍ଣିମାରେ ଶେଷ ହୁଏ । ଏହାକୁ ଗୌଣ ଚାନ୍ଦ୍ରମାସ ବୋଲାଯାଏ । ମୂଖ୍ୟ ଚାନ୍ଦ୍ରମାସ ଅମାବାସ୍ୟା ପରଦିନ ଶୁକ୍ଳ ପ୍ରତିପଦ ଅର୍ଥାତ୍‌ ନୂତନ ଚନ୍ଦ୍ରକଳା ଦର୍ଶନ ଠାରୁ ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ଅମାବାସ୍ୟାରେ ଶେଷ ହୁଏ । ୧୨ଟି ଚାନ୍ଦ୍ରମାସ ହେଲା: ବୈଶାଖ, ଜ୍ୟୈଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ ଫାଲ୍‌ଗୁନ ଓ ଚୈତ୍ର । ଚାନ୍ଦ୍ରମାସ କେବେ କେବେ ୨୭, ୨୮, ୨୯ ଓ ୩୦ ଦିନ ହୁଏ । ୧୨ଟି ଚାନ୍ଦ୍ରମାସର ପରିମାଣ ୩୫୪ ଦିନ । ବୈଶାଖ ଶାଳିବାହନ ଶକାବ୍ଦର ପ୍ରଥମ ମାସ । ହିନ୍ଦୁମାନଙ୍କର ପ୍ରଥମ ଚାନ୍ଦ୍ରମାନ ମାସ । ଏ ମାସ ପଣାସଂକ୍ରାନ୍ତିଠାରୁ ଆରମ୍ଭ ହୁଏ; ଏହାର ପୂର୍ବବର୍ତ୍ତୀ ମାସ ଚୈତ୍ର ଓ ପରବର୍ତ୍ତୀ ମାସ ଜ୍ୟୈଷ୍ଠ । ଏହି ମାସ ଓ ଏହାର ପରବର୍ତ୍ତୀ ମାସ ଗ୍ରୀଷ୍ମ ଋତୁ । ହିନ୍ଦୁମତରେ ଏହା ୪ଟି ଧର୍ମ ମାସ (କାର୍ତ୍ତିକ, ମାଘ, ବୈଶାଖ, ଆଷାଢ଼) ମଧ୍ୟରୁ ଏକ ମାସ । ଜ୍ୟୈଷ୍ଠ ଜ୍ୟେଷ୍ଠା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସ । ବୈଶାଖର ପରବର୍ତ୍ତୀ ମାସ । ଦ୍ୱିତୀୟ ମାସ ଆଷାଢ଼ ଆଷାଢ଼ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସ । ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ । ତୃତୀୟ ମାସ। ଶ୍ରାବଣ ଶ୍ରବଣା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସ । ଆଷାଢ଼ର ପରବର୍ତ୍ତୀ ଚାନ୍ଦ୍ର ମାସ । ଚତୁର୍ଥ ମାସ। ଭାଦ୍ରବ ଭାଦ୍ର ପଦ ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ର ମାସ । ଶ୍ରାବଣର ପରବର୍ତ୍ତୀ ଓ ଆଶ୍ୱିନର ପୂର୍ବବର୍ତ୍ତୀ ମାସ। ପଞ୍ଚମ ମାସ। ଆଶ୍ୱିନ ଅଶ୍ୱିନୀ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସ । ଷଷ୍ଠ ମାସ। କାର୍ତ୍ତିକ ଏହି ମାସର ପୂର୍ଣ୍ଣିମା ଦିନ ଚନ୍ଦ୍ର କୃତ୍ତିକା ନକ୍ଷତ୍ରରେ ଥାଆନ୍ତି । ସପ୍ତମ ଚାନ୍ଦ୍ରମାନ ମାସ ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ । ଏହି ମାସରେ ଆମିଷ ବର୍ଜିତ। ମାର୍ଗଶୀର ମୃଗଶିରା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡୁଥିବା ମାସ । ଅଷ୍ଟମ ମାସ। ପୌଷ (ପୁଷ) ପୁଷ୍ୟା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ । ମାର୍ଗଶୀରର ପରବର୍ତ୍ତୀ ଓ ମାଘର ପୂର୍ବବର୍ତ୍ତୀ ଚାନ୍ଦ୍ରମାସ । ନବମ ମାସ । ଶୁଭ କାର୍ଯ୍ୟ ଭଙ୍ଗ ହୁଏ । ଏହି ମାସରେ ମାରିଥିବା ଲୋକ ଭୂତ ହେଇ ତାଙ୍କ ସମ୍ପର୍କୀୟଙ୍କୁ ଡରାନ୍ତି । ମାଘ ମଘା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣୀମାବିଶିଷ୍ଟ ଚାନ୍ଦ୍ରମାସ । ଏହା ସୌର ମକରମାସ ସଙ୍ଗେ ସମାନ । ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ । ଏହା ଶୀତଋତୁର ଶେଷ ମାସ । ଦଶମ ମାସ। ଫାଲ୍ଗୁନ ଫାଲ୍ଗୁନୀ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ । ଏହା ମାଘର ପରବର୍ତ୍ତୀ ଚାନ୍ଦ୍ରମାସ । ଏକାଦଶ ମାସ। ଚୈତ୍ର ଚିତ୍ରା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ । ଏହା ଫାଲ୍‌ଗୁନର ପରବର୍ତ୍ତୀ ଚାନ୍ଦ୍ରମାସ। ଏହା ଦ୍ୱାଦଶ ଓ ଶେଷ ମାସ । ସୌରମାସ ସୂର୍ଯ୍ୟ ଯେଉଁ ସମୟରେ ଏକ ରାଶିରେ ଅବସ୍ଥାନ କରେ ତାହା ସୌର ମାସ । ସୂର୍ଯ୍ୟଙ୍କର ଏକ ରାଶିରେ ଉଦୟ ହେବା କାଳକୁ ସୌର ମାସ କୁହାଯାଏ । ଏହା ସଂକ୍ରାନ୍ତିରୁ ଆରମ୍ଭ ହୋଇ ପରବର୍ତ୍ତୀ ମାସାନ୍ତରେ ଶେଷ ହୁଏ । ଏହା କେବେ ୨୯, କେବେ ୩୦, କେବେ ୩୧ ଦିନ ଓ କେବେ ୩୨ ଦିନ ବ୍ୟାପି ହୁଏ । ୧୨ଟି ସୌରମାସ ପରିମାଣ ୩୬୫ ଦିନ । ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ । ୧. ମେଷ ୨. ବୃଷ ୩. ମିଥୁନ ୪. କର୍କଟ ୫. ସିଂହ ୬. କନ୍ୟା ୭. ତୁଳା ୮. ବିଛା ୯. ଧନୁ ୧୦.ମକର ୧୧.କୁମ୍ଭ ୧୨.ମୀନ ଇଂରାଜି ମାସ ଇଂରାଜି ଗଣନା କ୍ରମେ ବର୍ଷକୁ (୩୬୫ଦିନ ବା ୩୬୬ଦିନକୁ) ୧୨ ଭାଗରେ ବିଭକ୍ତ କରାଯାଇଥିବା କାଳ: ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ, ଅପ୍ରେଲ, ମଇ, ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର୍ ଏହିପରି ୧୨ଟି କାଳ ପରିମାଣ । ଜାନୁଆରୀ ଇଂରାଜୀ ଗଣନାରେ ବର୍ଷର ପ୍ରଥମ ମାସ । ଏହିମାସ ୩୧ ଦିନିଆ । ଫେବୃଆରୀ ଇଂରାଜୀ ଗଣନାରେ ବର୍ଷର ଦ୍ୱିତୀୟ ମାସ । ଏହିମାସ ୨୮ ବା ୨୯ ଦିନିଆ । ମାର୍ଚ୍ଚ୍ ଇଂରାଜୀ ଗଣନାରେ ବର୍ଷର ତୃତୀୟ ମାସ । ଏହିମାସ ୩୧ ଦିନିଆ । ଅପ୍ରେଲ (ଏପ୍ରେଲ୍) ଇଂରାଜୀ ଗଣନାରେ ବର୍ଷର ଚତୁର୍ଥ ମାସ । ଏହିମାସ ୩୦ ଦିନିଆ । ମଇ (ମେ) ଇଂରାଜୀ ଗଣନାରେ ବର୍ଷର ପଞ୍ଚମ ମାସ । ଏହିମାସ ୩୧ ଦିନିଆ । ଜୁନ୍ ଇଂରାଜୀ ଗଣନାରେ ବର୍ଷର ଷଷ୍ଟ ମାସ । ଏହିମାସ ୩୦ ଦିନିଆ । ଜୁଲାଇ ଇଂରାଜୀ ଗଣନାରେ ବର୍ଷର ସପ୍ତମ ମାସ । ଏହିମାସ ୩୧ ଦିନିଆ । ଅଗଷ୍ଟ ଇଂରାଜୀ ଗଣନାରେ ବର୍ଷର ଅଷ୍ଟମ ମାସ । ଏହିମାସ ୩୧ ଦିନିଆ । ସେପ୍ଟେମ୍ବର ଇଂରାଜୀ ଗଣନାରେ ବର୍ଷର ନବମ ମାସ । ଏହିମାସ ୩୦ ଦିନିଆ । ଅକ୍ଟୋବର୍ ଇଂରାଜୀ ଗଣନାରେ ବର୍ଷର ଦଶମ ମାସ । ଏହିମାସ ୩୧ ଦିନିଆ । ନଭେମ୍ବର୍ ଇଂରାଜୀ ଗଣନାରେ ବର୍ଷର ଏକାଦଶ (୧୧ଶ) ମାସ । ଏହିମାସ ୩୦ ଦିନିଆ । ଡିସେମ୍ବର୍ ଇଂରାଜୀ ଗଣନାରେ ବର୍ଷର ଶେଷ (ଦ୍ୱାଦଶ) ମାସ । ଏହିମାସ ୩୧ ଦିନିଆ । ମଳମାସ ସୌରମାନ ବର୍ଷ (୧୨ଟି ସୌରମାସର ପରିମାଣ) ୩୬୫ ଦିନ ୬ ଘଣ୍ଟା, ଚାନ୍ଦ୍ରମାନ ବର୍ଷ (୧୨ଟି ଚାନ୍ଦ୍ରମାସର ପରିମାଣ) ପ୍ରାୟ ପରିମାଣ ୩୫୪ ଦିନ । ଏଣୁ ସୌରମାନ ବର୍ଷ ଅପେକ୍ଷା ଚାନ୍ଦ୍ରମାନ ବର୍ଷ ୧୧ ଦିନ ୬ ଘଣ୍ଟା କମ୍‌ । ସୌରମାନ ବର୍ଷ ସଙ୍ଗେ ଚାନ୍ଦ୍ରମାନ ବର୍ଷର ମେଳ ରଖି ଏହି ଅଳ୍ପତାକୁ ପୂରଣ କରିବାପାଇଁ ଚାନ୍ଦ୍ରମାନ ମାସ ଗଣନାରେ ଅଢ଼େଇ ବର୍ଷ ଅନ୍ତରରେ ଗୋଟିଏ ଅଧିକା ମାସ ଗଣାଯାଏ ଓ ସେହି ମାସଟି ଯେଉଁ ଚାନ୍ଦ୍ରମାନ ମାସ ମଧ୍ୟରେ ପଡ଼େ ସେହି ଚାନ୍ଦ୍ରମାନ ମାସର ନାମରେ ଡକାହୁଏ ଯଥା କାର୍ତ୍ତିକମଳ, ବୈଶାଖମଳ ଇତ୍ୟାଦି । ମଳମାସ ଫାଲ୍‌ଗୁନଠାରୁ ମାର୍ଗଶୀର ଏହି ୧୦ ମାସରେ ପଡ଼େ । ପୁଷମାସ କେବେହେଁ ମଳମାସ ହୁଏନାହିଁ ଓ ମାଘରେ କ୍ୱଚିତ୍‌ ମଳମାସ ପଡ଼େ । ସାଧାରଣ ମାସରେ ପ୍ରଥମେ କୃଷ୍ଣପକ୍ଷ ଓ ପରେ ଶୁକ୍ଳପକ୍ଷ ପଡ଼େ କିନ୍ତୁ ଚାନ୍ଦ୍ରମାନ ମଳ ମାସରେ ପ୍ରଥମେ ଶୁକ୍ଳପକ୍ଷ ଓ ପରେ କୃଷ୍ଣପକ୍ଷ ପଡ଼େ । ହିନ୍ଦୁ ଗଣନାରେ ମଳମାସର ବ୍ୟବହାର ଥିବାରୁ ପର୍ବ ଓ ଉତ୍ସବମାନ ଋତୁ ଅନୁସାରେ ପଡ଼େ; କିନ୍ତୁ ମୁସଲମାନମାନେ ଚାନ୍ଦ୍ରମାସ ଅନୁସାରେ ମାସ ଗଣୁଥିବାରୁ ଓ ସେମାନଙ୍କର ମଳମାସଦ୍ୱାରା ଚାନ୍ଦ୍ର ଓ ସୌର ମାସର ସମତା ରକ୍ଷା କରାଯାଉ ନ ଥିବାରୁ ତାଙ୍କର ପର୍ବ ଓ ଉତ୍ସବମାନ (ଯଥା- ଈଦ, ମହରମ୍) ସବୁ ଋତୁରେ ପଡ଼ିଥାଏ ।
୨୮୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
୧୭୮୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଖୁଦୁରୁକୁଣୀ ଓଷା ଓଡ଼ିଶାର ଏକ ପାରମ୍ପାରିକ ଓଷା । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହାକୁ କୁଆଁରୀ ଓଡ଼ିଆ ଝିଅମାନେ ପାଳନ କରିଥାନ୍ତି । ଏଥିରେ ଖୁଦୁରୁକୁଣୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣୀଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି । କିମ୍ବଦନ୍ତୀ କିମ୍ବଦନ୍ତୀ ଅନୁସାରେ ପୁରାତନ ଯୁଗରେ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ସାତଜଣ ସାଧବ ଭାଇ ବୋଇତରେ ଦୂରଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ବର୍ଷରେ ଗୋଟିଏ ଦିନରେ ସେମାନେ ଘରକୁ ଲେଉଟି ଆସୁଥିଲେ । ଏହି ଦିନ ତାଙ୍କର ଗୋଟିଏ ମାତ୍ର ଭଉଣୀ ତଅପୋଇ ଏହି ଓଷା ଭାଇମାନଙ୍କର ଶୁଭ ମନାସିବା ପାଇଁ ପାଳୁଥିଲେ । ସେହି ଦିନଠାରୁ କୁଆଁରୀମାନେ ଏହା କରିବାର ବିଧି ରହିଛି । ପାଳନ ବିଧି ଏହା ଏକ ଭାଦ୍ରବ ମାସର ରବିବାରରେ ପଡ଼ିଥାଏ । ଏହି ଦିନ ସକାଳୁ କୁଆଁରୀ ଝିଅମାନେ ଖୁଦୁରୁକୁଣୀ ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କଣ୍ଟିଆଳି କାକୁଡ଼ି ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି । ତେବେ ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ ଓ ତାହାଙ୍କୁ "ଖୁଦରଙ୍କୁଣି" ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ ଯାହା ପାଇଁ ତାହାଙ୍କର ନାମ ଖୁଦୁରୁକୁଣୀ ହୋଇଛି । ଝିଅମାନେ ଗାଧୋଇ ପାଧୋଇ କନିଅର, ଚମ୍ପା, ଗୋଡ଼ିବବାଣ, ମାଳତୀ, ମନ୍ଦାର ଓ କଇଁ ଆଦି ଫୁଲ ତୋଳି ମାଟିରେ ବା ବାଲିରେ ଛୋଟ ଛୋଟ ଦେଉଳ ତୋଳି ତାହାକୁ ଫୁଲରେ ସଜାଇଥାନ୍ତି ଓ ସେଥିରେ ଠାକୁରାଣିଙ୍କୁ ଅଧିଷ୍ଠିତ କରାଇ ପୂଜା କରିଥାନ୍ତି ଓ ଯେଝା ଘରକୁ ଲେଉଟିଆସିଥାନ୍ତି । ତାହା ପରେ ସେମାନେ ଅଢ଼େଇ ମୁଠା ଉଷୁନା ଚାଉଳରେ ବିନା ଲୁଣରେ ଭାତ ରାନ୍ଧିଥାନ୍ତି । ଭାତ ରନ୍ଧା ହେଲା ପରେ ସେଥିରେ ଲୁଣ ମିଶାଇଥାନ୍ତି । ଏହା ପରେ ସେମାନେ ଫୁଲ ମାଳ କରି ଠାକୁରାଣୀଙ୍କୁ ସଜାଇଥାନ୍ତି । ଗାଁମାନଙ୍କରେ ଖୁଦୁରୁକୁଣୀଙ୍କୁ ଢିଙ୍କିଶାଳରେ ପୂଜା କରାଯାଇଥାଏ । ଏହି ଜାଗାଟିକୁ ଗୋବରରେ ଲିପା ପୋଛା କରି ସେଠାରେ ଦେବୀଙ୍କୁ ଅଧିଷ୍ଠିତ କରାଯାଇଥାଏ । ଏଥିରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ । ଫୁଲରେ ତୋରଣ ସବୁ ତିଆରି କରାଯାଇଥାଏ । ଦିନ ସାରା ଏହି ସଜାଣିରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ । ପାଳନ ବେଳେ ଝିଅମାନେ ଗୀତ ବୋଲିଥାନ୍ତି: ଆମ ଭାଲକୁଣ୍ଡି ଖାଏ ଲିଆ, ତୁମ ଭାଲକୁଣ୍ଡି ମୁହଁରେ ନିଆଁ । ଏଥିରେ ଝିଅମାନେ ତଅପୋଇ ଗୀତ ଗାଇଥାନ୍ତି । ପିଢ଼ି ପରେ ପିଢ଼ି ଏହି ଗୀତ ଲୋକ ସାହିତ୍ୟ ଭାବରେ ଲୋକମୁଖରେ ଆଜି ଯାଏଁ ଚଳିଆସୁଅଛି । ଏବେ ଏହା ଛପା ହୋଇ ମିଳୁଅଛି । ପ୍ରଥମ ପାଳିରେ ଦୁର୍ଗାଙ୍କର ମହିଷାସୁର ବଧ ବାବଦରେ ବଖଣାଯାଇଅଛି । ୨ୟ ପାଳିଟି ହେଉଛି "ତଅପୋଇ" , ଏଥିରେ ଏହି ସାଧବ ଝିଅର ଦୟନୀୟ କାହାଣୀ, ଭାଉଜମାନଙ୍କର ଦୂରାଚାର, ସାନ ଭାଉଜଙ୍କ ଦୟା ଓ ତଅପୋଇର ଉଦ୍ଧାର ଆଦି ବଖଣାଯାଇଅଛି । ଏହି ଦୁଇଟି ପାଳି ଏହି ଓଷାରେ ପଢ଼ାଯାଇଥାଏ । ପ୍ରଥମଟିରେ ଦୁର୍ଗାଙ୍କର ଅସୁର ଶକ୍ତିର ବିନାଶ ଓ ଦ୍ୱିତୀୟଟିରେ ତଅପୋଇର ଦୁଃଖ, କଷଣକୁ ସହିବା ଓ ତାହାପରର ଆନନ୍ଦ ଏହି ଓଷାର ମୁଖ୍ୟ ବିଷୟ ହୋଇଥାଏ । ପୂଜା ଓ ବନ୍ଦାପନା ଶେଷରେ ଖୁଦୁରୁକୁଣୀଙ୍କ ମୂର୍ତ୍ତୀକୁ ଜଳ-ବିସର୍ଜନ କରାଯାଇଥାଏ ।
୧୯୯୬ ଗ୍ରେଗୋରି ପାଞ୍ଜି ଅନୁସାରେ ସୋମବାର ଦିନ ଆରମ୍ଭ ହେଇଥିବା ଏକ ଅଧିବର୍ଷ, ମସିହା ଓ ଖ୍ରୀଷ୍ଟାବ୍ଦ ମାନ୍ୟତା ଅନୁସାରେ 1996 ବର୍ଷ, 2 ଶହସ୍ରାବ୍ଦର 996 ବର୍ଷ, 20 ଶତାବ୍ଦୀର 96 ବର୍ଷ, ଏବଂ ୧୯୯୦ ଦଶକର 7 ବର୍ଷ ଥିଲା ।
ଆକ୍ଟିନିଅମ ହେଉଛି ଏକ ରାସାୟନିକ ମୌଳିକ ଯାହାର ପ୍ରତୀକ ଓ ପରମାଣୁ କ୍ରମାଙ୍କ ୮୯ ।
ଲେଖା ଚାଲିଛି... ବେଗା ବେଗମ (ପ୍ରାୟ ୧୫୧୧ - ୧୭ ଜାନୁୟାରୀ ୧୫୮୨) ୨୬ ଡିସେମ୍ବର ୧୫୩୦ରୁ ୧୭ ମେ ୧୫୪୦ ପର୍ଯ୍ୟନ୍ତ ଏବଂ ୨୨ ଫେବୃଆରୀ ୧୫୫୫ରୁ ୨୭ ଜାନୁୟାରୀ ୧୫୫୬ ପର୍ଯ୍ୟନ୍ତ ମୋଗଲ ସାମ୍ରାଜ୍ୟର ସମ୍ରାଟ ତଥା ଦ୍ୱିତୀୟ ମୋଗଲ ସମ୍ରାଟ ହୁମାୟୁନଙ୍କ ପ୍ରଥମ ପତ୍ନୀ ଥିଲେ । ହୁମାୟୁନଙ୍କ ପ୍ରଥମ ପତ୍ନୀ ହେବାପରେ ସେ ଜାନ-ଇ-କାଲାନ ଭାବରେ ପରିଚିତ ହୋଇଥିଲେ ଏବଂ ହଜ କରିବା ପରେ ସେ ହାଜି ବେଗମ ନାମରେ ମଧ୍ୟ ପରିଚିତ ହୋଇଥିଲେ । ବେଗା ବେଗମ ୧୬ତମ ଶତାବ୍ଦୀର ଶେଷ ଭାଗରେ ଦିଲ୍ଲୀରେ ତାଙ୍କ ସ୍ୱାମୀ ହୁମାୟୁନଙ୍କ ସମାଧି ନିର୍ମାଣ କରିବା ସମୟରେ ମୋଗଲ ସାମ୍ରାଜ୍ୟରେ ସ୍ମାରକୀ ନିର୍ମାଣ କରିବାର ପରମ୍ପରା ଆରମ୍ଭ କରିଥିଲେ । ଇସଲାମିକ ଇଣ୍ଡିଆର ଏହି ପ୍ରଥମ ବିରାଟ ସ୍ମାରକୀ ମୌଜିକୁ ଏକ ପ୍ରାଥମିକ ମାଷ୍ଟରପିସ ଭାବରେ ବିବେଚନା କରାଯାଇପାରେ ଯାହା ମୋଗଲ ସ୍ଥାପତ୍ୟର ସର୍ବୋଚ୍ଚ ବିନ୍ଦୁ ପରବର୍ତ୍ତୀ ତାଜମହଲର ଡିଜାଇନକୁ ନିର୍ଣ୍ଣାୟକ ଭାବରେ ପ୍ରଭାବିତ କରିଥିଲା । ପ୍ରାରମ୍ଭିକ ବର୍ଷ ଏବଂ ବିବାହ ବେଗା ଜଣେ ଜ୍ଞାନୀ, ଭଲ ଶିକ୍ଷିତ ମହିଳା ଥିଲେ ଏବଂ ଚିକିତ୍ସା ବିଷୟରେ ମଧ୍ୟ ତାଙ୍କର ଗଭୀର ଜ୍ଞାନ ଥିଲା । ସେ ୧୫୨୭ ମସିହାରେ ନିଜର ପ୍ରଥମ ସମ୍ପର୍କୀୟ ଭାଇ ପ୍ରିନ୍ସ ନାସିର ଉଦ-ଦିନଙ୍କୁ ବିବାହ କରିଥିଲେ । ଏହି ବିବାହ ହୁମାୟୁନଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ (୧୫୨୭-୧୫୨୯) ପ୍ରଦେଶର ଉପାଧ୍ୟକ୍ଷ ଭାବେ ବାଦଖଶାନରେ ରହିବା ସମୟରେ ହୋଇଥିଲା । ନଭେମ୍ବର ୧୫୨୮ ମସିହାରେ, ସେ ହୁମାୟୁନଙ୍କ ପ୍ରଥମ ସନ୍ତାନ ଶାହଜଦା ଅଲ-ଅମାନ ମିର୍ଜାଙ୍କୁ ଜନ୍ମ ଦେଇଥିଲେ । ସମ୍ରାଟ ବାବୁର ରାଜକୀୟ ଦମ୍ପତିଙ୍କୁ ଉତ୍ତରାଧିକାରୀଙ୍କ ଜନ୍ମ ପାଇଁ ବହୁତ ଅଭିନନ୍ଦନ ଜଣାଇଥିଲେ ହେଁ ତାଙ୍କ ନାମ ଅର୍ଥାତ 'ଅଲ୍-ଅମାନ୍' ପାଇଁ ସେ ଏହାକୁ ଅପମାନଜନକ ମନେ କରିଥିଲେ ।
ମାଘ ମାସର ଅମାବାସ୍ୟାକୁ ମୌନୀ ଅମାବାସ୍ୟା ବା ତ୍ରିବେଣୀ ଅମାବାସ୍ୟା କହାଯାଏ । ଏହି ଦିନ କୁମ୍ଭ ମେଳାର ପବିତ୍ର ସ୍ଥାନରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁମାନେ ଅଧିକ ପସନ୍ଦ କରନ୍ତି । ଅନେକ ଧାର୍ମିକ ବ୍ୟକ୍ତି ଏହିଦିନ ତ୍ରିବେଣୀ ସଙ୍ଗମରେ ସ୍ନାନ ପୂର୍ବକ ମୌନବ୍ରତ ପାଳନ କରନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୌନୀ ଅମାବାସ୍ୟାରେ ଆମ ମନ ଓ ଭାବର ଦେବତା ଚନ୍ଦ୍ର ଦେଖାଯା ନ୍ତି ନାହିଁ ଏବଂ ଦୁର୍ବଳ ରହନ୍ତି । ତେଣୁ ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହିଦିନ ନେଇପାରେ ନାହିଁ । ତା 'ଛଡ଼ା ବର୍ଷକରେ ଥରେ ମକର ରାଶିକୁ ଗମନ କରନ୍ତି ରବି ବା ସୂର୍ଯ୍ୟ । ଶନି ହେଉଛନ୍ତି ମକରର ସ୍ୱାମୀ ବା ପ୍ରଭୁ ଏବଂ ଚନ୍ଦ୍ରଙ୍କ ବିରୋଧୀ । ମକରରେ ରବିଙ୍କ ଅବସ୍ଥାନଦ୍ୱାରା ମକର ଓ ଶନିଙ୍କ ପ୍ରଭାବ ବୃଦ୍ଧିପାଏ । ଫଳରେ ଚନ୍ଦ୍ର ଆହୁରି ଦୁର୍ବଳ ହୋଇଯାଆନ୍ତି । ଚନ୍ଦ୍ରଙ୍କଦ୍ୱାରା ଆମର ମନ ଓ ଭାବ ନିୟନ୍ତ୍ରଣ ହୋଇଥାଏ । ତେଣୁ ଆମର ଚିନ୍ତା କରିବା ଏବଂ ନିଷ୍ପତ୍ତି ନେବାର ଶକ୍ତି ଅପେକ୍ଷାକୃତ ଦୁର୍ବଳ ହୁଏ । ତେଣୁ ମୌନୀ ଅମାବାସ୍ୟା ଦିନ ଅଧିକ କଥାବାର୍ତ୍ତା ନକରି ମୌନବ୍ରତ ଅବଲମ୍ବନ କରିବା ଭଲ । ମାଘସ୍ନାନଦ୍ୱାରା ପୁଣ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି । ମୌନୀ ଅମାବାସ୍ୟାରେ ତୀର୍ଥସ୍ଥଳରେ ବୁଡ଼, ଉପବାସ ପାଳନ ଓ ବିଷ୍ଣୁଙ୍କୁ ପୂଜା କଲେ ମହାପୁଣ୍ୟ ମିଳେ । ପିପଳ ବୃକ୍ଷକୁ ଏହିଦିନ ପ୍ରଦକ୍ଷଣ କରିବାର ମଧ୍ୟ ବିଧି ରହିଛି । ମକର ମାସସାରା ପ୍ରୟାଗର ସଙ୍ଗମ ସ୍ଥଳରେ ହିନ୍ଦୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ସ୍ନାନ, ଦାନ ଓ ପୂଜାର୍ଚ୍ଚନା ବା କଳ୍ପବାସ କରି ମୌନି ଅମାବାସ୍ୟାକୁ ଅପେକ୍ଷା କରି ରହିଥାନ୍ତି । ମାସବ୍ୟାପୀ କେତେକ ସାଧୁସନ୍ଥ କେବଳ ଜଳପାନ କରନ୍ତି ଏବଂ ଆଉ କେତେକ ଦିନକୁ ଥରେ ହବିଷ ପାଳନ କରନ୍ତି । ଏକଥା ମଧ୍ୟ କୁହାଯାଏ ଯେ ସୃଷ୍ଟିର ଆରମ୍ଭରେ ସବୁ ଶାନ୍ତ, ନିରବ ଥିଲା । ତାପରେ ସୃଷ୍ଟିହେଲା ଶବ୍ଦ ଏବଂ ଏହି ଶବ୍ଦ ଥିଲା ଓଁ ବା ବ୍ରହ୍ମନାଦ । ପ୍ରତ୍ୟେକ ଶବ୍ଦରେ ଅଛି ଶକ୍ତି ଏବଂ ଏହି ଶକ୍ତି ହିଁ ଚତୁଃପାର୍ଶ୍ୱର ସ୍ଥିତିକୁ ପରିବର୍ତ୍ତନ କରିପାରେ । ମୌନୀ ଅମାବାସ୍ୟାରେ ମୌନ ରହିଲେ ଶରୀରରେ ପ୍ରାଣ ସଂରକ୍ଷିର ହୋଇ ରହେ ।
୯୨୮ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ବିଶ୍ୱନାଥ କର, ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା, ୨୪ ଡିସେମ୍ବର ୧୮୬୪ ୧୯ ଅକ୍ଟୋବର ୧୯୩୪ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ, ବାଗ୍ମୀ ଥିଲେ । ସେ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ଥିଲେ ଓ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ତଥା ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ "ରାୟ ବାହାଦୁର" ଉପାଧୀ ପାଇ ତାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ ବିବିଧା ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ । ପୁସ୍ତକଟି ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ ଉତ୍କଳ ସାହିତ୍ୟରେ ପୂର୍ବରୁ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ । ପ୍ରାରମ୍ଭିକ ଜୀବନ ସେ ୧୮୬୪ ମସିହା ଡିସେମ୍ବର ୨୪ ତାରିଖ ଦିନ କଟକ ଜିଲ୍ଲାର ମାହାଙ୍ଗା ନିକଟସ୍ଥ ମୂଳବସନ୍ତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବିଶ୍ୱନାଥଙ୍କ ପିତାଙ୍କ ନାମ ନାରାୟଣ କର ଓ ମାତାଙ୍କ ନାମ ବୈଦେହୀ ଦେବୀ । ଶିକ୍ଷାଲାଭ ୧୮୮୦ରେ ସେ କୁଆଁପାଳରୁ ମାଇନର ପାସ କରି କଟକ ଆସି ନବପ୍ରତିଷ୍ଠିତ ପ୍ୟାରୀମୋହନ ଏକାଡେମୀରେ ନାମ ଲେଖାଇଥିଲେ । ୧୮୮୪ରେ ମସିହାରେ ସେ ଏଣ୍ଟ୍ରାନ୍ସ ପାସ କଲେ । ଚାକିରି ୧୮୮୬ରେ ବିରୋଳ ଗ୍ରାମ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିଲେ । ଉତ୍କଳ ସାହିତ୍ୟ ପତ୍ରିକା ସମ୍ପାଦନା ମଧୁସୂଦନ ରାଓଙ୍କ ପ୍ରରୋଚନାରେ ଉତ୍କଳ ସାହିତ୍ୟ ପତ୍ରିକା ତାଙ୍କ ସମ୍ପାଦନାରେ ୧୮୯୭ରେ ପ୍ରକାଶ ପାଇଥିଲା । ପତ୍ରିକାଟି ପ୍ରକାଶ ପାଇବାର ତୃତୀୟ ବର୍ଷ ନାନା ଆଡୁ ବହୁତ ଅସୁବିଧା ହେଇଥିଲା । ଏଥିପାଇଁ ସେ ସ୍ୱତନ୍ତ୍ର ପ୍ରେସ ସ୍ଥାପନ ପାଇଁ ଉଦ୍ୟମ କରିଥିଲେ । ଉତ୍କଳ ସାହିତ୍ୟ ପ୍ରେସ ସ୍ଥାପନା ସେ ଉଧାର କରି ୧୯୦୦ ମସିହା ଜାନୁଆରୀ ୧୦ ତାରିଖରେ "ଉତ୍କଳ ସାହିତ୍ୟ ପ୍ରେସ" ନାମକ ଏକ ପ୍ରେସ କଟକଠାରେ ସ୍ଥାପନ କରିଥିଲେ। ତା ପୁର୍ବରୁ ସେ ୧୮୯୯ ମସିହା ନଭେମ୍ବର ପହିଲାରୁ ପ୍ରଧାନଶିକ୍ଷକ ପଦ ତ୍ୟାଗ କରିଦେଇଥିଲେ । ସେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ "ସତ୍ୟ ସମାଚାର" ପତ୍ରିକା ଚଳାଇଥିଲେ । ସେହି ସମୟରେ ସେ "ପୁରୁଷ ସିଂହ ଗାନ୍ଧୀ" ବୋଲି ଏକ ପ୍ରବନ୍ଧ ଲେଖିଥିଲେ । ଫଳରେ ବ୍ରିଟିଶ ସରକାର ତାଙ୍କ ଉପରେ କଡା ନଜର ରଖିଥିଲେ । ପତ୍ରପତ୍ରିକା ସମ୍ପାଦନାରେ କରଙ୍କ ପ୍ରଚେଷ୍ଟାରେ ନଅଙ୍କ ଦୁର୍ଭିକ୍ଷ ଓ ପରେ ଓଡ଼ିଆ ଭାଷା ଆନ୍ଦୋଳନ ସମୟରେ ତାଙ୍କଦ୍ୱାରା ସଂପାଦିତ "ଉତ୍କଳ ସାହିତ୍ୟ" (୧୮୯୭) ଓଡ଼ିଆ ନବଜାଗରଣର ବାବଦରେ ବିଭିନ୍ନ ଖବର ପ୍ରକାଶିତ ହେଉଥିଲା । ଏଥିରେ ସେ ଫକୀର ମୋହନ ସେନାପତି, ମଧୁସୂଦନ ରାଓ, କୃଷ୍ଣ ପ୍ରସାଦ ଚୌଧୁରୀ, ଶ୍ୟାମସୁନ୍ଦର ରାଜଗୁରୁ, ମୃତ୍ୟୁଞ୍ଜୟ ରଥ, ଗୋପାଳ ଚନ୍ଦ୍ର ପ୍ରହରାଜ, ଗୋପୀନାଥ ନନ୍ଦ, ମୋହିନୀ ମୋହନ ସେନାପତିଙ୍କ ଭଳି ପ୍ରମୁଖ ସାହିତ୍ୟିକଙ୍କ ବିଶିଷ୍ଟ କୃତିଗୁଡ଼ିକ ଏହି ପତ୍ରିକାରେ ପ୍ରକାଶ କରୁଥିଲେ । ଉତ୍କଳ ସାହିତ୍ୟ ସମାଜର ପ୍ରତିଷ୍ଠା ଓ ସମ୍ପାଦନା ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ବିକାଶ ଲାଗି ପ୍ରତିଷ୍ଠା ହୋଇଥିବା ସର୍ବପ୍ରାଚୀନ ସାରସ୍ୱତ ଅନୁଷ୍ଠାନ "ଉତ୍କଳ ସାହିତ୍ୟ ସମାଜର ସେ ଥିଲେ ପ୍ରଥମ ପ୍ରତିଷ୍ଠାତା ସଂପାଦକ । ସାମାଜିକ ଜୀବନ କୁସଂସ୍କାର ଦୂର କରିବା ପାଇଁ ସେ ଲୋକମାନଙ୍କୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ମଣିଷର ବିକାଶରେ ପ୍ରତିବନ୍ଧକ ସାଜିବା ବାଦରେ ବୁଝାଉଥିଲେ । ରାଜା ରାମମୋହନ ରାୟଙ୍କ ପ୍ରତିଷ୍ଠିତ ବ୍ରାହ୍ମସମାଜରେ ଯୋଗଦେଇ ପରେ ସାମାଜିକ ପରିବର୍ତ୍ତନ ପାଇଁ ବ୍ରାହ୍ମଧର୍ମର ନୀତି ନିୟମ, ଆଦର୍ଶ ଭାବ ଦେଖି କରି ଏହି ଧର୍ମ ଗ୍ରହଣ କରିଥିଲେ । ସେତେବେଳେ ହେଉଥିବା କର୍ମକାଣ୍ଡ ଓ ପୂଜା ପଦ୍ଧତିକୁ ସେ ବିରୋଧ କରି ଓଡ଼ିଶାରେ ବ୍ରାହ୍ମଧର୍ମର ପ୍ରଚାର ପ୍ରସାରର ଭୂମିକା ସଂପାଦନ କରିଥିଲେ । ଜଣେ ସମାଜସେବୀ ଭାବରେ କର ନିଜ ଗ୍ରାମ ମୂଳବସନ୍ତଠାରେ ପ୍ରଥମେ ବାଳକ ଓ ବାଳିକାମାନଙ୍କ ପାଇଁ ଅଲଗା ଅଲଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଇଥିଲେ । ଜଣେ ସାମାଜିକ ସଂସ୍କାରକ ଭାବେ ସେ ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣ ପିଲାମାନଙ୍କୁ ଏକତ୍ର ଶିକ୍ଷା ଦେବାର ବ୍ୟବସ୍ଥା ମଧ୍ୟ କରାଇଥିଲେ । ନିରକ୍ଷରତା ଦୂରୀକରଣ ନିମନ୍ତେ ପୁରୁଷ-ସ୍ତ୍ରୀ, ଶ୍ରମିକ-ମୂଲିଆ, ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଶିକ୍ଷା ଲାଭ ପାଇଁ ସେ ଏକ ନୈଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ଓ ପ୍ରେରଣା ଦେବା ନିମନ୍ତେ "ଆଲୋକ" , "ଜ୍ୟୋତ୍ସ୍ନା" , "କୌମୁଦୀ" ନାମକ ହାତଲେଖା ମାସିକ ପତ୍ରିକା ପ୍ରକାଶ କରୁଥିଲେ । ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସେ ଭାରତୀୟ ଜାତୀୟ କଂଗ୍ରେସରେ ସେ ଯୋଗଦାନ କରିଥିଲେ । ବିହାର ଓ ଓଡ଼ିଶା ବ୍ୟବସ୍ଥାପକ ସଭାକୁ ସେ ପ୍ରତିନିଧି ଭାବରେ ଯାଇଥିଲେ । ଓଡ଼ିଶା-ବିହାର କାଉନ୍‍ସିଲର ସଭ୍ୟ ଥିବା ସମୟରେ ବ୍ୟବସ୍ଥାପକ ସଭାରେ ସେ ନିଜ ମାତୃଭାଷା ଓଡ଼ିଆରେ ଭାଷଣ ଦେଇଥିଲେ । ସେଠାରେ ଅନ୍ୟ ସଭ୍ୟମାନେ ତାଙ୍କୁ ଇଂରାଜୀରେ କହିବା ଲାଗି ବାଧ୍ୟ କଲାପରେ ମଧ୍ୟ ସେ ମାତୃଭାଷା ଓଡ଼ିଆରେ ହିଁ ନିଜର ବକ୍ତବ୍ୟ ରଖିଥିଲେ । ସେହି ସଭାରେ ସେ କହିଥିଲେ : ଓଡ଼ିଆ ଏକ ସ୍ୱୀକୃତ ପ୍ରାଚୀନ ଭାଷା, ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ । ମୋର ଓଡ଼ିଆ ଜିଭକୁ କାଟି ଦେବାର ଅଧିକାର ଏଠାରେ କୌଣସି ମାନ୍ୟବର ସଭ୍ୟଙ୍କର ନାହିଁ । ବଙ୍ଗଭଙ୍ଗ କାଳୀନ ଆନ୍ଦୋଳନ, ଓଡ଼ିଶା ବ୍ୟବସ୍ଥାପକ ସଭା, ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସଭାସମିତିରେ ସେ ଭାଷଣ ଦେଇଥିଲେ । ରବୀନ୍ଦ୍ର ନାଥ ଠାକୁର ଏବଂ ରାମାନନ୍ଦ ଚଟ୍ଟୋପାଧ୍ୟାୟ ବିଶ୍ୱନାଥଙ୍କ ବଙ୍ଗଭଙ୍ଗକାଳୀନ ଭାଷଣରେ ମୁଗ୍ଧ ହୋଇ ତାଙ୍କୁ "ଉତ୍କଳର ସୁରେନ୍ଦ୍ର ନାଥ ' ବୋଲି ସମ୍ବୋଧିତ କରିଥିଲେ । ବ୍ରିଟିଶ ସରକାର ପ୍ରଦତ୍ତ "ରାୟ ସାହେବ ' ଉପାଧିକୁ ସେ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ୧୯୩୪ ମସିହା ଅକ୍ଟୋବର୧୯ ତାରିଖ ବିଜୟା ଦଶମୀ ତିଥୀରେ ତାଙ୍କର ଦେହାନ୍ତ ହୋଇଥିଲା ।
୧୧୭୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୮ ମଇ ବର୍ଷର ୧୪୮ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୪୯ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୧୭ ଦିନ ବାକି ଅଛି ।
ବାଲସାଲାଜାଇଡ, ଏକ ବେପାର ନାମ କୋଲାଜାଇଡ ହେଉଛି ଅଲସେରେଟିଭ କୋଲାଇଟିସ (ୟୁସି/ ) ଏବଂ କ୍ରନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ସାମାନ୍ୟରୁ ମଧ୍ୟମ ରୋଗ ଧରଣର ୟୁସି ରୋଗ ପାଇଁ ଏହା ବ୍ୟବହୃତ ହୁଏ ଏବଂ ସାଧାରଣତଃ କେବଳ ୧୨ ସପ୍ତାହ ପର୍ଯ୍ୟନ୍ତ ଦିଅଯାଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଅସୁସ୍ଥ ଅନୁଭବ, ପେଟ ବ୍ୟଥା, ତରଳ ଝାଡ଼ା, ଗଣ୍ଠି ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟା ସଂକ୍ରମଣ ଅନ୍ତର୍ଭୁକ୍ତ, ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ସମ୍ପର୍କୀୟ ରୋଗ, ପିତାସ୍ମରୀ କିମ୍ବା ଲୁପସ୍-ପରି ସିଣ୍ଡ୍ରୋମ ହୋଇପାରେ। ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। ଆଜମା, କିଡନୀ କିମ୍ବା ଯକୃତ ସମସ୍ୟା ଥିବା ଲୋକଙ୍କ ପାଇଁ ଏକ ବିକଳ୍ପ ଆବଶ୍ୟକ ହୋଇପାରେ । ପାକସ୍ଥଳୀ ଏବଂ କ୍ଷୁଦ୍ର ଅନ୍ତନଳୀରେ ବାଲସାଲାଜାଇଡ ଅପରିବର୍ତ୍ତିତ ଭାବରେ ଗତି କରେ ଏବଂ ଏହା ବୃହଦନ୍ତ୍ରରେ ପହଞ୍ଚିବା ପରେ ମେସାଲାଜାଇନ୍ (5- ) ମୁକ୍ତ କରିଦିଏ, ଯେଉଁଠାରେ ଅଲସରାଟିଭ କୋଲାଇଟିସ୍ ପ୍ରଭାବିତ ହୁଏ । ବାଲସାଲାଜାଇଡ ପ୍ରଥମେ ୧୯୮୦ ଦଶକରେ ତିଆରି ହୋଇଥିଲା ଏବଂ ୧୯୯୭ରେ ବ୍ରିଟେନରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ରକ୍ଷଣାବେକ୍ଷଣ ଡୋଜରେ ଏକ ମାସର ଯୋଗାଣ ନିମନ୍ତେ ୨୦୨୧ ସୁଦ୍ଧା ପାଖାପାଖି ୩୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ। ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୭୪ ଡଲାର ଅଟେ।
ଗୋବର୍ଦ୍ଧନ ଦାଶ (ଜନ୍ମ: ୧୫ ଅପ୍ରେଲ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଗୋବର୍ଦ୍ଧନ ଦାଶ ୧୯୬୫ ମସିହାର ଅପ୍ରେଲ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁନାଥ ଦାଶ ଓ ପତ୍ନୀଙ୍କ ନାମ ସସ୍ମିତା ଦାଶ । ରାଜନୈତିକ ଜୀବନ ଗୋବର୍ଦ୍ଧନ ଦାଶ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।
ଚଉଷଠି ଯୋଗିନୀ ଦେବୀ କାଳୀଙ୍କର ସହଚରୀ ଭାବରେ ପୂଜା ପାଇଥାନ୍ତି । ଚଉଷଠି ଯୋଗିନୀ ଓ ନବକୋଟୀ କାନ୍ତନୀ (କାତ୍ୟାୟନୀ) ଦେବୀ କାଳୀଙ୍କର ସହଚରୀ ବୋଲି ଲୋକବିଶ୍ୱାସ । ଏହିମାନେ ଭିନ୍ନ ଭିନ୍ନ ସ୍ଥାନରେ ଗ୍ରାମଦେବତୀ ରୂପେ ପୂଜା ପାଉ ଅଛନ୍ତି । ବେଳେ ବେଳେ ମନରେ ପ୍ରଶ୍ନ ଆସେ କାହିଁକି ଚଉଷଠି ଯୋଗିନୀ ପରିବର୍ତ୍ତେ ଅଧିକ କିମ୍ବା କମ୍ ସଂଖ୍ୟାରେ ଯୋଗିନୀ ପୂଜା ହେବାର ବିଧିବିଧାନ ହୋଇନାହିଁ । ଏଥିରୁ ଅନୁମେୟ ଚଉଷଠି ସଂଖ୍ୟାଟି ଏକ ତ ଭିତ୍ତିକ ଗୁଣାମିକ ଆଧ୍ୟାମିିକ ସଂଖ୍ୟା, ଯାହାକି ସମ୍ପୂର୍ଣ୍ଣ ଯୋଗ ଓ ତନ୍ତ୍ରଦ୍ୱାରା ପର୍ଯ୍ୟବସିତ । ତେଣୁ ବହୁ ବିଦ୍ୱାନ ପଣ୍ଡିତମଣ୍ଡଳୀ ବିଭିନ୍ନ ଶାସ୍ତ୍ରରେ ଏହାର ଗୁରୁତ୍ୱ ଓ ମହତ୍ୱ ପ୍ରତିପାଦନ କରିଛନ୍ତି । (୧)-ଚଉଷଠି କଳାର ପ୍ରତୀକ ରୂପେ ଚଉଷଠି ଯୋଗିନୀ ଅବସ୍ଥାପିତ । (୨)-ସେହିପରି ଚଉଷଠି ଭୋଗର ପ୍ରତୀକ । (୩)-ଚଉଷଠି ଗାୟତ୍ରୀର ପ୍ରତୀକ । (୪)-ଚଉଷଠି କାମ ଶାସ୍ତ୍ରର ପ୍ରତୀକ । (୫)-ଚଉଷଠି ସିଦ୍ଧି ମହାପୁରୁଷର ପ୍ରତୀକ ଇତ୍ୟାଦି ଚଉଷଠି ସଂଖ୍ୟାର ପ୍ରତୀକ ରୂପେ ଗୃହୀତ । ଯୋଗସ୍ଥା ନାରୀ ହିଁ ଯୋଗିନୀ ରୂପେ ପରିଚିତା । ତେଣୁ ଧାର୍ମିକ ଦୃଷ୍ଟିକୋଣରୁ ଚଉଷଠି ସଂଖ୍ୟାର ପବିତ୍ରତାର ପଟାନ୍ତର ନାହିଁ । ଚଉଷଠି ଯୋଗିନୀ ଉପାସନା କରିବାଦ୍ୱାରା ଭକ୍ତମାନଙ୍କର ଅଶେଷ ଉପକାର ସାଧିତ ହୋଇଥାଏ । କୁହାଯାଏ ଚଉଷଠି ଯୋଗିନୀଙ୍କ ନାମ ଜପ କଲେ ଶରୀରରୁ ସର୍ବବ୍ୟାଧି ଦୂର ହୋଇଥାଏ । ଶିଶୁମାନଙ୍କର ରୋଗ ନାଶ ହୋଇଥାଏ । ଗର୍ଭବତୀ ନାରୀଙ୍କର ଗର୍ଭ ସମୟର ବେଦନା ଦୂର ହୋଇଥାଏ । ସର୍ବୋପରି ଭକ୍ତମାନଙ୍କର ମାନସିକ ପୂରଣ ହୋଇଥାଏ । ଆଧ୍ୟାତ୍ମିକ ବିଶ୍ୱାସ ଚଉଷଠି ୟୋଗିନୀ ପୀଠ ରାଣିପୁର ଝରିଆଲଠାରେ ଅଛି । ଏହା ସିନ୍ଧେକେଲାଠାରୁ ମାତ୍ର ୭ କି.ମି. ଦୂରରେ ଅବସ୍ଥିତ । ଚଉଷଠି ଯୋଗିନୀଙ୍କ ନାମ କାଳିକା ପୁରାଣ ମତେ ଚଉଷଠି ଯୋଗିନୀ ହେଲେ: ପୂଜନସ୍ଥଳୀ ଭୁବନେଶ୍ୱର ନିକଟରେ ଥିବା ହୀରାପୁରଠାରେ ଓ ବଲାଙ୍ଗୀର ଜିଲ୍ଲାର ରାଣୀପୁର-ଝରିଆଲଠାରେ ଚଉଷଠି ଯୋଗିନୀ ମନ୍ଦିର ରହିଛି । ଏହା ଓଡ଼ିଶାରେ ତନ୍ତ୍ର ସାଧନାର ପ୍ରମାଣ ଦେଇଥାଏ । ଭଦ୍ରକଠାରେ ଭଦ୍ରକାଳୀ ମନ୍ଦିର ଓଡ଼ିଶାର ଏକ ପବିତ୍ର ଓ ଜଣାଶୁଣା ଠାକୁରାଣୀ ମନ୍ଦିର । ଓଡ଼ିଶାର ଅନେକ ଜାଗାରେ ଠାକୁରାଣୀ ମନ୍ଦିରମାନ ରହିଛି । ସର୍ବଭାରତୀୟ ସ୍ତରରେ ଏହି ପୀଠ ଚାରୋଟି ସ୍ଥାନରେ ଥିବାବେଳେ, ସେଥିମଧ୍ୟରୁ ଓଡ଼ିଶାରେ ଦୁଇଟି ସ୍ଥାନରେ ଅଛି । ସେହି ପୀଠ ଦୁଇଟି ହେଲା ଅବିଭକ୍ତ ପୁରୀ ଜିଲ୍ଲାର ତଥା ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ହୀରାପୁର ଓ ବଲାଙ୍ଗୀର ଜିଲ୍ଲାର ରାଣୀପୁର ଝରିଆଲ । ଅନ୍ୟ ଦୁଇଟି ପୀଠ ମଧ୍ୟପ୍ରଦେଶର ଖଜୁରାହୋ ଓ ଭେରାଘାଟ । ଭାରତରେ ଥିବା ଏହି ଚାରୋଟି ଯୋଗିନୀ ପୀଠ ତଥା ତନ୍ତ୍ରପୀଠ ମଧ୍ୟରେ ହୀରାପୁରର ଚଉଷଠି ଯୋଗିନୀ ପୀଠ ପ୍ରାଚୀନ । ତେଣୁ ଏହି ପୀଠର ଗୁରୁତ୍ୱ ଓ ମହତ୍ୱ ସର୍ବବ୍ୟାପୀ । ବେଦ, ବେଦାନ୍ତ, ଉପନିଷଦ, ମହାଭାରତ, ରାମାୟଣ ଓ ବିଭିନ୍ନ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ଓଡ଼ିଶାରେ ଶାକ୍ତଧର୍ମ ପ୍ରସାର ଓ ପ୍ରଚାର ଅତି ପ୍ରାଚୀନ । ବିଭିନ୍ନ ଯୁଗରେ ଶକ୍ତିମାନେ ଆବିର୍ଭାବ ହୋଇ ମହାପ୍ରତାପୀ ଦାନବମାନଙ୍କୁ ନିହତ କରି ଧରାପୃଷ୍ଠରେ ସାଧୁସନ୍ଥ ଜନସମାଜ ମଧ୍ୟରେ ଶାନ୍ତି ପ୍ରଦାନ କରିଛନ୍ତି । କିନ୍ତୁ ତନ୍ତ୍ର ସଂସ୍କୃତି ତଥା ଯୋଗିନୀମାନଙ୍କର ଅଭ୍ୟୁଦୟର ଆଜି ପର୍ଯ୍ୟନ୍ତ ଜଣା ନଥିଲେ ମଧ୍ୟ ବେଦ ସଂସ୍କୃତି ପୂର୍ବରୁ ସୃଷ୍ଟି ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି । କେହି କେହି ଏହି ଉପାସନା ହରପ୍ପା ମହେଞ୍ଜୋଦାରୋ ସଭ୍ୟତାରୁ ଅଭ୍ୟୁଦୟ ବୋଲି କହିଥିଲେ ମଧ୍ୟ ଓଡ଼ିଶା ହେଉଛି ଏହାର ଆଦିପୀଠ । କେଉଁ ଆବହମାନ କାଳରୁ ଓଡ଼ିଶାର କୋଣ ଅଣୁକୋଣରେ ଶକ୍ତିମାନଙ୍କର ଉପାସନା ପ୍ରସିଦ୍ଧି ଲାଭ କରିଛି । ଏପରିକି ଗ୍ରାମଗୁଡିକରେ ଗ୍ରାମଦେବୀ ଓ ପ୍ରତ୍ୟେକ ପରିବାରରେ ଗୃହଦେବୀ ରୂପେ ପୂଜା ପାଇବାର ବିଧିବିଧାନ ଆଜି ମଧ୍ୟ ଦେଖିବାକୁ ମିଳେ । କାକଟପୁରର ମା ' ମଙ୍ଗଳା, ଝଙ୍କଡର ମା' ସାରଳା, ଯାଜପୁରର ମା ' ବିରଜା, ବାଙ୍କୀର ମା' ଚର୍ଚ୍ଚିକା ପୂଜା ପାଉଛନ୍ତି । କିନ୍ତୁ ଚଉଷଠି ଯୋଗିନୀମାନଙ୍କର ଉପାସନା ଓଡ଼ିଶା କାହିଁକି ପବିତ୍ର ଭାରତ ଭୂମିରେ ସମସ୍ତ ଦେବୀମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରିଅଛି । କାରଣ ଏହାର ସଂସ୍କୃତି ଯୋଗ ଓ ତନ୍ତ୍ରଦ୍ୱାରା ଆଧାରିତ ।